ପରିଚୟ ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ଓ ସଭ୍ୟାଙ୍କ ନିମନ୍ତେ କମ୍ୟୁନିଟି ଡାଏରି ପରିଚୟ ପତ୍ର ବିଦ୍ୟାଳୟ ପରିଚାଳନା ସମିତିର ସଭାପାଇଁ ବାର୍ଷିକ କ୍ୟାଲେଣ୍ଡର ମାସ ସଭାର ମୁଖ୍ୟ ଆଲୋଚ୍ୟ ବିଷୟ ଅଂଶଗ୍ରହଣକାରୀ ଅପ୍ରେଲ ପିତାମାତାଙ୍କର ସଭା ନାମ ଲେଖା ଉତ୍ସବ (ପ୍ରବେଶ ଉତ୍ସବ ) ମାଗଣା ପାଠ୍ୟପୁସ୍ତକ ବଣ୍ଟନ ଶିକ୍ଷଣ ଅଗ୍ରଗତି କାର୍ଯ୍ୟକ୍ରମ ପିତାମାତା, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ଓ ସଭ୍ୟା, ଷ୍ଟାଣ୍ଡିଂ କମିଟିର ସଭ୍ୟ ଓ ସଭ୍ୟା, ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀ ବୃନ୍ଦ ମଇ ସମସ୍ତ ପିଲାମାନଙ୍କର ନାମଲେଖା ଓ ପୁସ୍ତକ ବଣ୍ଟନ ବିଷୟରେ ନିଶ୍ଚିତ ହେବା ଗୃହ ନିର୍ମାଣ ତଥା ମରାମତି କାର୍ଯ୍ୟ ଉପରେ ଆଲୋଚନା ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ସମ୍ପତ୍ତିର ସୁରକ୍ଷା ତଥା ନିରାପତ୍ତା ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା ଜୁନ୍ ଗୃହ ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ ଗ୍ରୀଷ୍ମ ଛୁଟିରେ ବିଦ୍ୟାଳୟ ସମ୍ପତ୍ତିର ରକ୍ଷଣାବେକ୍ଷଣ ପ୍ରଥମ ଗଠନ ମୂଳକ ପରୀକ୍ଷଣ, ଆକଳନର ସମୀକ୍ଷା ସାମାଜିକ ସମୀକ୍ଷା ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ଜୁଲାଇ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ଉପରେ ଆଲୋଚନା ପ୍ରଥମ ଗଠନ ମୂଳକ ପରୀକ୍ଷାରେ ଭଲ କରିନଥିବା ଛାତ୍ରଛାତ୍ରୀଙ୍କ ଉନ୍ନତି ଉପରେ ଆଲୋଚନା ବିଦ୍ୟାଳୟ ହତାରେ ବୃକ୍ଷ ରୋପଣ ତଥା ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ଉପରେ ଆଲୋଚନା ସମିତିର ସଭ୍ୟ ଓ ସଭ୍ୟାଙ୍କ ପ୍ରଶିକ୍ଷଣ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ଅଗଷ୍ଟ ସ୍ଵାଧୀନତା ଦିବସ ପାଳନ ସଂକ୍ରାନ୍ତରେ ଆଲୋଚନା ପିଲାମାନଙ୍କୁ ପୋଷାକ ବଣ୍ଟନ ଦ୍ଵିତୀୟ ଗଠନ ମୂଳକ ପରୀକ୍ଷଣ, ଆକଳନ ସମିତିର ସଭ୍ୟ ଓ ସଭ୍ୟାଙ୍କ ପ୍ରଶିକ୍ଷଣ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ସେପ୍ଟେମ୍ବର ଦ୍ଵିତୀୟ ଗଠନ ମୂଳକ ଆକଳନ ଉପରେ ଆଲୋଚନା ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗୀତା ପ୍ରଥମ ସମାପ୍ତି ସୂଚକ ମୂଲ୍ୟାୟନ ଗାନ୍ଧୀ ଜୟନ୍ତୀ ନିମିତ୍ତ ପ୍ରସ୍ତୁତି ସ୍ଵଚ୍ଛ ବିଦ୍ୟାଳୟ ଅଭିଯାନ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ଏବଂ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ । ଅକ୍ଟୋବର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିକାର ମୂଳକ ଶିକ୍ଷଣ ବିଦ୍ୟାଳୟ ବାହାରେ ରହୁଥିବା ପିଲାମାନଙ୍କୁ ଚିହ୍ନଟ କରଣ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ନଭେମ୍ବର ଶିଶୁ ମହୋତ୍ସବ ‘ସୁରଭି’ର ପାଳନ ସଂକ୍ରାନ୍ତରେ ଆଲୋଚନା ତୃତୀୟ ଗଠନ ମୂଳକ ମୂଲ୍ୟାୟନ, ଆକଳନ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ ବିଷୟରେ ଆଲୋଚନା ମଧ୍ୟାହ୍ନ ଭୋଜନ ବିଷୟରେ ଆଲୋଚନା ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ଏବଂ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ । ଡ଼ିସେମ୍ବର ପିତା ମାତାଙ୍କର ସଭା ବିଶ୍ଵ ଭିନ୍ନକ୍ଷମ ଦିବସପାଳନ ପ୍ରତିକାର ମୂଳକ ଶିକ୍ଷଣ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ପିତାମାତା, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ଓ ସଭ୍ୟା, ଷ୍ଟାଣ୍ଡିଂ କମିଟିର ସଭ୍ୟ ଓ ସଭ୍ୟା, ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀ ବୃନ୍ଦ ଜାନୁଆରୀ ସାମାଜିକ ସମୀକ୍ଷା ଚତୁର୍ଥ ଗଠନମୂଳକ ମୂଲ୍ୟାୟନ, ଆକଳନ ସାଧାରଣତନ୍ତ୍ର ଦିବସର ପାଳନ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ଫେବୃୟାରୀ ମାତୃଭାଷା ଦିବସପାଳନ ଚତୁର୍ଥ ଗଠନ ମୂଳକ ପରୀକ୍ଷଣ, ଆକଳନ ଓ ମୂଲ୍ୟାୟନ ସଂକ୍ରାନ୍ତରେ ଆଲୋଚନା ତଥା ଖରାପ କରିଥିବା ପିଲାଙ୍କ ପାଇଁ ପଦକ୍ଷେପ ବାର୍ଷିକ ଉତ୍ସବ ପାଳନ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ଏବଂ ଶିକ୍ଷକ ଶିକ୍ଷୟତ୍ରୀ । ମାର୍ଚ୍ଚ ଦ୍ଵିତୀୟ ସମାପ୍ତି ସୂଚକ ମୂଲ୍ୟାୟନ ଶୈକ୍ଷିକ ତଥା ଅନ୍ୟାନ୍ୟ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ କୃତିତ୍ତ୍ଵ ଅର୍ଜନ କରିଥିବା ପିଲାମାନଙ୍କ ବିଷୟରେ ଆଲୋଚନା ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ ଓ ସଭ୍ୟା ଶିଶୁମାନଙ୍କ ଅଧିକାର ଅଧିନିୟମ, ୨୦୦୯ ଅଧିନିୟମ ମୁଖ୍ୟାଂଶ ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁମାନଙ୍କ ମାଗଣାରେ ପ୍ରାଥମିକ(ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ) ଶିକ୍ଷା ପାଇବାର ଅଧିକାର । ପ୍ରତ୍ୟେକ ଶିଶୁପାଇଁ ଘର ନିକଟବର୍ତ୍ତୀ ବିଦ୍ୟାଳୟରେ ( ପ୍ରାଥମିକ ସ୍ତରରେ ୧କି.ମି ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ୩କି.ମି) ପଢିବାର ସୁଯୋଗ ଓ ବ୍ୟବସ୍ଥା ତଥା ଦୁର୍ଗମ ଅଞ୍ଚଳରେ ପରିବହନ ବା ଆବାସିକ ସୁବିଧା । କୌଣସି ଶିଶୁକୁ ଜନ୍ମ ପ୍ରମାଣ ପତ୍ର ବା ବଦଳି ପ୍ରମାଣ ପତ୍ର ଅଭାବରେ କିମ୍ବା ବିଳମ୍ବରେ ପ୍ରବେଶ ଜନିତ କାରଣରୁ ବିଦ୍ୟାଳୟରେ ପ୍ରବେଶାନୁମତି ମନା କରାଯାଇପାରିବ ନାହିଁ । ଅଧାରୁ ପାଠ ଛାଡିଥିବା ଏବଂ କେବେ ହେଲେ ନାମ ଲେଖା ନଥିବା ଶିଶୁମାନଙ୍କୁ ସେମାନଙ୍କ ବୟସ ଉପଯୁକ୍ତ ଶ୍ରେଣୀରେ ନାମ ଲେଖା ହେବ । ଏପରି ପିଲାମାନଙ୍କୁ ସେହି ଶ୍ରେଣୀରେ ପଢୁଥିବା ଅନ୍ୟ ପିଲାଙ୍କ ସମକକ୍ଷ ହେବା ନିମନ୍ତେ ସ୍ଵତନ୍ତ୍ର ତାଲିମ୍ । ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ନିରାପଦ ତଥା ଉପଯୁକ୍ତ ଯାତାୟତ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା । ବିଭିନ୍ନ ଗତିବିଧି ତଥା ଶିଶୁ – ପ୍ରିୟ ଶିକ୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପାଠପଢା । ପ୍ରାଥମିକ ଶିକ୍ଷା ସମାପ୍ତି ପର୍ଯ୍ୟନ୍ତ କୌଣସି ଶିଶୁକୁ ବୋର୍ଡ଼ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଚିରାଚରିତ ପରୀକ୍ଷା ବ୍ୟବସ୍ଥା ବଦଳରେ ସାମଗ୍ରିକ ଏବଂ ନିରନ୍ତର ମୂଲ୍ୟାୟନ ବ୍ୟବସ୍ଥାର ପ୍ରବର୍ତ୍ତନ । ବିଦ୍ୟାଳୟରେ କୌଣସି ପ୍ରକାରର ଶାରୀରିକ ଦଣ୍ଡ, ମାନସିକ ନିର୍ଯ୍ୟାତନା କିମ୍ବା ବାଛ – ବିଚାର ରହିବ ନାହିଁ । ଶିକ୍ଷାଦାନ ପ୍ରକ୍ରିୟା ଭୟମୁକ୍ତ, ମାନସିକ ଚାପ ଓ ଯନ୍ତ୍ରଣା ଶୂନ୍ୟ ହେବ । ପ୍ରତ୍ୟେକ ବିଦ୍ୟାଳୟର କାର୍ଯ୍ୟକଳାପ ତଦାରଖ, ପରିଚାଳନା ତଥା ବିଦ୍ୟାଳୟର ଉନ୍ନତି ପାଇଁ ଯୋଜନା କରିବା ନିମନ୍ତେ ମୁଖ୍ୟତଃ ଅଭିଭାବକମାନଙ୍କୁ ନେଇ ବିଦ୍ୟାଳୟ ପରିଚାଳନା ସମିତିର ଗଠନ । ଅଭିଭାବକଙ୍କୁ ବିଦ୍ୟାଳୟ ପ୍ରବେଶ ନିମନ୍ତେ କୌଣସି ଚୟନ ପ୍ରକ୍ରିୟା ଓ ମୁଣ୍ଡପିଛା ଦେୟ ରହିବ ନାହିଁ । ବେସରକାରୀ ବିଦ୍ୟାଳୟମାନଙ୍କରେ ପ୍ରଥମ ଶ୍ରେଣୀ ବା ତାଠାରୁ ତଳ ଶ୍ରେଣୀ (ପ୍ରବେଶ ସ୍ତର)ରେ ସେହି ଶ୍ରେଣୀ କ୍ଷମତାର ସର୍ବନିମ୍ନ ୨୫% ସ୍ଥାନ ଆର୍ଥିକ ଓ ସାମାଜିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ରହିବ । କୌଣସି ଶିକ୍ଷକ – ଶିକ୍ଷୟିତ୍ରୀଙ୍କ ଅଣ ଶିକ୍ଷଣୀୟ କାର୍ଯ୍ୟକ୍ରମ (ଜନଗଣନା, ବିପର୍ଯ୍ୟୟ ପ୍ରଶାସନ କାର୍ଯ୍ୟ ତଥା ନିର୍ବାଚନ ପ୍ରକ୍ରିୟା ବ୍ୟତୀତ)ରେ ଭାଗ ନେବା ମନା । ଏହି ଅଧିନିୟମ ଅନ୍ତର୍ଗତ କୌଣସି ଅଧିକାରର ଉଲ୍ଲଂଘନ ସମ୍ପର୍କୀୟ ଅଭିଯୋଗ ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ଗଠିତ ରାଜ୍ୟ ଆୟୋଗ ଦ୍ଵାରା ତଦନ୍ତ କରାଯିବ । ବିଦ୍ୟାଳୟରେ ଅଧିକାର ଉଲ୍ଲଂଘନ ସମ୍ପର୍କୀୟ ଅଭିଯୋଗ ଦାଖଲ କରିବା ପାଇଁ ସ୍କୁଲ ଷ୍ଟୁଡେଣ୍ଟ ହେଲପ୍ ଲାଇନ୍ (ନିଃଶୁଳ୍କ ନମ୍ବର : ୧୮୦୦୩୪୫୬୭୨୨) । ‘ଉଜ୍ଜ୍ଵଳ’ କାର୍ଯ୍ୟକ୍ରମର ପାଞ୍ଚୋଟି ମୁଖ୍ୟ ଉଦ୍ଦେଶ୍ୟ (କ) ଓଡ଼ିଶା ଭାଷା ଠିକ୍ ଭାବରେ କହିବା ଓ ଲେଖିବା ପିଲାଟି ନିଜ ମାତୃଭାଷାରେ ଠିକ୍ ଭାବରେ କହି ଓ ଲେଖି ଜାଣିଲେ ସେ ଅନ୍ୟ ପାଠ ବିଷୟକୁ ଠିକ୍ ଭାବରେ ବୁଝି ପାରିବ । ବିଭିନ୍ନ ଶ୍ରେଣୀରେ ଅନ୍ୟାନ୍ୟ ପାଠ ବିଷୟକୁ କହିବା ଓ ଲେଖିବା ପାଇଁ ପିଲାଟି ମାତୃଭାଷାରେ ସର୍ବନିମ୍ନ ଦକ୍ଷତା ହାସଲ କରିବା ଦରକାର । (ଖ) ଇଂରାଜୀ ଭାଷା ଠିକ୍ ଭାବରେ କହିବା ଓ ଲେଖିବା ବର୍ତ୍ତମାନ ଯୁଗରେ ଇଂରାଜୀ ଭାଷା କହି ଓ ଲେଖି ଜାଣିବା ନିହାତି ଆବଶ୍ୟକ । ପିଲାଟି ଭବିଷ୍ୟତରେ ବିଭିନ୍ନ ରାଜ୍ୟ ଓ ଦେଶ ସହିତ ସମ୍ପର୍କ ରଖିବାର ଏକମାତ୍ର ମାଧ୍ୟମ ହେଉଛି ଇଂରାଜୀ ଭାଷା । ତୃତୀୟ ଶ୍ରେଣୀଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ଭାଷାରେ ବିଭିନ୍ନ ଦକ୍ଷତା ହାସଲ କରାଇବା ପ୍ରାଥମିକ ଶିକ୍ଷାର ଉଦ୍ଦେଶ୍ୟ । (ଗ) ମୌଳିକ ଗାଣିତିକ ଧାରା (ଯୋଗ, ବିୟୋଗ, ଗୁଣନ, ହରଣ) ଜାଣିବା ପିଲାଟି ସଂଖ୍ୟା ଗଣନା ଶିଖିବ ଏବଂ ଲେଖିବ । ମୌଳିକ ଗାଣିତିକ ଧାରା ଯଥା ମିଶାଣ, ଫେଡାଣ, ଗୁଣନ ଓ ହରଣ ବିଷୟରେ ଜାଣିବ । (ଘ) ଆଦର୍ଶ ମୂଲ୍ୟବୋଧ ବିଷୟରେ ଜାଣିବା ପିଲାଟି ସାଧୁତା, ସତ୍ୟ ବାଦିତା, ନମ୍ରତା, ଦୟାଶୀଳତା, କ୍ଷମାଶୀଳତା, ସଚ୍ଚୋଟତା ଇତ୍ୟାଦିର ଅର୍ଥ ଓ ଆବଶ୍ୟକତା ବିଷୟରେ ଜାଣିବ । (ଙ) ଉତ୍ତମ ବ୍ୟବହାର ଶିଖିବା ଉତ୍ତମ ବ୍ୟବହାର ଓ ଆଚରଣ ପିଲାଟିକୁ ଭଲ ମଣିଷ କରିଥାଏ । ଅନ୍ୟମାନଙ୍କୁ ସମ୍ମାନ ଦେଖାଇବା, ସବୁବେଳେ ସତ କହିବାକୁ ଚେଷ୍ଟା କରିବା, ଠିକ୍ ସମୟରେ ଠିକ୍ ଭାବରେ କାର୍ଯ୍ୟ କରିବା, ନିଜକୁ ତଥା ବିଦ୍ୟାଳୟର ପରିବେଶକୁ ପରିଷ୍କାର ରଖିବା, ଅନ୍ୟମାନଙ୍କୁ ଭକ୍ତି କରିବା, କ୍ଷମା କରିବା, ସହାନୁଭୂତି ଦେଖାଇବା, ଅନ୍ୟକୁ ଆଘାତ ନଦେବା, ଅନ୍ୟର ଜିନିଷ ଚୋରି ନକରିବା ଇତ୍ୟାଦି ଭଲଗୁଣ ପିଲାକୁ ଭଲ ମଣିଷ ହେବାରେ ସାହାଯ୍ୟ କରିବ । ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତିର ଦାଇତ୍ଵ ଓ ଭୂମିକା ୬ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା (ପ୍ରଥମ ଶ୍ରେଣୀରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ) ଲାଭ କରିବା ସେମାନଙ୍କର ମୌଳିକ ଅଧିକାର । ଶିଶୁର ଏହି ଅଧିକାରର ସୁରକ୍ଷା ପ୍ରତ୍ୟେକଙ୍କର ଡାଇତ୍ଵ । ଏହି ଅଧିକାରକୁ ଯୋଗାଇ ଦେଇ ଶିଶୁର ସର୍ବାଙ୍ଗୀନ ବିକାଶ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତ୍ୟେକ ଅଭିଭାବକ,ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତି ଚେଷ୍ଟିତ ହେବା ଆବଶ୍ୟକ । ଶିଶୁକୁ ଏହି ଦେଶର ଏକ ଉତ୍ତମ ନାଗରିକ ହିସାବରେ ଗଢି ତୋଳିବା ଦିଗରେ ଯେଉଁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ତଥା ଡାଇତ୍ଵ ରହିଛି ତାହା ତଳେ ଉଲ୍ଲେଖ କରାଗଲା । ଅଭିଭାବକଙ୍କ ଦାଇତ୍ଵ ପିଲାଟିକୁ ପ୍ରତ୍ୟେକ ଦିନ ଠିକ୍ ସମୟରେ ବିଦ୍ୟାଳୟକୁ ପଠାଇବା ବିଦ୍ୟାଳୟକୁ ଯିବା ପାଇଁ ଶିଶୁ ମନରେ ଆଗ୍ରହ ସୃଷ୍ଟି ପିଲାଟି ଯଦି ବିଦ୍ୟାଳୟକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କଲେ ତାହାର କାରଣ ଜାଣିବା ଶିକ୍ଷକ ଶିକ୍ଷୟିତ୍ରୀ ସହ ପିଲାର ପାଠ ବିଷୟରେ ଆଲୋଚନା କରିବା ପ୍ରତ୍ୟେକ ଦିନ କିଛି ସମୟ ପାଇଁ ପିଲା ସହିତ ତା’ର ସାଙ୍ଗସାଥି, ବିଦ୍ୟାଳୟ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଷୟରେ କଥାବାର୍ତ୍ତା କରିବା ପିଲାକୁ ଘର କାମରେ ନ ଲଗାଇବା ବିଦ୍ୟାଳୟରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ଯଥା ନାଚ, ଗୀତ, ବିଜ୍ଞାନ ମେଳା,ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ପିଲା ମନରେ ପ୍ରେରଣା ସୃଷ୍ଟିକରିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାଇତ୍ଵ ନିୟମିତ ବିଦ୍ୟାଳୟକୁ ଆସିବା ପାଇଁ ପିଲାମନରେ ଆଗ୍ରହ ସୃଷ୍ଟି ପିଲା ଅନୁପସ୍ଥିତ ରହିଲେ ତା’ର ପରିବାର ସହିତ ଯୋଗାଯୋଗ ରଖି କାରଣ ଜାଣିବା ଓ ତା’ର ପ୍ରତିକାର କରିବା ଶ୍ରେଣୀ ଗୃହରେ ଶିକ୍ଷଣ ପ୍ରକ୍ରିୟାକୁ ଆନନ୍ଦମୟ କରିବା ପିଲାକୁ ଭଲ ବ୍ୟବହାର ଦେଖାଇ ତା ମନରେ ଭୟଶୂନ୍ୟ ଭାବନା ସୃଷ୍ଟି କରିବା ଭିନ୍ନକ୍ଷମ ପିଲାମାନଙ୍କୁ ସ୍ଵତନ୍ତ୍ର ଗୁରୁତ୍ଵ ଦେବା । ପିଲାର ଆଗ୍ରହ ଅନୁସାରେ ତା’ର ସମସ୍ତ ପ୍ରଶ୍ନର ଉତ୍ତର ଦେବା ବିଦ୍ୟାଳୟ ତଥା ଶ୍ରେଣୀଗୃହ ପରିବେଶକୁ ସୁରକ୍ଷିତ ରଖିବା ପିଲାଙ୍କୁ ନୂତନ କଥା ଚିନ୍ତା କରିବାକୁ ଓ ସମସ୍ୟା ସମାଧାନ କରିବାକୁ ସୁଯୋଗ ଦେବା ପିଲାର ଆବେଗିକ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ଵ ସ୍ଵତନ୍ତ୍ର ପାରଦର୍ଶିତା ଥିବା ପିଲାଙ୍କୁ ଆହୁରି ଉନ୍ନତି କରିବା ପାଇଁ ସୁଯୋଗ ସୃଷ୍ଟି କରିବା ବିଦ୍ୟାଳୟର ସମସ୍ତ ପ୍ରକାରର କାର୍ଯ୍ୟକ୍ରମ (ଶୈକ୍ଷିକ ଓ ଅନ୍ୟାନ୍ୟ ସହ – ଶୈକ୍ଷିକ) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପିଲାଙ୍କୁ ଉତ୍ସାହିତ କରିବା ପିଲାର ଅଗ୍ରଗତି ବିଷୟରେ ପିତା, ମାତା ତଥା ଅଭିଭାବକଙ୍କ ସହିତ ଆଲୋଚନା ବିଦ୍ୟାଳୟ ପରିଚାଳନା ସମିତିର ଦାୟିତ୍ଵ ବିଦ୍ୟାଳୟର ଭିତର ଓ ବାହାର ପରିବେଶକୁ ଆକର୍ଷଣୀୟ କରିବା ଅଧିକାଂଶ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ପିଲା ବିଷୟରେ ଆଲୋଚନା କରିବା, ତା’ର ଅନୁପସ୍ଥିତିର କାରଣ ଜାଣିବା ଓ ପ୍ରତିକାର ପାଇଁ ଚେଷ୍ଟା କରିବା ଭିନ୍ନକ୍ଷମ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଏବଂ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ପଦକ୍ଷେପ ନେବା ପ୍ରତ୍ୟେକ ଶ୍ରେଣୀର ବିଶେଷ ଗୁଣ ଥିବା ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରିବା ଓ ତା’ ର ସେହି ଗୁଣର ପ୍ରକାଶ ତଥା ବିକାଶ ପାଇଁ ପଦକ୍ଷେପ ନେବା ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଶୈକ୍ଷିକ, ସହ- ଶୈକ୍ଷିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ସ୍ଵତନ୍ତ୍ର ଗୁଣଥିବା ପିଲାକୁ ପୁରସ୍କୃତ କରିବା ଶିଶୁ ଅଧିକାର କ: ବଞ୍ଚିବାର ଅଧିକାର (Right to Survival) ଜୀବନର ଅଧିକାର (ଶିଶୁଭ୍ରୁଣ ହତ୍ୟା) ସ୍ୱାସ୍ଥ୍ୟ, ପୃଷ୍ଟିର ସର୍ବୋଚ୍ଚ ମାନ ହାସଲ କରିବା ଅଧିକାର ରହିବାର ପର୍ଯ୍ୟାପ୍ତ ସ୍ଥାନ, ଆଶ୍ରୟ ଅଧିକାର ନାମ ପରିଚୟ ଓ ଜାତୀୟତାର ଅଧିକାର ଖ: ସୁରକ୍ଷା ଅଧିକାର (Right to Protection) ଶୋଷଣ, ଅପମାନ, ଅମାନଦୀୟ ବ୍ୟବହାର ଏବଂ ଅବହେଳାରୁ ମୁକ୍ତହେବାର ଅଧିକାର, ବାଳଶ୍ରମିକ, ବାଲ୍ୟବିବାହ, ବାଳକ ଓ ବାଳିକା ଚାଲାଣ । ଯୁଦ୍ଧ, ଜରୁରୀକାଳୀନ ପରିସ୍ଥିତି ସମୟରେ ବିଶେଷ ସୁରକ୍ଷା ପାଇବାର ଅଧିକାର ଗ: ବିକାଶର ଅଧିକାର (Right to Development) ଶିକ୍ଷାପାଇଁ ଅଧିକାର (ମୌଳିକ) ପ୍ରାକ୍ ଶୈଶବର ଉନ୍ନତି ଓ ସାମାଜିକ ସୁରକ୍ଷା ପାଇଁ ସହାୟତା ସାଂସ୍କୃତିକ, ଅବସର, ଖେଳକୁଦଭିତ୍ତିକ କାର୍ଯ୍ୟପାଇଁ ଅଧିକାର ଘ: ସହଭାଗିତାର ଅଧିକାର((Right to Participation) ଶିଶୁର ମତାମତ ଓ ଦୃଷ୍ଟିକୋଣକୁ ସମ୍ମାନ ଦେବା ବକ୍ତବ୍ୟର ସ୍ଵାଧୀନତା ଠିକ୍ ସୂଚନା ପାଇବାର ଅଧିକାର ଭାବନା, ବିବେକ, ଓ ଧର୍ମର ସ୍ଵତନ୍ତ୍ର ଅଧିକାର ସ୍ନେହ, ପ୍ରେମ, ଓ ବନ୍ଧୁତା ସ୍ଥାପନ କରିବାର ଅଧିକାର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ଆବଶ୍ୟକତା