ଉପକ୍ରମ

ଫୁଲର ମହକ ଓ ସାଜସଜା ଭିତରେ ଜୀବନ ବଞ୍ଚିବାକୁ ଚାହାନ୍ତି କି ? ଯଦି ହିଁ, ତେବେ ଏହି ଫୁଲର ସମ୍ଭାରକୁ ନେଇ କରନ୍ତୁ ନା କ୍ୟାରିଆର । ତେଣିକି ସେ ଉତ୍ସବ ହେଉ ଅବା ବା ବିବାହ ମଣ୍ଡପ କିମ୍ବା ଘର ହେଉ ଅବା ଫୁଲ ତୋଡା ଏସବୁରେ ନିଜର ଦକ୍ଷତା ଦେଖାଇ ପାରିବେ । ଆଉ ଫ୍ଲେରାଲ୍ ଡିଜାଇନର୍ ଭାବେ ବେଶ୍ ଭଲ ଦୀପଇସା ରୋଜଗାର ବି କରିପାରିବେ ।

କିଏ କରିପାରିବେ

ଆଗକୁ ବଢିବା ପାଇଁ ଦୁନିଆରେ ଏମିତି ବହୁ କ୍ୟାରିଅର ରହିଛି । ଆପଣ ଚାହିଁଲେ ନିଜ ପସନ୍ଦର କ୍ଷେତ୍ର ବାଛି ଭାଗ୍ୟ ପରୀକ୍ଷା କରିପାରନ୍ତି । ଡିଜାଇନିଂ ଓ ଡେକୋରେସନ୍ ରେ ରୁଚି ଥିଲେ ଏହି କ୍ଷେତ୍ରରେ କ୍ୟାରିଅର କରିବା ଉଚିତ୍ ହେବ ।

ଯୋଗ୍ୟତା

ଏହି କ୍ଷେତ୍ରରେ କ୍ୟାରିଆର କରିବା ପାଇଁ ସେମିତି ବିଶେଷ କିଛି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ । ଆପଣ ପାଠ ପଢିବା । ସମୟରେ ମିଳୁଥିବା ଛୁଟି ସମୟରେ ଏ କୋର୍ସ କରିପାରିବେ ।

କୋର୍ସ

କେତେକ ବେସରକାରୀ ଅନୁଷ୍ଠାନ ଫ୍ଲେରାଲ୍ ଡିଜାଇନିଂର ଏକ ମାସିଆ ସାର୍ଟିଫିକେଟ୍ କୋର୍ସ ଦେଉଛନ୍ତି । ଏଠାରେ ସପ୍ତାହକୁ 3 ବା ୪ ଦିନ କ୍ଲାସ୍ ଦିଆଯାଇଥାଏ । ଏହି କୋର୍ସଗୁଡିକ ହେଉଛି । କନ୍ ଟେମ୍ପରାରୀ ଫ୍ଲେରାଲ୍ ଡିଜାଇନିଂ କୋସେସ୍ ପ୍ରୋଗ୍ରେସିଭ୍ ପ୍ରଫେସନାଲ୍ ଫ୍ଲେରାଲ୍ ଡିଜାଇନିଂ କୋର୍ସ

କୋର୍ସ କରିବା ବେଳେ

କୋର୍ସ କରୁଥିବା ସମୟରେ ଘରେ ବସିବା ସମୟରେ ନଷ୍ଟ କରିବା ପରିବର୍ତ୍ତେ

ଏହି ଡିଜାଇନ୍ ର ଭିନ୍ନ ଭିନ୍ନ ପ୍ରୟୋଗ କରିପାରିବେ ।

ଅଧିକ ଜାଣିବା ପାଇଁ ଘରେ ଅଲଗା ଅଲଗା ଥିମ୍ ନେଇ ପ୍ରାକ୍ଟିକାଲ୍ କରିପାରିବେ ।

ସିଖୁବା ସମୟରେ ଯଦି ଘରର ପାଖ ପଡୋଶୀଙ୍କ ଘରେ ଉତ୍ସବ ବା ବିବାହ ପାଳିତ ହେଉଥାଏ, ତେବେବ ସେଠାକାର ଡେକୋରେସନ୍ ଦାୟିତ୍ଵ ହାତାକୁ ନେବାକୁ ଚେଷ୍ଟା କରନ୍ତୁ ।

ପରିସର

ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ଅଧିକ ଅର୍ଥର ଆବଶ୍ୟକ ପଡି ନଥାଏ । ଆପଣ ଖୁବ୍ କମ୍ ଅର୍ଥ ବିନିଯୋଗ କରି ଘରୁ ବି ବ୍ୟବସାୟ ଆରମ୍ଭ କରିପାରିବେ । ପ୍ରଥମ ନିଜ ସାଇପଡିଶାଙ୍କଠାରୁ ଅର୍ଡର ନେଇପାରିବେ । ପରେ ବାହାରକୁ ଯିବାର ବାଟ ଆପେ ଆପେ ବାହାରି ଆସିବା । ଫ୍ଲେରାଲ୍ ଡିଜାଇନର୍ ଭାବରେ ବେଶ୍ ନାଁ କମାଇପାରିବେ ।

ଦରମା

ଏହି କ୍ଷେତ୍ରରେ ଆପଣ ଚାକିରି କରନ୍ତୁ କିମ୍ବା ନିଜ ବ୍ୟବସାୟ ପ୍ରାଥମିକ ପର୍ଯ୍ୟାୟରେ ୨୦,୦୦୦ ନିଶ୍ଚିୟ ପାଇପାରିବେ । ଏହି କାମ ପାଇଁ କେତେ ସମୟ ଦେବେ ସେତେ ରୋଜଗାର କରିପାରିବେ । ଯଦି ଆପଣଙ୍କ ଡେକୋରେସନ୍ ଖୁବ୍ ଭଲ ହୁଏ, ତେବେ ବହୁ ବଡ ବଡ ବିବାହ ଉତ୍ସବରେ ଆପଣକୁ ଡେକୋରେସନ୍ ପାଇଁ ଆପେ ଆପେ ଡାକରା ଆସିଥାଏ । ଯାହା ରୋଜଗାକୁ ବଢାଇ ଚାଲେ ।

ଆଧାର

ପ୍ରମେୟ