ଲକ୍ଷ୍ୟ ଅନ୍ୟାନ୍ୟ ପଛୁଆ ବର୍ଗର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପିଲା ବିଶେଷ କରି ଝିଅ ପିଲାଙ୍କ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ଯୋଜନା ପ୍ରଣୟନ କରାଯାଇଛି । ପଛୁଆ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ରହିବା ପାଇଁ ବ୍ୟବସ୍ଥା ଛାତ୍ରବାସ ୩ୟ ଶ୍ରେଣୀ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଯିଏ ଛାତ୍ରବାସରେ ରହୁଥିବେ ସେମାନଙ୍କୁ ନିମ୍ନଲିଖିତ ଭାବରେ ବୃତ୍ତି ଦିଆଯିବ । ୩ ୟ ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ମାସକୁ ୨୦୦ ଟଙ୍କା ଲେଖାଏଁ ୧୦ ମାସ ପର୍ଯ୍ୟନ୍ତ । ନବମ ଶ୍ରେଣୀରୁ ୧୦ମ ପର୍ଯ୍ୟନ୍ତ ମାସକୁ ୨୫୦ ଟଙ୍କା ଲେଖାଏଁ ୧୦ ମାସ ପର୍ଯ୍ୟନ୍ତ । ଛାତ୍ରବାସରେ ରାହୁନଥିବା ଛାତ୍ର ପ୍ରଥମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଛାତ୍ର ମାନେ ଛାତ୍ରବାସରେ ନରୁହନ୍ତି ସେମାନଙ୍କୁ ନିମ୍ନଲିଖିତ ଭାବେ ବୃତ୍ତି ଦିଆଯାଏ । ପ୍ରଥମରୁ ପଞ୍ଚମ ମାସକୁ ୨୫ ଟଙ୍କା ୧୦ ମାସ ପର୍ଯ୍ୟନ୍ତ । ୬ଷ୍ଠ ରୁ ୮ମ ମାସକୁ ୪୦ ଟଙ୍କା ୧୦ ମାସ ପର୍ଯ୍ୟନ୍ତ । ୯ମ ଓ ୧୦ମ ମାସକୁ ୫୦ଟଙ୍କା ୧୦ ମାସ ପର୍ଯ୍ୟନ୍ତ । ଆଡହକ ଗ୍ରାଣ୍ଟ ସମସ୍ତ ଛାତ୍ର ସେ ହଷ୍ଟେଲରେ ରୁହନ୍ତୁ କି ନାହିଁ ସମସ୍ତଙ୍କ ପାଇଁ ବର୍ଷକୁ ୫୦୦ଟଙ୍କା ମିଳେ । ବୃତ୍ତି ବୃତ୍ତି ରାଶି ବିଦ୍ୟାଳୟରେ ଦାଖିଲା ଦିନରୁ ସ୍କୁଲ ଛାଡିବା ପର୍ଯ୍ୟନ୍ତ ମିଳେ । ଛୁଟି ସମୟର ବୃତ୍ତି ମିଳେ ନାହିଁ । ସେଥିପାଇଁ ବୃତ୍ତି ରାଶି `୧୦ ମାସ ପର୍ଯ୍ୟନ୍ତ ଦିଆଯାଏ । ବେଳେବେଳେ ସ୍କୁଲରେ ପ୍ରବେଶ ଏବଂ ଛାଡିବା ଦିନକୁ ଦେଖି ୧୦ ମାସର ଅବଧି କମ ହୋଇପାରେ । ପାଠ୍ୟକ୍ରମର ସମୟ ସୀମା ପ୍ରଥମ ଶ୍ରେଣୀରୁ ପ୍ରବେଶ ହେବା ମାତ୍ରେ ପ୍ରାକ୍ ମାଟ୍ରିକ ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯାଏ । ହଷ୍ଟେଲରେ ରହୁଥିଲେ ୩ୟ ଶ୍ରେଣୀରୁ ପ୍ରାକ୍ ମ୍ୟାଟ୍ରିକ ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯାଏ । ବୃତ୍ତି ମନକୁ ମନ ୧୦ମ ଶ୍ରେଣୀ ପରେ ସରିଯାଏ । ଚୟନ ପ୍ରକ୍ରିୟା ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଛାତ୍ରଙ୍କୁ ଚୟନ କରନ୍ତି । ଯୋଗ୍ୟତା ବୃତ୍ତି ସେଇ ପିଲା ମାନଙ୍କୁ ଦିଆଯାଏ ଯାହାଙ୍କ ଅଭିଭାବଙ୍କ ବାର୍ଷିକ ଆୟ ୪୪, ୫୦୦ରୁ ଅଧିକ ହୋଇନଥିବ । ନୋଟ ୧ – ପିତା କିମ୍ବା ମାତା / ଯେଉଁ ଝିଅ ମାନେ ବିବାହ ପରେ ପାଠ ପଢୁଥିବେ ସେମାନଙ୍କ ସ୍ଵାମୀଙ୍କ ଆୟକୁ ମାନଦଣ୍ଡ ଭାବରେ ଗ୍ରହଣ କରାଯିବ । ଯଦି ପିତା / ମାତା ଉଭୟ ଆୟ କରୁଥିବେ ଆକସ୍ମିକ ଭାବରେ ଜଣଙ୍କର ମୃତ୍ୟୁ ହୋଇଯିବ ତାହେଲେ ଅନ୍ୟ ଜଣଙ୍କ ଆୟ ୪୪,୫୦୦ ରୁ ମେ ହୋଇଥିଲେ, ସେହି ଦୁଃଖଦ ଘଟଣା ଘଟିବା ପର ଠାରୁ ଛାତ୍ର ଛାତ୍ରୀଙ୍କୁ ବୃତ୍ତି ମିଳିବ । ନୋଟ ୨ – ଘରଭଡା ବାବଦକୁ ପାଉଥିବା ଅର୍ଥ ବାର୍ଷିକ ଆୟରେ ଯୋଗ କରାଯିବ ନାହିଁ । ନୋଟ ୩ – ଛାତ୍ର /ଛାତ୍ରୀଙ୍କୁ ଥରେ ମାତ୍ର ଆୟ ସାର୍ଟିଫିକେଟ ଦେବାକୁ ପଡିବ । ଯାହା ଏକ ବର୍ଷ ଠାରୁ ଅଧିକା ବ୍ୟବହାର ହୋଇପାରିବ । ପୁରଷ୍କାର ପାଇଁ ସର୍ତ୍ତ ଛାତ୍ର /ଛାତ୍ରୀ ବୃତ୍ତି ପାଉଥିବା ସମୟରେ ଚାକିରି କରିପାରିବେ ନାହିଁ କିମ୍ବା ଅଭିଭାବକ ମାନେ କର୍ମସ୍ଥଳୀ ରୁ କୌଣସି ପ୍ରକାର ସାହାଯ୍ୟ ପ୍ରାପ୍ତି ହେବେ ନାହିଁ । ଯଦି ଛାତ୍ର /ଛାତ୍ରୀ ପରୀକ୍ଷାରେ ଫେଲ ହୁଅନ୍ତି, ଫେଲ ହେବାର କାରଣ ସମ୍ପୃକ୍ତ ଅଧିକାରୀଙ୍କୁ ନ୍ୟାୟ ସଙ୍ଗତ ଲାଗେ ତେବେ ବୃତ୍ତି ଦିଆଯାଇପାରିବ । ଯଦି ଜଣେ ଛାତ୍ର / ଛାତ୍ରୀ ବିଦ୍ୟାଳୟର ନୀତି ନିୟମ ଭାଙ୍ଗନ୍ତି ତେବେ ତାଙ୍କର ବୃତ୍ତି ରଦ୍ଦ କରିଦିଆଯାଇପାରେ । ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳ ସିଧା ସଳଖ ବୃତ୍ତି ରଦ୍ଦ କରିବାର କ୍ଷମତା ରଖନ୍ତି । ଯଦି ଗୋଟିଏ ଅନୁଷ୍ଠାନରୁ ଅନ୍ୟ ଅନୁଷ୍ଠାନକୁ ଛାତ୍ରଛାତ୍ରୀ ସ୍ଥାନାନ୍ତର ହୁଅନ୍ତି ତେବେ ବୃତ୍ତି ମିଳିବ ନାହିଁ । ସାଧାରଣତଃ ଗୋଟିଏ ଶିକ୍ଷାବର୍ଷରେ ଅନୁଷ୍ଠାନ ବଦଳିବା ପାଇଁ ଅନୁମତି ମିଳେ ନାହିଁ । ଯଦି ଛାତ୍ର / ଛାତ୍ରୀ ଅନ୍ୟ କୌଣସି ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ପାଉଥାଆନ୍ତି ତେବେ ତାଙ୍କୁ ଏହା ମିଳିବ ନାହିଁ । ଛାତ୍ରଛାତ୍ରୀଙ୍କର ସ୍କୁଲ ଅଧିକାରୀଙ୍କ ଦ୍ଵାରା ସ୍ଥିର କରାଯାଇଥିବା ଉପସ୍ଥାନ ସଠିକ ଥିବା ଆବଶ୍ୟକ । ବୃତ୍ତିର ନବୀକରଣ ଥରେ ବୃତ୍ତି ଦିଆଯିବା ପରେ ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ରାଜ୍ୟସରକାର/କେନ୍ଦ୍ର ଶାସିତ ଅଞ୍ଚଳଙ୍କ ଦ୍ଵାରା ନବୀକରଣ ଘୋଷଣା କରାଯାଏ । ଏହା ସ୍ଥାନୀୟ ଖବର କାଗଜ ଓ ଅନ୍ୟାନ୍ୟ ଗଣମାଧ୍ୟମ ସାହାଯ୍ୟରେ ଘୋଷଣା କରାଯାଏ । ଦରଖାସ୍ତ ପ୍ରଣାଳୀ ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳର ନିର୍ଦ୍ଧିଷ୍ଟ ବିଭାଗ ଆବେଦନ ଫର୍ମ ବାହାର କରି ଶେଷ ତାରିଖ ସୁଦ୍ଧା ସମସ୍ତ ଦସ୍ତାବେଜ ସହ ଆବେଦନ କରାଯାଇପାରିବ । କ୍ଲିକ କରନ୍ତୁ "କ୍ଲିକ କରନ୍ତୁ" ଆଧାର – ପଛୁଆ ବର୍ଷ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି ଛାତ୍ରଛାତ୍ରୀଙ୍କ ଅଧିକ ସୂଚନା ପାଇଁ