ଉପକ୍ରମ ବିଦ୍ୟାଳୟକୁ ଭଲଭାବେ ବୁଝିବା ସହିତ ଶୈକ୍ଷିକ ବାତାବରଣ ସରସ ସୁନ୍ଦର କରିବାର ପନ୍ଥାଗୁଡିକ ବିଷୟରେ ଅବଗତ ହେବେ । ଶୈକ୍ଷିକ ସମସ୍ଯାଗୁଡିକୁ ଚିହ୍ନଟ କରିବା ସହିତ ସେଗୁଡିକର ସମାଧାନ ବିଷୟରେ ଧାରଣା ପାଇବେ । ପ୍ରଣାଳୀ/ପ୍ରକ୍ରିୟା ସକ୍ରିୟାତ୍ମକ କାର୍ଯ୍ୟ :- ସମସ୍ତ ଅଂଶଗ୍ରହଣକାରୀଙ୍କ ୨ଟି ଦଳରେ ବିଭକ୍ତ କରାଯିବ ଗୋଟିଏ ରବର ବଲ ନେଇ ପ୍ରଥମ ଦଳରୁ ଜଣେ ଅଂଶଗ୍ରହଣକାରୀ ଅନ୍ୟଦଳର ଜଣଙ୍କ ପାଖକୁ ଗଡାଇବେ । ବଳ ପାଇବା ବ୍ୟକ୍ତି ତାଙ୍କ ବିଦ୍ୟାଳୟର ପିଲାଙ୍କ ପାଠପଢା ସମ୍ପର୍କିତ ସମସ୍ୟାଟିଏ କହିବେ । ବଳ ପକାଇଥିବା ବ୍ୟକ୍ତି ତାର ଉତ୍ତମ ବା ସମାଧାନର ବାଟ କହିବେ । ପ୍ରଶ୍ନ ନଂ ୧ ରୁ ୮ ଯାଏଁ ଖୋଲା ଆଲୋଚନା କରାଯିବ । ସବୁ ଆଲୋଚନାର ସାରାଂଶ ଚାର୍ଟ ପେପରରେ ଲେଖାଯିବ । ଆଲୋଚ୍ୟ ବିଷୟ ଆପଣଙ୍କ ବିଦ୍ୟାଳୟର ନାମ ଲେଖାଇଥିବା ସମସ୍ତ ପିଲା ବିଦ୍ୟାଳୟକୁ ନିୟମିତ ଆସନ୍ତି କି ? ଯଦି ନା କାହିଁକି ଆପଣ ସେମାନଙ୍କୁ ଚିହ୍ନଟ କରିଛନ୍ତି ? ଏଥିପାଇଁ କେଉଁ ତଥ୍ୟ ଆପଣଙ୍କୁ ସାହାଯ୍ୟ କରିଥାଏ । ପିଲାମାନେ ନିୟମିତ ବିଦ୍ୟାଳୟକୁ ନ ଆସିଲେ କି ପ୍ରକାରର ଅସୁବିଧା ହେବାର ଅଛି । ପିଲାମାନେ ନିୟମିତ ଆସିବା ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି । ବୟସ ଅନୁଯାୟୀ ଶ୍ରେଣୀରେ ନାମ ଲେଖା” କହିଲେ ଆପଣମାନେ କଣ ବୁଝନ୍ତି । ପିଲାମାନେ ନ ପଢିଥିବା ଶ୍ରେଣୀ ବା ପାଠକୁ କିପରି ନିୟମିତ କରାଯାଇ ପାରିବ । ପିଲାମାନଙ୍କର ଶିକ୍ଷଣ ସମୃଦ୍ଧ କରିବା ପାଇଁ ରାଜ୍ୟ/ଜ୍ଜିଲା ସ୍ତରରେ କି କି ବ୍ୟବସ୍ଥା କରାଯାଇଛି ? ବିଦ୍ୟାଳୟ ର ଶୈକ୍ଷିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ଆପଣ କଣ କରିପାରିବେ ? ସାମଗ୍ରୀ : ରବର ବଳ, ଡ୍ରଇଂସିଟ, ମାର୍କର ପେନ । ସହାୟକ ସୂଚନା ସବୁପିଲା ବିଦ୍ୟାଳୟକୁ ନିୟମିତ ଆସିନଥାନ୍ତି , ତାର କାରଣ ହେଲା । ବାପା ମାଙ୍କସଚେତନତାର ଅଭାବ ଗୃହକାର୍ଯ୍ୟରେ ଅଧିକ ସମ୍ପୃକ୍ତି ଗୃହ ଚଳାଇବା ନିମନ୍ତେ ବାପା ବା ମାକୁ କାମ ଧନ୍ଦାରେ ସାହାଯ୍ୟ । ବିଦ୍ୟାଳୟରେ ମନଲାଖି ପାଠଦାନର ଅଭାବ ଶିକ୍ଷକ ଶିକ୍ଷୟତ୍ରୀଙ୍କର ସକାରାତ୍ମକ ମନୋବୃତ୍ତି ଅଭାବ । ଶ୍ରେଣୀରେ ଉପଲବ୍ଧତା ସ୍ତର କମିଯିବାରୁ ତାର ପ୍ରଭାବ ଝିଅ ପିଲାଙ୍କ ପାଇଁ ତଥା ଭିନ୍ନକ୍ଷଣ ପଛୁଆ ବର୍ଗ ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ସୁଯୋଗର ଅଭାବ । ଏଥିପାଇଁ ଆମେ ପ୍ରତିଦିନର ଉପସ୍ଥାନ କୁ ବିଶ୍ଳେଷଣ କରି ଜାଣିବାକୁ ହୋଇଥାଏ । ଏହାଛଡା ପାଠ୍ୟତାଗୀ ବା ଆଦୌ ନାମ ଲେଖାଇ ନ ଥିବା ପିଲାଙ୍କ ପାଇଁ ଆମେ DISE ଓ CTS ର ତଥ୍ୟ ମଧ୍ୟ ନେଇପାରିବା । ପିଲାମାନେ ନିୟମିତ ବିଦ୍ୟାଳୟକୁ ନଆସିଲେ “ ଶିକ୍ଷାଗତ ଅସୁବିଧା “ ସୃଷ୍ଟି ହୋଇଥାଏ । ନିୟମିତ ଆସୁଥିବା ପିଲା ଓ ନିୟମିତ ଆସୁନଥ୍ବା ପିଲା ମଧ୍ୟରେ ଏକ ଶିକ୍ଷଣ ବା ଜ୍ଞାନ ଗତ ପାର୍ଥକ୍ୟ ଦେଖାଦେଇଥାଏ । ପିଲାଙ୍କୁ ନିୟମିତ ଉପସ୍ଥାନ କରିବା ପାଇଁ :- ପିଲାଙ୍କ ସହିତ ଓ ତାଙ୍କ ବାପାମାଙ୍କ ସହିତ ଆଲୋଚନା ନିୟମିତ ନ ଆସିବାର କାରଣ ନିର୍ଣ୍ଣୟ ଓ ତହିଁର ପ୍ରକଟିକାର ବ୍ୟବସ୍ଥା ଅନିୟମିତ ପିଲାଙ୍କ ଉପରେ ଅଧିକ ଦ୍ରୁଷ୍ଟି । ବିଦ୍ୟାଳୟ ପରିବେଶକୁ ଶିଶୁ ସୁଲଭ କରିବା । ପିଲାମାନଙ୍କୁ ବେସୀ ସହବଇଦ୍ଧିକ କାର୍ଯ୍ୟରେ ନିୟୋଜିତ କରିବା । ପିଲାଙ୍କୁ ନିୟମିତ କରିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା । ପିଲାଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଲ୍ୟ ପରିଚାଳନା କମିଟିର ଦାୟିତ୍ଵ । ଏଥିପାଇଁ ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦ ର ୨ଯ ଅଧ୍ୟାୟ ଦୁଇରେ ଏ ବିଷୟରେ ସଂପୂର୍ଣ୍ଣ ଦାୟିତ୍ଵ ଦିଆଯାଇଛି । ପାଖପଡିସା ସବୁଶିଶୁଙ୍କର ବିଦ୍ୟାଳୟରେ ନାମଲେଖା ଏବଂ ନିରନ୍ତର ଉପସ୍ଥାନକୁ ନିଶ୍ଚିତ କରିବେ ଏହା ଓଡିଶା ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶଈକ୍ଷା ଅଧିକାର ନିୟମ ୨୦୧୦ ର ଦ୍ଵିତୀୟ ଅଧ୍ୟାୟର (d) ରେ ସୂଚିତ କରାଯାଇଛି । ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦ ର ଦ୍ଵିତୀୟ ଅଧ୍ୟାୟରେ କୁହାଯାଇଛି “ ଯେଉଁ ପିଲାମାନେ ସ୍କୁଲରେ ନାମଲେଖାଇ ନାହାନ୍ତି ବା ଯେଉଁମାନେ ପ୍ରାଥମିକ ଶିକ୍ଷା ସମାପ୍ତ କରି ନାହାନ୍ତି ସେମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ଯେଉଁଠାରେ ଜଣେ ଛଅ ବର୍ଷରୁ ଊର୍ଦ୍ଧ୍ଵ ଶିଶୁ କୌଣସି ସ୍କୁଲରେ ନାମ ଲେଖା ଇ ନାହିଁ କିମ୍ବା ପ୍ରାଥମିକ ଶିକ୍ଷା ସମାପ୍ତ କରିନାହିଁ , ସେ ତାହାର ବୟସ ଉପଯୋଗୀ ଶ୍ରେଣୀରେ ନାମ ଲେଖାଇବେ । ସେହି ଶିଶୁ ଅନ୍ୟ ଶିଶୁମାନଙ୍କ ସହିତ ସମକକ୍ଷ ହେବ ପର୍ଯ୍ୟନ୍ତ ସ୍ଵତନ୍ତ୍ର ତାଲିମ ପାଇବାର ଅଧିକାର ରହିଛି । ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇଲା ପରେ ଏହି ପିଲାମାନେ ଯେହେତୁ ମାନସିକ ସ୍ତର ବଡ ଓ ବୟସରେ ଅଧିକ ମାତ୍ର ଶୈକ୍ଷିକ ଦ୍ରୁଷ୍ଟିରୁ ଶ୍ରେଣୀରେ, କମ ସେ ପିଲାମାନେ କମ ସମୟ ବ୍ୟବଧାନରେ ଶୀଘ୍ର ଶୀଘ୍ର ପାଠପଢି ପାରିବେ । ତେଣୁ ସେମାନଙ୍କ ପାଇଁ ସ୍ଵତନ୍ତ୍ର ତାଲିମ (Special Training) ମଧ୍ୟମରେ ୩ ମାସରୁ ୨ ବର୍ଷ ଅବଧି ମଧ୍ୟରେ ପଢିନଥିବା ପାଠକୁ ସମାପ୍ତ କରିବେ । ଏଥିପାଇଁ ବିଦ୍ୟାଳୟ ଆରମ୍ଭ ହେବା ପୂର୍ବ ବା ବିଦ୍ୟାଳୟ ଶେଷହେବା ପର ସମୟକୁ ବ୍ୟବହାର କରାଯାଇ ପାରିବ । ଏଥିପାଇଁ ଶିକ୍ଷକମାନଙ୍କୁ ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦ ରେ ଶିକ୍ଷକମାନଏନକେର ଦାୟିତ୍ଵ ସ୍ପଷ୍ଟଭାବେ ଉଲେଖ ରହିଛି । ଶିକ୍ଷକମାନେ ବିଦ୍ୟାଳୟକୁ ଯିବାର ନିୟମିତତା ଓ ସମୟା ନୁବର୍ତ୍ତୀତା ରକ୍ଷାକରିବେ । ପ୍ରତ୍ୟେକ ଛାତ୍ରର ଶିକ୍ଷାଗ୍ରହଣ ସାମର୍ଥ୍ୟ ଆକଳନ କରିବା ସାଇଟ ଅନୁରୂପ ଭାବରେ ଅଧିକ ପଶିକ୍ଷଣର ଆବଶ୍ୟକତାର ଚିହ୍ନଟ । ନିୟମିତ ଭାବେ, ବାପା ମା ବା ଅଭିଭାବକଙ୍କୁ ଭେଟି ଶିଶୁର ସାମର୍ଥ୍ୟ , ନିୟମିତତା , ଶିକ୍ଷାର ଅଗ୍ରଗତି ଇତ୍ୟାଦି ଜଣାଇବା । ପିଲା ମାନଙ୍କ ଶିକ୍ଷଣ ସମୃଦ୍ଧ କରିବା ପାଇଁ ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । RTE ନିୟମ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶିକ୍ଷକ ଓ ବିଦ୍ୟାଳୟ ଗୃହ /ଶ୍ରେଣୀ କୋଠରି ନିର୍ମାଣ ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ଥା । ନୂତନ ପାଠ୍ୟକ୍ରମ ଓ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତି ଶ୍ରେଣୀ ଶିକ୍ଷକଙ୍କ ସାମର୍ଥ୍ୟକୁ ବଢାଇବା ପାଇଁ 3S (Sadhana, samadhan,samikhya) ପ ପ୍ରଚାଳନ ଇତ୍ୟାଦି । CRC, BRC, DIET ର ସାମର୍ଥ୍ୟ ବୃଦ୍ଧି । ବିଦ୍ୟାଳୟକୁ ଏକ ଭଲ /ସୁନ୍ଦର ବିଦ୍ୟାଳୟରେ ପରିଣତ କରିବା ଇତ୍ୟାଦି । ଆମେ ଶିକ୍ଷକମାନଙ୍କର ନିୟମାନୁବର୍ତ୍ତିତା କୁ ନିଶ୍ଚିତ କରିପାରିବୁ । ବିଦ୍ୟାଳୟରେ ପିଲାଙ୍କ ନିୟମାନୁବର୍ତ୍ତିତା ଉପରେ ଗୁରୁତ୍ଵ ଦେବୁ ବିଦ୍ୟାଳୟରେ ଶିଶୁ ନିର୍ଯ୍ୟାତନା କୁ ବନ୍ଦ କରିବୁ ଓ ବାହାର ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବୁ । ପିଲାଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବିଦ୍ୟାଳୟ ବିକାଶ ଯୋଜନା କରିବୁ । ଯେଉଁତିରେ କି ଶୈକ୍ଷିକ ଡ଼ିଆଇଜି ଉପରେ ଗୁରୁତ୍ଵ ଦେବୁ । ଅକ୍ଷମ ଶିଶୁମାନଙ୍କ ପ୍ରତି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଏବଂ ସେମାନଙ୍କର ଯୋଗଦାନ କୁ ନିଶ୍ଚିତ କରିବୁ । ବିଦ୍ୟାଳୟର ଭୌତିକ ବାତାବରଣ କୁ ପିଲାଙ୍କ ମନଛୁଆଁ କରିବା ପାଇଁ ଚେଷ୍ଟା କରିବୁ । ପିଲାଙ୍କ ସମସ୍ୟା ବୁଝିବା ପାଇଁ ସମୟ ଦେବୁ । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଠିକ ଭାବେ କାର୍ଯ୍ୟକରି କରିବୁ । ଇତ୍ୟାଦି । କହିଲ ଦେଖି ଦାଦା ପଚାରିଲେ ପୁତୁରାକୁ , କହିଲୁ ଦେଖି ଗୋଟେ ଦୋକାନରୁ ଜିନିଷ କିଣିବା ପାଇଁ ମୁଁ ଯାଇଥିଲି । ଦୋକାନକୁ ମୁଁ ୮ ଟଙ୍କା ଦେଇ ଟମାଟୋ , ୫ ଟଙ୍କା ଦେଇ ଧନିଆପତ୍ର କିଣିଲା ପରେ ମୋ ପାଖରେ ଆଉ ୭ ଟଙ୍କା ରହିଲା । ତା ହେଲେ ମୋ ପାଖରେ କତେ ଟଙ୍କା ଥିଲା ? ପୁତୁରା ଉତ୍ତର ଦେଲା : ଏ ପ୍ରଶ୍ନଟି ଆମ ଗଣିତ ବହିରେ ନାହିଁ । ମୁଁ କେମିତି ଉତ୍ତର ଦେବୀ ? ଏ ପ୍ରକାର ପାଠ ପଢା ଯୁକ୍ତି ସଙ୍ଗତ କି ? ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର