ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (RUSA) ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (RUSA) ରାଜ୍ୟର ଉଚ୍ଚତର ଶିକ୍ଷାନୁଷ୍ଠାନ ମାନଙ୍କ ପାଇଁ କାର୍ଯ୍ୟନୀତି ଆଧାରିତ ବିତ୍ତ ବ୍ୟବସ୍ଥା ନିମନ୍ତେ ୨୦୧୩ ମସିହାରେ ପ୍ରଚଳିତ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା । ଏହି ବିତ୍ତୀୟ ବ୍ୟବସ୍ଥା (ସାଧାରଣ ବର୍ଗର ରାଜ୍ୟ ମାନଙ୍କ ପାଇଁ ୬୦:୪୦ ଅନୁପାତରେ, ବିଶେଷ ବର୍ଗ ରାଜ୍ୟ ମାନଙ୍କ ପାଇଁ ୯୦:୧୦ ଅନୁପାତରେ ତଥା କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କ ପାଇଁ ୧୦୦%) ଆଦର୍ଶ ଭିତ୍ତିକ ତଥା ପରିଣାମ ନିର୍ଭରଶୀଳ । ଏହି ବିତ୍ତ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କୁ ପ୍ରବାହିତ ହୋଇ ରାଜ୍ୟର ଉଚ୍ଚତର ଶିକ୍ଷା ପରିଷଦ ମାନଙ୍କ ମାଧ୍ୟମରେ ଚିହ୍ନିତ ସଂସ୍ଥା ମାନଙ୍କୁ ଦିଆଯାଇଥାଏ । ଏହି ବିତ୍ତ ପ୍ରତ୍ୟେକ ରାଜ୍ୟ ମାନଙ୍କରେ କରାଯାଇଥିବା ଉଚ୍ଚତର ଶିକ୍ଷା ଯୋଜନାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ କରି ପ୍ରଦାନ କରାଯାଇଥାଏ । ଲକ୍ଷ୍ୟ ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ ଗୁଡିକ ହେଲା: ନିର୍ଧାରିତ ମାନଦଣ୍ଡ ଅନୁପାଳନ, ମାନକ ଓ ଗୁଣାତ୍ମକ ଶିକ୍ଷା ପାଇଁ ମାନ୍ୟତା ନିଶ୍ଚିତ କରି ରାଜ୍ୟର ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା । ପରିବର୍ତନକାରୀ ସଂସ୍କାରମୁଳକ ପଦକ୍ଷେପ ନେଇ ଓ ସଂସ୍ଥାଗତ ସଂରଚନା ସୁଗମ କରି, ରାଜ୍ୟର ଉଚ୍ଚତର ଶିକ୍ଷା ପ୍ରଣାଳୀରେ ଉନ୍ନତି ଆଣିବା । ଏଥିସହ ରାଜ୍ୟର ବିଶ୍ଵବିଦ୍ୟାଳୟ ଗୁଡିକୁ ସ୍ଵୟଂଶାସିତ କରି ସେମାନଙ୍କ ପ୍ରଶାସନିକ ଦକ୍ଷତା ବଢାଇବା । ସମ୍ବନ୍ଧନ, ଶୈକ୍ଷିକ ଏବଂ ପରୋକ୍ଷ ପ୍ରଣାଳୀରେ ସଂସ୍କାର ଆଣିବା । ଉଚ୍ଚତର ଶିକ୍ଷା ସଂସ୍ଥାନ ଗୁଡିକରେ ଯେପରି ଉଚ୍ଚମାନର ଶିକ୍ଷକ ଉପଲବ୍ଧ ହେବେ, ତାହା ସୁନିଶ୍ଚିତ କରାଇବା ଓ ନିଯୁକ୍ତିର ପ୍ରତ୍ୟେକ ସ୍ତରରେ ନିଯୁକ୍ତ ବ୍ୟକ୍ତିଙ୍କ କ୍ଷମତା ବର୍ଦ୍ଧନ କରାଇବା । ଉଚ୍ଚତର ଶିକ୍ଷା ସଂସ୍ଥାନ ଗୁଡିକରେ ଅନୁସନ୍ଧାନ ମୂଳକ କାର୍ଯ୍ୟ ଓ ନବୋନ୍ମେଷ ପାଇଁ ଏକ ସମର୍ଥକାରୀ ବାତାବରଣ ସୃଷ୍ଟି କରାଇବା । ସ୍ଥିତ ଅନୁଷ୍ଠାନର ସଂସ୍ଥାଗତ ଆଧାର ବୃଦ୍ଧି ଓ ତତ୍ ସହିତ ନୂତନ ଉଚ୍ଚତର ଶିକ୍ଷା ଅନୁଷ୍ଠାନ ସ୍ଥାପନ କରି ଅଧିକ ରୁ ଅଧିକ ନାମାଙ୍କନ କରାଇବା ଯେଉଁଠାରେ ଏପରି ଅନୁଷ୍ଠାନ ନାହି କିମ୍ବା କମ ଅଛି, ସେଠାରେ ନୂତନ ଅନୁଷ୍ଠାନ ସ୍ଥାପନ କରି ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା । ଅନୁସୂଚିତ ଜାତି, ଜନଜାତି, ମହିଳା,ଶିକ୍ଷା ଦୃଷ୍ଟିରୁ ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ଦିବ୍ୟଙ୍ଗ ମାନଙ୍କୁ ଅନ୍ତର୍ଭୁକ୍ତ କରାଇ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବା । ସଙ୍ଘଟକ ସ୍ଥିତ ସ୍ଵୟଂଶାସିତ ମହାବିଦ୍ୟାଳୟ ଗୁଡିକୁ ଉନ୍ନୀତ କରାଇ ଏବଂ ଏକ ନିର୍ଦିଷ୍ଟ ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଗୁଡିକୁ ଏକତ୍ର କରାଇ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ RUSA କାର୍ଯ୍ୟ କରିବ। ଏହା ନୂତନ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ନୂତନ ବୃତ୍ତିଗତ ମହାବିଦ୍ୟାଳୟ ସ୍ଥାପନ କରି ସେମାନଙ୍କ ଭୂମକାତରୂପ ବ୍ୟବସ୍ଥା ପାଇଁ ଆବଶ୍ୟକ ସମ୍ବଳ ଯୋଗାଇଦେବ । ଶିକ୍ଷକ ନିଯୁକ୍ତି ସହାୟତା, ଶିକ୍ଷା ବିଭାଗ ଗୁଡିକର ଉନ୍ନତି, ପ୍ରଶାସକ ମାନଙ୍କ ଦକ୍ଷତା ବୃଦ୍ଧି, ଏସବୁ ମଧ୍ୟ ଏହି ଯୋଜନାର ମହତ୍ଵପୂର୍ଣ ଅଂଶବିଶେଷ । କୌଶଳ ବିକାଶ ପାଇଁ ସ୍ଥିତ କେନ୍ଦ୍ରୀୟ ପଲିଟେକ୍ନିକ ଯୋଜନା କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଧାର୍ଯ୍ୟ ଲକ୍ଷ୍ୟରେ ଉପନୀତ ହେବାପାଇଁ ନିମ୍ନଲିଖିତ ଆଧାରଭୁତ କ୍ରିୟା ଏବଂ ବିତ୍ତୀୟ ସଂଶାଧନ ଗୁଡିକୁ ଏହି ଯୋଜନାର ସଙ୍ଘଟକ ରୂପେ ନିଆଯାଇଛି । ଅନୁସନ୍ଧାନ ମୂଳକ କାର୍ଯ୍ୟ ଓ ନବୋନ୍ମେଷ ସ୍ଥିତ ସ୍ଵୟଂଶାସିତ ମହାବିଦ୍ୟାଳୟ ଗୁଡିକୁ ବିଶ୍ବବିଦ୍ୟାଳୟରେ ଉନ୍ନତିକରଣ। ମହାବିଦ୍ୟାଳୟ ଗୁଡିକୁ ସମୂହ-ବିଶ୍ୱବିଦ୍ୟାଳୟରେ ରୂପାନ୍ତରିକରଣ । ବିଶ୍ୱବିଦ୍ୟାଳୟ ଗୁଡିକୁ ଭୂମିକାରୂପ ସହାୟତା ପ୍ରଦାନ । ନୂତନ ଆଦର୍ଶ ମହାବିଦ୍ୟାଳୟ (ସାଧାରଣ) ସ୍ଥାପନ । ମହାବିଦ୍ୟାଳୟ ଗୁଡିକୁ ଭୂମିକାରୂପ ସହାୟତା ପ୍ରଦାନ । ଅନୁସନ୍ଧାନ ମୂଳକ କାର୍ଯ୍ୟ ଓ ନବୋନ୍ମେଷ କୁ ପ୍ରୋତ୍ସାହନ । ନିଷ୍ପକ୍ଷତା ଉପକ୍ରମ । ଶିକ୍ଷକ ନିଯୁକ୍ତି ସହାୟତା । ଶିକ୍ଷକ ଉନ୍ନତି । ଉଚ୍ଚତର ଶିକ୍ଷାରେ ବ୍ୟବସାୟୀକ ଶିକ୍ଷା ପ୍ରଦାନ । ଶିକ୍ଷା ପ୍ରଶାସକଙ୍କ ନେତୃତ୍ଵ କ୍ଷମତା ବୃଦ୍ଧି । କ୍ଷମତା ବର୍ଦ୍ଧନ ଓ ସଂସ୍କାର, ତଥ୍ୟ ସଂଗ୍ରହ ଏବଂ ଯୋଜନା ପ୍ରସ୍ତୁତି । ଆଧାର - ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