ଉପକ୍ରମ ଏହି ବିଦ୍ୟାଳୟ ନେତୃତ୍ଵ ସମ୍ବନ୍ଧୀୟ ମୁକ୍ତ ଶିକ୍ଷଣ ସମ୍ବଳଟି ଟେସ୍ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ହୋଇଥିବା ‘ବିଦ୍ୟାଳୟ ନେତୃତ୍ଵ' ସମ୍ବନ୍ଧୀୟ ୨୦ଟି ପୁସ୍ତିକା ମଧ୍ୟରୁ ଅନ୍ୟତମ । ଏହି ପୁସ୍ତିକାଗୁଡ଼ିକ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଓ ବୃତ୍ତିଗତରେ ଉନ୍ନତି ଆଣି ଶ୍ରେଣୀ କକ୍ଷରେ ପାଠପଢାରେ ସହାୟତା କରିବ । ଏହି ପୁସ୍ତିକାଗୁଡ଼ିକ ବିଭିନ୍ନ ସିଦ୍ଧାନ୍ତ ଓ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକାରେ ଦିଆଯାଇଥିବା ତଥ୍ୟକୁ ବିଦ୍ୟାଳୟର ନେତୃତ୍ଵ, ଶିକ୍ଷକ ଓ ସହାୟକ କର୍ମାମାନେ ଅଭ୍ୟସରେ ଆଣିଲେ ବିଦ୍ୟାଳୟରେ ସାମୁହିକ ଉନ୍ନତି ଆସିପାରିବ । ଏହି ପୁସ୍ତିକାଗୁଡ଼ିକ ପଠନ ପାଇଁ ଏକ ବିଦ୍ଧିବଧ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ଯଦିଓ ନାହିଁ ତଥାପି "ବିଦ୍ୟାଳୟର ମୁଖ୍ୟ ଜଣେ ସାମର୍ଥ୍ୟକାରୀ" ପୁସ୍ତିକାରୁ ପଠନ ଆରମ୍ଭ କରାଯାଇପାରେ । ଏହି ପୁସ୍ତିକାଗୁଡ଼ିକ ନିଜସ୍ଵ ପଠନ ପାଇଁ ଉଦ୍ଧିଷ୍ଟ ଓ ଏହାକୁ ନିଜର ପାଠାଗାରାରେ ରଖାଯାଇପାରେ । ଏହି ପୁସ୍ତିକାଗୁଡିକ ବିଦ୍ୟାଳୟ ନେତୃତ୍ଵ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଉପ ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ଯେଉଁମାନେ ବିଦ୍ୟାଳୟ ନେତୃତ୍ଵରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଧିଷ୍ଟ । ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀ ଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି । ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ । ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ ‘ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷା ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ (http://www.tessindia.edu.in/) ରେ ଉପଲବ୍ଧ । 'ମୁକ୍ତ ଶୈକ୍ଷିକ ସଂବଳ’ ଗୁଡ଼ିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ । ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ର ଅଭିପ୍ରେରିତ । ଟେସ୍-ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ସି.ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ । ଏହି ସଂକରଣଟି 'ଟେସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ମମତା ସ୍ଵାଇଁ ଓଡ଼ିଆ ଭାଷାରେ ଭାଷାନ୍ତର କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସ ମ୍ବଳ/ ଲେଖ creativecommons.org ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ । ଏକକରେ କ'ଣ ଅଛି ଆମ ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟଗୁଡିକରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଏକ ସାଧାରଣ ଘଟଣା ଅଟେ | ପରିବର୍ତ୍ତନକାରୀ ଜଣକ ବାହାରର, ଭିତରର ବା ଉଭୟ କ୍ଷେତ୍ରରେ ହୋଇପାରନ୍ତି । ଆପଣଙ୍କ ଉପରେ ଜବରଦସ୍ତି ଲଦି ଦିଆଯାଇପାରେ ବା ଆପଣ ଏହି ପରିବର୍ତ୍ତନ କାମ ଆରମ୍ଭ କରିପାରନ୍ତି । ଆମର ଅନ୍ତିମ ଲକ୍ଷ୍ୟ ହେଉଛି ବର୍ତ୍ତମାନର ସ୍ଥିତିରୁ ବିଦ୍ୟାଳୟକୁ ଏକ ଆକା°କ୍ଷା ବାଞ୍ଚନୀୟ ସ୍ଥିତି ଆଡ଼କୁ ଗତି କରିବା । ପରିଶେଷରେ ବିଦ୍ୟାଳୟ ପରିସ୍ଥିତିରେ ଏହା ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ସହିତ ସମନ୍ଧିତ ଅଟେ । ବିଦ୍ୟାଳୟର ଶିକ୍ଷାଦାନ ଓ ଶିକ୍ଷଣରେ ସିଧାସଳଖ । ପ୍ରତ୍ୟେକ୍ଷ ଭାବରେ ପରିବର୍ତ୍ତନ ବା ବିଦ୍ୟାଳୟ ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତକରଣ ଏବଂ ଶିକ୍ଷଣକୁ ସହାୟତା ଯୋଗାଇବା ପାଇଁ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଉନ୍ନତି ହୋଇଥାଏ । ଏହି ଅଧ୍ୟାୟରେ ଆପଣ ବିଚାର କରିବେ ଯେ, ବିଦ୍ୟାଳୟରେ ପରିବର୍ତ୍ତନ କହିଲେ ଆପଣ କ'ଣ ବୁଝନ୍ତି ? ପରିବର୍ତ୍ତନକାରୀ ବା ଶିକ୍ଷା ବ୍ୟବସ୍ଥା ବିଷୟରେ ମଧ୍ୟ ଆପଣ ବିଚାର କରିପାରିବେ । ଏହାପରେ ଆପଣ ବିଭିନ୍ନ ପୁକାରର ପନ୍ଥା ଆଡକୁ ଆଖି ବୁଲେଇ ପାରନ୍ତି ଯଥା: ନେତୃତ୍ଵ, ବିତରିତ ନେତୃତ୍ଵ, ଗଣତାନ୍ତ୍ରିକ ନେତୃତ୍ଵ ଏବଂ ପରିବର୍ତ୍ତନକାରୀ ନେତୃତ୍ଵ ଆପଣ ବିଭିନ୍ନ ପ୍ରକାରର ନେତୃତ୍ଵର ପନ୍ଥାକୁ ବୈଶିକ୍ଷିକ ନେତୃତ୍ଵ ସହ ଯୋଡ଼ିପାରିବେ । ପରିବର୍ତ୍ତନର ଦୁଇଟି ମୁଖ୍ୟ ଅଂଶ ହେଉଛି ପ୍ରେରଣା ଓ ବିଶ୍ଵାସ ବୋଲି ବିଚାର କରାଯାଏ । ପରିବର୍ତ୍ତନକୁ ନେତୃତ୍ଵ ଦେବା ପାଇଁ ଆପଣ ବର୍ତ୍ତମାନ ପ୍ରସ୍ତୁତ । ସେଥିପାଇଁ ଆପଣ କିଛି ସମୟ ଖର୍ଚ କରି ନିଜକୁ ନିଜେ ଓ ଅନ୍ୟକୁ କିପରି ଅଭିପ୍ରେରିତ କରିବେ । ସେଥ୍ ପ୍ରତି ଦୃଷ୍ଟି ଦେବେ । ଆପଣଙ୍କର ଭୂମିକାକୁ ଜଣେ ନେତା ଭାବରେ ଚିନ୍ତା କରିବେ ଏବଂ ଏହି ଅଧ୍ୟାୟରେ ଉପସ୍ଥାପନ କରାଯାଇଥିବା କେତେକ ସମସ୍ୟା କିପରି ଭାବରେ ଆପଣଙ୍କର ବର୍ତ୍ତମାନର ଅଭ୍ୟସରେ ଉନ୍ନତି କରିପାରିବେ । ସେ ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର । ଶିକ୍ଷଣ ଡାଏରୀ ଏହି ଏକକରେ, କାର୍ଯ୍ୟ କରିବାବେଳେ ଆପଣଙ୍କୁ ନିଜର ଶିକ୍ଷଣ ଡାଏରୀ, ପୁସ୍ତକ କିମ୍ବା କାଗଜରେ ନୋଟ କରିବାକୁ କୁହାଯିବ, ଯେଉଁଠାରେ କି ଆପଣ ନିଜର ଚିନ୍ତାଧାରା ଓ ଯୋଜନାଗୁଡ଼ିକୁ ସମ୍ମିଳିତ ଭାବେ ଏକତ୍ର ରଖିବେ ବୋଧହୁଏ ଆପଣ ଏହିପରି ଗୋଟିଏ ଆରମ୍ଭ କରିସାରିଲେଣି । ଆପଣ ଏହି ଏକକ ଉପରେ ଏକୁଟିଆ କାର୍ଯ୍ୟ କରୁଥାଇପାରନ୍ତି, ମାତ୍ର ଆପଣ ଅଧିକ ଶିଖୁବାକୁ ସକ୍ଷମ ହେବେ ଯଦି ଆପଣ ନିଜ ଶିକ୍ଷଣକୁ ଅନ୍ୟ ବିଦ୍ୟାଳୟର ମୁଖ୍ୟଙ୍କ ସହ ଆଲୋଚନା କରିବେ । ସେ ବ୍ୟକ୍ତି ଜଣକ ଆପଣଙ୍କ ସହକର୍ମା ହୋଇପାରନ୍ତି ଯାହାଙ୍କ ସହ ଆପଣ ପୂର୍ବରୁ କାର୍ଯ୍ୟ କରିଥିବେ କିମ୍ବା। ଏପରି କେହି ଜଣେ ହୋଇପାରନ୍ତି ଯାହାଙ୍କ ସହ ଆପଣ ନୂଆ ସଂପର୍କ ସୃଷ୍ଟି କରିପାରିବେ । ଏହା ସଂଗଠିତ ଭାବରେ କରାଯାଇପାରେ କିମ୍ବା ଏକ ଅନୈପଶ୍ଚରିକ ଭାବେ ମଧ୍ୟ କରାଯାଇପାରେ । ଯେତେବେଳେ ଆପଣ ଦୀର୍ଘ ମିଥାଦୀ ଶିକ୍ଷଣ ଓ ପ୍ରଗତି ସଂପର୍କରେ ଯୋଜନା କରୁଛନ୍ତି ସେତେବେଳେ ନିଜ ଶିକ୍ଷଣ ଡାଏରୀରେ ପ୍ରସ୍ତୁତ କରିଥିବା ବିବରଣୀଗୁଡ଼ିକ ଏଭଳି ବୈଠକରେ ବହୁ ଦରକାରରେ ଆସିବ । ଏକକରୁ ବିଦ୍ୟାଳୟ ପ୍ରମୁଖମାନେ କ’ଣ ଶିଖିବେ ପରିବର୍ତ୍ତନ ପାଇଁ ବିଦ୍ୟାଳୟ ଭିତରେ ଓ ବାହାରେ ଥିବା ଚାଳକମାନଙ୍କୁ ଚିହ୍ନଟ କରିବା । ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ଆହ୍ଵାନଗୁଡିକୁ ଚିହ୍ନଟ କରିବା । ଆପଣଙ୍କ ବିଦ୍ୟାଳୟକୁ ପରିବର୍ତ୍ତନ କରିବା ପାଇଁ ଯୋଜନା ଓ ନେତୃତ୍ଵ ଆବଶ୍ୟକୀୟ ପଦକ୍ଷେପ ନେବା । ଶୈକ୍ଷିକ / ଶିକ୍ଷା ସମ୍ବନ୍ଧୀୟ ନେତୃତ୍ଵରେ ପନ୍ଥାଗୁଡିକ ଚିହ୍ନଟ କରିବା ଓ ଏହାକୁ ଆପଣଙ୍କ କାର୍ଯ୍ୟଧାରା ସହିତ ସମ୍ପର୍କିତ କରିବା । ଅନ୍ୟକୁ ଉତ୍ସାହିତ ପ୍ରେରଣା ଓ ନେତୃତ୍ଵର ଉଦାହରଣ ମାଧ୍ୟମରେ ଏହି ପରିବର୍ତ୍ତନ ପ୍ରକଳ୍ପକୁ ଆଗେଇ ନେବା । ପରିବର୍ତ୍ତନର ମୁଖବନ୍ଧ ପରିବର୍ତ୍ତନରେ ସାମିଲ ହୋଇଥିବା ଉଭୟ ନେତା ଓ ଅଂଶଗ୍ରହଣକାରୀଙ୍କ ପାଇଁ ଏହା ଏକ ଆହ୍ଵାନମୂଳକ ପ୍ରକ୍ରିୟା ହୋଇପାରେ ଯେଉଁଥିରେ ଲୋକମାନେ ଏହାର ପରିଣାମ ପାଇଁ ବ୍ୟସ୍ତ ହୋଇପାରନ୍ତି । ଆମ ଶିକ୍ଷା ବ୍ୟବସ୍ଥାରେ ନିୟମ ପ୍ରଣୟନକାରୀମାନେ ଅନେକ ଗୁଡିଏ ବିଦ୍ୟାଳୟ ସମ୍ବନ୍ଧୀୟ ପରିବର୍ତ୍ତନ ଆରମ୍ଭ କରିବାକୁ ପଦକ୍ଷେପ ନେଇଥାନ୍ତି । ଯଦିଓ ଏହା ବାହ୍ୟଚାଳକ । ଏମିତି ଅନେକ ଉଦାହରଣ ଅଛି ଯେଉଁଗୁଡ଼ିକ ଆପଣ ଶିକ୍ଷକମାନଙ୍କ ସହ ମିଶି ଶିକ୍ଷାର୍ଥୀଙ୍କର ଆଗ୍ରହ ଓ ଆବଶ୍ୟକାତକୁ ଦୃଷ୍ଟି ଦେଇ ବିଦ୍ୟାଳୟ ପାଇଁ ଛୋଟ କିମ୍ବା ମଧ୍ୟମ ଧରଣ ପରିବର୍ତ୍ତନ ହୁଏତ ଆଣିଥୁବେ / କରିଥୁବେ । ଆପଣ ହୁଏତ ଗୋଷ୍ଠୀ ପାଇଁ ମଧ୍ୟ ଏଭଳି କାମ କରିଥାଇପାରନ୍ତି । ଏହାସବୁ ଆଭ୍ୟନ୍ତରୀଣ ଚାଳକ ଅଟେ | ଶିକ୍ଷଣକାର୍ଯ୍ୟ -୧ ପରିବର୍ତ୍ତନକାରୀ / ପରିବର୍ତ୍ତନର ଚାଳକ । ପ୍ରାରମ୍ଭରେ ଆପଣଙ୍କ ବିଦ୍ୟାଳୟ ନିକଟରେ ଘଟିଥିବା ପରିବର୍ତ୍ତନଗୁଡିକୁ ମନେପକାନ୍ତୁ । ସେମାନେ ଏହାକୁ ବାହାରୁ ଜବରଦସ୍ତି ଲଦି ଦେବା ଭଳି ଅନୁଭବ କରନ୍ତି କି ? ବା ଏହା ସ୍ଵତଃ ଗୋଷ୍ଠୀରୁ ଆସିଥିଲା କି ? ସେମାନେ ହୁଏତ ଜାତୀୟ ଓ ରାଜ୍ୟ ଦ୍ଵାରା ପ୍ରସ୍ତୁତ ପାଠ୍ୟକ୍ରମ ବା ପରୀକ୍ଷାରେ ଆଖିଦୃଶିଆ ପରିବର୍ତ୍ତ ନ କରିଥାଇପାରନ୍ତି କିମ୍ବା ସେମାନେ ଶିକ୍ଷାର୍ଥୀମାନଙ୍କ ଦିନଟିକୁ ଅଧକ ଅର୍ଥପୂର୍ଣ କରିବା ପାଇଁ ବିଦ୍ୟାଳୟରେ ଛୋଟ ଛୋଟ ପରିବର୍ତ୍ତନର ପ୍ରୟାସ କରିଥାଇପାରନ୍ତି । ଆପଣଙ୍କ ବିଦ୍ୟାଳୟ ବା ଜିଲ୍ଲାର ପରିବର୍ତ୍ତନର ଚାଳକ ଭାବରେ ଅନୁଭବ କରୁଥିବା ପାଞ୍ଚଗୋଟି ଆଭ୍ୟନ୍ତରୀଣ ଓ ପାଞ୍ଚଗୋଟି ବାହ୍ୟ ପରିବର୍ତ୍ତ ନ ପାଇଁ ଉପାଦାନର ତାଲିକା କରନ୍ତୁ । ଆଲୋଚନା ଚିହ୍ନଟ କରିଥିବା ଆଭ୍ୟନ୍ତରୀଣ ଉପାଦାନଗୁଡିକ ସାଧାରଣତଃ ଆପଣ କାମ କରିଥିବା ପରିବେଶ ଓ ବିଦ୍ୟାଳୟ ପ୍ରମୁଖ ଭାବରେ ଆପଣଙ୍କ ପାଖରେ ଉପଲବ୍ଧ ଥିବା ସମ୍ବଳ ଉପରେ ନିର୍ତ୍ତର କରିଥାଏ । ଯଦିଓ ଆପଣଙ୍କ ପାଖରେ ବହୁତ କମ । ସମ୍ବଳ ଓ ଶିକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ ଥିବା ଶ୍ରେଣୀ ଥାଏ, ତଥାପି ଆପଣ ପରିବର୍ତ୍ତନ ଓ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ସକାରାତ୍ମକ ପ୍ରଭାବ ପକେଇବା ପାଇଁ ପ୍ରୟାସ । ପଦକ୍ଷେପ ଗ୍ରହଣ କରିଥିବା । ଏହି କାମକୁ ନେତୃତ୍ଵ ଦେଇ କରିଥିବା । ଉଦାହରଣ ସ୍ଵରୂପ ଅଧିକ ଶିକ୍ଷାର୍ଥୀଙ୍କ ମଧ୍ୟରେ ଭିନ୍ନକ୍ଷମ ଶିକ୍ଷାର୍ଥୀ ବା ଉଚ୍ଚପ୍ରାଥମିକ ସ୍ତରରେ ଅଧିକ ସଂଖ୍ୟକ ଝିଅ ପିଲା ଥିବା । ଏହି ଶିକ୍ଷଣ କାର୍ଯ୍ୟ ହୁଏତ ଆପଣଙ୍କୁ ନିଜ ବିଦ୍ୟାଳୟରେ କେଉଁଭଳି ପରିବର୍ତ୍ତନ ଚାହୁଛନ୍ତି, ସେଥିପାଇଁ ଚିନ୍ତା କରିବାକୁ ଉତ୍ସାହିତ କରିପାରେ । ଆପଣ ହୁଏତ ଏଭଳି କାମଗୁଡିକୁ ଯଥା ଶିକ୍ଷାର୍ଥୀ କେନ୍ଦ୍ରିୟ ପନ୍ଥା , ଶିକ୍ଷଣଭିତ୍ତିକ କାର୍ଯ୍ୟପନ୍ଥା, ପ୍ରତି ଶିକ୍ଷାର୍ଥୀ ଅଦ୍ଵିତୀୟ ଓ ସେମାନଙ୍କର ମତାମତକୁ ସମ୍ମାନ ଦେବା, ସେମାନଙ୍କର ଶିକ୍ଷଣକୁ ଆକଳନ କରିବା ପାଇଁ ମୂଲ୍ୟୟନ ବ୍ୟବସ୍ଥା କରିବା ପାଇଁ ଚିନ୍ତା କରିବେ, ସେମାନଙ୍କ ପରୀକ୍ଷା ଓ ଏକକ ପରୀକ୍ଷା ପରିବର୍ଭେ ଅନ୍ୟାନ୍ୟ ଉପାୟରେ ମୂଲ୍ୟୟନ । ଆକଳନ କରିପାରିବେ । ସାରଣୀ - ୧ ପ୍ରାଥମିକ ଓ ମାଧ୍ୟମିକ ସ୍ତର ପାଇଁ ବାହ୍ୟ ପରିଚାଳକର ଉଦାହରଣ ଦିଆଯାଇଛି । ବେଳେବେଳେ ଏଗୁଡିକ ବହୁଳ ଭାବରେ ଆସା କରାଯାଏ ଏବଂ ଏଗୁଡ଼ିକୁ ସାମିଲ କରିବା ପାଇଁ ପରିସ୍ଥିତିର କ୍ଷେତ୍ର ମଧ୍ୟ ପ୍ରସ୍ତୁତ କରାଯାଏ । ଏବଂ ଅନ୍ୟ ସମୟରେ ଏଗୁଡିକ ଭାବରେ ଘଟିଥାଏ ଏଗୁଡିକ ମଧ୍ୟରୁ କିଛି ପରିବର୍ତ୍ତନ ପାଇଁ ସଙ୍ଗେ ସଙ୍ଗେ କାର୍ଯ୍ୟପନ୍ଥା ନେବାର ଆବଶ୍ୟକତା ପଡେ ଓ ଅନ୍ୟ କେତେକ ପରିବର୍ତ୍ତନଗୁଡିକ ଧୀରେ ଧୀରେ ହୋଇଥାଏ । ସାରଣୀ – ୧ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ବାହ୍ୟ ପରିବର୍ତ୍ତନକାରୀ ଆହ୍ଵାନଗୁଡ଼ିକୁ ସମ୍ମୁଖୀନ ହେବା ବିଦ୍ୟାଳୟଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରୁଥିବାବେଳେ ଶିକ୍ଷକଗଣ ଓ ବିଦ୍ୟାଳୟର ପ୍ରମୁଖ / ପ୍ରଧାନଶିକ୍ଷକ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ପରିସ୍ଥିତି ଅଧ୍ୟୟନ ୧ ଓ ୨ ର ଉଦାହରଣ ଦିଆଯାଇପାରେ କିପରି ଶିକ୍ଷକଗଣ ଓ ଅନ୍ୟମାନେ ମିଶି ବିଦ୍ୟାଳୟର ପରିବର୍ତ୍ତନ ପାଇଁ ଚେଷ୍ଟା କରି ଏକ ନୂତନ ଢଙ୍ଗର ବିଦ୍ୟାଳୟ ସ୍ଥାପନ କରିଥିଲେ । ପରିସ୍ଥିତି ଅଧ୍ୟୟନ ୧ : ଉପସ୍ଥାନ ବୃଦ୍ଧି ପାଇଁ ଅତିରିକ୍ତ ଶିକ୍ଷଣକାର୍ଯ୍ୟ ବିଷୟ - ବିଦ୍ୟାଳୟ ଦୈନିକ ସମୟ ସାରଣୀ/ଟାଇମ ଟେବୁଲର ସଂଗଠନ ଶିକ୍ଷକ-ଶ୍ରୀମତୀ ଅପର୍ଣ୍ଣ। ଦେବୀ ପରିସ୍ଥିତି – ବେସରକାରୀ ବିଦ୍ୟାଳୟ ଯେଉଁଠି ୫୫୦ ଶିକ୍ଷାର୍ଥୀ ଅଛନ୍ତି । ମୁସଲମାନ ସଂପ୍ରଦାୟର ଲୋକମାନେ ଅଧିକ ପରିମାଣରେ ରହୁଥିବା ଏକ ମଧ୍ୟମ ଧରଣର ସହରରେ ଏହି ବିଦ୍ୟାଳୟ ଅବସ୍ଥିତି । ସମସ୍ୟା ବିବୃତ୍ତି : ଶ୍ରୀମତୀ ଅପର୍ଣ୍ଣ। ଦେବୀ ଲକ୍ଷ୍ୟ କଲେ ଯେ ବିଦ୍ୟାଳୟର କାର୍ଯ୍ୟନିର୍ଘଣ୍ଟ ସମୟ ସୀମା କମ ରହିଛି ପାଠ୍ୟକ୍ରମକୁ ଶେଷ କରିବା ପାଇଁ ଚାପ ରହିଛି । ତେଣୁ ଶିକ୍ଷାର୍ଥୀମାନେ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟ ଓ ଖେଳ ସମ୍ବନ୍ଧୀୟ କାର୍ଯ୍ୟରେ ଅଂଶଗ୍ରହଣ କରିପାରୁଛନ୍ତି । ଶିକ୍ଷାର୍ଥୀମାନଙ୍କର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵର ବିକାଶ ପାଇଁ ଏହି କାର୍ଯ୍ୟଗୁଡିକ ଗୁରୁତ୍ଵପୂର୍ଷ ଅଟେ । ଏହା ବ୍ୟତିରେକ ସେ ଶିକ୍ଷାର୍ଥୀମାନଙ୍କର ଉପସ୍ଥାନ ଓ ଅବଧାରଣାର ବାଟ ପାଇଁ ଚିନ୍ତିତ ଥିଲେ । ପରିବର୍ତ୍ତନ: ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀମତୀ ଅପର୍ଣ୍ଣ। ଦେବୀ ବିଦ୍ୟାଳୟ କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ ଆଣିଥିଲେ । ପ୍ରତିଦିନ ବିଦ୍ୟାଳୟ କାର୍ଯ୍ୟନିର୍ଘଣ୍ଟାରେ ଅଧିକ ୩୦ ମିନିଟ ସମୟ ଯୋଡିଥିଲେ । ତାହାଦ୍ଵାରା ଅପର୍ଣ୍ଣା । ଦେବୀ ବିଭିନ୍ନ ସୃଜନାମକ କାର୍ଯ୍ୟ କରିବା ପାଇଁ ସମୟ ବାହାର କରିପାରିଥିଲେ । ଯାହାଦ୍ଵାରା ବିଦ୍ୟାଳୟର ମୁଖ୍ୟ କାମ ବ୍ୟାଘାତ ହୋଇନଥିଲା । କ୍ରିଡା (କରାଟେ), ଖେଳକୁଦ ସହ କ୍ୟାରମ, ଚେସ ଓ ପାଠାଗାରରେ ପଢିବା କାର୍ଯ୍ୟଗୁଡିକର ସମୟ ଚକ୍ର ବଦଳୁଥିଲା । ଶିକ୍ଷାର୍ଥୀମାନେ ଜାଣିପାରୁନଥିଲେ ଯେ ସେମାନେ ବିଦ୍ୟାଳୟର ଅନ୍ତିମ ପର୍ଯ୍ୟାୟରେ କେଉଁ କାମରେ ଅଂଶଗ୍ରହଣ କରିବେ । ଏହାଦ୍ଵାରା ସେମାନେ ଆଶ୍ଚର୍ଯ୍ୟାଳ୍ପିତ ହେଉଥିଲେ ଓ ବିଦ୍ୟାଳୟକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ । ଏଭଳି କାର୍ଯ୍ୟର ମୂଲ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵର ପରିପ୍ରକାଶ କରିବା । ଶିକ୍ଷାର୍ଥୀ ବିଦ୍ୟାଳୟରେ ଆନନ୍ଦ ଅନୁଭବ କରିବା ସହିତ ଉପଲବ୍ଧ ସମୟରେ ଶିଖିବ । ଏହା କାହିଁକି କୌତୁହଳ ଜଣକ/ ଚିତ୍ତାକର୍ଷକ ଏହା ବର୍ତ୍ତମାନର ପରିସ୍ଥିତିର ସମସ୍ୟା ଉପରେ ଆଧାରିତ ଯେଉଁଠାରେ ଜଣେ ଭାରତୀୟ ଶିକ୍ଷାର୍ଥୀ ବିଦ୍ୟାଳୟରେ ମାତ୍ର ଚାରିଘଣ୍ଟା ସମୟ ବିଦ୍ୟାଳୟରେ ବିତେଇଥାଏ । କିନ୍ତୁ ଏକ ବିକଶିତ ରାଷ୍ଟ୍ରରେ ଭାରତ ତୁଳନାରେ ଗୋଟିଏ ଶିକ୍ଷାର୍ଥୀ ବିଦ୍ୟାଳୟରେ ୬ ରୁ ୮ ଘଣ୍ଟା ସମୟ ବିତେଇଥାଏ । ଏହା ସହିତ, ଶିକ୍ଷାର୍ଥୀଙ୍କ ଉପସ୍ଥାନ ବୃଦ୍ଧି ପାଇଁ ଏକ ଆନନ୍ଦମୟ ପରିସ୍ଥିତି ସୃଷ୍ଟି କରିବାର ଆବଶ୍ୟକତାକୁ ଚିହ୍ନଟ କରାଯାଇଛି । ଆହ୍ଵାନଗୁଡିକର ସମ୍ଭାବ୍ୟ ହତିଆର : ଏଥି ପାଇଁ ବିଦ୍ୟାଳୟ ପରିଚାଳନା କମିଟି ହୁଏତ ହୃଦବୋଧ କରିବାର ଆବଶ୍ୟକତା ରହିଛି । ବିଦ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ସମ୍ବଳଗୁଡିକ ଥାଇପାରେ କିନ୍ତୁ ସେଗୁଡିକୁ ସହ ପାଠ୍ୟ କାର୍ଯ୍ୟ ପାଇଁ ଯୋଗାଇବେ । ଏକ ମୁଖ୍ୟ ଆହ୍ଵାନ ଅଟେ । ବିଦ୍ୟାଳୟଗୁଡିକ ଦେଖିବାକୁ ପଡିବ ଯେ, ପ୍ରକୃତରେ ଶିକ୍ଷାର୍ଥୀମାନେ କେଉଁ ସବୁ କାମରେ ଆଗ୍ରହରେ ଦେଖାଉଛନ୍ତି ଓ ଉଭୟେ ପୁଅ ଓ ଝିଅ ସମାନ ଭାବରେ ସେଥିରୁ ଲାଭାନ୍ୱିତ ହେଉଛି, ଏହା ନିଶ୍ଚିତ କରିବାକୁ ହେବ । ଏହାର ପ୍ରଭାବ (ଶିକ୍ଷକଙ୍କ ଅନୁସାରେ) : ଶ୍ରୀମତୀ ଅପର୍ଣ୍ଣା ଦେବୀ ଦେଖିଲେ ଯେ, ଶିକ୍ଷାର୍ଥୀମାନଙ୍କର ଉପସ୍ଥାନ ଓ ଶୃଙ୍ଖଳାଜ୍ଞାନ ସ୍ପଷ୍ଟ ଭାବରେ ଉନ୍ନତି ଘଟିଛି । ବର୍ତ୍ତମାନ ଶିକ୍ଷାର୍ଥୀମାନେ ଅଧିକ ସମୟ ବିଦ୍ୟାଳୟରେ ବିତେଇବା ପାଇଁ ଆଗ୍ରହ ଦେଖାଇଲେ । ପରିସ୍ଥିତି ଅଧ୍ୟୟନ ୨: ସ୍ୱାସ୍ଥ୍ୟ ପରୀକ୍ଷା ଶିକ୍ଷଣର ରକ୍ଷାକବଚ ବିଷୟ – ଶିକ୍ଷାରେ ବାହ୍ୟ କାରକର ପ୍ରଭାବ (ଯଥା: ପୁଷ୍ଟି ଓ ସ୍ୱାସ୍ଥ) ଶିକ୍ଷକ : ରବି ବାବୁ ପରିସ୍ଥିତି : ବେସରକାରୀ ବିଦ୍ୟାଳୟ ପୂର୍ବ ଦିଲ୍ଲା ସମସ୍ତ ସୁବିଧାରୁ ବଞ୍ଚିତ । ଅନୁକୂଳ ଅଞ୍ଚଳରେ ଅବସ୍ଥିତ । ସମସ୍ୟାର ବିବୃତ୍ତି : ରବିବାକୁ ଦେଖିଲେ ଯେ, ତାଙ୍କର ଅଧିକାବିଂଶ ଶିକ୍ଷାର୍ଥୀ ସ୍ଵାସ୍ଥ୍ୟ ସେବାରୁ ବଞ୍ଚୁତ ଓ ସେମାନେ ଅସ୍ଵାସ୍ଥ୍ୟକର ପରିବେଶରେ ରହୁଛନ୍ତି । ଏହାଦ୍ଵାରା ଶିକ୍ଷାର୍ଥୀମାନେ ରୋଗଗ୍ରସ୍ତ ହୋଇ ବିଦ୍ୟାଳୟରେ ଉପସ୍ଥିତ ରହୁଥିବାରୁ ଅନ୍ୟମାନେ ଏହାର ପ୍ରଭାବରେ ରୋଗାକ୍ରାନ୍ତ ହେଉଛନ୍ତି ବା ବିଦ୍ୟାଳୟରେ ରୀତିମତ ଭାବରେ ଅନୁପସ୍ଥିତ ରହୁଛନ୍ତି । ପରିବର୍ତ୍ତନ : ଏହି ସମସ୍ୟାରୁ ଦୂର କରିବା ପାଇଁ ଏକ ତ୍ରିସ୍ତରୀୟ ଦୀର୍ଘମିଆଦି ସ୍ଵାସ୍ଥ୍ୟ ଯୋଜନା କାର୍ଯ୍ୟସୂଚିରେ ପରିକଳ୍ପନା କରାଯାଇଥିଲା । ସ୍ଥାନୀୟ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ରବିବାବୁ ଶିକ୍ଷାର୍ଥୀମାନଙ୍କର ପ୍ରତି ଦୁଇ ମାସରେ ଥରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆଖିର ପରୀକ୍ଷା କରିବା ପାଇଁ ନିଶ୍ଚିତ କଲେ । ରବିବାବୁ ଦେଖିଲେ ଯେ ବଡପିଲାଙ୍କ ସ୍ଵାସ୍ଥ୍ୟ ବୃଦ୍ଧି ପାଇଁ ଭିଟାମିନର ଆବଶ୍ୟକତା ରହିଛି । ସେଥି ପାଇଁ ସେ ସେମାନଙ୍କୁ ସ୍ୱାସ୍ଥ୍ୟପ୍ରଦ ମଧ୍ୟାନ୍ନ ଭୋଜନ ଯୋଗାଇ ଦେବା ପାଇଁ ଏକ ବଦାନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କଲେ । ଏହିଭଳି କ୍ଷୁଦ୍ର ଆବିଷ୍କାରର ମୂଲ୍ୟ ସ୍ଵରୂପ ଶିକ୍ଷାର୍ଥୀମାନଙ୍କୁ କେବଳ ସ୍ଵାସ୍ଥ୍ୟ ଓ ଆଖୁ ପରୀକ୍ଷାର ସୁବିଧା ଯୋଗାଇ ଦିଆଗଲା ନୁହେଁ ବରଂ ସେମାନେ କିପରି ଅଧିକ ସୁସ୍ଥତାର ସହ ବଞ୍ଚୁବେ ତାହା ମଧ୍ୟ ଶିକ୍ଷାଲାଭ କଲେ । ଏହା କାହିଁକି ଉତ୍ସାହପ୍ରଦ ? ଏହି ନିରାକରଣ ପଦ୍ଧତି ଯୋଗୁଁ ଶିକ୍ଷାର୍ଥୀମାନଙ୍କର ଅନୁପସ୍ଥିତି କମିଲା। ଯାହା ଶିକ୍ଷାର୍ଥୀଙ୍କ ଶିକ୍ଷଣରେ କ୍ଷତି କରୁଥିଲା । ଏହାର ପ୍ରଭାବ (ଶିକ୍ଷକଙ୍କ ଅନୁସାରେ) ଋବି ବାକୁ ବିବୃତ୍ତି । ଲିଖିତ ଭାବରେ ଜଣାଇଦେଲେ ଯେ, ଶିକ୍ଷାର୍ଥୀମାନଙ୍କର ଉପସ୍ଥାନ ବୃଦ୍ଧି, ଏକାଗ୍ରତାରେ ଉନ୍ନତି ସ୍ପଷ୍ଟଭାବେ ପରିଲକ୍ଷିତ ହୋଇଛି ଏବଂ ବିଦ୍ୟାଳୟ କାର୍ଯ୍ୟ ସହିତ ସମ୍ପୁକ୍ତିଥିବା ଅଭିଭାବକମାନେ ଏଭଳି ସ୍ୱାସ୍ଥ୍ୟ ସେବାର ପ୍ରସଂଶା କରିଥିଲେ । ଥରେ ଦୁଇମାସିଆ ସ୍ୱାସ୍ଥ୍ୟ ପରୀକ୍ଷଣ ବେଳେ ଗୋଟିଏ ଶିକ୍ଷାର୍ଥୀର ଯକୃତ (liver) ରେ ସଂକ୍ରମଣକୁ ଚିହ୍ନଟ କରାଯାଇଥିଲା ଓ ଠିକ ସମୟରେ ଚିକିତ୍ସା ମଧ୍ୟ କରାଯାଇଥିଲେ । ବର୍ତ୍ତମାନ ଏହି ମାଗଣା ଆଖବର ଯତ୍ନ ସେବାକୁ ଗୋଷ୍ଠୀଯାଏ। ପ୍ରସାରିତ କଲେ । ଆପଣଙ୍କ ବିଦ୍ୟାଳୟରେ ଏଭଳି ସମାନ ପ୍ରକାରର ସମସ୍ୟା ଦେଖାଦେଇ ନପାରେ । କିନ୍ତୁ ଜଣେ ବିଦ୍ୟାଳୟର ପ୍ରମୁଖ ଭାବରେ ଆପଣ ଚିନ୍ତା କରିବେ ଯେ, ଆପଣଙ୍କ କର୍ମଚାରୀ ଓ ଶିକ୍ଷାର୍ଥୀମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ଉନ୍ନତି ଆଣିବା ପାଇଁ ଆପଣ କେଉଁସବୁ କୌଶଳ ଅବଲମ୍ବନ କରିବେ । ଏଭଳି ପରିବର୍ତ୍ତନ ଗୁଡିକ ପାଇଁ କେଉଁ ଭଳି ପନ୍ଥା ଗ୍ରହଣ କରିବେ କିଭଳି ଭାବେ ସହକର୍ମା, ଶିକ୍ଷାର୍ଥୀ ଓ ଗୋଷ୍ଠୀ ସହ କାମ କରିବେ ସେ ବିଷୟରେ ଆପଣ ବିଚାର କରିବା ଉଚିତ । ଆପଣ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେଗୁଡିକ ଶିକ୍ଷାର୍ଥୀଙ୍କ ଜୀବନରେ ଓ ଶିକ୍ଷଣରେ ବାସ୍ତବରେ ଧରି ରଖିବେ ପ୍ରଭାବ ପକାଇ ବେ, ଏଥିପାଇଁ ନିଶ୍ଚିତ ହେବାକୁ ପଡିବ । ପରିବର୍ତ୍ତନ କିପରି ଭାବରେ ଘଟିବ ଆମ ବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଗୁଡିକ କିଭଳି ଭାବରେ ଆସେ /ଘଟିଥାଏ। ସେ ବିଷୟରେ ଅନେକ ଗୁଡିଏ ମନ୍ତବ୍ୟ ଉପସ୍ଥାପନ କରାଯାଇଅଛି । ସେଥି ମଧ୍ୟରୁ ଗୋଟିଏ ପ୍ରକାର ଯୁକ୍ତି ହେଉଛି ଅଭ୍ୟନ୍ତରିଣ ପରିବର୍ତ୍ତନ ବନାମ ବାହିକ ପରିବର୍ତ୍ତ ନ ପାଇଁ ପଦକ୍ଷେପ । ଆଭ୍ୟନ୍ତରୀଣ ପରିବର୍ତ୍ତନ ପାଇଁ ଚିନ୍ତା କରେ, ଆମେ ଦେଖିବା ଯେ ସମସ୍ତ ଶିକ୍ଷାର୍ଥୀ ଶିକ୍ଷକ ଏବଂ ପ୍ରଶାସନିକ କର୍ମଚାରୀମାନେ ମୁଖ୍ୟ ପ୍ରତି ଅଟନ୍ତି । ଯେଉଁମାନେ ସେମାନଙ୍କ କାମ ମାଧ୍ୟମରେ ଏଭଳି ପରିବର୍ତ୍ତନ ଆଣିବା ପାଇଁ ସକ୍ଷମ ହେବେ (ମୁଖ୍ୟତଃ ଗୁଣାତ୍ମକ ଶିକ୍ଷା ଓ ମାନର ଅଭିବୃଦ୍ଧି ପାଇଁ ) ଏହାକୁ ସ୍ଵେଚ୍ଛାସେବୀ ଦୃଷ୍ଟିରୁ ହିଁ ବର୍ଣ୍ଣନା କରାଯାଇଛି । କାରଣ ବିଦ୍ୟାଳୟରେ ପରିବର୍ତ୍ତନ ଆଣିବା ପାଇଁ ଜଣେ ନେତାର ସ୍ଵେଚ୍ଛାକୃତ କାର୍ଯ୍ୟ ଓ ଅନ୍ୟ ପରିବର୍ତ୍ତନକାରୀ ମୁଖ୍ୟ ପ୍ରତିନିଧିମାନଙ୍କର କାର୍ଯ୍ୟ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଅନ୍ୟମାନଙ୍କର ମନ୍ତବ୍ୟ ଯେ ବାହାରୁ ବହୁତ ଗୁଡାଏ ଶୈକ୍ଷିକ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଏ । ଏଭଳି ଲକ୍ଷଣ ଗୁଡିକ ଦେଖାଯାଏ କାରଣ ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚାପରେ ନୂଆ ଯୋଜନା ଆରମ୍ଭ ହୋଇଥାଏ । ବହୁତ ଶିକ୍ଷକ ଓ ବିଦ୍ୟାଳୟ ପ୍ରମୁଖ ସେମାନଙ୍କର କହିଛନ୍ତି ଯେ, ଯେଉଁଠି ପରିବର୍ତ୍ତନ ଜରୁରୀ ବା ବାଧ୍ୟ କରାଯାଇଛି । ସେଇଠି ହିଁ ଏଭଳି ପରିବର୍ତ୍ତନ ସଂଗଠିତ ହୋଇଥାଏ । ବିଦ୍ୟାଳୟ ପରିସ୍ଥିତିରେ ପରିବର୍ତ୍ତନ କହିଲେ ବୁଝାଏ ଯେ, ଯେ କୌଣସି ଆକାର/ଧରଣର ପରିବର୍ତ୍ତନ ଯାହାକି ବିଦ୍ୟାଳୟ ଭିତରେ ଘଟିଥାଏ । ସ୍ଥିତିରେ ପରିବର୍ତ୍ତନ ଆଣିବାପାଇଁ ହୁଏତ ଆପଣଙ୍କ କର୍ମଚାରୀ ଓ ଶିକ୍ଷାର୍ଥୀ ଉଦ୍ଦେଶ୍ୟମୂଳକ ଭାବେ କାମ କରିଥାଇପାରନ୍ତି । ଏହା ରାଜ୍ୟ ବା ଜାତୀୟ ସ୍ତରର ପଦକ୍ଷେପ ହୋଇପାରେ । ଏହି ପରିବର୍ତ୍ତନ (ଉଦ୍ଦେଶ୍ୟମୂଳକ, ନିଜେ ଆରମ୍ଭ କରିବାର କାର୍ଯ୍ୟ) ପ୍ରତିକ୍ରିୟା (ଉଦ୍ଦୀପନାକୁ ଜବାବ ଦେବା) ସେ ଯାହା ବି ହେଉନା କାହିଁକି ଅଭ୍ୟନ୍ତରୀଣ ବା ବାହିକ ପରିଚାଳକ ହେଉ, କିନ୍ତୁ ବିଦ୍ୟାଳୟରେ ପରିବର୍ତ୍ତନ ଆଣିବା ପାଇଁ କେବଳ ଦୁଇଟି ରାସ୍ତା ଦେଖାଯାଇଛି । ତଳୁ ଉପରକୁ ପରିବର୍ତ୍ତନ ଏହାର ଆରମ୍ଭ, ପିଲା ଅଭିଭାବକ,ଶିକ୍ଷକରଣ ଓ ପ୍ରଶାସନିକ ସ୍ତରରୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ବ୍ୟତୀତ ଉପରୁ ତଳକୁ ପରିବର୍ତ୍ତନ ବିଦ୍ୟାଳୟର ଉପର ସ୍ତରରେ ଏହାର ସୃଷ୍ଟି ସାଧାରଣତଃ ଦେଖାଯାଏ ଯେ, ବିଦ୍ୟାଳୟମାନଙ୍କରେ ଉପରୁ ତଳକୁ ପରିବର୍ତ୍ତନ ସହଜରେ ଓ ସିଧାସଳଖ ଭାବରେ କରାଯାଇପାରେ । ଏହା କେବଳ ସମ୍ଭବ । ଯଦି କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ରାଜି ହେବେ, କିନ୍ତୁ ଦେଖାଯାଏ ଯେ, ଏହାସବୁ କ୍ଷେତ୍ରରେ ସମ୍ଭବ ନୁହେଁ । ଏହା ସାଧାରଣତଃ ସବୁ ବିଦ୍ୟାଳୟରେ ବ୍ୟାପକ ଭାବରେ ଗ୍ରହଣ କରିଥାନ୍ତି । କାରଣ ସେମାନଙ୍କ ହାତରେ ସେମାନେ ଏକ ସୁସଂଗଠିତ, ପର୍ଜ୍ୟବେଶିତ ଧାରାର ପରିବର୍ତ୍ତନର ସୁବିଧା ପାଏ । ଉପରୁ ତଳକୁ ପରିବର୍ତ୍ତ ନ କରିବା ବେଳେ ସାଧାରଣତଃ ପରିବର୍ତ୍ତ ନ ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କ ସହ କିଛି ପରିମାଣରେ ସେମାନଙ୍କୁ ସାମିଲ କରି ସେମାନଙ୍କର ପରାମର୍ଶ ନିଆଯାଏ । କିନ୍ତୁ ବିଶେଷ ଭାବରେ ଯେତେବେଳେ ସଙ୍କଟ ସମୟ ଦେଖାଯାଏ, ସେତେବେଳେ କର୍ମଚାରୀଙ୍କୁ ପରାମର୍ଶ ନକରି ସିଧାସଳଖ ଓ ବାଧ୍ୟତାମୂଳକ ଭାବରେ ଲଦି ଦିଆଯାଏ । ଏହା ସେମାନଙ୍କର ନୈତିକ ବଳ ଓ ପ୍ରେରଣା ଉପରେ ପ୍ରଚଣ୍ଡା/କଠୋର ଆଘାତ ଦେଇପାରେ କିନ୍ତୁ ଯେତେବେଳେ ସଙ୍ଗଠନକୁ ବଞ୍ଚାଇ ରଖିବା ବିପଦଜନକ ହୁଏ, ସେତେବେଳେ ବିଦ୍ୟାଳୟର କର୍ମଚାରୀଗଣ ପରିବର୍ତ୍ତନର ଆବଶ୍ୟକତା ଦୃଷ୍ଟିରୁ ଅତି ଶୀଘ୍ର ଓ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ଗୋଷ୍ଠୀ ନିଜେ ପରିକ ବ୍ରିନା କରିଥାଏ । ଏଭଳି କାମ ସେମାନେ ନିଜେ କଲେ ବିଦ୍ୟାଳୟ ପରିଚାଳନା କମିଟି (SMC) ବିଦ୍ୟାଳୟଗୁଡିକ ମଧ୍ୟରେ ଏଗୁଡିକର ପରିକଳ୍ପନା କରି, କାର୍ଯ୍ୟକାରୀ କରିବ ଓ ପର୍ଯ୍ୟାଲୋଚନା କରିବ । ବିଦ୍ୟାଳୟର ଯେ କେହି ବି ତଳ ସ୍ତରର ପରିବର୍ତ୍ତନ ପାଇଁ ପରାମର୍ଶ ଦେଇପାରନ୍ତି, କିନ୍ତୁ ବରିଷ୍ଟ କର୍ମଚାରୀମାନେ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଭାବିତ କରିବାର କ୍ଷମତା ଥାଏ। ବିଦ୍ୟାଳୟ ଗୋଷ୍ଠୀ ପରିବର୍ତ୍ତ ନ ପାଇଁ ହୁଏତ ତତକ୍ଷଣାତ । ଇଚ୍ଛୁକ ହୋଇ ନ ପାରନ୍ତି, ତେଣୁ ଏହା ଦ୍ଵାରା ଅନ୍ୟାନ୍ୟ ସମସ୍ୟା ଦେଖାଯାଏ । ଏହି କାରଣ ଯୋଗୁଁ ତଳୁ ଉପର ସ୍ତରର ପରିବର୍ତ୍ତନ ବେଳେ ବେଳେ ଚିନ୍ତା କରି ହୁଏ ନାହିଁ ସଂଗଠନ ମଧ୍ୟରେ ଏହାକୁ ଆପଣେଇବା ପାଇଁ ଅଧିକ ସମୟ ଦରକାର ପଡେ । ପରିବର୍ତ୍ତନ ପାଇଁ ପଦକ୍ଷେପ ନେବା ବେଳେ ସମସ୍ୟା ଗୁଡିକ କମାଇବା ଦୃଷ୍ଟିରୁ କେତେକ ବିଦ୍ୟାଳୟର ପ୍ରମୁଖମାନେ ସେମାନଙ୍କ ବିଦ୍ୟାଳୟର ଗୋଟିଏ ପରିସରରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରିଥାନ୍ତି । ଏହା ଏକ ପଥଦର୍ଶୀ ଯୋଜନା ଭଳି ଅଟେ । ଯେଉଁଠି ସେମାନେ ନୂଆ ଚିନ୍ତାଧାରା ଓ କାର୍ଯ୍ୟଗୁଡିକୁ ପ୍ରୟୋଗ କରିଥାନ୍ତି, ସମସ୍ୟା ଗୁଡିକୁ ଚିହ୍ନଟ ଓ ମୂଲ୍ୟାୟନ/ଆକଳନ କରନ୍ତି ଏବଂ ସମସ୍ତ ବିଦ୍ୟାଳୟରେ ଚାଲୁ କରିବା ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତି । ଶିକ୍ଷଣକାର୍ଯ୍ୟ – ୨ ଆପଣଙ୍କ ବିଦ୍ୟାଳୟରେ ପରିବର୍ତ୍ତନ ଆପଣଙ୍କ ବିଦ୍ୟାଳୟରେ ଗତ ବର୍ଷ ବା ଦୁଇ ବର୍ଷ ମଧ୍ୟରେ କେଉଁ ତିନୋଟି ବିଶେଷ ପରିବର୍ତ୍ତନ ହୋଇଛି, ସେ ବିଷୟରେ କିଛି ସମୟ ଦେଇ ଚିନ୍ତା କରନ୍ତୁ । ଏହି ପରିବର୍ତ୍ତନ ଗୁଡିକ ଛୋଟ ବା ବଡ ହୋଇପାରେ କିନ୍ତୁ ସେମାନେ ମନେରଖୁବେ ଯେ ଲୋକମାନେ ସେମାନଙ୍କର ପ୍ରାଥମିକତା ବ୍ୟବହାର ଓ ଧାରାରେ ପରିବର୍ତ୍ତନ କରିବେ । ଆପଣ ଶିକ୍ଷଣ ଡାଏରୀରେ ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ଗୁଡିକ ସମ୍ପର୍କରେ ବିବରଣୀ ପ୍ରସ୍ତୁତ କରନ୍ତୁ । ପ୍ରତିଟି ପରିବର୍ତ୍ତନ ପାଇଁ କିଏ ଚାଳକ ବା ଆରମ୍ଭ କରିଥିଲେ ? ଆପଣ ଓ ଅନ୍ୟମାନେ କିଭଳି ଏହି ପରିବର୍ତ୍ତନକାରୀ ପ୍ରତି ପ୍ରତିକ୍ରିୟା ପ୍ରକାଶ କରେ । ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ କଣ ସବୁ ସମସ୍ୟା ଦେଖାଗଲା ? କିପରି ଭାବରେ ଆପଣ ଓ ଆପଣଙ୍କ ସହକର୍ମୀମାନେ ଦକ୍ଷତାର ସହ ପରିବର୍ତ୍ତନ ପାଇଁ କମ କଲେ ? ଶିକ୍ଷାର୍ଥୀଙ୍କ ଶିକ୍ଷଣ ଉପରେ ପରିବର୍ତ୍ତ ନର କଣ / କି ପ୍ରଭାବ ଦେଖାଗଲା ? ଆଲୋଚନା ଶୈକ୍ଷିକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନେଉଥିବା ପଦକ୍ଷେପରେ ଅନେକ ସମସ୍ୟା ଯଥା - ଶ୍ରେଣୀ କୋଠରୀରେ ଅଭ୍ୟାସଗତ ପାଠପଢା ଢାଞ୍ଚା, ବିଦ୍ୟାଳୟ ସ୍ତରରେ ପରିବର୍ତ୍ତ ନ ବା ଜାତୀୟ ସ୍ତରରେ ବଡ ଧରଣର ରୂପାନ୍ତରଣ ଦେଖାଯାଏ । ଆପଣଙ୍କ ଉତ୍ତର ଅନ୍ୟ ବିଦ୍ୟାଳୟର ପ୍ରମୁଖ ଠାରୁ ଭିନ୍ନ ଭିନ୍ନ ହେବ, କାରଣ ପରିବର୍ତ୍ତନ ପ୍ରତ୍ୟେକଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରିଥାଏ । କିଛି ସହକର୍ମାଙ୍କର ପରିବର୍ତ୍ତନ ସମ୍ବନ୍ଧୀୟ ଅନେକ ଅଭିଜ୍ଞତା ହୋଇପାରେ ଅନ୍ୟମାନେ ହୁଏତ ପ୍ରଥମଥର ପାଇଁ ସାକ୍ଷଭାବେ ଏସବୁ ଦେଖୁଦେବ । ଯେତେବେଳେ କେତେ ଜଣ ପରିବର୍ତ୍ତ ନ ପାଇଁ ସେମାନଙ୍କ ଭୂମିକା / ଦାୟିତ୍ଵ ସମ୍ପର୍କରେ ଉଦବିଘ୍ନ / ଉତ୍କଣ୍ଠା ପ୍ରକାଶ କରିପାରନ୍ତି /ଦେଖାଇପାରନ୍ତି ସେତେବେଳେ ହୁଏତ ଅନ୍ୟମାନେ ଏହାକୁ ଚଳାଇବା ଓ ପ୍ରଭାବିତ କରିବାର ସୁଯୋଗକୁ ଅବରୋଧ କରି ପାରନ୍ତି । ପରିସ୍ଥିତି ଅଧ୍ୟୟନ ୧ ଓ ୨ ତଳୁ ଉପର ସ୍ତରର ପରିବର୍ତ୍ତନର ଏକ ଉଦାହରଣ ଉଲ୍ଲେଖ କରାଯାଇଛି । ଯଦିଓ ନ୍ୟୁପବ୍ଲିକ ସ୍କୁଲର ସଫଳତା କାହାଣୀରୁ ଜଣାଯାଇଥିଲା ଯେ ବାହ୍ୟ ବ୍ୟକ୍ତିମାନେ ଏଥିରେ ସମ୍ପ୍ରକ୍ତ ଥିଲେ, କିନ୍ତୁ ବିଦ୍ୟାଳୟର ପ୍ରମୁଖ ଆଞ୍ଚଳିକ ସମସ୍ୟାକୁ ଚିହ୍ନଟ କରି ତାର ସମାଧାନ ପାଇଁ ପଦକ୍ଷେପ ନେଉଥିଲେ ଓ ପରିବର୍ତ୍ତନ କରି ପାରିଥିଲେ । ପରିବର୍ତ୍ତନ ପାଇଁ ପଦକ୍ଷେପ ନେଉଥିବା ବ୍ୟକ୍ତିମାନଙ୍କଠାରୁ ଏହା କିଣାଯାଇପାରେ ବା ସେମାନଙ୍କ ରାଜିନାମାରେ କାମ କରାଯାଇପାରେ । ଯେମିତି ହେଉ ଆପଣ ନିଜକୁ ଏଭଳି ଏକ ପରିସ୍ଥିତିରେ ପାଇବେ । ଯେଉଁଠି ଅନ୍ୟମାନେ ଆପଣଙ୍କ ଭବିଷ୍ୟତ ପାଇଁ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା କରିବେ ନାହିଁ । ଏହି କାରଣ ଯୋଗୁଁ ପରିବର୍ତ୍ତ ନ ପାଇଁ ଆପଣ ଧାରା ବାଛିବେ ତାହା ଗୁରୁତ୍ଵପୂର୍ଷ ଅଟେ । ଏଭଳି କେତେକ ସମସ୍ୟା ବାବଦରେ ବିଭାଗ ୬ରେ ବର୍ଣ୍ଣନା କରାଯାଇଛି । ଆପଣ ସେ ବାବଦରେ ଚିନ୍ତା କରିବେ । ଜଣେ ପରିବର୍ତ୍ତନର ପରିଚାଳକ ବା ନେତା ଭାବରେ ତିନୋଟି ମୁଖ୍ୟ ବିଷୟକୁ ମନରେ ରଖିବା । ଏଥିରେ ଅନିଶ୍ଚିତତାର ଉପାଦାନ ରହିଛି : ଭବିଷ୍ୟତର ଲକ୍ଷ୍ୟ ସ୍ଥଳରେ ପହଞ୍ଚୁବାପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ପାରିବେ । ପରିବର୍ତ୍ତନ ପାଇଁ ନେତୃତ୍ଵର ଆବଶ୍ୟକତା ରହିଛି । କାର୍ଯ୍ୟସୂଚୀ ଅନୁସାରେ କେହି ଜଣ ବା ଦଳେ ଲୋକ ନେତୃତ୍ଵ ନେବାର ଆବଶ୍ୟକତା ନାହିଁ। ବରଂ ଯିଏ ନିଜ ଅକ୍ତିଆରରେ ପରିବର୍ତ୍ତନକୁ ଦିଗଦର୍ଶନ ଦେଇପାରିବେ ସିଏ ନେତା ହେବ । ପରିବର୍ତ୍ତନରେ ଆବେଗିକ ପ୍ରଭାବ ରହିଛି । ଏହା ଲୋକମାନଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରିଥାଏ ଏବଂ ସେମାନେ ଅଲଗା ବାଟରେ ପ୍ରତିକ୍ରିୟା ପ୍ରକାଶ କରନ୍ତି । କେତେକ ସକରାତ୍ମକ, କେତେକ ନକରାମ୍କ କିନ୍ତୁ ପରିବର୍ତ୍ତନ କଣ ସବୁବେଳେ ଭଲ କି ? କେତେକ ବ୍ୟକ୍ତି ଯୁକ୍ତି କରନ୍ତି ଯେ ଚିରସ୍ଥାୟିତ୍ଵ ପାଇଁ ଅଛି । କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି । ସେଥିପାଇଁ ସେମାନେ ସ୍ଥାୟିତ୍ଵ ବିଷୟରେ ଚିନ୍ତା କରନ୍ତି ଓ ପରିବର୍ତ୍ତନକୁ ବିରୋଧ କରନ୍ତି । କେହି ଜଣେ ବି ଏଥିପାଇଁ ଯୁକ୍ତି କରିପାରେ ଯେ ସ୍ଥାୟିତ୍ଵ ସ ପରିବର୍ତ୍ତନ ପରସ୍ପର ନିର୍ତ୍ତରଶୀଳ । ଉଭୟଙ୍କର ଆବଶ୍ୟକତା ପୃଥ୍ବୀରେ ରହିଛି କାରଣ ପୃଥ୍ବୀ ଦୃତ ଗତିରେ ବଦଳୁଛି । ପରିବର୍ତ୍ତନ ବିନା ସଂଗଠନ ସ୍ଥାଣୁ ଅବସ୍ଥାରେ ପହଞ୍ଚୁବ । ବିଦ୍ୟାଳୟରେ ପରିବର୍ତ୍ତନର ଆବଶ୍ୟକତା ରହିଛି ସେଥି ପାଇଁ ସେ ବାହ୍ୟ ପରିବର୍ତ୍ତନ ଯଥା – ସ୍ଥାନାନ୍ତି କରଣ, ନୂତନ ବୈଷୟିକ ଜ୍ଞାନ, ଦାରିଦ୍ର୍ୟ, ପୁଅଝିଅ ମଧ୍ୟରେ ଭେଦଭାବ, ନିଯୁକ୍ତି ପାଇଁ କୌଶଳର ଅଭାବ ଇତ୍ୟାଦିରେ ପ୍ରତିକ୍ରିୟା କରିବାରେ । ବାହ୍ୟ ପରିବେଶର ପରିବର୍ତ୍ତନ ସହ ଅଭ୍ୟନ୍ତରୀଣ ପରିବର୍ତ୍ତନର ଆବଶ୍ୟକତା ଅଛି । ଗୋଷ୍ଠୀ ଏବଂ ବ୍ୟାପକ ପରିସ୍ଥିତିରେ ସଂଗଠନ ଓ ତା’ର ସ୍ଥାୟିତ୍ଵକୁ ବଜାୟ ରଖୁ ବା ପାଇଁ ଅଭ୍ୟନ୍ତରୀଣ ପରିବର୍ତ୍ତନର ଆବଶ୍ୟକତା ରହିଛି । ଉଦାହରଣସ୍ଵରୂପ, ଗୋଟିଏ ବିଦ୍ୟାଳୟରେ ଯେତେବେଳେ ବାହାରୁ ଆସି ପଢୁଥ୍ ବା ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢିଯାଏ, ସେତେବେଳେ ସେହି ବିଦ୍ୟାଳୟ ତାର ଅଭ୍ୟସ ଓ କାର୍ଯ୍ୟବଳିରେ କିଛି ପରିବର୍ତ୍ତନ କରିପାରେ କାରଣ ବିଭିନ୍ନ ସଂସ୍କୃତିର ଶିକ୍ଷାର୍ଥୀମାନେ ପଢିଥାନ୍ତି । ଯଦି ଏଭଳି ପରିବର୍ତ୍ତ ନ କରା ନ ଯାଏ ତେବେ ଶିକ୍ଷାର୍ଥୀ ଓ କର୍ମଚାରୀଙ୍କ ମଧ୍ୟରେ ପୃଥକୀକରଣ, ସନ୍ତାସ ଓ ଉଦବେଗ ଦେଖାଯିବ । ଏହି ଭାଗରେ ଆପଣ ବିଦ୍ୟାଳୟ ସ୍ତରରେ ହେଉଥିବା ପରିବର୍ତ୍ତନ ଗୁଡିକୁ ଦେଖୁଦେବ ଓ ଜଣେ ବିଦ୍ୟାଳୟର ମୁଖ୍ୟଭାବେ ପରିବର୍ତ୍ତନ ପାଇଁ ଆପଣ କର୍ମଚାରୀମାନଙ୍କ ସହ ମିଶି କିପରି ଭାବରେ କାମ କରିବେ, ସେ ବିଷୟରେ ଚିନ୍ତା କରିବେ । ଆପଣ ଆହୁରି ମଧ୍ୟ ଚିନ୍ତା କରିବେ ଯେ ପରିବର୍ତ୍ତ ନ ପାଇଁ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକୁ କିପରି ଭାବରେ ରୋକି ପାରିବେ । ଆପଣ ଏଭଳି ପରିବେଶ ସୃଷ୍ଟି କରିବେ ଯେଉଁଠି ଅନ୍ୟମାନେ ନୂଆ ଧାରାରେ କାମ କରିବାର ଅନୁମତି ପାଇବେ । ଯୋଜନା ଓ ପରିବର୍ତ୍ତନର ନେତୃତ୍ଵ ଅନେକଥର ଆମେ ବର୍ଣ୍ଣନା କରିଛୁ ଯେ, ସଂଗଠନର ପରିବର୍ତ୍ତନ ଧାରା ଏକ ସାମନ୍ତରିକ ପ୍ରକ୍ରିୟା । ଗୋଟିଏ ଭାଗ ଅନ୍ୟ ଭାଗକୁ କ୍ରମାଗତ ଭାବେ ଅନୁସରଣ କରିଥାଏ । ବାସ୍ତବରେ ଯାହା ବି ହେଉ ନା କାହିଁକି ଏହା ଏକ ସାମନ୍ତରିକ ପ୍ରକ୍ରିୟା ଅଟେ । ସାଧାରଣତଃ ଏହି ପ୍ରକ୍ରିୟାକୁ ଭାଗ ଭାଗ କରି ବର୍ଣ୍ଣନା କରାଯାଇଛି ଯାହା କି ପରସ୍ପର ଠାରୁ ଅଲଗା ନୁହନ୍ତି । ସେଗୁଡିକ ପରସ୍ପର ସହିତ ଜଡିତ କାର୍ଯ୍ୟକ୍ରମ ଯେଉଁଗୁଡିକ ନିୟମିତଭାବେ ପରୀକ୍ଷା କରାଯାଏ ଓ ପରିବର୍ତ୍ତନ ପ୍ରକ୍ରିୟାରେ ସେଗୁଡିକୁ ବ୍ୟବସ୍ଥିତ କରାଯାଏ । ପରିସ୍ଥିତି ଅଧୟନ ୧ ଓ ୨ (case study 1 and 2) ରେ ଦିଆଯାଇଥିବା ଉଦାହରଣକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କଲେ ଜଣାପଡିବ ଯେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ସମାଧାନ ପାଇଁ ମୂଳ ଯୋଜନାରେ କ'ଣ ପରିବର୍ତ୍ତନ କରାଯାଇଥିବ । ବର୍ତ୍ତମାନ କ'ଣ ପରିବର୍ତ୍ତ ନ ହେବ ତାର ଏକ ସିଧାସଳଖ ଉତ୍ତର ନ ଥାଏ । ଶ୍ରେଣୀକାର୍ଯ୍ୟକୁ କେନ୍ଦ୍ରୀଭୂତ କରି ଶିକ୍ଷାବିତ ଫୁଲା ନ ୨୦୦୭ (Fullan-2007) ରେ ଅତିକମରେ ତିନୋଟି ପରିସରରେ ନୂଆ ଶିକ୍ଷା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଚିହ୍ନଟ କରିଥିଲେ । ନୂତନ କିମ୍ବା ପୁନଃ ବ୍ୟବହାର ହୋଇପାରୁଥିବା ଶିକ୍ଷାଦାନ ଓ ଶିକ୍ଷଣ ସମ୍ବଳଗୁଡିକ (ସୂଚନା ଓ ପ୍ରଯୁକ୍ତି ବିଦ୍ୟା) ନୂତନ ଶିକ୍ଷାଦାନର ଧାରା ବା କାର୍ଯ୍ୟ ବିଶ୍ଵାସରେ ପରିବର୍ତ୍ତନ (ଯଥା: ଶିକ୍ଷା ଶାସ୍ତ୍ର ସମ୍ବନ୍ଧୀୟ ଧାରଣା ଓ ସିଦ୍ଧାନ୍ତ) ଏହି ତିନୋଟି ବିଭାଗୀକରଣ ପରସ୍ପର ଠାରୁ ପୃଥକ ନୁହେଁ । ବୈଶିକ୍ଷିକ ପରିବର୍ତ୍ତ ନ ପାଇଁ ଏହି ତିନୋଟି ବିଭାଗର ଏକତ୍ରିକରଣ ମିଶ୍ରଣ ଆବଶ୍ୟକ କରୁଛି । ବିଦ୍ୟାଳୟ ପରିବେଶରେ ଆପଣ ଆଣିଥିବା ପରିବର୍ତ୍ତନ ଯେତେ ବି ଛୋଟ ହେଉନା କାହିଁକି, ଆପଣ ଆଶା କରୁଥିବା ପ୍ରତ୍ୟାଶିତ ଫଳାଫଳ ଉଭୟ ଅଭ୍ୟନ୍ତରୀଣ (ବିଦ୍ୟାଳୟ) ଓ ବାହ୍ୟ ପରିବେଶ (ପାଖରେ ଥୁ ବା ଗୋଷ୍ଠୀ, ରାଜ୍ୟ, ସରକାର ଓ ଅନ୍ୟ ସଂସୁI) ଉପରେ ପ୍ରଭାବ ପକାଇଥାଏ । ଭିତ୍ତିଓ : ବିଦ୍ୟାଳୟ ନେତୃତ୍ଵ – ଶିକ୍ଷା ଏବଂ ଶିକ୍ଷଣର ନେତୃତ୍ଵ ଆପଣ ବିଦ୍ୟାଳୟର ମୁଖ୍ୟଭାବରେ ଯୋଜନା ପ୍ରସ୍ତୁତ କରିବା ବେଳେ ନିମ୍ନରେ ଦିଆଯାଇଥିବା ମୁଖ୍ୟ ଉପାଦାନ ଗୁଡିକ ବିଷୟରେ ଯନ୍ତ୍ର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି । ଆପଣ ଯୁକ୍ତିସହ ସ୍ପଷ୍ଟ ଭାବେ ସଂକ୍ଷେପରେ ପରିବର୍ତ୍ତନର ଆବଶ୍ୟକତାକୁ ବୁଝାଇବାପାଇଁ ପ୍ରସ୍ତୁତ ହୋଇ ରହିବା ଉଚିତ । ଆପଣ କ'ଣ କରିବାକୁ ଚାହାଁନ୍ତି ଓ ତାର ଫଳାଫଳ କ'ଣ ହେବ ସେ ବିଷୟରେ ସ୍ପଷ୍ଟ ହେବା ଆବଶ୍ୟକତା ରହିଛି । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ ଆପଣଙ୍କର ଭୂମିକା ଓ ଦାୟିତ୍ଵ ସମ୍ପର୍କରେ ସ୍ପଷ୍ଟ ଅଟନ୍ତି ଓ ସଫଳତା କହିଲେ ତାହାହିଁ ବୁଝାଏ । କୌଣସି ବି ଅନାବଶ୍ୟକ ଜଟିଳତାର ଧାରାକୁ ହଟାଇବା ଯୋଜନାରେ ବଦଳାଯାଇଥିବା ପରିବର୍ତ୍ତନ ଗୁଡିକ ବାସ୍ତବମୁଖୀ ଓ ହସଳଯୋଗ୍ୟ, ଏହା ନିଶ୍ଚିତ କରିବାକୁ ପଡିବ । ଏହାକୁ ହାସଲ କରିବା ପାଇଁ ଆପଣ ହୁଏତ ଆକାର, ସେସ୍କଲ ଓ ସମୟରେ ପରିବର୍ତ୍ତ ନ କରି ପାରନ୍ତି ବା ଏହାକୁ ଛୋଟ ଛୋଟ କାର୍ଯ୍ୟରେ ଭାଗ କରିପାରିବେ । ପରିବର୍ତ୍ତନର ପ୍ରଭାବକୁ ଆକଳନା ମୂଲ୍ୟାୟନ କରିବା - କ’ଣ ପରିବର୍ତ୍ତନ ହେଲା ଓ କେତେ ହେଲା ? ନେତୃତ୍ଵର ପନ୍ଥାଗୁଡିକ ଶୈକ୍ଷିକ ପରିବର୍ତ୍ତନର ଅଗ୍ରଗତି ନିମନ୍ତେ କେଉଁ ସବୁ ପନ୍ତୁ । ଉପଯୋଗୀ ହୋଇପାରିବ । ସେ ନେଇ ସବୁବେଳେ ବାଦବିବାଦ ଚାଲି ଅଛି । ଗବେଷକ ତଥା ପେଷାଦାରମାନେ ବିଭିନ୍ନ ମତ ପ୍ରଦ ସାନ କରନ୍ତି । ସେ ମଧରୁ କିଛି ଆମେ ଏହି ଭାଗରେ ଆଲୋଚନା କରୁଛୁ । ଏହା ଗୁରୁତ୍ଵପୂର୍ସ ଯେ ବିଦ୍ୟାଳୟ ମୁଖ୍ୟ ବୋଲି ଆପଣ ସମସ୍ତ କାର୍ଯ୍ୟ କରିବା ଉଚିତ । ନୁହେଁ । ଏହା ଦ୍ଵାରା ଯେ ଆପଣ ଖାଲି ଶାରିରୀକ ଭାବେ କ୍ଲାନ୍ତ ହେବେ ତାହା ନୁହେଁ । ଅନ୍ୟମାନେ ଭାଗନେଇ କାମ କଲେ ଆପଣ ଅଧିକ ସୁଫଳ ପାଇବେ । ଯେତେବେଳେ କେତେଜଣଙ୍କୁ କିଛି କର୍ତ୍ତବ୍ୟ ଓ ଦାୟିତ୍ଵ ଦିଆଯିବ ସେତେବେଳେ ଆଉ କେତେଜଣ ନିଷ୍ପରି ଗ୍ରହଣ କରିବାରେ ଭାଗ ନେଇପାରିବେ । କିନ୍ତୁ ଏ ସବୁଥିଲେ ଲୁଚି ରହିଥିବା କଥା ନିତୀଟି ହେଉଛି ଅଧିକ ଯୋଗଦାନ ବା ଅଂଶଗ୍ରହଣ ଯାହା ଦ୍ଵାରା ଭାଗୀଦାରୀ ଅଧିକ ହୋଇପାରିବ । ଯେତେବେଳେ ପରିବର୍ତ୍ତନକୁ ଗ୍ରହଣ କରିବାକୁ ବାଧ କରାଯାଏ, ଲଦି ଦିଆଯାଏ, ଯୋଜନା, କାର୍ଯ୍ୟକାରିତା ତଥା ସମୟ ଅବଧ ଆଦି ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡିବ । ଆପଣ, ଆପଣଙ୍କ ବିଦ୍ୟାଳୟର ଆବଶ୍ୟକତାକୁ ନେଇ ଏହାକୁ ବଦଳାଇବେ, ଯେଉଁଥିରେ ଅନ୍ତିମ ଫଳାଫଳ ନିର୍ଦ୍ଦିଷ୍ଟ ହୋଇଯିବ । ଯୋଗାଯୋଗ ପ୍ରକ୍ରିୟାଟି ସ୍ପଷ୍ଟ ହେବା ଆବଶ୍ୟକ, ଯାହାଦ୍ଵାରା ତଥା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯାଇଥିବା କାର୍ଯ୍ୟଟିକୁ ବହୁ ପୂର୍ବରୁ ଜାଣିବା ଆବଶ୍ୟକ । ଯଦିଓ ଯୋଜନାବଦ୍ଧ ପରିବର୍ତ୍ତନରେ ସର୍ବଦା ସଫଳତା ଆଶା କରାଯାଇନଥାଏ, ଏହା ଏକ କାର୍ଯ୍ୟ ଦାରାକୁ ଶୃଙ୍ଖଳିତ ତତା ଏଥିରେ ଉପୁଜିଥିବା ଉତ୍ପନ୍ନ ହୋଇଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରିଥାଏ । ପରିସ୍ଥିତି ଅନୁଧାନ ୩ : ଶ୍ରୀଯୁକ୍ତ ରାଉଳଙ୍କ ପରିବର୍ତ୍ତନ ଆଣିବା ପାଇଁ ସଂଗ୍ରାମ ଶ୍ରୀଯୁକ୍ତ ରାଉଳ, ଭୁବନେଶ୍ଵର ଏକ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଅଟନ୍ତି । ବାଲ୍ୟ ଅବସ୍ଥାରୁ ଅନ୍ତୁ ମାନଙ୍କୁ ସାହାର୍ଯ୍ୟ କରିବା, ତାଙ୍କର ଏକ ଅଭ୍ୟସ, ଯାହାକି ତାଙ୍କୁ ଏକ ଶିକ୍ଷକ ହେବା ପାଇଁ ଅନୁପ୍ରାଣିତ କରିଥିଲା; ସେ ତାଙ୍କର କାର୍ଯ୍ୟ ଧାରାକୁ ଏପରି କରିଥିଲେ: ମୁଁ ବିଶ୍ଵାସ କରେ ଯେ ଶିକ୍ଷଣ ଓ ଜ୍ଞାନ ଅର୍ଜନ କରିବା ଶିଶୁ- କୈନ୍ଦ୍ରିକ ତଥା ଶିକ୍ଷଣ କାର୍ଯ୍ୟ ଉପରେ ପରିବେସିତ ହେବା ଆବଶ୍ୟକ । ମୁଁ ଚାହେଁ , ଶିକ୍ଷକମାନେ ସମସ୍ତ ପିଲାଙ୍କୁ ଶ୍ରେଣୀକାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ଦିଅନ୍ତୁ ଏବଂ ଚିନ୍ତନକୁ ଆବେଗ କରିବା ପାଇଁ ପ୍ରଶ୍ନ ପଚାରିବାର କୌଶଳକୁ ସଫଳତାର ସହ ପ୍ରୟୋଗ କରନ୍ତୁ । ମୁଁ’ ମୋର ସମସ୍ତ ସହଜର୍ମୀଙ୍କୁ ଥଭିନୟ, ସଂଳାପ ତଥା ଶ୍ରେଣୀରେ ବ୍ୟବହାର କରିବା ପାଇଁ ଉସରାହିତ କରେ । ମୁଁ ଚାହେଁ ଶିକ୍ଷକମାନେ ଶିଶୁର ମାନସ ମନ୍ଥନ ପାଇଁ ତଥା ଧାରଣା ଅନ୍ଵେଷଣ ପାଇଁ ସମୟଦିଅନ୍ତୁ । ମୁଁ ଚାହେଁ ସମସ୍ତ ସହକର୍ମୀ ପାଠ ପଢାର ବହୁ ପୂର୍ବରୁ ଯୋଗ ଦିଅନ୍ତୁ ଓ ପ୍ରସ୍ତୁତ ହୁଅନ୍ତୁ ଯାହାଦ୍ୱାରା ଜଣେ ନିଜସ୍ଵ ମତର ସହଭାଗୀ କରାଇପାରିବେ । ମୁଁ ଚାହେଁ ସମସ୍ତ ସହକର୍ମୀ ପାଠ ପଢାର ବହୁ ପୂର୍ବରୁ ଯୋଗ ଦିଅନ୍ତୁ ଓ ପ୍ରସ୍ତୁତ ହୁଅନ୍ତୁ ଯାହାଦ୍ଵାରା ଜଣେ ନିଜସ୍ଵ ମତର ସହଭାଗୀ କରାଇପାରିବେ । ମୁଁ ଚାହେଁ ସମସ୍ତ ସହକର୍ମୀଙ୍କ ଟ୍ରେସ ଇଣ୍ଡିଆ ସାମଗ୍ରୀକୁ ନଜ ସୃଜାନାତ୍ମକ ଢଙ୍ଗ / ଶୈଳୀରେ ବ୍ୟବହାର କରନ୍ତୁ । ଶ୍ରୀଯୁକ୍ତ ରାଉଳ – ଦୁଇ ବର୍ଷ ବିଦ୍ୟାଳୟର ମୁଖ୍ୟ ଭାବେ କରିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଯଦିଓ, ତାଙ୍କ ନିଜର ନୂତନ ଶିକ୍ଷଣ ଶିକ୍ଷା ଦେବା ତଥା ଫଳପ୍ରଦ ଶିକ୍ଷଣ ବିତରଣ କରିବାରେ ଆତ୍ମବିଶ୍ଵାସ ଥିଲା। କିନ୍ତୁ କେତେଗୁଡ଼ିଏ ଅଭିଜ୍ଞ ଶିକ୍ଷକଙ୍କ ସହ କାର୍ଯ୍ୟ କରିବାରେ ଅସୁବିଧା ହେଉଥଲା । ଶ୍ରୀଯୁକ୍ତ ରାଉଳଙ୍କ କାର୍ଯ୍ୟ ଯଦିଓ ଅନେକ ଶିକ୍ଷକଙ୍କ ଦ୍ଵାରା ପ୍ରଶଂସିତ ହୋଇଥଲା, କିନ୍ତୁ ଏହି ତିନିଜଣ ଅଭିଜ୍ଞ ଶିକ୍ଷକଙ୍କୁ ସେ ପ୍ରଭାବିତ କରି ପାରିନଥିଲେ । ତାଙ୍କର କେତେଗୁଡ଼ିଏ ନୀତି ଏମାନଙ୍କୁ ଅପରିଚିତ ଲାଗିଲା ଏବଂ ସେମାନଙ୍କ ନିଜସ୍ ପଦ୍ଧତି ଯଥାର୍ଥ ବୋଲି ସେମାନେ ଭାବୁଥିଲେ । କାରଣ, ସେମାନେ ଭାବୁଥିଲେ, ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ବ୍ୟାଖା ଦ୍ଵାରା ଭଲ ଆଲେ । ଶିକ୍ଷଣ କାର୍ଯ୍ୟ - ୩ ଶ୍ରୀଯୁକ୍ତ ରାଉଳଙ୍କୁ ଆପଣ କ'ଣ ଉପଦେଶ ଦେବେ ? ଆପଣ କିପରି ଏହି ପରିବର୍ତ୍ତନ ଶୈଳୀକୁ ଗ୍ରହଣ କରିବେ ଏବଂ ସେହି ତିନିଜଣ ଅଭିଜ୍ଞ ଶିକ୍ଷକଙ୍କୁ କାର୍ଯ୍ୟରେ ଲଗାଇପାରିବେ ? ଆଲୋଚନା ସଫଳ ପରିବର୍ତ୍ତ ନ ପାଇଁ ଦେଖାଯାଉଥିବା ବାଧାବିଘ୍ନ ମଧ୍ୟରେ କାର୍ଯ୍ୟକାରୀ କରିବାର ନିଷ୍ଠା ପ୍ରତିଶୃତିର ଅଭାବ, କେତେକ ଅଂଶଗ୍ରହଣକାରୀଙ୍କର ବିରୋଦାଭାସ, ଆବଶ୍ୟକ ସମ୍ବଳର ଅଭାବ, ପରିବେଶରେ ଅଦୃଷ୍ଟପୂର୍ବ ପରିବର୍ତ୍ତନ । ଆଗୁ ଭାବି ପାରି ନଥିବା ପରିବର୍ତ୍ତନ ଗୁଡିକ ପରିଲକ୍ଷିତ ହୋଇଥାଏ । ରାଉଳ ବାବୁଙ୍କ ଘଟଣାରୁ ଆମେ ଏଭଳି ଭାବରେ ସିଦ୍ଧାନ୍ତ ନେଇପାରିବା ଯେ ସେମାନଙ୍କର ଦୀର୍ଘଦିନର ମନୋବୃତ୍ତି, ଅଭ୍ୟସ ଓ ବିଶ୍ଵାସଗୁଡିକ ମୁଖ୍ୟ ପ୍ରତିବନ୍ଧକ ଭାବରେ ପରିବର୍ତ୍ତନର ରାସ୍ତାରେ ଛିଡା ହୋଇଛନ୍ତି । ଆପଣଙ୍କର ଉପଦେଶ ହୁଏତ ତିନିଜନଙ୍କୁ ବ୍ୟକ୍ତିଗତ ବା ଦଳଗତ ଭାବରେ ନିୟୋଜିତ କରିବା ହୋଇପାରେ । ଏହି ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରି କାମକୁ ଆଗେଇନେବା ମଧ୍ୟ ହୋଇପାରେ । ଶିକ୍ଷକ ମାନଙ୍କର ସଫଳତା, ଅଭିଜ୍ଞତା ଓ ନୂତନ ଚିନ୍ତାଧାରା ଗୁଡିକ ଗଠନର ହୋଇଥାଏ ଏବଂ ଏଗୁଡିକୁ ମଧ୍ୟ ସ୍ଵୀକୃତି ଦେବା ଗୁରୁତ୍ଵପୂର୍ଣ୍ଣ ଅଟେ । ପରବର୍ତୀ ବିଭାଗରେ ପଢିବେ ଯେ ଆପଣ ସୁପାରିଶ କରିଥିବା ଧାରା ଗୁଡିକ କେତେଦୂର ନେତୃତ୍ଵ ଶୈଳୀର ପ୍ରାଥମିକ ଚିଠା ଭାବେ ଉପଯୁକ୍ତ ଅଟେ | ନେତୃତ୍ଵ ଶୈଳୀ ସହଯୋଗ ବିଭିନ୍ନ ନେତୃତ୍ଵରେ ଦୁଇଟି ଅତ୍ୟାବଶ୍ୟକ ଉପାଦାନ ସମ୍ପ୍ରକ୍ତ ଅଟେ । ସେଥିମଧୁରୁ ଗୋଟିଏ ହେଉଛି "ଦଳ" ଓ ଅନ୍ୟଟି ହେଉଛି " ସର୍ବସମ୍ମତ ଦଳ" | ସହକର୍ମୀ ମାନଙ୍କର ସହମତିରେ ସର୍ବସମ୍ମତ କ୍ରମେ ନିଷ୍ପରି ଗୁଡିକ ଗ୍ରହଣ କରାଯାଏ । ତେଣୁ ସମସ୍ତଙ୍କୁ ଦଳରେ ଆଲୋଚନା, ପରାମର୍ଶ ଓ ପରସ୍ପରର ମତାମତକୁ ଶୁଣିବା ପାଇଁ ସ୍ଥାନ ଦିଆଯାଇଥାଏ । ସହଯୋଗ ଭିତ୍ତିକ ନେତୃତ୍ଵକୁ ଏକ ସକାରାମ୍ କ ଧାରା ଯେଉଁଥିରେ ନେତୃତ୍ଵ ଓ ପରିବର୍ତ୍ତନକୁ ପରିଚାଳନା କରିବା ପାଇଁ ଲୋକମାନଙ୍କୁ ଏକତ୍ରି କରି ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥାଏ । କେତେକ ଆଲୋଚନାକାରୀ ଯୁକ୍ତି କରନ୍ତି ଯେ ପରିବର୍ତ୍ତନ ପ୍ରକିୟାରେ ସର୍ବସମ୍ମତି କ୍ରମେ ସହମତ ହେବା ପାଇଁ ଯଥେଷ୍ଟ ସମୟ ମିଳେ ନାହିଁ । ସେଥି ପାଇଁ ଏହାର ବାସ୍ତବତାକୁ ନେଇ ପ୍ରଶ୍ନ ଚାବୀ ସୃଷ୍ଟି ହୋଇଥାଏ । ସାଂପ୍ରତିକ ପରିସ୍ଥିତିରେ ଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ନେତୃତ୍ଵର ସଙ୍କଟକୁ ନେଇ ବେସ ଆଲୋଚନା ଚାଲିଛି । ଏହି କ୍ଷେତ୍ରରେ ବଣ୍ଟନ ଭି.ଭିକ ନେତୃତ୍ଵ (Distribute leadership) ର ପ୍ରଭାବ ଅଧିକ ପରିମାଣରେ ଦେଖାଯାଏ । ଗ୍ରନ (gronn) loom କହନ୍ତି ବଣ୍ଟନ ଭି.ଭିକ ନେତୃତ୍ଵର ସାରକଥା ହେଲା ଯେ ଏହା ଦାୟିତ୍ଵ ଦେବାଧ ଭାବ ସୃଷ୍ଟିକରେ ଯାହା ବିଦ୍ୟାଳୟରେ କାମ କରୁଥ୍ ବା ବହୁତ ଲୋକଙ୍କ ଭିତରେ ବ୍ୟାପିଥାଏ । ବିଦ୍ୟାଳୟର ଜଟିଳ ଓ ଜରୁରୀ ପରିବର୍ତ୍ତ ନ ପାଇଁ ବ୍ୟାପକ ଭାବରେ ଲୋକମାନଙ୍କୁ ସାମିଲ କରି ଏହି ନେତୃତ୍ଵପୂର୍ଣ୍ଣ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରାଯାଇପାରେ । ଏହି ପ୍ରକ୍ରିୟାରେ ବିଭିନ୍ନ ବ୍ୟକ୍ତିଙ୍କର ବିଭିନ୍ନ ମତାମତ, ବିଶେଷଭାବରେ ସମସ୍ୟା ଓ ତାର ଉତ୍ତରଦାୟିତ୍ଵ ସମ୍ପର୍କରେ ରହିଛି । ହାରିସ । ୨୦୦୮ (harris 2008) ଭାବିଥିଲେ ଯେ ବଣ୍ଟନଶୀଳ ନେତୃତ୍ଵ ଦୃତ ଭାବରେ ଉଚ୍ଛୁକତୃମଣ୍ଡଳୀ ଦ୍ଵାରା ନିୟମିତ ହୋଇଥାଏ ଏବଂ ସେ ପରାମର୍ଶ ଦେଇଥିଲେ ଯେ ବଣ୍ଟନଶୀଳ ନେତୃତ୍ଵ ଓ ଅନ୍ୟକୁ ଦାୟିତ୍ଵ ଅର୍ପଣ କରିବାରେ ସ୍ପଷ୍ଟଭାବେ ପାର୍ଥକ୍ୟ ଦେଖାଯାଏ । ଏହି ମନ୍ତବ୍ୟ ଉପରେ ହାଟେଲ (ହର୍ତଳେୟ ୨୦୧୦) ଯୁକ୍ତି କରିଥିଲେ ଯେ ବିଦ୍ୟାଳୟର ରଣକୌଶଳ ଦିଗ ଉପରେ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କର ଖୁବ କମ ପ୍ରଭାବ ଥାଏ । ବଣ୍ଟନଶୀଳ ନେତୃତ୍ଵରେ ବରିଷ୍ଠ ନେତାମାନେ ସଂଗଠନ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲକ୍ଷ୍ୟକୁ ହାସଲ କରିବା ଏକ ପନ୍ଥା ହୋଇପାରେ । ଯେତେବେଳେ କ୍ଷମତା ଓ ଦାୟିତ୍ଵକୁ ପାରମ୍ପରିକ ଭାବେ ବିୟାଳୟରେ ବଣ୍ଟନ କରiଯIଏ ସେତେବେଳେ ଅଶାନ୍ତ ଓ ଅବିଶ୍ଵାସର ବାତାବରଣ ସୃଷ୍ଟି ହୋଇଥାଏ । ବିଦ୍ୟାଳୟରେ ଗଣତାନ୍ତିକ ନେତୃତ୍ଵର ଆବଶ୍ୟକତା ରହିଛି । ଏହା ମାଧମରେ ବିଦ୍ୟାଳୟରେ ସମସ୍ତଙ୍କ ଅଂଶଗ୍ରହଣ ମୂଲ୍ୟବୋଧ ବିନିମୟ, ଖୋଳାପନ, ନମନୀୟ ଓ ଦୟା ବା ଅନୁକମ୍ପାର ପରି ବେଶ ସୃଷ୍ଟି କରାଯାଇ ପାରିବ । ଫର ମ୍ୟାନ ଓ ଷ୍ଟାରଟ (Furman and Starratt) ସେମାନଙ୍କ ଲେଖାରେ "ଲିଡର ସିପ ଫର ଡେମୋକ୍ରେଟିକ କମ୍ୟୁନିଟି ଇନ ସ୍କୁଲ" (୨୦୦୨), ପୃଷ୍ଠା ୧ ୧୮) ରେ ଦାବି କରିଛନ୍ତି ଯେ ବିଦ୍ୟାଳୟରେ ଗଣତାନ୍ତିକ ନେତୃତ୍ଵ ଶୁଣିବା, ବୁଝିବା, ସହାନୁଭୂତି ଓ ଗୋଟିଏ ସାଧାରଣ ଲକ୍ଷ୍ୟ ସ୍ଥଳରେ ପହଞ୍ଚୁ ବା ପାଇଁ ଦ୍ଵନ୍ଦ ଗୁଡିକୁ ସମାଧାନ କରିବାର ଦକ୍ଷତାର ଆବଶ୍ୟକତା ଉପରେ ଦୃଢୋକ୍ତି ସହ ବିଶ୍ଵାସ ରଖେ । ଗଣହତାନ୍ତିକ ମନୋଭାବ ସମ୍ପନ୍ନ ବିଦ୍ୟାଳୟର ମୁଖ୍ୟଙ୍କ ସହିତ ସହଜରେ ଆପଣ ତାଙ୍କ ସହ କଥାବାର୍ତ୍ତା କରିପାରିବେ ଓ ସେ ମଧ୍ୟ ସବୁବେଳେ ଅନ୍ୟମାନଙ୍କର ଚିନ୍ତାଧାରା ଓ ସମାଧାନର ପତ୍ନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୁଅନ୍ତି । ଫରମ୍ୟାନ ଓ ଷ୍ଟାଗାଁଟ କହିଥିଲେ ଯେ ଗଣତାନ୍ତିକ ବିଦ୍ୟାଳୟଗୁଡିକର ନେତୃତ୍ଵ ଅମଲାତନ୍ତମାନଙ୍କ ଅପେକ୍ଷା ସେହି ବ୍ୟକ୍ତିମାନଙ୍କ ଉପରେ ନ୍ୟସ୍ତ ଥାଏ ଯାହାଙ୍କର ବିଦ୍ୟାଳୟର ପରିବର୍ତ୍ତନ ସମ୍ପର୍କରେ ବିଶେଷ ଜ୍ଞାନ ଥାଏ । ସମସ୍ତଙ୍କ ଭଲ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ନିଷ୍ପତି ନେବାର ସାମିଲ କରାଯାଏ । ପରାମର୍ଶ ଦେବା ପାଇଁ ବିଭିନ୍ନ ସର୍ତ୍ତାବଳୀ ରଖାଯାଏ । ସେମାନଙ୍କର ସକ୍ରିୟ ସହଯୋଗ, ସମ୍ମାନ ଓ ଗୋଷ୍ଠୀ ଦେବାଧ ଭାବନା ଓ କେନ୍ଦ୍ରକ ହୋଇଥାଏ । ସମାଲୋଚକମାନେ ଏଭଳି ନେତୃତ୍ଵ ଶୈଳୀରେ ସମସ୍ତଙ୍କର ନିଷ୍ପତି ନେବାର ପ୍ରକ୍ରିୟାରେ ଭୋଟ ଦେବା ଓ ସେଗୁଡିକୁ ବିଚାରକୁ ନେବା ଉପରେ ଉଠାଇଥାନ୍ତି ସେମାନେ ଯୁକ୍ତି କରନ୍ତି ଯେ ବରିଷ୍ଠ ନେତାମାନଙ୍କ ଦ୍ଵାରା ହିଁ ନିଆଯାଏ । ରୂପାନ୍ତି କରଣ ନେତୃତ୍ଵ ଚିହ୍ନଟ କରେ ନୂତନ ଲକ୍ଷ୍ୟ ଆଧାର କରି କାମ କଲେ ଅଭ୍ୟସ ବଶତଃ କାମରେ ଅନେକ ପରିବର୍ତ୍ତନ ଆସିଥାଏ ଓ ଏହା ଅନ୍ୟମାନଙ୍କୁ ମଧ ପ୍ରବର୍ତ୍ତiଇଥାଏ । ସେମାନେ ଆଶା କରିଥାବାରୁ ଅଧକ ହାସଲ କରିଥାନ୍ତି । ଏଠାରେ ନେତାମାନଙ୍କର କେନ୍ଦ୍ରିତ ଭୂମିକା ଉପରେ ଗୁରୁତ୍ରୋପ କରାଯାଇଛି । ମୁଖ୍ୟଙ୍କର କାମ ହେଉଛି । ଅନ୍ୟମାନଙ୍କ ମନରେ ବିଶ୍ଵାସ ଜନ୍ମାଇବା ଓ ସେମାନଙ୍କୁ ପ୍ରେରଣା ଯୋଗାଇବା । ଏସବୁ କାର୍ଯ୍ୟ କରିବା ପାଇଁ ନିମ୍ନରେ ଦିଆଯାଇଥିବା ବିନ୍ଦୁ ଗୁଡ଼ିକୁ ଲକ୍ଷ୍ୟ କରିବାର ଆବଶ୍ୟକତା ଅଛି । କିପରି ଭାବରେ ଭବିଷ୍ୟତରେ ସଂଗଠନ କାମ କରିବ ସେଥି ପାଇଁ ପରିକଳ୍ପନା କରିବା । ସହକର୍ମୀମାନେ ହାସଲକ୍ଷ୍ୟ ଯୋଗ୍ୟ ପରିକଳ୍ପନା ସମ୍ପର୍କରେ ଆଲୋଚନା କରିବେ । ଏହା ଆପଣଙ୍କୁ ନିଶ୍ଚିତ କରିବାକୁ ପଢିବ । କଠିନ ପରିଶ୍ରମ କରି ସହକର୍ମୀ ମାନଙ୍କୁ ପରିକଳ୍ପନା ପାଇଁ ପ୍ରବର୍ତ୍ତାଇବା । ପରି କଜନାକୁ ହାସଲ କରିବା ପାଇଁ ସମସ୍ତଙ୍କ ସହ ମିଶି କାମ କରିବା । ଭିତ୍ତିଓ: ବିଦ୍ୟାଳୟ ନେତୃତ୍ଵ – ମୁଖ୍ୟ ଶିକ୍ଷକ ଶିକ୍ଷଣ କାର୍ଯ୍ୟ – ୪ ନେତା ଜଣେ ପ୍ରେରଣାକାରୀ / ପ୍ରେରଣା କାରୀ ନେତା ଜଣେ ବିଦ୍ୟାଳୟର ମୁଖ୍ୟ ବା ଶିକ୍ଷକ ଭାବରେ କେତେକ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଥିବା ଅଭିଜ୍ଞତା ସମ୍ପର୍କରେ ଚିନ୍ତାକରାନ୍ତୁ । ଏଥିରେ ଆପଣଙ୍କର ଭଲ ଅନୁଭବ ଥାଇପାରେ ବା ପରିବର୍ତ୍ତ ନ ପାଇଁ ଆପଣ କେତେକ ସର୍ତ୍ତ ରଖି ପାରନ୍ତି । (ଉଦାହରଣ ସ୍ଵରୂପ – ବିଦ୍ୟାଳୟରେ ଶିକ୍ଷକ ଭିତ୍ତିକ କାର୍ଯ୍ୟର ଆରମ୍ଭ ବା ବହୁ ସ୍ତର ଶ୍ରେଣୀ କାର୍ଯ୍ୟକାରୀ କରିବା ପାଇଁ ସଂଶୋଧିତ ପ୍ରସ୍ତାବ) ଆପଣଙ୍କ ଶିକ୍ଷଣ ଡାଏରୀରେ ନିମ୍ନରେ ଦିଆଯାଇଥିବା ବିନ୍ଦୁ ଗୁଡିକ ଉପରେ କିପରି ଭାବରେ କାମ କରିବେ । ନେତା ଦ୍ଵାରା ଅଭିପ୍ରେରିତ । ନେତା ଭାବରେ ଅନ୍ୟମାନଙ୍କୁ ପ୍ରେରଣା ଦେବା ନିଜକୁ ନିଜେ ନେତା ଭାବରେ ପ୍ରେରଣା ଦେବା ଆଲୋଚନା ଜଣେ ପରିଚାଳକ ଭାବରେ ଶ୍ରୀମତି ପଟେଲ ସନ୍ତୋଷ ପ୍ରକାଶ କରୁଥିଲେ ଯେ ତାଙ୍କ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଯଥା ପ୍ରଶାସକ ପାଣ୍ଡି, ଭୌତିକ ସମ୍ବଳ, ସହକର୍ମୀ ମାନଙ୍କ ବିକାଶ ଭାବବିନିମୟ ଓ ବିଦ୍ୟାଳୟ ବିକାଶ ଯୋଜନା ସଂପର୍କିତ ସମସ୍ୟା ଗୁଡିକ ଖୁବ ସୁନ୍ଦର ଭାବରେ ସମାଧାନ କରିବାପାଇଁ ଦଳା ବ୍ୟକ୍ତିମାନେ ଥିଲେ । ଏଥୁ ସହିତ ଅନ୍ୟାନ୍ୟ ଦଳ ମଧ ଥିଲେ ଯେଉଁମାନେ ପାଠ୍ୟକ୍ରମ ଯୋଜନା ଓ ପରିଚାଳନା ଶିକ୍ଷାର୍ଥୀଙ୍କର ଶିକ୍ଷଣ ସହାୟତା ଓ ମୂଲ୍ୟୟନ କାମକେ ସଂପୃକ୍ତ ଥିଲେ । ରାଜ୍ୟ କର୍ତ୍ତୃପକ୍ଷ ଓ ଜିଲ୍ମ ଶିକ୍ଷା ସହାୟତା ପ୍ରଶିକ୍ଷଣ ( ) ଦ୍ଵାରା ଅନୁଷ୍ଠିତ ବିଭିନ୍ନ ପ୍ରଶିକ୍ଷଣ ଓ କର୍ମଶାଳାରେ ତାଙ୍କ ବିଦ୍ୟାଳୟରୁ ନିଶ୍ଚିତ ଭାବରେ ଜଣେ ଯୋଗ ଦେଇଛନ୍ତି । ସେ ନିଶ୍ଚିତ କରୁଥିଲେ ଯେ ଶିକ୍ଷକମାନେ ପ୍ରଶିକ୍ଷଣ ବା କର୍ମଶାଳାରୁ ଫେରିଲା ପରେ ସେମାନଙ୍କର ଶିକ୍ଷଣ ଅନୁଭୂତିକୁ ଅନ୍ୟାନ୍ୟ ସହକର୍ମୀଙ୍କ ସହ ଆସନ୍ତା ବୈଠକରେ କିପରି ବାଣ୍ଟିବେ ଓ ତତ ସଂପର୍କୀୟ ଏକ ବିବରଣୀ ପ୍ରସ୍ତୁତ କରି ବିଦ୍ୟାଳୟ ପରିଚାଳନା କମିଟି ପାଖରେ ଦାଖଲ କରିବେ । ପରିସ୍ଥିତି ଅଧ୍ୟୟନ ୪: ଶ୍ରୀମତି ପଟେଲ ବିଦ୍ୟାଳୟର ମୁଖ୍ୟ ଭାବେ ତାଙ୍କର ବିବ୍ରତାକୁ ବର୍ଣ୍ଣନା କଲେ ଜଣେ ନେତା / ମୁଖ୍ୟ ଭାବରେ ଶ୍ରୀମତି ପଟେଲ, ଚିନ୍ତି ତ ଥିଲେ ଯେ ଯଦିଓ ବିଷୟରେ ନିପୁଣ ଜ୍ଞାନ ଥୁ ବା ବ୍ୟକ୍ତିମାନଙ୍କୁ ନେଇ ଦଳ ଗଠନ କରାଯାଇଥିଲା ତଥାପି ସେମାନେ ନିୟମିତ ଭାବରେ ବୈଠକରେ ଆଲୋଚନା କରୁ ନଥିଲେ । ସଠିକ ବିବରଣୀ ରଖୁ ନଥିଲେ ଓ କାର୍ଯ୍ୟକାରି ଯୋଜନାକୁ ମଧ୍ୟ ଅନୁସରଣ କରୁ ନଥିଲେ । ସେଥି ପାଇଁ ସେ ଖୁବ ଚିନ୍ତିତ ଥିଲେ । ଶ୍ରୀମତି ପଟେଲ ଦେଖୁଲେ ଯେ ଦଳଗତ ବୈଠକ ଦ୍ଵାରା କିଛି ଅଧିକ ପରିବର୍ତ୍ତ ନ ହେଉ ନାହିଁ ଏବଂ ପ୍ରଶିକ୍ଷଣରେ ହେଉଥୁ ବା ଦଳଗତ ଆଲୋଚନା ଗୁଡିକ ଉପରଠାଉରିଆ ଭାବରେ ହୋଇଥାଏ । ଏହି କାମଗୁଡିକରେ ଲୋକମାନେ ଆଗ୍ରହ ଓ ଉତ୍ସାହ ଦେଖାଇବା ପାଇଁ ସେମାନଙ୍କ ପାଖରେ ସମୟ ଓ ଶକ୍ତି ବହୁତ କମ ପରିମାଣରେ ଥାଏ । ସେମାନେ ଅଭ୍ଯାସବଶତଃ କରୁଥ୍ ବା କାର୍ଯ୍ୟ ସମ୍ପର୍କରେ ବହୁତ କମ ଚିନ୍ତା କରନ୍ତି ଓ ସେହି ଅଭ୍ୟସ ବଶତଃ କାମରେ ପରିବର୍ତ୍ତନ ଆଣନ୍ତି ନାହିଁ । ଶ୍ରୀମତି ପଟେଲ ପରିବର୍ତ୍ତନ ପାଇଁ ଦେଇଥିବା ପରାମର୍ଶ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କର ସହକର୍ମୀମାନେ ସ୍ଵାଭାବିକ ଭାବରେ ଇଚ୍ଛାପ୍ରକାଶ କରିବା ଭଳି ଦେଖାଯାଏ । ଶ୍ରୀମତି ପଟେଲ ପରିବର୍ତ୍ତନ ସଂକ୍ରାନ୍ତରେ ଦେଇଥିବା ପରାମର୍ଶ ଗୁଡିକୁ ତାଙ୍କର ସହକର୍ମୀମାନେ ସାଧାରଣତଃ କାର୍ଯ୍ୟକାରୀ କରିବାକୁ ଆଗ୍ରହ ଥିବା ପରି ଜଣାପଡେ । କିନ୍ତୁ ବାସ୍ତବରେ ସେମାନେ ସମସ୍ୟା ସହିତ ଜଡିତ ନ ଥାନ୍ତି । କିଛି ନୂତନ ପରାମର୍ଶ ବା କୌଣସି ପରିବର୍ତ୍ତ ନ ପାଇଁ କାର୍ଯ୍ୟ ମଧ୍ୟ କରି ନଥାନ୍ତି । ପ୍ରକୃତରେ ସେମାନେ କ୍ଲାନ୍ତ ହେବା ଭଳି ଦେଖାଯାନ୍ତି । ଏଭଳି ପରିବର୍ତ୍ତନ ପ୍ରକ୍ରିୟାରେ ପରିସ୍ଥିତିରେ ନୂତନ ଜିନିଷ ଖୋଜି ନିଜକୁ ପ୍ରତିପୋଷଣ କରିବା ଅପେକ୍ଷା କିପରି ନିଜକୁ ପରିସ୍ଥିତିରେ ବଞ୍ଚାଇ ରଖିବେ । ସେହି ଉପାୟ ଖୋଜଥାନ୍ତି । ସେ ଅନୁଭବ କରୁଥିଲେ ଯେ ବିଦ୍ୟାଳୟକୁ ତାର ଲକ୍ଷ୍ୟ ଓ ଶିକ୍ଷଣ ପାଇଁ ଉଦବେଗତାକୁ ପୁନରୁଦ୍ଧାର କରିବାର ଆବଶ୍ୟକତା ଅଛି । ଶିକ୍ଷଣକାର୍ଯ୍ୟ ୫: ଦଳଗତ କାର୍ଯ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ । ଏଭଳି ପରିସ୍ଥିତିକୁ ଆପଣ କିଭଲି ଭାବରେ ସମ୍ଭୋଧନ କରିବେ ଆପଣଙ୍କ ଏହି ପରିସ୍ଥିତି ଅଧୟନ ସହିତ ଆପଣଙ୍କ ବିଦ୍ୟାଳୟ ପରିସ୍ଥିତି ସହ କେତେ ପରିମାଣରେ ତୁଳନା କରାଯାଇପାରିବ ଶ୍ରୀମତି ପଟେଲଙ୍କ ବିଦ୍ୟାଳୟକୁ ପୁନର୍ଜିବିତ କରିବା ପାଇଁ ଆପଣ କଣ ପରାମର୍ଶ ଦେଇପାରିବେ । ଶ୍ରୀମତି ପଟେଲଙ୍କ ପାଇଁ ଏକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରନ୍ତୁ । ଆଲୋଚନା ଏହି ଶିକ୍ଷଣ କାର୍ଯ୍ୟ ପାଇଁ କୌଣସି ବି ଉତ୍ତର ଠିକ ନୁହେଁ । ଆପଣ ଶ୍ରୀମତି ପଟେଲ ସମ୍ମୁଖୀନ ହୋଇଥିବା ନିର୍ଦ୍ଦିଷ୍ଟ ପରିସ୍ଥିତି ସମ୍ପର୍କରେ ଭାବିବା ଉଚିତ । ଏହା ବିଦ୍ୟାଳୟର ଆତ୍ମସମିକ୍ଷା ଓ ଦଳଗତ ଭାବେ କାମ କରିବାବେଳେ ଦେଖାଯାଉଥିବା ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ଶ୍ରୀମତି ପଟେଲଙ୍କ ବିଶେଷ ପରିସ୍ଥିତି ର ଅଧ୍ୟୟନ, ଆପଣଙ୍କୁ ସାହାଯ୍ୟ କରିବ । ଅନେକ ଗୁଡିଏ ବିଦ୍ୟାଳୟର ସ୍ଥିତି ଏଭଳି ଅଟେ । ସହକର୍ମୀମାନେ ବିଦ୍ୟାଳୟରେ ପରିବର୍ତ୍ତ ନ ପାଇଁ କାମ ଅପେକ୍ଷା ଦୈନନ୍ଦିନର କାମଗୁଡିକ ଚିରାଚରିତ ଢଙ୍ଗରେ କରିଥାନ୍ତି ଓ ସେଗୁଡିକୁ ସ୍ଵୀକୃତି ପ୍ରଦାନ କରନ୍ତି । ଏଭଳି ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ଶ୍ରୀମତି ପଟେଲ ପ୍ରଥମେ ତାଙ୍କର ସହକର୍ମୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ବୁଝିବାର ଆବଶ୍ୟକତା ରହିଛି । ଯଦି ଆପଣ ସେମାନଭ କର ହତୋତ୍ସାହିତ ହେବାର କାରଣକୁ ବୁଝି ଯିବେ ତାହା ହେଲେ ହୁଏତ ଆପଣ ସେମାନଙ୍କୁ ଉପଯୁକ୍ତ ଭାବରେ ସମ୍ବଦନଶୀଳତାର ସହ ନିୟୋଜିତ କରି ପାରିବେ । ପ୍ରତିବନ୍ଧକ ଗୁଡିକୁ ସମ୍ମୁଖୀନ ହୋଇ ପରିବର୍ତ୍ତନ କରିବା ସାଧାରଣ ଭଲଉଦ୍ଦେଶ୍ୟ ରଖି ବହୁତ ଲୋକ ଏହି ପରିବର୍ତ୍ତ ନର ପ୍ରକଳ୍ପରେ କାମ କରନ୍ତି । କିନ୍ତୁ ପରିବତ୍ତନ ପାଇଁ କାମ କରିବାବେଳେ ଅନେକ ପ୍ରତିବନ୍ଧକ ଆସିଥାଏ । ଏହି ପ୍ରତିବନ୍ଧକ ଗୁଡିକୁ ଦୂର କରିବା ପାଇଁ ସେମାନେ ଅନେକ ସଂଘର୍ଷ କରିଥାନ୍ତି । କଠିନ ପରିଶ୍ରମ କରି ପ୍ରତିବନ୍ଧକ ଗୁଡିକୁ ଦୂର କରିବା ପରିବର୍ଭେ କେତେକ ନେତା ଛୋଟ ଛୋଟ ଅସହମତି ସହ ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ବି ବ୍ରତ ହୋଇପଡନ୍ତି ଓ ଅସଫଳତାକୁ ସ୍ଵୀକାର କରି ନିଅନ୍ତି । ତେଣୁ ପ୍ରଶ୍ନ ଉଠେ ଯେ ବିଫଳତା କ'ଣ ସଫଳତଠାରୁ ଅଧକ ଶକ୍ତିଶାଳୀ ଅଟେ | ପରବର୍ତ୍ତନ ପାଇଁ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକୁ ଦୂର କରିବା ପାଇଁ ବିଶ୍ଵାସ ଓ ପ୍ରୋଣା, ଅନିବାର୍ଯ୍ୟ ଅଟେ । ଯଦି ଜଣେ ନେତା ଗୋଷ୍ଠୀର ବିଶ୍ଵାସଭାଜନ ହୋଇଥାନ୍ତି ତାହାହେଲେ ସେମାନଙ୍କ ବିଶ୍ଵାସ ପରିବର୍ତ୍ତନରେ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକୁ ଦୂର କରିବାରେ ସାହାଯ୍ୟ କରିବା । ପ୍ରଥମେ ପରିବର୍ତ୍ତ ନ ପାଇଁ ପ୍ରେରଣା ଦାନ କରିବା ଯେତିକି ଆବଶ୍ୟକ, ପରିବର୍ତ୍ତ ନ ପାଇଁ କାମ କରିବା ଓ ପରିବର୍ତ୍ତନକୁ ବଜାୟ ରଖୁ ବା ପାଇଁ ମଧ୍ୟ ପ୍ରେରଣାକୁ ଜାରି ରଖିବାର ଆବଶ୍ୟକତା ରହିଛି । ବିଶ୍ଵାସ ବିଶ୍ଵାସ ଯେକୌଣସି ସମ୍ପର୍କର ମୂଳ ଉପାଦାନ ଅଟେ । ଜଣେ ନେତା ଓ ଅନୁଗାମୀଙ୍କ ମଧ୍ୟରେ ମଧ୍ୟ ବିଶ୍ଵାସ ହିଁ ମୂଳ ଉପାଦାନ ଅଟେ । ବିଶ୍ଵାସ ହିଁ ଅଠା ସଦୃଶ ସମ୍ପର୍କକୁ ଏକତ୍ରୀତ କରି ଧରି ରଖେ । ସେଥି ପାଇଁ ଏହା ବିଦ୍ୟାଳୟର ଦୈନନ୍ଦିନ ଜୀବନରେ ଗୁରୁତ୍ଵପୂର୍ଷ ଅଟେ। ବିଶେଷଭାବରେ ଯେତେବେଳେ ଆପଣ କିଛି ନୂଆ କରି ଆରମ୍ଭ କରିବାକୁ ଚାହୁଁଛନ୍ତି । ଯେତେବେଳେ ବିଶ୍ଵାସର ଅଭାବ ଦେଖାଯାଏ ଜଣେ ନେତା ଦେଖିବ ଯେ ତାଙ୍କର ଅନୁଗାମୀମାନେ ଅନ୍ୟଠାରୁ ପରାମର୍ଶ ଓ ଦିଗଦର୍ଶନ ପାଇଁ ଯାଉଛନ୍ତି । ବିଦ୍ୟାଳୟର ମୁଖ୍ୟ ତାଙ୍କ କାର୍ଯ୍ୟ ଓ ନେତୃତ୍ଵ ମାଧମରେ ସେମାନଙ୍କର ବିଶ୍ଵାସଭାଜନ ହୋଇପାରେ । ଏହା ମୁଖ୍ୟତଃ ଆପଣଙ୍କର ନିରପେକ୍ଷ ବିଚାର ଓ ଅଭ୍ୟାସର ସୁସଙ୍ଗତି ଉପରେ ନିର୍ତ୍ତର କରେ । ଏହାର ସ୍ଥାୟୀତ୍ଵ ପାଇଁ ଦୀର୍ଘ ସମୟ ଲାଗିପାରେ କିନ୍ତୁ ଗୋଟାଏ ମୁହୁର୍ତ୍ତରେ ଧ୍ବଂସ ମଧ୍ୟ ହୋଇପାରେ । ବିଶ୍ଵାସ ଥରେ ହରାଇଦେଲେ ଫେରି ପାଇବା ବହୁତ କଷ୍ଟକର ହୋଇପଡେ । ବିଶ୍ଵାସ ଏକ ଦ୍ଵିପାକ୍ଷିକ ପ୍ରକ୍ରିୟା ଅଟେ । ବିଦ୍ୟାଳୟର ମୁଖ୍ୟ ଭାବରେ ଆପଣ ସହକର୍ମୀମାନଙ୍କୁ ବିଶ୍ଵାସ କରିବାକୁ ପଡିବ ଯେ ସେମାନେ ଯଥା ସମ୍ଭବ ସର୍ବାଧକମାନ ପାଇଁ କାମ କରିବାକୁ ସକ୍ଷମ ଅଟନ୍ତି ଏବଂ ଆପଣ ସେମାନଙ୍କ ବିଶ୍ଵାସକୁ ନେଇ କାର୍ଯ୍ୟଗୁଡିକୁ ହସ୍ତାନ୍ତର କରିବାକୁ ପଡିବ । ଅନ୍ୟ ପକ୍ଷରେ, ଶିକ୍ଷା ଓ ଅନ୍ୟମାନେ (ପିତାମାତା, ଶିକ୍ଷାର୍ଥୀ ଏବଂ ଗୋଷ୍ଠୀ) ବିଦ୍ୟାଳୟର ପ୍ରମୁଖଙ୍କୁ ଠିକ ଦିଗରେ ପରିଚାଳନା ପାଇଁ ନେତୃତ୍ଵ ନେଉଛନ୍ତି । ବିଦ୍ୟାଳୟର ମୁଖ୍ୟ ଭାବେ ସବୁବେଳେ ଆପଣ ଶିକ୍ଷାର୍ଥୀ, ସହକର୍ମୀ ଓ ବିଦ୍ୟାଳୟ ସ୍ଵାର୍ଥ ଦୃଷ୍ଟିରୁ କାମ କରିଥାନ୍ତି । ସେମାନେ ନିଶ୍ଚିତ ହେବା ଦରକାର ଯେ ଆପଣ ଏଗୁଡିକୁ ସମ୍ମୁଖରେ ରଖି ହିଁ ନିଷ୍ପତି ନେଇଥାନ୍ତି । ପ୍ରେରଣା ପରିବର୍ତ୍ତନଗୁଡିକୁ ଆଣିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବା ଓ ସେମାନଙ୍କ ଭିତରେ ପ୍ରେରଣାକୁ ବଜାଇ ରଖିବାର ଆବଶ୍ୟକତା ରହିଛି । ପ୍ରାରମ୍ଭିକ ସ୍ତରରେ କୌତୁହଳ ଓ ଉଭୋଜନା ପରିବର୍ତ୍ତ ନରୁ ହିଁ ସୃଷ୍ଟ ହେବାର ସମ୍ଭାବନା ଦେଖାଯାଏ । ପରିର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଲୋକ ଏଥିରେ ସାମିଲ ହୋଇଥାନ୍ତି । କିନ୍ତୁ ସେମାନେ ପ୍ରକୃତ ଉପକାର ପାଇବା ଯାଏ ରୁହନ୍ତି ନାହିଁ । ଅନ୍ୟ ପକ୍ଷରେ, ପରିବର୍ତ୍ତନ କରିବା ବେଳେ ଭୟ, ଦ୍ଵନ୍ଦ ଏବଂ ଉତ୍ତେଜନା ଗୁଡିକ ଉତ୍ତେଜିତ ହୋଇଥାଏ । । ଯାହା ପରିବର୍ତ୍ତେ ସମୟରେ ପ୍ରତିରୋଧ କରିବାରେ ମୁଖ୍ୟ ଭୂମିକା ନେଇପାରେ । ଯେହେତୁ ପରିବର୍ତ୍ତନ ପ୍ରକ୍ରିୟା ଜାରି ରଖିଲେ, ତେଣୁ ଦେଖାଯାଏ କଠିନ ପରିଶ୍ରମ ଯୋଗୁଁ ମନରେ ଅବସାଦ ଓ କାର୍ଯ୍ୟ ସମ୍ପାଦନର ନିପୁଣତା କମିଯାଏ । ପରିବର୍ତ୍ତନ ବେଳେ ଆବଗ ଅଧିକ ପରିମାଣରେ ଦେଖାଯାଏ। ସ ଲୋକମାନେ ଦୁର୍ବଳ ଓ ପ୍ରେରଣାହୀନ ଅନୁଭବ କରି ପରିବର୍ତ୍ତନ ପ୍ରକ୍ରିୟାରୁ ଓହରି ଯାନ୍ତି ପରିବର୍ତ୍ତନ ଧାରାରେ ଜାଣତରେ ବା ଅଜାଣତ ତରେ ହେଉ ଏହା ମୁଖ୍ୟ ଭାବେ ଅନ୍ତର୍ଘାତ କରିଥାଏ । ଏହି ଆବେଗଗୁଡିକୁ ବିରୋଧାଭାସ, ଚାପ ଓ ଉତ୍ତେଜନା ଆନ୍ତର୍ଭୁକ୍ତ ଅଟେ । ଯେ କେହି ବି ନେତା ହୁଅନ୍ତି ନା କାହିଁକି ପରିବର୍ତ୍ତନ ପାଇଁ ଯୋଜନା କରିବା ବେଳେ ଏହି ଆବେଗଗୁଡିକ ପ୍ରତି ସଚେତନ ରହିବେ । ଯୋଜନାରେ ଆବଶ୍ୟକୀୟ ଭାବବିନିମୟ ପାଇଁ ସମୟ ଓ ସମ୍ବଳର ଅନୁମତି, କାର୍ଯ୍ୟ ପାଇଁ ଅତିରିକ୍ତ ସମୟ ଦେବା ଏବଂ ଲୋକମାନଙ୍କୁ ପ୍ରଶିକ୍ଷଣ ଦେବା ଯାହା ସେମାନଙ୍କୁ ଆବେଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ଏହା ଦ୍ଵାରା କେତେକ ସମସ୍ୟାଠାରୁ ଦୂରରେ ରହି ହେବ ଲୋକମାନେ ପରିବର୍ତନକୁ ନେଇ ମାନସିକ ସ୍ତରରେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରୁଥୁବେ ସେଥୁରୁ କ୍ଷାନ୍ତ ହେବେ । ଦୁଃଖି ଓ ପ୍ରେରଣାହୀନ ସହକର୍ମୀମାନଙ୍କୁ ସହଜରେ ପରିବର୍ତ୍ତନ କରି ହୁଏ ନାହିଁ । ଶିକ୍ଷଣକାର୍ଯ୍ୟ – ୬: ପରିବର୍ତ୍ତନର ପୃଷ୍ଠପୋଷକ / ଉଦ୍ଦ୍ୟେକ୍ତା ଓ ନିରାଧକ ବ୍ୟକ୍ତି ପରିବର୍ତ୍ତନ ପାଇଁ ଚିନ୍ତା କଲେ, ପରିବର୍ତ୍ତ ନର ଉନ୍ନତି ଓ ବାଧା ସମ୍ପର୍କରେ ଆପଣଙ୍କ ବିଦ୍ୟାଳୟରେ କ’ଣ ସବୁ ଘଟିଥାଏ । ଚାରିଟି ଉପାଦାନକୁ ଚିହ୍ନଟ କରି ଶିକ୍ଷଣ । ଡାଏରୀରେ ଟିପି କରି ରଖନ୍ତୁ ଯାହାକି ଆପଣଙ୍କ ବିଦ୍ୟାଳୟକୁ ପରିବର୍ତ୍ତନ କରିବାରେ ମୂଳ ସଦୃ ଶ ସାହାଯ୍ୟ କରିବ । ଆପଣ ଏଭଳି କାହିଁକି କହୁଛନ୍ତି ? ବର୍ତ୍ତମାନ ଆପଣ ଚାରିଟି ଉପାଦାନ ଚିହ୍ନଟ କରନ୍ତୁ ଯାହା ବିଦ୍ୟାଳୟର ପରିବର୍ତ୍ତନର ବାଧା ସୃଷ୍ଟି କରିବ । ସମ୍ଭାବ୍ୟ ସମାଧାନ ଗୁଡିକୁ ବର୍ଣ୍ଣନା କରନ୍ତୁ । ଆଲୋଚନା ଏଠାରେ ପୃଷ୍ଠପୋଷକତାର କେତେକ ଉଦାହରଣ ଦିଆଯାଇଛି ଯାହା ଆପଣ ବିଦ୍ୟାଳୟ ଓ ନେତୃତ୍ଵ କାର୍ଯ୍ୟଠାରୁ ଭିନ୍ନ ହୋଇପାରେ । ପ୍ରତ୍ୟେକଙ୍କୁ ନୂତନ ଚିନ୍ତାଧାରା ପ୍ରୟୋଗ କରିବା ପାଇଁ ଅନୁମତି ପ୍ରଦାନ । ସହକର୍ମୀମାନେ ବିଦ୍ୟାଳୟର ପରିକଚ୍ଛ ନାରେ ବିଶ୍ଵାସ ରଖନ୍ତି । ଏଠାରେ ସ୍ପଷ୍ଟ ଭାବବିନିମୟ ହୋଇଥାଏ । କର୍ମଚାରୀମାନେ ପରିବର୍ତ୍ତନର ପ୍ରକିୟାରେ ସେମାନଙ୍କର ଭୂମିକା ସମ୍ପର୍କରେ ବୁଝିଥାନ୍ତି । ଏଠାରେ ବାଧା ସୃଷ୍ଟି କରୁଥ୍ ବା ବ୍ୟକ୍ତିମାନଙ୍କର ଉଦାହରଣ ଦିଆଯାଇଛି । ବ୍ୟକ୍ତିଗତ ବା ଦଳଗତ ଭାବେ ପ୍ରଚଳିତ ସଂସ୍କୃତିର ପ୍ରତିରୋଧ (ଆମେ ସବୁବେଳେ ଏଭଳି ଭାବରେ କାମ କରିଥାଉ ) । ସମୟ ନିର୍ଘଣ୍ଟାରେ ବ୍ୟାଘାତ ଦେଖାଯିବ । କର୍ମଚାରୀମାନେ ଏହି କାମର ମାଲିକାନା ହେବାକୁ ଚାହାନ୍ତି ନାହିଁ । ଅନିଶ୍ଚିତତା ଭୟ କାର୍ଯ୍ୟଭାର ବୃଦ୍ଧିର ସମ୍ଭାବନା ଆବଶ୍ୟକୀୟ ପଦକ୍ଷେପ (input) ପ୍ରତ୍ଯାଶିତ ଫଳାଫଳ ସହ ସମାନ ହୋଇ ନ ପାରେ । ଶିକ୍ଷକ ଓ ଅନ୍ୟମାନେ ହୁଏତ ନେତୃତ୍ଵରେ ଘରୋଇ ପରିବେଶକୁ ଦାୟୀ କରିଥାନ୍ତି । ବ୍ୟକ୍ତିତ୍ଵର ସଂଘର୍ଷ, ବ୍ୟକ୍ତିଗତ କାର୍ଯ୍ୟସୂଚୀ ଓ ପରସ୍ପର ମଧ୍ୟରେ ଭଗ୍ନ ବନ୍ଧୁତ୍ର ସମ୍ପର୍କ ଏହାକୁ ଗୁରୁତ୍ଵ ଦେଇ ମନେରଖିବାକୁ ହେବ ଯେ ପ୍ରତ୍ୟେକ ଲୋକ ପରିବର୍ତ୍ତନକୁ ବିରୋଧ କରିବା ଉଦ୍ଦେଶ୍ୟରେ କେବଳ ବିରୋଧ କରି ନଥାନ୍ତି । ଶିକ୍ଷଣ କାର୍ଯ୍ୟ ୬ ରେ ତାଲିକା ମଧ୍ୟରୁ ସମାଧାନର ବାଟ ନାହିଁ କିନ୍ତୁ ଚିନ୍ତାଧାରା ରହିଛି । ପ୍ରଥମରୁ ହିଁ ପରିବର୍ତ୍ତନ ପାଇଁ ଉଦ୍ଦେଶ୍ୟଗୁଡିକୁ ନିର୍ବାରଣ କରନ୍ତୁ । ଆପଣ କ'ଣ ଓ କାହିଁକି ହାସଲ କରିବାକୁ ଚାହୁଛନ୍ତି ତାହା ସ୍ପଷ୍ଟଭାବେ ବ୍ୟକ୍ତ କରନ୍ତୁ । ଏଥିପାଇଁ ଗୋଟିକରୁ ଅଧିକ ପ୍ରଣାଳୀ ବ୍ୟବହାର କରିବା ଆବଶ୍ୟକ ଅଟେ । ଉଦାହରଣସ୍ଵରୂପ, ଆପଣ ଗୋଟିଏ ଦଳଗତ ବୈଠକ ଡାକିପାରିବେ ଓ ଭବିଷ୍ୟତରେ ଯୋଜନା ସଂପର୍କରେ ଆଲୋଚନା କରି ପାରିବେ ଏବଂ ବୈଠକର ଆଲୋଚନା । ରାଜିନାମା ସଂପର୍କରେ ଏକ ଲିଖୁତ ବିବରଣୀ ସମସ୍ତଙ୍କୁ ଦେବେ । ଆଲୋଚନାରେ ସକରାତ୍ଵକ ଓ ଆଶାବାଦୀର ସ୍ଵର ଶୁଣାଯିବ ଯାହା ଆପଣଙ୍କୁ ଆଶ୍ଵସ୍ତ କରିବ । ବର୍ଣ୍ଣନା କରନ୍ତୁ କିପରି ଅତ୍ୟଧୁକ ଆତ୍ମସନ୍ତୁଷ୍ଟ ବିଦ୍ୟାଳୟ ପାଇଁ ବିପଦପୂର୍ଣ୍ଣ ଅଟେ । ଏଥି ପାଇଁ ଆପଣ ନିଶ୍ଚିତ ହୁଅନ୍ତୁ ଯେ ଶିକ୍ଷକମାନେ ଯଥେଷ୍ଟ ଉଦାହରଣ ଦେଇଛନ୍ତି । ଅନ୍ୟାନ୍ୟ ବିଦ୍ୟାଳୟର ସଫଳତାର କାହାଣୀ ଏଥିସହିତ ସଫଳତା ପାଇଁ ସଂଘର୍ଷ କରୁଥ୍ ବା ବିଦ୍ୟାଳୟର କାହାଣୀ କି ଭଳି ଭାବରେ ସେମାନେ ପରିବେଶରେ ପରିବର୍ତ୍ତନ ଆଣିବା ବେଳେ ଅସଫଳ ହେବାର ଉଦାହରଣ ଦେଇଛନ୍ତି । ପରିବର୍ତ୍ତନବେଳେ ଦେଖାଯାଉଥିବା ବିପଦଗୁଡିକୁ ସ୍ଵୀକାର କରନ୍ତୁ ଏବଂ ପରିବର୍ତ୍ତ ନ ନ ହେବାର ପରିଣାମଗୁଡିକୁ ବର୍ଣ୍ଣନା କରନ୍ତୁ । ଯେଉଁଠି ପରିବର୍ତ୍ତ ନ ପାଇଁ ଯୋଜନାଗୁଡିକୁ ବିଦ୍ୟାଳୟ ସ୍ତରର ଲୋକମାନେ କରିଥାନ୍ତି, ସେଠି ପରିବର୍ତ୍ତ ନ ହେବା ସମ୍ଭବପର ହୁଏ । ଆପଣ କ'ଣ କରୁଛନ୍ତି ସେଥ୍ ରେ କିଛି ଯାଏ ଆସେ ନାହିଁ । ସେଥି ପାଇଁ ପରିବର୍ତ୍ତନକୁ ଉପରୁ ଲଦି ଦେବା ଅପେକ୍ଷା ବିଦ୍ୟାଳୟଗୁଡିକ ସେଚ୍ଛାକୃତ ଓ ନିୟନ୍ତି ତ ଭାବେ ପରିବର୍ଭିତ ହେବା ଶ୍ରେୟସ୍କର ଅଟେ । କର୍ମଚାରୀ ଓ ଅନ୍ୟାନ୍ୟ ବକ୍ତିମାନଙ୍କର ଅଭିଜ୍ଞତାକୁ ଆଧାର କରି ନିଷ୍ପତି ନିଅନ୍ତୁ । ଶିକ୍ଷଣକାର୍ଯ୍ୟ ୭ : ପରିବର୍ତ୍ତିତ କାର୍ଯ୍ୟକାରୀ ଯୋଜନାର ରୂପରେଖ ଶିକ୍ଷା ଅଧିକାର ଅଧିନିୟମ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣ ବିଦ୍ୟାଳୟରେ କି କି ମାପଦଣ୍ଡ ରଖିଛନ୍ତି । ଏହି ଏକକର ଅଧ୍ୟୟନ ସମୟରେ ଚିନ୍ତା କରନ୍ତୁ ଯେ କେଉଁ ଦୁଇଟି ଛୋଟ ଛୋଟ ପରିବର୍ତ୍ତନ ମାଧରେ ଆପଣଙ୍କ ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଉନ୍ନତି ଘଟିବ । କାର୍ଯ୍ୟକାରୀ ଯୋଜନାରେ ପରିବର୍ତ୍ତ ନ କରି ସମାପ୍ତ କରନ୍ତୁ । ଆପଣ ଚିନ୍ତାଧାରାକୁ ସହକର୍ମୀମାନଙ୍କ ସହ ବାଣ୍ଟିବା ଦରକାର ପଡିପାରେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ଓ ଅଦୃଶ୍ୟ ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା କରାଯାଇପାରେ । ୭ ସାରାଂଶ ଏହି ଅଧ୍ୟାୟରେ ପରିବର୍ତ୍ତନ ପାଇଁ ନେତୃତ୍ଵର ବିଭିନ୍ନ ଦିଗ ସଂପର୍କରେ ଅନୁଧାନ କଲେ । ଯଥା – ବଣ୍ଟନ ଭିତ୍ତିକ ନେତୃତ୍ଵ, ବିଶ୍ୱାସ, ପ୍ରେରଣା ଇତ୍ୟାଦି । କେତେକ ନେତା ପରିବର୍ତ୍ତନ ଦ୍ଵାରା ପ୍ରଭାବିତ ସମସ୍ୟା ପ୍ରତି ଦୃଷ୍ଟି ନ ଦେଇ ବରଂ ଏହାଦ୍ଵାରା ମିଳୁଥ୍ ବା ଉପକାର କ୍ଷେତ୍ରରେ ମୁଖ୍ୟଭାବେ ଦୃଷ୍ଟ ଦେଇପାରନ୍ତି । ସେଥି ପାଇଁ ପ୍ରତ୍ୟେକଙ୍କ ଉପରେ ଦେଖାଯାଉଥିବା ପ୍ରଭାବଗୁଡିକ ଗୁରୁତ୍ଵପୂର୍ଷ ଅଟେ । ପରିବର୍ତ୍ତନ ଏକ ସହଜ ପ୍ରକ୍ରିୟା ନୁହେଁ, ଏହା ଯୁକ୍ତିଯୁକ୍ତ ପଥ ଅନୁସରଣ କରେ ନାହିଁ । ଆପଣ ହୁଏତ ଭାବିଥୁବେ ଯେ ବିଦ୍ୟାଳୟର ପରିବର୍ତ୍ତନ ବାହ୍ୟ ଶକ୍ତି ଦ୍ଵାରା ପରିଚାଳିତ ହୋଇଥାଏ ବା ବିଦ୍ୟାଳୟ ଭିତରେ ହିଁ ଏହି ପ୍ରକିୟାରେ ଆରମ୍ଭ ହୋଇଥାଏ । ଆପଣ ହୁଏତ ଏହି ସିଦ୍ଧାନ୍ତରେ ପହଁଞ୍ଚିଥିବେ ଯେ ନେତୃତ୍ଵ ନେଇ ପରିବର୍ତ୍ତନ କରିବା ସହଜ କଥା ନୁହେଁ । ଏହା ସବୁବେଳେ ଯେ ଯୁକ୍ତି ସଙ୍ଗ ପଥକୁ ଅନୁସରଣ କରି ନଥାଏ । ଜଣେ ପରିବର୍ତ୍ତନକାରୀ ନେତା ଭାବରେ ନିମ୍ନରେ ଦିଆଯାଇଥିବା ବିନ୍ଦୁ ଗୁଡିକୁ ଲକ୍ଷ୍ୟ କରିବା ଦରକାର । ଭବିଷ୍ୟତର ପରିକଳ୍ପନାକୁ ପ୍ରତିଷ୍ଠା କରିବା ଯେଉଁଥିରେ ଲୋକମାନଙ୍କର ବିଶ୍ଵାସ ଥିବ । ଲୋକମାନଙ୍କ ପ୍ରବର୍ତ୍ତାଇବା, ପରିବର୍ତ୍ତନ ଧାରାରେ ଦେଖାଯାଉଥିବା ସମସ୍ୟାଗୁଡିକୁ ସମାଧାନ କରିବା ଦାୟିତ୍ଵ ବଣ୍ଟନ ଏବଂ ପରିବର୍ତ୍ତ ନ ମାଲିକାନା ନେବା ପ୍ରତିବନ୍ଧକ ଗୁଡିକର ଦୂରୀକରଣ ପାଇଁ ନମନୀୟତା କାଯ୍ୟକୁ ନିଶ୍ଚିତ କରିବା । ପରିବର୍ତ୍ତନ ପୂର୍ବରୁ, ପରିବର୍ତ୍ତନ ସମୟରେ ଓ ପରିବର୍ତ୍ତନ ପରେ ମଧ୍ୟ ସହକର୍ମୀମାନଙ୍କୁ ସହଯୋଗ କରିବା । ଆପଣଙ୍କ ଜ୍ଞାନ ଓ କୌଶଳ ଗଠନ ପାଇଁ ପରିବର୍ତୀ ଅଧାୟ ଉପକାରରେ ଆସିପାରେ ନିଜ ବିଦ୍ୟାଳୟ ପାଇଁ ପରିକକଳ୍ପନା ବିଦ୍ୟାଳୟର ଆତ୍ମ ସମାକ୍ଷା ନେତୃତ୍ଵ ହେବା ବିଦ୍ୟାଳୟ ବିକାଶ ଯୋଜନାରେ ନେତୃତ୍ଵ ହେବା ବିଦ୍ୟାଳୟର ଉନ୍ନତି ପାଇଁ ବିବିଧତାର ତଥ୍ୟକୁ ବ୍ୟବହାର କରିବା ବିଦ୍ୟାଳୟରେ ପରିବର୍ତ୍ତନ ଗୁଡିକୁ କାର୍ଯ୍ୟକାରୀ କରିବା ସମ୍ବଳ ସମ୍ବଳ ୧ କାର୍ଯ୍ୟକାରୀ ଯୋଜନାରେ ପରିବର୍ତ୍ତନ ସାରଣୀ – ୧ ଛଅ ମାସ ପରେ ପରିବର୍ତ୍ତନ କାର୍ଯ୍ୟକାରୀ ଯୋଜନାର ସମୀକ୍ଷା କାମ କେଉଁ ତାରିଖରେ ସୃଷ୍ଠୀ କରିଥିଲେ : ସମୀକ୍ଷା ତାରିଖ ମୁଁ କ’ଣ ଛୋଟ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛି ପରିବର୍ତ୍ତନ ପରେ ଆଶା କରୁଥିବା ଫଳାଫଳ ମୁଁ ଏହାକୁ ହାସଲ କରିବା ପାଇଁ କିଭଳି ଭାବେ ଆସା ପୋଷଣ କରିଛି । ମୁଁ କେଉଁ କାର୍ଯ୍ୟ କରିବି । ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ ମୁଁ କିଭଳି ଭାବେ ଜାଣିବି ଯେ ମୁଁ ସଫଳତା ପାଇଲି । ଆଧାର: ଟ୍ରେସ୍ ଇଣ୍ଡିଆ