ଏହି ଏକକ କଣ ଅଛି ଶିକ୍ଷକଙ୍କର ପ୍ରଦର୍ଶନ ପ୍ରକ୍ରିୟା କିଛି ପରୀକ୍ଷା କରି ଦେଖାଇବା ଉପରେ ଆଧାରିତ ହୋଇଥାଏ। ଏହା ଏକ କୌଶଳ ଯାହାକୁ ବିଜ୍ଞାନ ଶିକ୍ଷାରେ ବ୍ୟବହାର କରାଯାଏ । ଏହି ଏକକର ଲକ୍ଷ ହେଉଛି “ଖାଦ୍ୟ” ବିଷୟରେ ପଢାଇବା ସମୟରେ ଶିକ୍ଷକ କିପରି ପ୍ରଦର୍ଶନ ସଫଳତାର ସହିତ କରିପାରିବେ । ଯାହା ଆପଣଙ୍କ ର ବୁଝିବାର ଶକ୍ତିକୁ ବଢାଇବାରେ ସାହାଯ୍ୟ କରିବ । ବିଭିନ୍ନ ବିଷୟ ପାଇଁ ଆପଣ ପ୍ରଦର୍ଶନ ପ୍ରକ୍ରିୟା ବ୍ୟବହାର କରିପାରିବ । ଆପଣ କିପରି ଏକ ଯୋଜନା ଏବଂ ପ୍ରଦର୍ଶନ ପରିଚାଳନା କରିବା ଯାହାକି ଆପଣଙ୍କ ଶିକ୍ଷାର୍ଥୀମାନେ ଅନେକ ଅନୁଭୂତି ପାଇବା ସହିତ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ପାରିବେ । ପ୍ରଦର୍ଶନ ସଫଳତାର ସହିତ ଶିକ୍ଷଣ ପାଇଁ ବ୍ୟବହାର କରିବା ସହଜ ନୁହେଁ କିନ୍ତୁ ଏହା ଶିକ୍ଷାର୍ଥୀମାନଙ୍କୁ ପାଠକୁ ଭଲ ଭାବରେ ବୁଝିବାରେ ଅଧିକ ସହାୟତା ଦେଇଥାଏ ।ଏହି ଏକକରେ କରିବା ସହଜ ନୁହେଁ କିନ୍ତୁ ଏହା ଶିକ୍ଷାର୍ଥୀମାନଙ୍କୁ ପଥକୁ ଭଲ ଭାବରେ ବୁଝିବାରେ ଅଧିକ ସହାୟତା ଦେଇଥାଏ।ଏହି ଏକକରେ ପ୍ରଦର୍ଶନ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି।ଯଥା-ଶିକ୍ଷକ କିପରି ଯୋଜନା କରିବେ,କିପରି ପ୍ରଦର୍ଶନ କରିବେ,ଶ୍ରେଣୀ ପରିଚାଳନରେ ତାଙ୍କର ଭୂମିକା କଣ ? ଏସବୁ କାର୍ଯ୍ୟ ଉପରେ ନିର୍ଭର କରେ। ପ୍ରଦର୍ଶନ ବ୍ୟବହାର କରିବା ଫଳରେ ଶିକ୍ଷାର୍ଥିମାନଙ୍କର ଶିକ୍ଷଣ କେତେ ଅଗ୍ରଗତି କରିଛି,ସେ ବିଷୟରେ ମୂଲ୍ୟାୟନ ମଧ୍ୟ କରାଯାଇ ପାରେ । ଏହି ଏକକରୁ କ’ଣ ଶିଖିବା ବିଭିନ୍ନ ଉଦ୍ଦେଶ୍ୟରେ ପ୍ରଦର୍ଶନ ପଦ୍ଧତିକୁ ବ୍ୟବହାର କରିବା,ଉଦାହରଣ ପ୍ରସଙ୍ଗ “ଖାଦ୍ୟ” ପ୍ରଦର୍ଶନ ପଦ୍ଧତି ପରିଚାଳନା ସମୟରେ ବିଭିନ୍ନ ସମସ୍ୟାକୁ ଚିହ୍ନଟ କରିବା । ପ୍ରଦର୍ଶନ ଏପରି ଯୋଜନା କରିବା ଯାହା ଶିକ୍ଷାର୍ଥୀମାନଙ୍କୁ ,ସକ୍ରିୟ ଅଂଶଗ୍ରହଣ କରିବା ସୁଯୋଗ ଦେବା ସହିତ ଶିକ୍ଷଣକୁ ଫଳପ୍ରଦ କରିବାରେ ସହାୟକ ହେବ । ଏହି ପନ୍ଥା କାହିଁକି ଗୁରୁତ୍ବପୂର୍ଣ ଯେତେବେଳେ ଆପଣ ନୂଆ କିଛି କରିବା ପାଇଁ ଶିଖନ୍ତି ସେତେବେଳେ ଜେନ ପ୍ରଦର୍ଶନ କରି ଦେଖାଇ ଦେଲେ ତାହା କରିବା ସହଜ ହୋଇଥାଏ।ଯେପରିକି ରୋଷେଇ କରିବା ,ଗୋଟିଏ ମେସିନକୁ ଚଳାଇବା ,ପ୍ରଦର୍ଶନ ଏକ ସହଜ ସରଳ ଶିକ୍ଷଣ ପ୍ରକ୍ରିୟା ଅଟେ। ପ୍ରଦର୍ଶନ କରିବା ସମୟରେ ଶିକ୍ଷଣ କିପରି ସବୁ-ଶିକ୍ଷାର୍ଥୀମାନଙ୍କୁ ସେହି କାର୍ଯ୍ୟରେ କିପରି ନିୟୋଜିତ କରିପାରିବେ ଏବଂ ଶିକ୍ଷାର୍ଥୀମାନେ ଅଧିକରୁ ଅଧିକତର ଶିଖି ପାରିବେ । ଶିକ୍ଷକଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ,କାରଣ : ଏହା ଶିକ୍ଷାର୍ଥୀ ମାନଙ୍କୁ ବାସ୍ତବ ଘଟନା ସମ୍ପର୍କରେ ଅନୁଭୂତି ପ୍ରଦାନ,ପ୍ରକ୍ରିୟା କିମ୍ବା ବିଶିଷ୍ଟ ଦୃଶ୍ୟକୁ ଦେଖିବାରେ ,ଜାଣିବାରେ ସାହାଯ୍ୟ କରେ। ଏହା ଶିକ୍ଷାରଥିମାନଙ୍କୁ କୌଣସି ନିର୍ଦ୍ଧିଷ୍ଟ ଘଟଣ। ଉପରେ ଦ୍ରୁଷ୍ଟି ଦେବା ପାଇଁ ସାହାଯ୍ୟ କରେ ଯେପରି ଖାଦ୍ଯରେ ଥିବା ଶ୍ଵେତସାର ପାଇଁ ପରୀକ୍ଷା କରିବା । ଶିକ୍ଷାର୍ଥୀମାନଙ୍କର ବୁଝିବା ଶକ୍ତିକୁ ଏବଂ ଆହବନକୁ ବଢାଇବାରେ ବ୍ୟବହାର କରାଯାଇ ପାରେ । ଶିକ୍ଷାର୍ଥୀମାନେ ସଫଳତାର ସହିତ ବିଭିନ୍ନ ପରୀକ୍ଷଣ କରିବା ପାଇଁ ସାହାଯ୍ୟ କରେ । ଟିକିଏ ଚିନ୍ତା କରନ୍ତୁ ଆପଣ ଶ୍ରେଣୀ କକ୍ଷ ମଧ୍ୟରେ ଶିକ୍ଷଣ ସମୟରେ ବ୍ୟବହାର କରୁଥିବା କୌଣସି ପ୍ରଦର୍ଶନ ବିଷୟରେ ଚିନ୍ତାକରନ୍ତୁ।ଆପଣ ଏହାକୁ କାହିଁକି ବ୍ୟବହାର କର ଓ ଶିକ୍ଷାର୍ଥୀମାନେ କିପରି ପ୍ରତିକ୍ରିୟା ପ୍ରକାଶ କରନ୍ତି । କାହିଁକି ପ୍ରଦର୍ଶନ ବ୍ୟବହାର କରାଯାଏ? ଯେ କୌଣସି କାର୍ଯ୍ୟରେ ସବୁ ଶିକ୍ଷାର୍ଥୀ ସକ୍ରିୟ ଭାବରେ ଅଂଶଗ୍ରହଣ କରି କାର୍ଯ୍ୟଟି କଲେ ଆପଣ ଭାବୁଛନ୍ତି ଯେ,ଶିକ୍ଷାର୍ଥୀମାନେ କମକରିବା ଦ୍ଵାରା ଶିଖିପାରିବେ ?ପ୍ରକୃତରେ ବିଜ୍ଞାନ ପଥ ପାଇଁ ଶିକ୍ଷାରଥିମାନଙ୍କୁ ବିଭିନ୍ନ ପରୀକ୍ଷା ନିଜେ କରି ଶିଖିବାର ସୁଯୋଗଦେବା ଉଚିତ। ଏହା ସେମାନଙ୍କୁ ଉପକରଣଗୁଡିକ ବ୍ୟବାହର କରିବାରେ କୌଶଳ ବୃଦ୍ଧି କରିବା ,ନିଷ୍ପତ୍ତି ଗ୍ରହଣ କରିବା ,ତଥ୍ୟ ସଂଗ୍ରହ କରିବା ଏବଂ ସେମାନେ କ’ଣ କରୁଛନ୍ତି,କ’ଣ ସିଖୁଛନ୍ତି ଏଗୁଡିକ ବିଷୟରେ ଚିନ୍ତା କରିବାରେ ସୁଯୋଗ ଦେଇଥାଏ । ଉଦ୍ଦେଶ୍ୟମୂଳକ ଭାବେ ଶିକ୍ଷଣରେ ପ୍ରଦର୍ଶନ ସୁଯୋଗ ଦିଏ,ଯଦ୍ୱାରା ପଢା ବହିରେ ଥିବା ଧରଣର ବୋଧଗମ୍ୟତା ବଢି ପରେ । ଶିକ୍ଷାର୍ଥୀର ଶିକ୍ଷଣରେ ପ୍ରଦର୍ଶନ ବେଳେ ବେଳେ ଆଗ୍ରହ ଉଦ୍ରେକକାରୀ ଅଭୂଲା ଚାପ ପକାଇଥାଏ,ଏହା ପ୍ରଗତିଶୀଳ ବିଜ୍ଞାନ ପ୍ରଶିକ୍ଷଣ ଗ୍ରହଣ କରିବା ଆବଶ୍ୟକ । ଟିକିଏ ଚିନ୍ତା କରନ୍ତୁ ଶିକ୍ଷାର୍ଥୀ ନିଜେ ପରୀକ୍ଷା କରି ଶିଖିବାକୁ ସୁଯୋଗ ଣ ଦେଇ ଆପଣ ନିଜେ କାହିଁକି ଏକ ପ୍ରଦର୍ଶନ ବାଛିଲେ । ଆପଣ କରିଥିବା ବା କରୁଥିବା ପରୀକ୍ଷଣ ଓ ପ୍ରଦର୍ଶନ ଶ୍ରେଣୀ ସମ୍ବନ୍ଧରେ ଚିନ୍ତା କରନ୍ତୁ।ଶିକ୍ଷାର୍ଥୀମାନଅଙ୍କ ପାଇଁ ଉଭୟ କ୍ଷେତ୍ରରେ କେଉଁଟି ଲାଭଜନକ । ପ୍ରଦର୍ଶନ ମିଳିତ ଅନୁଭୂତି ଯୋଗାଇଥାଏ । ଯଦ୍ୱାରା ଆପଣ ଗୋଟିଏ ନିର୍ଦ୍ଧିଷ୍ଟ ଦିଗରେ ଶିକ୍ଷାର୍ଥୀମାନଙ୍କ ଦ୍ରୁଷ୍ଟି ଆକର୍ଷଣ କରିପାରିବ ନଚେତ ସେମାନେ ସେହି ନିର୍ଦ୍ଧିଷ୍ଟ ଅନୁଭୂତିକୁ ହରାଇ ପାରନ୍ତି । ଏହି ପ୍ରଦର୍ଶନ ଆପଣ।ର ବ୍ୟାଖ୍ୟାକୁ ସହଜ କରିଥୟେ ଏବଂ ଶିକ୍ଷାର୍ଥୀ ବୋଧଗମ୍ୟତା ପାଇଁ କ୍ଷେତ୍ର ସୃଷ୍ଟି କରିପାରେ ।ଉଦାହରଣ – ଖାଦ୍ୟ ସମ୍ବନ୍ଧରେ ପଢାଇବା ସମୟରେ ରାନ୍ଧିବା ଦ୍ଵାରା ଖାଦ୍ଯରେ କିପରି ପରିବର୍ତ୍ତନ ହୁଏ ତାହା ପ୍ରଦର୍ଶନ କରିବା ଦ୍ଵାରା ଶିକ୍ଷାର୍ଥିମାନଙ୍କର ପର୍ଯ୍ୟବେକ୍ଷଣ ଦକ୍ଷତା ବଢାଇ ପାରିବ । ଶିକ୍ଷାର୍ଥୀମାନେ ନିଜେ କାହିଁକି ସେମାନଙ୍କର ପରୀକ୍ଷଣ କାର୍ଯ୍ୟ କରିପାରୁ ନାହାନ୍ତି ଏହାର ବହୁତ ଗୁଡିଏ କାରଣ ରହିଛି।ଉଦାହରଣ-ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଥିବା ଶ୍ରେଣୀକକ୍ଷରେ ଉପଯୁକ୍ତ ସମୟ,ସ୍ଥାନ ଏବଂ ପର୍ଯ୍ୟାପ୍ତ ପରିମାଣର ସମ୍ବଳ ଉପଲବ୍ଧ ନଥିଲେ।ଜେନ ଶିକ୍ଷକ ହିସାବରେ ବୃତିଗତ ଭାବେ ସିଦ୍ଧାନ୍ତ ନେବାକୁ ହେବ ଯେ କେତେବେଳେ ପ୍ରଦର୍ଶନ ଗ୍ରହଣୀଯ।ଆପଣଙ୍କ ଏହାର ଯଥାର୍ଥତା ଦର୍ଶାଇବାକୁ ପଡିବ ଯେ,ପ୍ରଦର୍ଶନ ଆପଣଙ୍କୁ ଦେଖାଇବା ସହଜ ନାଁ ଶିକ୍ଷାର୍ଥୀ ବୁଝାଇବା ସହଜ।ଜଟିଳତା ଓ ସମୟ ସାପେକ୍ଷତା ଦୃଷ୍ଟିରୁ ସମସ୍ତ ପ୍ରକ୍ରିୟା ଓ ବିଶିଷ୍ଟ ଘଟଣାଗୁଡିକୁ ଶ୍ରେଣୀକକ୍ଷରେ ପ୍ରଦର୍ଶନ କରିବା ସହଜ ନୁହେଁ । ପରୀକ୍ଷଣ ଅପେକ୍ଷା ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରଦର୍ଶନମୂଳକ ପଦ୍ଧତି ଅଧିକ ଉପଯୋଗୀ,କାରଣ ଏହାଦ୍ବାରା ଶିକ୍ଷାର୍ଥୀ ଭଲରେ ଦେଖିପାରେ ଓ ବୁଝିପାରେ ।ଏହା ବୁଝାଏ ଏଥିରେ ଶିକ୍ଷାର୍ଥୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାନ୍ତି ।ଅଧିକ ଶିଖି ନଥାନ୍ତି “ଏବଂ ବିରକ୍ତି ଭାବ ପ୍ରସକ କରିଥାନ୍ତି । ବର୍ତ୍ତମାନ ପ୍ରଶ୍ନ ହେଉଛି ଜଣେ ଶିକ୍ଷକ ଭାବରେ କିପରି ଆପଣ ଶିକ୍ଷାର୍ଥୀମାଙ୍କକୁ ଅଧିକ ସକ୍ରିୟ ଭାବରେ ଅଂଶଗ୍ରହଣ କରାଇବେ ଯାହାକି ସେମାନଙ୍କ ଶିକ୍ଷଣରେ ସହାୟକ ହେବ ସେମାନଙ୍କ ଇଚ୍ଛାଶକ୍ତିକୁ ବାନ୍ଧି ରଖିପାରିବ । ଆପଣ ଉତ୍ତର ଆପଣଙ୍କୁ ନିଶ୍ଚିତ କରାଇବା ଯେ,ଅପଣ ଆପଣାର ପ୍ରଦର୍ଶନ ଉଦ୍ଦେଶ୍ୟ ବିଷୟରେ ସ୍ପ୍ଷ୍ଟଭାବରେ ଜାଣିଛନ୍ତି ଏବଂ ଆପଣ କ’ଣ ହାସଲ କରିବା ପାଇଁ ଚିନ୍ତା କରୁଛନ୍ତି । ପ୍ରଦର୍ଶନର ଅନେକଗୁଡିଏ ସମ୍ଭାବ୍ୟ ଉଦ୍ଦେଶ୍ୟ ଅଛି। ନିମ୍ନରେ ସେଗୁଡିକୁ ମୁଖ୍ୟ ଶ୍ରେଣୀରେ ବିଭକ୍ତ କରାଯାଇଛି । ବିଶିଷ୍ଟ ଘଟଣା,ଧାରଣା ,ନିୟମ,ତତ୍ଵ କିମ୍ବା ପ୍ରକ୍ରିୟାକୁ ବ୍ୟାଖ୍ୟା କରିବା । ଶିକ୍ଷଣ ପୂର୍ବରୁ ଶିକ୍ଷାର୍ଥୀଙ୍କୁ ବିଷୟ ପ୍ରତି ଅଭିପ୍ରେରିତ କରିବାରେ,ଜିଜ୍ଞାନ୍ଶୁ ମନୋଭାବ ବୃଦ୍ଧି କରିବା ଓ ସେମାନଙ୍କର ଇଚ୍ଛାଶକ୍ତିକୁ ବଢାଇବା । ଶିକ୍ଷାର୍ଥୀମାନଙ୍କ ମନ ଭିତରେ ଥିବା ଭାବନାକୁ ସୁସ୍ପଷ୍ଟ କରିବା ଓ ଅନୁସନ୍ଧାନ କରିବାରେ ସାହାଯ୍ୟ କରିବା । ଏଗୁଡିକ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟିଏ ପ୍ରଦର୍ଶନ ଦ୍ଵାରା ଏସବୁରୁ ଅନେକ ଗୁଡିଏ ଜିନିଷ ହାସଲ କରିହେବ ଏହାର ଫଳାଫଳ ଆପଣଙ୍କର ଯୋଜନା ଏବଂ ପ୍ରଦର୍ଶନ ପ୍ରଣାଳୀ ଉପରେ ନିର୍ଭର କରେ । ପରିସ୍ଥିତି ଅନୁଧ୍ୟାନ 1:ଖାଦ୍ୟ ରାନ୍ଧିବା ଖାଦ୍ୟ ଏପରି ଏକ ବିଷୟ ଯାହା ବିଷୟରେ ଶିକ୍ଷାର୍ଥୀମାନେ ଜାଣିବା ପାଇଁ ଆଗ୍ରହୀ ହୁଅନ୍ତି । ଏହା ସେମାନଙ୍କର ଦୈନନ୍ଦିନ ଜୀବନରେ ଏବଂ ସଂସ୍କୃତିକ ପରମ୍ପରା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଖାଦ୍ୟ ସମ୍ପର୍କରେ ବୁଝାଇବା ସହଜ ହୋଇଥାଏ,ଯେହେତୁ ଏହା ତାଙ୍କର ଅନୁଭୂତି ସମ୍ପର୍କିତ ଓ ଭବିଷ୍ୟତ ଜୀବନ ପାଇଁ ଆବଶ୍ୟକ । “ଖାଦ୍ୟ” ପଢାଇଲାବେଳେ ଚୋଟୋ ଶିକ୍ଷାରଥିମାନଙ୍କୁ ନିଜ ଘରର ଉଦାହରଣ ଦେଇ ଉପସ୍ଥାପନା କରିବା ଉଚିତ।ଏହି ପରିସ୍ଥିତି ଅନୁଧ୍ୟାନରେ ଶ୍ରୀମତୀ ରଥ ଚୋଟୋ ଶିକ୍ଷାର୍ଥୀମାନଙ୍କୁ ପଢାଇବା ସମୟରେ ଖାଦ୍ୟ ରାନ୍ଧୁଥିବା ବେଳେ କ’ଣ ସବୁ ପରିବର୍ତ୍ତନ ହୁଏ ସେ ବିଷୟରେ କହୁଛନ୍ତି: ମୁଁ ବିଭିନ୍ନ ଖାଦ୍ୟ ସବୁ କିପରି ରନ୍ଧାଜଏ ତ’ର ଏକ ପ୍ରଦର୍ଶନ କରାଇଲି,ଉଦାହରଣ ସ୍ୱରୂପ-ଭାତ,ପାଳଙ୍ଗ ଶାଗ,ରୁଟି,ପନିପରିବା।ଏହାଦ୍ବାରା ଶିକ୍ଷାର୍ଥୀମାନେ ଅଧିକ ଆଗ୍ରହ ପ୍ରକାଶ କରିବେ ଏବଂ ଭଲରେ ପକ୍ଷରୁ ପର୍ଯ୍ୟବେକ୍ଷଣ କରିପାରିବେ । ପ୍ରଥମେ ଖାଦ୍ୟ ରନ୍ଧା ହେବା ପୂର୍ବରୁ ସେମାନଙ୍କୁ ବିଭିନ୍ନ ଜିନିଷ ଦେଖାଇଲି ଏବଂ ଦେଖିଲ କୁହ ବୋଲି ପଚାରିଲି ,ସେମାନେ ବ୍ୟବହାର କରିଥିବା ଖାଦ୍ଯର ନାମଗୁଡିକୁ ମୁଁ କଳାପଟାରେ ଲେଖିଲି । ରୋଷେଇ କରିବା ସମୟରେ ଶିକ୍ଷାର୍ଥୀମାନଙ୍କୁ ସେଥିପ୍ରତି ଆକ୍ରୁଷ୍ଟ ଏବଂ ଆଗ୍ରହୀ କରିବା ପାଇଁ ମୁଁ ସେମାନଙ୍କୁ ମଝିରେ ମଝିରେ ପ୍ରଶ୍ନ ପଚାରୁଥିଲି। ମୁଁ ଦୁଇଟି ଅନ୍ଧ ଶିକ୍ଷାର୍ଥୀଙ୍କୁ ଖାଦ୍ୟ ଖାଇବାକୁ ଦେଇ କିପରି ଲାଗୁଛି ଅନୁଭବ କରିବା ପାଇଁ କହିଲି ।ସେମାନେ କିଛି ଭିନ୍ନ କଣ ସବୁ ବର୍ଣ୍ଣନା କରିବାରୁ ମୁଁ ସେ ସବୁ କଳାପାଟ।ରେ ଲେଖିଛି ଏହା ମୋ ପାଠପଢାର କିଛି ଉଦ୍ଧୃତାଂଶ :- ଶ୍ରୀମତୀ ରଥ ଚାଉଳ ରନ୍ଧା ହେବା ପୂର୍ବରୁ କିପରି ଦେଖାଯାଏ? ଶିକ୍ଷାର୍ଥୀମାନେ ବର୍ଣ୍ଣନା କରି କିଛି କହିଲେ ଏବଂ ସେଗୁଡିକୁ କଳାପାଟରେ ଲେଖିଲି,ମୁଁ କିଛି ପ୍ରଶ୍ନ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ରଙ୍ଗ,ଆକାର ,ତନ୍ତୁ ବିନ୍ୟାସ ବିଷୟରେ ଅତି ନିକଟରୁ ଦେଖି ଚିନ୍ତା କରି ଉତ୍ତର ଦେବା ପାଇଁ ଉତ୍ସାହିତ କରିଥିଲି ।ଉଦାହରଣ- ଶ୍ରୀମତୀ ରଥ ଏହାର ରଙ୍ଗ କିପରି? ଶିକ୍ଷାର୍ଥୀ ଧଳା ଶ୍ରୀମତୀ ରଥ ଏହା କ’ଣ ଏହିପରି ଧଳା (ମୁଁ ଗୋଟିଏ ଧଳା ବସ୍ତୁକୁ ଦେଖାଇ କହିବି) । ଶିକ୍ଷାର୍ଥୀ ନାଁ ,ଏହା ତା’ଠାରୁ ବାଦାମି/ମାଟିଆ ଅଟେ । ଶ୍ରୀମତୀ ରଥ ଚାଉଳ ସିଝିଲେ କ’ଣ ଘଟୁଛି ଚଳ ଦେଖିବା (ମୁଁ ବର୍ତ୍ତମାନ ଗରମ ପାଣିରେ ଚାଉଳ ପକାଇଲି,କ’ଣ ଘଟିବ ବୋଲି ତୁମେ ଭାବୁଛ )। ଶିକ୍ଷାର୍ଥୀ ଏହା ଧଳା ହୋଇଥିବ। ଶ୍ରୀମତୀ ରଥ ଚାଉଳ ସିଝିଲେ କ’ଣ ଘଟୁଛି ଚଳ ଦେଖିବା ।(ମୁଁ ବର୍ତ୍ତମାନ ଗରମ ପାଣିରେ ଚାଉଳ ପକାଇଲି,କ’ଣ ଘଟିବ ବୋଲି ତୁମେ ଭାବୁଛ ) ଶିକ୍ଷାର୍ଥୀ ଏହା ଧଳା ହୋଇଯିବ । ଶ୍ରୀମତୀ ରଥ ତୁମେ କିପରି ଜାଣିଲ? ଶିକ୍ଷାର୍ଥୀ କାରଣ ମୋ ମା ଘରେ ଭାତ ରନ୍ଧନ୍ତି । ଶ୍ରୀମତୀ ରଥ କେଉଁମାନେ ଭାତ ଖାଇବାକୁ ଭଲ ପାଅ ହାତ ଟେକ(ସମସ୍ତ ଶିକ୍ଷାର୍ଥୀମାନେ ସେମାନଙ୍କ ହାତ ଟେକିଲେ) ଶ୍ରୀମତୀ ରଥ ଚାଉଳ ରନ୍ଧା ହେବା ପୂର୍ବରୁ କେଉଁମାନେ ଖାଇବାକୁ ଭଲ ପାଅ? ସମସ୍ତ ଶିକ୍ଷାର୍ଥୀ ହାତ ତଳକୁ ହୋଇଗଲା।ସେମାନେ ହସ ହସ ମୁହଁ କରି କହିଲେ ଯେ ଏହା ଠିକ ନୁହେଁ । ଶ୍ରୀମତୀ ରଥ ଯେତେବେଳେ ଭାତ ରନ୍ଧା ଚାଲିଥିଲା ଶିକ୍ଷକ ଶାଗକୁ ଦେଖାଇ ପଚାରିଲେ ଏହା ରନ୍ଧା ହେବା ପୂର୍ବରୁ କିପରି ଦେଖାଯାଏ ? ମୁଁ ଶାଗକୁ ଗୋଟିଏ ପାତ୍ରରେ ରଖିଲି ଏବଂ ଶିକ୍ଷାର୍ଥୀମାନେ ପ୍ରଶ୍ନର ଉତ୍ତର ଦେଲେ ମୁଁ କଳାପାଟରେ ସେମାନଙ୍କ ଉତ୍ତରକୁ ଲେଖିଲି । ଶ୍ରୀମତୀ ରଥ କେଉଁମାନେ ରନ୍ଧା ଯାଇଥିବା ଶାଗ ଖ।ଇଚ? ଯେତେବେଳେ ଏହା ରନ୍ଧା ହୋଇଗଲା। ଏଥିରେ କଣ ପରିବର୍ତ୍ତନ ହେଲା ଶିକ୍ଷାର୍ଥୀମାନେ ସେମାନଙ୍କର ଘରୁ ପାଇଥିବା ପୂର୍ବ ଅନୁଭୂତିକୁ ଆଧାର କରି ଉତ୍ତର ଦେଲେ । ମୁଁ ଶାଗକୁ ରାନ୍ଧିଳି ଏବଂ ଶିକ୍ଷାର୍ଥୀମାନେ ତା’ର ପରିବର୍ତ୍ତନକୁ ନିରୀକ୍ଷଣ କଲେ।କ’ନ ସବୁ ଘଟୁଛି ଲକ୍ଷ୍ୟ କରିବା ପାଇଁ ନିମ୍ନଲିଖିତ ପ୍ରଶ୍ନଗୁଡିକ ପଚାରିଲି ପାଳଙ୍ଗ ସାଗର କିପରି ପରିବର୍ତ୍ତନ ହେଲା? ଚାଉଳ କିପରି ବଦଳିଲା ? ଖାଦ୍ୟକୁ କିଏ ପରିବର୍ତ୍ତନ କଲା? କେଉଁ ଖାଦ୍ଯର ସର୍ବାଧିକ ପରିବର୍ତ୍ତନ ହେଲା? କାହିଁକି ଖାଦ୍ୟକୁ ରନ୍ଧନ୍ତି? ଭିଡିଓ :ଚିନ୍ତନ ଅଭିବୃଦ୍ଧି ପାଇ ପ୍ରଶ୍ନର ବ୍ୟବହାର ବର୍ତ୍ତମାନ ଆପଣ ସମ୍ବଳ1 ଦେଖିବ ,ଏହାର ଉପଯୋଗୀତା ପାଇପାରିବ। ଶିକ୍ଷାର୍ଥୀମାନେ ଚିନ୍ତା କରି କିଛି କହିବା ପାଇଁ ପ୍ରଶ୍ନ କରିବେ । ଟିକିଏ ଚିନ୍ତା କରନ୍ତୁ ଶ୍ରୀମତୀ ରଥଙ୍କର ପ୍ରଦର୍ଶନ ପଦ୍ଧତି ବିଷୟରେ ଚିନ୍ତାକରନ୍ତୁ? ଏହାର ଉଦ୍ଦେଶ୍ୟଗୁଡିକ କ’ନ ଥିଲା?ସେଗୁଡିକ ହାସଲ କରିବା ପାଇଁ ସେ କ’ନ କରିଥିଲେ? କିପରି ଭାବରେ ଶିକ୍ଷାର୍ଥୀମାନେ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ? ଆପଣ କ’ଣ ଭାବୁଛନ୍ତି ଶ୍ରୀମତୀ ରଥ ପ୍ରଦର୍ଶନ ନ କରିଥିଲେ ଶିକ୍ଷାର୍ଥୀମାନେ କ’ନ ବହି ପାଢୀ ଏଗୁଡିକ କରିପାରି ନ ଥାନ୍ତେ? ଶିକ୍ଷାର୍ଥୀଙ୍କ କର୍ମବ୍ୟସ୍ତତା ଓ ଶିକ୍ଷଣ ଯେ କୌଣସି ପ୍ରଦର୍ଶନର ଗୁରିତ୍ବପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣରେ ସହାୟତା ପ୍ରଦାନ କରିବା ।ପରିସ୍ଥିତି ଅନୁଧ୍ୟାନ-1 ରେ ଶ୍ରୀମତୀ ରଥଙ୍କର ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ଖାଦ୍ୟ ରାନ୍ଧିବାବେଳେ ହେଉଥିବା ପରିବର୍ତ୍ତନ ବିଷୟରେ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ଏହା ସେମାନଙ୍କର ପର୍ଯ୍ୟବେକ୍ଷଣ ଶକ୍ତିକୁ ବୃଦ୍ଧି କରିବାରେ ସହାୟତା ମଧ୍ୟ ପ୍ରଦାନ କରୁଥିଲା ।ଶ୍ରୀମତୀ ରଥ ତାଙ୍କ ଶିକ୍ଷାର୍ଥୀମାନଙ୍କର ଚିନ୍ତା ଶକ୍ତିକୁ ବୃଦ୍ଧି କରିବା ପାଇଁ ପ୍ରଶ୍ନ ପଚାରିବାର କୌଶଳ ବ୍ୟବହାର କରୁଥିଲେ। ଉଦାହରଣ-ସେ ଶିକ୍ଷାର୍ଥୀମାନଙ୍କ ଉତ୍ତରକୁ ସାଧାରଣଭାବେ ଯେପରି ସେପରି ଗ୍ରହଣ ନ କରି ପ୍ରଶ୍ନ କଲେ। ସେମାନେ କିପରି ଜାଣିଲେ,ଯେ,ଭାତ ଧଳା ହେବାକୁ ଯାଉଛି । ସେ ଯାହା ବି ହେଉ ଯଦିଓ ପ୍ରଦର୍ଶନ ପଦ୍ଧତି ଶିକ୍ଷାର୍ଥୀମାନଙ୍କୁ ଧାରଣା ଏବଂ ପ୍ରକ୍ରିୟା ବିଷୟରେ ସିଧାସଳଖ ପର୍ଯ୍ୟବେକ୍ଷଣ କରିବାପାଇଁ ସୁଯୋଗ ଦିଏ,ତଥାପି କେବଳ ପର୍ଯ୍ୟବେକ୍ଷଣ କରିବା ଦ୍ଵାରା ଶିକ୍ଷାର୍ଥୀମାନଙ୍କର ବୈଜ୍ଞାନିକ ବୋଧଗମ୍ୟତାର ଯେ ବୃଦ୍ଧି ଘଟିବ ସେ କଥା ଧରିନେଇ ପାରିବ ନାହିଁ। ଜଣେ ଶିକ୍ଷକ ହିସାବରେ ଆପଣଙ୍କର ମୁଖ୍ୟ ଭୂମିକା ହେଉଛି ପ୍ରଦର୍ଶନ ମାଧ୍ୟମରେ ଶିକ୍ଷାରଥିମାନଙ୍କୁ ଭଲରେ ଶିଖିବା ଓ ଠିକ ବୁଝିବାରେ ସାହାଯ୍ୟ କରିବ । ଆପଣଙ୍କ ଜଣେ ମଧ୍ୟସ୍ଥି ଏବଂ ବ୍ୟାଖ୍ୟାକାରୀର ଭୂମିକା । ଶିକ୍ଷାର୍ଥୀମାନେ ନିଷ୍କ୍ରିୟ ଭାବରେ ପର୍ଯ୍ୟବେକ୍ଷଣ କଲେ କିଛି ଶିଖିପାରିବେ ନାହିଁ। ସେମାନେ ସକ୍ରିୟଭାବରେ ଅଂଶଗ୍ରହଣ କରିବା ଆବଶ୍ୟକ । ଶିକ୍ଷାର୍ଥୀମାନେ ନିଷ୍କ୍ରିୟ ଭାବରେ ପର୍ଯ୍ୟବେକ୍ଷଣ କରି ଶିଖନ୍ତି ନାହିଁ: ସେମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଆବଶ୍ୟକ। ଶ୍ରୀମତୀ ରଥ ଖାଦ୍ୟ ରାନ୍ଧିବା ପରେ କ’ଣ ପରିବର୍ତ୍ତନ ହୁଏ ଦେଖିବା ପାଇଁ କହିଥିଲେ ଏବଂ ପ୍ରଶ୍ନ ପଚାରିବା ଦ୍ଵାରା ସେମାନଙ୍କର ନିରୀକ୍ଷଣ କରିବାର କୌଶଳକୁ ବଢାଇବା ପାଇଁ ଉତ୍ସାହିତ କରିଥିଲେ । ସେମାନଙ୍କୁ କାର୍ଯ୍ୟରେ ଭାଗ ନେବା ପାଇଁ ଆଉ ଏକ ଉପାୟ ହେଉଛି ଶିକ୍ଷାର୍ଥୀମାନଙ୍କୁ କାର୍ଯ୍ୟ କରିବା ପାଇଁ ଦେବ ନଚେତ କିଛି ଲେଖିବା ପାଇଁ ଦେବା । ଉଦାହରଣ- ବଡଶିକ୍ଷାର୍ଥୀମାନେ ପ୍ରଦର୍ଶନ ପ୍ରକ୍ରିୟା ଚାଲିଥିବା ସମୟରେ ପର୍ଜ୍ୟବେକ୍ଷଣର ଫଳାଫଳକୁ ଖାତାରେ ଲେଖିବେ। କୌଣସି ପ୍ରଦର୍ଶନ ପ୍ରକ୍ରିୟାରେ ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଭାବେ ଅଂସଗ୍ରହଣ ଏବନ ଯାହା ଦେଖିଲେ ସେ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରିବା ପାଇଁ ଅନ୍ୟ ଏକ ପ୍ରକ୍ରିୟା ପି.ଓ.ଇ (ଅନୁମାନ-ପର୍ଯ୍ୟବେକ୍ଷଣ-ବର୍ଣ୍ଣନା),ବାହାର କରିଥିଲେ । ଶିକ୍ଷାର୍ଥୀମାନେ ଯାହା ଅନୁମାନ କରନ୍ତୁ ତାହା ଘଟିବ ବୋଲି ଭାବନ୍ତି ଏବଂ ତାଙ୍କର ଅନୁମାନ ଯଥାର୍ଥତା ପ୍ରତିପାଦନ କରନ୍ତି । ଏମିତି ସେମିତି ଅନୁମାନ ନକରି ,ଅନୁମାନର ଯଥାର୍ଥତା ରହିବା କଥା,ଏବଂ ଜ୍ଞାନ ଓ ବୃଦ୍ଧିକୁ ପାଥେୟ କରି କୌଣସି ଏକ ଘଟଣା ପାଇଁ ଅନୁମାନ କରିବା ଆବଶ୍ୟକ । ଶିକ୍ଷାର୍ଥୀ କ’ଣ ଘଟୁଛି ଦେଖି ବର୍ଣ୍ଣନା କରିବେ । ଶିକ୍ଷାର୍ଥୀମାନେ ଯାହା ଦେଖିଲେ ତାହା ବର୍ଣ୍ଣନା କରିବା ପାଇଁ କୁହାଯିବ । ୧ ସେମାନଙ୍କ ଅନୁମାନ ଏବଂ ପର୍ଯ୍ୟବେକ୍ଷଣ ମଧ୍ୟରେ ପାର୍ଥକ୍ୟକୁ ତୁଳନା କରିବା ପାଇଁ କୁହାଯିବ । ଶିକ୍ଷାର୍ଥୀମାନଙ୍କର ଧାରଣାକୁ ଆହ୍ଵାନ କରିବା ପାଇଁ ପି.ଓ.ଇ ର ବ୍ୟବହାର ଏକ ଉପାୟ କିନ୍ତୁ ସେତେବେଳେ ବ୍ୟବହାର କରାଯାଇ ପାରିବ ଯେତେବେଳେ ସେଠାରେ ଶିକ୍ଷାର୍ଥୀମାନଙ୍କର ଅନୁମାନ କରିବା ପାଇଁ ଗୋଟିଏ ଆଧାର ଥିବ । ସେମାନଙ୍କର ବୁଝିବା ଶକ୍ତିକୁ ଜାଣିବା ପାଇଁ ଏହା ଆପଣଙ୍କୁ ସାହାଯ୍ୟ କରିବ । ଅନୁମାନ କରି ସତ୍ୟତା ଉପରେ ନିର୍ଭର କରିବା ସବୁବେଳେ ଠିକ ନୁହେଁ । ଟିକିଏ ଚିନ୍ତା କରନ୍ତୁ ଖାଦ୍ୟରେ ଆୟୋଡିନ ପକାଇ ଶ୍ଵେତସାରର ଉପସ୍ଥିତି ଜାଣିବା ଏକ ସହଜ ପ୍ରକ୍ରିୟା । ଯଦି ଖାଦ୍ୟରେ ଶ୍ଵେତସାର ନ ଥାଏ ତେବେ ଆୟୋଡିନ ଦ୍ରବଣର ରଙ୍ଗ ହଳଦିଆ/କମଳା ହୋଇଯିବ। ଯଦି ଉପସ୍ଥିତି ଥାଏ ତେବେ ନୀଳ/କଳା ଦେଖାଯିବ । ଏହି ଖାଦ୍ୟର ପରୀକ୍ଷା ପାଇଁ ଆପଣ କିପରି ପି.ଓ.ଇ କୌଶଳ ବ୍ୟବହାର କରିପାରିବ । ଆଧାର :ଟେସ-ଇଣ୍ଡିଆ