ବିଭାଗ - ୧ ପ୍ରଶ୍ନ ଭାରତର ଜାତୀୟ ପତାକାରେ କେତୋଟି ରଙ୍ଗ ଦେଖାଯାଏ ? ଭାରତର ସପ୍ତମ ପ୍ରଧାନମନ୍ତ୍ରୀ କିଏ ଓ କେବେ ନିର୍ବାଚିତ ହୋଇଥିଲେ ? ଜାତୀୟ ସ୍ଵାକ୍ଷରତା ବର୍ଷ କେବେ ପାଳନ କରାଗଲା ? ଗୋଆ କେବେ ରାଜ୍ୟ ପାହ୍ୟା ପାଇଲା ? କେବେ ମିଜୋରାମ ଓ ଅରୁଣାଚଳ ପ୍ରଦେଶକୁ ରାଜ୍ୟ ପାହ୍ୟା ମିଳିଲା ? ୧୯୭୮ ମସିହା ମେ ମାସ ୧୮ ତାରିଖ କାହିଁକି ପ୍ରସିଦ୍ଧ ? ଜୁଲାଇ ୧୦, ୧୯୯୨ ମସିହା କାହିଁକି ପ୍ରସିଦ୍ଧ ? ଜୁଲାଇ ୨୩ ତାରିଖ ୧୯୯୩ ମସିହା କାହିଁକି ପ୍ରସିଦ୍ଧ ? ଫ୍ରେବୃୟାରି ମାସ ୧୯ ତାରିଖ ୧୯୯୪ ମସିହା କାହିଁକି ପ୍ରସିଦ୍ଧ ? କେବେ ଭାରରତରେ ପ୍ରଥମ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା ? ଉତ୍ତର ଭାରତର ଜାତୀୟ ପତାକାରେ ତିନୋଟି ରଙ୍ଗ ଦେଖାଯାଏ । ଭାରତର ସପ୍ତମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଭି. ପି. ସିଂହ, ଡିସେମ୍ବର ୨ ତାରିଖ ୧୯୮୯ ମସିହା ନିର୍ବାଚିତ ହୋଇଥିଲେ । ଜାତୀୟ ସ୍ଵାକ୍ଷରତା ବର୍ଷ ଜାନୁୟାରୀ ୨୨ ତାରିଖ ୧୯୯୦ ମସିହା ପାଳନ କରାଗଲା । ଗୋଆ ମେ ୧୧ ତାରିଖ ୧୯୮୭ ମସିହାରେ ରାଜ୍ୟ ପାହ୍ୟା ପାଇଲା । ଫ୍ରେବୃୟାରି ମାସ ୨୦ ତାରିଖ ୧୯୮୭ ମସିହା ମିଜୋରାମ ଓ ଅରୁଣାଚଳ ପ୍ରଦେଶକୁ ରାଜ୍ୟ ପାହ୍ୟା ମିଳିଲା । ୧୯୭୮ ମସିହା ମେ ମାସ ୧୮ ତାରିଖ ପ୍ରଥମ ଆଣବିକ ବିସ୍ଫୋରଣ ପରୀକ୍ଷା ଭାରତ ଦ୍ଵାରା ସମ୍ପାଦିତ ହୋଇଥିଲା । ଜୁଲାଇ ୧୦, ୧୯୯୨ ମସିହା ଭାରତରେ କୃତିମ ଉପଗ୍ରହ ‘ ଇନସାଟ୍ – ୨ (କ)’ ର ସଫଳ ପ୍ରେରଣ । ଜୁଲାଇ ୨୩ ତାରିଖ ୧୯୯୩ ମସିହା ଭାରତରେ କୃତିମ ଉପଗ୍ରହ ‘ ଇନସାଟ୍ – ୨ (ଖ)’ ର ସଫଳ ପ୍ରେରଣ । ଫ୍ରେବୃୟାରି ମାସ ୧୯ ତାରିଖ ୧୯୯୪ ମସିହା ଭାରତରେ ‘ଅଗ୍ନି ‘ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଥିଲା । ୧୯୫୨ ମସିହାରେ ଭାରରତରେ ପ୍ରଥମ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭାଗ - ୨ ପ୍ରଶ୍ନ ଭାରତର ମୁଖ୍ୟ ବନ୍ଦରଗୁଡିକ କେଉଁ ରାଜ୍ୟ ଓ ସାଗରରେ ଅବସ୍ଥିତ ? ଉତ୍ତର କ୍ରମ ନଂ ବନ୍ଦର ରାଜ୍ୟ ସାଗର 1. ଗୋପାଳପୁର ଓଡିଶା ବଙ୍ଗୋପସାଗର 2. ପାରାଦ୍ଵୀପ ଓଡିଶା ବଙ୍ଗୋପସାଗର 3. ଚାନ୍ଦିପୁର ଓଡିଶା ବଙ୍ଗୋପସାଗର 4. କୋଚିନ କେରଳ ଆରବସାଗର 5. ବିଶାଖାପାଟଣା ଆନ୍ଧ୍ରପ୍ରଦେଶ ବଙ୍ଗୋପସାଗର 6. ଚେନ୍ନାଇ ତାମିଲନାଡୁ ବଙ୍ଗୋପସାଗର 7. ମୁମ୍ବାଇ ମହାରାଷ୍ଟ୍ର ଆରବସାଗର 8. କାଣ୍ଡାଲା ଗୁଜୁରାଟ ଆରବସାଗର 9. ମାରାମାଗୋଆ ଗୋଆ ଆରବସାଗର ବିଭାଗ - ୩ ପ୍ରଶ୍ନ ଭାରତର ପ୍ରଥମ ଓ ଶ୍ରେଷ୍ଟ କିଏ ? ଉତ୍ତର ପ୍ରଥମ ରାଷ୍ଟ୍ରପତି - ଡକ୍ଟର ରାଜେନ୍ଦ୍ର ପ୍ରସାଦ । ପ୍ରଥମ ପ୍ରଧାନମନ୍ତ୍ରୀ – ପଣ୍ଡିତ ଜବାହାରଲାଲ ନେହେରୁ । ପ୍ରଥମ ଉପପ୍ରଧାନମନ୍ତ୍ରୀ – ସର୍ଦ୍ଦାର ବହ୍ଲବଭାଇ ପଟେଲ । ପ୍ରଥମ ଭାରତୀୟ ବଡଲାଟ୍ – ଶ୍ରୀ ଚକ୍ରବର୍ତ୍ତୀ ରାଜଗୋପାଳ ଚାରୀ । ପ୍ରଥମ ବାଚସ୍ପତି – ଶ୍ରୀ ବି. ଭି. ମାର୍ଭଲଙ୍କର । ପ୍ରଥମ ଜାତୀୟ କଂଗ୍ରେସ ସଭାପତି – ଶ୍ରୀ ରମେଶ ଚନ୍ଦ୍ର ବାନାର୍ଜୀ । ପ୍ରଥମ ଗଭର୍ଣର ଜେନରାଲ – ଲର୍ଡ ୱାରେନ୍ ହେଷ୍ଟିଂସ । ପ୍ରଥମ ଭାରତୀୟ ମହିଳା ପ୍ରଧାନ ମନ୍ତ୍ରୀ – ଇନ୍ଦିରା ଗାନ୍ଧୀ । ପ୍ରଥମ ନୋବେଲ ପୁରସ୍କାର ବିଜେତା – ରବୀନ୍ଦ୍ର ନାଥ ଠାକୁର । ପ୍ରଥମ ମହିଳା ମନ୍ତ୍ରୀ – ରାଜକୁମାରୀ ଅମୃତା କାଉଁର । ପ୍ରଥମ ଭାଇସରାୟ – ଲର୍ଡ କ୍ୟାନିଂ । ପ୍ରଥମ ଆ.ଇ.ସି.ଏସ୍. – ସତ୍ୟେନ୍ଦ୍ର ନାଟ ଠାକୁର । ପ୍ରଥମ ମହିଳା ରାଜ୍ୟପାଳ – ସରୋଜିନୀ ନାଇଡୂ । ଶ୍ରେଷ୍ଟ ମରୁଭୁମି – ଥର । ଶ୍ରେଷ୍ଟ ବନ୍ଦର – ମୁମ୍ବାଇ । ଶ୍ରେଷ୍ଟ ଗୁମ୍ଫା – ଏଲୋରା । ଶ୍ରେଷ୍ଟ ଫାଟକ – ବୁଲନ୍ଦ ଦରୱାଜା । ଶ୍ରେଷ୍ଟ ସ୍ତମ୍ବ – କୁତବମିନାର । ପ୍ରଥମ ମହାକାଶ ଯାତ୍ରୀ – ରାକେଶ ଶର୍ମା । ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ - ଶ୍ରୀମତୀ ସୁଚେତା କୃପାଳିନୀ । ବିଭାଗ - ୪ ପ୍ରଶ୍ନ ଭାରତର ବିଭିନ୍ନ ପଦପଦବୀରେ ପ୍ରଥମ ନାରୀ ଉତ୍ତର ପ୍ରଥମ ଦିଲ୍ଲୀ ସିଂହାସନ ଅଧୀଶ୍ଵରୀ ନାରୀ – ରେଜିୟା ବେଗମ । ପ୍ରଥମ ନାରୀ ପ୍ରଧାନମନ୍ତ୍ରୀ – ଇନ୍ଦିରା ଗାନ୍ଧୀ । ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ – ସୁଚେତା କୃପାଳିନୀ । ପ୍ରଥମ ଜାତିସଂଘର ସଭାପତି – ବିଜୟଲକ୍ଷ୍ମୀ ପଣ୍ଡିତ । ପ୍ରଥମ ରାଷ୍ଟ୍ରଦୁତ – ସି. ବି. ମୁଥାମ୍ମା । ପ୍ରଥମ ଓକିଲ – ସୁଧାଂଶୁବାଲା ହାଜରା । ପ୍ରଥମ ସାମୁଦ୍ରିକ ଇଞ୍ଜିନିୟର – ସୋଲାନା ବାନାର୍ଜୀ । ପ୍ରଥମ ସୁପ୍ରିମକୋର୍ଟ ବିଚାରପତି – ମିର ସାହିବ ଫତିମା ବିବି । ପ୍ରଥମ ବ୍ୟାଙ୍କ ମ୍ୟାନେଜର – ସାନ୍ତା କୁମାରୀ । ପ୍ରଥମ ଏମ୍.ଏ ଉପାଧିଧାରୀ – ଚନ୍ଦ୍ରମୁଖୀ ବୋଷ । ପ୍ରଥମ ରାଜ୍ୟପାଳ – ସରୋଜିନୀ ନାଇଡୂ । ପ୍ରଥମ କଂଗ୍ରେସ ସଭାପତି – ଆଣି ବେସାନ୍ତ । ପ୍ରଥମ ବିଶ୍ଵସୁନ୍ଦରୀ – ରୀତା ପରିଆ । ପ୍ରଥମ ଡାକ୍ତର – କାଦମ୍ବିନୀ ଠାକୁର । ପ୍ରଥମ ଏଭାରେଷ୍ଟ ସୃଙ୍ଘ ବିଜେତା – ବଛେନ୍ଦ୍ର ପାଲ । ବିଭାଗ -୫ ପ୍ରଶ୍ନ କାହାକୁ କୁହାଯାଏ ? ଉତ୍ତର ଏସିଆର ଆଲୋକ – ଗୌତମ ବୁଦ୍ଧ । ଭାରତର ନେପୋଲିୟନ – ସମୁଦ୍ରଗୁପ୍ତ । କୁଳଗୁରୁ ବୁଦ୍ଧ – ଦାଦାଭାଇ ନାଓରାଜୀ । ବାପୁଜୀ ବା ମହାତ୍ମା – ମୋହନଦାସ କରମ ଚାନ୍ଦ ଗାନ୍ଧୀ । ଆନ୍ଧ୍ରକେସରୀ – ଟି. ପ୍ରକାଶମ । ପଲ୍ଲି କବି – ନନ୍ଦକିଶୋର ବଳ । କାବିସମ୍ରାଟ୍ – ଉପେନ୍ଦ୍ର ଭଞ୍ଜ । ଜାତୀୟ କବି – ବୀରକିଶୋର ଦାସ । କବିସୂର୍ଯ୍ୟ – ବଳଦେବ ରଥ । ଗୁରୁଦେବ – ରବୀନ୍ଦ୍ରନାଥ ଠାକୁର । ବ୍ୟାସକବି – ଫକୀମୋହନ । କବିବର – ରାଧାନାଥ ରାୟ । କବିଚନ୍ଦ୍ର – କାଳିଚରଣ ପଟ୍ଟନାୟକ । ନେତାଜୀ – ସୁଭାଷ ଚନ୍ଦ୍ର ବୋଷ । ଲୌହମାନବ – ସର୍ଦାର ବଲ୍ଲଭଭାଇ ପଟେଲ । ପଞ୍ଜାବ କେସରୀ – ଲାଲା ଲଜପତ ରାୟ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଦୁତ – ସ୍ଵାମୀ ବିବେକାନନ୍ଦ । ବୁଲବୁଲ – ସରୋଜିନୀ ନାଇଡୂ । ଲୋକମାନ୍ୟ – ବାଳ ଗଙ୍ଗାଧର ତିଳକ । ଆଦିକବି – ସାରଳା ଦାସ । ଶାନ୍ତିଦୁପ – ପଣ୍ଡିତ ଜବାହାରଲାଲ ନେହୁରୁ । ଜଗଦଗୁରୁ – ଶଙ୍କରାଚାର୍ଯ୍ୟ । ଆଚାର୍ଯ୍ୟ – ବିନୋବା ଭାବେ । କ୍ରିକେଟ କିଙ୍ଗ – କପିଳଦେବ । ଓଡିଶାର ଆଲେକଜାଣ୍ଡାର – ଗଜପତି କପିଳେନ୍ଦ୍ର ଦେବ । ଲୋକମାତା – କସ୍ତୁରୀ ଦେଇ । ଶାନ୍ତି କପୋତ – ଲାଲ୍ ବାହାଦୁର ଶାସ୍ତ୍ରୀ । ବିଦ୍ୟାସାଗର – ଇଶ୍ଵର ଚନ୍ଦ୍ର ବନ୍ଦୋପଧାୟ । ମରାଠୀ କେସରୀ – ଛତ୍ରପତି ଶିବାଜୀ । ମହାମାନ୍ୟ – ମଦନମୋହନ ମାଲବ୍ୟ । ଉତ୍କଳ କେଶରୀ – ଡଃ ହରେକୃଷ୍ଣ ମହତାବ । ଜାତୀୟ ଗୌରବ – ମଧୁସୂଦନ ଦାସ । ଉତ୍କଳମଣି – ଗୋପବନ୍ଧୁ । ଉତ୍କଳଚନ୍ଦ୍ରମା – ସାମନ୍ତ ଚନ୍ଦ୍ରଶେଖର । ଚକ୍ରବର୍ତ୍ତୀ – ରାଜ ଗୋପାଳ ଚାରୀ ଚାରି । ବିଭାଗ - ୬ ପ୍ରଶ୍ନ ଭାରତର ବିଭିନ୍ନ ଧର୍ମ ଓ ସେଗୁଡିକର ଧର୍ମପୁସ୍ତକ ଉତ୍ତର ବୌଦ୍ଧ ଧର୍ମ – ତ୍ରିପିଟନ । ହିନ୍ଦୁ ଧର୍ମ – ବେଦ, ଭାଗବତ ଗୀତା, ରାମାୟଣ, ମହାଭାରତ, ବେଦାନ୍ତ । ଫରାସୀ ଧର୍ମ – ଜେହାଇସ୍ତା । ଶିଖ ଧର୍ମ - ଗୁରୁଗ୍ରନ୍ଥ ସାହେବ । ଇସଲାମ ଧର୍ମ – କୋରାନ୍ । ଖ୍ରୀଷ୍ଟ ଧର୍ମ – ବାଇବେଲ୍ । ବିଭାଗ - ୭ ପ୍ରଶ୍ନ ଭାରତର କେତେକ ମହାପୁରୁଷ ଓ ତାଙ୍କ ଗୁରୁଦେବ ଉତ୍ତର କ୍ରମ ନଂ ମହାପୁରୁଷ ଗୁରୁଦେବ 1. ସ୍ଵାମୀ ବିବେକାନନ୍ଦ ଶ୍ରୀ ରାମକୃଷ୍ଣ ପରମହଂସ । 2. ଶ୍ରୀ ରାମଚନ୍ଦ୍ର ମହର୍ଷି ବଶିଷ୍ଟ । 3. ଶଙ୍କରାଚାର୍ଯ୍ୟ ଗୋବିନ୍ଦପାଦ । 4. ବ୍ୟାସଦେବ ପାରାଶର ଋଷି । 5. ଶ୍ରୀ ରାମକୃଷ୍ଣ ପରମହଂସ ତୋଟାପୁରୀ । 6. ଶ୍ରୀ ଚୈତନ୍ୟ କେଶବ ଭାରତୀ । 7. ଶ୍ରୀକୃଷ୍ଣ ଗର୍ଗମୁନି । 8. ଶୁକଦେବ ମହର୍ଷି ଜନକ । ବିଭାଗ - ୮ ପ୍ରଶ୍ନ ଭାରତର ରାଷ୍ଟ୍ରୀୟ ଦିବସ କେବେ ପାଳନ କରାଯାଏ ? ଉତ୍ତର 1. ଜଣରାଜ୍ୟ ଦିବସ ୨୬, ଜାନୁୟାରୀ । 2. ସ୍ଵାଧୀନତା ଦିବସ ୧୫, ଅଗଷ୍ଟ । 3. ସ୍ଵତନ୍ତ୍ର ଉତ୍କଳ ଦିବସ ଏପ୍ରିଲ । 4. ଜାତୀୟ ସଂହତି ଦିବସ ୨୦, ଅକ୍ଟୋବର । 5. ଗାନ୍ଧୀ ଜୟନ୍ତୀ ୨, ଅକ୍ଟୋବର । 6. ସହୀଦ ଦିବସ ୩୦, ଜାନୁୟାରୀ । 7. ଶିଶୁ ଦିବସ ୧୪, ନଭେମ୍ବର । 8. ପତାକା ଦିବସ ୭, ଡିସେମ୍ବର । 9. ଗୁରୁ ଦିବସ ୫, ଡିସେମ୍ବର । 10. ବଡଦିନ ୨୫, ଡିସେମ୍ବର । 11. ଶ୍ରମିକ ଦିବସ ବା ମଇ ଦିବସ ୧, ମଇ । 12. ଜାତିସଂଘ ଦିବସ ୨୪, ଅକ୍ଟୋବର । ବିଭାଗ - ୯ ପ୍ରଶ୍ନ ଭାରତର କେତେକ ପ୍ରସିଦ୍ଧ ସ୍ଲୋଗାନ କିଏ କହିଥିଲେ ? ଉତ୍ତର 1. . ଗରିବୀ ହଟାଅ ଇନ୍ଦିରା ଗାନ୍ଧୀ । 2. ଜୟ ଯବାନ ଜୟ କିଶାନ ଜୟ ବିଜ୍ଞାନ ଅଟଳବିହାରୀ ବାଜପେୟୀ । 3. କର ବା ମର ମହାତ୍ମା ଗାନ୍ଧୀ । 4. ଜୟ ଯବାନ ଜୟ କିଶାନ ଲାଲ ବାହାଦୁର ଶାସ୍ତ୍ରୀ । 5. ଦିଲ୍ଲୀ ଚଲୋ ସୁବାସ ଚନ୍ଦ୍ର ବୋଷ । 6. ଆ ରାମ ହା ରାମ ହୈ ଜବାହାରଲାଲ ନେହେରୁ । 7. ସ୍ଵରାଜ ଆମର ଜନ୍ମଗତ ଅଧିକାର ବାଳ ଗଙ୍ଗାଧର ତିଳକ । ବିଭାଗ - ୧୦ ପ୍ରଶ୍ନ ଭାରତର ନଦୀ କୂଳରେ ଅବସ୍ଥିତ ସହରଗୁଡିକ କେଉଁ ରାଜ୍ୟରେ ? ଉତ୍ତର 1. କଟକ ମହାନଦୀ, କାଠଯୋଡି ଓଡିଶା । 2. ଅଯୋଧ୍ୟା ସରଜୁ ନଦୀ ଉତ୍ତର ପ୍ରଦେଶ । 3. ଲକ୍ଷ୍ନୋ ଗୋମତୀ ନଦୀ ଉତ୍ତର ପ୍ରଦେଶ । 4. ବଦ୍ରିନାଥ ସରସ୍ଵତୀ ନଦୀ ଉତ୍ତର ପ୍ରଦେଶ । 5. କାନପୁର ଗଙ୍ଗାନଦୀ ଉତ୍ତର ପ୍ରଦେଶ । 6. ଆଗ୍ରା ଯମୁନା ନଦୀ ଉତ୍ତର ପ୍ରଦେଶ । 7. ବାରଣାସୀ ଗଙ୍ଗାନଦୀ ଉତ୍ତର ପ୍ରଦେଶ । 8. ହରିଦ୍ଵାର ଗଙ୍ଗାନଦୀ ଉତ୍ତର ପ୍ରଦେଶ । 9. ପାଟନା ଗଙ୍ଗାନଦୀ ବିହାର । 10. ଉଜ୍ଜୟିନୀ ସିପ୍ରାନଦୀ ମଧ୍ୟ ପ୍ରଦେଶ । 11. ଜବଲପୁର ନର୍ମଦା ନଦୀ ମଧ୍ୟ ପ୍ରଦେଶ । 12. ଗୟା ଫଲଗୁ ନଦୀ ବିହାର । 13. ଭାଗଲପୁର ଗଙ୍ଗାନଦୀ ବିହାର । 14. ମୁଙ୍ଗେର ଗଙ୍ଗାନଦୀ ବିହାର । 15. କୋଲକତା ହୁଗୁଳି ନଦୀ ପଶ୍ଚିମ ବଙ୍ଗ । 16. ତ୍ରିଚିନା ପଲ୍ଲୀ କାବେରୀ ନଦୀ ତାମିଲନାଡୁ । 17. ଜାମସେଦପୁର ସୁବର୍ଣ୍ଣରେଖା ନଦୀ ଝାଡଖଣ୍ଡ । 18. ରାଜମହେନ୍ଦ୍ରୀ ଗୋଦାବରୀ ନଦୀ ଆନ୍ଧ୍ର ପ୍ରଦେଶ । 19. ବିଜୟୱାଡ କୃଷ୍ଣା ନଦୀ ଆନ୍ଧ୍ର ପ୍ରଦେଶ । 20. ଲୁଧିଆନା ସତଲେଜ ନଦୀ ପଞ୍ଜାବ । 21. ଫିରୋଜପୁର ସତଲେଜ ନଦୀ ପଞ୍ଜାବ । 22. ଲେହ ସିନ୍ଧୁ ନଦୀ କାଶ୍ମୀର । 23. ଶ୍ରୀନଗର ଝେଲମ ନଦୀ କାଶ୍ମୀର । 24. ଜାମ୍ମୁ ତାୱା ନଦୀ କାଶ୍ମୀର । 25. ଦିଲ୍ଲୀ ଯମୁନା ନଦୀ ଦିଲ୍ଲୀ । 26. ନାସିକ ଗୋଦାବରୀ ନଦୀ ମହାରାଷ୍ଟ୍ର । 27. ୱାର୍ଦ୍ଧା ୱାର୍ଦ୍ଧା ନଦୀ ମହାରାଷ୍ଟ୍ର । ଆଧାର – ଇତିହାସ ପୃଷ୍ଠା