ବର୍ଣ୍ଣମାଳା ଲେଖିବା ଶିକ୍ଷା ପୂର୍ବରୁ ଆବଶ୍ୟକ ଅଭ୍ୟାସ ପ୍ରଥମେ ଶ୍ରେଣୀ ପିଲାମାନଙ୍କୁ ଆରମ୍ଭ ହଠାତ ଅକ୍ଷର ଶିକ୍ଷା ଦିଅନ୍ତୁ ନାହିଁ । ଅକ୍ଷର ଲିଖନ ବା ସଂଖ୍ୟା ଲିଖନ ପ୍ରକୃତରେ ୩ ମାସ ପରେ ଆରମ୍ଭ ହେବା ଦରକାର । ପ୍ରଥମେ ପିଲାମାନେ ଗାର ଟାଣିବା ଅଭ୍ୟାସ କରିବା ଦରକାର । କାଦୁଅ / ଓଦା ମାଟିରେ କାଠି ଓ ଆଙ୍ଗୁଳି ସାହାଯ୍ୟରେ ଗାର ଟାଣିବାକୁ କୁହନ୍ତୁ । ଶ୍ରେଣୀ ଗୃହର ୪ କାନ୍ଥରେ ଭୂମିଠାରୁ ୩ ଫୁଟ ଉଚ୍ଚତାରେ କରାଯାଇଥିବା କଳାପାଟରେ ଚକ ସାହାଯ୍ୟରେ ଗାର ଟାଣିବାକୁ କୁହନ୍ତୁ । ଏଭଳି କଳାପଟା କେତେକ ଜିଲାରେ ପ୍ରାଥମିକ ସ୍କୁଲରେ ତିଆରି କରାଯାଉଛି । ଏପରି କଳାପଟାର ଉଚ୍ଚତା ୩ ଫୁଟ ହେବା ଉଚିତ ॥ ଭୂମିଠାରୁ ୧ ଫୁଟ ଛାଡି ଏହା ନିର୍ମାଣ କରାଯିବ । ପିଲାମାନଙ୍କର ଅଭ୍ୟାସ ଓ ସୃଜନାତ୍ମକ ବିକାଶ ପାଇଁ ଏପରି କରାଯାଉଛି । ସେମାନଙ୍କୁ କଳାପଟାରେ ଲେଖିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ । ପଥର / ଚକ ସାହାଯ୍ୟରେ ଚଟାଣରେ ଚିତ୍ର ଅଭ୍ୟାସ କରାଯାଇପରେ । ଛୋଟ ଗୋଡି , ବାଲିଗରଦା , କାଠି ବା ପତ୍ର ସାହାଯ୍ୟରେ ବିଭିନ୍ନ ଆକାର ପ୍ରକାରର ରେଖାଚିତ୍ର ଉପରେ ସଜାଇ ରଖାଯାଇପରେ । ପ୍ରତ୍ୟେକ ପିଲାଙ୍କୁ କିଛି ନା କିଛି ଲେଖିବା ପାଇଁ ସୁଯୋଗ ଦେବା । ପିଲାଙ୍କୁ ଶିଖାଇବାର କୌଶଳ ଗୋଟିଏ ରେଖାଚିତ୍ର ସଂପୂର୍ଣ୍ଣ ରୂପେ ଆୟତ୍ତ କରିବା ପରେ ଅନ୍ୟ ରେଖାଚିତ୍ର ଅଭ୍ୟାସ କରାଇବା ଭଲ । ତରବର ହେବା ଉଚିତ ନୁହେଁ । ପ୍ରତ୍ୟେକ ପିଲା ତାର ନିଜର ଗତି ଅନୁସାରେ ଗୋଟିଏ ଷ୍ଟ୍ରୋକ ସଂପୂର୍ଣ୍ଣ ରୂପେ ହାସଲ କାଳପରେ ଅନ୍ୟ ଷ୍ଟ୍ରୋକ ଅଭ୍ୟାସ କରିବ । ଭଲ ଲେଖି ନ ପାରିବା ପାଇଁ ଦଣ୍ଡ ବା ଅପମାନ ଦେବା ଉଚିତ ନୁହେଁ । ହସ୍ତଲିଖନ ପ୍ରତିଯୋଗୀତା ଓ କୃତି ଛାତ୍ର , ଛାତ୍ରୀଙ୍କୁ ପୁରୁଷକାର ମାଧ୍ୟମରେ ଭଲ ଲେଖିବା ପାଇଁ ଉତ୍ସାହିତ କରିବା ଉଚିତ । ପ୍ରଚେଷ୍ଟା ଦ୍ଵାରା ଭଲ ଲେଖିପାରୁଥିବା ଛାତ୍ର , ଛାତ୍ରୀଙ୍କ ଉଦାହରଣ ଦେଇ ସଭିଙ୍କୁ ସେଭଳି ପ୍ରୟୋଗ କରିବା ପାଇଁ ଉତ୍ସାହିତ କରିବା ଉଚିତ । ଭଲ ଲେଖିବା ପାଇଁ ଉଦ୍ୟମ କରୁଥିବା ପିଲାମାନଙ୍କୁ ପ୍ରଶଂସା କରିବା ଦ୍ଵାରା ସେମାନଙ୍କ ମନବଳ ଦୃଢ ହେବ । ପିଲାମାନଙ୍କ ନିଜ ହାତ ଲେଖା ଚିତ୍ର , କବିତା କ୍ଷୁଦ୍ରଗଳ୍ପକୁ କାନ୍ଥରେ ଲଗାଇ ଅନ୍ୟମାନଙ୍କୁ ସେଭଳି ଲେଖିବା ପାଇଁ ଉତ୍ସାହିତ କରିବା ଉଚିତ । ଆଧାର : ପୋର୍ଟାଲ ଟିମ