ଭୁବନେଶ୍ଵର ତା ୩୦.୦୭.୨୦୧୪

ବିଷୟ : ବିଦ୍ୟାଳୟ ପରିଚାଳନା ସମିତିର ଗଠନ ଓ କାର୍ଯ୍ୟାବଳୀ ସମ୍ପର୍କରେ ସଂଶୋଧିତ ମାର୍ଗଦର୍ଶକ

NO. IISME (B) 45/2014/16485/SME - ଏହାଦ୍ଵାରାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ (RCFCF) ୨୦୦୯ର ଧାରା -୨୧ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ ଅଣ- ସାହାଯ୍ୟପ୍ରାପ୍ତ ବିଦ୍ୟାଳୟଗୁଡିକ ବ୍ୟତୀତ ପ୍ରତ୍ୟେକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ପରିଚାଳନା ସମିତି ଗଠନ କରାଯିବ । ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ -୨୦୧୦ ର ଧାରା -୩ ବିଦ୍ୟାଳୟ ପରିଚାଳନା ସମିତିର ଗଠନ ଓ କାର୍ଯ୍ୟାବଳୀର ସୂଚନା ପ୍ରଦାନ କରେ । ସଯତ୍ନ ବିଚାର ପରେ ସରକାର ବିଦ୍ୟାଳୟ ପରିଚାଳନା ସମିତିର ଗଠନ ଓ କାର୍ଯ୍ୟାବଳୀ କ୍ଷେତ୍ରରେ ଅନୁସରଣ କରାଯିବାକୁ ନିମ୍ନଲିଖିତ ସଂଶୋଧିତ ମାର୍ଗଦର୍ଶକ ପ୍ରଣୟନ କରିଛନ୍ତି ।

ଶିକ୍ଷା ଷ୍ଟାଡିଙ୍ଗ କମିଟି ଗଠନ

ଗ୍ରାମ ପଞ୍ଚାୟତ /ଏନ.ଏ.ସି/ପୌରପାଳିକା / ମହାନଗରଗୁଡିକରେ ଷ୍ଟାଡିଙ୍ଗ କମିଟି ଭାବରେ ଚୟନ କରାଯିବ ।

ଶିକ୍ଷା ଷ୍ଟାଡିଙ୍ଗ କମିଟିର ଗଠନ :

I. ବିଦ୍ୟାଳୟ ଥିବା ସ୍ଥାନର ୱାର୍ଡ ମେମ୍ବର / କାଉନସିଲର/କର୍ପୋରେଟର କମିଟିର ସଭ୍ୟ ରହିବେ ।

II. ଗ୍ରାମପଞ୍ଚାଯତ /ଏନ.ଏ.ସି/ ପୌରପାଳିକା / ମହାନଗର ନିଗମର ସରପଞ୍ଚ / ଚେୟାରମ୍ୟାନ /ମେୟର ଷ୍ଟାଡିଙ୍ଗ କମିଟିର ଅଧ୍ୟକ୍ଷ ରହିବେ ।

III. ଗ୍ରାମପଞ୍ଚାୟତର ନିର୍ବାଚନ ସମିତି ସଭ୍ୟ - ସହ ଅଧ୍ୟକ୍ଷ ଭାବେ ମନୋନୀତ ହେବେ ।

IV. ଗ୍ରାମପଞ୍ଚାୟତ / ଏନ.ଏ.ସି/ ପୌରପାଳିକା / ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ ସଦସ୍ୟ ଆବାହକ ରହିବେ ।

V. ଗ୍ରାମ ପଞ୍ଚାୟତ /ଏନ.ଏ.ସି/ ପୌରପାଳିକା / ମହାନଗର ନିଗମର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ- ପ୍ରଧାନ ଶିକ୍ଷଯତ୍ରୀ ଏବଂ ବିଦ୍ୟାଳର ପାରିଚାଳନା ମାନଙ୍କର ଅଧ୍ୟକ୍ଷ ମାନଙ୍କର ଅଧ୍ୟକ୍ଷ ମାନେ ଏହାର ସଦସ୍ୟ ରହିବେ ।

VI. ସରପଞ୍ଚ /ଚେୟାରମ୍ୟାନ/ମେୟରଙ୍କ ପରାମର୍ଶ କ୍ରମେ ବ୍ଲକ ଶିକ୍ଷାଧିକାରୀ ଜଣେ ଶିକ୍ଷାବିତ (ଜଣେ ଖ୍ୟାତାନାମା ଅବସରପ୍ରାପ୍ତ ଶିକ୍ଷକଙ୍କୁ ପ୍ରଥମିକତା ପ୍ରଦତ୍ତ ହେବ )ଙ୍କୁ ମନୋନୀତ କରିବେ । ସେଭଳି ଜଣେ ଶିକ୍ଷାବିତ ଉପଲ୍ଲବ୍ଧ ନ ହେବା କ୍ଷେତ୍ରରେ ୫-୭ ବର୍ଷ ଅଭିଜ୍ଞତା/ବିଷଜ୍ଞତାଥିବା ଜଣେ ବ୍ୟକ୍ତିଙ୍କୁ ଷ୍ଟାଡିଙ୍ଗ କମିଟିର ସଦସ୍ୟ ଭାବେ ମନୋନୀତ କରାଯିବ ।

VII. ସମ୍ପୃକ୍ତ ବ୍ଲକରୁ ଶୈକ୍ଷିକ ପୃଷ୍ଠଭୂମି ସମ୍ପର୍ଣ୍ଣ ଜଣେ ବ୍ୟକ୍ତିଙ୍କୁ କିମ୍ବା ସ୍ବେଛାସେବୀ ସଂଗଠନର ଜଣେ ବ୍ୟକ୍ତିଙ୍କୁ କିମ୍ବା ଯୁବସଂଗଠନର ଜଣେ ବ୍ୟକ୍ତିଙ୍କୁ ବ୍ଲକ ଶିକ୍ଷାଧିକାରୀ ମନୋନୀତ କରିବେ ।

VIII. ଗ୍ରାମପଞ୍ଚାୟତ ମିସନ ଶକ୍ତି ଫେଡେରସନର ମୁଖ୍ୟ । ସଭାପତି ଜଣେ ସଦସ୍ୟ ଭାବେ ରହିବେ ।

IX. ଚିକିତ୍ସା ଅଧିକାରୀଙ୍କ ଦ୍ଵାରା ମନୋନୀତ ଜଣେ ଶିକ୍ଷା କର୍ମୀ ଆମନ୍ତ୍ରିତ ସଦସ୍ୟ ରହିବେ ।

X. ଶିଶୁ କଲ୍ୟାଣ ପ୍ରକଳ୍ପ ଅଧିକାରୀ (CDPO) ଜଣେ ଅଗନୱାଡି କର୍ମୀଙ୍କୁ ସଦସ୍ୟ ଭାବେ ମନୋନୀତ କରିବେ ।

XI. ଷ୍ଟାଡିଙ୍ଗ କମିଟିରର ବୈଠକ ଡାକିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଗ୍ରାମପଞ୍ଚାୟତ/ ଏନ.ଏ.ସି/ପୌରାଞ୍ଚଳର ମୁଖ୍ୟାଳୟର (CRCC) ସମନ୍ଵୟ ରକ୍ଷା କରେ । ଯଦି ଗ୍ରାମ ପଞ୍ଚାୟତରେ ଏକାଧିକ CRCC ଥାଆନ୍ତି ତା ହେଲେ ସେମାନେ ସମସ୍ତ ଷ୍ଟାଡିଙ୍ଗ କମିଟିର ସଦସ୍ୟ ରହିବେ ।

ଗ୍ରାମପଞ୍ଚାୟତରେ ଥିବା ଶିକ୍ଷା ଷ୍ଟାଡିଙ୍ଗ କମିଟିର କାର୍ଯ୍ୟାବଳୀ

I. ଷ୍ଟାଡିଙ୍ଗ କମିଟି ଗ୍ରାମପଞ୍ଚାୟତ / ଏନ.ଏ.ସି/ ପୌରପାଳିକା / ମହାନଗର ନିଗମ ପରିସର ମଧ୍ୟରେ ବିଦ୍ୟାଳୟ ଶିକ୍ଷା,ସ୍ୱାସ୍ଥ୍ୟ,ପରିମଳ, ସରକାରୀ କାର୍ଯ୍ୟ ଜନିତ ଉନ୍ନୟନମୂଳକ ପଦକ୍ଷେପର ତଦାରଖ କରିବ ।

II. ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର " ବିଦ୍ୟାଳୟ ପରିଚାଳନା ସମିତିର " ର ଗଠନ ପାଇଁ PTA ( ପିତାମାତା -ଶିକ୍ଷକ ସଂଘ) ବୈଠକରେ ସରପଞ୍ଚ / ଚେୟାରମ୍ୟାନ /ମେୟର କିମ୍ବା ୨ ଜଣ ପ୍ରତିନିଧି ଉପସ୍ଥିତ ରହିବେ ।

III. ଗ୍ରାମପଞ୍ଚାୟତ / ଏନ.ଏ.ସି/ ପୌରପାଳିକା / ମହାନଗର ନିଗମ ପରିସରସ୍ଥିତ ବିଦ୍ୟାଳୟଗୁଡିକର ବାର୍ଷିକ କାର୍ଯ୍ୟ ଯୋଜନାର ସୁବ୍ୟବସ୍ଥା ତଥା ସମୀକ୍ଷା ଏହି କମିଟି କରିବ ଏବଂ ଯେଉଁଠାରେ ସମ୍ଭବ ହେବ ଆବଶ୍ୟକ ସହାୟତା ମଧ୍ୟ କରିବ ।

IV. ଷ୍ଟାଡିଙ୍ଗ କମିଟିର ବୈଠକ ଅତି କମରେ ଶିକ୍ଷା ବର୍ଷର ୩ ମାସ ଥରଟିଏ ସୂଚନା ଆଦାନ ପ୍ରଦାନ ଓ ସମନ୍ଵୟ ରକ୍ଷା ନିମନ୍ତେ ଅନୁଷ୍ଠିତ ହେବ । ବିଦ୍ୟାଳୟ ପରିଚାଳନା ସମିତିର ୨ ଜଣ ସଦସ୍ୟ ଯଥା ଗ୍ରାମପଞ୍ଚାୟତ / / ଏନ.ଏ.ସି/ ପୌରପାଳିକା / ମହାନଗର ନିଗମ ଅଞ୍ଚଳସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସଭାପତି ଏହି ବୈଠକରେ ଯୋଗଦେବେ ।

V. ନିଜ କ୍ଷେତ୍ରାଧିକାର ମଧ୍ୟସ୍ଥ ବିଦ୍ୟାଳୟମାନଙ୍କ ପରିଚାଳାନା ସମିତିର ଗଠନ ଓ କାର୍ଯ୍ୟକାରିତା ସମ୍ବନ୍ଧିତ ସମସ୍ୟାବଳୀର ଏହା ସମାଧାନ କରିବ ।

VI. ଶିକ୍ଷକମାନଙ୍କ ଉପସ୍ଥାନ ଉପରେ ଏହା ଦ୍ରୁଷ୍ଟି ଦେବ । ବିଦ୍ୟାଳୟ ପରିଚାଳନା ସମତିଠାରୁ ଶିକ୍ଷକଙ୍କ ଅନୁପସ୍ଥିତିର ବିବରଣୀ ପାଇବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ବି.ଡି.ଓ./ବ୍ଲକ ଶିକ୍ଷାଅଧିକାରୀଙ୍କୁ ଏହା ସୁପାରିସ କରିବ ।

VII. ସ୍ଥାନୀୟ ପ୍ରାଧିକାରୀ ଭାବେ ଏହା ଦାୟିତ୍ଵ କରିବ ଓ ବିଜ୍ଞପ୍ତି ଅନୁଯାୟୀ ଯୋଜନାଗୁଡିକର ରୂପାୟନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଆବ ।

VIII. ଷ୍ଟାଡିଙ୍ଗ କମିଟିର ବୈଠକ ନିମନ୍ତେ ଯେଉଁ ଖର୍ଚ୍ଚ ହେବ, ତାହା ଗ୍ରାମପଞ୍ଚାୟତ / / ଏନ.ଏ.ସି/ ପୌରପାଳିକା / ମହାନଗର ନିଗମର କଣ୍ଟିନଜେନସି ବା ଜରୁରୀକାଳୀନ ପାଣ୍ଠିରୁ ଭରଣା କରାଯିବ ।

ଶିକ୍ଷାଅଧିକାର ଅଧିନିୟମ ବିଦ୍ୟାଳୟ ପରିଚାଳନା ସମତି ସହ ଷ୍ଟାଡିଙ୍ଗ କମିଟିର ସଂଯୁକ୍ତକରଣ

I. ଶିଶୁମାନଙ୍କ ସଂପର୍କିତ ତଥ୍ୟ ରକ୍ଷଣାବେକ୍ଷଣା ।

II. ଶିଶୁମାନଙ୍କ ନାମଲେଖା ଓ ଉପସ୍ଥାନ ।

III. ନାମଲେଖାଇଥିବା ଶିଶୁଙ୍କ ବୟସାନୁପାତିକ ଭାବେ ସ୍ଵତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ।

IV. ବିଦ୍ୟାଳୟ ଓ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟାବଳୀ ଅନୁଶୀଳନୀ ଓ ନିୟନ୍ତ୍ରଣ ।

ଶିକ୍ଷା ସଂବାଦ ସହ ଷ୍ଟାଡିଙ୍ଗ କମିଟିର ସଂଯୁକ୍ତ କରଣ

I. ସରକାରୀ ବିଭାଗମାନଙ୍କର ନୂଆ ଯୋଜନା , ଆଦେଶନାମା ପ୍ରଭୃତିର କାର୍ଯ୍ୟକାରିତାରେ ସହଭାଗୀ ହେବା ଏବଂ ପୂର୍ବ ବୈଠକର ନିସ୍ପତି କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବା ।

II. ପ୍ରାଥମିକ ସ୍ତରୀୟ ପରିଣତରେ ଭାଗୀଦାର ହେବା ।

III. କୌଣସି ମତାମତ ବା ଅଭିଯୋଗ ଥିଲେ ତାକୁ ଲିଖିତ ଆକାରରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ ଜଣାଇବା ।

IV. ଉତ୍ତମ ପଦକ୍ଷେପଗୁଡିକ ସହ ଆଲୋଚନା କରିବା ।

V. ପୁଙ୍ଖାନୁପୁଙ୍ଖ ଆଲୋଚନା ଲାଗି ପ୍ରତି ମାସରେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ମଞ୍ଚ ପ୍ରସଙ୍ଗକୁ ଚିହ୍ନଟ କରିବା ।

ଷ୍ଟାଡିଙ୍ଗ କମିଟି ସହ ବ୍ଲକ ଓ ଜିଲ୍ଲା ପରିଷଦର ସଂଯୁକ୍ତକରଣ

ଷ୍ଟାଡିଙ୍ଗ କମିଟିର ଚେୟାରମ୍ୟାନ ନିଜ ଅଧିକାରଭୁକ୍ତ ଅଞ୍ଚଳର ବିଦ୍ୟାଳୟମାନଙ୍କ ପରିଚାଳନା ସମିତି ଅଗ୍ରଗତି ଓ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଗୁଡିକୁ ନେଇ ବ୍ଲକର ମାସିକ ବୈଠକରେ ବ୍ଲକ ଚେୟାରମ୍ୟାନ ଓ ଅନ୍ୟମାନଙ୍କ ସହ ଆଲୋଚନା କରିବେ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲା ପରିଷଦର ତ୍ରୟମାସିକ ବୈଠକରେ ଜିଲ୍ଲା ପରିଷଦ ସଭାପତିଙ୍କ ସମକ୍ଷରେ ଉପସ୍ଥାପନା କରିବେ ।

ପିତାମାତା -ଶିକ୍ଷକ ସଂଘ (PTA)

ସମ୍ବିଧାନ

I. ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ସମସ୍ତ ଛାତ୍ରଙ୍କ ପିତାମାତାଙ୍କୁ ନେଇ ଗଠିତ ଏକ କମିଟି ହେଉଛି ପିତାମାତା -ଶିକ୍ଷକ ସଂଘ ।

II. ଏହାର ବୈଠକ ଲାଗି ସମୁଦାୟ ସଭ୍ୟ ସଂଖ୍ୟାର ୪୦%କୁ କୋରମ ବା ସର୍ବନିମ୍ନ ଆବଶ୍ୟକତା ସଂଖ୍ୟା ଭାବେ ଗଣନା କରାଯିବ ।

III. CRCC ଓ ଷ୍ଟାଡିଙ୍ଗ କମିଟି ସହ ଆଲୋଚନା କରି ପ୍ରଧାନଶିକ୍ଷକ /ଶିକ୍ଷୟତ୍ରୀ PTA ବୈଠକ ଡାକିବେ । ପିଲାଙ୍କ ହାତରେ ସେମାନଙ୍କର ପିତାମାତାଙ୍କୁ ସେ ଏକ ସପ୍ତାହ ସମୟ ପ୍ରଦାନ ପୂର୍ବକ ଏକ ଅଧିସୂଚନାପତ୍ର ପଠାଇବେ ଯେଉଁଥିରେ ସ୍ଵାକ୍ଷର କରି ସେମାନେ ପିଲା, ହାତରେ ପ୍ରଧାନ ଶିକ୍ଷକଙ୍କୁ ଫେରସ୍ତ କରିବେ ।

IV. ନିଜ ଅଧିନସ୍ଥ ପ୍ରତି ବିଦ୍ୟାଳୟ .........ବୈଠକର ତାରିଖ .....ସ୍ଥିର କରି ଷ୍ଟାଡିଙ୍ଗ କମିଟିର ଅତି କମରେ ଦୁଇଜଣ ନିର୍ବାଚିତ ସଦସ୍ୟ (ସାଧାରଣପକ୍ଷେ ସରପଞ୍ଚ / ଚେୟାରମ୍ୟାନ /ମେୟର କିମ୍ବା ତାଙ୍କ ପ୍ରତିନିଧି ଏବଂ ଆଉ ଜଣେ ସଦସ୍ୟ ) ପିତାମାତା - ଶିକ୍ଷକ ସଂଘର ବୈଠକରେ ଯୋଗ ଦେବେ ।

V. ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରୁ ଜଣେ ନୋଡାଲ ଅଧିକାରୀ ବୈଠକ ଯୋଗ ଦେବେ ।

VI. ଗ୍ରାମପଞ୍ଚାୟତ / / ଏନ.ଏ.ସି/ ପୌରପାଳିକା / ମହାନଗର ନିଗମର ଷ୍ଟାଡିଙ୍ଗ କମିଟିର ଅତି କମରେ ଦୁଇଜଣ ନିର୍ବାଚିତ ସଦସ୍ୟ (ସାଧାରଣ ପକ୍ଷେ ସରପଞ୍ଚ/ଚେୟାରମ୍ୟାନ /ମେୟର କିମ୍ବା ତାଙ୍କ ପ୍ରତିନିଧି ଏବଂ ଆଉ ଜଣେ ସଦସ୍ୟ )ପିତାମାତା –ଶିକ୍ଷକ ସଂଘର ବୈଠକରେ ଯୋଗ ଦେବେ ।

VII. ପିତାମାତା ଓ ଶିକ୍ଷକଙ୍କ ଉପସ୍ଥାନ ପଞ୍ଜୀକରଣ ପାଇଁ ଫର୍ମ =-୧ ରେ ଏକ ରେଜିଷ୍ଟର ବ୍ୟବହାର କରାଯିବ

ପିତାମାତା – ଶିକ୍ଷକ ସଂଘର ପ୍ରତ୍ୟେକ ବୈଠକରେ ସଦସ୍ୟଗାଁ ସେମାନଙ୍କ ମଧ୍ୟରୁ ଜଣକୁ ସଭାରେ ଅଧ୍ୟକ୍ଷତା କରିବା ଲାଗି ମନୋନୀତ କରିବେ । ଅଧକ୍ଷ ମନୋନୟନ ହାତ ଟେକି ସମର୍ଥନ କରିବା ପ୍ରକ୍ରିୟାରେ ପ୍ରଧାନଶିକ୍ଷକଙ୍କ ଦ୍ଵାରା ସମାପନ ହେବ । ପିତାମାତାଙ୍କ ସୁବିଧା ଅନୁଯାୟୀ ବୈଠକର ସମୟ ନିର୍ଧାରିତ ହେବ ।

୨.୨ ସଦସ୍ୟତା :

କେବଳ ଯେଉଁ ପିତାମାତାଙ୍କ ପିଲା ବିଦ୍ୟାଳୟରେ ପାଠ ପଢୁଥିବେ ସେମାନେ ଭୋଟ ଦେବା ଅଧିକାର ସହ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ହୋଇପାରିବେ । ତାଙ୍କ ପିଲା ବିଦ୍ୟାଳୟ ଛାଡିଦେବାମାତ୍ରେ ସେମାନେ ତାଙ୍କର ସଭ୍ୟପଦ ହରାଇବେ । PTA ବୈଠକରେ ଯୋଗଦେବା ପିଲାଙ୍କୁ ଜନନୀମାନଙ୍କୁ ପ୍ରୋତ୍ସାହନ କରାଯିବ । ଅବଶ୍ୟ ପିତାମାତାଙ୍କ ମଧ୍ୟରୁ କେବଳ ଜଣଙ୍କର କେବଳ ଭୋଟ ଦେବାର ଅଧିକରା ରହିବ । ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟମାନଙ୍କୁ PTA ନିର୍ବାଚିତ କରିବ କିମ୍ବା ମନୋନୀତ କରିବ ।

PTA ର କାର୍ଯ୍ୟଧାରା

i. ବର୍ଷକୁ ସର୍ବନିମ୍ନ ଦୁଇଥର PTA ବୈଠକ ଆହୂତ ହେବ (ମାର୍ଚ୍ଚ ମାସରେ ଏବଂ ଜୁନ ମାସ ଶେଷ ସପ୍ତାହରେ ହେଲେ ଉତ୍ତମ ) । ବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ଦୁଇରୁ ଅଧିକଥର ବୈଠକ ଅନୁଷ୍ଠିତ ହୋଇପାରେ । ପ୍ରଧାନଶିକ୍ଷକ ଏହାର ଅବଗତି ରହିବେ ।

ii. PTA ର କ୍ଷମତା , କାର୍ଯ୍ୟଧାରା, ଭୂମିକା ଓ ଦାୟିତ୍ଵ ସମ୍ପର୍କରେ ସମସ୍ତ ପିତାମାତାଙ୍କୁ PTA ବୈଠକରେ ପ୍ରଧାନ ଶିକ୍ଷକ ଅବଗତ କରାଇଦେବେ ।

iii. ବିଦ୍ୟାଳୟ ପରିଚାଳନା ସମିତିର ପ୍ରସ୍ତାବ ଅନୁସରଣରେ ପ୍ରତ୍ୟେକ PTA ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ସେମାନଙ୍କ ମତରେ ଯାହା ବସ୍ତୁଭିତ୍ତିକ ଦାନ ସଂଗ୍ରହ ଆବଶ୍ୟକ ବୋଲି ବିଚାର କରାଯିବ ସେ ବାବଦରେ ନିଷ୍ପତି ଗ୍ରହଣ କରିବେ । କୌଣସି ପ୍ରକାର ଦାନ ବିପକ୍ଷରେ ବିଦ୍ୟାଳୟ ବା ସରକାରଙ୍କର କୌଣସି ପ୍ରତିଦେୟ ରହିବ ନାହିଁ ।

iv. ଯଦି ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଥାଏ ତା ହେଲେ ବିଦ୍ୟାଳୟର ବିକାଶ ଲାଗି PTA ଦାନ ଗ୍ରହଣ କରିପାରିବେ । ,

v. ଯେକୌଣସି ବ୍ୟକ୍ତି ବା ସଂଗଠନ ଠାରୁ କେବଳ ଦ୍ରବ୍ୟ /ବସ୍ତୁ ଆକାରରେ ଦାନ ଗ୍ରହଣ କରିବା PTA ପାଇଁ ଆଇନ ସମ୍ମତ ବିବେଚିତ ହେବ ।

vi. ବିଦ୍ୟାଳୟ ପରିଚାଳନା ସମିତି ଗଠନ ପାଇଁ PTA ସଭ୍ୟ ନିର୍ବାଚିତ /ମନୋନୟନ କରିବେ ।

vii. FORM –II (ନକଲ ସଂଲଗ୍ନ )ରେ ରସିଦ ପ୍ରଦାନ ପୂର୍ବକ ପ୍ରଧାନ ଶିକ୍ଷକ ଦ୍ରବ୍ୟଗତ ଦାନ ଗ୍ରହଣ କରିବେ ।

ଏକ ସ୍ଵତନ୍ତ୍ର ରେଜିଷ୍ଟରରେ ବୈଠକର ବିବରଣୀ ପ୍ରଧାନ ଶିକ୍ଷକ ଲିପିବଦ୍ଧ କରିବେ । (FORM –II ର ନକଲ ସଂଲଗ୍ନ ) ଏବଂ PTA ର ସମସ୍ତ ଉପସ୍ଥିତ ସଭ୍ୟ ତଥା ଚେୟାରମ୍ୟାନ ସେଥିରେ ସ୍ଵାକ୍ଷର କରିବେ ।

ix. ବିଦ୍ୟାଳୟର ଦୈନନ୍ଦିନ ଅଗ୍ରଗତି ଓ ଆବଶ୍ୟକତା PTA ଆଲୋଚନା କରିବ ଏବଂ ବିଦ୍ୟାଳୟ ପରିଚାଳନା ସମତି ଜରିଆରେ ଷ୍ଟାଡିଙ୍ଗ କମିଟିର ଦୃଷ୍ଟିରୁ ଆଣିବ ।

x. ଆବଶ୍ୟକତା ଅନୁଯାୟୀ PTA ର ବୈଠକ ବହୁବାର ଅନୁଷ୍ଠିତ ହୋଇପାରେ , ମାତ୍ର ସର୍ବନିମ୍ନ ପ୍ରତିବର୍ଷ ଦୂରଥର ଏହାର ବୈଠକ ବସିବା ପରିହାର୍ଯ୍ୟ । ପ୍ରଧାନଶିକ୍ଷକ ଏହାର ସଦସ୍ୟ – ଆବାହକ ରହିବେ ।

xi. ନିମ୍ନୋକ୍ତ ପ୍ରସଙ୍ଗ ଆଧାରରେ ବିଦ୍ୟାଳୟ କାର୍ଯ୍ୟ ଓ ଗତିଶୀଳତା ନିରନ୍ତର ଅନୁଧାନ କରିଆବା PTA ର ହେବ କର୍ତ୍ତବ୍ୟ :

(କ) ନାମଲେଖା ସର୍ବଜନୀନ ହେବ ବିଷୟ ନିଶ୍ଚିତ କରିବେ ।

(ଖ) ଶିଶୁମାନଙ୍କ ମଧ୍ୟରେ ମଧ୍ୟରେ ନିୟମିତ ସ୍କୁଲ ଆସିବା, ଛୁଟି ପର୍ଯ୍ୟନ୍ତ ସ୍କୁଲରେ ରହିବା ବାବଦରେ ଆଗ୍ରହ ସୃଷ୍ଟି କରିବା ସହିତ ପିଲାଙ୍କ ଅଧାରୁ ପାଠ ପଢା ଛାଡିବା ଘଟନାକୁ ବନ୍ଦ କରାଇବା ।

(ଗ) ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଘଟାଇ ତଥା ଉନ୍ନତ ଶିକ୍ଷାଦାନ ଦ୍ଵାରା ଶିଶୁଙ୍କ ମଧ୍ୟରେ ଶିକ୍ଷା ନିମିତ୍ତ ଆଗ୍ରହ ସୃଷ୍ଟି କରାଇବେ ଏବଂ ସମସ୍ତ ଶିଶୁଙ୍କ ସ୍କୁଲରେ ନାମଲେଖା ହେବା ତଥା ପାଠ ପଢିବା ଛାଡିବା ନିରାକରଣ ଭଳି ପ୍ରମୁଖ ସୌଖିକ ଉଦ୍ଦେଶ୍ୟ ସାଧନ ଦିଗରେ ଯତ୍ନବାନ ହେବେ ।

(ଘ) ବିଦ୍ୟାଳୟ ପାଇଁ ପାଣ୍ଠି ଓ ଦାନ ସଂଗ୍ରହ ଦିଗରେ ସକ୍ରିୟ ପଦକ୍ଷେପର ବ୍ୟବସ୍ଥା କରିବେ ।

ବିଦ୍ୟାଳୟ ପରିଚାଳନା ସମିତି (SMC )

ଶିଶୁଙ୍କ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ -୨୦୦୯ ଧାରା ୨୧ ସହିତ ଓଡିଶା ଶିଶୁମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ନିୟମ -୨୦୦୯ ର ନିୟମ-୩ ଅନୁଯାୟୀ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକ ବ୍ୟତିତ ଅନ୍ୟ ପ୍ରତ୍ୟେକ ବିଦ୍ୟାଳୟ ପରିଚାଳନା ସମତିର ଗଠନ କରାଯିବ ।

ବିଦ୍ୟାଳୟ ପରିଚାଳନା ସମିତିର ରୂପରେଖ

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ତର୍ଭୁକ୍ତ ଥିବା ଉଚ୍ଚ ବିଦ୍ୟାଳୟ (ଅର୍ଥାତ ପ୍ରଥମରୁ ଦଶମ, ଷଷ୍ଠରୁ ଦଶମ, ଚତୁର୍ଥରୁ ଦଶମ, ଅଷ୍ଟମରୁ ଦଶମ ) ଗୁଡିକର SMDC ସହିତ ବିଦ୍ୟାଳୟ ପରିଚାଳନା ସମିତି SMC ମଧ୍ୟ ଗଠନ କରାଯିବ ।

୩.୧.୧ PTA ର ସଦସ୍ୟମାନଙ୍କ ମଧ୍ୟରୁ ହିଁ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟମାନେ ନିର୍ବାଚିତ ହେବ ।ନିମ୍ନ ବ୍ୟବସ୍ଥା ଅନୁଯାୟୀ ଏହାର କ୍ଷମତାପନ୍ନ ପରିସର ମଧ୍ୟରୁ ୧୯ ଜଣଙ୍କୁ ନେଇ ଏହା ଗଠିତ ହେବ ।

(a) ୧୨ (ବାର) ଜଣ ପିତାମାତା – ସଭ୍ୟ ନିମ୍ନ ବର୍ଣ୍ଣନାନୁଯାୟୀ ।

i. ପୁରୁଷ ସଭ୍ୟ -୫୦% । ଏମାନଙ୍କ ମଧ୍ୟରୁ ଅତି କମରେ ଜଣେ ବ୍ୟକ୍ତି ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି /ନିମ୍ନ ସମ୍ପ୍ରଦାୟରୁ ଥିବେ ଏବଂ ଅନ୍ୟ ଜଣେ ଆର୍ଥିକ ଦୁର୍ବଳ ଶ୍ରେଣୀରୁ ଥିବେ ।

ii. ମହିଳା ସଭ୍ୟ -୫୦% । ଏମାନଙ୍କ ମଧ୍ୟରୁ ଅତି କମରେ ଜଣେ ବ୍ୟକ୍ତି ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି /ନିମ୍ନ ସମ୍ପ୍ରଦାୟରୁ ଥିବେ ଏବଂ ଅନ୍ୟ ଜଣେ ଆର୍ଥିକ ଦୁର୍ବଳ ଶ୍ରେଣୀରୁ ଥିବେ ।

(b) ଅବଶିଷ୍ଟ ସାତ (୦୭) ଜନ ସଦସ୍ୟ ନିମ୍ନଲିଖିତ ବ୍ୟକ୍ତିଙ୍କ ମଧ୍ୟରୁ ଗୃହିତ ହେବେ ।

ସରକାରୀ ବା ପଦବୀଭିତ୍ତିକ ସଭ୍ୟ :

i. ଗ୍ରାମପଞ୍ଚାୟତ / / ଏନ.ଏ.ସି/ ପୌରପାଳିକା / ମହାନଗର ନିଗମର( ବିଦ୍ୟାଳୟଟି ଯାହାର ଅନ୍ତର୍ଗତ ) ଜଣେ ୱାର୍ଡମେମ୍ବର / କାଉନସିଲର/ କର୍ପୋରେଟର ହେବେ ଜଣେ ସଭ୍ୟ ।

ii. ଜଣେ ସ୍ୱାସ୍ଥ୍ୟ କର୍ମୀ/ଆଶା କର୍ମୀ ଯିଏକି ଅଙ୍ଗନୱାଡି କର୍ମୀ ହେବେ ସଭ୍ୟ ।

iii. ନିକଟତମ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଅଙ୍ଗନୱାଡି କର୍ମୀ ହେବେ ସଭ୍ୟ ।

iv. ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେବେ ସଦସ୍ୟ – ଆବାହକ ।

ମନୋନୀତ ସଦସ୍ୟ :

i. ବିଦ୍ୟାଳୟର ଶିକ୍ଷକମାନଙ୍କ ଦ୍ଵାରା ମନୋନୀତ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ହେବେ ସଭ୍ୟ ।

ii. ଛାତ୍ର କ୍ୟାବିନେଟର ମୁଖ୍ୟ ଓ ମିନା ମଞ୍ଚର ମୁଖ୍ୟ – ଏ ଦୁଇଜଣ ଛାତ୍ର ହେବେ ଛାତ୍ର – ସଦସ୍ୟ ।

କୌଣସି ମନୋନୟନ /ନିର୍ବାଚିତ ପ୍ରକ୍ରିୟାରେ (iv) ଓ (v) ଅନ୍ତର୍ଗତ ସଦସ୍ୟ – ଆବାହକ ଓ ଶିକ୍ଷକ ସଦସ୍ୟଙ୍କର ଭୋଟ ଦେବା ଅଧିକାର ରହିବା ନାହିଁ । (ପଦବୀଗତ ଭାବେ ସଭ୍ୟଥିବା ସରକାରୀ କର୍ମଚାରୀମାନଙ୍କର ଭୋଟ ଅଧିକାର ରହିବ ନାହିଁ । )

୩.୧.୨ କମିଟିର ପରିଚାଳନା ପାଇଁ ପିତାମାତା –ସଦସ୍ୟ ମଧ୍ୟରୁ ଜଣଙ୍କୁ ଅଧକ୍ଷ ଓ ଜଣଙ୍କୁ ଉପାଧ୍ୟକ ଭାବେ କମିଟି ନିର୍ବାଚିତ କରିବ । ଏ ଦୂହିଁ ଙ୍କ ମଧ୍ୟରୁ ଅନ୍ତଃ ଜଣେ ମହିଳା ହୋଇଥିବା ଆବଶ୍ୟକ ।

୩.୧.୩ କୌଣସି ପିତାମାତା - ସଦସ୍ୟଙ୍କ ପରଲୋକ ଘଟିଲେ କିମ୍ବା ସ୍ଥାନୀୟ ଅଞ୍ଚଳକୁ ସେ ଅନ୍ୟ ସ୍ଥାନକୁ ଘର ଛାଡି ଚାଲିଗଲେ , ଅଥବା ତାଙ୍କ ସନ୍ତାନ ଔ ବିଦ୍ୟାଳୟର ଛାତ୍ର ନରହିବା ହେତୁ ସେ ମଧ୍ୟ ପିତାମାତା ସଦସ୍ୟ ନ ରହିଲେ ତାଙ୍କର ସଦସ୍ୟତା ରଦ୍ଦ ହୋଇଯିବ ।

୩.୧.୪ ଗ୍ରାମପଞ୍ଚାୟତ / / ଏନ.ଏ.ସି/ ପୌରପାଳିକା / ମହାନଗର ନିଗମର ୱାଡ଼ମେମ୍ବର /କାଉନସିଲର/କର୍ପୋରେଟର ପଦବୀଗତ ସ୍ଵୀକୃତିରେ କାର୍ଯ୍ୟ କରିବେ । ପଦବୀରୁ ଅନ୍ତର ହେବା ମାତ୍ରେ ସେ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ପଦ ମଧ୍ୟ ହରାଇବେ ।

୩.୧.୫ ସଦସ୍ୟ – ଆବାହକ ବ୍ୟତୀତ ବିଦ୍ୟାଳୟ ପରିଚାଳନା ସମିତିର ଯେକୌଣସି ସଭ୍ୟ ଯେକୌଣସି ସମୟରେ ଅଧକ୍ଷଙ୍କୁ ଏକ ଇସ୍ତଫା ପତ୍ର ପ୍ରଦାନ କରି ସଦସ୍ୟ ପଦରୁ ଇସ୍ତଫା ଦେଇପାରିବେ । କିନ୍ତୁ ଏଭଳି ଏକ ଇସ୍ତଫା ପତ୍ର ଯେଉଁଦିନ ବିଦ୍ୟାଳୟ ପରିଚାଳନା ସମିତି ଦ୍ଵାରା ଗୃହିତ ହେବ ସେହିଦିନ ଠାରୁ ହିଁ କାର୍ଯ୍ୟକାରୀ ହେବ ।

୩.୧.୬ ସଦସ୍ୟ – ଆବାହକ ବ୍ୟତୀତ ବିଦ୍ୟାଳୟ ପରିଚାଳନା ସମିତିର ଅନ୍ୟ କୌଣସି ସଦସ୍ୟ ଯଦି ଅଧକ୍ଷଙ୍କୁ ସୂଚନା ନ ଦେଇ କ୍ରମାଗତ ଭାବେ ତିନୋଟି ବୈଠକରେ ଅନୁପସ୍ଥିତ ରହନ୍ତି , ତା ହେଲେ ଆଇନତଃ ତାଙ୍କ ସଭ୍ୟପଦ ରଦ୍ଦ ହୋଇଜୀବ । ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ବିବରଣୀରେ ତାଙ୍କର ଏହି ଅନୁପସ୍ଥିତିର ପ୍ରାକ – ସୂଚନା ପ୍ରଦାନ ନ କରାଇବା କଥା ଲିପିବଦ୍ଧ କରାଯିବ ।

୩.୧.୭ ପଦବୀଗତ ସଭ୍ୟମାନଙ୍କ ବ୍ୟତୀତ ଅନ୍ୟ ସଭ୍ୟାଙ୍କର ଇସ୍ତଫା କିମ୍ବା ଅନ୍ୟ କାରଣରୁ ଶୃଷ୍ଟ ଶୂନ୍ୟସ୍ଥାନ PTA ଦ୍ଵାରା ପୂରଣ କରାଯିବ । ଶୂନ୍ୟସ୍ଥାନ ସୃଷ୍ଟି ହେବାର ୩୦ ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ଅନୁରୋଧକ୍ରମେ ଶୂନ୍ୟ ଥିବା ସଭ୍ୟପଦଟି ଯେଉଁ ସ୍ତରର ହୋଇଥିବ ସେହି ସ୍ତରରୁ ସେହି ସ୍ତର ପାଇଁ ଉଦ୍ଦିଷ୍ଟ ପ୍ରଣାଳୀ ଅନୁସରଣକ୍ରମେ ନୂଆସଭ୍ୟ ଗ୍ରହଣ କରାଯିବ ।

୩.୧.୮ ସଦସ୍ୟ – ଆବାହକ ବଦଳି/ଅବସରଗ୍ରହଣ /ପରଲୋକଗମନ କ୍ଷେତ୍ରରେ କିମ୍ବା ସେ ସାମୟିକ ଛୁଟି ବା ଇଚ୍ଛାଧିନ ଛୁଟି ବ୍ୟତୀତ ଅନ୍ୟ ଛୁଟିରେ ଗଲେ ବିଦ୍ୟାଳୟର ସବୁଠାରୁ ବରିଷ୍ଠ ଶିକ୍ଷକ ଭାରପ୍ରାପ୍ତ ଆବାହକ ଭାବେ ଦାୟିତ୍ଵରେ ରହିବେ ।

୩.୨ ବିଦ୍ୟାଳୟ ପରିଚାଳନା ସମିତି ନିର୍ମାଣ :

୩.୨.୧ ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ସ୍ଵତନ୍ତ୍ର ବିଦ୍ୟାଳୟ ପରିଚାଳନା ସମିତି ରହିବ । ସଦସ୍ୟ – ଆବାହକ, ଶିକ୍ଷକ, -ସଦସ୍ୟ ବ୍ୟତୀତ ବିଦ୍ୟାଳୟ ପରିଚାଳନା ସମିତିର ଅନ୍ୟ ସଦସ୍ୟମାନଙ୍କୁ ସମ୍ପୃକ୍ତ ବିଦ୍ୟାଳୟ PTA ମନୋନୟନ / ନିର୍ବାଚନ କରିବ । ନିର୍ବାଚନ ବା ମନୋନୟନ ଲାଗି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ପିତାମାତା- ଶିକ୍ଷକ ସଂଘ ର ଏକ ଖୋଲା ବୈଠକ ନିମନ୍ତେ ସମସ୍ତ ସଭ୍ୟଙ୍କୁ ଯୋଗାଯୋଗ କରିବେ । PTA ର ସର୍ବନିମ୍ନ ୪୦% ସଭ୍ୟ ଉପସ୍ଥିତ ରହିଲେ ହିଁ ବିଦ୍ୟାଳୟ ପରିଚାଳନା ସମିତି (SMC) ଗଠନ ପାଇଁ ବୈଠକରେ ପଦକ୍ଷେପ ଗୃହୀତ ହୋଇପାରିବ ।

୩.୨.୨ ଉପରୋକ୍ତ ଅଣୁଚ୍ଛେଦ (୩.୨.୧) ଅନୁଯାୟୀ ବିଦ୍ୟାଳୟ ପରିଚାଳନା ସମିତି ଗଠିତ ବୋର ଏକ ସପ୍ତାହ ମଧ୍ୟରେ ଅନୁଷ୍ଠିତ SMC ର ପ୍ରଥମ ବୈଠକରେ ହିଁ ଅଧକ୍ଷ ଓ ଉପାଧକ୍ଷ ମନୋନୀତ । ନିର୍ବାଚିତ ହେବେ । SMC ର ଯେକୌଣସି ବୈଠକ ଲାଗି SMC ର ସର୍ବନିମ୍ନ ୮ଜଣ ସଦସ୍ୟଙ୍କ ଉପସ୍ଥିତି ଅପରିହାର୍ଯ୍ୟ । ଭୋଟ ଦେବା କ୍ଷେତ୍ରରେ ସଦସ୍ୟ – ଆବାହକ ଶିକ୍ଷକ- ସଦସ୍ୟ ଏବଂ ସରକାରୀ ସଭ୍ୟାମାନଙ୍କର ଭୋଟ ପ୍ରଦାନ କ୍ଷମତା ରହିବା ନାହିଁ । କୌଣସି କ୍ଷେତ୍ରରେ ଭୋଟ ସଂଖ୍ୟା ଦୁଇ ଜଣଙ୍କର ସମାନ ହେଲେ ଲଟେରୀ ମାଧ୍ୟମରେ ନିଷ୍ପତି ଗୃହୀତ ହେବ ।

୩.୨.୩ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗର କୌଣସି ଆବାସିକ ବିଦ୍ୟାଳୟ କ୍ଷେତ୍ରରେ ଏହି ବିଭାଗ ଦ୍ଵାରା ପ୍ରଦତ୍ତ । ମାର୍ଗ ଦର୍ଶିକା ଅନୁଯାୟୀ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି (SMC) ଗଠିତ ହେବ ।

୩.୨.୪ ବିଦ୍ୟାଳୟ ପରିଚାଳନା ସମିତି ର ଅଧ୍ୟକ୍ଷଙ୍କ ନିର୍ବାଚନ ହେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ପରିଚାଳନା ସମିତି କାର୍ଯ୍ୟକ୍ଷମ ରହିବ ।

୩.୨.୫ କୌଣସି ବିଦ୍ୟାଳୟ ପରିଚାଳନା ସମିତି ଯଦି ୩ ମାସରୁ ଅଧିକ କାଳ ପର୍ଯ୍ୟନ୍ତ ନିଷ୍କ୍ରିୟ ରହେ ଏବଂ ବିଦ୍ୟାଳୟ ପରିଚାଳନା ତଥା ଉନ୍ନତିରେ ଧ୍ୟାନଶୀଳ ନହୁଏ , ତାହେଲେ ସଦସ୍ୟ – ଆବାହକ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସୂଚନାପୂର୍ବକ CRCC ଙ୍କ ଜରିଆରେ ଷ୍ଟାଡିଙ୍ଗ କମିଟିକୁ ଏ ବିଷୟ ଜଣାଇ ନୂତନ ପରିଚାଳନା ସମିତି ଗଠନ ପାଇଁ ଅନୁରୋଧ କରିବେ । ଏଭଳି ସୂଚନା ପ୍ରାପ୍ତିକ୍ରମେ ଷ୍ଟାଡିଙ୍ଗ କମିଟି ବିଦ୍ୟାଳୟ ପରିଚାଳନା ସମିତିକୁ ଭାଙ୍ଗିଦେଇ ୧୫ ଦିନ ମଧ୍ୟରେ ନୂତନ ପରିଚାଳନା ସମିତି ଗଠନ ନିମନ୍ତେ ନିଷ୍ପତି ନେବେ । ସମିତି କୁ ଭାଙ୍ଗିବା ପୂର୍ବରୁ ଉକ୍ତ ପରିଚାଳନା ସମିତି ନିଜର ପକ୍ଷ ରଖିବାକୁ ଏକ ସୁଯୋଗ ଦିଆଯିବ । ପ୍ରଧାନ ଶିକ୍ଷକଙ୍କଠାରୁ ସୂଚନା ପାଇବାର ୩୦ ଦିନ ମଧ୍ୟରେ ଯଦି ନୂଆ ପରିଚାଳନା ସମିତି ଗଠନ ଦିଗରେ ଷ୍ଟାଡିଙ୍ଗ କମିଟି କୌଣସି ନିଷ୍ପତି ନ ନିଅନ୍ତି ତାହେଲେ ବ୍ଲକ ଶିକ୍ଷା ଅଧିକାରୀ ଅନୁସନ୍ଧାନ କରିବା ଉତ୍ତାରୁ ନୂତନ ସମିତି ଗଠନ ପାଇଁ ପଦକ୍ଷେପ ନେବେ ।

୩.୨.୬ ଅନୁମତି ପ୍ରାପ୍ତ ହେବା ପରେ ସ୍ଵାଭାବିକ ପ୍ରଣାଳୀ ଅନୁସରଣ ପୂର୍ବକ ନୂତନ ବିଦ୍ୟାଳୟ ପରିଚାଳନା ସମିତି ଗଠିତ ହେବ । ନୂତନ ପରିଚାଳନା ସମିତିର ଗଠନ ପରେ ପୁରାତନ ସମିତି ଆଇନତଃ ଅକାମି ହୋଇଯିବ ।

୩.୩ ବିଦ୍ୟାଳୟ ପରିଚାଳନା ସମିତିର କାର୍ଯ୍ୟ :

୩.୩.୧ ସାଧାରଣ ଭାବେ ବିଦ୍ୟାଳୟ ପରିଚାଳନା ସମିତି ।

i. ବିଦ୍ୟାଳୟକୁ ଛାତ୍ରଗମ ହେଉଥିବା ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନଗୁଡିକର ବିକାଶ ପାଇଁ ଯୋଜନା କରିବ ।

ii. “ ଛଅ ” ବର୍ଷ ପର୍ଯ୍ୟନ୍ତ ବୟସ – ଗୋଷ୍ଠୀର ପିଲା ଏବଂ ‘ଛ’ ବର୍ଷରୁ ଚଉଦ ବର୍ଷ ବୟସ – ଗୋଷ୍ଠୀର ପିଲାଙ୍କ ଜନସୁମାରି କରାଇବ ।

iii. ନାମଲେଖା ଅଭିଯାନ ମାଧ୍ୟମରେ ନାମ ଲେଖାଇ ନଥିବା ସବୁ ପିଲାଙ୍କର ସ୍କୁଲରେ ନାମ ଲେଖା ସୁନିଶ୍ଚିତ କରିବ ଏବଂ ପ୍ରାଥମିକ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ ସେମାନେ କିପରି ବିଦ୍ୟାଳୟ ପଢା ଜାରି ରଖିବ ତାହା ମଧ୍ୟ ସୁନିଶ୍ଚିତ କରିବ ।

iv. ପିତାମାତାଙ୍କୁ ବୁଝାଇ ପିଲାଏ କିପରି ନିୟମିତ ସ୍କୁଲକୁ ଆସିବେ , ସାମୟିକ ଭାବେ ଅନୁପସ୍ଥିତ ରହିବେ ନାହିଁ ଏବଂ ଅଧାରୁ ପାଠପଢା ଛାଡିବେ ନାହିଁ ତାହା ସୁନିଶ୍ଚିତ କରାଇବ ।

v. ଶିକ୍ଷକମାନଙ୍କ ନିୟମିତ ଉପସ୍ଥାନ ତଦାରଖ କରିବ । ଶିକ୍ଷକଙ୍କ ଅନୁପସ୍ଥିତି ସମ୍ବନ୍ଧିତ ଷ୍ଟାଡିଙ୍ଗ କମିଟିକୁ ପଠାଇବ ।

୩.୩.୨ ବିଦ୍ୟାଳୟ ପରିଚାଳନା ସମିତି କାର୍ଯ୍ୟ ଅବଶ୍ୟ ସଂପାଦାନ କରିବ ।

i. ବିଦ୍ୟାଳୟ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସୁବିଧା ସୁଯୋଗର ଅଭିବୃଦ୍ଧି ତଥା ସଂପ୍ରସାରଣ କରିବ ।

ii. ବିଦ୍ୟାଳୟ ପରିବେଶର ସୌନ୍ଦର୍ଯ୍ୟ କରଣ କରିବ । ଖେଳ,ପଡିଆ, ଶିଶୁ ଉଦ୍ୟାନର ବିକାଶ କରିବ ଏବଂ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଇବ ।

iii. ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସମୀକ୍ଷା ଏବଂ ପରିଚାଳନା ତଥା ଶିଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଉନ୍ନତି ଘଟାଇ ପ୍ରତ୍ୟେକ ଛାତ୍ରର ସ୍ୱାସ୍ଥ୍ୟ ବିବରଣୀ ପରିଚାଳନା ସୁନିଶ୍ଚିତ କରାଇବ ।

iv. କାର୍ମିକ ଶିକ୍ଷା /ଶାରୀରିକ ଉଦ୍ୟମ ଜନିତ ଶିକ୍ଷାର କାର୍ଯ୍ୟକାରିତା ପାଇଁ ବିଦ୍ୟାଳୟ ବଗିଚା, ବିଦ୍ୟଳୟ ନର୍ସରୀ ର ଉନ୍ନତି କରଣ , ରକ୍ଷଣାବେକ୍ଷଣା ଏବଂ ପରିଚାଳନା କରିବ ।

v. ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟାହ୍ନ ଭୋଜନ ,ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ପଠନ ଏବଂ ଲିଖନ ସାମଗ୍ରୀ , ୟୁନିଫର୍ମ ଇତ୍ୟାଦି ବଣ୍ଟନ ଏବଂ ବାତ୍ୟା , ବନ୍ୟା ଓ ଅଗ୍ନି ଭଳି ଆକସ୍ମିତ ତଥା ପ୍ରାକୃତିକ ବିପର୍ଯ୍ୟୟ ଘଟନା ସମ୍ପର୍କିତ କିଛି ତଥ୍ୟ ଦୃଷ୍ଟିଗୋଚର ହେଲେ ବିଦ୍ୟାଳୟ ଆବଶ୍ୟକତା ମେଣ୍ଟାଇବା ପାଇଁ ସେଠାରେ ଉପସ୍ଥିତ ହେବା ସୁନିଶ୍ଚିତ ।

vi. ପାଠ୍ୟକ୍ରମର ସମୀକ୍ଷା କରିବ ।

vii. ସର୍ବଶିକ୍ଷା ଅଭିଯାନ ଏବଂ ଶିକ୍ଷା ଅଧିକାରର ଉପଯୁକ୍ତ ଭାବର କାର୍ଯ୍ୟକାରିତା ନିମନ୍ତେ DISE ଏବଂ CTS ର ଡାଟାବେସକୁ ଅଦ୍ୟାବିଧିକରଣ କରିବା ଉଦ୍ଦେଶ୍ୟରେ VER ର ଅଦ୍ୟାବଧିକରଣକୁ ସୁନିଶ୍ଚିତ କରିବ ।

viii. ବିଦ୍ୟାଳୟର ଆତ୍ମନିର୍ଦ୍ଧାରଣ ସମୟରେ ଏବଂ ବିଦ୍ୟାଳର କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଭାବରେ ଆତ୍ମନିର୍ଦ୍ଧାରଣ ସମୟରେ ପ୍ରଧାନଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କ ସହାୟତା କରିବ ।

ix. ବିଦ୍ୟାଳୟ ଶିଶୁମାନଙ୍କ ସାମଗ୍ରିକ କାର୍ଯ୍ୟ ସଂପାଦାନରେ ସର୍ବୋକୃଷ୍ଠତା ଏବଂ ପରୀକ୍ଷା ସମାପ୍ତ ହେବାପରେ ବିଦ୍ୟାଳୟ କାର୍ଯ୍ୟ ଏବଂ ଅନ୍ୟ ପାଠ୍ୟକ୍ରମର କାର୍ଯ୍ୟକାରିତା ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସୁନିଶ୍ଚିତ କରିବ ।

x. ଶିକ୍ଷା ମେଳା , ଅନ୍ତବିର୍ଦ୍ୟାଳୟ ପ୍ରତିଯୋଗୀତା ଏବଂ କ୍ରିଡା ଇତ୍ୟାଦିର ଆୟୋଜନ କରିବ ।

xi. ସ୍ଥାନୀୟ କାରିଗର/ହସ୍ତଶିଳ୍ପୀମାନଙ୍କୁ ଏବଂ ଅନ୍ୟାନ୍ୟ ପେସାଗତ ବିଶେଷଜ୍ଞମାନଙ୍କୁ ବିଦ୍ୟଳୟ ଆମନ୍ତ୍ରଣ କରିବ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାରସ୍ପଋକ ଭାବର ଆଦାନପ୍ରଦାନ ଇତ୍ୟାଦିର ଆୟୋଜନ କରିବ ।

xii. ବଦାନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଏବଂ ଉନ୍ନୟନମୂଳକ କାର୍ଯ୍ୟକାରିତା ପାଇଁ ସେମାନେ ବିଦ୍ୟାଳୟ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ ବୋଲି ସେମାନଙ୍କୁ ପ୍ରେରଣା ଦେବ ।

xiii. ପ୍ରାପ୍ତ ହୋଇଥିବା ଦାନ, ବିଭିନ୍ନ ଦ୍ରବ୍ୟ , ସାମଗ୍ରୀ , ସର୍ବଶିକ୍ଷା ଅଭିଯାନ ଅନୁଦାନ,ଏହାର ବିନିଯୋଗ ଇତ୍ୟାଦି ଯାହା ପରବର୍ତ୍ତୀ ....ବୈଠକରେ ଉପସ୍ଥାପନ କରାଯିବ , ସେ ସମ୍ପର୍କରେ ଷ୍ଟାଡିଙ୍ଗ କମିଟି ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ ।

xiv. ପରିଦର୍ଶନ ପ୍ରାଧିକାରୀ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କର ତଦାରଖ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବିବରଣୀର ଉପଲ୍ଲବ୍ଧତା ସୁନିଶ୍ଚିତ କରିବ ।

xv. ଅନୁଷ୍ଠାନ ଓ କମ୍ୟୁନିଟିର ଉନ୍ନତିରେ ଅବଦାନ ପାଇଁ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ପୁରସ୍କୃତ କରିବ ।

xvi. ବିଦ୍ୟାଳୟ ଉନ୍ନତି ପାଇଁ ଷ୍ଟାଡିଙ୍ଗ କମିଟି ଉପଯୁକ୍ତ ଏବଂ ଉତ୍ତମ /ମଙ୍ଗଳକାରକ ସମ୍ପର୍କ ରକ୍ଷା କରିବ ।

ବିଦ୍ୟାଳୟ ସମ୍ପତ୍ତି ଏବଂ ଅନ୍ୟାନ୍ୟ ଆବଶ୍ୟକତା ଯଥା – ବିଦ୍ୟାଳୟ କୋଠା, ପାନୀୟଜଳ, ଶୌଚାଳୟ ଏବଂ ଖେଳ ପଡିଆ ଇତ୍ୟାଦିର ରକ୍ଷଣାବେକ୍ଷଣା ଯଥାଯଥ ନିର୍ଣ୍ଣୟ ଗ୍ରହଣ କରିବ ।

ବିଦ୍ୟାଳୟ ପାର୍ଶ୍ଵବର୍ତ୍ତୀ ସମସ୍ତ ଶିଶୁମାନଙ୍କର ନାମଲେଖା ଏବଂ ଉପସ୍ଥାନ ଅବ୍ୟାହତ ରହିଛି ବୋଲି ସୁନିଶ୍ଚିତ କରିବ ।

xix. ଶିକ୍ଷା ଅଧିକାର ଅଧିନିୟମରେ ନିର୍ଦ୍ଧାରିତ ଅନୁସୂଚିତ ଢାଞ୍ଚା ଓ ମାନଦଣ୍ଡର ପ୍ରତିପାଳନର ଶଙ୍ଖଳିତ ପରିଚାଳନା କରିବ ।

xx. ଶିକ୍ଷା ଅଧିକାର ଅଧିନିୟମ ଧାରା-୩ ର ଉପଧାରା-୨ ବ୍ୟବସ୍ଥାରେ ଥିବା ଶିଶୁର ଅଧିକାରର କୌଣସି ଉଲ୍ଲଂଘନ , ଶାରୀରିକ ଏବଂ ମାନସିକ ଉତ୍ପୀଡନାହଇରାଣ , ନାମଲେଖାର ପ୍ରତ୍ୟାଖ୍ୟାନ ଭଳି କାର୍ଯ୍ୟକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବ ।

xxi. ଶିକ୍ଷା ଅଧିକାର ଅଧିନିୟମ ଧାରା ୪ରେ ଥିବା ବ୍ୟବସ୍ଥାର ଶଙ୍ଖଳିତ ପରିଚାଳନା ଏବଂ ଆବଶ୍ୟକତା ଚିହ୍ନଟକରଣ ଗୋଟିଏ ଯୋଜନା ପ୍ରସ୍ତୁତ କରିବ ।

ଭିନ୍ନକ୍ଷମ ଶିଶୁମାନଙ୍କର ଶିକ୍ଷା ଏବଂ ଏଥିରେ ସେମାନଙ୍କର ଅଂଶଗ୍ରହଣ ଓ ପ୍ରାଥମିକ ଶିକ୍ଷା ପୂର୍ଣ୍ଣାଙ୍ଗ କରିବା ପାଇଁ ସେମାନଙ୍କର ଚିହ୍ନଟକରଣ ଏବଂ ନାମଲେଖା ଓ ବିଭିନ୍ନ ପ୍ରକାରର ସୁବିଧାଯୋଗଗୁଡିକର ଶଙ୍ଖଳାଗତ ପରିଚାଳନା କରିବ ।

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଶଙ୍ଖଳାଗତ ପରିଚାଳନା ଏବଂ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମର ସଫଳତା ଲାଗି ପ୍ରଧାନଶିକ୍ଷକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବ ।

ଗୋଟିଏ ଅଲଗା ରେଜିଷ୍ଟରରେ ବିଦ୍ୟାଳୟର ଆୟ ଏବଂ ଖର୍ଚ୍ଚର ହିସାବ ସମ୍ପର୍କିତ ଏକ ବାର୍ଷିକ ହିସାବ ତାଲିକା ପ୍ରସ୍ତୁତ କରିବ ।

ସ୍କୁଲ ପରିଚାଳନା କମିଟିକୁ ସରକାର ସମୟକୁ ସମୟ କ୍ଷମତା କର୍ତ୍ତବ୍ୟ ଏବଂ ଦାୟିତ୍ଵଗୁଡିକ ଅର୍ପଣ କରିବେ ।

୩.୩.୩ ବିଦ୍ୟାଳୟ ପରିଚାଳନା କମିଟିକୁ ସର୍ବଶିକ୍ଷା ଅଭିଯାନ ଏବଂ ଅନ୍ୟ ଉତ୍ସରୁ ପ୍ରାପ୍ତ ପାଣ୍ଠିରୁ ଖର୍ଚ୍ଚ ବିବରଣୀ ଶିକ୍ଷା ସମ୍ପର୍କିତ ଷ୍ଟାଡିଙ୍ଗ କମିଟିକୁ ପଠାଯିବ , ଯାହାଦ୍ଵାରାକି ଏହି କମିଟି ବିଦ୍ୟାଳୟକୁ କିଛି ଆଦେଶ ଦେଇପାରିବେ ଏବଂ ତାହା ଉପରେ ନିୟନ୍ତ୍ରଣ ରଖିପାରିବେ ।

୩.୩.୪ ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଅନ୍ତର୍ଗତ କାର୍ଯ୍ୟ ବ୍ୟବସ୍ଥାର ପରିଚାଳନା ନିମନ୍ତେ କମିଟି ଦ୍ଵାରା ପ୍ରାପ୍ତ କୌଣସି ଅର୍ଥର ଏକ ଅଲଗା ହିସାବ ରଖିବେ, ଯାହା ପ୍ରତି ବର୍ଷ ସମୀକ୍ଷା ପାଇଁ ଉପଲ୍ଲବ୍ଧ କରାଇବେ ।

୩.୩.୫ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ /ଉପାଧ୍ୟକ୍ଷ ଏବଂ ପ୍ରଧାନ ଶିକ୍ଷକ ଆବାହକ ହିସାବଗୁଡିକ ସ୍ଵାକ୍ଷରିତ କରିବେ ଏବଂ ଏକମାସ ମଧ୍ୟରେ ଏହାର ପ୍ରସ୍ତୁତି ସମ୍ପର୍ଣ୍ଣ ହୋଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଉପଲ୍ଲବ୍ଧ କରାଯିବ ।

୩.୩.୬ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ସମୟକୁ ସମୟ ପ୍ରେରିତ ହେବାକୁ ଥିବା ମାର୍ଗଦର୍ଶିକା ଆଧାରରେ ପାଣ୍ଠିଗୁଡିକର ବିନିଯୋଗ କରାଯିବ ।

୩.୩.୭ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ହିସାବ/ସଂଗ୍ରହ ପଦ୍ଧତି ଏବଂ ହିସାବର ଶଈକ୍ଷା ନିର୍ଦ୍ଧାରଣ ହେବ ଏବଂ ବିଦ୍ୟାଳୟ ପରିଚାଳିତ କମିଟି ଦ୍ଵାରା ଏକ ଅନୁସୃତ ହେବ ।

୩.୪ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତି :

୩.୪.୧ ଏହି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ ଆର୍ଥିକ ବର୍ଷ ସମାପ୍ତ ହେବାର ଅନ୍ୟୁନ ୩ ମାସ ପୂର୍ବରୁ କମିଟି ଏକ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତି କରିବ ।

୩.୪.୨ ତିନିବର୍ଷିଆ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୃତ ହେବ । ପ୍ରତ୍ୟେକ ବର୍ଷର ବାର୍ଷିକ ଯୋଜନା ବାର୍ଷିକ ଉପଯୋଜନାଗୁଡିକରରୁ ଉତ୍ପତ୍ତି ହେବ ଯାହା ନିମ୍ନଲିଖିତ ବିଷୟରେ ଅନ୍ତର୍ଗତ ହେବ ।

i. ପ୍ରତ୍ୟେକ ବର୍ଷ ପାଇଁ ଶ୍ରେଣୀୱାରି ନାମଲେଖା ଆକଳନ :

ii. ପ୍ରଥମରୁ ପଞ୍ଚମ ଶ୍ରେଣୀ ଏବଂ ଷଷ୍ଠରୁ ୮ ମ ଶ୍ରେଣୀ ନିମନ୍ତେ ପୃଥକ ଭାବରେ ପ୍ରଧାନଶିକ୍ଷକ , ବିଷୟଗତ ଶିକ୍ଷକ ଏବଂ ସାମୟିକ ଶିକ୍ଷକଙ୍କ ସମେତ ଅତିରିକ୍ତ ଶିକ୍ଷକମାନନର ଆବଶ୍ୟକତା ଥିବା ସଂଖ୍ୟା ଏହି ଅଧିନିୟମ ଅନ୍ତର୍ଗତ ଅନୁସୂଚିରେ ନିର୍ଦ୍ଧାରିତ ରୀତି ଅନୁଯାୟୀ ଆବଶ୍ୟକତା ସୂଚନା ସହିତ ହିସାବ କରିବା ।

iii. ଏହି ଅନୁସୂଚିଏ ନିର୍ଦ୍ଧାରିତ ମାନକ ଏବଂ ପ୍ରଥାର ସୂଚନା ସମେତ ତିନିବର୍ଷରେ ଅତିରିକ୍ତ ଭିତ୍ତିଭୂମିଗୁଡିକର ଏବଂ ଉପକରଣର ଭୌତିକ ବସ୍ତୁଗତ ଆବଶ୍ୟକତା ହିସାବ କରିବା ।

iv. ଧାରା -୪ରେ ନିର୍ଦ୍ଧାରିତ ସ୍ଵତନ୍ତ୍ର ପ୍ରଶିକ୍ଷଣ ସୁବିଧା ସମେତ ଉପ- ନିୟମ (୨) ର ଦଫା (ଖ) ଏବଂ (ଗ) ଆଧାରରେ ଅତିରିକ୍ତ ଆର୍ଥିକ ଆବଶ୍ୟକତା ଏହି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ ଶିଶୁର ଅଧିକାର , ଯଥା – ମାଗଣା ପାଠ୍ୟପୁସ୍ତକ ଏବଂ ବିଦ୍ୟାଳୟ ଦାୟିତ୍ଵ ନିର୍ବାହ ନିମନ୍ତେ ଅନ୍ୟାନ୍ୟ ଅତିରିକ୍ତ ଆର୍ଥିକ ଆବଶ୍ୟକତା ।

୩.୪.୩ ବିଦ୍ୟାଳୟ ଉନ୍ନୟନ ଯୋଜନାଗୁଡିକ କମିଟିର ଅଧକ୍ଷ/ଉପାଧ୍ୟକ୍ଷ ଏବଂ ସଦସ୍ୟ ଆବାହକଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ଏବଂ ଷ୍ଟାଡିଙ୍ଗ କମିଟିକୁ ଉପସ୍ଥାପନ କରାଯିବ । ସମ୍ପୃକ୍ତ କ୍ଲଷ୍ଟର ସିଆରସିସି ତାଙ୍କ ଅଧିନସ୍ଥ ବିଦ୍ୟାଳୟର ଯୋଜନାଗୁଡିକ ଏକତ୍ରୀକୃତ କରିବେ ଏବଂ ଏହାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିକଟ ଉପସ୍ଥାପନ କରିବେ ।

୩.୫ ବିଦ୍ୟାଳୟ ପରିଚାଳନା କମିଟି ବୈଠକ :

୩.୫.୧ CRCC ଙ୍କ ଦ୍ଵାରା ସଞ୍ଚାଳିତ ସମୀକ୍ଷାର ନିର୍ଦ୍ଧାରିତ ତାରିଖ ଅନୁଯାୟୀ ପ୍ରତ୍ୟେକ ମାସରେ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ବସିବ । ବୈଠକରେ ସିଆରସିସି ଉପସ୍ଥିତ ରହିବେ । ସିଆରସିସି ଦ୍ଵାରା ସମୀକ୍ଷା ସଂପୂର୍ଣ୍ଣ ହେବା ପରେ ଅପରାହ୍ନରେ ବିଦ୍ୟାଳୟ ପରିଚାଳିତ କମିଟିର ବୈଠକ ସଞ୍ଚାଳିତ ହେବ । ସଦସ୍ୟ ଆବାହକ ସେପରି ବୈଠକରେ ଉପସ୍ଥିତ ଥିବା ସଦସ୍ୟଙ୍କର ସ୍ଵାକ୍ଷର ସହିତ ରେକର୍ଡ ରଖିବେ ।

୩.୫.୨ ସ୍ଥଳ ବିଶେଷରେ ଯଦି ବ୍ଲକ ଶିକ୍ଷା ଅଧିକାରୀ । ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀଙ୍କ ପଦକ୍ଷେପ ପାଇଁ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଏ,ତେବେ ଆବଶ୍ୟକ କାଗଜପତ୍ରର ନକଲ ତାଙ୍କ ନିକଟକୁ ପ୍ରେରିତ ହେବ । ବ୍ଲକ ଆକର୍ଷଣ ଅଧିକାରୀ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଚାଳନା କମିଟି ବୈଠକର ବିବରଣୀଗୁଡିକରେ ଉପସ୍ଥାପନର ନିୟମିତତା ଉପରେ ତାଙ୍କର ଯାଞ୍ଚ ରିପୋର୍ଟରେ ସୂଚିତ କରିବେ ।

୩.୫.୩ ବ୍ଲକ ଶିକ୍ଷା ଅଧିକାରୀ , ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାର , ବିଆର ସି.ସି ଏବଂ ସି ଆର. ସି.ସି ମାସ ବିଦ୍ୟଳୟ ପରିଚାଳନା କମିଟିରେ କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବେ ଏବଂ ପରବର୍ତ୍ତୀ ମାସର ଦ୍ଵିତୀୟ ସପ୍ତାହରେ ନିର୍ଦ୍ଦେଶକ , ପ୍ରାଥମିକ ଶିକ୍ଷା, ଓଡିଶା ଏବଂ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓପେପାଙ୍କୁ ଏହି ମର୍ମରେ ଏକ ରିପୋର୍ଟ ପ୍ରେରଣ କରାବେ ।

୩.୫.୪ ବିଦ୍ୟାଳୟ ପରିଚାଳନା କମିଟିର ବୈଠକରେ ଅନ୍ୟୁନ ୪୦ %(୦୮ଜଣ ) ସଦସ୍ୟ ଉପସ୍ଥିତ ରହିଲେ ବୈଠକର କୋରମ ରହିବ ।

୩.୫.୫ ଯଦି କୌଣସି ଜରୁରୀ ପରିସ୍ଥିତି ସୃଷ୍ଟିହୁଏ ତେବେ କମିଟିର ଅଧ୍ୟକ୍ଷ ବିଦ୍ୟାଳୟ ପରିଚାଳନା କମିଟିରେ ଏକ ସ୍ଵତନ୍ତ୍ର ବୈଠକର ବରାଦ କରିପାରିବେ ।

୩.୫.୬ ମାର୍ଗଦର୍ଶିକାଗୁଡିକ ଅନୁସରଣ କରାଯାଉଛି ବୋଲି ଶିକ୍ଷା ଅଧିକାରୀ ସୁନିଶ୍ଚିତ କରାଇବେ । ଯଦି ଏଥିରେ କିଛି ବ୍ୟତିକ୍ରମ ଘଟେ ତେବେ ସମ୍ପୃକ୍ତ ବ୍ୟକ୍ତି, ଅଧିକାରୀଗଣ କୈଫତ ଦେବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ଅଧିକାରୀଗଣ ଏହି କାର୍ଯ୍ୟ ପ୍ରଣାଳୀକୁ ସମୟାନୁସାରୀ ସମୀକ୍ଷା କରିବେ ଏବଂ ସୁନିଶ୍ଚିତ କରାଇବେ ।

ଅଭିଯୋଗ ପ୍ରତିକାର

୪.୧ ବିଦ୍ୟାଳୟ ପରିଚାଳନା କମିଟିର ଗଠନ , ପୁନର୍ବାର ଏବଂ ସଞ୍ଚାଳନ ନେଇ ଯଦି କୌଣସି ପ୍ରକାରର ବିବାଦ ବା ବିତର୍କ/ସମସ୍ୟା ଉତ୍ପନ୍ନ ହୁଏ , ତେବେ ବ୍ଲକ ଶିକ୍ଷା ଅଧିକାରୀ ଅଭିଯୋଗ ପ୍ରତିକାର କର୍ତ୍ତୁପକ୍ଷ /ଅଧିକାରୀ ଭାବେ କାର୍ଯ୍ୟ କରିବେ ।

୪.୨ ବ୍ଲକ ସ୍ତରରେ ପଞ୍ଚାୟତ ସମିତିର ବ୍ଲକ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସମୀକ୍ଷା ଅଧିକାରୀ /କର୍ତ୍ତୁପକ୍ଷ ଭାବେ ବିବେଚିତ ହେବେ । ବିଦ୍ୟାଳୟ ପରିଚାଳନା କମିଟିଗୁଡିକର କାର୍ଯ୍ୟ ସମେତ ବିଦ୍ୟାଳୟଗୁଡିକର କାର୍ଯ୍ୟ ସମ୍ପାଦନ ସମୀକ୍ଷା କରିବେ ।

ଅପିଲ ଏବଂ ସମୀକ୍ଷା

ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଅପଲେଟ ପ୍ରାଧିକାରୀ ଭାବେ ବିବେଚିତ ହେବ ଯାହାଙ୍କର ନିଷ୍ପତ୍ତି ଚୁଡାନ୍ତ ଏବଂ ବାଧ୍ୟତାମୂଳକ ହେବ । ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲାର ଶିକ୍ଷା ଅଧିକାର ଓ ସର୍ବଶିକ୍ଷା ଅଭିଯାନର ସମୀକ୍ଷା ପ୍ରାଧିକାର/ କର୍ତ୍ତୁପକ୍ଷ ଭାବେ ବିବେଚିତ ହେବେ । ।

୬. ଜାରି ହେବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ ।

୭. ପ୍ରାସଙ୍ଗୀକ ନିୟମଗୁଡିକ ଆବଶ୍ୟକତାନୁଯାୟୀ ସଂଶୋଧିତ ହେବ ।

ଏହି ବିଷୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବେ ଜାରି କରଯାଇଥିବା ସମସ୍ତ ନିୟମ/ନିର୍ଦ୍ଦେଶାବଳି ଏହି ଅଧିସୂଚନା ଦ୍ଵାରା ଅଧିକମଣିତ (ଅପସାରିତ ) ହେଲା ।

ଆଦେଶ : ଏହି ଅଧିସୂଚନା/ବିଜ୍ଞପ୍ତି ଓଡିଶା ରାଜପତ୍ରରେ ପ୍ରକାଶିତ ହେବା ପାଇଁ ଆଦେଶ କରାଗଲା ।

ରାଜ୍ୟପାଳ ଆଦେଶାନୁକ୍ରମେ

କମିସନର ତଥା ଶାସନ ସଚିବ

ଜ୍ଞାପକ ସଂଖ୍ୟା -୧୬୪୮୬/.......ତାରିଖ-୩୦.୦୭.୨୦୧୪

ଏହାର ଏକକିତା ନକଲ ଭାରପ୍ରାପ୍ତ ରାଜପତ୍ର ସେଲ, ଓଡିଶା ରାଜପତ୍ର ସେଲ , ମାର୍ଫଦ – ବାଣିଜ୍ୟ ବିଭାଗ, ଓଡିଶା ସଚିବାଳୟ , ଭୁବନେଶ୍ଵରଙ୍କ ଅବଗତି ନିମନ୍ତେ ପ୍ରେରିତ ହେବା ସଙ୍ଗେ ସଙ୍ଗେ ଉପରୋକ୍ତ ଅଧିସୂଚନାଟି ଓଡିଶା ଅସାଧାରଣ ରାଜପତ୍ରରେ ପ୍ରକାଶିତ କରିବାକୁ ଏବଂ ୨୦୦ ଖଣ୍ଡ ଉକ୍ତ ବିଭାଗକୁ ପ୍ରେରଣ କରିବା ପାଇଁ ଅନୁରୋଧ କରାଗଲା ।

ଅତିରିକ୍ତ ଶାସନ ସଚିବ

ଜ୍ଞାପକ ସଂଖ୍ୟା -୧୬୪୮୭/SME ତାରିଖ -୩୦.୦୭.୨୦୧୪

ଏହାର ଏକକିତା ନକଲ ସରକାରଙ୍କ ସମସ୍ତ ବିଭାଗଙ୍କ ନିକଟକୁ ଅବଗତି ତଥା ବିହିତ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରେରଣା କରାଗଲା

ଅତିରିକ୍ତ ଶାସନ ସଚିବ

ଜ୍ଞାପକ ସଂଖ୍ୟା -୧୬୭୮୮/SME ତାରିଖ -୩୦.୦୭.୨୦୧୪

ଏହାର ଏକକିତା ନକଲ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ନିର୍ଦ୍ଦେଶକ/ସମସ୍ତ ଜିଲ୍ଲାପାଳ /ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ/ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ , ସର୍ବଶିକ୍ଷା ଅଭିଯାନ/ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ/ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅବଗତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଗଲା ।

ଅତିରିକ୍ତ ଶାସନ ସଚିବ

ଜ୍ଞାପକ ସଂଖ୍ୟା – ୧୬୪୮୯/SME ତାରିଖ- ୩୦.୦୪.୨୦୧୪

ଏହାର ଏକକିତା ସମସ୍ତ ଅଧିକାରୀ /ସମସ୍ତ ଉପବିଭାଗ ଉପବିଭାଗII (୫୦) ନକଲ S&ME କମ୍ଫୁଟର ସେଲ/ରାଜ୍ୟ ପ୍ରୋଟାର୍ଲଙ୍କ ଅବଗତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଗଲା ।

ଅତିରିକ୍ତ ଶାସନ ସଚିବ

ଆଧାର - ଶିଶୁର ନିଃଶୁକ୍ଳ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ୨୦୦୯