ନୂଆ ସଂସ୍ଥା ରେ ଯୋଗ ଦେଉଥିଲେ ଆପଣ ନିଜ ବୃତ୍ତିଗତ ଜୀବନ ଏକ ଉଚ୍ଚ ପଦବୀରୁ ଆରମ୍ଭ କରିବେ ନା ନିମ୍ନ ପଦବୀରୁ ତାହା ଆପଣଙ୍କ ଶିକ୍ଷାଗାତ ଯୋଗ୍ୟତା ଉପରେ ନିର୍ଭରକରେ । ଏକାଡେମିକ କ୍ୟାରିୟର ସହିତ ବୈଷୟିକ ଜ୍ଞାନକୌଶଳ ଦକ୍ଷତା ଏବଂ ଅଭିଜ୍ଞାତା ଜଣକୁ ଉଚ୍ଚ ପଦବୀ ପାଇବା ପାଇଁ ଯୋଗ୍ୟ କରାଇଥାଏ । ସେହିପରି ଏକ ବ୍ୟବସାୟିକ ଅନୁଷ୍ଠାନ ଏହାର ମାନବ ସମ୍ବଳ କ୍ଷମତା, ବ୍ୟବସାୟର ଆକାର ତଥା ଉତ୍ପାଦନ କ୍ଷମତା ଆଧାରରେ ବୃହତ୍ତ ଶିଳ୍ପ ବା କ୍ଷୁଦ୍ର ଶିଳ୍ପ ଭାବେ ପରିଗଣିତ ହୋଇଥାଏ । ସମସ୍ତ ବ୍ୟବଶାୟିକ ପ୍ରତିଷ୍ଠାନ ନିଜ ନିଜର ଲକ୍ଷ୍ୟ ଏବଂ ଯୋଜନା ଅନୁସାରେ ପରିଚାଳିତ ହୋଇଥାଆନ୍ତି । କର୍ମଚାରୀଙ୍କ ଶ୍ରମ ତଥା ମାନବ ସମ୍ବଳର ଦକ୍ଷତା ହିନ ଏହାକୁ ହାସଲ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଆନ୍ତି । ଏହି ମାନବ ସମ୍ବଳକୁ ସେମାନଙ୍କ ଅଭିଜ୍ଞାତା ଦ୍ରୁଷ୍ଟିରୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ଥା ହେଲା ବରିଷ୍ଠ ଓ କନିଷ୍ଠ । ସଂଗଠନର ଲକ୍ଷ୍ୟ ସାଧନ କରିବା ପାଇଁ ଦକ୍ଷତାସମ୍ପର୍ଣ୍ଣ କର୍ମଚାରୀ ଆବଶ୍ୟକ । ଯେଉଁମାନେ ନିଜ କାର୍ଯ୍ୟକୁ ନିଷ୍ଠାର ସହିତ ସମ୍ପାଦନ କରୁଛନ୍ତି ସେହିଭଳି କର୍ମଚାରୀ ସଂଗଠନକୁ ଅଗ୍ରସର କରାଇଥାଆନ୍ତି । ବର୍ତ୍ତମାନର ପ୍ରତିଯୋଗୀତାପୂର୍ଣ୍ଣ ବଜାରରେ ସବୁ କ୍ଷେତ୍ରରେ ବିକଳ୍ପ ଭତ୍ତା ହେଲାଣି । ନିର୍ଦ୍ଧିଷ୍ଟ ଦ୍ରବ୍ୟ ବା ସେବା ପ୍ରଦାନ କରିବା ପାଇଁ ଏକାଧିକ ସଂସ୍ଥା ଅଛନ୍ତି । ଏହି ଦ୍ରୁଷ୍ଟିରୁ କର୍ମଚାରୀମାନେ ଏକ ସଂସ୍ଥା ଛାଡି ଅନ୍ୟ ସଂସ୍ଥାକୁ ଯିବାର ସୁଯୋଗ ପାଇଛନ୍ତି । ଗ୍ରାହକ ଯେପରି ନିଜ ଇଚ୍ଛା ମୁତବକ କମ୍ପାନୀର ଦ୍ରବ୍ୟ କ୍ରୟ କରିପାରୁଛନ୍ତି କର୍ମଚାରୀ ମଧ୍ୟ ନିଜ ଇଚ୍ଛା ମୁତାବକ କମ୍ପାନୀ ବାଛି ପାରୁଛନ୍ତି ॰ । ଅଧିକ ଦରମା, ଉଚ୍ଚ ପଦବୀ, ତୁଳନାତ୍ମକ ଭାବେ ଉତ୍ତମ କାର୍ଯ୍ୟ।ନୁଷ୍ଠାନ ଆଶା କରି କର୍ମଚାରୀମାନେ ଗୋଟିଏ ସଂସ୍ଥା ଛାଡି ଅନ୍ୟ ସଂସ୍ଥାରେ ଯୋଗ ଦେଇ ଥାଆନ୍ତି । କେବଳ ସେତିକି ନୁହେଁ , କାର୍ଯ୍ୟ।ଳୟର ଅନ୍ତଃକନ୍ଦଳ ମଧ୍ୟ ଚାକିରି ଛାଡିବା ପାଇଁ ଅନେକଙ୍କୁ ବାଧ୍ୟ କରାଇଥାଏ । କାର୍ଯ୍ୟ।ଳୟ ବିପକ୍ଷବାଦୀ ସୃଷ୍ଟି ହେବା । ବିଭିନ୍ନ ସମୟ ରେ ଆଳ ଦେଖାଇ ଦୋଷାରୋପ କରିବା ଆଦି କାରଣରୁ ମଧ୍ୟ ଅନେକ ନିଷ୍ଠାବାନ କର୍ମଚାରୀ ଚାକିରି ଛାଡିବା ପାଇଁ ବାଧ୍ୟ ହୋଇ ଥାଆନ୍ତି । ବିଶେଷଜ୍ଞଙ୍କ ମତରେ ଏକ କମ୍ପାନୀ ଛାଡି ଅନ୍ୟ ଏକ କମ୍ପାନୀ ଚୟନ କରିବା ଭୁଲ ନିଷ୍ପତ୍ତି ନୁହେଁ । ଚାକିରି ଛାଡିବାର କାରଣ ଯଦି ଉପଯୁକ୍ତ ତେବେ ବିଶେଷଜ୍ଞମାନେ ଛାଡିବା ସପକ୍ଷରେ ଯୁକ୍ତି ବାଢନ୍ତୁ । ପ୍ରଖ୍ୟାତ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବଟନ ଗଭର୍ଣ୍ଣର ରଘୁରାମ ରାଜାଙ୍କ ମୁଦ୍ରାନୀତି, ପରିଚାଳନା ଓ ନିଷ୍ପତ୍ତିକୁ ଅନେକେ ପ୍ରଶଂସା କରୁଥିଲେ ମଧ୍ୟ ସେ ଦ୍ଵିତୀୟ ଥର ପାଇଁ ନିଜ ପଦବୀ ଗ୍ରହଣ ନକରି ଏହାକୁ ପରିତ୍ୟାଗ କରିଥିଲେ । ଅନ୍ୟପକ୍ଷରେ ଏକ ସଂସ୍ଥା କ୍ଷୁଦ୍ର ହୋଇପାରେ , ବୃହତ୍ତ ହୋଇପାରେ ସରକାରୀ ହୋଇପାରେ , ବେସରକାରୀ ମଧ୍ୟ ହୋଇପାରେ । ଏହା ଅଧିକାଂଶ ଜାଣନ୍ତି ଯେ , ଏକ ଅଣ ସଂଗଠିତ କର୍ମସଂସ୍ଥାନରେ ନିଯୁକ୍ତି ପାଇବା ପାଇଁ ଯେତେ ସୁଯୋଗ ରହିଛି ସେ ତୁଳନାରେ ଏକ ଉତ୍ତମ ସଂଗଠିତ କର୍ମସଂସ୍ଥାନରେ ସେତିକି ସୁଯୋଗ ନାହିଁ । ବିଶେଷକରି ଭାରତରେ ଅର୍ଦ୍ଧାଧିକ କର୍ମଚାରୀ ଅଣସଂଗଠିତ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ଅଣ ସଂଗଠିତ ସଂସ୍ଥାଗୁଡିକ ହିଁ ଅଧିକ ନିଯୁକ୍ତି ପ୍ରଦାନ କରୁଛନ୍ତି । ସେହିପରି ଅଣସଂଗଠିତ ସଂସ୍ଥା ତୁଳନା ଏ ସଂଗଠିତ ସଂସ୍ଥାରେ କର୍ମଚାରୀମାନେ ନିଯୁକ୍ତି ଛାଡିବା କମ ଦେଖିବାକାଉ ମିଳେ । ସେହିପରି ବର୍ତ୍ତମାନର ଯୋଗ୍ୟ ତଥା ଅଭିଜ୍ଞ ସମ୍ପର୍ଣ୍ଣ କର୍ମଚାରୀମାନେ ନିଜ ଉଦ୍ଦେଶ୍ୟରେ ସାଧନ ନ ହେଲେ ଚାକିରି ଛାଡିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏଭଳି ସ୍ଥଳରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଡ଼ିଆଇଜି ସାମ୍ନାକୁ ଆସେ । କେତେକେ ନିଜ କ୍ୟାରିୟରର ଅଭିବୃଦ୍ଧି ପାଇଁ ସଂସ୍ଥା ଛାଡି ଥାଆନ୍ତି ତା କେତେକ ନିଜ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଚାକିରି ଛାଡି ଥାଆନ୍ତି । ଫ୍ରେସରଙ୍କ କ୍ଷେତ୍ରରେ ଚାକିରି ଛାଡିବା ପାଇଁ ଅଧିକ ସୁଯୋଗ ନଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁମାନେ କୌଣସି ଏକ ଶାସନ୍ଥାରେ ନିଜ କ୍ୟାରିୟର ଆରମ୍ଭ କରୁଛନ୍ତି ସେଠାରେ ଆତ୍ମସନ୍ତୋଷ ନ ମିଳିଲେ ମଧ୍ୟ ହଠାତ ଆଉ ଏକ ସଂସ୍ଥା ପାଇଯିବା ସହଜ ହୋଇନଥାଏ । ଏହି ଦ୍ରୁଷ୍ଟିରୁ ଏକ ସଂଗଠନରେ ଦୁଇ ଶ୍ରେଣୀର କର୍ମଚାରୀ ଅଛନ୍ତି ବୋଲି କୁହାଯାଇ ପରେ । ଗୋଟିଏ ଶ୍ରେଣୀ ଅନଭିଜ୍ଞ ବା ନିଜ ସଂଗଠନ ତଥା କାର୍ଯ୍ୟଶୈଳୀ ସମ୍ପର୍କରେ ବିଶେଷ ପରିଚିତ ନ ହୋଇଥିବା ବେଳେ ଆଉ ଏକ ଗୋଷ୍ଠୀ ପ୍ରଚୁର ଅଭିଜ୍ଞାତାସମ୍ପର୍ଣ୍ଣ ହୋଇଥାଆନ୍ତି । କିନ୍ତୁ ଅଭିଜ୍ଞ ହୁଅ ବା ଅନଭିଜ୍ଞ ଏକ ନୂତନ ସଂସ୍ଥା ରେ କାର୍ଯ୍ୟ ଆରମ୍ଭ କରିବା ସମୟରେ ସେଠାରେ କେମିତି ସଫଳ ହେବ ତାହା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ଆପଣ ପ୍ରେସର ହୋଇଥିଲେ ଫ୍ରେସର କ୍ଷେତ୍ରରେ ନିଜ କମ୍ପାନୀ ତଥା ବସଙ୍କ ପାଖରେ ନିଜକୁ ବିଶ୍ଵସ୍ତ , କର୍ମଠ ଓ ସତ୍ୟନିଷ୍ଟ ବୋଲି ପ୍ରମାଣିତ କରିବା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । ଚାକିରିରେ ଯୋଗଦେବାର ପ୍ରଥମ ଦିନରୁ ହିଁ ନିଜର ସର୍ବୋକୃଷ୍ଟ ପ୍ରଦର୍ଶନ ଦେଖାଇବା ଉଚିତ । ଯଦି ଆପଣ ଜଣେ ଫ୍ରେସର ତେବେ ନିମ୍ନ ବର୍ଣ୍ଣିତ କେତେକ ସାଧାରଣ ଟିପ୍ସ ଅନୁଧ୍ୟାନ କରିପାରନ୍ତି । ମନେରଖନ୍ତୁ ଆପଣଙ୍କୁ ଯେଉଁ ଅନୁଷ୍ଠାନ ଯୋଗ୍ୟ ବିବେଚିତ କରି ନିଯୁକ୍ତି ପ୍ରଦାନ କରିଛି ଉକ୍ତ ସଂଗଠନର ସଫଳତା ପାଇଁ ଆପଣଙ୍କ ଅବଦାନ ସନ୍ତୋଷଜନକ ହେବା ଉଚିତ । ତାହା ସଂସ୍ଥା ଆଶାକରେ । କର୍ମଚାରୀଙ୍କୁ ୧୦୦ ପ୍ରତିଶତ ସୁହାଇଲା ଭଳି ଅନୁଷ୍ଠାନ ମିଳିବା କଷ୍ଟ । ଜଣେ ଫ୍ରେସର ହିସାବରେ ସବୁ କ୍ଷେତ୍ରରୁ ଯେ ଆପଣ ସହଯୋଗ ପାଇବା ବା କୋଣସି ସମସ୍ୟା ସାମ୍ନା କରିବେ ନାହିଁ ତାହା ଭାବନ୍ତୁ ନାହିଁ । ସେହିପରି ବାହାରୁ କମ୍ପାନୀ ସମ୍ପର୍କରେ ଶୁଣିଥିବା ସମ୍ପର୍କରେ ଶୁଣିଥିବା କଥାକୁ ପୂର୍ଣ୍ଣ ବିଶ୍ଵାସ ନ କରି ନୂତନ ଜ୍ଞାନ ଆହରଣ କରିବା , ବରିଷ୍ଠଙ୍କଠାରୁ କାର୍ଯ୍ୟ ଶୈଳୀ ଶିଖିବା ପାଇଁ ପ୍ରୟାସ କରନ୍ତୁ । ଫ୍ରେସର ହିସାବରେ ସମୟାନୁବର୍ତ୍ତୀ ହେବା ନିହାତି ଆବଶ୍ୟକ । ସେହିପରି ବରିଷ୍ଠଙ୍କ ପାଖରେ ଭଦ୍ର ଓ ଶିଷ୍ଟ ଆଚାରନ ପ୍ରଦର୍ଶନ କରିବା ଉଚିତ । ନିଜ ସହକର୍ମୀଙ୍କ ସହିତ ଭଦ୍ରତାର ସହ ବାର୍ତ୍ତାଳାପ କରନ୍ତୁ । ସବୁ ସଂସ୍ଥାର ନିଜସ୍ୱ କାର୍ଯ୍ୟଶୈଳୀ ଓ ନୀତି ରହିଛି । ତେଣୁ ଏହାକୁ ମାନି କାର୍ଯ୍ୟ କରିବା ଫ୍ରେସର ହିସାବ ରେ ଦାୟିତ୍ଵ । କିନ୍ତୁ କମ୍ପାନୀର ନୀତି ଓ ନିୟମ ସମ୍ପର୍କରେ ପ୍ରାରମ୍ଭରୁ କୌଣସି ଅଭିଯୋଗ ଆଣିବା ଉଚିତ ନୁହେଁ । ଯେତେବେଳେ କମ୍ପାନୀ କୋଣସି ଆଲୋଚନାରେ ଆପଣଙ୍କ ମତ ଲୋଡିବ ତେବେ ସେତେବେଳେ ନିଜର ମତ ପ୍ରକାଶ କରିବା ଉଚିତ । ସଦାବେଳେ ନିଜର କାମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସେସ କରି ଏହାକୁ ଆଉଠାରେ ତଦାରଖ କରିବା ପାଇଁ ଚେଷ୍ଟା କରନ୍ତୁ । କିନ୍ତୁ ସମୟ ପୂର୍ବରୁ ସେସ କରି ଏହାକୁ ନିଜ ସହକର୍ମୀଙ୍କ ପାକହରେ ଦେଖେଇ ହେବା ଉଚିତ ନୁହେଁ । ଅଫିସ ସମୟରେ ବ୍ୟକ୍ତିଗତ ଫୋନ କଲରେ ଅଧିକ ସମୟ ନିଅନ୍ତୁ ନାହିଁ । ସେହିପରି ବାରମ୍ବାର ନିଜ ଡେସ୍କ ଛାଡି ବାହାରକୁ ଯାଆନ୍ତୁ ନାହିଁ । ଯଦି ଆପଣ ଅଭିଜ୍ଞ ଗୋଟିଏ ସଂସ୍ଥା ଛାଡି ଅନ୍ୟ ସଂସ୍ଥାରେ ଯୋଗ ଦେବା ଆପଣଙ୍କ କ୍ୟାରିୟରର ଏକ ଅଂଶ ବିଶେଷ । ଯେଉଁ ଚାକିରି ଛାଡି ଆପଣ ଅନ୍ୟତ୍ର ଯାଉଛନ୍ତି ତାହା ଯଦି ତୁଳାନାତ୍ମକ ଭାବେ ଭଲ ତେବେ ଏହା ଅଧିକ ପସନ୍ଦ ଯୋଗ୍ୟ । ଅଭିଜ୍ଞ ବ୍ୟକ୍ତି ଏକ ସଂସ୍ଥା ଛାଡି ଅନ୍ୟତ୍ର ଯିବା ସମୟରେ କେତୋଟି ଦିଗକୁ ଧ୍ୟାନ ଦେବା ଉଚିତ । ଅଫିସରେ ବିଭିନ୍ନ ସ୍ତରର କର୍ମଚାରୀଙ୍କ ସହ ଉତ୍ତମ ସମ୍ପର୍କ ସୃଷ୍ଟି କରନ୍ତୁ । ଏହାକାଉ କେତେଜଣଙ୍କ ପାଖରେ ସୀମିତ ରଖନ୍ତୁ ନାହିଁ । ନୂତନ ଭାବେ କୌଣସି ସଂସ୍ଥାରେ ଉଚ୍ଚ ପଦବୀରେ ଯୋଗ ଦେଇଥିଲେ ସେଠାର କାର୍ଯ୍ୟଶୈଳୀ ଆପଣଙ୍କୁ ପସନ୍ଦ ଆସୁ ନଥିଲେ ବରିଷ୍ଠ ଗୋଷ୍ଠୀଙ୍କ ସହ ଏ ସମ୍ପର୍କରେ ସକାରାତ୍ମକ ଭାବେ ଆଲୋଚନା କରନ୍ତୁ । ନିଜର ଅଭିଜ୍ଞାତା,ଚିନ୍ତାଧାରା ତଥା ଯେଉଁ ନୂତନ ପ୍ରଥା ପ୍ରଚାଳନ କରିବା ପାଇଁ ଚାହୁଁଛନ୍ତି ସେ ସମ୍ପର୍କରେ ଆଲୋଚନା କରନ୍ତୁ । ବିଭିନ୍ନ ସ୍ତରର କର୍ମଚାରୀଙ୍କ ମଧ୍ୟ ଅଫିସ ତଥା ଅଫିସ ବାହାରର କଥାକୁ ନେଇ ଆଲୋଚନା ଆହୁଏ । ଯାହାକି ଅଫିସର ଉନ୍ନତି ପାଇଁ କୌଣସି କାର୍ଯ୍ୟରେ ଆସି ନଥାଏ । ଏଭଳି ସମସ୍ୟାକୁ ସମାଧାନପାଇଁ ଉପଯୁକ୍ତ ବାଟ କାଢନ୍ତୁ । କୌଣସି ଅଯଥା କାର୍ଯ୍ୟରେ ସମୟ ଅପଚୟ ନକରି ମୂଲ୍ୟବାନ କାର୍ଯ୍ୟରେ ନିଜର ସମୟ ଯେପରି ବିନିଯୋଗ ହେବେ ଟହକଉ ଧ୍ୟାନ ଦେବା ଉଚିତ । ନୂଆ ସଂସ୍ଥାରେ ଯୋଗ ଦେଇଥିବାରୁ ଅଫିସର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କଥାକୁ ଭଲଭାବେ ବୁଝନ୍ତୁ । ସବୁ କଥାରେ ପୂର୍ବରୁ ଥିବା କର୍ମଚାରୀଙ୍କ ଠାରୁ ଶୁଣିବା ଅଭ୍ୟାସ କରନ୍ତୁ ନାହିଁ । ମନେ ରଖନ୍ତୁ ଉତ୍ତାନ ପ୍ରଦର୍ଶନ କରୁଥିବା କର୍ମନିଷ୍ଠ ତଥା ଦାୟିତ୍ଵସମ୍ପର୍ଣ୍ଣ କର୍ମଚାରୀଙ୍କୁ କୌଣସି ସଂସ୍ଥା ହରାଇବାକୁ ଚାହେଁ ନାହିଁ । ତେଣୁ ପ୍ରଦର୍ଶନ ହିଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଆପଣ ଯେତେ ବଡ ପଦବୀରେ ଥାଆନ୍ତୁ ନା କାହିଁକି କେତେକ ସାଧାରଣ ନୀତି ନିୟମକୁ କେବେ ହେଲେ ଅବହେଳା କରିବା ଉଚିତ ନୁହେଁ । ଆଧାର- ପି.କେ ପ୍ରାମାଣିକ