ଉଦ୍ଦେଶ୍ୟ ଅଂଶଗ୍ରହଣକାରୀମାନେ ବିଦ୍ୟାଳୟ କମିଟିର ବୈଠକର ନିୟମ ଜାଣିବା ସଙ୍ଗେ ସଙ୍ଗେ ତାହାର କାର୍ଯ୍ୟ ଓ ନିଷ୍ପତ୍ତି ଗ୍ରହଣ ବିଷୟରେ ଜାଣିବେ । ପ୍ରଣାଳୀ/ପ୍ରକ୍ରିୟା ସମସ୍ତ ଅଂଶଗ୍ରହଣକାରୀଙ୍କୁ ୬ ଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ ବାରମ୍ବାର ଅନୁପସ୍ଥିତ ପିଲାଙ୍କୁ କିପରି ନିୟମିତ କରାଯାଇ ପାରିବ ସେ ବିଷୟରେ ଦଳରେ ଆଲୋଚନା କରାଯିବା ପାଇଁ କୁହାଯିବ । ଦଳଗତ ଆଲୋଚନା ହେବ । ପ୍ରଶ୍ନ ୧ ଟି ଖୋଲା ଆଲୋଚନା କରାଯିବ ପ୍ରଶ୍ନ ୨ ଟି ଦଳଗତ ଆଲୋଚନା ହେବ । ପ୍ରଶ୍ନ ୩ ରୁ ୯ ଯାଏଁ ଖୋଲା ଆଲୋଚନା ହେବ । ପ୍ରଶ୍ନ ୮ର ଆଲୋଚନା ସମୟରେ ଗୋଟିଏ ଭଲ ବିଦ୍ୟାଳୟ ପରିଚାଳନା କମିଟିର ଆଲୋଚ୍ୟ ବିଷୟର ବିବରଣୀ ପଠନ କରାଯାଇ ପାରିବ । ଆଲୋଚ୍ୟ ବିଷୟ ଏହି ସବୁ ବିଷୟ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା ହିସାବରେ କେଉଁଠି ଆଲୋଚନା କରିବା ଉଚିତ । ଏହି ବୈଠକରେ କେଉଁ କଥା ସବୁ ଆଲୋଚନା ହେବ? ଏଥିରେ କେଉଁଗୁଡିକ ନିୟମିତ ଭାବେ ଓ କେଉଁଗୁଡିକ ବିଶେଷ ଭାବେ ଆଲୋଚନା ହେବ। ବୈଠକର ପୂର୍ବ ପ୍ରସ୍ତୁତି କଣ ହେବ । ସଭାକୁ ବୈଠକକୁ କେଇ ପରିଚାଳନା କରିବେ ଓ କିପରି କେତେଜଣ ସଭ୍ୟ ଉପସ୍ଥିତ ରହିଲେ ବୈଠକ ଚାଲିପାରିବ । ଏହି ବୈଠକ କେବେ ବା କେତେ ଅବଧିରେ ଡକାଯାଇପାରିବ । ଆଲୋଚ୍ୟ ବିଷୟକୁ କିଏ ଲିପିବଦ୍ଧ କରିବେ । ସାମଗ୍ରୀ : ଗୋଟିଏ ଭଲ ବିଦ୍ୟାଳୟ ପରିଚାଳନା କମିଟିର ବିବରଣୀ ପୁସ୍ତିକା ବାର୍ତ୍ତା :- ବିଦ୍ୟାଳୟ ପରିଚାଳନା କମିଟିର ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଆଲୋଚନା ହେବ ସହ ଦୃଢ ନିଷ୍ପତ୍ତି ଗ୍ରହଣର କାର୍ଯ୍ୟକରିତା ପାଇଁ ଅନୁନିରୀକ୍ଷକ , ଜିଲ୍ଲା ଶିକ୍ଷା ପରିଦର୍ଶନ ଇତ୍ୟାଦିଙ୍କ ସହାୟତା ନେଇପାରିବେ । ସହାୟକ ସୂଚନା ସକ୍ରିୟାତ୍ମକ କାର୍ଯ୍ୟପରେ ଏହି ପ୍ରଶ୍ନଟି ପଚରାଯିବ । ଏହି ଆଲୋଚନା ସମୟରେ ବିଭିନ୍ନ ସମସ୍ୟା କେଉଁଠି ଆଲୋଚନା ହେବ, କେଉଁଠି ନିଷ୍ପତ୍ତି ନିଆଯିବ, ଏହି ବିଷୟରେ ଆଲୋଚନା କରାଯିବ । ଏଥିପାଇଁ ପ୍ରକୃତ ସ୍ଥାନ ହେଉଛି ମାସିକ ବୈଠକ । ଏହି ମାସିକ ବୈଠକରେ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ, ସହ ଶୈକ୍ଷିକ ଓ ଭୌତିକ ସମସ୍ୟା ଆଲୋଚନା କରାଯାଇପାରିବ । ଏହି ବୈଠକରେ ପିଲାଙ୍କ ସମସ୍ୟା, ଶିକ୍ଷକମାନଙ୍କ ସମସ୍ୟା , ଅଭିଭାବକମାନଙ୍କ ବିଦ୍ୟାଳୟ ସହିତ ଜଡିତ ସମସ୍ୟା , ଭୌତିକ ସମସ୍ୟା ଇତ୍ୟାଦିର ଆଲୋଚନା କରାଯିବ । କେତେକ ଉଦାହରଣ । ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା । ନିଜ ଅଞ୍ଚଳର ସବୁପିଲାଙ୍କ ନାମଲେଖା ପିଲାମାନଙ୍କର ବ୍ୟବଧାରଣ ତଥା ନିୟମିତ ଉପସ୍ଥାନ । ଶୈକ୍ଷିକ ମାନର ଉନ୍ନତି ଭୌତିକ ପରିବେଶର ଉନ୍ନତି ତଥା ରକ୍ଷଣାବେକ୍ଷଣ । ମୂଲ୍ୟାୟନ ତଥା ଧାରାବାହିକ ମୂଲ୍ୟାୟନ । ସ୍ଵତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା । ସହବୋଦ୍ଧିକ ଦିଗ ଉପରେ ବିଭିନ୍ନ କାର୍ଯ୍ୟକ୍ରମ । ବିଦ୍ୟାଳୟ ଗୃହ ନିର୍ମାଣ ତଥା ମରାମତି ଶିକ୍ଷକଙ୍କ ନିୟମିତ ଉପସ୍ଥାନ ଇତ୍ୟାଦି । ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତ । ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଧନ୍ଦାମୂଳକ କାର୍ଯ୍ୟକ୍ରମ ବିଦ୍ୟାଳୟ ପାଇଁ ପାଣ୍ଠି ସଂଗ୍ରହ ଅଭିଭାବକ ସଂଘ/ମାତୃ ଶିକ୍ଷକ ସଂଘର କାର୍ଯ୍ୟକାରିତା । ଶିକ୍ଷା ଅଧିକାର ଆଇନ ରେ ଥିବା ଶିଶୁର ଅଧିକାର ଗୁଡିକ ସହ ଜନସାଧାରଣଙ୍କ ପରିଚୟ ଇତ୍ୟାଦି । ଏଗୁଡିକ ମଧ୍ୟରୁ କେତେଗୁଡିଏ ନିୟମିତ ଏବଂ କେତେଗୁଡିଏ ଆବଶ୍ୟକତା /ବିଶେଷ ଭିତ୍ତିରେ କରାଯିବ । ନିୟମିତ କାର୍ଯ୍ୟଗତ ସମସ୍ୟା ଶିଶୁମାନଙ୍କର ବାର୍ଷିକ ଗଣନା (୬ ରୁ ୧୪ ବର୍ଷ) ଶିଶୁମାନଙ୍କ ନାମ ଲେଖା ଶିଶୁମାନଙ୍କର ନିୟମିତ ଉପସ୍ଥାନ ଓ ବ୍ୟବଧାରଣ ଅନ୍ୟବିଦ୍ୟାଳୟ ଗୁଡିକ ମଧ୍ୟରେ ବୌଧିକ ଦିଗର ବିକାଶ ପାଇଁ ପ୍ରତିଯୋଗୀତା ପିଲାମାନେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ବନ୍ଦୋବସ୍ତ କରିବା ଇତ୍ୟାଦି ବିଶେଷ କାର୍ଯ୍ୟଗତ ସମସ୍ୟା ଝିଅପିଲାଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ସୁଯୋଗ ଭିନ୍ନକ୍ଷମ ପିଲାଙ୍କ ସମସ୍ୟା ଓ ତାର ପାଇଁ ବିହିତ ପଦକ୍ଷେପ ଦୁର୍ବଳଶ୍ରେଣୀ ପିଲାଙ୍କ ସମସ୍ୟା ସ୍ଵତନ୍ତ୍ର ତାଲିମ ଶିବିର ଉପରେ ସମସ୍ୟା ଇତ୍ୟାଦି ଏକକ ପ୍ରଶିକ୍ଷଣ ବା ଧାରାବାହିକ ମୂଲ୍ୟାୟନ ଉପରେ ଗୁରୁତ୍ଵ ଶିଶୁମାନଙ୍କର ସ୍ୱାସ୍ଥ୍ୟରକ୍ଷା ପରିବେଶର ଉନ୍ନତି ପାଠ୍ୟକ୍ରମ ସଂପୂର୍ଣ୍ଣ ହେଉଛି କି ନାହିଁ ତାର ତଦାରଖ ଇତ୍ୟାଦି । ବୈଠକ ଡାକିବା ପୂର୍ବରୁ ସଭ୍ୟମାନଙ୍କ ମତ ଅନୁଯାୟୀ ତାରିଖ ଓ ସମୟ ନିର୍ଦ୍ଧାରଣ , ସାତଦିନ ପୂର୍ବରୁ ସଭ୍ୟମାନଙ୍କୁ ନୋଟିସ ପ୍ରେରଣ ନୋଟିସରେ ସଭାର ଉଦ୍ଦେଶ୍ୟ ଜ୍ଞାପନ ହୋଇଥିବ । RTE ଏବଂ Govt resolution ଅନୁଯାୟୀ ପ୍ରତିମାସରେ ବିଦ୍ୟାଳୟ ପରିଚାଳନା ବୈଠକ ବସିବ । କାର୍ଯ୍ୟଧାରାର ବିବରଣୀ ଲେଖାହୋଇ ରହିବ । ଏହାର ସଦସ୍ୟ ଆବାହକ ବିବରଣୀ ଲେଖିବେ । ଏହି ବୈଠକରେ ବିଦ୍ୟାଳୟ ଅନୁନିରୀକ୍ଷଣ , ଶିକ୍ଷାଜିଲ୍ଲା ପରିଦର୍ଶକ ଇତ୍ୟାଦି ଯଥା ସମ୍ଭବ ଯୋଗଦେବେ । ବିଦ୍ୟାଳୟ ଅନୁନିରୀକ୍ଷକ , ଶିକ୍ଷା ଜିଲ୍ଲା ପରିଦର୍ଶକଙ୍କ ଠାରୁ ସହାୟତା ପାଇଁ ଯଦି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଏ ତେବେ ସେଗୁଡିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯିବ । ଏଗୁଡିକ କାର୍ଯ୍ୟକରି ହେଉଛି କି ନାହିଁ ଅନୁନିରୀକ୍ଷକ , ଜିଲ୍ଲା ପରିଦର୍ଶକ ଦେଖିବେ । ବିଦ୍ୟାଳୟ ପରିଚାଳନା କମିଟି କୋରମ ପାଇଁ ଏକ ତୃତୀୟାଂଶ ସଭ୍ୟ ରହିବା ଆବଶ୍ୟକ । ମାସରେ ଠାରେ ବୈଠକ ବସିବ । ଆବଶ୍ୟକ ସ୍ଥଳେ ବୈଠକ ଅଲଗା ସମୟରେ ମଧ୍ୟ ଡକାଯାଇ ପାରିବ ( ଜରୁରୀ କାଳୀନ ପରିସ୍ଥିତି) ଏହି ବୈଠକରେ ବିବରଣୀ ସଦସ୍ୟ ଆବାହକ (ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ) ଲିପିବଦ୍ଧ କରିବେ । ଏହି ବୈଠକର ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ପ୍ରଥମେ ଚେଷ୍ଟା କରିବେ । ଯଦି ତାଙ୍କ ସ୍ତରରେ ସମାଧାନ ନ ହେଲା ତେବେ ସହାୟତା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବେ । ସମସ୍ୟାଗୁଡିକର ସମାଧାନ ସହଯୋଗ ଭିତ୍ତିରେ ତଥା ଭାଗୀଦାରି ମାଧ୍ୟମରେ ହେବା ଉଚିତ । ସଭାର ବିବରଣୀ ଲିଖନ ସମସ୍ତ ସଭ୍ୟଙ୍କ ହସ୍ତାକ୍ଷର /ସନ୍ତକ ତଥା ଅନୁମୋଦନ ଆସନ୍ତା ସଭା ପାଇଁ ତାରିଖ ସ୍ଥିର ବିଭିନ୍ନ କାର୍ଯ୍ୟ ପାଇଁ ଦାୟିତ୍ଵ ବଣ୍ଟନ, ବିଦ୍ର: ବିଦ୍ୟାଳୟ ପରିଚାଳନା କମିଟି ଗଠନ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ୧୧ ଜାନୁଆରୀ ୨୦୧୧ ରିଖ ରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ ଅଭିଭାବକ ଶିକ୍ଷକ ସମିତି ରୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କୁ ନିର୍ବାଚନ କରାଯିବ । ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର