ଉଦ୍ଦେଶ୍ୟ ଏକ ଉତ୍ତମ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟଧାରା ଓ ବିଦ୍ୟାଳୟର ଉନ୍ନତି ପାଇଁ କମିଟି ସଭ୍ୟ/ସଭ୍ୟମାନଙ୍କର ଅବଦାନ ବିଷୟରେ ଅବଗତ ହେବେ । ପ୍ରଣାଳୀ ସକ୍ରିୟାତ୍ମକ କାର୍ଯ୍ୟ :- ସମୁଦାୟ ଅଂଶଗ୍ରହଣକାରୀଙ୍କୁ ୫ଟି ଦଳରେ ବିଭକ୍ତ କରାଯିବ । ପ୍ରତି ଦଳରେ ୧ ଟି କାଗଜ ଫର୍ଦ୍ଦ ଦିଆଯିବ । କାଗଜର ମାଝିରେ ବିଦ୍ୟାଳୟର ଚିତ୍ର କରିଦିଆଯିବ । ସମସ୍ତେ ଦଳରେ ଆଦର୍ଶ ବିଦ୍ୟାଳୟ ପାଇଁ କଣ କଣ ଆବଶ୍ୟକ କଟା ଚାରି ପାଖରେ ପୂରଣ କରିବେ । ଯଦି କୌଣସି ସଭ୍ୟ ବା ସଭ୍ୟା ଲେଖି ନପାରନ୍ତି । ତେବେ ଅନ୍ୟସଭା ସହାୟକଙ୍କର ସାହାଯ୍ୟ ନେଇ ପାରିବେ । ଏଗୁଡିକ କଳାପଟାରେ ବା ଚାର୍ଟ ପେପରରେ ଲେଖାଯିବ । ପ୍ରଶ୍ନ ୧ ଟି ଖୋଲା ଆଲୋଚନା ହେବ । ପ୍ରଶ୍ନ ୨ଟିର ଆଲୋଚନା ବେଳେ ସେହି ଅଙ୍କନରେ ଥିବା ଏକ ଉତ୍ତମ ସଭ୍ୟ / ସଭ୍ୟା ତାଙ୍କ ଅନୁଭୂତି ସଂକ୍ଷେପରେ କହିବେ । ପ୍ରଶ୍ନ ନଂ ୩ ଟି ପାଇଁ ଦଳଗତ କାର୍ଯ୍ୟ କରାଯିବ ଓ ଉପସ୍ଥାପନା ହେବ । ପ୍ରଶ୍ନ ନଂ ୪ ଓ ୫ ଯାଏଁ ଖୋଲା ଆଲୋଚନା କରାଯିବ । ଆଲୋଚ୍ୟ ବିଷୟ ଏକ ଭଲ ବିଦ୍ୟାଳୟ ପରିଚାଳନା କମିଟିର ଗଠନ ବେଳେ କେଉଁ କେଉଁ ଦିଗପ୍ରତି ଦ୍ରୁଷ୍ଟିଦେବେ । ଏକ ଉତ୍ତମ ବିଦ୍ୟାଳୟର ପରିଚାଳନା କମିଟି ଥିବା ବିଦ୍ୟାଳୟଟି କିପରି ହୋଇଥିବ । ଉକ୍ତ କମିଟିର ସଭ୍ୟ / ସଭ୍ୟା ମାନେ ତାଙ୍କ ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ କି କି କାର୍ଯ୍ୟ କରୁଥିବେ । ଏହି କମିଟିର ସଭ୍ୟ /ସଭ୍ୟା ମାନଙ୍କ ସହିତ ଶିକ୍ଷକ ମାନଙ୍କର ସଂପର୍କ କିଭଳି ହୋଇଥିବ । ଏହି ଉତ୍ତମ ପରିଚାଳନା କମିଟି ଗୋଷ୍ଠୀ ଓ ପ୍ରଶାସନ ସହ କିଭଳି ସଂପର୍କ ରହିଥିବ । ଏହି କମିଟି ଶୈକ୍ଷିକ ଦିଗର ଉନ୍ନତି ପାଇଁ କିପରି ଚେଷ୍ଟା କରୁଥିବେ । ସାମଗ୍ରୀ: ଡ୍ରଇଂସିଟ, ବିଦ୍ୟାଳୟ ଚିତ୍ରଥିବା ଫର୍ଦ୍ଦ । ବାର୍ତ୍ତା : ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା ମାନଙ୍କର କାର୍ଯ୍ୟଉପରେ ବିଦ୍ୟାଳୟ ସଫଳତା ନିର୍ଭର କରେ । ସହାୟକ ସୂଚନା ବିଦ୍ୟାଳୟ କମିଟିଟି ଠିକଭାବେ ଏବଂ ଉତ୍ତମ ଭାବେ ନିୟମ ଅନୁସାରେ ହୋଇଥିବା । ବିଦ୍ୟାଳୟ କମିଟିର ଗଠନ ଠିକଭାବେ, ଯଥା ୧୨-୧୬ ଜଣ ବିଶିଷ୍ଟ ହୋଇଥିବେ । ୭୮% ଶିଶୁମାନଙ୍କର ବାପା ଓ ମା ସଦସ୍ୟ ରହିବେ। ଏହି ପିତା ମାତାଙ୍କ ମଧ୍ୟରେ ୫୦%(ଅଧା)ପୁରୁଷ ରହିବେ ଏବଂ ୫୦%(ଅଧା) ମହିଳା ରହିବେ । ପୁରୁଷମାନଙ୍କ ମଧ୍ୟରେ ଯଦି ମିଳନ୍ତି , ଜଣେ ହରିଜନ ବା ଆଦିବାସୀ ସମ୍ପ୍ରଦାୟରୁ ରହିବେ । ମହିଳାଙ୍କ ମଧ୍ୟରେ ଯଦି ମିଳନ୍ତି , ଜଣେ ହରିଜନ ବା ଆଦିବାସୀ ସମ୍ପ୍ରଦାୟରୁ ରହିବେ । ଅବଶିଷ୍ଟ ୨୫% ମଧ୍ୟରେ ୱାର୍ଡମେମ୍ବର /କାଉନସିଲର- ୧ ଜଣ, ପ୍ରାଥମିକ /ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ୧ ଜଣ, ସ୍ଥାନୀୟ ଶିକ୍ଷାବିତ ଛାତ୍ର ବା ଛାତ୍ରୀ ୧ ଜଣ ରହିବେ । (ଆବଶ୍ୟକ ହେଲେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପର୍କିତ ବିଜ୍ଞପ୍ତି ଦେଖାଯିବ) । ଅଧିକ ତଥ୍ୟ :- PTA ମଧ୍ୟରୁ ଭଲ ମନୋବୃତ୍ତି ବା ସକାରାତ୍ମକ ମନୋବୃତ୍ତି ଲୋକ ହୋଇଥିବେ । ଚରିତ୍ରବାନ, ସାଧୁତା, ଶିକ୍ଷାପ୍ରତି ଅନୁକୂଳ ମନୋଭାବ ପୋଷଣ କରୁଥିବେ । ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଂରଚନା କମିଟିର ସଦସ୍ୟ ପିତାମାତାଙ୍କ ସଂଖ୍ୟା ପିତା ମାତା ୱାର୍ଡମେମ୍ବର ଶିକ୍ଷକ ଶିକ୍ଷାବିତ/ଛାତ୍ରଛାତ୍ରୀ ୧୨ ୯ ୪ ୫ ୧ ୧ ୧ ୧୩ ୧୦ ୫ ୫ ୧ ୧ ୧ ୧୪ ୧୧ ୫ ୬ ୧ ୧ ୧ ୧୫ ୧୨ ୬ ୬ ୧ ୧ ୧ ୧୬ ୧୨ ୬ ୬ ୧ ୧ ୧+୧ ବାହ୍ୟପରିବେଶ ସୁନ୍ଦର ହୋଇଥିବ । ପିଲାଙ୍କ ଉପସ୍ଥାନ କ୍ରମାନ୍ଵୟରେ ବୃଦ୍ଧି ପାଉଥିବେ । ଶ୍ରେଣୀରେ ପିଲାଙ୍କ ମନଲାଖି ଶିକ୍ଷଣକାର୍ଯ୍ୟ ହେଉଥିବ । ମାସିକ ବୈଠକ ହେଉଥିବ ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେଉଥିବ । ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ କମିଟି ସାହାଯ୍ୟ କରୁଥିବ । ପିଲାମାନେ ନିୟମିତ ବୃତ୍ତି ପାଉଥିବେ , ଇତ୍ୟାଦି । ଉପରୋକ୍ତ କାର୍ଯ୍ୟଛଡା ନିମ୍ନଲିଖିତ କାମଗୁଡିକ ବିଦ୍ୟାଳୟ ପରିଚାଳନା କମିଟି କରୁଥିବେ । ଉପକାରଣ ପ୍ରସ୍ତୁତିରେ ସାହାଯ୍ୟ ବିଦ୍ୟାଳୟ ପାଇଁ ସମ୍ବଳ ସଂଗ୍ରହ ବାହ୍ୟପରିବେଶ ଆକର୍ଷଣୀୟ କାର୍ଯ୍ୟରେ ସାହାଯ୍ୟ ବିଭିନ୍ନ ଅନୁଦାନର ସଦୁପଯୋଗ ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ରକ୍ଷା । ଏହି କମିଟି ର ସଭ୍ୟ /ସଭ୍ୟାମାନଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ୍ଣ ସଂପର୍କ ରହିଥିବ । ସମସ୍ତଙ୍କ ମନରେ ସାହାଯ୍ୟ ମନୋବୃତ୍ତି ରହିଥିବ । ବିଦ୍ୟାଳୟର ଉନ୍ନତି ପାଇଁ ଉଭୟେ ଚେଷ୍ଟିତ ଥିବେ । ବିଦ୍ୟାଳୟ ଭଲମନ୍ଦ କାମରେ କମିଟିର ସଦସ୍ୟମାନେ ଯୋଗଦେଇପାରୁଥିବା ଓ କମିଟି ସଭ୍ୟ/ସଭ୍ୟାମାନଙ୍କର ଭଲମନ୍ଦରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଉଥିବେ । ଏହି ବିଦ୍ୟାଳୟ ପରିଚାଳନା ଅକାମିତି ହେଉଛି ବିଦ୍ୟାଳୟ ଓ ଗୋଷ୍ଠୀ ମଧ୍ୟରେ ଏକ ସେତୁ ସଦୃଶ । ବିଦ୍ୟାଳୟର ଉନ୍ନତିରେ ଗୋଷ୍ଠୀର ଭାଗୀଦାରୀ କରିବା ଆଇନ ଏହି କମିଟି ଚେଷ୍ଟା କରୁଥିବ । ବିଦ୍ୟାଳୟର ପରିଚାଳନା କମିଟି ହେଉଛି ବିଦ୍ୟାଳୟ ଓ ଗୋଷ୍ଠୀର ଭାଗୀଦାରୀତାକୁ ପ୍ରୋତ୍ସାହନ ହେଉଥିବ । ଶିଶୁର ଅଧିକାର ଯେପରି କ୍ଷୁର୍ଣ୍ଣ ନ ହେବ , ସେଥିପ୍ରତି ତଦାରଖ କରୁଥିବେ ଓ ଅଧିକାର କ୍ଷୁର୍ଣ୍ଣ ହେଲେ ଏହାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ରୁଷ୍ଟିଗୋଚରକୁ ଆଣିଦେବା । ଶିକ୍ଷକ ଏବଂ ଛାତ୍ର/ଛାତ୍ରୀମାନଙ୍କ ନିୟମିତ ଭାବରେ ଶ୍ରେଣୀରେ ଯଥାକ୍ରମେ ପାଠପଢା ଏବଂ ପାଠଶିକ୍ଷା କାର୍ଯ୍ୟ ଉପରେ ପ୍ରଶାସନ କୁ ଜଣାଇବେ । ପ୍ରଶାସନ ସହ ବିଦ୍ୟାଳୟ ପରିଚାଳନା କମିଟିର ଏକ ଉତ୍ତମ ସମ୍ପର୍କ ରହିଥିବ । ବିଶେଷକରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଉଥିବା ସମସ୍ତ ରିପୋର୍ଟର ନକଲ ସମ୍ପୃକ୍ତ ପଂଚାୟତ ସମିତି ପାଖକୁ ପଠାଉଥିବେ । ବିଦ୍ୟାଳୟର ଉନ୍ନତି ପ୍ରକୃତରେ ଶୈକ୍ଷିକ ଦିଗର ଉନ୍ନତି ଉପରେ ପର୍ଯ୍ୟବେସିତ । ପାଠପଢା /ପାଠ୍ୟକ୍ରମ ସଂପୂର୍ଣ୍ଣ ହେଉଛି କି ନାହିଁ ତାହା ତଦାରଖ କରିବେ । ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ସେମାନଙ୍କର ସମୁଦାୟ/ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବା ଓ ମୂଲ୍ୟାୟନ ସେସ ହେବା ପରେ ବିଦ୍ୟାଳୟ କାର୍ଯ୍ୟର ଅଗ୍ରଗତି ଏବଂ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟର ସମୀକ୍ଷା କରିଥିବେ । ସ୍ଵତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥାର ରୂପାଯନ କରିବା ଏବଂ ଏହାକୁ ଭଲଭାବେ ତଦାରଖ କରି ଅସୁବିଧାର ସମାଧାନ କରିବା ଇତ୍ୟାଦି । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର