ଉଦ୍ଦେଶ ୨ୟ ଅଂଶଗ୍ରହଣ କାରୀମାନେ ପଛୁଆବର୍ଗ, ବାଳିକା, ବିଶେଷ ଆବଶ୍ୟକତା ଥିବା ଓ ଭୌଗୋଳିକ ଭିତ୍ତିକ ପିଲାଙ୍କ ସମସ୍ୟା ସମାଧାନ ପାଇଁ ପନ୍ଥା ନିର୍ଣ୍ଣୟ କରିପାରିବେ । ପ୍ରଣାଳୀ /ପ୍ରକ୍ରିୟା ସକ୍ରିୟାତ୍ମକ କାର୍ଯ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କ ଆଗରେ ସହାୟକ ନିମ୍ନଲିଖିତ ସମସ୍ୟା ଗୁଡିକଉପସ୍ଥାପନ କରିବେ । ଗୋଟିଏ ୧୩ ବର୍ଷର ଅନ୍ଧ ଛୁଆ ଘରେ ମାକୁ ପିଲା ଧରିବାର ସାହାଯ୍ୟ କରୁଛି । ଗୋଟେ ୧୦ ବର୍ଷର ଝିଅ ପିଲା ରାନି ଯାଯାବର ଭାବେ ବୁଲୁଛି । ଗୋଟିଏ ୭ ବର୍ଷର ପୁଅ ଚାହା ଦୋକାନରେ କାମ କରୁଛି । ପ୍ରଶ୍ନ ୧ ଖୋଲା ଆଲୋଚନା ପ୍ରଶ୍ନ ୨ ଦଳଗତ କାମ । ପ୍ରଶ୍ନ ୩ ଖୋଲା ଆଲୋଚନା ପ୍ରଶ୍ନ ୪ ଖୋଲା ଆଲୋଚନା । ପ୍ରଶ୍ନ ୫ ଖୋଲା ଆଲୋଚନା ହେବ । ମାତ୍ର ବିଦ୍ୟାଳୟ ସହାୟକ ଯୋଜନା ଓ ଅଂଶୀଦାର ଭାବେ କାମ କରିବାର ସୁବିଧା ଗୁଡିକ ଆଲୋଚନା କରିବେ । ଆଲୋଚ୍ୟ ବିଷୟ ସାଧାରଣତଃ ବିଦ୍ୟାଳୟର କେଉଁ କେଉଁ ପିଲାମାନେ ପାଠରେ ଅବହେଳିତ ହୋଇଥାନ୍ତି । ଏମାନେ ପାଠରେ ଅବହେଳିତ କାହିଁକି । ଏମାନଙ୍କ ବିଷୟରେ ଶିକ୍ଷା ଅଧିକାର ଆଇନରେ କଣ କୁହାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ହିସାବରେ ଆମେ କେଉଁ କେଉଁ କାମକୁ ହାତକୁ ନେଇପାରିବା । ଆମବିଦ୍ୟାଳୟକୁ ଉନ୍ନତ କରିବା ପାଇଁ ସୁନ୍ଦର ବିଦ୍ୟାଳୟରେ ପରିଣତ କରିବା ପାଇଁ ବିଦ୍ୟାଳୟ ସହାୟକ ଯୋଜନା ଦ୍ଵାରା କି କି ଆମ କରାଇ ପାରିବା । ବାର୍ତ୍ତା :- ବିଦ୍ୟାଳୟ ପରିଚାଳନା କମିଟି ସହାୟତା ଦ୍ଵାରା ଗ୍ରାମରେ ଥିବା ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ଉନ୍ନତି ସମ୍ଭବ । ସହାୟକ ସୂଚନା ଆମ ବିଦ୍ୟାଳୟକୁ ସାଧାରଣତଃ ପୁଅ, ଝିଅ, ଧନୀ , ଗରିବ, ହରିଜନ,ଆଦିବାସୀ, ଭିନ୍ନକ୍ଷମ, ପଛୁଆବର୍ଗ , ସଂଖ୍ୟାଲଘୁ , ସହର ତାଳି ବସ୍ତି ଭୌଗୋଳିକ ଅନଗ୍ରସର ପିଲାମାନେ ଆସିଥାଆନ୍ତି । ଯେହେତୁ ସେମାନଙ୍କ ଅବଶ୍ୟକତା , ରୁଚି ଓ ପୃଷ୍ଠଭୂମି ଅଲଗା ଅଲଗା ତେଣୁ ବିଦ୍ୟାଳୟରେ ସେମାନଙ୍କର ନାନା ସମସ୍ୟା ଦେଇଥାଏ । ଏମାନଙ୍କର ଆବହେଳିତ ହେବାର ଅନେକ କାରଣ ରହିଛି ଯାହାର ପ୍ରଭାବ ସେମାନଙ୍କର ଶିକ୍ଷଣରେ ପଡିଥାଏ । ଆର୍ଥିକ ପରିସ୍ଥିତି ଓ ପାରିବାରିକ ଓ ସାମାଜିକ ବ୍ୟବସ୍ଥା , ଭୌଗୋଳିକ ଅବସ୍ଥା, ଇଚ୍ଛା, ଅନ୍ଧବିଶ୍ଵାସ, ଭୟ , ପରିବାରର କାର୍ଯ୍ୟରେ ନିୟୋଜନ, ହିନମାନ୍ୟତା, ଭାଷା, ଭାଷାଗତ, ଇତ୍ୟାଦି । ଏହାର ସମାଧାନ ନିମିତ୍ତ ସମସ୍ତେ ଚେଷ୍ଟା କରିବା ଉଚିତ । ଶିକ୍ଷା ଅଧିକାର ନିୟମରେ ଏ ପ୍ରକାରର ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ଦୁର୍ବଳ ଶ୍ରେଣୀର ଶିଶୁ ଏବଂ ସୁବିଧାରୁ ବଞ୍ଚିତ ଗୋଷ୍ଠୀର ଶିଶୁମାନଙ୍କ ପ୍ରତି ଯେପରି କୌଣସି ପାତର ଅନ୍ତର କାରଣଯାଏ ଏବଂ ପ୍ରାଥମିକ ଶିକ୍ଷା ଚାଲୁ ରଖି ଶେଷ କରିବା ପର୍ଯ୍ୟନ୍ତ ଯେପରି କୌଣସି କାରଣରୁ ବାଧା ସୃଷ୍ଟି ନ ହୁଏ , ତାହା ନିଶ୍ଚିତ କରିବା ସରକାରଙ୍କର କାମ । ବିଦ୍ୟାଳୟ ପରିଚାଳନା କମିଟିରେ ପୁରୁଷ ଓ ମହିଳା ସଦସ୍ୟ ମଧ୍ୟରେ ଅନ୍ୟୁନ ଜଣେ ଲେଖାଏଁ ହରିଜନ/ଆଦିବାସୀ ସମ୍ପ୍ରଦାୟରେ ସଭ୍ୟ ରହିଲେ ଭଲ । କୌଣସି ଶିଶୁ ଯେପରି ଜାତି, ଶ୍ରେଣୀ, ଧର୍ମ କିମ୍ବା ଲିଙ୍ଗ ଗତ କିମ୍ବା ଅନ୍ୟ କୌଣସି ପ୍ରକାରର ଦୁର୍ବ୍ୟବବହାର ଶରବ୍ୟ ନ ହୁଅନ୍ତି, ସେଥିପ୍ରତି ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ଧ୍ୟାନ ଦେବେ । (ଧାରା ୩) ଶ୍ରେଣୀ ଭିତରେ, ମଧ୍ୟାହ୍ନ ଭୋଜନ ପ୍ରଦାନ ସମୟରେ, ଖେଳ ପଡିଆରେ , ପାନୀୟ , ଜଳବ୍ୟବହାର ଓ ଶୌଚାଳୟ ସୁବିଧା ଉପଲବ୍ଧତା ସମୟରେ ଏବଂ ଶ୍ରେଣୀ ଗୃହ ବା ଶୌଚାଳୟ ସଫା କରିବା ସମୟରେ ଜଣେ ଅନଗ୍ରସର ସମ୍ପ୍ରଦାୟର ଶିଶୁ ଏବଂ ଦୁର୍ବଳ ଶ୍ରେଣୀର ଶିଶୁ ଯେପରି ଅନ୍ୟମାନଙ୍କ ଠାରୁ ଅଲଗା ନହୁଏ , ବା ଭେଦଭାବ ଶିକାର ନହୁଏ , ସେଥିପ୍ରତି ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ନିଶ୍ଚିତ ଦ୍ରୁଷ୍ଟି ଦେବେ । (ଧାରା ୮ର (C ) ଶିଶୁଙ୍କ ବିବରଣୀ ପ୍ରସ୍ତୁତି ବେଳେ ଦୁର୍ବଳଶ୍ରେଣୀ , ଭୋଗୁଥିବା ଅସୁବିଧା , ଅକ୍ଷମତା , ଇତ୍ୟାଦି ବିଷୟରେ ତଥ୍ୟ ରହିବ । ଦୁର୍ବଳ ଶ୍ରେଣୀର ଶିଶୁମାନେ ଅନ୍ୟ ଶିଶୁମାନଙ୍କ ଠାରୁ ଶ୍ରେଣୀ ଗୃହରେ ବିଚ୍ଛିନ୍ନ ନ ହେବା ଏବଂ ସେମାନଙ୍କର ପାଇଁ ପୃଥକ ସ୍ଥାନର ବ୍ୟବହାର କରାନଯିବା ପ୍ରତି ନିଶ୍ଚିତ କରାଯାଇଛି । ଏହିପ୍ରକାରର ଶିଶୁମାନେ ଅନ୍ୟ ଶିଶୁମାନଙ୍କର ହକ ପାଇଁ ପ୍ରାପ୍ୟ ବା ସୁବିଧା ଲାଭ ଯଥା ପାଠାଗାର , ପାଠ୍ୟକ୍ରମ ବ୍ୟବହାର, ପାଠ୍ୟକ୍ରମ ବାହାରର କାର୍ଯ୍ୟ , ଖେଳ , ଓଉଞ୍ଚ ସୁବିଧା ଲାଭ କ୍ଷେତ୍ରରେ ପାତର ଅନ୍ତର କରାଯିବ ନାହିଁ । ବିଦ୍ୟାଳୟ ପରିଚାଳନା କମିଟି ହିସାବରେ ଏମାନଙ୍କ ପାଇଁ ଆମର ଯଥେଷ୍ଟ କର୍ତ୍ତବ୍ୟ ରହିଛି । ଶିକ୍ଷା ଅଧିକାର ନିୟମକୁ ବିଦ୍ୟାଳୟର କଡାକଢି କରିବା । ସରକାରୀ /ବେସରକାରୀ ସ୍ତରରେ ସାହାଯ୍ୟ , ସହଯୋଗ ପାଇଁ ସୁଯୋଗ ସୃଷ୍ଟି । ପିତା/ମାତା ବା ଅଭିଭାବକ ସହ ସମନ୍ଵୟ ସ୍ଥାପନ । ବିଦ୍ୟାଳୟର ପ୍ରତିଟି କାର୍ଯ୍ୟରେ ଏମାନଙ୍କୁ ଅଗ୍ରାଧିକାର ଦେବା । ଶ୍ରେଣୀରେ ଏହି ପ୍ରକାରରର ଲୋକମାନେ /ପିଲାମାନଙ୍କର ସଫଳତା ଉପରେ ଉଦାହରଣ ଦେବା ପାଇଁ ଶିକ୍ଷକ ମାନଙ୍କୁ ପ୍ରବାର୍ତ୍ତାଇବା । ଶିକ୍ଷାଦାନ ସମୟରେ MLE (ବହୁଭାଷି ସୂତ୍ର) ର ପ୍ରୟୋଗକୁ ନିଶ୍ଚିତ କରିବା । ପିଲାମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦେବା (ଭିନ୍ନକ୍ଷମ) ବିଦ୍ୟାଳୟ ପାଣ୍ଠିରୁ ସାହାଯ୍ୟ । ଏମାନଙ୍କର ପ୍ରତି ମନୋଭାବର ପରିବର୍ତ୍ତନ କରିବା । ବିଦ୍ୟାଳୟକୁ ଏକ ସୁନ୍ଦର ବିଦ୍ୟାଳୟରେ ପରିଣତ କରିବା ପାଇଁ ଆମେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ହିସାବରେ ଚେଷ୍ଟା କରିପାରିବା । ରାଜ୍ୟ ସରକାର ତାଙ୍କର ରିଜୋଲେସନ ନଂ ୧୭୨୩୦ /SMC Dt. ୨୭.୦୯.୧୦ ରିଖ ରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁତିରେ ଏହି ବର୍ଗର ପିଲାଙ୍କ ସମସ୍ୟା ସମାଧାନ ପାଇଁ ଭାଗୀଦାରୀ ଭାବେ କାମ କରିବା ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଇତ୍ୟାଦିକୁ ଅନୁରୋଧ କରାଯାଇଛି । ଏମାନେ ସେମାନଙ୍କ ଯଥାସାଧ୍ୟ ଅନୁଯାୟୀ ବିଦ୍ୟାଳୟକୁ ଏକ ସୁନ୍ଦର ବିଦ୍ୟାଳୟ ଭାବେ ପରିଗଣିତ କରିବା ପାଇଁ ଶୌଚାଳୟ ନିର୍ମାଣ , ପାନୀୟ ଜଳ ଯୋଗାଣ , ବଗିଚା ତିଆରି ଓ ରକ୍ଷଣାବେକ୍ଷଣ, ବସିବା ସରଞ୍ଜାମ , ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି ପାଇଁ ଉପକରଣ , ପିଲାଙ୍କ ପାଇଁ କମ୍ୟୁତର କ୍ରୟ, ଖେଳପଡିଆର ଉନ୍ନତି କରଣ , ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ , ଇତ୍ୟାଦି କରିବେ । ଏଥିପାଇଁ ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ଏଥିପାଇଁ ବିଦ୍ୟାଳୟ କମିଟିର ସଭ୍ୟମାନେ ଏକ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ଉଚିତ । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର