ଆନିମେସନ ଡିଜାଇନ ସିନେମା ହେଉ ବା ବିଜ୍ଞାପନ, ବହି ହେଉ କିମ୍ବା ବ୍ଲଗ, ଅଧିକାଂଶ କ୍ଷେତ୍ରରେ ଏବେ ଆନିମେସନ ବ୍ୟବହାର ବୃଦ୍ଧି ପାଇଛି । କାର୍ଟୁନ ଚ୍ୟାନେଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଆନିମେସନ ପାଠ୍ୟକ୍ରମର ଚାହିଦା ଅଧିକ ରହୁଛି । +୨ ପରେ ଏହି ପାଠ୍ୟକ୍ରମରେ ନାମ ଲେଖାଇ ହେବେ। ପାଠ୍ୟକ୍ରମ ବିଏସସି ଆନିମେସନ ଡିପ୍ଲୋମା ୩ଡି ଆନିମେସନ ଡିପ୍ଲୋମା ଇନ ଆନିମେସନ ଡିଜିଟାଲ ଗ୍ରାଫିକ୍ସ ଆନିମେସନ ଶିକ୍ଷାନୁଷ୍ଠାନ ଏରିନା ମଲ୍ଟିମିଡିଆ ( ଦିଲ୍ଲୀ, ବେଙ୍ଗାଲୁରୁ, ନୋଏଡା, ମୁମ୍ବଇ) ଗ୍ଲୋବାଲ ସ୍କୁଲ ଅଫ ଆନିମେସନ (ଦିଲ୍ଲା, ଚେନ୍ନଇ) ମାୟା ଏକାଡେମିକ ଅଫ ଆଡଭାନ୍ସ ସିନେମାଟିକା (ମୁମ୍ବଇ) ଟେକନୋ ପଏଣ୍ଟ ମଲ୍ଟିମିଡିଆ (ବେଙ୍ଗାଲୁରୁ) ଫେସନ ଡିଜାଇନିଂ ସଂପ୍ରତି ଯୁଗର ରୁଚି ଅନୁସାରେ ଫେସନ ଦିନକୁ ଦିନ ବଦଳିବାରେ ଲାଗିଛି । ତେଣୁ ଏହାକୁ ନିଜର କ୍ୟାରିଅର କରାଯାଇ ପାରେ । ମୁଖ୍ୟତଃ ତ୍ରେସ ଡିଜାଇନିଂର ବନ୍ଦୁ ଚାହିଦା ରହିଛି । ଚଳଚ୍ଚିତ୍ର ଜଗତ ସମେତ ବିବାହ ଉତ୍ସବ, ଜନ୍ମଦିନ, ପାର୍ଟି ଆଦିରେ ଉଭୟ ପୁରୁଷ ଓ ମହିଳା ଡିଜାଇନରଙ୍କ ପ୍ରସ୍ତୁତ ସ୍ଵତନ୍ତ୍ର ପୋଷାକ ପରିଧାନ କରିଥାନ୍ତି । ପାଠ୍ୟକ୍ରମ ବିଏସସି ଡିଗ୍ରୀ ଇନ ଫେସନ, ଇଣ୍ଟେରିଅର ଏଣ୍ଡ ଟେକ୍ସଟାଇଲ ଡିଜାଇନ ବ୍ୟାଚଳର ଅଫ ଡିଜାଇନ (ଏସେସୋରି ଡିଜାଇନ) ବ୍ୟାଚଳର ଅଫ ଡିଜାଇନ (ଫେସନ ଡିଜାଇନ) ବ୍ୟାଚଳର ଅଫ ଡିଜାଇନ୍ (ଟେକ୍ସଟାଇଲ ଡିଜାଇନ) ଶିକ୍ଷାନୁଷ୍ଠାନ: ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ ଡିଜାଇନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫେସନ ଟେକନୋଲୋଜି ପର୍ଲ ଏକାଡେମୀ ଅଫ ଫେସନ ସିମବାଓସିସ୍ ସେଣ୍ଟର ଅଫ ଡିଜାଇନ ନର୍ଥେନ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକନୋଲୋଜି ଇଭେଣ୍ଟ ମ୍ୟାନେଜମେଣ୍ଟ କୌଣସି ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଇଭେଣ୍ଟ ମ୍ୟାନେଜରଙ୍କ ଏକ ବଡ଼ ହାତ ରହିଥାଏ । ପାର୍ଟି, ବିବାହ, ଉତ୍ସବ, ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମ ଆଦିରେ ଇଭେଣ୍ଟ ମ୍ୟାନେଜରଙ୍କ ଆବଶ୍ୟକତା ପଡିଥାଏ । ପାଠ୍ୟକ୍ରମ: ଡିପ୍ଲୋମା କୋର୍ସ ଇନ ଇଭେଣ୍ଟ ମ୍ୟାନେଜମେଣ୍ଟ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କୋର୍ସ ଇନ ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କୋର୍ସ ଇନ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଣ୍ଡ ଆକ୍ଟିଭେସନ ଏମବିଏ ଇନ ଇଭେଣ୍ଟ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ: ଇଭେଣ୍ଟ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ଇନଷ୍ଟିଟୁଟ ଆମେଠି ୟୁନିଭରସିଟି ଅଫ ଇଭେଣ୍ଟ ମ୍ୟାନେଜମେଣ୍ଟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇଭେଣ୍ଟ ମ୍ୟାନେଜମେଣ୍ଟ ଦି ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଇଭେଣ୍ଟ ମାର୍କେଟିଂ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ଫର ଟୁରିଜମ୍ ଫୁଖ୍ୟଚର ମ୍ୟାନେଜମେଣ୍ଟ ଟ୍ରେଣ୍ଡସ୍ ଗ୍ରାଫିକ ଡିଜାଇନ ଅଧିକାଂଶ କ୍ଷେତ୍ରରେ ଏବେ ଗ୍ରାଫିକ ଡିଜାଇନରଙ୍କ ଆବଶ୍ୟକତା ପଡିଲାଣି । ଗ୍ରାଫିକ ବ୍ୟବହାର ଦ୍ଵାରା ସ୍ୱଳ୍ପ ସହାୟତାରେ ବହୁତ କିଛି ବୁଝାଇ ହେବ । ସିନେମା, ଗଣମାଧ୍ୟମ, ଷ୍ଟାର୍ଟଅପ, ବ୍ଲଗ୍ ଆଦି କ୍ଷେତ୍ରରେ ଗ୍ରାଫିକ ଡିଜାଇନର ଆବଶ୍ୟକତା ରହିଛି । ଗ୍ରାଫିକ ଡିଜାଇନ ଉପରେ ରହିଥିବା ପାଠ୍ୟକ୍ରମ ସାରିବା ପରେ ଜଣେ ସ୍ଵାଧୀନ ଭାବେ କିମ୍ବା ବିଭିନ୍ନ କମ୍ପାନୀରେ କାମ କରି ପାରବେ । ପାଠ୍ୟକ୍ରମ ଡିପ୍ଲୋମା ଇନ ଗ୍ରାଫିକ୍ସ ଡିଜାଇନ ରିଚ ମିଡିଆ ଗ୍ରାଫିକ ଡିଜାଇନିଂ ଶିକ୍ଷାନୁଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନିଂ (ଅହମ୍ମଦାବାଦ) ଇଣ୍ଡ୍ରଷ୍ଟ୍ରିଆଲ ଡିଜାଇନ ସେଣ୍ଟର (ମୁମ୍ବଇ) ଇନଷ୍ଟ୍ରିମେଣ୍ଟ ଡିଜାଇନ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର (ଦିଲ୍ଲା) ଡିପାର୍ଟମେଣ୍ଟ ଅଫ ଡିଜାଇନ(ଗୌହାଟି) ଭିଡିଓ ଏଡିଟିଂ ବିଭିନ୍ନ ଅବସରରେ ରେକର୍ଡ ହୋଇଥିବା ଭିଡିଓକୁ ‘ଭିଡ଼ିଓ, ଏଡିଟର୍ସ’ମାନେ ସଂପାଦିତ କରିଥାନ୍ତି । ଭିଡ଼ିଓକୁ ଆକର୍ଷିକ କରିବା ପାଇଁ ବିବାହ, ସିନେମା, ଗଣମାଧ୍ୟମ ଆଦି କ୍ଷେତ୍ରରେ ଭିଡିଓ ଏଡିଟରଙ୍କ ଖୋଜା ପଡିଥାଏ । ପାଠ୍ୟକ୍ରମ: ଏମ.ଏଫଏ ଇନ ମିଡିଆ ଡିଜାଇନ ବି.ଏସ ଇନ ଡିଜିଟାଲ ସିନେମାଟୋଗ୍ରାଫି ମାଷ୍ଟର୍ସ ଅଫ ଆର୍ଟ୍ସ ଇନ ଫିଲ୍ମ ଏଣ୍ଡ ଟିଭି ଶିକ୍ଷାନୁଷ୍ଠାନ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ପୁଣେ) ସତ୍ୟଜିତ ରାୟ ପିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ (କଳାକାତା) ହ୍ଵିସିଲି° ଉଡ୍ ଇଣ୍ଟରନ୍ୟାସନାଲ (ମୁମ୍ବଇ) ସେଣ୍ଟର ଫର ରିସର୍ଜ ଇନ ଆର୍ଟ ଅଫ ଫିଲ୍ମ ଏଣ୍ଡ ଟେଲିଭିଜନ (ଦିଲ୍ଲା) .ଏସିଆନ ଏକାଡେମୀ ଅଫ ଫିଲ୍ମ ଏଣ୍ଡ ଟେଲିଭିଜନ (ନୋଏଡା) ବ୍ୟୁଟିସିଆନ କୋର୍ସ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବ୍ୟୁଟିସିଆନ କୋର୍ସ ରହିଛି । ଜଣେ ଭଲ ବ୍ୟୁଟିସିଆନଙ୍କ ରୋଜଗାର ଜଣେ ଉଚ୍ଚ ବେତନଭୋଗୀ ସରକାରୀ କର୍ମଚାରୀଠାରୁ କିଛି କମ ନୁହେଁ । ତେଣୁ ଏହି ପାଠ୍ୟକ୍ରମରେ ନାମ ଲେଖାଇ ଜଣେ ପରବର୍ତ୍ତା ସମୟରେ ନିଜର ବ୍ୟବସାୟ ଆରମ୍ଭ କରି ପାରିବେ । ପାଠ୍ୟକ୍ରମ ଡିପ୍ଲୋମା ଇନ୍ ହେୟାର ଡିଜାଇନିଂ ଡିପ୍ଲୋମା ଇନ୍ କସମେଟିକ ଡିପ୍ଲୋମା ଇନ ଇଲେକଟ୍ରୋଲୋଜି ଡିପ୍ଲୋମା ଇନ ହେୟାର ଷ୍ଟାଇଲିଂ ଏଣ୍ଡ କଳରିଂ ସିଡିସ୍କୋ ଡିପ୍ଲୋମା ଏଣ୍ଡ ବିଉଟି ଥେରାପି ଶିକ୍ଷାନୁଷ୍ଠାନ : ଚୁଟିକ୍ ଇନଷ୍ଟିଚ୍ୟୁଟ ଅଫ ବିଉଟି ଥେରାପି ଏଣ୍ଡ ହେୟାର ଡ୍ରେସିଂ (ମୁମ୍ବଇ) କ୍ରିଷ୍ଟିନ ଭାଲମି ଇଣ୍ଟରନ୍ୟାସନାଲ ସ୍କୁଲ ଅଫ ଏସ୍ ଥେଟିକ୍ସ(ମୁମ୍ବଇ) ଏନରିଚ୍ ସେଲୁନ ଏଣ୍ଡ ଏକାଡେମୀ( ମୁମ୍ବଇ) ଏଲ.ଟି.ଏ. ସ୍କୁଲ ଅଫ ବିଉଟି(ମୁମ୍ବଇ) ଆଧାର କ୍ୟାରିୟର କାଉନ୍ସିଲିଙ୍ଗ