ବିଦ୍ୟାଳୟରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ରାମ୍ପସ୍ (ramps) ଓ ଭିନ୍ନକ୍ଷମ ଶୌଚାଲୟ (Disable friendly toilet) ରହିବା ଆବଶ୍ୟକ ବିଦ୍ୟାଳୟ ପରିସର ମଧ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ପ୍ରତି କୌଣସି ପ୍ରକାରର ପ୍ରତିବନ୍ଧକ ରହିବା ଅନୁଚିତ୍ ଭିନ୍ନକ୍ଷମ ଶିକ୍ଷାର୍ଥୀ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଆସିଲାକି ନାହିଁ ନିଶ୍ଚିତ କରାଇବା ଏହି ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ତଥା ଉପଯୁକ୍ତ ଶିକ୍ଷା ପଦ୍ଧତି କରାଯିବା ସହିତ ଉପଯୁକ୍ତ ଶିକ୍ଷଣ ସହାୟକ ସାମଗ୍ରୀ ଯୋଗାଇ ଦିଆଯିବ ମୂଲ୍ୟାୟନ ସମୟରେ ଏହି ମାନଙ୍କ ପାଇଁ ସ୍ଵତନ୍ତ୍ର ଆବଶ୍ୟକତା ଯଥା ଅଧିକ ସମୟ, ସହାୟକ ବ୍ୟବସ୍ଥା ଇତ୍ୟାଦି ପ୍ରତି ଧ୍ୟାନ ଜରୁରୀ ଭିନ୍ନକ୍ଷମମାନଙ୍କୁ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମନେ କରନ୍ତୁ । ସେମାନଙ୍କର ସମସ୍ୟାଗୁଡିକୁ ବୁଝି ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବାରେ ସାହାଯ୍ୟ କରନ୍ତୁ । ବାଳିକା ଶିକ୍ଷା ଆମ ଦେଶର କେବଳ ତିନୋଟି ରାଜ୍ୟରେ ପ୍ରତ୍ୟେକ ୧୦୦୦ ବାଳକ ସ୍ଥାନରେ ୧୦୦୦ ରୁ ଅଧିକ ବାଳିକା ଅଛନ୍ତି ଆମ ରାଜ୍ୟର ନୟାଗଡ ଜିଲ୍ଲାରେ ବାଳକ ତୁଳନାରେ ବାଳିକା ମାନଙ୍କ ସଂଖ୍ୟା କମ୍ (୧୦୦୦ ରେ ୮୫୫) ଥିବାରୁ ସରକାରଙ୍କର ତିନୋଟି ବିଭାଗ ଯଥା ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ମାନବ ସମ୍ବଳ ବିକାଶ ବିଭାଗର ମିଳିତ ସହଯୋଗରେ ‘ବେଟି ବଚାଓ, ବେଟି ପଢାଓ’ ଯୋଜନା କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୁରୁଷ ମହିଳା ଅସନ୍ତୁଳନକୁ ସୁଧାରିବା ଏବଂ ବାଳିକାମାନଙ୍କ ଶିକ୍ଷାର ପ୍ରସାରକୁ ସୁନିଶ୍ଚିତ କରିବା ପଛୁଆ ଓ ଅବହେଳିତ ବର୍ଗର ବାଳିକା ମାନଙ୍କୁ ଶିକ୍ଷାରେ ସାମିଲ୍ କରିବା ପାଇଁ ତଥା ବାଳିକା ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି – କରିବା ପାଇଁ ମହିଳା – ଶିକ୍ଷା କ୍ଷେତ୍ରରେ ପଛାଇଥିବା ବ୍ଲକ୍ ମାନଙ୍କରେ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ କାର୍ଯ୍ୟକାରୀ ହେଉଅଛି ଆମ ରାଜ୍ୟରେ ୨୩ ଟି ଜିଲ୍ଲାରେ ୧୮୨ ଟି କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ କାର୍ଯ୍ୟକାରୀ ହେଉଅଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଦାରିଦ୍ର ସୀମା ରେଖା ତଳେ ଥିବା ବାଳିକାମାନଙ୍କ ପାଇଁ ଷଷ୍ଟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଆବାସିକ ସୁବିଧା ସହ ପାଠପଢା ବ୍ୟବସ୍ଥା କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ପଢୁଥିବା ଛାତ୍ରୀମାନଙ୍କ ପାଇଁ ଉଚ୍ଚ ଶିକ୍ଷା ପାଇବାର ନିମିତ୍ତ ସୁଯୋଗ ସୃଷ୍ଟି କରାଯାଉଛି ମାତୃଭାଷା ଭିତିକ ବହୁଭାଷୀ ଶିକ୍ଷା ଆମ ଦେଶ ତଥା ରାଜ୍ୟରେ ଅନୁସୂଚିତ ଜନଜାତି ( ଆଦିବାସୀ) ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ସଫଳତା ସନ୍ତୋଷ ଜନକ ନୁହେଁ । ବିଦ୍ୟାଳୟରେ ସେମାନଙ୍କର ପରିଚିତ ଜିନିଷ ନଥିବା, ସେମାନଙ୍କର ଭାଷାରେ ପାଠପଢା ହେଉନଥିବା, ଶିକ୍ଷକମାନଙ୍କର ସେମାନଙ୍କ ପ୍ରତି ଅବହେଳା, ଘର କାମରେ ବ୍ୟସ୍ତତା ତଥା ବାପା ମାଆଙ୍କର ସଚେତନତା ଅଭାବ ଇତ୍ୟାଦି ଏହି ପିଲାମାନଙ୍କର ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଆସିବାରେ ବାଧା ସୃଷ୍ଟି କରିଥାଏ । ଅନୁସୂଚିତ ଜନଜାତି ପିଲାମାନଙ୍କ ମନରେ ପ୍ରାଥମିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଓଡିଶା ରାଜ୍ୟ ଆଦିବାସୀ ଶିକ୍ଷା ପରାମର୍ଶ ଦାତା କମିଟି (TAC) ର ପରାମର୍ଶ ଅନୁସାରେ ୨୦୦୭-୦୮ ଶିକ୍ଷା ବର୍ଷଠାରୁ ବହୁଭାଷୀ ଶିକ୍ଷା ଯୋଜନା ଆରମ୍ଭ କରାଯାଇଛି । ବହୁଭାଷୀ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନେ ସେମାନଙ୍କ ମାତୃଭାଷାରେ ଶିକ୍ଷା ଆରମ୍ଭ କରି ପରେ ୨ୟ ଭାଷା (ଓଡିଆ) ଓ ୩ୟ ଭାଷା (ଇଂରାଜୀ) ଭାଷା ଶିଖିବେ ଓ ଏହି ଭାଷା ମାଧ୍ୟମରେ ଅନ୍ୟ ବିଷୟ ଶିଖିବେ । ଆମ ରାଜ୍ୟରେ ୨୦୦୭-୦୮ ଶିକ୍ଷାବର୍ଷଠାରୁ ଏ ପର୍ଯ୍ୟନ୍ତ ୧୭ଟି ଜିଲ୍ଲା (ଅନୁଗୁଳ, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ, କୋରାପୁଟ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ବରଗଡ, ବାଲେଶ୍ଵର, ନବରଙ୍ଗପୁର, ନୂଆପଡା, ମୟୂରଭଞ୍ଜ, ମାଲକାନଗିରି, ରାୟଗଡା, ସମ୍ବଲପୁର, ସୁନ୍ଦରଗଡ)ରେ ୨୧ଟି ଅନୁସୂଚିତ ଜନଜାତି ଭାଷା(ହୋ, ପାଉକି ଭୂୟାଁ, କୁଭି, ଚୁର, ଜୁଆଙ୍ଗ, ସାନ୍ତାଳୀ, ପଲାଜା, ଭୂମିଆ, ଲାତ୍ରା, ଗଦବା, ସଲରା, ମୁଣ୍ଡା, ବିଂଝାଲ, ଗୋଣ୍ଡି, ଭୁଞ୍ଜିଆ, କୋୟା, ବଣ୍ଡା, ବିଦାୟୀ, କିସାନ, ଖଡିଆ, ଓରାଓଁ) ରେ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରହିଛି । ମାତୃଭୂମି ମାତୃଭାଷାରେ ମମତା ୟା’ ହୃଦେଜନମି ନାହିଁ ତାକୁ ଯଦି ଜ୍ଞାନୀ ରଣରେ ଗଣିବା ଅଜ୍ଞାନ ରହିବେ କାହିଁ ସୃଜନ ସୃଜନ ଏକ ଶିଶୁ – କୈନ୍ଦ୍ରିକ ବହୁମୂଖୀ କାର୍ଯ୍ୟକ୍ରମ । ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକ ଓ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ୧୨ ଟି ଶିଶୁ ଉପଯୋଗୀ କାର୍ଯ୍ୟ (ଗଳ୍ପକଥନ, ପାରମ୍ପରିକ ଖେଳ, କଳା ଓ ହସ୍ତଶିଳ୍ପ, ଗଣିତ ମଞ୍ଚ, ବିଜ୍ଞାନ ମେଳା, ବାଦ୍ୟ, ଗୀତ ଓ ନାଚ, ଲୋକକଥା ଉତ୍ସବ, ବନ ମହୋତ୍ସବ, ଗ୍ରାମ୍ୟ ପ୍ରକଳ୍ପ, ଶିକ୍ଷଣ ଶିବିର, ସାଧାରଣ ଜ୍ଞାନ, ଶୈକ୍ଷିକ କାର୍ଯ୍ୟ( ରଚନା, ଗଳ୍ପ, କବିତା ଲିଖନ)କୁ ନେଇ ପରିଚାଳିତ ହୁଏ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ଶିଶୁର ଅନ୍ତର୍ନିହିତ ପ୍ରତିଭାର ପ୍ରକାଶ ତଥା ବିକାଶ ବର୍ଷର ବିଭିନ୍ନ ସମୟରେ ବିଦ୍ୟାଳୟରେ ପିଲାର ରୁଚି ଅନୁସାରେ କାର୍ଯ୍ୟ କରି ପିଲା, ଶିକ୍ଷକ, ଅଭିଭାବକ ଓ ଗୋଷ୍ଟୀ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଶିକ୍ଷକ, ଅଭିଭାବକ ତଥା ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ବିଦ୍ୟାଳୟ, ବ୍ଲଷ୍ଟରରେ ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବା ଏବଂ ପିଲାକୁ ବିଦ୍ୟାଳୟ ଶିକ୍ଷା ପ୍ରତି ଉତ୍ସାହିତ କରିବା ପିଲାଙ୍କ ଅଭିଜ୍ଞାତାରୁ ଅର୍ଜନ କରିଥିବା ଜ୍ଞାନଙ୍କୁ ବିଦ୍ୟାଳୟ ପାଠ୍ୟକ୍ରମ ସହିତ ଯୋଡିବା ଗାଁ ବିଦ୍ୟାଳୟରେ ଶିକ୍ଷାର ପ୍ରସାର କରିବା ପାଇଁ ପଠନ ଓ ଆଲୋଚନାର ପରିବେଶ ସୃଷ୍ଟି କରିବା ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ବିଦ୍ୟାଳୟ ପାଠ୍ୟକ୍ରମ ସହିତ ଯୋଡିବା ପ୍ରାଥମିକ ଶିକ୍ଷାକୁ ଲୋକାଭିମୁଖୀ କରାଇ ବିଦ୍ୟାଳୟ କାର୍ଯ୍ୟକ୍ରମ ସହିତ ଗୋଷ୍ଠୀକୁ ସାମିଲ କରାଇବା ବିଦ୍ୟାଳୟର ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ଆବଶ୍ୟକତା ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ଦିଗରେ ବିଦ୍ୟାଳୟ ପରିଚାଳନା ସମିତିର ଭୂମିକା ଯଥେଷ୍ଟ ଗୁରୁତ୍ବପୂର୍ଣ । ବିଦ୍ୟାଳୟରେ ଏକ ଭଲ ପରିବେଶ ସୃଷ୍ଟି କରିବା ନିମିତ୍ତ ନିମ୍ନଲିଖିତ ଉପାଦାନ ଗୁଡିକ ଅଛି କି ନାହିଁ ସେ ବିଷୟରେ ନିଶ୍ଚିତ ହେବା ସମିତିର ଦାଇତ୍ଵ ବିଦ୍ୟାଳୟ ତଥା ଶ୍ରେଣୀ କୋଠରୀର ପରିଷ୍କାର ପରିଛନ୍ନତା ଶ୍ରେଣୀ କୋଠରୀରେ ଶିକ୍ଷଣ ସାମଗ୍ରୀ ପାନୀୟ ଜଳର ସୁବିଧା ପାଠାଗାରାର ବହି ପିଲାମାନଙ୍କୁ ଦିଆଯିବ ଓ ବହି ବିଷୟରେ ଆଲୋଚନା ନିୟମିତ ପିଲାମାନଙ୍କର ଖେଳ, ନାଚ, ଗୀତ, ତର୍କସରା କାନ୍ଥଚିତ୍ର ଓ ଅନ୍ୟାନ୍ୟ ଶିକ୍ଷଣ ସାମଗ୍ରୀର ବ୍ୟବହାର ବିଦ୍ୟାଳୟରେ ଦୋଳି, ଖସଡା, ଫ୍ଲାଗପୋଷ୍ଟର ରକ୍ଷଣା ବେକ୍ଷଣ ଓ ବ୍ୟବହାର ପିଲାମାନଙ୍କ ପାଇଁ ପ୍ରସ୍ତାବ ବାକ୍ସ (Suggestion Box) ଓ ମନର କଥା (Idea Box) ରୋଷେଇଗୃହର ପରିଷ୍କାର ପରିଚ୍ଛନତା ପାଇଖାନାର ଉପଯୁକ୍ତ ବ୍ୟବହାର ଶ୍ରେଣୀ ଗୃହରେ ଭୟଶୂନ୍ୟ ଓ ଦଣ୍ଡବିହୀନ ପରିବେଶରେ ପାଠପଢା ବିଦ୍ୟାଳୟରେ ବଗିଚା ସୃଷ୍ଟି କରି ସେଥିରେ ଫୁଲ, ଫଳ ଓ ଔଷଧୀୟ ଗଛ ଲଗାଇବା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଗୋଷ୍ଟୀକୁ ସାମିଲ କରିବା ତଥା ଗୋଷ୍ଟୀକୁ ମିଳୁଥିବା ଜିନିଷକୁ ବ୍ୟବହାର କରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ବିଦ୍ୟାଳୟରେ ଶ୍ରେଣୀଗୃହ, ପାଚେରୀ ରୋଷେଇଗୃହ, ଫାଗପୋଷ୍ଟ, ନଳକୂପ, ପାଇଖାନା, ର୍ୟାମ୍ପ, ଖେଳପଡିଆ ଇତ୍ୟାଦି ରହିବାର ବ୍ୟବସ୍ଥା କରାଇବା ପିଲାମାନଙ୍କର ପାଠପଢାର ଅଗ୍ରଗତି ପାଇଁ ଯୋଜନା ପ୍ରସ୍ତୁତ କରିବା ଓ ତାକୁ କାର୍ଯ୍ୟକାରୀ କରାଇବା ନିୟମିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ଓ ଏହା ଯେପରି ପରିଷ୍କାର ପରିଛନ୍ନ ପରିବେଶରେ ପ୍ରସ୍ତୁତ ତଥା ବଣ୍ଟନ ହେବ ତାହା ନିଶ୍ଚିତ କରାଇବା ପିଲାମାନଙ୍କର ପରିଷ୍କାର ପରିଛନ୍ନତା ପ୍ରତି ଧ୍ୟାନ ବିଦ୍ୟାଳୟରେ ପାଠାଗାର, ସଂଗ୍ରହାଳୟ ଇତ୍ୟାଦି ସ୍ଥାପନ ଓ ବ୍ୟବହାର ଆଧାର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର