ଶିଶୁର ସାମଗ୍ରିକ ବିକାଶ ପାଇଁ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ପିଲାଟିର ବିକାଶ ନିମନ୍ତେ ମାତାପିତା, ପରିବାର, ଗୋଷ୍ଠୀ ଓ ଅଙ୍ଗନୱାଡି କେନ୍ଦ୍ରର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାରେ ମାତାପିତା, ଅଭିଭାବକ ଓ ଗୋଷ୍ଠୀର ପ୍ରମୁଖ ଭୂମିକା ରହିଅଛି । ସେଥିପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ନିମନ୍ତେ କର୍ମଶାଳା ବା ଅଧିବେଶନ ଆୟୋଜନ କରିବା ଆବଶ୍ୟକ । ତେଣୁ ଏହାକୁ ଦୃଷ୍ଟି ରେ ରଖ୍ ଅଙ୍ଗନୱାଡି କେନ୍ଦ୍ର ସହିତ ପରିବାର ଓ ଗୋଷ୍ଠୀ ମଧ୍ୟରେ ସୁସଂପର୍କ ତଥା ଫଳପ୍ରଦ ପରିଚାଳନା ପାଇଁ ପ୍ରତି ମାସରେ ନିର୍ଦ୍ଧାରିତ ୧୯ ତାରିଖ’ ରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳନ କରିବାକୁ ନିଷ୍ପତି ହୋଇଅଛି । ଏହି ଦିବସରେ ଅଙ୍ଗନୱାଡି କେନ୍ଦ୍ରରେ ସମସ୍ତ ଶିଶୁଙ୍କ (o-୬ ବର୍ଷ)ର ମାତାପିତା ଅଂଶଗ୍ରହଣ କରିବେ । ଏହି ଦିବସ ପାଳନ ମାଧ୍ୟମରେ ପିଲାମାନଙ୍କର ମାତାପିତା, ଅଭିଭାବକ ଓ ଗୋଷ୍ଠୀକୁ ଅଙ୍ଗନୱାଡି କାର୍ଯ୍ୟକ୍ରମ ସହିତ ସାମିଲ କରାଇବା ଓ ସେମାନଙ୍କ ସହିତ ଦୃଢ ସଂପର୍କ ପ୍ରତିଷ୍ଠା କରିବାର ଫଳପ୍ରଦ ଯୋଜନା ହୋଇଅଛି । ସ୍ଥିରିକୃତ ମାସିକ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସର ଉଦ୍ଦେଶ୍ୟ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ଅଙ୍ଗନୱାଡି କର୍ମୀ, ମାତାପିତା, ଅଭିଭାବକ ଓ ଗୋଷ୍ଠୀ ମଧ୍ୟରେ ଏକ ଭାବ ଆଦାନ ପ୍ରଦାନ କରିବାର ସୁଯୋଗ ସୃଷ୍ଟି କରିବ । ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ମାତାପିତା, ଅଭିଭାବକ ଏବଂ ଗୋଷ୍ଠୀ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ଏବଂ ଶୈଶବକାଳୀନ ଯତ୍ନ ଓ ଶିକ୍ଷା ପାଇଁ ଭାଗୀଦାରିତା ବଢାଇବାରେ ସହାୟକ ହେବ । ଏହି ଦିବସରେ ଅଙ୍ଗନୱାଡି କର୍ମୀ ଶିଶୁଙ୍କ ବୟସ ଅନୁଯାୟୀ ଶିଶୁର ବିକାଶ ଓ ଅଭିବୃଦ୍ଧି ବିଷୟରେ ମାତାପିତା, ଅଭିଭାବକ ଓ ଗୋଷ୍ଠୀକୁ ଅବଗତ କରାଇବା ସହିତ ଅଭିବୃଦ୍ଧି ଓ ବିକାଶର ମାଇଲ ଖୁଣ୍ଟ ବିଷୟରେ ଆଲୋଚନା କରିବେ । ‘ମୋ ବିକାଶ ଶକ୍ତି’ ମାଧ୍ୟମରେ ଶିଶୁର ବିକାଶ ମାତାପିତାଙ୍କୁ ଜଣାଇବା । ଏହି ଦିବସରେ ମାତାପିତା, ଅଭିଭାବକ, ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ଶିଶୁମାନଙ୍କ ପାଇଁ । ଆଦ୍ୟଶୈଶବର ବିକାଶ ନିମେନ୍ତ ଶିକ୍ଷଣ ସାମଗ୍ରୀ ଓ ଶିଶୁପି ୟ ଖେଳନା ତିଆରି କରିବେ । ନୂଆ ଅରୁଣିମାର ବିଭିନ୍ନ ବିଷୟ ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିବା ସହିତ ଡି.ଭି.ଡି. (DVD) ପ୍ରଦର୍ଶିତ କରିବେ। ଅଣଆନୁଷ୍ଠାନିକ ଶିକ୍ଷା ପଦ୍ଧତି ଏବଂ ଖେଳକୁଦ ମାଧ୍ୟମରେ ଶିକ୍ଷାର ପ୍ରାଧାନ୍ୟକୁ ମାତାପିତା, ଅଭିଭାବକ ଓ ଗୋଷ୍ଠୀକୁ ଜଣାଇବେ । ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଇବେ । ନୂଆ ଅରୁଣିମାର ସେହି ମାସର ବିଷୟରେ ଆଲୋଚନା କରିବେ । ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସରେ କେଉଁମାନେ ସଂପୃକ୍ତି ହେବେ ଅଙ୍ଗନୱାଡି କର୍ମୀ ଓ ଅଙ୍ଗନୱାଡି ସହାୟିକା ସୁପରଭାଇଜର ଓ ଶିଶୁ ବିକାଶ ମଣ୍ଡଳ ଅଧିକାରୀ ୦-୬ ବର୍ଷ ମଧ୍ୟରେ ସମସ୍ତ ଶିଶୁଙ୍କ ମାତାପିତା ଓ ଅଭିଭାବକ ଗୋଷ୍ଠୀଭି ଭିକ ଅନୁଷ୍ଠାନର ସଦସ୍ୟ (ଗ୍ରାମ ଶିକ୍ଷା କମିଟି, ମାତୃକମିଟି, ଯାଞ୍ଚ କମିଟି, ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା) ଆଞ୍ଚଳିକ ବେସରକାରୀ ସଂସ୍ଥାର ସଦସ୍ୟ (ଏନ୍.ଜି.ଓ.ର କର୍ମକର୍ତ୍ତା, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଯେଉଁମାନେ ଇ.ସି.ସି.ଇ. ସମ୍ବନ୍ଧୀୟ କାମ କରୁଥିବେ) ନିର୍ବାଚିତ ଲୋକ ପ୍ରତିନିଧ୍ଵ ( ସରପଞ୍ଚ, ସମିତି ସଭ୍ୟ ସଭ୍ୟ, ୱାର୍ଡ ର ସଭ୍ୟସଭ୍ୟ) ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ / ନର୍ସରୀ ବିଦ୍ୟାଳୟ ଶିକ୍ଷକ । ଅଂଚଳରେ ଥିବା ଇ.ସି.ସି.ଇ. ତାଲିମପ୍ରାପ୍ତ ବ୍ୟକ୍ତି ଜେଜେ ବାପା, ଜେଜେ ମାଆ ଓ ଗାଁର ଅନ୍ୟ ବୟସ୍କ ବ୍ୟକ୍ତି । ଆଞ୍ଚଳିକ ବା ଗାଁ ସ୍ତରୀୟ କଳାକାର (ଦାସକାଠିଆ, ପାଲା, ଲୋକନୃତ୍ୟ) ଗ୍ରାମ ବା ଗୋଷ୍ଠୀର ମୁଖିଆ ବ୍ୟକ୍ତି ବା ପାରମ୍ପରିକ ମୁଖିଆ ସୁପରଭାଇଜର ପରିଦର୍ଶିକା ଓ ଶିଶୁ ବିକାଶ ମଣ୍ଡଳ ଅଧିକାରୀ (ତ୍ରୈୟବାର୍ଷିକ ଓ ଅର୍ଶ ବାର୍ଷିକ ଦିବସ) ଯୁବକ ସଂଘ / ନେହେରୁ ଯୁବ କେନ୍ଦ୍ରର ପ୍ରତିନିଧି ସ୍ଵାସ୍ଥ୍ୟ କର୍ମୀ (ଆଶା, ମହିଳା ସ୍ଵାସ୍ଥ୍ୟ କର୍ମୀ, ମହିଳା ସ୍ଵାସ୍ଥ୍ୟ ପରିଦର୍ଶିକା)- ଅଦ୍ଧବାର୍ଷିକ ଇ.ସି.ସି.ଇ. ଦିନ କିଶୋରୀ ବାଳିକା । ଅନ୍ୟ ଯେକୌଣସି ବ୍ୟକ୍ତି ମାସିକ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସରେ ମାତାପିତା, ଅଭିଭାବକ ଗୋଷ୍ଠୀ ସହିତ ହେବାକୁ ଥିବା ଆଲୋଚ୍ୟ ବିଷୟବସ୍ତୁ ନିମ୍ନଲିଖିତ ବିଷୟ ବସ୍ତୁଗୁଡିକ ପ୍ରତ୍ୟେକ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସରେ ସମୟାନୁକ୍ରମେ ଆଲୋଚନା କରାଯିବ: ଜାନୁୟାରୀ ଖେଳ ଦିବସ : ଶିଶୁର ଅଭିବୃଦ୍ଧିରେ ଖେଳର ଗୁରୁତ୍ଵ ଓ ବିଭିନ୍ନ ଖେଳରେ ଅଂଶଗ୍ରହଣ । ଫ୍ରେବୃୟାରୀ ଆଦ୍ୟ ଶୈଶବରେ ପ୍ରାକ୍-ଉଦ୍ଦୀପନାର ଭୂମିକା (୦ ରୁ ୩ ବର୍ଷ) ଓ (୩ ରୁ ୬ ବର୍ଷ) ମାର୍ଚ୍ଚ ବାତ୍ସଲ୍ୟମେଳା: ଶିଶୁର ମା’, ବାପା, ଅଭିଭାବକମାନଙ୍କ ଉପସ୍ଥିତିରେ ପିଲାମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଗୀତ, ନାଚ, ଗଳ୍ପ, ରଙ୍ଗ କରିବା, ଖେଳ ଓ ଅନ୍ୟାନ୍ୟ ଶିଶୁ ପ୍ରିୟ କାର୍ଯ୍ୟର ଅଭ୍ୟାସ ଏପ୍ରିଲ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ସହଯୋଗ କରିବା, ଖାଦ୍ୟ ପ୍ରସ୍ତୁତି କରିବା ଏବଂ ବାଢିବାରେ ସାହାଯ୍ୟ କରିବା ଆବଶ୍ୟକ ସ୍ଥଳେ ଶିଶୁମାନଙ୍କ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ କରିବାରେ ସହଯୋଗ କରିବା ମଇ ପ୍ରାକ୍ ଶୈଶବରେ ଶିଶୁର ଅଭିବୃଦ୍ଧି ବିକାଶର ମାଇଲଖୁଣ୍ଟ (ଦିବ୍ୟାଙ୍ଗ / ଭିନ୍ନକ୍ଷମ ଶିଶୁ ଚିହ୍ନଟୀକରଣ) MCPC ର ଆଲୋଚନା ଜୁନ ଶିଶୁ ଖେଳନା ବ୍ୟାଙ୍କ ପ୍ରସ୍ତୁତି – ଘରେ ଥିବା ଅନାବଶ୍ୟକ ଖେଳନା ( ଶିଶୁ ଖେଳିବା ଉପଯୋଗୀ) ଉପକରଣ କେନ୍ଦ୍ରକୁ ଶିଶୁ ଖେଳିବା ନିମନ୍ତେ ଦେବ । ଶିଶୁ ପାଣ୍ଠି କରିବା, ନିଜ ଅଞ୍ଚଳରେ ମିଳୁଥିବା ଜିନିଷଗୁଡିକ କେନ୍ଦ୍ରର ଶିଶୁ ଖେଳନା ପାଇଁ ଉତ୍ସର୍ଗୀକୃତ କରିବା । ନୂଆ ଅରୁଣିମାର ସିଡ଼ି ପ୍ରଦର୍ଶନ ଜୁଲାଇ ଆଦ୍ୟ ଶୈଶବ ଯତ୍ନର ଗୁରୁତ୍ଵ ଓ ମସ୍ତିଷ୍କ ବିକାଶ ଅଗଷ୍ଟ ଅଣଆନୁଷ୍ଠାନିକ ପ୍ରାକ୍ ବିଦ୍ୟାଳୟର ଗୁରୁତ୍ଵ (ମାତାପିତା, ଅଭିଭାବକ ଓ ଗୋଷ୍ଠୀର ସହଯୋଗରେ ଶିଶୁପ୍ରିୟ ଖେଳନା କଣ୍ଢେଇ ପ୍ରସ୍ତୁତ କରିବା) ସେପ୍ଟେମ୍ବର ତ୍ରୟମାସିକ ଶିଶୁ ବିକାଶ ମୂଲ୍ୟାୟନ – ମୋ ବିକାଶପତ୍ର ଆଲୋଚନା ଅକ୍ଟୋବର ଜେଜେ ମା’ ଓ ଜେଜେ ବାପା ଦିବସ (ବାର୍ଷିକ ଉତ୍ସବ) ନଭେମ୍ବର ଶିଶୁ ଦିବସ ପାଳନ ଡ଼ିସେମ୍ବର ପରିଷ୍କାର ଓ ପରିଚ୍ଛନ୍ନତା ଦିବସ (ସ୍ଵଚ୍ଛ ଅଙ୍ଗନୱାଡି କେନ୍ଦ୍ର) ପ୍ରତି ମାସରେ ପିଲାମାନେ ଅଭ୍ୟାସ କରୁଥିବା ‘ସୁ-ଅଭ୍ୟାସ’ (ନିଜେ ସାବୁନରେ ହାତ ଧୋଇ ଖାଇବା, ଶିଶୁକୁ ସ୍ଵତନ୍ତ୍ର ଗିନାରେ ଖୁଆଇବା, ଶିଶୁକୁ ଉଷୁମ ଖାଦ୍ୟ ଦେବା, ଶିଶୁ ପ୍ରତ୍ୟେକ ଦିନ ସଫାସୁତରା ପ୍ରତି ଧ୍ୟାନ ଦେବା ଇତ୍ୟାଦି) ଆଲୋଚନା ହେବ। ପ୍ରତି ମାସରେ ପିଲାମାନେ କରିଥିବା ପୂର୍ବ ମାସର ଅଭ୍ୟାସ ପୁସ୍ତିକା, ପୂର୍ବ ମାସରେ ବ୍ୟବହାର କରାଯାଇଥିବା ଖେଳ ଉପକରଣ କଣ୍ଡେଇ, ଅଭ୍ୟାସ ହୋଇଥିବା ବିଭିନ୍ନ ଖେଳ, ଗୀତ ଓ ନାଚର ପ୍ରଦର୍ଶନ। ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଭୂମିକା ବିଷୟ / କାର୍ଯ୍ୟ ଭୂମିକା ଇ.ସି.ସି.ଇ. ଦିବସର ସ୍ଥାନକୁ ପ୍ରସ୍ତୁତ ରଖିବା ଏବଂ ଯଦି ଅଙ୍ଗନୱାଡି କେନ୍ଦ୍ରରେ ପର୍ଯ୍ୟାପ୍ତ ସ୍ଥାନ ନଥାଏ, ତାହାହେଲେ ନିକଟସ୍ଥ ପଞ୍ଚାୟତ ଗୃହ, ଗାଁ କୋଠଘର, ଏସ୍.ଏଚ୍.ଜି. ଘର ବା ରାଜୀବ ଗାନ୍ଧୀ ସେବା ଗୃହରେ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରିବେ । ଅଙ୍ଗନୱାଡି କର୍ମୀ ଗୃହର ଭିତର ଓ ବାହାର ପରିଷ୍କାର ରଖିବା ସହିତ ପାଇଖାନା ସଫା ରଖିବା, ପିଇବା ପାଣିର ବ୍ୟବସ୍ଥା କରିବା, ପିଲାମାନଙ୍କ ପରିଷ୍କାର ଓ ପରି ଛନ୍ନତା ପ୍ରତି ଦୃଷ୍ଟି ଦେବା । ଅଙ୍ଗନୱାଡି କର୍ମୀ / ସହାୟିକା ଗାଁ ଲୋକମାନଙ୍କୁ ଇ.ସି.ସି.ଇ. ଦିବସର ସ୍ଥାନ ଏବଂ ସମୟ ବିଷୟରେ ପୂର୍ବ ଦିନରୁ ଜଣାଇବା ସହିତ ଯୋଗଦେବା ପାଇଁ ପ୍ରବର୍ତ୍ତାଇବା। ଅଙ୍ଗନୱାଡି କର୍ମୀ ଗାଁରେ ଥିବା ସମସ୍ତ ରୁ ୬ ବର୍ଷ ବୟସର ପିଲାଙ୍କ ତାଲିକା ପ୍ରସ୍ତୁତ କରିବା । ଅଙ୍ଗନୱାଡି କର୍ମୀ ଇ.ସି.ସି.ଇ. ଦିବସ ପାଳନର କାର୍ଯ୍ୟସାରଣୀ ଅନୁଯାୟୀ କେଉଁ କାର୍ଯ୍ୟକ୍ରମକୁ କାହା ପରେ କରିବ ତାହା ନିର୍ଦ୍ଧାରଣ କରିବା । ଅଙ୍ଗନୱାଡି କର୍ମୀ ଆଦ୍ୟ ଶୈଶବ ଯତ୍ନ ଓ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ନିମନ୍ତେ ବ୍ୟବହାର ହେଉଥିବା ଶିଶୁ ପ୍ରିୟ ସାମଗ୍ରୀ ଯୋଗାଡ କରିବା ଓ ପ୍ରଦର୍ଶନ କରିବା । ଅଙ୍ଗନୱାଡି କର୍ମୀ / ସହାୟିକା ଜେଜେବାପା, ଜେଜେମାଆ, ମୁଖ୍ୟତଃ ଜେଜେ ମାଆ ମାନଙ୍କୁ ଇ.ସି.ସି.ଇ. ଦିବସରେ ଯୋଗ ଦେବା ପାଇଁ ଉତ୍ସାହିତ କରିବା । ଅଙ୍ଗନୱାଡି କର୍ମୀ ଅନ୍ୟ ଅଙ୍ଗନୱାଡି କେନ୍ଦ୍ର ବା ପ୍ରକଳ୍ପରେ ଥିବା ସୁ -ଅଭ୍ୟାସଗୁଡିକୁ ଆଲୋଚନା କରିବା । ଅଙ୍ଗନୱାଡି କର୍ମୀ / ସହାୟିକା ସମସ୍ତ ଶିଶୁ ଓ ଜନ୍ମରୁ ୩ ବର୍ଷ ବୟସର ଶିଶୁଙ୍କର ପିତା, ମାତା ଓ ଅଭିଭାବକ ଏବଂ ଗୋଷ୍ଠୀର ଅନ୍ୟମାନଙ୍କୁ ଯୋଗଦେବା ପାଇଁ ଆମନ୍ତ୍ରଣ କରିବେ। ଅଙ୍ଗନୱାଡି କର୍ମୀ / ସହାୟିକା ଏହି ଦିବସର ବିବରଣୀ ଓ ତିଆରି ହୋଇଥିବା କଣ୍ଢେଇର ତାଲିକା ପ୍ରସ୍ତୁତ କରାଯିବ । ଅଙ୍ଗନୱାଡି କର୍ମୀ ଅଙ୍ଗନୱାଡ଼ି ରେ ଶିଶୁମାନେ କରିଥିବା କାର୍ଯ୍ୟକୁ ପ୍ରଦର୍ଶନ କରିବା (ଯଥା - ଅଭ୍ୟାସ ପୁସ୍ତିକା, ଖେଳ ସାମଗ୍ରୀ ଇତ୍ୟାଦି) ଅଙ୍ଗନୱାଡି କର୍ମୀ ଶିଶୁ ବିକାଶ ଯୋଜନା ଅଧିକାର (ସି.ଡି.ପି.ଓ.) ଏବଂ ସୁପରଭାଇଜର / ପରିଦର୍ଶକାଙ୍କ ନିର୍ଦ୍ଧାରିତ ଇ.ସି.ସି.ଇ. ଦିନରେ ଭୂମିକା ସମସ୍ତ କେନ୍ଦ୍ରରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳନ ସୁନିଶ୍ଚିତ କରିବା । ଯଦି କୌଣସି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ଛୁଟିରେ ଥିବେ, ତାହେଲେ ସେହି ଜାଗାରେ ଅଧିବେଶନକୁ ସହାୟିକା ପରିଚାଳନା କରିବା ପାଇଁ ଯୋଜନା କରିବା। ଠିକ୍ ସମୟରେ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ପ୍ରାକ୍-ବିଦ୍ୟାଳୟ ଉପକରଣ, କାର୍ଯ୍ୟକ୍ରମ ସମ୍ବନ୍ଧିୟ ପୁସ୍ତିକାବଳୀ, ଦକ୍ଷତା ମୂଲ୍ୟାଙ୍କନ କାର୍ଡ ଇତ୍ୟାଦି ବାବଦକୁ ଯୋଗାଉଥିବା ଅର୍ଥ ପ୍ରଦାନ ଓ ଏହାର ବିନିଯୋଗ ସୁନିଶ୍ଚିତ କରିବା । ଆବଶ୍ୟକ ସ୍ଥଳରେ ଲୋକ ନୃତ୍ୟ କିମ୍ବା ଦୃଶ୍ୟ, ଶ୍ରବ୍ୟ ଯନ୍ତ୍ରର ଯୋଗାଣ ସମ୍ବନ୍ଧରେ ସୁନିଶ୍ଚିତ କରିବା। ଏତଦ୍ବ୍ୟତୀତ ପ୍ରତ୍ୟେକ ମାସରେ ଇ.ସି.ସି.ଇ. ଅଧିବେଶନକୁ ଯାହା ଆଲୋଚନା ହେଉଛି ଏବଂ ପ୍ରଦର୍ଶିତ ହେଉଛି ସେହି ସବୁ ବିଷୟରେ ସବିଶେଷ ଆଲୋଚନା କରିବା । ବୈଠକରେ ଅଙ୍ଗନୱାଡି କେନ୍ଦ୍ରସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଆଲୋଚନା କରାଯିବ। ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କର ଭୂମିକା ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ଗୋଟିଏ ଗୋଷ୍ଠୀ ସହଯୋଗୀ ଭିତ୍ତିକ କାର୍ଯ୍ୟକ୍ରମ ହୋଇ ଥିବାରୁ ପ୍ରତ୍ୟେକ ଅଧିବେଶନକୁ (ପ୍ରତି ମାସରେ) ସରପଞ୍ଚ ଓ ପଞ୍ଚାୟତ ସଭ୍ୟ/ସଭ୍ୟଙ୍କ ଉପସ୍ଥିତି ଓ ସହଯୋଗ ନିହାତି ଆବଶ୍ୟକ । ଅବେଶନଟି କେଉଁ ସ୍ଥାନରେ କରାଯିବ ତାହା ସୁନିଶ୍ଚିତ କରାଇବା ଏବଂ ତତ୍ସହିତ ପାନୀୟ ଜଳ, ବସିବା ସ୍ଥାନ ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଅଙ୍ଗନୱାଡି କର୍ମୀ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ । ଗ୍ରାମରେ ଶିଶୁମାନଙ୍କର ସଠିକ୍ ବୃଦ୍ଧି ଓ ବିକାଶ ବିଷୟରେ ଆଲୋଚନା କରିବା ସହିତ ଆବଶ୍ୟକ ସହାୟତା ପ୍ରଦାନ କରିବେ । ସ୍ଥିରୀକୃତ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସର ପ୍ରତ୍ୟାଶିତ ଫଳାଫଳ ସ୍ଥିରୀକୃତ ମାସିକ ପ୍ରାକ୍ ଶୈଶବ ଯନ୍ନ ଓ ଶିକ୍ଷା ଦିବସ ନିୟମିତ ଭାବେ ନିୟମାବଳୀ ଅନୁସାରେ ପାଳନ କରାଗଲେ ନିମ୍ନୋକ୍ତ ଫଳାଫଳ ହାସଲ କରାଯାଇ ପାରିବ। ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଶିଶୁମାନଙ୍କର ପଞ୍ଜିକରଣ । ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସର ଗୁରୁତ୍ଵ ବାବଦରେ ଗୋଷ୍ଠୀକୁ ଜଣାଇବା ଓ ସେମାନଙ୍କର ସହଯୋଗ ସୁନିଶ୍ଚିତ କରିବା । ସ୍ଥାନୀୟ ବା ସେହି ଅଞ୍ଚଳରେ ମିଳୁଥିବା ଶିଶୁ ପ୍ରିୟ ଖେଳନା, ଗୀତ, ଗପ ଇତ୍ୟାଦିର ବ୍ୟବହାର ବିଷୟରେ ସଚେତନ କରାଇବା । ଶିଶୁମାନଙ୍କର ଦକ୍ଷତା ବୃଦ୍ଧି ବିଷୟରେ ସୂଚନା ଦେବା ନିମନ୍ତେ ଶିଶୁ ବିକାଶ ମୂଲ୍ୟାଙ୍କନ କାର୍ଡ ଏବଂ ଅଭ୍ୟାସ ପୁସ୍ତିକାକୁ ଅଭିଭାବକମାନଙ୍କ ପାଖରେ ପ୍ରଦର୍ଶିତ କରିବା। ନିଜ ଅଞ୍ଚଳର ଶିଳ୍ପୀମାନଙ୍କୁ ଡାକି ତାଙ୍କ ଦ୍ଵାରା ବିନା ମୂଲ୍ୟରେ ଏବଂ କମ୍ ମୂଲ୍ୟରେ ମିଳୁଥିବା ବିଭିନ୍ନ ସାମଗ୍ରୀରେ ଶିକ୍ଷଣ ସାମଗ୍ରୀ ଏବଂ ଶିଶୁ ପ୍ରିୟ ଖେଳନା ପ୍ରସ୍ତୁତ କରାଇବା । ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ଦିବସରେ ମାତାପିତା, ଅଭିଭାବକ, ଗୋଷ୍ଠୀ, ଯାଞ୍ଚ କମିଟି, ମାତୃ କମିଟିର ଅଂଶଗ୍ରହଣକୁ ବୃଦ୍ଧି ନିମନ୍ତେ ଉତ୍ସାହିତ କରିବା । ଅଙ୍ଗନୱାଡି କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟ ପିଲାମାନଙ୍କର ଉପସ୍ଥିତି ବଢାଇବା । ଦିବ୍ୟାଙ୍ଗ ଶିଶୁଙ୍କୁ ଏହି ଦିବସରେ ସାମିଲ କରିବା । ପିଲାମାନଙ୍କ ପାଇଁ ସୁସ୍ଥ ବା ଭଲ ଅଭ୍ୟାସ ଆପଣେଇବାର ଆବଶ୍ୟକତାକୁ ବୁଝିବା । ବିଭିନ୍ନ ସ୍ଥିରୀକୃତ ଦିବସ ପାଳନ କରିବା । ଗୋଷ୍ଠୀ ସହଯୋଗରେ ବିଭିନ୍ନ ଶିଶୁ ପ୍ରଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ସହ ଅଙ୍ଗନୱାଡି କେନ୍ଦ୍ର ରେ ‘ଖେଳନା ବ୍ୟାଙ୍କ’ ତିଆରି ନିଶ୍ଚିତ କରିବା । ନୂଆ ଅରୁଣିମାର ସମସ୍ତ କାର୍ଯ୍ୟକ୍ରମଗୁଡିକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କ ସହଯୋଗ ନେବା। ମାତାପିତା, ଅଭିଭାବକ ଓ ଗୋଷ୍ଠୀ ଶିଶୁଙ୍କର ବୃଦ୍ଧି ଓ ବିକାଶର ଗୁରୁତ୍ଵ ବୁଝିବା । ଆଦ୍ୟ ଶୈଶବ ଯତ୍ନ ଶିକ୍ଷା ଦିବସର ପରିଦର୍ଶନ ଏବଂ ତଦାରଖ କରିବା ନିମନ୍ତେ ବ୍ୟବସ୍ଥା ଆଦ୍ୟ ଶୈଶବ ଯତ୍ନ ଶିକ୍ଷା ଦିବସର ଗୁରୁତ୍ଵକୁ ଆଖିରେ ରଖି ସମନ୍ୱିତ ଶିଶୁ ବିକାଶ ବିଭାଗର ରାଜ୍ୟ, ଜିଲ୍ଲା, ପ୍ରକଳ୍ପ ଓ ଅଙ୍ଗନୱାଡି ସେକ୍ଟର ସ୍ତରୀୟ ବୈଠକରେ କାର୍ଯ୍ୟକ୍ରମ ସ୍ଥିତି ସମ୍ବନ୍ଧରେ ଆଲୋଚନା କରାଯିବା ସହିତ ସମୀକ୍ଷା ଓ ତଦାରଖ ବିଷୟରେ ଅନୁଧ୍ୟାନ କରାଯିବ। ଅଙ୍ଗନୱାଡି କେନ୍ଦ୍ର ସ୍ତରୀୟ ତଦାରଖ ଏବଂ ସହଯୋଗ କମିଟି ବୈଠକ ସ୍ତରରେ ମଧ୍ୟ ସମୀକ୍ଷା କରାଯିବ। ଆଧାର – ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡିଶା ସରକାର