କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୁହିକ ମୂଲ୍ୟବୋଧରେ ଥିବା ପରିପକ୍ଵତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି । ଆଚାର ଓ ବ୍ୟବହାର , ଖାଦ୍ୟ ଓ ପୋଷାକ , ଭାଷା ଓ ସାହିତ୍ୟ ଶିକ୍ଷା ଓ ଜ୍ଞାନ, ବିଜ୍ଞାନ , ଓ ବୈଷୟିକ ବିଦ୍ୟା , ଧର୍ମ ଓ ବିଶ୍ଵାସ , ପ୍ରଥା ଓ ପରମ୍ଫରା, ପର୍ବପର୍ବାଣି ଓ ରୀତିନୀତି , ନୃତ୍ୟ ଓ ସଂଗୀତ , ଏବଂ କଳା ଓ ସ୍ଥାପତ୍ୟ ହେଉଛି ସଂସ୍କୃତିର ଉପାଦାନ । ଯେଉଁ ଦେଶରେ ସଂସ୍କୃତି ସେତିକି ମହାନ । ଏହି ପରିପ୍ରେକ୍ଷରେ ଭାରତୀୟ ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର । ଏହାର ଏକ ସ୍ଵତନ୍ତ୍ର ରହିଛି ଏବଂ ସେହି ସ୍ଵତନ୍ତ୍ର ହିନ ଭାରତୀୟ ସଂସ୍କୃତି ପରିଚୟ । ଭାରତୀୟ ସଂସ୍କୃତିର ସ୍ଵାତନ୍ତ୍ର ଆଲୋଚନା କରିବା ପୂର୍ବରୁ ଏହାର ବୈଶିଷ୍ଟ୍ୟ ଗୁଡିକ ଜାଣିବା ଆବଶ୍ୟକ ।

ଭାରତୀୟ ସଂସ୍କୃତି ବୈଶିଷ୍ଟ୍ୟ

୧. ପ୍ରାଚୀନତା

ଖ୍ରୀଷ୍ଟପୂର୍ବ ପ୍ରାୟ ୩୦୦୦ ମସିହାରେ ଭାରତୀୟ ଉତ୍ତର ପଶ୍ଚିମରେ ଗଢି ଉଠିଥିବା ସିନ୍ଧୁ ସଭ୍ୟତାରୁ ଭାରତର ଏକ ନିୟମିତ ସଂସ୍କୃତିର ଉଦ୍ଭଡ ହୋଇଥିଲା । ଏହି ସଂସ୍କୃତିର ଉନ୍ନତ ସହରୀ ଜୀବନ , ପରିମଳ ବ୍ୟବସ୍ଥା , ପୋଷାକ ପରିଚ୍ଛେଦ , ଖାଦ୍ୟପେୟ , କୃଷି ବାଣିଜ୍ୟ , ଶିଳ୍ପକଳା , ବୈଜ୍ଞାନିକ ଜ୍ଞାନ , ବାସଗୃହ , ଧାର୍ମିକ ଚେତନା ତଥା ଆମୋଦ ପ୍ରମୋଦ ପ୍ରାୟତଃ ଭାରତୀୟ ସଂସ୍କୃତିର ମୂଳଦୁଆ ସ୍ଥାପନ କରିଥିଲା । ଏହାପରେ ପରେ ବୈଦିକ ସଭ୍ୟତା ସମୟରେ ଭାରତୀୟ ସଂସ୍କୃତିରେ ଆଧ୍ୟାତ୍ମିକ ଜ୍ଞାନ ଓ ସାମାଜିକ ଚେତନା ପ୍ରବେଶ କଲା । ବେଦ ମାଧ୍ୟମରେ ଭାରତୀୟ ସଂସ୍କୃତିରେ ନୂତନ ଶିକ୍ଷା,ଜ୍ଞାନ, ଦର୍ଶନ, ଓ ଧର୍ମଚେତନା ପ୍ରବେଶ କରି ଏହାକୁ ଅଧିକ ଋଦ୍ଧିମନ୍ତ କଲା । ସିନ୍ଧୁ ସଭ୍ୟତାର ଦ୍ରାବିଡମାନଙ୍କ ସ୍ଥାନରେ ବୈଦିକ ଯୁଗର ଆର୍ଯ୍ୟମାନେ ଭାରତରେ ବସତି ସ୍ଥାପନ କରି କୃଷି ଓ ପଶୁ ପାଳନ ଭଳି ଜୀବିକା ନିର୍ବାହର ପନ୍ଥା , ଏକ ନିର୍ଦ୍ଧିଷ୍ଟ ଶାସନ ପ୍ରଣାଳୀ ଏବଂ ଏକ ସଂଗଠିତ ରାଜନୈତିକ ଓ ସାମାଜିକ ବ୍ୟବସ୍ଥା ପ୍ରଚଳନ କରିବା ସହିତ ଭାରତୀୟ ସଂସ୍କୃତିକୁ ଆହୁରି ଉନ୍ନତ କରିଥିଲେ । ସିନ୍ଧୁ ସଭ୍ୟତା ଓ ବୈଦିକ ସଭ୍ୟତାର ସଂସ୍କୃତି ଭାରତୀୟ ସଂସ୍କୃତିର ମୂଳ ଉତ୍ସ । ଏହିପରି ଭାରତର ସଂସ୍କୃତି ପ୍ରାୟ ପାଞ୍ଚହଜାର ବର୍ଷଠାରୁ ଅଧିକ ପୁରାତନ ।

୨. ନୀରବଛିନ୍ନତା

ବିଶ୍ଵର ଅନେକ ଦେଶର ମୂଳ ସଂସ୍କୃତି ସମୟକ୍ରମେ ଲୋପ ପାଇଯାଇଛି । କିନ୍ତୁ ଭାରତୀୟ ସଂସ୍କୃତି ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ନୀରବଚ୍ଛିନ୍ନ ଭାବରେ ଅଗ୍ରଗତି କରିଚାଲିଛି । ଭାରତର ସଂସ୍କୃତି ଏହାର ମୂଳ ଉପାଦାନଗୁଡିକ ଭିତ୍ତିକରି ସେଗୁଡିକର ସୁରକ୍ଷା କରିବା ସହିତ କ୍ରମେ କ୍ରମେ ଅଧିକ ଉନ୍ନତି କରୁଛି । ପ୍ରାଚୀନଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଅଞ୍ଚଳରୁ ଆସି ବିଭିନ୍ନ ଜାତି ଓ ଧର୍ମର ଅଧିବାସୀ ଭାରତରେ ବସତି ସ୍ଥାପନ କରିଥିଲେ ସୁଦ୍ଧା ଏହାର ସଂସ୍କୃତିର ମୂଳଭିତ୍ତି କେବେ ହେଲେ ଉପେକ୍ଷିତ ହୋଇନାହିଁ ବରଂ ପରସ୍ପର ମଧ୍ୟରେ ପ୍ରତିଯୋଗୀତା ଣ କରି ସହଯୋଗୀତାରେ ଭାରତୀୟ ସଂସ୍କୃତି ଉନ୍ନତ ଓ ପ୍ରଶସ୍ତ ହୋଇଛି ।

୩. ଉଦାରତା

ବହୁ ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତି କେବେ ରକ୍ଷଣାଶୀଳ ହୋଇନାହିଁ । ଏହା ନିଜର ମୌଳିକ ଉପାଦାନଗୁଡିକ ସହିତ ବିଭିନ୍ନ ସମୟରେ ବିନା ଦ୍ଵିଧାରେ ଭିନ୍ନଭିନ୍ନ ମତବାଦ , ଧର୍ମବିଶ୍ଵାସ , ଭାଷା , ପ୍ରଥା , ପରମ୍ଫରା ପ୍ରଭୃତିକୁ ଉଦାରତା ସହିତ ଗ୍ରହଣକରି ନିଜକୁ ବଳିଷ୍ଠ କରିଛି । ବୈଦିକ ଯୁଗରୁ ବ୍ରହ୍ମଣ୍ୟଧର୍ମର ପ୍ରାଧାନ୍ୟ ରହିଥିବା ସତ୍ତ୍ୱେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀରେ ଅଭିଭୂର୍ତ ଜୈନଧର୍ମ ଓ ବୌଦ୍ଧଧର୍ମର ନୀତିଗୁଡିକ ଭାରତୀୟ ସମାଜ ଓ ସଂସ୍କୃତିରେ ଗ୍ରହଣ କରାଗଲା ।

ଏପରିକି ସେ ସମୟର କେତେକ ରାଜ୍ୟରେ ଏହି ନୂତନ ଧର୍ମ ରାଷ୍ଟ୍ର ରୂପେ ଗୃହିତ ହୋଇଥିଲା । ଭାରତରେ ଇସଲାମ ଧର୍ମର ପ୍ରବେଶ ପରେ ହିନ୍ଦୁ ଓ ଇସଲାମ ଧର୍ମର ସମନ୍ୱିତ ଏବଂ ଉଭୟ ଧର୍ମାବଲମ୍ବିଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଭାରତୀୟ ସଂସ୍କୃତିର ଉଦାରତା ପ୍ରତିଫଳନ କରେ । ଏକାଦଶ ଶତାଦ୍ଦୀରୁ ଭାରତରେ ବିଧିବଦ୍ଧଭାବେ ଇସଲାମ ଧର୍ମର ପ୍ରଚାର ଆରମ୍ଭ ହେଲା ।

ମଧ୍ୟଯୁଗରେ ରାମାନୁଜ , ରାମାନନ୍ଦ , ବଲ୍ଲଭଚର୍ଯ୍ୟ, ଶ୍ରୀଚୈତନ୍ୟ , କବୀର, ନାନକ, ମିରବାଇ ପ୍ରଭୁତି ଭକ୍ତି ଆନ୍ଦୋଳନର ପ୍ରବକ୍ତା ଏବଂ ଖ୍ଵାଜା ମୁଇନୁଦ୍ଦିନ ଚିସ୍ତି , ଫରିଦୁଦ୍ଦିନ ଗଞ୍ଜ ଇ ସାକାର ଓ ଶେଖ ନିଯାମୁଦ୍ଦିନ , ଆଉଳିଆ ପ୍ରଭୁତି ସୁଫି ସନ୍ଥମାନଙ୍କ ଏକେଶ୍ଵରବାଦ ,ମାନବସେବା , ଭକ୍ତି,ପ୍ରେମ , ଏକତା ସହନଶୀଳତା ଓ ଭ୍ରାତୃତ୍ଵର ବାର୍ତ୍ତାକୁ ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର କରାଯାଇଥିଲା । ପାଶ୍ଚାତ୍ୟ ଦେଶଗୁଡିକର ଭାରତକୁ ଆଗମନ ପରେ ଖ୍ରୀଷ୍ଟଧର୍ମ ତଥା ପଶ୍ଚ୍ୟାତ୍ୟ ଦର୍ଶନ , ସାହିତ୍ୟ , ବିଜ୍ଞାନ ଓ ସଂସ୍କୃତି ଉଦାରତା ସହ ଗ୍ରହଣ କରାଯାଇଛି ।

ଏହିପରି ଭାବରେ ବିଭିନ୍ନ ସମୟରେ ଭାରତକୁ ଆଗମନ କରିଥିବା ଭିନ୍ନ ଭିନ୍ନ ଧର୍ମ, ବର୍ଣ୍ଣ ଓ ଭାଷାର ଲୋକଙ୍କୁ ଆଦରି ନେଇ ଭାରତୀୟ, ସଂସ୍କୃତି ଏହାର ଉଦାରତା ପରିଚୟ ଦେଇଛି ।

୪.ନୀରପେକ୍ଷତା

ଭାରତରେ ବିଭିନ୍ନ ଶ୍ରେଣୀର ଅଧିବାସୀ ବସବାସ କରୁଥିଲେ ସୁଦ୍ଧା ଭାରତୀୟ ସଂସ୍କୃତିରେ ସେମାନଙ୍କ ପ୍ରତି ପାତର ଅନ୍ତର ବିଚାର କରାଯାଏ ନାହିଁ । ଭାରତର ଅଧିବାସୀ ହିସାବରେ ସମସ୍ତଙ୍କୁ ସମାନ ଦ୍ରୁଷ୍ଟିରେ ଦେଖାଯାଏ ଏବଂ ଆଇନତଃ ସମାନ ଅଧିକାର ଓ ସ୍ଵାଧୀନତା ଦିଆଯାଇଛି । ବିଭିନ୍ନ ସମୟରେ ଶାସକମାନେ ନୀତି ନିର୍ଦ୍ଧାରଣ କରିବାବେଳେ ସମସ୍ତ ଅଧିବାସୀଙ୍କ ସ୍ଵାର୍ଥର ସୁରକ୍ଷା ପ୍ରତି ଯତ୍ନବାନ ହୋଇଥାନ୍ତି । ଯେଉଁମାନେ ଏହାର ବ୍ୟତିକ୍ରମ କରିବାକୁ ଉଦ୍ୟମ କରିଛନ୍ତି ସେମାନେ ଘୋର ବିରୋଧର ସମ୍ମୁଖୀନ ହୋଇ ନିଜର ପତନ ଘଟାଇଛି । ଧର୍ମ କ୍ଷେତ୍ରରେ ଅବଲମ୍ବନ କରାଯାଇଥିବା ନୀରପେକ୍ଷାତା ଭାରତୀୟ ସଂସ୍କୃତିରେ ସୁସ୍ପଷ୍ଟ । ପ୍ରାଚୀନ ଓ ମଧ୍ୟଯୁଗରେ ଅଶୋକ , କନିଷ୍କ , ଗୁପ୍ତବଂଶୀୟ ସମ୍ରାଟଗଣ , ହର୍ଷବର୍ଦ୍ଧନ ଓ ଆକବରଙ୍କ ଭଳି ଶାସକମାନେ ନିଜେ ଏକ ନିର୍ଦ୍ଧିଷ୍ଟ ଧର୍ମ ଗ୍ରହଣ କରିଥିଲେ ସୁଦ୍ଧା ଅଥବା ଏକ ନିର୍ଦ୍ଧିଷ୍ଟ ଧର୍ମର ପୃଷ୍ଟପୋଷକତା କରିଥିଲେ ସୁଦ୍ଧା ଉଦାର ଧର୍ମନୀତି ପୋଷଣ କରି ସେ ସମୟରେ ଅନ୍ୟ ସମସ୍ତ ଧର୍ମାବଲମ୍ବିଙ୍କୁ ସେମାନଙ୍କ ନିଜର ଧର୍ମମତ ଅନୁଯାଇ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିଆବାପାଇଁ ସ୍ଵାଧୀନତା ଦେଇଥିଲେ ଏବଂ ସେମାନଙ୍କ ପ୍ରତି ସମାନ ଶାସନ ନୀତି ପ୍ରୟୋଗ କରିଥିଲେ ।

ପୁରାତନ ଓ ମଧ୍ୟଯୁଗର କେତେକ ଧର୍ମୀୟ କୃତିକୁ ଛାଡିଦେଲେ ଭାରତରେ କଳା ଓ ସାହିତ୍ୟ କୌଣସି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସମର୍ଥନ ବାପୃଷ୍ଟପୋଷାକତା କରିବା ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇନାହିଁ । ଭାରତର ସମ୍ବିଧାନରେ ମଧ୍ୟ ଧର୍ମ ନୀରପେକ୍ଷତାକୁ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ରହିଛି ।

୫. ବ୍ୟାପକତା

ଭାରତୀୟ ସଂସ୍କୃତି ବିଭିନ୍ନ ଜାତି , ଧର୍ମ , ବର୍ଣ୍ଣ ଓ ଭାଷାକୁ ନେଇ ବିକଶିତ । ଏହି ସଂସ୍କୃତିରେ ବିଭିନ୍ନ ପ୍ରକାର ପ୍ରଥା ଓ ପରମ୍ଫରାର ସମ୍ମିଶ୍ରଣ ଘଟିଛି । ଭାରତୀୟମାନଙ୍କ ଉଦାର ମନୋଭାବ ଯୋଗୁଁ ବହିର୍ଦେଶର ଅଧିବାସୀଙ୍କ ଆଗମନରେ ଭାରତର ମୂଳ ସଂସ୍କୃତି ସେମାନଙ୍କ ସଂସ୍କୃତି ଦ୍ଵାରା କେତେକାଂଶରେ ପ୍ରଭାବିତ ହୋଇଛି । ପ୍ରାଚୀନ ଯୁଗରୁ ଆଧୁନିକ ଯୁଗପର୍ଯ୍ୟନ୍ତ ବିଭିନ୍ନ ଦେଶ ସହିତ ଭାରତର ବାଣିଜ୍ୟକ ସମ୍ପର୍କ ପରସ୍ପରର ସଂସ୍କୃତି ବ୍ୟାପକ ହୋଇପାରିଛି । ଏହାଛଡା ଅନେକ ମୁନିରୁଷି , ସାଧୁ ସନ୍ଥ , ଧର୍ମ ପ୍ରବର୍ତ୍ତନ ଓ ପ୍ରଚାରକ ତଥା ଦାର୍ଶନିକ ଓ ସାହିତ୍ୟକଙ୍କ ବାଣୀ ଭାରତୀୟ ସଂସ୍କୃତିରେ ପ୍ରତିଫଳିତ ହୋଇ ଏଥିରେ ବ୍ୟାପକତା ଆଣିଛି । ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ମୌର୍ଯ୍ୟଯୁଗ , କୁଶାଣଯୁଗ, ଗୁପ୍ତଯୁଗ, ତୁର୍କୀଶାସନ , ମୋଗଲ ଶାସନ ଓ ଇଂରେଜ ଶାସନ ସମୟର ଉତ୍କୃଷ୍ଟ ଚିତ୍ରକଳା , ଶିଳ୍ପକଳା , ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ମଧ୍ୟ ଭାରତୀୟ ସଂସ୍କୃତିକୁ ବ୍ୟାପକ କରିଛି ।

୬. ସାର୍ବଜୀନତା

ଭାରତୀୟ ସଂସ୍କୃତି କେବଳ ଭାରତ ମଧ୍ୟରେ ଆବଦ୍ଧ ନ ହୋଇ ଦେଶ ବାହାରେ ଅନ୍ୟାନ୍ୟ ଅନେକ ଦେଶର ସଂସ୍କୃତିକୁ ପ୍ରଭାବିତ କରିଛି । ସିନ୍ଧୁ ସଭ୍ୟତା ଏହାର ସମକାଳୀନ ବହିର୍ଦେଶ ସଭ୍ୟତା ସହିତ ବାଣିଜ୍ୟକ ସମ୍ପର୍କ ସ୍ଥାପନ କରିବା ଦ୍ଵାରା ଭାରତୀୟ ସଂସ୍କୃତି ଇରାନ , ଇଜିପ୍ଟ , ମେସୋପଟାମିଆ ଓ ଗ୍ରୀକ ଦେଶରେ ବ୍ୟାପିଲା । ଆଲେକଜାଣ୍ଡାରଙ୍କ ଭାରତ ଆକ୍ରମଣ ସମୟରେ ତାଙ୍କ ସହିତ ଆସିଥିଲା ଗ୍ରୀକ , ଐତିହାସିକ , ଦାର୍ଶନିକ ଓ ବୈଜ୍ଞାନିକଗଣ

ଅନେକ କ୍ଷେତ୍ରରେ ଭାରତରୁ ଜ୍ଞାନ ଆହରଣ କରି ସେଗୁଡିକ ତାଙ୍କ ଦେଶରେ ପ୍ରଚଳନ କଲେ ।

ଅଶୋକଙ୍କ ରାଜତ୍ଵ ସମୟରେ ବୌଦ୍ଧଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଯାଇଥିବା ପ୍ରଚାରକମାନଙ୍କ ମାଧ୍ୟମରେ ସିଂହଳ , ବ୍ରହ୍ମଦେଶ ଓ ଶ୍ୟାମ ଦେଶରେ ଭାରତୀୟ ସଂସ୍କୃତିର ପ୍ରଚାର ହେଲା । ପରବର୍ତ୍ତୀ ସମୟରେ ଚୀନ , ଜାପାନ , ତିଦ୍ଦତ ଓ ମଧ୍ୟ ଏସୀୟ ଦେଶମାନଙ୍କରେ ବୌଦ୍ଧଧର୍ମ ପ୍ରଚାର ହେବା ଫଳରେ ସେଠାକାର ସଂସ୍କୃତି ଉପରେ ଭାରତୀୟ କଳା ଓ ଦର୍ଶନର ପ୍ରଭାବ ପଡିଲା । ଦକ୍ଷିଣ ପୂର୍ବ ଏସିଆରେ ବ୍ରହ୍ମଦେଶ, ମାଳୟ , ଜାଭା, ସୁମାତ୍ରା , ଶ୍ୟାମ ଓ କାମ୍ବୋଦିଆ ଦେଶମାନଙ୍କରେ କେତେକ ଭାରତୀୟ ବସତି ସ୍ଥାପନ କରି ସେ ସ୍ଥାନମାନଙ୍କର ସଂସ୍କୃତିକୁ ଭାରତୀୟ ଧର୍ମ, ଦର୍ଶନ କଳା ଓ ସ୍ଥାପତ୍ୟ ଦ୍ଵାରା ପ୍ରଭାବିତ କଲେ । ୟୁରୋପର କେତେକ ଅଞ୍ଚଳ ଓ ଏସିଆ ମହାଦେଶର ପ୍ରାୟ ସମସ୍ତ ଦେଶରେ ସେଠାକାର ସଂସ୍କୃତିରେ ଭାରତୀୟ ସଂସ୍କୃତିର ଛାପ ଦେଖିବାକୁ ମିଳେ ।

