ଭୁବନେଶ୍ଵର ତା ୩୧ ମାର୍ଚ୍ଚ ୨୦୧୪

ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀ

ନଂ XII –SME –SSA/2/2014 – 6939/SME ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାଙ୍କ ଅଧିକାର ଆଇନ-2009 ର ଧାରା -4ରେ 6 ବର୍ଷରୁ ଅଧିକ ବୟସର ଯେଉଁ ପିଲାମାନେ କୌଣସି ସ୍କୁଲରେ ନାମ ଲେଖାଇ ନଥିବେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି ଯାହାଫଳରେ ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖା ଯାଇପାରିବ । ଆଇନର ଧାରା 9(G) ରେ ଏହି ପ୍ରକାର ପିଲାମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦେବାର ଦାୟିତ୍ଵ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇଛି । ସେହି କାରଣରୁ ଏହା ଆବଶ୍ୟକ ଯେ ବୟସଭିତ୍ତିକ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ସ୍ଵତନ୍ତ୍ର ପ୍ରଶିକ୍ଷଣ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଚିହ୍ନଟ କରିବାକୁ ହେବ ।

ନିୟମ -5 ର ବ୍ୟବସ୍ଥା

ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାଙ୍କ ଅଧିକାର , ଓଡିଶା ନିୟମର ନିୟମ -5 ର ବ୍ୟବସ୍ଥା ଏବଂ ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରଣୀତ ନିର୍ଦ୍ଦେଶାବଳି ମୁତାବକ ସ୍କୁଲ ବାହାରେ ରହିଯାଇଥିବା ପିଲାମାନଙ୍କୁ ନିମ୍ନମତେ ବର୍ଗୀକରଣ କରାଯିବ ।

I. ସ୍କୁଲରେ ମାନ ଲେଖାଇ ନ ଥିବା 6 ବର୍ଷରୁ 14 ବର୍ଷ ବୟସ୍କ ଯେ କୌଣସି ପିଲା ।
II. ସ୍କୁଲରେ ନାମ ଲେଖାଇଥିବା କୌଣସି ପିଲା ଯଦି ନିମ୍ନୋକ୍ତ ବର୍ଗୀକରଣର ପରିସରଭୁକ୍ତ ହୋଇଥିବ ଯଥା :

(କ) ପିଲା ଯଦି ଲଗାତର 7 ଦିନ ପର୍ଯ୍ୟନ୍ତ ଅନୁପସ୍ଥିତ ରୁହେ ତେବେ ସମ୍ପୃକ୍ତ ସ୍କୁଲର ଶିକ୍ଷକ ପିଲାର ଅଭିଭାବକଙ୍କ ଘରକୁ ଯାଇ ଅଭିଭାବକଙ୍କ ସହ କଥାବାର୍ତ୍ତା କରିବେ ଏବଂ ପିଲାକୁ ସ୍କୁଲକୁ ଯିବା ନିମନ୍ତେ ପ୍ରବାର୍ତ୍ତାଇବେ ।

(ଖ) 10 ଦିନ ବିତି ଯିବା ପରେ ପିଲା ଯଦି ସ୍କୁଲକୁ ନଆସେ ତେବେ ସମ୍ପୃକ୍ତ ଶିକ୍ଷକ ପିଲାର ଅଭିଭାବକଙ୍କ ପାଖକୁ ଯାଇ ତା ବାପା ମାଆଙ୍କ ସହିତ ଆଲୋଚନା କରିବେ ଏବଂ ପିଲା ସ୍କୁଲ ଆସିବା ନିମନ୍ତେ ପରାମର୍ଶ ଦେବେ ।

(ଗ) 15 ଦିନ ବିତି ଯିବା ପରେ ପିଲା ଯଦି ସ୍କୁଲକୁ ନ ଆସେ ତେବେ SMC/PRI ପିଲାର ଅଭିଭାବକଙ୍କ ନିକଟକୁ ଯାଇ ସେମାନଙ୍କୁ ବୁଝାସୁଝା କରାଇବେ , ଉତ୍ସାହିତ କରାଇବେ ଏବଂ ଶେଷରେ ପିଲାକୁ ସ୍କୁଲକୁ ଆସିବାକୁ ବୁଝାଇବେ ।

(ଘ) ଏହାର ପରବର୍ତ୍ତୀ ତିନିଦିନ ପର୍ଯ୍ୟନ୍ତ ପିଲା ଯଦି ସ୍କୁଲକୁ ନଆସେ ତେବେ CRCC/BRCC ପିଲାର ବାପାମାଆଙ୍କ ପାଖକୁ ଯିବେ ଏବଂ ଆପ୍ରାଣ ଚେଷ୍ଟା କରି ସେମାନଙ୍କୁ ପ୍ରବର୍ତ୍ତାଇବେ ଯେପରି ସେମାନେ ତାଙ୍କ ପିଲାକୁ ସ୍କୁଲ ପଠାଇବାକୁ ବାଧ୍ୟ ହୁଅନ୍ତି ।

(ଙ) ଯଦି 30 ଦିନ ଭୀତରେ ପିଲା ସ୍କୁଲ ନ ଆସେ ସେ କ୍ଷେତ୍ରରେ ପିଲାକୁ “ସ୍କୁଲ ବହିର୍ଭୂତ “ ଅଥବା ପାଠ ଛାଡି ଦେଇଥିବା ପିଲା ରୂପେ ଘୋଷଣା କରାଯିବ । ଉପସ୍ଥାନ ଖାତାରେ ଏବଂ ନାମ ଲେଖା ଖାତାରେ ଏହା ଲିପିବଦ୍ଧ ହେବ ।

(ଚ) 30 ଦିନ ଭିତରେ ପିଲା ସ୍କୁଲକୁ ନଆସେ ତେବେ ପୁଣିଥରେ ତାର ମାନ ଲେଖା ଜୀବ ଏବଂ ସେ ଯଦି ସ୍ଵତନ୍ତ୍ର ପ୍ରଶିକ୍ଷଣ ଅବଶ୍ୟକ କରୁଥାଏ ତେବେ ଉପଲ୍ଲବ୍ଧ ଶିକ୍ଷକଙ୍କ ଦ୍ଵାରା ଏବଂ SMC ସହଯୋଗରେ ତାକୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ସର୍ବଶିକ୍ଷା ଅଭିଯାନର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଗାଢା ଯାଇଥିବା ଜିଲ୍ଲା ସ୍ତରୀୟ ସର୍ବଶିକ୍ଷା ଅଭିଯାନ କମିଟି ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି ଯେ ସ୍କୁଲ ବହିର୍ଭୂତ ପିଲାମାନକୁ ଚିହ୍ନଟ କରିବା, ଅବଶ୍ୟକସ୍ଥଳେ ସମ୍ପୃକ୍ତ ବିଭାଗମାନଙ୍କ ସହ ଓ ନାଗରିକ ସମାଜ ସହ ସୁସମ୍ପର୍କ ରକ୍ଷା କରି ସ୍ଵତନ୍ତ୍ର ପ୍ରଶିକ୍ଷଣ ଉପଲ୍ଲବ୍ଧ କରାଇବାରେ ବ୍ୟବସ୍ଥା କରିବା ହେଉଛି ସେମାନଙ୍କର (SSA କମିଟି ) କର୍ତ୍ତବ୍ୟ ।

ଆଧାର - ଶିଶୁର ନିଃଶୁକ୍ଳ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୦୯