ଉଦ୍ଦେଶ୍ୟ ଅଂଶଗ୍ରହଣ କାରୀମାନେ ଗୋଷ୍ଠୀ ସହଯୋଗ ଓ ବିଭିନ୍ନ ବିଭାଗ ସହିତ ସହଯୋଗ ସ୍ଥାପନ /ସମନ୍ଵୟ ରକ୍ଷା ସଂପର୍କରେ ଜାଣିବେ । ପ୍ରଣାଳୀ /ପ୍ରକ୍ରିୟା ସକ୍ରିୟାତ୍ମକ କାର୍ଯ୍ୟ ଗୋଷ୍ଠୀ ବିଭିନ୍ନ ପ୍ରକାରର କାମ କରୁଥିବାର ଚିତ୍ର (ଗୋଷ୍ଠୀର ଲୋକମାନେ ବିଦ୍ୟାଳୟରେ ପିଲାଙ୍କ ସହ ବଗିଚା କାମ, ମାମାନେ ପିଲାଙ୍କ ପାଇଁ ପାଣି ଭରିବା , ପାଠ , ପଢାପଢି , ଶିକ୍ଷଣ, ଉପକରଣ ତିଆରି , ପିଲାଙ୍କୁ ବିଦ୍ୟାଳୟ ଆଣିବା ) । ଇତ୍ୟାଦି ର ଚିତ୍ର ଥିବା ଚିତ୍ରଟିଏ ପ୍ରତିବଦଳରେ ଦେଇ ଅଂଶଗ୍ରହଣକାରୀଙ୍କୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଦିଆଯିବ । ଚିତ୍ର ବିଷୟରେ ଆଲୋଚନା ହେବ । ପ୍ରଶ୍ନ ନଂ ୧ଟି ଖୋଲାଆଲୋଚନା ହେବ । ପ୍ରଶ୍ନ ନଂ ୨ଟି ଦଳଗତଭାବେ ଅଂଶଗ୍ରହଣ କାରୀମାନେ ତାଲିକା କରିବେ ଓ ଉପସ୍ଥାପନ କରାଯିବ । ପ୍ରଶ୍ନ ୩ଟି ଖୋଲା ଆଲୋଚନା ହେବ । ଆଲୋଚ୍ୟ ଆପଣଙ୍କ ବିଦ୍ୟାଳୟର ସମସ୍ୟା ସମାଧାନରେ ଆପଣ କେଉଁ ମାନଙ୍କର ସାହାଯ୍ୟ ନିଅନ୍ତି ଓ କିପରି ? ଆପଣଙ୍କର ବିଦ୍ୟାଳୟ ଓ ଗ୍ରାମର ଉନ୍ନତି ପାଇଁ ଆପଣ କେଉଁ କେଉଁ ଅନୁଷ୍ଠାନର ବା ବ୍ୟକ୍ତିବିଶେଷଙ୍କର ସାହାଯ୍ୟ ନେଇପାରିବେ । ଏମାନଙ୍କଠାରୁ ସାହାଯ୍ୟ ପାଇବାକୁ ହେଲେ ଆପଣ କମିଟିର ସଭ୍ୟ ହିସାବରେ କଣ କରିପାରିବେ । ସାମଗ୍ରୀ :ପ୍ରତି ଦଳ ପାଇଁ ଗୋଟିଏ ଚିତ୍ର (୫ଟି) ବାର୍ତ୍ତା :- ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହିତ ସମନ୍ଵୟ ସ୍ଥାପନ କରିବା ଆବଶ୍ୟକ । ସହାୟକ ସୂଚନା ବିଦ୍ୟାଳୟର ସମସ୍ୟା ସମାଧାନରେ ଆମେ ଆମ ବିଦ୍ୟାଳୟର ଚାରି ପାଖରେ ଥିବା ବିଭିନ୍ନ ସମ୍ବଳ ( ମାନବ ସମ୍ବଳ ଓ ଉପକରଣ ଗତ ସମ୍ବଳ) ର ବିନିଯୋଗ କରି ପାରିବା । ଏଥିପାଇଁ ଏକ ସମ୍ବଳ ଏବଂ ସାମର୍ଥ୍ୟ ଆକଳନ କରାଯିବା ଉଚିତ । ବ୍ୟକ୍ତିବିଶେଷଙ୍କ ତାଲିକା : କୁଶଳୀ କାରିଗରୀ ପାଖରେ ଥିବା ଡାକ୍ତର ସରପଞ୍ଚ ଅବସର ପ୍ରାପ୍ତ ଶିକ୍ଷକ, ସୈନିକ ଇତ୍ୟାଦି PTA/MTA ସଭ୍ୟ । ସ୍ଵାଧୀନତା ସଂଗ୍ରାମୀ ବଦାନ୍ୟ ବ୍ୟକ୍ତି ସ୍ଵେଚ୍ଛାସେବି ବ୍ୟକ୍ତି, ଇତ୍ୟାଦି । ଅନୁଷ୍ଠାନର ତାଲିକା ପଞ୍ଚାୟତିରାଜ ବିଭାଗ ଡାକ ବିଭାଗ ସ୍ୱାସ୍ଥ୍ୟ ବିଭାଗ ଗ୍ରାମ୍ୟ ଉଦ୍ୟୋଗ ସଂସ୍ଥା ଅଙ୍ଗନବାଡି କେନ୍ଦ୍ର ସ୍ଵେଛାସେବୀ ସଂଗଠନ ବିଦ୍ୟୁତ ବିଭାଗ ଜଳଯୋଗାଣ ବିଭାଗ ଶ୍ରମ ବିଭାଗ ଇତ୍ୟାଦି ଆଦିବାସୀ ଓ ହରିଜନ ବିଭାଗ ଏମାନେ ବିଦ୍ୟାଳୟକୁ ସାହାଯ୍ୟ କରିପାରିବେ । ଏହାଛଡା ବ୍ୟାଙ୍କ,। ରେଳ ବିଭାଗ , ଅନ୍ୟାନ୍ୟ ବେସରକାରୀ , ସଂସ୍ଥା ମଧ୍ୟ ସାହାଯ୍ୟ କରି ପାରିବେ । ଏମାନଙ୍କଠାରୁ ସାହାଯ୍ୟ ପାଇବକଉ ହେଲେ ଆମେ ନିଜ ଭିତରେ ଆଲୋଚନା କରି କେତେବେଳେ , କେଉଁ ସମୟରେ , କାହା ସହିତ ସମନ୍ଵୟ ରକ୍ଷା କରିବା ପ୍ରସ୍ତୁତି କରିବା । କିଏ କେଉଁ ପ୍ରକାରର ସାହାଯ୍ୟ କରିବେ ତାହା ନିଜ ଭିତରେ କଥାବାର୍ତ୍ତା ମାଧ୍ୟମରେ କରାଯିବା ଉଚିତ । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର