ଭୁବନେଶ୍ଵର ତା.୩୧.୦୭.୨୦୦୧୪

ସଂଖ୍ୟା II –SME (B)-61-2014-16550 SME ଏହାଦ୍ଵାରା ଶିଶୁମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ (RCFCE) ୨୦୦୯ ଅନ୍ତର୍ଗତ ଧାରା ୩୮ (୮) ରେ ଉଲ୍ଲିଖିତ ବ୍ୟବସ୍ଥା ପ୍ରକାରେ ପଞ୍ଚାୟତରାଜ ଅନୁଷ୍ଠାନ ଏବଂ ବିଭିନ୍ନ ସହରାଞ୍ଚଳସ୍ତରୀୟ ନିକାୟ (ପୌର ସଂସ୍ଥା ଆଦି ) ମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ଭାବେ ଏହି ଅଧିନିୟମ ଧାରା ୨ (h) ଅନୁସାରେ ଓଡିଶା ସରକାରଘୋଷଣା କରୁଅଛନ୍ତି ।

୨. ବିଭିନ୍ନ ସ୍ତରରେ ଥିବା ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କର କାର୍ଯ୍ୟ ମୁଖ୍ୟତଃ ନିମ୍ନଲିଖିତ ଭାବେ ନିର୍ବାହ ହେବ ।

I. ଜିଲା ପରିଷଦ ( ଗ୍ରାମାଞ୍ଚଳ ) ଏବଂ iet function “ ସହରାଞ୍ଚଳ ସ୍ଥାନୀୟ ନିକାୟ (ସହରାଞ୍ଚଳ ):

ଜିଲ୍ଲା ଅନ୍ତର୍ଗତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷା ସମ୍ବନ୍ଧିତ ପରିକଳ୍ପନାଗୁଡିକର କାର୍ଯ୍ୟକାରିତାର ଦାୟିତ୍ଵ ଏବଂ ତଦାରଖ ଏବଂ ତାହାର ଉନ୍ନତି ସମେତ ଆର୍ଥିକ ସହାୟତା ପ୍ରଦାନ ଭଳି କାର୍ଯ୍ୟକ୍ରମ ଗ୍ରହଣ କରିବା ।

(II) ପଞ୍ଚାୟତ ସମିତି :

ବ୍ଲକ ଅନ୍ତର୍ଗତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷାର ପ୍ରସାର ଏବଂ ଏହାର ପରିଚାଳନା, ନିୟନ୍ତ୍ରଣ ତଥା ତଦାରଖ କରିବା ।

(III) ଗ୍ରାମ ପଞ୍ଚାୟତ

ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟଗୁଡିକର କର୍ମଚାରୀ । କାର୍ଯ୍ୟାଳୟ ରକ୍ଷଣାବେକ୍ଷଣା ବିଷୟକ ଦାୟିତ୍ଵ ସହ ଏହାର ନିୟନ୍ତ୍ରଣ ଓ ପରିଚାଳନା ଏବଂ ସମିତିକୁ ସମସ୍ତ ପ୍ରକାରର ଯଥୋଚିତ ସହାୟତା ପ୍ରଦାନ କରିବାର ଦାୟିତ୍ଵ ନିର୍ବାହ କରିବା ।

୩. ଶିକ୍ଷା ଅଧିକାର ଅଧିନିୟମର ଧାରା- ୯ ରେ ଥିବା ବ୍ୟବସ୍ଥା ଅନୁଯାୟୀ ସ୍ଥାନୀୟ କର୍ତ୍ତୃପକ୍ଷ ବିଭିନ୍ନ କାର୍ଯ୍ୟ ସଂପାଦାନର ବିବରଣୀ ନିମ୍ନମତେ ପରିଚାଳିତ ହେବ ।

ଅଧିନିୟମ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ ସଂପାଦାନ

(କ) ପ୍ରତ୍ୟେକ ପିଲାଙ୍କୁ ନିଃଶୁକ୍ଳ ତଥା ବାଧ୍ୟତା ମୂଳକ ପ୍ରାଥମିକ ଶିକ୍ଷା ଉପଲ୍ଲବିଡ଼ିଏଚ କରାଇବା ।

(ଖ) ଧାରା-୬ ରେ ସ୍ପଷ୍ଟୀକୃତ ଆଖପାଖର ଏକ ସ୍କୁଲ ନିଶ୍ଚିତ ଭାବେ ଉପଲ୍ଲବ୍ଧ କରାଇବେ ।

(ଗ) ଦୁର୍ବଳ ଶ୍ରେଣୀର ପିଲା ଏବଂ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲାଙ୍କ ପ୍ରତି ଯେପରି କୌଣସି ବାଛବିଚାର ଜନିତ ଅବିଚାର କରାନଯାଏ । କୌଣସି ଆଳରେ ସେମାନଙ୍କ ପ୍ରାଥମିକ ଶିକ୍ଷାରେ ଯୋଗଦାନ ଠାରୁ ସମାପନ ପର୍ଯ୍ୟନ୍ତ କୌଣସି ବାଧା ସୃଷ୍ଟି କରାନଯାଏ ତାହା ସୁନିଶ୍ଚିତ କରାଇବା ।

(ଘ) ସେମାନଙ୍କ ଇଲାକା ପରିସରରେ ବାସ କରୁଥିବା ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ବିବରଣୀ ନିର୍ଦ୍ଧାରିତ ଆକାରରେ ପ୍ରସ୍ତୁତ କରିବେ ।

(ଙ) ସେମାନଙ୍କ ଇଲାକା ପରିସରରେ ବାସ କରୁଥିବା ପ୍ରତ୍ୟେକ ପିଲାଙ୍କ ପ୍ରାଥମିକ ଶିକ୍ଷାରେ ନାମଲେଖା, ଉପସ୍ଥାନ ଏବଂ ଶିକ୍ଷା ସମାପନ କାର୍ଯ୍ୟକୁ ସୁନିଶ୍ଚିତ କରିବା ଏବଂ ସୁନିୟନ୍ତ୍ରିତ କରିବା ।

(ଚ) ସ୍କୁଲ ପାଇଁ ଘର, ଶିକ୍ଷକ ଏବଂ ଶିକ୍ଷା ଉପକରଣ ଭଳି ଭିତ୍ତିଭୂମି ଯୋଗାଇବା ।

(ଛ) ଧାରା- ୪ ମୁତାବକ ବ୍ୟବସ୍ଥା କରାଯାଇଥିବା ସ୍ଵତନ୍ତ୍ର ପ୍ରଶିକ୍ଷଣ ଯୋଗାଇ ଦେବା ।

(ଛ) ଧାରା- ୪ ମୁତାବକ ବ୍ୟବସ୍ଥା କରାଯାଇଥିବା ସ୍ଵତନ୍ତ୍ର ପ୍ରଶିକ୍ଷଣ ଯୋଗାଇ ଦେବା ।

(ଜ) ତାଲିକାରେ ସ୍ଥିରୀକୃତ ମାନଦଣ୍ଡ ମୁତାବକ ଉତ୍ତମ ଗୁଣମାନର ପ୍ରାଥମିକ ଶିକ୍ଷା ସୁନିଶ୍ଚିତ କରିବା ।

(ଝ) ପ୍ରାଥମିକ ଶିକ୍ଷା ନିମନ୍ତେ ଶିକ୍ଷା ଖସଡା ଏବଂ ପାଠ୍ୟକ୍ରମ ଯେପରି ଉପଯୁକ୍ତ ସମୟରେ ନିର୍ଦ୍ଧାରିତ ହୁଏ ତାହା ସୁନିଶ୍ଚିତ କରିବା ।

(ଞ) ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ସୁବିଧା ଉପଲ୍ଲବ୍ଧ କରାଇବା ।

(ଟ) ଅନ୍ୟସ୍ଥାନକୁ ଚାଲିଆସିଥିବା ପିଲାଙ୍କ ନାମଲେଖା ସୁନିଶ୍ଚିତ କରିବା ।

(ଠ) ସ୍କୁଲମାନେ ଯେପରି ନିଜ ନିଜର ଇଲାକା ପରିସର ଭୀତରେ କାର୍ଯ୍ୟ କରି ପାରିବେ ତାହାର ସୁନିୟନ୍ତ୍ରଣ କବରିବା ।

(ଡ) ଶିକ୍ଷାବର୍ଷର ସାରଣୀ ସ୍ଥିର କରିବା । ରାଜ୍ୟ ସରକାର ଦ୍ଵାରା ପ୍ରଦାନ କରାଯାଉଥିବା ଏକାଡେମିକି କ୍ୟାଲେଣ୍ଡର ସହ ସଂଯୁକ୍ତ ହେବ ।

ଜିଲ୍ଲା ପରିଷଦ (ଗ୍ରାମାଞ୍ଚଳ) ଏବଂ ପୌରାଞ୍ଚଳ ସ୍ଥାନୀୟ ନିକାୟ ( ପୌରାଞ୍ଚଳ )

ପ୍ରାଥମିକ ଶିକ୍ଷା ସମ୍ବନ୍ଧିତ ପ୍ରକଳ୍ପମାନ ହାତକୁ ନେବା ।

CWSN , ST/ST, ଦୁର୍ବଳ ଶ୍ରେଣୀର ପିଲା ଏବଂ ଝିଅମାନଙ୍କ ଶିକ୍ଷା ବ୍ୟବସ୍ଥାର ସୁନିୟନ୍ତ୍ରିତ କରିବା ଏବଂ ଅଚାନକ ଭାବେ ନିରପେକ୍ଷ ତଦାରଖ କାର୍ଯ୍ୟ ହାତକୁ ନେବା ।

ବ୍ଲକ ସ୍ତରରେ ତଥା ଗ୍ରାମ/ସ୍କୁଲ ସ୍ତରରେ ଶିକ୍ଷା ଅଧିକାର ଆଇନର କାର୍ଯ୍ୟକାରିତାକୁ ସୁନିୟନ୍ତ୍ରିତ କରିବା ।

ରାଜ୍ୟ ସରକାର ପ୍ରଣିତ ଶିକ୍ଷା ଅଧିକାର ନିଯମାବଳୀରେ ଆଖପାଖ ସ୍କୁଲ ପରିପ୍ରେକ୍ଷୀରେ ଧାର୍ଯ୍ୟ ମାନଦଣ୍ଡ ମୁତାବକ ସ୍କୁଲର ଉପଲବ୍ଧିତା ପରୀକ୍ଷା କରି ଦେଖିବା ଏବଂ ମଞ୍ଜୁରୀ ପ୍ରଦାନକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବା ।

ଯଦି ନୂଆ ସ୍କୁଲ ପ୍ରତିଷ୍ଠା କରିବାର ଆବଶ୍ୟକ ପଡେ ତେବେ -

ଘର ତିଆରି ବିଷୟ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନା କରିବା, ତୁରନ୍ତ ଘର ତିଆରି କରିବାକୁ ପାଣ୍ଠି ମଞ୍ଜୁର କରାଇବା ନିମନ୍ତେ ସମସ୍ତ ପ୍ରଯତ୍ନ କରି କାର୍ଯ୍ୟ ହାସଲ କରିବା ।

ସରକାରୀ ନିର୍ଦ୍ଦେଶ ମୁତାବକ ଶିକ୍ଷକ ନିଯୁକ୍ତି କରିବା ଅଥବା ଅନ୍ୟସ୍ଥାନକୁ ଯୋଗାଡ କରିବା ।

ଶିକ୍ଷା ଅଧିକାର ଆଇନର କାର୍ଯ୍ୟକାରିତା ଦିଗରେ ସମ୍ପୃକ୍ତ ସମସ୍ତଙ୍କୁ ବିଷୟଟିର ଗୁରୁତ୍ଵ ଏବଂ ସମ୍ବେଦନଶୀଳତା ବିଷୟରେ ଅବଗତ କରାଇବା ।

ଆଖପାଖର ସ୍କୁଲଟିରେ ଯୋଗାଡ କରିଦେବା ସଙ୍ଗେ ସଙ୍ଗେ ବ୍ଲକ ଗ୍ରାମପଞ୍ଚାୟତ ଏବଂ ଗ୍ରାମ/ସ୍କୁଲ ସ୍ତରର କାର୍ଯ୍ୟକୁ ସୁନିୟନ୍ତ୍ରିତ କରିବା ।

ବାଛ ବିଚାର ଜନିତ ଅବିଚାର ନଥିବା ବ୍ୟବସ୍ଥାଗୁଡିକ ଠିକ ଲାଗେ ଲାଗୁ କରା ଯାଉଛି କି ନାହିଁ ତାହା ସୁନିୟନ୍ତ୍ରିତ କରିବା ତାହାର ସୁନିୟନ୍ତ୍ରିତ କରିବା ଏବଂ ତଦାରଖ ।

ନିମ୍ନସ୍ତରର କର୍ମକର୍ତ୍ତାମାନଙ୍କୁ ବାଛବିଚାର ବିହୀନ ବ୍ୟବସ୍ଥାର ଗୁରୁତ୍ଵ ଏବଂ ସମ୍ବେଦନଶୀଳତା ବିଷୟରେ ଅବଗତ କରିବା ।

୨୫% କୋଟାରେ ବେସରକାରୀ ସ୍କୁଲରେ କରାଉଥିବା ନାମଲେଖା କାର୍ଯ୍ୟର ସୁପରିଚାଳନା କରିବା ।

ପ୍ରତ୍ୟେକ ଗ୍ରାମ/ସ୍କୁଲ/ ବ୍ଲକରେ ପିଲାମାନଙ୍କ ବିବରଣୀ ପ୍ରସ୍ତୃତ କାର୍ଯ୍ୟ ସୁନିୟନ୍ତ୍ରିତ କରିବେ DISE/CTS ସୂଚନାଗୁଡିକ ଏକତ୍ରିକରଣ କରିବେ ।

ଆଖପାଖ ସ୍କୁଲ ବିଷୟରେ ବିବରଣୀଗୁଡିକୁ ଏକତ୍ରିକରଣ ନିମନ୍ତେ ରାଜ୍ୟ ସରକାର ଯେଉଁ ସଜ୍ଜୀକରଣ ଶୈଳୀର ମାନକ ନିର୍ଦ୍ଧାରିତ କରିଥିବ ତାହାର ବ୍ୟବହାରକୁ ସୁନିଶ୍ଚିତ କରିବେ ।

ସେମାନଙ୍କ ଇଲାକା ପରିସରରେ ଥିବା ପିଲାଙ୍କ ନାମଲେଖା ଓ ଉପସ୍ଥାନ ସୁନିୟନ୍ତ୍ରିତ କରିବା ଏବଂ ନାମଲେଖା ବିଷୟରେ ଗ୍ରାମପଞ୍ଚାୟତ ଦ୍ଵାରା କୌଣସି ବିଘ୍ନ ଉପୁଜିଲେ ସେଗୁଡିକ ଦୂର କରିବା ସଙ୍ଗେ ସଙ୍ଗେ ଉପସ୍ଥାନ ସୁନିଶ୍ଚିତ କରିବା ; ବ୍ୟବସ୍ଥାର ସୁନିୟନ୍ତ୍ରିତ ସାଙ୍ଗକୁ ସମର୍ଥନ ପ୍ରଦାନ କରିବା ।

ଜିଲ୍ଲାର ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ସମସ୍ତ ସ୍ଵତନ୍ତ୍ର ପ୍ରଶିକ୍ଷଣ ବିଷୟରେ ସୂଚନା ସଂଗ୍ରହ କରି ରଖିବା ଏବଂ ଉକ୍ତ କାର୍ଯ୍ୟ ତଦାରଖ ବିଷୟ ସୁନିଶ୍ଚିତ କରିବା ।

ଜିଲାର ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ସମସ୍ତ ସୂଚନା ସଂଗ୍ରହ କରି ରଖିବା ଏବଂ ଉକ୍ତ କାର୍ଯ୍ୟ ତଦାରଖ ବିଷୟ ସୁନିଶ୍ଚିତ କରିବା ।

PTR ନିମନ୍ତେ ନିର୍ଦ୍ଧାରିତ ବ୍ୟବସ୍ଥା ମୁତାବକ ଶିକ୍ଷକମାନଙ୍କ ପୁନଃ ମୃତୟନ ସୁନିଶ୍ଚିତ କରିବା ।

ଭିତ୍ତିଭୂମି ସକାଶେ ଯେଉଁଠି ମଞ୍ଜୁରୀ ମିଳିଛି ସେଠାରେ ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଅଗ୍ରଗତିରେ ସୁନିୟନ୍ତ୍ରଣ କରିବା ।

ପାଠ୍ୟ ପୁସ୍ତକ, ଶିକ୍ଷା – ପାଠ୍ୟ ଉପକରଣମାନ ପ୍ରତ୍ୟେକ ସ୍କୁଲକୁ ଯେପରି ଯଥା ସମୟରେ ଯୋଗାଇ ଦିଆଯାଏ ତାହା ସୁନିଶ୍ଚିତ କରିବା ।

DIET/BEO/BRC ମାନଙ୍କ ସହ ପରାମର୍ଶ କରି ଟ୍ରେନିଂ କ୍ୟାଲେଣ୍ଡର ।

ଚାକିରି ରେ ଥିବା ଶିକ୍ଷକ ଏବଂ ନବନିଯୁକ୍ତ ଶିକ୍ଷକମନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ନିମନ୍ତେ ବାସ୍ତବ ଭିତ୍ତିଭୂମି ଯୋଗାଇଦେବା ।

ଅନ୍ୟସ୍ଥାନରୁ ଆସି ଜିଲ୍ଲାରେ ବସବାସ କରୁଥିବା ପରିବାରର ପିଲାମାନଙ୍କ ବିଷୟରେ ସବିଶେଷ ସୂଚନା ରଖିବା କାର୍ଯ୍ୟକୁ ସୁନିଶ୍ଚିତ କରିବା ଏବଂ ତାହାର ତଦାରଖ କରିବା ।

ଅନ୍ୟାନ୍ୟ ଯୋଜନା ସହ ସଂହତି ସ୍ଥାପନ କରି ପିଲାମାନେ ଅନ୍ୟ ଜିଲ୍ଲା/ ରାଜ୍ୟକୁ ଚାଲିଯିବା ପ୍ରକ୍ରିୟାକୁ କମାଇବା ।

ଗ୍ରାମପଞ୍ଚାୟତ ଏବଂ ପଞ୍ଚାୟତ ସମିତି ସ୍ତରରୁ ଆସୁଥିବା ଅଭିଯୋଗଗୁଡିକର ସମାଧାନ ସୁନିଶ୍ଚିତ କରିବା ।

ସ୍ଥାନୀୟ ଆବଶ୍ୟକତା ଗ୍ରାମବାସୀଙ୍କ ବୃତ୍ତିଗତ ବେଉସା, ସ୍ଥାନୀୟ ପର୍ବପର୍ବାଣି ଆଦିକୁ ଦ୍ରୁଷ୍ଟିରେ ରଖି DEO/DIET ସହ ପରାମର୍ଶ କରି କାର୍ଯ୍ୟକ୍ରମ ସ୍ଥିର କରିବା ।

ପଞ୍ଚାୟତ ସମିତି

CWSN,ST,/ST ଦୁର୍ବଳ ଶ୍ରେଣୀର ପିଲା ଓ ଝିଅଙ୍କ ଶିକ୍ଷା ବ୍ୟବସ୍ଥାର ସୁନିୟନ୍ତ୍ରିଣ କରି ନିରପେକ୍ଷ ଭାବେ ଅଚାନକ ତଦାରଖ କାର୍ଯ୍ୟ ହାତକୁ ନେବା ।

ଗ୍ରାମ ପଞ୍ଚାୟତ ସ୍ତରରେ ଏବଂ ଗ୍ରାମ/ ସ୍କୁଲ ସ୍ତରରେ ଶିକ୍ଷା ଅଧିକାର ଆଇନର କାର୍ଯ୍ୟକାରିତା ନିୟନ୍ତ୍ରଣ କରିବା ।

ଗ୍ରାମପଞ୍ଚାୟତ ସ୍ତରରେ ଏବଂ ଗ୍ରାମ ସ୍ତରରେ ଶିକ୍ଷା ଅଧିକାର ଆଇନ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ।

PS ଏବଂ UPS ନିମନ୍ତେ ଦୂରତା ଭିତ୍ତିକ ଯେଉଁ ମାନଦଣ୍ଡ ନିର୍ଦ୍ଧାରିତ ସେହି ଅନୁସାରେ ସ୍କୁଲ ପ୍ରତିଷ୍ଠା ହୋଇଛି କି ନାହିଁ ତାହାର ସତ୍ୟତା ପରୀକ୍ଷା କରିବା ।

ନୂଆ ସ୍କୁଲ ପ୍ରତିଷ୍ଠା ନିମନ୍ତେ ଯଦି ଦାବି କରାଯାଉଥାଏ ତେବେ ସେହି ଦାବିର ଯଥାର୍ଥତା ପରୀକ୍ଷା କରି ଦେଖିବା ଏବଂ ମଞ୍ଜୁର ପ୍ରଦାନକରି ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରିବା ।

ସ୍କୁଲର ନକ୍ସା ପ୍ରସ୍ତୁତି/ଆଖପାଖର ନକ୍ସା ପ୍ରସ୍ତୃତି କାର୍ଯ୍ୟ GP/SMC/CROC ମାଧ୍ୟମଆରଇ କରିବା ଏବଂ ପ୍ରତି ଜନବସତି ନିମନ୍ତେ ଆଖପାଖ ସ୍କୁଲ କେଉଁଠି ତାହା ବିଜ୍ଞାପିତ କରିବା ।

ବାଛବିଚାର ଜନିତ ଅବିଚାର ନଥିବ ବ୍ୟବସ୍ଥାଗୁଡିକ ଠିକ ଭାବେ ଲାଗୁ କରାଯାଇଛି କି ନାହିଁ ତାହା ସୁନିଶ୍ଚିତ କରିବା ତଥା ତଦାରଖ କରିବା ।

୨୫% କୋଟାରେ ବେସରକାରୀ ସ୍କୁଲରେ କରାଯାଉଥିବା ନାମଲେଖା କାର୍ଯ୍ୟର ସୁପରିଚାଳନା କରିବା ।

ନିମ୍ନସ୍ତରର କର୍ମକର୍ତ୍ତାମାନଙ୍କୁ ବାଛବିଚାର ବିହୀନ ବ୍ୟବସ୍ଥାର ଗୁରୁତ୍ଵ ଏବଂ ସମ୍ବେଦନଶୀଳତା ବିଷୟରେ ଅବଗତ କରିବା ।

ପ୍ରତ୍ୟେକ ଗ୍ରାମ/ବ୍ଲକରେ ପିଲାମାନଙ୍କ ବିବରଣୀ ପ୍ରସ୍ତୃତ କାର୍ଯ୍ୟ ସୁନିୟନ୍ତ୍ରିତ କରିବେ DISE/CTS ସୂଚନାଗୁଡିକୁ ଏକତ୍ରିକରଣ କରିବେ ।

ଆଖପାଖ ସ୍କୁଲ ବିଷୟରେ ବିବରଣୀଗୁଡିକ ଏକତ୍ରିକରଣ ନିମନ୍ତେ ରାଜ୍ୟ ସରକାର ଯେଉଁ ସଜ୍ଜୀକରଣ ଶୈଳୀର ମାନକ ନିର୍ଦ୍ଧାରଣ କରିଥିବେ ତାହାର ବ୍ୟବହାରକୁ ସୁନିଶ୍ଚିତ କରିବେ ।

ସେମାନଙ୍କ ଇଲାକା ପରିସରରେ ପିଲାମାନଙ୍କ ନାମଲେଖା ଓ ଉପସ୍ଥାନ ସୁନିୟନ୍ତ୍ରିତ

ସମସ୍ତ ପିଲା ଯେପରି ନାମ ଲେଖାନ୍ତି ସେ ନେଇ ପିତାମାତା ତଥା ଗୋଷ୍ଠୀର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ସଂଚାର କରିବା ।

ସ୍କୁଲରେ ନାମ ଲେଖା ପାଇଁ smc ର ସହାୟତା କରିଆବା, ସେଭଳି ପଦ୍ଧତି ଯେପରି ସ୍ଵଚ୍ଛ ଏବଂ ନ୍ୟାୟ- ସଙ୍ଗତ ହୁଏ ତାହାର ସୁନିୟନ୍ତ୍ରିତ କରିବା ।

ନିର୍ମାଣ କାର୍ଯ୍ୟ, ଉପଯୁକ୍ତମତେ , ଶିକ୍ଷକ ବ୍ୟବସ୍ଥା, ଉପସ୍ଥାନ, କାର୍ଯ୍ୟନିର୍ବାହ ଏବଂ ନିଯୁକ୍ତି ପ୍ରକ୍ରିୟାର ସୁନିୟନ୍ତ୍ରିତ ।

ଶିକ୍ଷକ ଅଭାବ ଅଥବା ଭିତ୍ତିଭୂମିର ଆବଶ୍ୟକତା ବିଷୟରେ ZP /ULB ଙ୍କୁ ଅବଗତ କରିବା ।

ସମସ୍ତ OOSC ବୟସ ଭିତ୍ତିକ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଉଛନ୍ତି କି ନାହିଁ ଏବଂ ସ୍ଵତନ୍ତ୍ର ପ୍ରଶିକ୍ଷଣ ପାଇଛନ୍ତି କି ନାହିଁ ବ୍ୟବସ୍ଥାର ସୁନିୟନ୍ତ୍ରିତ କରିବା ।

ସମସ୍ତ OOSC ବୟସ ଭିତ୍ତିକ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଉଛନ୍ତି କି ନାହିଁ ଏବଂ ସ୍ଵତନ୍ତ୍ର ପ୍ରଶିକ୍ଷଣ ପାଇଛନ୍ତି କି ନାହିଁ ସେ ବ୍ୟବସ୍ଥାର ସୁନିୟନ୍ତ୍ରିତ କରିବା ।

PTR ନିର୍ଦ୍ଧାରିତ ଶିକ୍ଷକମାନଙ୍କ ପୁନଃ ମୃତୟନ ବ୍ୟବସ୍ଥାର ସୁନିୟନ୍ତ୍ରିତ କରିବା ।

ମଞ୍ଜୁର ମିଳିଥିବା କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ସମାପନ କାର୍ଯ୍ୟ ସୁନିୟନ୍ତ୍ରିତ କରିବା ।

ସମସ୍ତ ସ୍କୁଲ CCE ବ୍ୟବସ୍ଥା ପ୍ରଚଳନ ସୁନିୟନ୍ତ୍ରିତ କରିବା ।

ପ୍ରତ୍ୟେକ ସ୍କୁଲକୁ ପାଠ୍ୟ ପୁସ୍ତକ ଏବଂ ଶିକ୍ଷା – ପାଠ୍ୟ ଉପକରଣମାନ ଯଥା –ସମୟରେ ବଣ୍ଟନ କାର୍ଯ୍ୟର ସୁନିୟନ୍ତ୍ରିତ କରିବା ।

ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ସ୍ଥାନ ଯୋଗାଇ ଦେବା ନିର୍ଦ୍ଦାରିତ ଅଥବା ମଞ୍ଜୁରୀ ପ୍ରାପ୍ତ ନିର୍ଦ୍ଦେଶ ମୁତାବକ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ସୁ ନିୟନ୍ତ୍ରିତ କରିବା ।

ବାହାରକୁ ପଳାଇ ଯାଉଥିବା ପରିବାରର ପିଲାମାନଙ୍କୁ ଅଟକାଇ ରଖିବା ପ୍ରକ୍ରିୟା ସୁନିୟନ୍ତ୍ରିତ କରିବା ;ସ୍ଥାନାନ୍ତରଗାମୀ ହେବାର ସ୍ପର୍ଶକାତର ପ୍ରଭାବ ବିଷୟରେ GP ସ୍ତରୀୟ କର୍ମକର୍ତ୍ତାମାନଙ୍କୁ ସଚେତନ କରାଇବା ।

ଗ୍ରାମପଞ୍ଚାୟତ ସ୍ତରରୁ ପ୍ରାପ୍ତ ଅଭିଯୋଗ ଗୁଡିକର ଆବଶ୍ୟକତା ମୁତାବକ ସମାଧାନ କରାଯିବା ଅଥବା ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବା କାର୍ଯ୍ୟର ସୁନିୟନ୍ତ୍ରିତ କରିବା ।

ସମସ୍ତ ସରକାରୀ/ ସାହାଯ୍ୟପ୍ରାପ୍ତ ସ୍କୁଲମାନେ ଯେପରି ପ୍ରତିବର୍ଷ ସ୍କୁଲ ଡେଭଲପମେଣ୍ଟ ପ୍ଳାନ ପ୍ରସ୍ତୃତ କରନ୍ତି । ସେ ବିଷୟରେ ସ୍ପର୍ଶକାତରତା ବିଷୟରେ ସେମାନେ ଅବଗତ କରାଇ ଉକ୍ତ କାର୍ଯ୍ୟର ରୂପାୟନକୁ ସୁନିୟନ୍ତ୍ରିତ କରିବା ।

ଏକାଡେମିକି କ୍ଯାଲେଣ୍ଡରର କାର୍ଯ୍ୟକାରିତା ସ୍ପର୍ଶକାତରତା ସମ୍ବନ୍ଧରେ GP /SMC ସ୍ତରଆର କର୍ମକର୍ତ୍ତାମାନଙ୍କୁ ଅବଗତ କରାଇବା ।

ଗ୍ରାମପଞ୍ଚାୟତ

୬ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ନାମ ଲେଖା ଉଦ୍ଦେଶ୍ୟରେ ନିଜ ନିଜର ଆଞ୍ଚଳିକ ପରିସର ଭିତରେ ଥିବା ସରକାରୀ/ସରକାରୀ ସାହାଯ୍ୟ ।

ପ୍ରାପ୍ତ ଏବଂ ବେସରକାରୀ ସ୍କୁଲମାନଙ୍କର ତାଲିକା ପ୍ରସ୍ତୃତ କରିବା ।

ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ତାଲିକା ପ୍ରସ୍ତୃତ କରି ପ୍ରତିବର୍ଷ ସେହି ତାଲିକାକୁ କିପରି ନବୀକରଣ କରିହେବ ତହିଁର ବ୍ୟବସ୍ଥା ସ୍ଥିର କରିବା । ଉକ୍ତ କାର୍ଯ୍ୟରେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଆଯିବ ଯଥା :

କେଉଁ ପିଲାଗାଁରୁ ବାହାରକୁ ଚାଲି ଯାଇଛନ୍ତି ଓ ବାହାରୁ ଆସି ଗାଁରେ ରହୁଛନ୍ତି ।

ସେହି ଆଧାରରେ ସୁନିଶ୍ଚିତ କରିବାକୁ ହେବ ଯେ ସବୁ ପିଲା ଯେପରି ସ୍କୁଲ ଆସନ୍ତି ।

OOSC ପିଲାମାନଙ୍କ ନାମ ଲେଖାଇବା ସେହି ପ୍ରକାରର ସମସ୍ତ ପିଲାଙ୍କୁ ବୁଝାବୁଝି କରି, ତାଙ୍କ ବାପାମାଆଙ୍କୁ ପ୍ରବାର୍ତ୍ତାଇବା ଯେପରି ସେମାନେ ତାଙ୍କ ପିଲାଙ୍କୁ ସ୍କୁଲକୁ ପଠାନ୍ତି ।

ଯେଉଁମାନେ ୨୫% ପାଇଁ ନାମଲେଖା ଚାହୁଛନ୍ତି ସେମାନଙ୍କ ପାଇଁ ଏପରି ଏକ ସ୍ଵଚ୍ଛ ବ୍ୟବସ୍ଥା ପ୍ରଚନଳ କରିବା ଯଦ୍ଵାରା ସମସ୍ତ ଯୋଗ୍ୟ ପିଲାମାନଙ୍କ ଦରଖାସ୍ତର ବିଚାର କରାଯାଇପାରିବ ।

CRCC /SMC ମାଧ୍ୟମରେ ସ୍କୁଲ/ଆଖପାଖର ନକ୍ସା ପ୍ରସ୍ତୁତ କରି ଜନ - ବସତିମାନଙ୍କରେ ଉପଲ୍ଲବ୍ଧ ହେଉଥିବା ସ୍କୁଲ ସୁବିଧା ବିଷୟରେ ବିବରଣୀ ପ୍ରସ୍ତୃତ କରିବା ।

ଆଖପାଖ ମାନଦଣ୍ଡ ମୁତାବକ ସ୍କୁଲନତିରେ ସେଥି ନିମନ୍ତେ ଦାବୀ ଉପସ୍ଥାପନ କରିବା ।

ନୂଆ PS/UPS ନିମନ୍ତେ ଜାଗା ଯୋଗାଡ କରିବା ।

ତୁରନ୍ତ ଯେପରି ଘର ତିଆରି ହୁଏ ତାହା ସୁନିଶ୍ଚିତ କରିବା ।

ଦୁର୍ବଳ ଶ୍ରେଣୀର ପିଲା ଓ ଅସୁବିଧା ପରିସ୍ଥିତିରେ ବାସ କରୁଥିବା ଗୋଷ୍ଠୀର ପିଲାଙ୍କ ଉପସ୍ଥାନ ଯାଞ୍ଚ କରି ସେମାନେ ନିୟମତି ସ୍କୁଲ ଆସୁଥାନ୍ତି କି ନାହିଁ । ସେ ବିଷୟ ଉପରେ ନଜର ରଖିବା ।

ସମସ୍ତ ପ୍ରକାରର ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କର ଯୋଗଦାନ କ୍ଷେତ୍ରରେ ଅନ୍ୟମାନଙ୍କ ପରି ସମାନ ଧରଣର ସୁବିଧା ସୁଯୋଗ ନିଶ୍ଚିତ କରିବା କାର୍ଯ୍ୟ ଶିକ୍ଷକ ଏବଂ SMC ସହଯୋଗୀରେ ସମ୍ଫାଦନ କରିବା ।

୨୫ % କୋଟାରେ ବେସରକାରୀ ସ୍କୁଲମାନଙ୍କରେ ନାମ ଲେଖା କାର୍ଯ୍ୟ ସୁନିଶ୍ଚିତ କରିବା ।

ଯଦି କୌଣସି ବାହାରୁ ଆସୁଥିବା /ଗ୍ରାମ ବାହାରକୁ ଚାଲି ଯାଉଥିବା ପିଲା ଥାଆନ୍ତି ତହିଁର ବିବରଣୀ ଲିପିବଦ୍ଧ କରିବେ ।

ନାମଲେଖା ନିମନ୍ତେ କାହାରିକୁ ଯେପରି ମନା କରି ଦିଆ ନ ଯାଏ ତାହା ସୁନିଶ୍ଚିତ କରିବା ।

କୌଣସି ପିଲା ଯଦି ନିୟମିତ ସ୍କୁଲକୁ ନ ଆସେ ସ୍କୁଲ ଆସିବା ସଂପୂର୍ଣ୍ଣ ବନ୍ଦ କରିଦିଏ ଅଥବା ଆଦୌ ନାମ ଲେଖାଇ ନ ଥାଏ ତେବେ ଗାଁ ଲୋକର ନଥାଏ ତେବେ ଗାଁଲୋକଙ୍କୁ ବୁଝାସୁଝା କରି ନାମ ଲେଖା ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ନିୟମିତ ଉପସ୍ଥାନ ପ୍ରତି ଯତ୍ନ କରିବା ।

ପ୍ରତ୍ୟେକ ପିଲାର ଶିକ୍ଷଣ ସ୍ତରରେ ଯେପରି ବୃଦ୍ଧି ଘଟେ ତାହା ସୁନୀୟନ୍ତ୍ରଣ କରିବା ।

SMC ମାନେ ଯେପରି ପିଲାମାନଙ୍କ ନାମଲେଖା , ଉପସ୍ଥାନ ଏବଂ ପ୍ରାଥମିକ ଶିକ୍ଷା ସମାପନ କାର୍ଯ୍ୟ ସୁନିୟନ୍ତ୍ରଣ କରିପାରିବେ ସେ ଦିଗରେ ସହାୟତା ପ୍ରଦାନ କାର୍ଯ୍ୟ ସୁନିଶ୍ଚିତ କରିବା ।

ଶିକ୍ଷକ ଅଭାବ, ପ୍ରକୃତିକବିପର୍ଯ୍ୟୟର ପ୍ରଭାବ ଇତ୍ୟାଦି ଯେଉଁ ସବୁ ସମସ୍ୟା ଏବଂ ପ୍ରତିବନ୍ଧକ ଯୋଗୁଁ ନାମ ଲେଖା, ଉପସ୍ଥାନ ଆଦି ବାଧା ପ୍ରାପ୍ତ ହୋଇଥାଏ । ସେହି ପ୍ରତିବନ୍ଧକ ଗୁଡିକୁ ଦୂର କରିବାକୁ ନିଶ୍ଚିତ କରିବା । ସମସ୍ୟାର ସମାଧାନ କରିବା ଯଦି ନିଜ କ୍ଷମତା ବାହାରେ ହୁଏ ତେବେ ଜିଲ୍ଲାସ୍ତରରେ ଉପସ୍ଥାପନା କରିବା ।

SMC ପାଇଥିବା ପାଣ୍ଠିର ଉପଯୁକ୍ତ ବିନିଯୋଗ କରାଯାଇ ନିର୍ମାଣ କାର୍ଯ୍ୟ ଯଥା ସମୟରେ ଶେଷ ହେଉଛି କି ନାହିଁ , କାର୍ଯ୍ୟର ଗୁଣବର୍ତ୍ତା ସମେତ ପିଇବା ପାଣି ଶୌଚାଳୟ , ପାଚେରି ଆଦି ଭିତ୍ତିଭୂମି ବ୍ୟବସ୍ଥା ତଦାରଖ ।

ଉପଯୁକ୍ତ ଗୁଣମାନର କର୍ମଚାରୀଙ୍କ ଅଭାବ ଦେଖାଦେଲେ ଅଥବା ଶିକ୍ଷକ ମାନଙ୍କ ଉପସ୍ଥାନ/ ପାଠପଢାରେ ଖିଲାପ ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ।

ସ୍କୁଲରେ PTR ଏବଂ SCR ର ଅନୁପାତ ରକ୍ଷା କରିବା ଏବଂ ସ୍କୁଲର ଭିତ୍ତିଭୂମିର ସୁରକ୍ଷା ପ୍ରଦାନ ବିଷୟରେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ ଉପସ୍ଥାପନ କରିବାକୁ ସମର୍ଥ ହେବା ।

ସ୍କୁଲ ବାହାରେ ରହି ଯାଉଥିବା ସମସ୍ତ ପିଲାଙ୍କ ବିବରଣୀ ପ୍ରସ୍ତୃତ କରିବା ।

ସମସ୍ତ OOSC ପିଲା ଯେପରି ବୟସ ଭିତ୍ତିକ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାନ୍ତି , ନିୟମିତ ଶ୍ରେଣୀ ସହ ପ୍ରାଥମିକ ଶିକ୍ଷା ସମାପ୍ତ କରନ୍ତି ତାହା ସୁନିଶ୍ଚିତ କରିବା ଦିଗରେ SMC ମାନ ଙ୍କୁ ସଂଗଠିତ କରିବା ।

ଯେତେଦୂର ସମ୍ଭବ , ସ୍କୁଲରେ ଯେପରି ସ୍ଵତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଏ ତା ନ ହୋଇ ପାରିଲେ ନିରାପଦ ଦୁରତ୍ଵ ମଧ୍ୟରେ କୌଣସି ପାଖଆଖ ସ୍ଥାନରେ ମଧ୍ୟ ଏହା ଉପଲ୍ଲବ୍ଧ କରାଇବା ନିଶ୍ଚିତ କରିବା ଏବଂ ସେଥିନିମନ୍ତେ ସ୍କୁଲ ଏବଂ SMC କୁ ସମର୍ଥନ ପ୍ରଦାନ କରିବା ।

OOSC ର ସମସ୍ତ ପିଲା ଯେପରି ସ୍ଵତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର /ସ୍କୁଲ ନିୟମିତ ରୂପେ ପଠାଯାଆନ୍ତି ତାହା ସୁନିଶ୍ଚିତ କରିବା ନିମନ୍ତେ ଗାଁର ଲୋକମାନଙ୍କୁ ସଂଗଠିତ କରାଇବା ।

ସ୍କୁଲ ବାହାରେ ରହି ଯାଉଥିବା ସମସ୍ତ ପିଲାଙ୍କ ବିବରଣୀ ପ୍ରସ୍ତୁତ କରିବା ।

SMC କୁ ସମର୍ଥନ ପ୍ରଦାନ କରିବା ।

OOSC ର ସମସ୍ତ ପିଲା ଯେପରି ସ୍ଵତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ସ୍କୁଲକୁ ନିୟମିତ ରୂପେ ପଠାଯାଆନ୍ତି ତାହା ସୁନିଶ୍ଚିତ କରିବା ନିମନ୍ତେ ଗାଁ ଲୋକମାନଙ୍କୁ ସଂଗଠିତ କରାଇବା ।

ପିଲା ଓ ଶିକ୍ଷକମାନଙ୍କ ଉପସ୍ଥାନ ସୁନିୟନ୍ତ୍ରିତ କରାଇବା , ନାମଲେଖା ବ୍ୟବସ୍ଥାର ସହାୟତା ପ୍ରଦାନ କରିବା/OOSC ପିଲାମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ନିମନ୍ତେ ସହାୟତା ପ୍ରଦାନ କରିବା ।

ଅନ୍ୟସ୍ଥାନରୁ ଆସିଥିବା ପିଲାମାନେ ଯେପରି ଯେକୌଣସି ସମୟରେ ନାମ ଲେଖାଇ ପାରିବେ ତାହା ସୁନିଶ୍ଚିତ କରାଇବା ।

ଲୋକେ ଯେପରି ତାଙ୍କ ପିଲାମାନଙ୍କ ସ୍କୁଲକୁ ପଠାନ୍ତି ସେଥି ନିମନ୍ତେ ସେମାନଙ୍କୁ ବୁଝାଇବା ।

ଯେଉଁଠି ନିର୍ମାଣ କାର୍ଯ୍ୟ ନିମନ୍ତେ ମଞ୍ଜୁରୀ ମିଳିଛି ସେଠାରେ ନିର୍ମାଣ କାର୍ଯ୍ୟ ଯଥା ସମୟରେ ଶେଷ କରିବା । ସମସ୍ତ ସ୍କୁଲ ଯେପରି CCE ମାଧ୍ୟମରେ ଶିକ୍ଷଣ ସ୍ତରର ମୂଲ୍ୟାୟନ କରନ୍ତି ତାହା ସୁନିଶ୍ଚିତ କରି ଶିକ୍ଷଣ ସ୍ତରରେ ବୃଦ୍ଧି ଘଟାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ।

ଆବଶ୍ୟକୀୟ କର୍ମ ଦିବସ /ଶିକ୍ଷାଦାନ କେତେ ଘଣ୍ଟାରେ ହେବ ସେ ବିଷୟକୁ ନିୟମ ମୁତାବକ ସ୍କୁଲରେ ପାଳନ କରାଯାଉଛି କି ନାହିଁ ତାହାର ସୁନିୟନ୍ତ୍ରଣ କରିବା । ଖିଲାପ ହେଉଥିବାର ଦେଖିଲେ ନିୟନ୍ତ୍ରକ କର୍ତ୍ତୃପକ୍ଷଙ୍କୁ ଜଣାଇବେ ।

ଗ୍ରାମ୍ୟ ଜନଗୋଷ୍ଠୀଙ୍କୁ ପ୍ରବର୍ତ୍ତାଇ ପିଲାମାନଙ୍କ ନିୟମିତ ଉପସ୍ଥାନ, ସୁନିଶ୍ଚିତ କରିବା, ଅଭିଭାବକ ଗୋଷ୍ଠୀ/ସ୍କୁଲ ସହ ଲଗାତର ସମ୍ପର୍କ ସ୍ଥାପନ କରି ପିଲାଙ୍କ ପ୍ରଗତି ବିଷୟରେ ନଜର ରଖିବା ।

ନିର୍ଦ୍ଧାରିତ ହୋଇଥିବା ମୁତାବକ ସମସ୍ତ ଶିକ୍ଷକ ଯେପରି ପ୍ରଶିକ୍ଷଣରେ ଯୋଗ ଦିଅନ୍ତି ତାହା ସୁନିୟନ୍ତ୍ରିତ କରିବା ଚାକିରିରେ ଥିବା ଶିକ୍ଷକମାନଙ୍କ ପ୍ରଶିକ୍ଷଣ କେଉଁ ଦିଗ ପ୍ରତି ଜନସାଧାରଣ ଅଧିକ ଗୁରୁତ୍ଵ ଦେଉଛନ୍ତି ସେ ସୂଚନା BEO /BRC ମାନଙ୍କ ପ୍ରଦାନ କରିବା ।

ଅନ୍ୟସ୍ଥାନରୁ ଆସି ଗ୍ରାମରେ ବସବାସ କରୁଥିବା ପ୍ରତ୍ୟେକ ପିଲାଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ସମର୍ଥନ ଉପଲ୍ଲବ୍ଧ କରାଇବା ।

ଲୋକେ ଅନ୍ୟତ୍ର ଚାଲିଯିବା ବେଳେ ପିଲାମାନଙ୍କୁ ସାମୟିକ ଛାତ୍ରାବାସ /ନିରାପଦ ସ୍ଥାନରେ ଛାଡି ଯିବା ଯାହା - ଫଳରେ ପିଲା ସ୍କୁଲରେ ପଡିବାର ସୁବିଧା ପାରିପାରିବ , ସେଥି ନିମନ୍ତେ ଗ୍ରାମବାସୀମାନଙ୍କୁ ବୁଝାଇ ସଂଗଠିତ କରିବା ।

ସ୍କୁଲ ପରିସର କେବଳମାତ୍ର ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ସୁନିଶ୍ଚିତ କରି ତାହାର ସୁନିୟନ୍ତ୍ରଣ କରିବା ।

ଶିକ୍ଷକମାନଙ୍କ ଉପସ୍ଥାନ ସୁନିଶ୍ଚିତ କରିବା ।

ଯେଉଁ ସ୍କୁଲମାନେ ଭଲ ଫଳାଫଳ ପ୍ରଦର୍ଶନ କରୁ ନଥିବେ ସେଠାରେ HM ଏବଂ SMC ଙ୍କ ସହ ସାକ୍ଷାତ କରି ସ୍କୁଲର କାର୍ଯ୍ୟ ବ୍ୟବସ୍ଥା ସୁନିୟନ୍ତ୍ରିତ କରିବା ଏବଂ ଶିକ୍ଷା ଅଧିକାର ଆଇନର ପ୍ରୟୋଗ ନିମନ୍ତେ ଲୋକଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ।

ସମୟକ୍ରମେ ପରିଲିଖିତ ହେଉଥିବା ଶିକ୍ଷାସ୍ତରରେ ଉନ୍ନତି ଯାଞ୍ଚ କରିବା ।

ଦଶବର୍ଷ ବ୍ୟବଧାନରେ କରାଯାଉଥିବା ଜନଗଣନା କାର୍ଯ୍ୟ, ଦୁର୍ବିପାକ ସହାୟତା କର୍ତ୍ତବ୍ୟ ଏବଂ ନିର୍ବାଚନ ସମ୍ବନ୍ଧୀୟ କର୍ତ୍ତବ୍ୟ ବ୍ୟତୀତ ଶିକ୍ଷକମାନେ ଯେପରି ଅନ୍ୟ କୌଣସି ଅଣଶିକ୍ଷାଦାନ କାର୍ଯ୍ୟରେ ନିଯୋଜିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ।

ନିର୍ଦ୍ଧାରିତ ମତେ ପ୍ରତ୍ୟେକ ସ୍କୁଲର ସୀମାସରହଦ ଭୀତରେ ଏକାଡେମିକ କ୍ୟାଲେଣ୍ଡର କାର୍ଯ୍ୟକାରିତା ସୁନିୟନ୍ତ୍ରଣ କରାଇବା ।

୫. ଉକ୍ତ ବିଷୟରେ ଏଥି ପୂର୍ବରୁ ସମସ୍ତ ବିଜ୍ଞପ୍ତି /ରିଜୋଲ୍ୟୁସନ /ଆଦେଶନାମା ଏତଦ୍ଵାରା ରଦ୍ଦ କରାଗଲା ।

ଆଦେଶ : ଆଦେଶ ପ୍ରଦାନ କରାଗଲା ଯେ ଉକ୍ତ ବିଜ୍ଞପ୍ତି ଓଡିଶା ଗେଜେଟର ଏକ ଅସାଧାରଣ ସଂଖ୍ୟାରେ ପ୍ରକାଶ କରାଯିବ ।

ଜ୍ଞାପକ ସଂଖ୍ୟା - ୧୬୫୫୧ SME ତାରିଖ -୩୧.୦୭.୨୦୧୪

ଏହାର ଏକକିତା ନକଲ ଭାରପ୍ରାପ୍ତ ରାଜପତ୍ର ସେଲ, ଓଡିଶା ରାଜପତ୍ର ସେଲ, ମାର୍ଫଦ - ବାଣିଜ୍ୟ, ବିଭାଗ, ଓଡିଶା ସଚିବାଳୟ ଭୁବନେଶ୍ଵରଙ୍କ ଅବଗତି ନିମନ୍ତେ ପ୍ରେରିତ ହେବା ସଙ୍ଗେ ସଙ୍ଗେ ଉପରୋକ୍ତ ଅଧିସୂଚୀଟି ଓଡିଶା ଅସାଧାରଣ ରାଜ୍ୟପତ୍ରରେ ପ୍ରକାଶିତ କରିବାକୁ ଏବଂ ୨୦୦ ଖଣ୍ଡ ଉକ୍ତ ବିଭାଗକୁ ପ୍ରେରଣ କରିବା ପାଇଁ ଅନୁରୋଧ କରାଗଲା ।

ଜ୍ଞାପକ ସଂଖ୍ୟା - ୧୬୫୫୨ SME ତାରିଖ -୩୧.୦୭.୨୦୧୪

ଏହାର ଏକକିତା ନକଲ ସରକାରଙ୍କ ସମସ୍ତ ବିଭାଗଙ୍କ ନିକଟକୁ ଅବଗତି ତଥା ବିହିତ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରେରଣ କରାଗଲା ।

ଜ୍ଞାପକ ସଂଖ୍ୟା - ୧୬୫୫୩ SME ତାରିଖ -୩୧.୦୭.୨୦୧୪

ଏହାର ଏକକିତା ନକଲ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ନିର୍ଦ୍ଦେଶକ /ସମସ୍ତ ଜିଲ୍ଲାପାଳ /ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ /ସମସ୍ତ ଜିଲା ପ୍ରକଳ୍ପ ସଂଯୋଜକ , ସର୍ବଶିକ୍ଷା ଅଭିଯାନ/ ସମସ୍ତ ବ୍ଲକ ଊନ୍ନୟନ ଅଧିକାରୀ /ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅବଗତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣଲା ।

ଜ୍ଞାପକ ସଂଖ୍ୟା – ୧୬୫୫୪ SME ତାରିଖ -୩୧.୦୭.୨୦୧୪

ଏହାର ଏକକିତା ନକଲ ସମସ୍ତ ଅଧିକାରୀ/ସମସ୍ତ ଉପବିଭାଗ / ଉପବିଭାଗ -ii (୫୦) ନକଲ/S&ME ର କମ୍ପୁଟର ସେଲ / ରାଜ୍ୟ ପ୍ରୋର୍ଟାଲଙ୍କ ଅବଗତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଗଲା ।

ଆଧାର – ଶିଶୁର ନିଃଶୁକ୍ଳ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୦୯