ଉପକ୍ରମ ଖାଦ୍ୟ ବିନିମୟରେ ମାନବ ସମ୍ବଳ ବିକାଶ ଯୋଜନାରେ ସ୍ୱାସ୍ଥ୍ୟସେବିକା ପରି ପାଠଗୁରୁଙ୍କ ଭୂମିକା ଓ ଦାୟିତ୍ଵ କିଛି କମ ନୁହେଁ । କାରଣ ପ୍ରତ୍ୟେକ ବିକାଶ ସୋପାନରେ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ । ଏଣୁ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଭାଗିତା ସ୍ଵାଧୀନ ଅନୁଚିନ୍ତା , ସର୍ବୋପରି ବିକାଶର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଠଗୁରୁ ମାନଙ୍କ ମଧ୍ୟରେ ଗ୍ରାମରେ ବୟସ୍କ ବ୍ୟକ୍ତି (45 ବର୍ଷରୁ କମ ) ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ତଥା ଅଧାରୁ ସ୍କୁଲ ଛାଡିଥିବା ପିଲାମାନଙ୍କୁ ସାଧାରଣ ପଢାଲେଖା ଶିକ୍ଷା ଦେବା ଏବଂ 14 ବର୍ଷରୁ କମ ପିଲାମାନଙ୍କୁ ବିଦ୍ୟାଳୟକୁ ଯିବାପାଇଁ ପ୍ରେରଣା ଦେବା ଏହାର ମୂଳ ଲକ୍ଷ୍ୟ ଅଟେ । ଉପରୋକ୍ତ ୩ ଶ୍ରେଣୀର ଏକ ପ୍ରାଥମିକ ତଥ୍ୟ ସଂଗ୍ରହ କରି , ଆନିମେଟର ତଥା ଗ୍ରାମବାସୀଙ୍କ ସହଯୋଗରେ ପଢିବାକୁ ଯୋଗ୍ୟ ଓ ଉତ୍ସାହୀ ମାନଙ୍କୁ ବାଛିବା । ଗ୍ରାମବାସୀଙ୍କ ସହଯୋଗ ଓ ସହମତି କ୍ରମେ ପଢିବା ସ୍ଥାନ / ଗୃହ ସମୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବିଷୟ ନିରୂପଣ କରିବା । ବୟସ୍କ ବ୍ୟକ୍ତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସ୍କୁଲ ଛାଡିଥିବା ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଖାତା ପ୍ରଭୁତି କରିବା ଏବଂ ପଢାକାର୍ଯ୍ୟ ଆରମ୍ଭ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯଥା ବହି ,ସ୍ଳେଟ , ଖଡି , ଲଣ୍ଠନ ଓ କିରୋସିନୀ ବ୍ୟବହାର ପାଇଁ ଆନିମେଟରଙ୍କୁ ଜଣାଇବା ଏବଂ ଏନ . ଜି. ଓ ସହ ଯୋଗାଯୋଗ କରିବା । ଉପରୋକ୍ତ ସାମଗ୍ରୀ ସବୁ ଗ୍ରହଣ କରିବା ପରେ ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା । ପାଠପଢା ସମୟରେ ପ୍ରଥନା , ଉପସ୍ଥାନ ନେବା ଏବଂ ଶାନ୍ତି ଶୃଙ୍ଖଳା ତଥା ପଢା ପ୍ରତି କିପରି ସେମାନଙ୍କ ମନରେ ଆଗ୍ରହ ଓ ଉତ୍ସାହ ସର୍ବଦା ଦୃଢ ହୋଇ ରହିବ ସେଥିପ୍ରତି ଧ୍ୟାନ ହେବା । ଅଲଗା ଅଲଗା ଶ୍ରେଣୀ ପାଇଁ ପାଠ୍ୟ ଖସଡା ଅନୁଯାୟୀ ପ୍ରତ୍ୟେକ ଦିନ ପଢାଯାଉଥିବା ବିଷୟ ଗୁଡିକ ଲିପିବଦ୍ଧ କରି ରଖିବା । ରାଜ୍ୟ ଜନସଂଖ୍ୟା ସାଧନ କେନ୍ଦ୍ର , ଓଡିଶା , ଭୁବନେଶ୍ଵର ଦ୍ଵାରା ପ୍ରସ୍ତୁତ ଏବଂ ଜାତୀୟ ସ୍ବାକ୍ଷରତା ମିସନ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁସ୍ତକ ................. “ ଆମେ ହେବା ପାଠୋଇ ‘” କିମ୍ବା ସେହିପରି ଅନ୍ୟ ଏକ ପୁସ୍ତକ ଅନୁକରଣ କରାଯାଇପରେ । ପ୍ରତ୍ୟେକ ଶ୍ରେଣୀ ପାଇଁ ସାପ୍ତାହିକ ମୌଖିକ ପରୀକ୍ଷା ବା ସପ୍ତାହକୁ ଠାରେ ପଢାଯାଉଥିବା ବିଷୟ ମାନଙ୍କର ପୁନଃ ଆଲୋଚନା କରିବା ଏବଂ ପ୍ରତ୍ୟେକ ମାସରେ ଥରେ ଅଗ୍ରଗତିର ସମୀକ୍ଷା କରିବା । ପ୍ରତ୍ୟେକ ମାସରେ ପାଠଗୁରୁ ୨୬ ଦିନ ପଢାଇବେ , କିନ୍ତୁ କେଉଁ ଚାରି ଦିନ ଛୁଟିରେ ରହିବେ , ସେ ପ୍ରତ୍ୟେକ ମାସର ଆରମ୍ଭରେ ସ୍ଥିରକରି ସୁଚାଇ ଦେବେ । ଗ୍ରାମରେ ଥିବା ସୂଚନା ଫଳକ , ପ୍ରକଳ୍ପ ସମ୍ବନ୍ଧୀୟ ପୋଷ୍ଟର , ଫାମ୍ଫଲେଟ , ଖବର କାଗଜ , ଗପ ବହି ଇତ୍ୟାଦିର ପଢାଇବା ଅଭ୍ୟାସ କରାଇବେ । ସରକାରଙ୍କ ବିଭିନ୍ନ ଶିକ୍ଷା ଓ ସ୍ୱାସ୍ଥ୍ୟ ଅନ୍ୟାନ୍ୟ ଶିକ୍ଷଣିୟ ଯୋଜନା ସମ୍ବନ୍ଧୀୟ ସୂଚନା ଦେବେ ( ପଢାଇବା ସମୟରେ ) ମାସିକ ସମୀକ୍ଷା ସମୟରେ ସଫଳ ବା କୃତି ଶିକ୍ଷାର୍ଥୀଙ୍କୁ କୌଣସି ସାନ୍ତ୍ଵନା ମୂଳକ ପୁରସ୍କାର ଦିଆଯିବ । ମାସ ଶେଷରେ କାର୍ଯ୍ୟରତ ସମସ୍ତ ମହିଳା /ପୁରୁଷଙ୍କୁ କାହାକୁ କେତେ ପରିମାଣର ଚାଉଳ ଦିଆଯିବ ସେଥିପାଇଁ ପ୍ରକ୍ରିୟା ସୁପାରିସ ପ୍ରସ୍ତୁତି କରିବା ତଥା ସ୍ଥାନ ଓ ତାରିଖ , ସମୟ ଧାର୍ଯ୍ୟ କରିବା । କାର୍ଯ୍ୟରତ ମହିଳା /ପୁରୁଷଙ୍କ ଅନୁପସ୍ଥିତ , ବିଶେଷ କରି ସ୍ୱାସ୍ଥ୍ୟ ସେବିକା ଓ ପାଠଗୁରୁଙ୍କ କ୍ଷେତ୍ରରେ ତୁରନ୍ତ ନିସ୍ପତି ନେଇ ଆବଶ୍ୟକ ପଦକ୍ଷେପ ନେବା । ସ୍ଵଶିକ୍ଷଣ ପାଇଁ ଅଧିକ ସୁଯୋଗ ଅଧିକ ବ୍ୟକ୍ତିଗତ ଶିକ୍ଷଣ କାର୍ଯ୍ୟର ସୁଯୋଗ ଶିକ୍ଷଣ – କାର୍ଯ୍ୟଭିତ୍ତିକ ପାଠ୍ୟପୁସ୍ତକ ଓ ପଠନ ସାମଗ୍ରୀର ବ୍ୟବହାର ପର୍ଯ୍ୟବେକ୍ଷଣ , ଆବିଷ୍କାର ଓ ପରୀକ୍ଷଣ ଭଳି ସ୍ଵଅଧ୍ୟୟନ ଦକ୍ଷତା ବୃଦ୍ଧିପାଇଁ ସୁଯୋଗ । ପ୍ରତିଭାର ବିକାଶ ପିଲାମାନଙ୍କ ଦ୍ଵାରା ଗପ କହିବା , ଗୀତ ଲେଖିବା , ଚିତ୍ର ଅଙ୍କନ , ମୃତ୍ତି ବା ମଡେଲ ପ୍ରସ୍ତୁତ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ । ସମସ୍ୟାର ସମାଧାନର ପନ୍ଥା ଆବିଷ୍କାର ପାଇଁ ପିଲାମାନଙ୍କୁ ସୁଯୋଗ ଦେବା । ସମସ୍ୟା ସମାଧାନର ବିକଳ୍ପ ପନ୍ଥା ନିର୍ଣ୍ଣୟ ପାଇଁ ସୁଯୋଗ ସୃଷ୍ଟି କରିବା । ପିଲାମାନଙ୍କଦ୍ଵାରା ପ୍ରସ୍ତୁତ ନୂତନ ପଦାର୍ଥ ବା ପ୍ରଣାଳୀକୁ ପ୍ରଦର୍ଶନ କରିବା । ଆତ୍ମବିଶ୍ଵାସ ବୃଦ୍ଧି ପାଇଁ ସୁଯୋଗ ପିଲାମାନଙ୍କୁ ଅଧିକ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରିବା । ପିଲାମାନେ ଅଧିକ କହିବା ଓ କାର୍ଯ୍ୟକରିବାର ସୁଯୋଗ ଦେବା । ପିଲାମାନଙ୍କୁ ସଫଳ ଦେବା ପାଇଁ ସୁଯୋଗ ଦେବା ପିଲାମାନଙ୍କୁ କାର୍ଯ୍ୟ ପ୍ରଦର୍ଶନ ପାଇଁ ଶ୍ରେଣୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା । ଉତ୍ତମ ସମ୍ପର୍କ ସ୍ଥାପନ ଶିକ୍ଷକ – ଶିକ୍ଷାର୍ଥୀ ମଧ୍ୟରେ ଅଧିକ ମୁକ୍ତ ଓ ସହଯୋଗପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା । ଶିକ୍ଷକ – ଅଭିଭାବକମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା । ପୁଅ- ଝିଅମାନଙ୍କୁ ମିଳିମିଶି ବସାଇବା ଓ କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା । ଗୋଷ୍ଠୀ ସହଯୋଗ ସ୍ଥାନୀୟ କୁଶଳୀ କାରିଗରଙ୍କ ସାହାଯ୍ୟରେ ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା । ବହୁଶ୍ରେଣୀ ପରିସ୍ଥିତିରେ ସ୍ଥାନୀୟ ଶିକ୍ଷିତ ଓ ଅଭିଜ୍ଞ ବ୍ୟକ୍ତିଙ୍କ ସହାୟତା । ଲୋକକଥା , ଲୋକଗୀତ ଆଦି ଶିଖାଇବାରେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତା । ମୂଲ୍ୟାୟନ ଶ୍ରେଣୀଗୃହର ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟାୟନ କରିବା । ମୂଲ୍ୟାୟନ ଫଳାଫଳ ଲିପିବଦ୍ଧ କରିବା ଓ ପିଲାମାନଙ୍କ ମଧ୍ୟରେ ଆଲୋଚନା କରିବା । ଫଳାଫଳ ସମ୍ପର୍କରେ ପିତାମାତା / ଅଭିଭାବକଙ୍କ ସହ ଆଲୋଚନା କରିବା ଫଳାଫଳକୁ ବ୍ୟବହାର କରି ଆବଶ୍ୟକ ଉନ୍ନତି ସାଧନ କରିବା । ଅଧିକ କ୍ରିୟାଶୀଳ ହେବାପାଇଁ ସୁଯୋଗ ଦେବା ବିଭିନ୍ନ ପ୍ରକାରର ଶିକ୍ଷଣ କାର୍ଯ୍ୟର ବ୍ୟବହାର କରିବା । ଶିକ୍ଷଣ କାର୍ଯ୍ୟକାରୀ ବସିବା ପ୍ରଣାଳୀରେ ପରିବର୍ତ୍ତନ କରିବା । ଉନ୍ନତ ଓ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାରରେ ପିଲାମାନଙ୍କୁ ସମ୍ପୃକ୍ତ କରିବା । ଶ୍ରେଣୀ ପରିଚାଳନାରେ ପିଲାମାନଙ୍କୁ ଅଧିକ ସମ୍ପୃକ୍ତ କରିବା । ଆଧାର : ପୋର୍ଟାଲ ଟିମ