ଭାରତୀୟ ସଂସ୍କୃତିର ସ୍ଵାତନ୍ତ୍ର

ଭାରତୀୟ ସଂସ୍କୃତିର ବିଭିନ୍ନ ବୈଶିଷ୍ଟ୍ୟଗୁଡିକ ବ୍ୟତୀତ ସମସ୍ତ ଦେଶମାନଙ୍କ ତୁଳନାରେ ଏହାର ଏକ ସ୍ଵତନ୍ତ୍ରତା ରହିଛି । ଭାରତରେ ବିଭିନ୍ନ କ୍ଷେତ୍ରରେ ଯଥା ଭୌଗୋଳିକ , ରାଜନୈତିକ ଓ ସାମରିକ ସ୍ଥିତିରେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ପାର୍ଥକ୍ୟ ଥିଲେ ସୁଦ୍ଧା ସମଗ୍ର ଦେଶର ସମସ୍ତ ଅଧିବାସୀଙ୍କ ମଧ୍ୟରେ ଐକ୍ୟଭାବ ପ୍ରତିଷ୍ଠିତ ହୋଇପାରିଛି । “ବିଭିନ୍ନତାରେ ଏକତା “ ହେଉଛି ଭାରତୀୟ ସଂସ୍କୃତିର ସ୍ଵତନ୍ତ୍ର ।

(କ) ଭୌଗୋଳିକ ବିଭିନ୍ନତାରେ ଏକତା

ଭାରତର ଭିନ୍ନ ଭିନ୍ନ ସ୍ଥାନର ପ୍ରାକୃତିକ ଲକ୍ଷଣଗୁଡିକ ମଧ୍ୟରେ ଅନେକ ପ୍ରଭେଦ ପରିଲିଖିତ ହୁଏ । ଉତ୍ତରରେ ହିମାଲୟ ପାର୍ବତ୍ୟମାଳା ଥିବାବେଳେ ଦକ୍ଷିଣରେ ମାଳଭୂମି ସହିତ ଘାଟୀଅଞ୍ଚଳ ଓ ସାମୁଦ୍ରିକ ତଟଭୂମି ଓ ପୂର୍ବ ଓ ପଶ୍ଚିମରେ ଉପକୁଳବର୍ତ୍ତୀ ଅଞ୍ଚଳରେ ସମତଳ ଭୂମି ରହିଛି । କେତେକ ସ୍ଥାନରେ ବୀସ୍ତିର୍ଣ୍ଣ ମରୁଭୁମି ରହିଛି । କେତେକ ସ୍ଥାନ ପାହାଡିଆ ପର୍ବତରେ ଘେରି ରହିଥିବାବେଳେ କେତେକ ସ୍ଥାନରେ ନଦୀନାଳର ପ୍ରାଚୁର୍ଯ୍ୟ ରହିଛି । କେଉଁଠାରେ ନଦୀ ଉପତ୍ୟକାର ଉର୍ବରମାଟି ଉପଲ୍ଲବ୍ଧ ହେଉଥିବା ବେଳେ ଆଉ କେଉଁ ସ୍ଥାନରେ ଟାଙ୍ଗରା ଜମିର ଅନୁର୍ବର ମାଟି ଶସ୍ୟ ଉତ୍ପାଦନ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି ।

ଭୌଗୋଳିକ ସ୍ଥିତିର ପ୍ରଭେଦଯୋଗୁଁ ଭାରତରେ ଭିନ୍ନ ଭିନ୍ନ ପ୍ରକାରର ଜଳବାୟୁ ଅନୁଭୂତ ହୁଏ । ମରୁଭୁମି ଅଞ୍ଚଳର ପ୍ରଖର ଗ୍ରୀଷ୍ମ , ହିମାଳୟ ବରଫାଚ୍ଛନ୍ନ ଅଞ୍ଚଳର ପ୍ରବଳ ସିଟ ଦକ୍ଷିଣାତ୍ୟ ପାହାଡିଆ ଅଞ୍ଚଳର ଶୁଷ୍କ ଜଳବାୟୁ ତଥା ପୂର୍ବ ଓ ପଶ୍ଚିମରେ ଥିବା ଉପକୁଳବର୍ତ୍ତୀ ଅଞ୍ଚଳର ଆର୍ଦ୍ର ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ହେତୁ ଭାରତରେ ମେରୁ ଦେଶୀୟ ନାତିଶୀତୋଷ୍ଣ ଓ ଗ୍ରୀଷ୍ମ ମଣ୍ଡଳୀୟ ସମସ୍ତ ତିନି ପ୍ରକାର ଜଳବାୟୁ ଅନୁଭୂତ ହୁଏ । ଉତ୍ତରପୂର୍ବଜ ସୀମା ଅଞ୍ଚଳରେ ବାର୍ଷିକ ବୃଷ୍ଟିପାତ ହାର ପ୍ରାୟ ୧୨୦୦୦ ମିଲିମିଟର ହେଉଥିବାବେଳେ ପଶ୍ଚିମାଞ୍ଚଳରେ ଏହି ହାର ୭୫ ମିଲିମିଟର ଠାରୁ କମ ହୋଇଥାଏ । ବିଭିନ୍ନ ପ୍ରକାର ଭୂମିଜ ଓ ଜଳବାୟୁ ଯୋଗୁଁ ଭାରତରେ ଅନେକ ପ୍ରକାର ବୃକ୍ଷଲତା ଫଳପୁଷ୍କ ଓ ପଶୁପକ୍ଷୀ ଦେଖାଯାଆନ୍ତି ।ଏହି ସବୁ ଭୌଗୋଳିକ ବିଭିନ୍ନତା ସତ୍ତ୍ୱେ ଭାରତର ପରିସୀମା ମଧ୍ୟରେ ଯେ କୌଣସି ଅଧିବାସୀ ସ୍ଵାଧୀନ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତାୟାତ କରିବା ପାଇଁ ବା ଗୋଟିଏ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇ ଅନ୍ୟ ଅଞ୍ଚଳରେ ସ୍ଥାୟୀବସତି ସ୍ଥାପାନ କରିବା ପାଇଁ କୌଣସି ପ୍ରତିବନ୍ଧକ ନଥିବାରୁ ସମସ୍ତ୍ଜ ଭାରତୀୟଙ୍କ ମନରେ ଏକତା ଭାବ ସୃଷ୍ଟି ହୋଇଛି । ପୌରାଣିକ ତଥ୍ୟ ଅନୁଯାୟୀ ଭାରତର ସମସ୍ତ ଅଞ୍ଚଳ ଜମ୍ବୁଦ୍ଵୀପର ଏକ ଅଂଶଭାବେ ରାଜା ଭରତଙ୍କ କ୍ଷେତ୍ର ଥିଲା ଏବଂ ଏହା ଭରତବର୍ଷ ଭାବେ ନାମିତ ହୋଇଥିଲା । ଏହି କାଳ୍ପନିକ ତଥ୍ୟ ବା କିମ୍ବଦନ୍ତୀ ଭିତ୍ତିରେ ଉତ୍ତରରେ ହିମାଳୟ ଠାରୁ ଦକ୍ଷିଣରେ ଭରତ ମହାସାଗର ପର୍ଯ୍ୟନ୍ତ ଏବଂ ପୂର୍ବରୁ ବ୍ରହ୍ମ ପୁତ୍ର ନଦୀ ଠାରୁ ପଶ୍ଚିମରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ନିଜର ଭରତସନ୍ତତି ରୂପେ ବିବେଚନା କରି ଏକତା ମନୋଭାବ ପୋଷଣ କରନ୍ତି । ଏହାଛଡା ପ୍ରାଚୀନକାଳରେ ମୁନିଋଷିଗଣ ହିମାଳୟ ପର୍ବତକୁ ଦେବସ୍ଥାନ ଏବଂ ଗଙ୍ଗା, ଯମୁନା, ନର୍ମଦା, ଗୋଦାବରୀ , କୃଷ୍ଣା ଓ କାବେଇ ନଦୀମାନଙ୍କୁ ଦେବୀ ଭାବରେ ବର୍ଣ୍ଣନା କରି ଭାରତୀୟମାନଙ୍କ ମନରେ ଭାଗଗତ ଐକ୍ୟ ଜାଗ୍ରତ କରିଛନ୍ତି ।

(ଖ) ରାଜନୈତିକ ବିଭିନ୍ନତାରେ ଏକତା :

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀରେ ଭାରତ ଷୋହଳଟି ମହାଜନ ପଦ ବା ରାଜ୍ୟରେ ବିଭକ୍ତ ହୋଇଥିଲା । ଭାରତ ଭୂଖଣ୍ଡରେ ଅବସ୍ଥିତ ଥାଇ ସୁଦ୍ଧା ବିଭିନ୍ନ ସ୍ଵାଧୀନ ରାଜ୍ୟ ପରସ୍ପର ମଧ୍ୟରେ କଳହ କରୁଥିଲେ ଏବଂ ପରସ୍ପରର ଉନ୍ନତିରେ ସାହାଯ୍ୟ କରୁନଥିଲେ । ଏପରିକି ବୈଦେଶିକ ଶତ୍ରୁତା ଆକ୍ରମଣ ସମୟରେ ମଧ୍ୟ ରାଜ୍ୟଗୁଡିକର ଶାସକମାନେ ଏକତ୍ରିତ ହୋଇ ଶତ୍ରୁ ସମ୍ମୁଖୀନ ହେଉନଥିଲେ । ସମଗ୍ର ଭାରତ ପାଇଁ ଜେନ ସାର୍ବଭୌମ ଶାସକର ଅଭାବରେ ଏବଂ ରାଜନୈତିକ ବିଭିନ୍ନତାରେ ବିଖଣ୍ଡିତ ହୋଇଥିବା କାରଣରୁ ଦେଶରେ ଅନୈକ୍ୟ ସୃଷ୍ଟି ହୋଇଥିଲା ।

ଏହି ଅନୈକ୍ୟ ଓ ବିଖଣ୍ଡୀକରଣରେ କ୍ରମେ ଭାରତୀୟଙ୍କ ମଧ୍ୟରେ ଐକ୍ୟଭାବ ପ୍ରତିଷ୍ଠିତ ହୋଇଥିଲା । ପ୍ରାଚୀନ ଯୁଗରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ , ଅଶୋକ , ପ୍ରଥମ ଚଦ୍ରଗୁପ୍ତ , ସମୁଦ୍ରଗୁପ୍ତ , ବିକ୍ରମାଦିତ୍ୟ ପ୍ରଭୁତି ଶାସକମାନେ ଭାରତର ଅନେକ ରାଜ୍ୟ ଜୟ କରିବା ପରେ ନିଜର ସାମ୍ରାଜ୍ୟ ଗଠନ କରିଥିଲେ ଏବ, ସମସ୍ତ ବିଜିତ ରାଜ୍ୟକୁ ଏକ ଶାସନାଧିନ କରି ଏକତା ଭାବ ଆଣିଥିଲେ । ସେମାନେ ନିଜକୁ ମହାରାଜା , ରାଜାଧିପତି , ମହାରାଜାଧିରାଜ, ଚକ୍ରବର୍ତ୍ତୀ ଓ ସମ୍ରାଟ ଭାବେ ଭୂଷିତ କରି ସାର୍ବଭୌମ କ୍ଷମତା ଘୋଷଣା କରିଥିଲେ ଏବଂ ପ୍ରାୟ ଭାରତକୁ ନିଜ ନିୟନ୍ତ୍ରଣାଧିନକୁ ଆଣି ଏକତା ଭାବ ସୃଷ୍ଟି କରିଥିଲେ । ମଧ୍ୟ ଯୁଗରେ ଆଲ୍ଲାଉଦ୍ଦିନ ଖିଲିଜ , ଫିରୋଜ ସାହା ତୁଗଲକ , ଆକବର , ଆଉରେଙ୍ଗଜେବ ଓ ଶିବାଜି ଅନେକ କ୍ଷୁଦ୍ର ରାଜ୍ୟ କୁ ଏକତ୍ର କରି ସେମାନଙ୍କୁ କେନ୍ଦ୍ରୀୟ ଶାସନ ଅଧୀନରେ ରଖିଥିଲେ । ସମସ୍ତଙ୍କ ପାଇଁ ସମାନ ଆଇନ ଓ ସମାଜ ନିୟମ ଏବଂ ସମଗ୍ର ସାମ୍ରାଜ୍ୟ ପାଇଁ ଏକ ଏକର ମୁଦ୍ରା ପ୍ରଚଳିତ କରିଥିଲେ । ଫଳରେ ସାମ୍ରାଜ୍ୟର ସମସ୍ତଙ୍କ ମଧ୍ୟରେ ଏକତାଭାବ ଜାଗ୍ରତ ହୋଇଥିଲା ।

ଭାରତ ଇଂରେଜ ଶାସନାଧୀନକୁ ଆସିବାପରେ ଇଂରେଜମାନଙ୍କ ଦ୍ଵାରା ସମସ୍ତ ଭାରତୀୟଙ୍କ ପାଇଁ ଏକ ପ୍ରକାର ଆଇନ , ଏକପ୍ରକାର ଶିକ୍ଷା ପ୍ରଣାଳୀ ତଥା ଡାକତାର ଓ ରେଳ ସେବା ପ୍ରଚଳନ ଫଳରେ ଭାରତବାସୀଙ୍କ ମନରେ ଐକ୍ୟଭାବ ଦୃଢୀଭୂତ ହେଲା । ଦେଶ ସ୍ଵାଧୀନ ହେବା ପରେ ଓ ଗଡଜାତଗୁଡିକର ମିଶ୍ରଣ ହେବାପରେ ଭାରତ ବିଭିନ୍ନ ପ୍ରଦେଶରେ ବିଭକ୍ତି ହୋଇଥିଲେ ସୁଦ୍ଧା , ଏକ ସମ୍ବିଧାନ ଏକ ଜାତୀୟ ପତାକା , ଏକ ଜାତୀୟ ଗାନ, ଏକଜାତୀୟ ସଙ୍ଗୀତ ଏବଂ ସର୍ବୋପରି ଏକ ନାଗରିକତ୍ଵ ସମସ୍ତ ଭାରତୀୟ ମଧ୍ୟରେ ରାଜନୈତିକ ଏକତା ଆଣିପାରିଛି ।

(ଗ) ଜାତିଗତ ବିଭିନ୍ନତା :

ଭାରତରେ ବିଭିନ୍ନ ପ୍ରକାର ଜାତିର ଲୋକବାସ କରନ୍ତି । ଡକ୍ଟର ବିରଜା ଶଙ୍କର ଗୁହାଙ୍କ ମତରେ ଭାରତରେ ଛଅ ପ୍ରକାର ଜାତିର ଲୋକ ଅଛନ୍ତି । ସେମାନେ ହେଲେ , ନେଗ୍ରିଟୋ , ମଙ୍ଗୋଲଏଡ , ମେଡେଟେରେନିଆନ ବା ଦ୍ରାବିଡିଆନ , ପଶ୍ଚିମ ବ୍ରାସିସେଫାଲସ ଓ ନରଡିକ ବା ଇଣ୍ଡୋ-ଆରିଆନ । ଭାରତରେ ବିବିଧ ଜାତିର ବସତି ପାଇଁ ଐତିହାସିକ ଭିନସେଣ୍ଟ ସ୍ମିଥ କହିଛନ୍ତି “ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ମାନବଗୋଷ୍ଠୀର ତୁଳନାତ୍ମକ ଅଧ୍ୟୟନ ପାଇଁ ଭାରତ ଏକ ସଂଗ୍ରହାଳୟ । ଭାରତରେ ବିଭିନ୍ନ ଜାତିର ଲୋକ ବାସ କରୁଥିଲେ ସୁଦ୍ଧା କାଳକ୍ରମେ ସେମାନଙ୍କର ପରସ୍ପର ସହିତ ସମ୍ମିଶ୍ରଣ ଓ ଭାରତର ମୂଳ ସଂସ୍କୃତି ଗ୍ରହଣ ଫଳରେ ସେମାନଙ୍କ ମଧ୍ୟରେ ଭାରତୀୟ ମୂଳ ସଂସ୍କୃତି ଗ୍ରହଣ ଫଳରେ ସେମାନଙ୍କ ମଧ୍ୟରେ ଭାରତୀୟ ଭ୍ରାତୃତ୍ଵଭାବ ଜାଗ୍ରତ ହୋଇଛି ଏବଂ ଜାତି ଓ ପ୍ରାକାର ଭେଦରେ ଜାତୀୟ ଐକ୍ୟ ସୃଷ୍ଟି ହୋଇଛି । ପ୍ରତ୍ୟେକ ଜାତିର ସଂସ୍କୃତି ପ୍ରତି ଅନ୍ୟ ଜାତିର ସମ୍ମାନ ପ୍ରଦର୍ଶନ ପୂର୍ବକ ଭିନ୍ନ ଭିନ୍ନ ଜାତିର ଅଧିବାସୀଙ୍କ ମଧ୍ୟରେ ସମନ୍ଵିତ ସ୍ଥାପିତ ହୋଇ ଏକତାଭାବ ସଂଚାରିତ ହୋଇଛି । ବିଦେଶାଗତ ଲୋକମାନେ ମଧ୍ୟ ଭାରତରେ ସ୍ଥାୟୀଭାବେ ବସବାସ କରି ଓ ଭାରତୀୟ ଜୀବନଯାପନ ପ୍ରଣାଳୀକୁ ଆଦରି ନେଇ ମୂଳ ଭାରତୀୟମାନଙ୍କ ସହିତ ଏକ ହୋଇଯାଇଛନ୍ତି ଏବଂ ସମସ୍ତେ ନିଜକୁ ଭାରତୀୟଭାବେ ପରିଚିତ କରାଯାଉଛନ୍ତି ।

(ଘ) ଧର୍ମ ଗତ ବିଭିନ୍ନତାରେ ଏକତା

ଭାରତରେ ମୁଖ୍ୟତଃ ଛଅତି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି । ଭାରତର ଜନସଂଖ୍ୟାର ଶତକଡା ହାର କ୍ରମରେ ସେମାନେ ହେଲେ ହିନ୍ଦୁ ,ମୁସଲମାନ , ଖ୍ରୀଷ୍ଟିୟାନ, ଶିଖ, ବୌଦ୍ଧ ଓ ଜୈନ । ଏମାନଙ୍କ ବ୍ୟତୀତ ଭାରତରେ ଅଳ୍ପ କେତେକ ଜୋରାଷ୍ଟ୍ରରୀୟ , ଇହୂଦି ଓ ବାହାଇ ଧର୍ମ ସଂପ୍ରଦାଯର ଲୋକ ମଧ୍ୟ ଅଛନ୍ତି । ପ୍ରତ୍ୟେକ ସମ୍ପ୍ରଦାୟର ଲୋକସେମାନଙ୍କ ବିଶ୍ଵାସ ଓ ଲକ୍ଷ୍ୟ ହାସଲ କରିବା ପନ୍ଥା ଭିତ୍ତିରେ ବିଭିନ୍ନ ଗୋଷ୍ଠୀରେ ବିଭାଜିତ । ହିନ୍ଦୁ ଧର୍ମରେ ଶୈବ , ବୈଷ୍ଣବ , ଶାକ୍ତ , ସନାତନଧର୍ମୀ , ମହିମାଧର୍ମୀ ଭଳି ଅନେକ ଗୋଷ୍ଠୀ ରହିଛି । ମୁସଲମାନମାନେ ସୁନି ଓ ସିଆ ଗୋଷ୍ଠୀରେ ବିଭକ୍ତ । ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ କାଥୋଲିକ ଓ ପ୍ରୋତେଷ୍ଟାନ ଗୋଷ୍ଠୀ ଅଛନ୍ତି । ନିମ୍ନ ଜାତିର ଶିଖମାନଙ୍କୁ “ମହଲବି କୁହାଯାଏ ଓ ସେମାନଙ୍କୁ “ ସର୍ଦ୍ଦାର “ ବୋଲି ସମ୍ବୋଧନ କରାଯାଇ ନଥାଏ । ବୌଦ୍ଧିମାନଙ୍କ ମଧ୍ୟରେ ମହାଯାନ ଓ ହୀନଜାଣ ନାମରେ ଦୁଇ ଗୋଷ୍ଠୀ ଥିବାବେଳେ ଜୈନମାନ ଦିଗମ୍ବର ଓ ଶ୍ଵେତାମ୍ବର ଗୋଷ୍ଠୀରେ ବିଭକ୍ତ । ଇହୁଦୀ ମାନେ ଗୋରା ଜୀଉ ଓ କଳା ଜୀଉ ଭାବେ ଦୁଇଗୋଷ୍ଠୀର ବିଭାଜିତ । ଜୋରାଷ୍ଟ୍ରରୀୟ ଓ ବାହାଇମାନଙ୍କ ମଧ୍ୟରେ କୌଣସି ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ।

ଭାରତରେ ଏହି ଭଳି ଧର୍ମଗତ ବିଭିନ୍ନତା ଥିଲେ ସୁଦ୍ଧା ସମସ୍ତ ଧର୍ମାଲମ୍ବି ଙ୍କ ମଧ୍ୟରେ ସମନ୍ଵୟ , ସହନଶୀଳତା ଓ ସହଯୋଗ ଯୋଗୁଁ ଐକ୍ୟଭାବ ପ୍ରତିଷ୍ଠିତ ହୋଇପାରିଛି । ବିଭିନ୍ନ ଧାର୍ମିକ ଗୋଷ୍ଠୀ ପରସ୍ପର ଦ୍ଵାରା ପ୍ରଭାବିତ ହୋଇ ତଥା ପ୍ରତ୍ୟେକ ଅନ୍ୟ ସହିତ ଥିବା ସାମ୍ଞ୍ଜ୍ୟସକୁ ତୁଳନା କରି ସେମାନଙ୍କ ମଧ୍ୟଦରେ ଭାତୃଭାବ ଓ ଏକଟା ସୃଷ୍ଟି କରିପାରିଛନ୍ତି । ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ଏକ କିନ୍ତୁ କେବଳ ଲକ୍ଷ୍ୟ ସାଧନର ପନ୍ଥା ଭିନ୍ନ ଭିନ୍ନ ବୋଲି ଉପଲ୍ଲବ୍ଧ କରି ସବୁ ଧର୍ମର ଲୋକଙ୍କ ମଧ୍ୟରେ ଐକ୍ୟଭାବ ଜାଗ୍ରତ ହୁଏ । ଭାରତରେ ପ୍ରତ୍ୟେକ ଧର୍ମର ପର୍ବପର୍ବାଣିରେ ଧର୍ମମତ ନିର୍ବିଶେଷରେ ସମସ୍ତଙ୍କ ଯୋଗଦାନ ଧର୍ମଗତ ବିଭିନ୍ନତା ଏକଟାକୁ ଦୃଢୀଭୁତ କରିଛି । ହୋଲି, ଦଶହରା, ଦୀପାବଳୀ, ଇଦ, ମହରମ, ଖ୍ରୀଷ୍ଟମାସ , ନୂଆବର୍ଷ , ବୁଦ୍ଧ ଜୟନ୍ତୀ , ମହାବୀର ଜୟନ୍ତୀ , ଗୁରୁନାନକ ଜୟନ୍ତୀ ପ୍ରଭୁତି କେତେକ ପର୍ବ ଏକ ନିର୍ଦ୍ଧିଷ୍ଟ ଧର୍ମ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ । ସେହିପରି ବେଦ, ଉପନିଶେଦ, ଗୀତା, ରାମାୟଣ ଓ ମହାଭାରତର ସାରମର୍ମ ବ୍ୟକ୍ତିଗତ ଧର୍ମଗତ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରିଛି । ଭାରତର ଚାରି ଦିଗରେ ସ୍ଥାପିତ ହିନ୍ଦୁ ତୀର୍ଥ ସ୍ଥାନଗୁଡିକ ଚତୁଃଧାମ କୁହାଯାଏ ।

(ଙ) ଭାଷାଗତ ବିଭିନ୍ନତାରେ ଏକତା :

ଭାରତର ସମ୍ବିଧାନରେ ବାଇଶଟି ଭାଷାକୁ ସ୍ଵିକୃତି ଦିଆଯାଇଛି । ସମ୍ବିଧାନରେ ସ୍ଵୀକୃତ ୨୨ ଟି ଭାଷା ହେଉଛି ଆସାମୀ , ବଙ୍ଗଳା, ବୋଡୋ, ଗୁଜୁରାଟୀ, ହିନ୍ଦୀ , କନ୍ନଡ , କାଶ୍ମୀର, କୋଙ୍କଣୀ , ମଣିପୁରୀ ମାରାଠି , ନେପାଳୀ , ଓଡିଶା , ପଞ୍ଜାବୀ, ସଂସ୍କୃତ , ସାନ୍ତାଳ , ସିନ୍ଧୀ ତାମିଲ , ତେଲୁଗୁ ଓ ଉର୍ଦ୍ଧ୍ଵ । କିନ୍ତୁ ଦେଶରେ ପ୍ରାୟ ୧୬୫୨ ଟି ମାତୃଭାଷା ଥିବାର ଅନୁମାନ କରାଯାଏ । ଏହାବ୍ୟତିତ ଭାରତରେ ୫୪୪ଟି କଥିତ ଭାଷା ରହିଛି । ଭାରତରେ ପ୍ରତ୍ୟେକ ଅଞ୍ଚଳରେ ଭାଷା ଭିନ୍ନ ଏବଂ ଗୋଟିଏ ଅଞ୍ଚଳରେ ଏକାଧିକ ଭାଷାର ବ୍ୟବହାର ମଧ୍ୟ ଦେଖାଯାଏ । ଇଂରାଜୀ , ଆରବୀ , ଫରାସୀ ଭଳି ବିଦେଶୀ ଭାଷା ମଧ୍ୟ ଭାରତରେ ବ୍ୟବହୃତ । ଏହି ଭାଷାଗତ ବିଭିନ୍ନତାରେ ମଧ୍ୟ ଏକତା ରହିଛି । ଭାରତର ସର୍ବ ପୁରାତନ ଭାଷା ହେଉଛି “ ପ୍ରାକୃତ “ । ପରେ ପରେ ପାଳି ଓ ସଂସ୍କୃତ ଭାଷାର ପ୍ରଚଳନ ହେଲା । ଗୁପ୍ତ ଯୁଗରୁ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଲା । ସମୟ କ୍ରମେ ଅନେକ ଆଞ୍ଚଳିକ ଭାଷାର ଉତ୍ପତ୍ତି ହେଲା । ଆଞ୍ଚଳିକ ଭାଷାଗୁଡିକର ବହୁ ଅଂଶ ସଂସ୍କୃତ ଭାଷାରୁ ଆନୀତ ହେବାରୁ ତାହା ଭାଷାଗତ ବିଭିନ୍ନତାରେ ଏକଟାଭାବ ଆଣିବାରେ ସାହାଯ୍ୟ କଲା । ମୁସଲମାନମାନଙ୍କ ଆଗମନ ଫଳରେ ଭାରତରେ ଉର୍ଦ୍ଧୁ ଓ ଫରାସୀ ଭାଷାର ପ୍ରଚଳନ ହେଲା । ହିନ୍ଦୀ ଭାଷା ସହିତ ଏହି ଭାଷାଗୁଡିକର ସାମଞ୍ଜସ ରହିଥିବା ହେତୁ ସେମାନଙ୍କ ମଧ୍ୟଦରେ ଥିବା ପାର୍ଥକ୍ୟ ଅତି ସ୍ପଷ୍ଟଭାବେ ପରିଲିଖିତ ହେଲା ନାହିଁ । ବ୍ରିଟିଶ ଶାସନ ସମୟରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ଫଳରେ ଶିକ୍ଷାଦାନର ମାଧ୍ୟମ ରୂପେ ତଥା ସରକାରୀ କାର୍ଯ୍ୟରେ ଓ କୋର୍ଟ କଚେରୀରେ ଇଂରାଜୀ ଭାଷାର ବ୍ୟବହାର ହେଲା । ଏହା ସମସ୍ତ ଭାରତବାସୀଙ୍କୁ ଏକ ଶାସନାଧୀନରେ ରଖିବା ପାଇଁ ଉଦ୍ଦିଷ୍ଟ ଥିଲା , କିନ୍ତୁ ଏହା ପରୋକ୍ଷରେ ଭାରତୀୟମାନଙ୍କ ମଧ୍ୟରେ ଏକଟା ଜାଗ୍ରତ କରିବାରେ ସାହାଯ୍ୟ କଳା । ସ୍ଵାଧୀନଭାରତରେ ହିନ୍ଦୀଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଗଲା ଏବଂ ହିନ୍ଦୀ , ଇଂରାଜୀ ଓ ଆଞ୍ଚଳିକ ଭାଷାକୁ ନେଇ ତ୍ରିଭାଷା ନୀତି ପ୍ରଚଳନ କରାଗଲା । ଫଳରେ ଭାରତରେ ଭାଷାଗତ ବିଭିନ୍ନତା ସତ୍ତ୍ୱେ ଏକଟା ସୁରକ୍ଷିତ ହେଲା ।

(ଚ) କଳାଗତ ବିଭିନ୍ନତାରେ ଏକତା :

ଭାରତର ଚିତ୍ରକଳା, ସ୍ଥାପତ୍ୟ , ବାଦ୍ୟ , ନୃତ୍ୟ , ସଙ୍ଗୀତ ଓ ସାହିତ୍ୟ ଭଳି ପ୍ରତ୍ୟେକ ପ୍ରକାର କଳାର ଢଙ୍ଗଓ ଶୈଳୀରେ ବିବିଧତା ଦେଖାଯାଏ । ଏହି ବିବିଧତା ଭାରତୀୟ କଳାକୁ ଅଧିକ ସମୃଦ୍ଧ କରିଛି ଏବଂ ପ୍ରତ୍ୟେକ ସ୍ଥାନର କଳାକୃତ ସର୍ବଭାରତୀୟ ସ୍ୱୀକୃତି ଲାଭ କରି ଏକଟା ଭାବ ସୃଷ୍ଟି କରିଛି । । ପ୍ରାଗ – ଐତିହାସିକ ଯୁଗରୁ ଆରମ୍ଭ କରି ଗୁପ୍ତଯୁଗ,କୁଶାନ ଯୁଗ ଓ ମୋଗଲ ଯୁଗରୁ ଚିତ୍ର କଳା ପାଇଁ ସମସ୍ତ ଭାରତୀୟ ଗର୍ବିତ । ଭାରତରେ ପ୍ରସ୍ତୃତ ବିଭିନ୍ନ ଶିଳ୍ପକଳାଗୁଡିକ ସମଗ୍ର ଦେଶରେ ଓ ଦେଶବାହାରେ ପ୍ରଶଂସିତ ଓ ବ୍ୟବହୃତ ହୋଇ ଐକିଭାବ ସୃଷ୍ଟି କରିଛି । ଭିନ୍ନ ଭିନ୍ନ ଶୈଳୀରେ ନିର୍ମିତ ମନ୍ଦିର , ମସଜିତ ଗୀର୍ଜା ଓ ଗୁରୁଦ୍ୱାର ତଥା ଗୁମ୍ଫାମାନଙ୍କର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଭାରତୀୟ କଳାର ନିଦର୍ଶନ ରୂପେ ପରିଚିତ । ପ୍ରାଚୀନ ମନ୍ଦିର ଓ ଗୁମ୍ଫାମାନଙ୍କ ଗାତ୍ରରେ ଖୋଦିତ କଳାକୃତି ଭାରତୀୟ କଳାର ଏକ ସ୍ଵତନ୍ତ୍ର ପରିଚୟ ଦିଏ । ଭାରତଓ ଗ୍ରୀକ ଶୈଳୀର ମିଶ୍ରଣରେ ଇଣ୍ଡୋ- ଗ୍ରୀକ କଳା ଶୈଳୀ ଏବଂ ହିନ୍ଦୁ ଓ ମୁସଲମାନମାନଙ୍କ ସଲି ମିଶ୍ରଣର ଇଣ୍ଡୋ- ଇସଲାମୀକ କଳା ଶୈଳୀରେ ନିର୍ମିତ ଅନେକ ସ୍ମାରକୀ ଭାରତୀୟଙ୍କ ମନରେ ଗର୍ବ ଆଣି ଏକଟା ଭାବ ଜାଗ୍ରତ କରାଏ ।

ଭରତର ବିଭିନ୍ନ ସ୍ଥାନରେ ବ୍ୟବହୃତ ହେଉଥିବା ଅନେକ ପ୍ରକାର ବାଦ୍ୟଯନ୍ତ୍ର ଦେଶର କୌଣସି ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରୁ ବା ଆଦିବାସୀମାନଙ୍କ ଦ୍ଵାରା ସୃଷ୍ଟି ହୋଇଥିଲେ । ସୁଦ୍ଧା ସେଗୁଡିକ ସର୍ବଭାରତୀୟ ଆଦୃତ ଲାଭ କରିଛି । ଭାରତନାଟ୍ୟମ , କଥକ , କଥାକଲି, କୁଚିପୁଡି , ମଣିପୁରୀ ଓ ଓଡିଶୀ ନୃତ୍ୟ ଶୈଳୀ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରୁ ଜାତ ହୋଇଥିଲେ ମଧ୍ୟ ସେଗୁଡିକ ସର୍ବଭାରତୀୟ ମର୍ଯ୍ୟାଦା ଓ ପରିଚୟ ଲାଭ କରିଛି ।

ଭାରତର ସମସ୍ତ ଶାସ୍ତ୍ରୀୟ ସଂଗୀତ ସାମବେଦରୁ ଉତ୍ପର୍ଣ୍ଣ ଅନେକ ସଂଗୀତ ଲୋକଗୀତରୁ ସୃଷ୍ଟି । ରାଗ, ଭୁପାଲୀ, ଅହିର , ଭୈରଭ , ସାରଙ୍ଗ , ହିନ୍ଦୁସ୍ଥାନୀ ଭାରତୀୟ ଲୋକ ଗୀତରୁ ଆନୀତ । ଫଳରେ ସଂଗୀତ କଳାର ବିଭିନ୍ନତାରେ ଏକତା ସୃଷ୍ଟି ହୋଇପାରିଛି । ଭାରତର ବିଭିନ୍ନ ଅଞ୍ଚଳର ଏକତା ସୃଷ୍ଟି ହୋଇପାରିଛି । ଭାରତରେ ବିଭିନ୍ନ ଅଞ୍ଚଳର ଜନପ୍ରିୟ ସାହିତ୍ୟ ଅନ୍ୟ ଭାଷାରେ ଅନୁହିତ ହୋଇ ଓ ସର୍ବ ଭାରତୀୟ ସ୍ଵୀକୃତି ଲାଭ କରି ଆଞ୍ଚଳିକ ସାହିତ୍ୟ ପରିବର୍ତ୍ତେ ଭାରତୀୟ ସାହିତ୍ୟ ଭାବେ ପରିଗଣିତ ହୁଏ ଏବଂ ସାହିତ୍ୟର ବିଭିନ୍ନତାରେ ଏକତା ସୃଷ୍ଟି ହୁଏ ।

ଉପର ଲିଖିତ ଆଲୋଚନାରୁ ଭାରତୀୟ ସଂସ୍କୃତିର ସ୍ଵତନ୍ତ୍ର ପରିଚୟ ସୁସ୍ପଷ୍ଟ । “ ବିଭିନ୍ନତାରେ ଏକତା “ ଭଳି ସ୍ଵତନ୍ତ୍ର୍ୟ ପୃଥିବୀର ଅନ୍ୟ କୌଣସି ଦେଶର ସଂସ୍କୃତିରେ କ୍ଵିଚିତ ଦେଖାଯାଏ । ଏହି ବିବିଧତା ଭାରତୀୟ ସଂସ୍କୃତିକୁ ବହୁ ସଂସ୍କୃତି ବିଶିଷ୍ଟ କରି ଉନ୍ନତ ଓ ସମୃଦ୍ଧ କରିଛି ଏବଂ ଏହା ଦେଶର ଏକତାକୁ ସୁଦୃଢ କରିଛି ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା