ଉଦ୍ଦେଶ୍ୟ ଅଂଶଗ୍ରହଣକାରୀ ମାନେ ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା ବିଷୟରେ ଅବଗତ ହେବେ । ପ୍ରଣାଳୀ/ପ୍ରକ୍ରିୟା ସକ୍ରିୟାତ୍ମକ କାର୍ଯ୍ୟ :- ସମସ୍ତ ଅଂଶଗ୍ରହଣକାରୀଙ୍କୁ ଗୋଳାକାରରେ ଛିଡା କରାଯିବ । ସମସ୍ତ ବିଦ୍ୟାଳୟ କଣ ହେଉଥିଲେ ତାହା ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ବୋଲି କୁହାଯିବ ଗୋଟିଏ ଗୋଇଟେ କଥା କହିବେ । ପ୍ରଶ୍ନ ୧ ଟି ଖୋଲାଆଲୋଚନା କରାଯିବ । ପ୍ରଶ୍ନ ୨ ଠାରୁ ୬ ପର୍ଯ୍ୟନ୍ତ ଖୋଲା ଆଲୋଚନା ହେବ ପ୍ରଶ୍ନ ୫ ର ଆଲୋଚନା ବେଳେ ଡ୍ରଇଂସିଟରେ ସେଗୁଡିକୁ ଲେଖାଯିବ । ପ୍ରଶ୍ନ ୩ ଟି ଦଳଗତ ଆଲୋଚନା ହେବ । ପ୍ରଶ୍ନ ୪ ଠାରୁ ୭ ଯାଏଁ ଖୋଲା ଆଲୋଚନା ହେବ । ଆଲୋଚ୍ୟ ବିଷୟ ଗୋଟେ ବିଦ୍ୟାଳୟରେ କଣ କଣ ଥିଲେ , ବିଦ୍ୟାଳୟଟି ସୁନ୍ଦର ଲାଗେ ? ଯଦି କୌଣସି ବିଦ୍ୟାଲ୍ୟରେ ବିଭିନ୍ନ ପ୍ରକାରର ସୁଯୋଗ ପିଲାଙ୍କ ପାଇଁ ନାହିଁ ତେବେ ସେମାନେ ଏହାକୁ କେତେ ବର୍ଷ ମଧ୍ୟରେ କରିପାରିବେ? ନୂତନ ବିଦ୍ୟାଳୟ ସ୍ଥାପନ ଓ ପରିଚାଳନା ଉପରେ ଶିକ୍ଷା ଅଧିକାର ଆଇନରେ କଣ କାହାଯାଇଛି । ବିଦ୍ୟାଳୟରେ କେଉଁ କେଉଁ ଦିଗ ତଥା କାର୍ଯ୍ୟ ଉପରେ ଗୁରୁତ୍ଵ ଦେଲେ ବିଦ୍ୟାଳୟଟି ଏକ ସର୍ବାଙ୍ଗ ବିଦ୍ୟାଳୟ ହୋଇ ପାରିବ । ବିଦ୍ୟାଳୟ ପରିଚଳନା କମିଟିର ସଭ୍ୟ/ସଭ୍ୟା ହିସାବପୂର୍ଣ୍ଣାଙ୍ଗ ବିଦ୍ୟାଳୟ ପାଇଁ ଆମେ ନିଜକୁ କିପରି ପ୍ରସ୍ତୁତ କରିପାରିବା । ବାର୍ତ୍ତା : ବିଦ୍ୟାଳୟ ପରିଚାଳନା କମିଟି ପିଲାଙ୍କ ବିଦ୍ୟଳୟ ଆସିବା, ରହିବା, ଭଲ ଶିଖିବା, ଉନ୍ନତ ମାନର ମଧ୍ୟାହ୍ନ ଭୋଜନ, ବିଭିନ୍ନ ପ୍ରକାରର ଅଭ୍ୟନ୍ତରୀଣ ଓ ବାହ୍ୟ ସୁଯୋଗ, ବଗିଚାକାମ, ଗୋଷ୍ଠୀ ସମ୍ପର୍କ ଇତ୍ୟାଦିରେ ନିଜର ସହଯୋଗର ହାତ ବଢାଇ ପାରିବେ । ସହାୟକ ସୂଚନା ବିଦ୍ୟାଳୟର ଭୌତିକ ବାତାବରଣ ସୁନ୍ଦର ହୋଇଥିଲେ , ଶ୍ରେଣୀ ଗୃହ ଥିଲେ । ଶିକ୍ଷକ , ପିତାମାତା , ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କ ଭିତରେ ଉତ୍ତମ ସମ୍ପର୍କ ଥିଲେ । ଶିକ୍ଷକମାନେ ପିଲାମାନଙ୍କୁ ନିୟମିତ ଭାବେ ଶିଶୁ କୈନ୍ଦ୍ରିକ ପଦ୍ଧତିରେ ଶିକ୍ଷା ଦେଉଥିଲେ । ଶିକ୍ଷକ ଓ ପିଲାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲେ । ପିଲାଙ୍କ ସମସ୍ୟା ଗୁଡିକ ସମାଧାନ କରାଯାଉଥିଲେ । ପିଲାଙ୍କ ପାଇଁ ଶିକ୍ଷା ସୁଯୋଗ ସୃଷ୍ଟି କରିବା ସ୍ଥାନୀୟ କର୍ତ୍ତୃପକ୍ଷ ବା ରାଜ୍ୟ ସରକାରଙ୍କର ଦାୟିତ୍ଵ । ଏହି ସୁଯୋଗ ଭାବେ (ଶ୍ରେଣୀଗୃହ, ଶିକ୍ଷକ, ପ୍ରଶିକ୍ଷଣ ପାଇଥିବା ଶିକ୍ଷକ, ଅନ୍ୟାନ୍ୟ ସୁବିଧା ସୁଯୋଗ ଯେତେ ଶୀଘ୍ର କରାଯାଇ ପାରିବ କରାଯିବ ) । ଶିଶୁ ଅଧିକାର ଆଇନରେ ଧାରା ୧୯ ଏବଂ ୨୫ ଅନୁଯାୟୀ ବିଦ୍ୟାଳୟ ପାଇଁ କେତେଗୁଡିଏ ସ୍ଥିରୀକୃତ ସର୍ତ୍ତମାନ ନିର୍ଦ୍ଧାରଣ କରାଯାଇଥାଏ । ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ଅନ୍ୟୁନ ଗୋଟିଏ ଶ୍ରେଣୀକକ୍ଷ ଏବଂ କାର୍ଯ୍ୟାଳୟ- ଭଣ୍ଡାର- ପ୍ରଧାନଶିକ୍ଷକଙ୍କ କୋଠରୀ । ନିର୍ବିଘ୍ନରେ ସବୁ ପିଲାମାନଙ୍କ ଶ୍ରେଣୀ କକ୍ଷକୁ ଯାତାୟାତ ବ୍ୟବସ୍ଥା । ବାଳକ ଓ ବାଳିକାଙ୍କ ପାଇଁ ପୃଥକ ଭାବେ ଶୌଚାଳୟ ନିରାପଦ ପାନୀୟ ଜଳର ସୁବିଧା । ମଧ୍ୟାହ୍ନ ଭୋଜନ ପାଇଁ ଭୋଜନ ଗୃହ । ଖେଳିବା ପାଇଁ ଖେଳପଡିଆ ପାଚେରି କିମ୍ବା ବାଡର ସୁବିଧା ଇତ୍ୟାଦି । ଶିକ୍ଷା ଅଧିକାର ଆଇନ ୨୦୦୯ ରେ ବିଦ୍ୟାଳୟ ପାଇଁ ସ୍ଥିର କରାଯାଇଥିବା ମାନଙ୍କ ଗୁଡିକ ଠିକ ଭାବେ ପାଳନ କରାଯାଇ ପାରିଲେ ପ୍ରତ୍ୟେକ ବିଦ୍ୟାଳୟ ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ପରିଣତ ହେବ । ପୂର୍ଣାଙ୍ଗ ବିଦ୍ୟାଳୟକୁ କୁ ଉପଲ୍ଲଲବ୍ଧ କରି ବିଦ୍ୟାଳୟର ଆବଶ୍ୟକତା ଆକଳନ କରିବା । ଆବଶ୍ୟକତାକୁ ଆଖି ଆଗରେ ରାଖୀ ଏକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିବା । ପରିଚାଳନା କମିଟିର ସଭ୍ୟ ହିସାବରେ ଦାୟିତ୍ଵ ନେଇ କାମ କରିବା । ଆବଶ୍ୟକ ସମ୍ବଳ, ସୁବିଧା , ସୁଯୋଗ ଯୋଗାଡ କରିବା । ଯୋଜନାକୁ ରୂପାନ୍ତର କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ ମାରିବା । ପାଠପଢା ବା ଉପକାରଣ ପ୍ରସ୍ତୁତିରେ ଶିକ୍ଷକଙ୍କୁ ସାହାଯ୍ୟ କରିବା । ଗ୍ରନ୍ଥାଗାର, କ୍ରିଡାସାମଗ୍ରୀ , ଶିକ୍ଷାଦାନ ସରଞ୍ଜାମ ଇତ୍ୟାଦିର ସୁଯୋଗ ସୃଷ୍ଟି କରିବା । ପିଲାଙ୍କ ଶିକ୍ଷା ଫଳାଫଳକୁ ବାପା ମାଙ୍କୁ ଅବଗତ କରିବା । ବିଦ୍ୟାଳୟ ପାଇଁ ବିକାଶ ଯୋଜନା ପ୍ରସ୍ତୁତ କରିବା ଇତ୍ୟାଦି । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର