ବିଭାଗ -୧ ପ୍ରଶ୍ନ ଅଶୋକ କେବେ କଳିଙ୍ଗ ଆକ୍ରମଣ କଲେ ? କେଉଁଠାରେ କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା ? ଅଶୋକଙ୍କ କଳିଙ୍ଗ ଆକ୍ରମଣ ସମୟରେ କଳିଙ୍ଗ ରାଜ୍ୟ କେଉଁ ରାଜବଂଶ ଦ୍ଵାରା ଶାସିତ ହେଉଥିଲା ? ଅଶୋକଙ୍କ ରାଜଧାନୀର ନାମ କ’ଣ ଥିଲା ? କାହାକୁ ‘ଦେବାନାଂ ପ୍ରିୟଦର୍ଶୀ ‘ ବୋଲି କୁହାଯାଉଥିଲା ? କେଉଁମାନେ ସିଂହଳକୁ ଯାତ୍ରା କରି ବୌଦ୍ଧଧର୍ମ ପ୍ରଚାର କରିଥିଲେ ? ଅଶୋକ କାହାଠାରୁ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ? ଅଶୋକ କେଉଁ ଭାଷାର ପୃଷ୍ଟପୋଷକତା କରିଥିଲେ ? ପଞ୍ଚତନ୍ତ୍ରର ରଚୟିତା କିଏ ? ଅଶୋକ ତାଙ୍କ ରାଜତ୍ଵର କେତେତମ ବର୍ଷରେ କଳିଙ୍ଗ ଆକ୍ରମଣ କରିଥିଲେ ? ଉତ୍ତର ଅଶୋକ ଖ୍ରୀ. ପୂ.୨୬୧ ରେ କଳିଙ୍ଗ ଆକ୍ରମଣ କଲେ । ଦୟାନଦୀ କୂଳରେ ଧଉଳି ଠାରେ କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା । ଅଶୋକଙ୍କ କଳିଙ୍ଗ ଆକ୍ରମଣ ସମୟରେ କଳିଙ୍ଗ ରାଜ୍ୟ ଐର ରାଜବଂଶ ଦ୍ଵାରା ଶାସିତ ହେଉଥିଲା। ଅଶୋକଙ୍କ ରାଜଧାନୀର ନାମ ପାଟଳୀପୁତ୍ର ଥିଲା । ଅଶୋକଙ୍କୁ ‘ଦେବାନାଂ ପ୍ରିୟଦର୍ଶୀ ‘ ବୋଲି କୁହାଯାଉଥିଲା । ଅଶୋକଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଙ୍ଘମିତ୍ରା ମାନେ ସିଂହଳକୁ ଯାତ୍ରା କରି ବୌଦ୍ଧଧର୍ମ ପ୍ରଚାର କରିଥିଲେ । ଅଶୋକ ମଥୁରାର ଉପଗୁପ୍ତ ନାମକ ଜନୈକ ବୈଦ୍ଧ ଆଚାର୍ଯ୍ୟଙ୍କଠାରୁ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ଅଶୋକ ପାଲୀ ଭାଷାର ପୃଷ୍ଟପୋଷକତା କରିଥିଲେ । ପଞ୍ଚତନ୍ତ୍ରର ରଚୟିତା ବିଷ୍ଣୁଶର୍ମା । ଅଶୋକ ତାଙ୍କ ରାଜତ୍ଵର ରାଜତ୍ଵର ଦ୍ଵାଦଶ ବର୍ଷରେ କଳିଙ୍ଗ ଆକ୍ରମଣ କରିଥିଲେ । ବିଭାଗ -୨ ପ୍ରଶ୍ନ କଳିଙ୍ଗ ଯୁଦ୍ଧପରେ ଅଶୋକ କେଉଁ ‘ଶ୍ଳୋକ’ ରୁ କେଉଁ ‘ଶ୍ଳୋକ’ ରେ ପରିଣତ ହେଲେ ? ଅଶୋକ କେଉଁ ନୀତିର ପ୍ରବକ୍ତା ଥିଲେ ? ଆର୍ଯ୍ୟଭଟ୍ଟ କାହିଁକି ପ୍ରସିଦ୍ଧ ? ଗୁପ୍ତ ଯୁଗର ପ୍ରତିଷ୍ଠାତା କିଏ ଥିଲେ ? କେଉଁ ଗୁପ୍ତ ସମ୍ରାଟ ‘କବିରାଜ’ ଉପାଧିରେ ଭୂଷିତ ହୋଇଥିଲେ ? କେଉଁ ଗୁପ୍ତ ସମ୍ରାଟଙ୍କ ସମୟରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ ହୋଇଥିଲା ? କାହାଙ୍କ ରାଜସଭାରେ ‘ନବରତ୍ନ’ ସ୍ଥାନ ପାଇଥିଲେ ? ନବରତ୍ନଙ୍କ ନାମ ଲେଖ ? ବିଶୁଦ୍ଧ କଳଙ୍କବିହୀନ ଲୁହାରେ ନିର୍ମିତ ଲୌହ ସ୍ତମ୍ବ କେଉଁଠାରେ ଦେଖିବାକୁ ମିଳେ ? କେଉଁ ବଂଶଙ୍କ ରାଜାଙ୍କ ଦ୍ଵାରା ମେହେରୁଲମ ଲୌହସ୍ତମ୍ବ ନିର୍ମିତ ହୋଇଥିଲା ? ଉତ୍ତର କଳିଙ୍ଗ ଯୁଦ୍ଧପରେ ଅଶୋକ ‘ଚଣ୍ଡାଶୋକ’ ‘ଶ୍ଳୋକ’ ରୁ ‘ଧର୍ମାଶୋକ’ ‘ଶ୍ଳୋକ’ ରେ ପରିଣତ ହେଲେ । ଅଶୋକ ‘ଅହିଂସା ପରମ ଧର୍ମ’ ନୀତିର ପ୍ରବକ୍ତା ଥିଲେ । ଆର୍ଯ୍ୟଭଟ୍ଟ ଗୁପ୍ତ ଯୁଗର ଗଣିତ ବିଶାରଦ ତଥା ଆର୍ଯ୍ୟସିଦ୍ଧାନ୍ତ, ଆର୍ଯ୍ୟଭଟ୍ଟାୟମ୍, ଓ ସୂର୍ଯ୍ୟସିଦ୍ଧାନ୍ତର ପ୍ରସିଦ୍ଧ ରଚୟିତା । ଗୁପ୍ତ ଯୁଗର ପ୍ରତିଷ୍ଠାତା ଶ୍ରୀଗୁପ୍ତ ଥିଲେ । ସମୁଦ୍ରଗୁପ୍ତ ସମ୍ରାଟ ‘କବିରାଜ’ ଉପାଧିରେ ଭୂଷିତ ହୋଇଥିଲେ । ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ଗୁପ୍ତ ସମୟରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜସଭାରେ ‘ନବରତ୍ନ’ ସ୍ଥାନ ପାଇଥିଲେ । ନବରତ୍ନଙ୍କ ନାମ ଧନ୍ଵନ୍ତରୀ, କ୍ଷପଣକ, ଅମରସିଂହ, ଶଙ୍କୁ, ବେତାଳଭଟ୍ଟ, ଘଟକର୍ପୁର, କାଳିଦାସ, ବରାହମିହିର ଓ ବରରୁଚି । ବିଶୁଦ୍ଧ କଳଙ୍କବିହୀନ ଲୁହାରେ ନିର୍ମିତ ଲୌହ ସ୍ତମ୍ବ ଦିଲ୍ଲୀ ନିକଟବର୍ତ୍ତୀ ମେହେରୁଲମଠାରେ ଦେଖିବାକୁ ମିଳେ । ଗୁପ୍ତବଂଶର ରାଜାଙ୍କ ଦ୍ଵାରାମେହେରୁଲମ ଲୌହସ୍ତମ୍ବ ନିର୍ମିତ ହୋଇଥିଲା । ବିଭାଗ – ୩ ପ୍ରଶ୍ନ ଏଲୋରା ଓ ଅଜନ୍ତା କ’ ଣ ପାଇଁ ପ୍ରସିଦ୍ଧ ? ଏଲୋରା ଓ ଅଜନ୍ତାର ବୌଦ୍ଧଗୁମ୍ଫା କେଉଁ ବଂଶର ରାଜାଙ୍କ ଦ୍ଵାରା ନିର୍ମିତ ହୋଇଥିଲା ? ରାଜା ମେଘବର୍ଣ୍ଣ କିଏ ? କେଉଁ ଗୁପ୍ତସମ୍ରାଟଙ୍କୁ ନେପୋଲିୟନ ଆଖ୍ୟା ଦିଆଯାଇଥିଲା ? କିଏ ସିଂହଳର ରାଜା ମେଘବର୍ଣ୍ଣଙ୍କୁ ବୁଦ୍ଧଗୟାଠାରେ ଏକ ବୌଦ୍ଧବିହାର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ ? ଗୁପ୍ତଯୁଗରେ ସତୀପ୍ରଥା ପ୍ରଚଳିତ ଥିଲା କି ? ଗୁପ୍ତଯୁଗରେ କେଉଁ ଧାତୁରେ ନିର୍ମିତ ମୁଦ୍ରା ପ୍ରଚଳିତ ହେଉଥିଲା ? ପ୍ରାଚୀନ ଭାରତରେ କେଉଁ ଯୁଗକୁ ‘ସୁବର୍ଣ୍ଣ ଯୁଗ’ ବୋଲି କୁହାଯାଇଥାଏ ? କେଉଁ ଯୁଗ ଥିଲା ‘ହିନ୍ଦୁ ଶାସନର ସୁବର୍ଣ୍ଣ ଯୁଗ’ ? କାହାଙ୍କ ରାଜତ୍ଵ କାଳରେ ହୁଏନ୍- ସାଂ ଭାରତ ପରିଭ୍ରମଣରେ ଆସିଥିଲେ ? ଉତ୍ତର ଏଲୋରା ଓ ଅଜନ୍ତା ବୌଦ୍ଧଗୁମ୍ଫା ବା ଭିତ୍ତିଚିତ୍ର ପାଇଁ ପ୍ରସିଦ୍ଧ । ଏଲୋରା ଓ ଅଜନ୍ତାର ବୌଦ୍ଧଗୁମ୍ଫା ଗୁପ୍ତବଂଶର ରାଜାଙ୍କ ଦ୍ଵାରା ବଂଶର ରାଜାଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ରାଜା ମେଘବର୍ଣ୍ଣ ସିଂହଳର ରାଜା । ସମୁଦ୍ର ଗୁପ୍ତସମ୍ରାଟଙ୍କୁ ନେପୋଲିୟନ ଆଖ୍ୟା ଦିଆଯାଇଥିଲା । ସମୁଦ୍ରଗୁପ୍ତ ସିଂହଳର ରାଜା ମେଘବର୍ଣ୍ଣଙ୍କୁ ବୁଦ୍ଧଗୟାଠାରେ ଏକ ବୌଦ୍ଧବିହାର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ । ଗୁପ୍ତଯୁଗରେ ସତୀପ୍ରଥା ପ୍ରଚଳିତ ଥିଲା । ଗୁପ୍ତଯୁଗରେ ସୁନା, ରୂପା, ଓ ତମ୍ବା ଧାତୁରେ ନିର୍ମିତ ମୁଦ୍ରା ପ୍ରଚଳିତ ହେଉଥିଲା । ପ୍ରାଚୀନ ଭାରତରେ ଗୁପ୍ତଯୁଗକୁ ‘ସୁବର୍ଣ୍ଣ ଯୁଗ’ ବୋଲି କୁହାଯାଇଥାଏ । ଗୁପ୍ତ ଯୁଗ ଥିଲା ‘ହିନ୍ଦୁ ଶାସନର ସୁବର୍ଣ୍ଣ ଯୁଗ’ । ହର୍ଷବର୍ଦ୍ଧନଙ୍କ ରାଜତ୍ଵ କାଳରେ ହୁଏନ୍- ସାଂ ଭାରତ ପରିଭ୍ରମଣରେ ଆସିଥିଲେ । ବିଭାଗ – ୪ ପ୍ରଶ୍ନ ହୁଏନ୍- ସାଂ କିଏ ? ପରିବ୍ରାଜକଙ୍କ ମଧ୍ୟରେ ରାଜକୁମାର କାହାକୁ କୁହାଯାଏ ? ହର୍ଷବର୍ଦ୍ଧନ କେଉଁ ବିଶ୍ଵ ବିଦ୍ୟାଳୟର ପୃଷ୍ଟପୋଷକ ଥିଲେ ? ହୁଏନ୍- ସାଂ କେତେ ବର୍ଷ ଭାରତରେ ଅବସ୍ଥାନ କରିଥିଲେ ? କିଏ ପ୍ରାଚୀନ ହିନ୍ଦୁ ଭାରତର ଶେଷ ସୁବିଖ୍ୟାତ ସମ୍ରାଟ ଥିଲେ ? ଖାରବେଳ କେଉଁ ବର୍ଷର ନରପତି ଥିଲେ ? ଦେବୀବଂଶର ପ୍ରଥମ ନରପତି କିଏ ଥିଲେ ? ହାତୀଗୁମ୍ଫା ଅଭିଲେଖର ଲିପି କ’ ଣ ଥିଲା ? ଖାରବେଳ କେଉଁ ଧର୍ମକୁ ଲୋକପ୍ରିୟ କରିପାରିଥିଲେ ? ହାତିଗୁମ୍ଫା ସିଳାଲେଖା କେଉଁଠାରେ ? ଉତ୍ତର ହୁଏନ୍- ସାଂ ଚୀନ ପରିବ୍ରାଜକ । ପରିବ୍ରାଜକଙ୍କ ମଧ୍ୟରେ ରାଜକୁମାର ହୁଏନ୍- ସାଂଙ୍କୁ କୁହାଯାଏ । ହର୍ଷବର୍ଦ୍ଧନ ନାଳନ୍ଦା ବିଶ୍ଵ ବିଦ୍ୟାଳୟର ପୃଷ୍ଟପୋଷକ ଥିଲେ । ହୁଏନ୍- ସାଂ ୧୪ ବର୍ଷ ଭାରତରେ ଅବସ୍ଥାନ କରିଥିଲେ । ହର୍ଷବର୍ଦ୍ଧନ ପ୍ରାଚୀନ ହିନ୍ଦୁ ଭାରତର ଶେଷ ସୁବିଖ୍ୟାତ ସମ୍ରାଟ ଥିଲେ । ଖାରବେଳ ଦେବୀ ବଂଶର ର ନରପତି ଥିଲେ । ଦେବୀବଂଶର ପ୍ରଥମ ନରପତି ମହାମେଘବାହନ ଥିଲେ । ହାତୀଗୁମ୍ଫା ଅଭିଲେଖର ଲିପି ବ୍ରାହ୍ମୀ ଲିପି ଥିଲା । ଖାରବେଳ ଜୈନଧର୍ମକୁ ଲୋକପ୍ରିୟ କରିପାରିଥିଲେ । ହାତିଗୁମ୍ଫା ସିଳାଲେଖା ଭୁବନେଶ୍ଵର ନିକଟସ୍ଥ ଉଦୟଗିରି ପାହାଡରେ । ବିଭାଗ - ୫ ପ୍ରଶ୍ନ ହାତିଗୁମ୍ଫା ସିଳାଲେଖା ଭାଷା କଣ ଥିଲା ? ଐର ଶବ୍ଦର ଅର୍ଥ କଣ ? ହାତିଗୁମ୍ଫା ସିଳାଲେଖାରେ କେତୋଟି ଧାଡି ରହିଛି ? କେବେ ହାତିଗୁମ୍ଫା ସିଳାଲିପି ଆବିଷ୍କୃତ ହୋଇଥିଲା ? କାହାକୁ କୁମାରୀ ପର୍ବତ କୁହାଯାଇଥିଲା ? ଖାରବେଳ କେତେ ବର୍ଷ ରାଜତ୍ଵ କରିଥିବାର ପ୍ରମାଣ ହାତୀଗୁମ୍ଫାରେ ରହିଛି ? ଖାରବେଳ ଖଣ୍ଡଗିରି ଓ ଉଦୟଗିରିରେ କେତୋଟି ଗୁମ୍ଫା ନିର୍ମାଣ କରିଥିଲେ ? କୁମାର ପର୍ବତ କାହାକୁ କୁହାଯାଉଥିଲା ? ପ୍ରାଚୀନ କଳିଙ୍ଗର ଐତିହାସିକ ରାଜା କିଏ ଥିଲେ ? ଦେବୀବଂଶର ସମ୍ରାଟମାନେ କେଉଁ ଉପାଧିରେ ଭୂଷିତ ଥିଲେ ? ଉତ୍ତର ହାତିଗୁମ୍ଫା ସିଳାଲେଖା ପ୍ରାକୃତ ଭାଷା ଥିଲା । ଐର ଶବ୍ଦର ଅର୍ଥ ଆର୍ଯ୍ୟ । ହାତିଗୁମ୍ଫା ସିଳାଲେଖାରେ ସର୍ବମୋଟ ୧୭ ଟି ଧାଡି ରହିଛି । ୧୮୨୦ ଖ୍ରୀ. ଅ. ରେ ହାତିଗୁମ୍ଫା ସିଳାଲିପି ଆବିଷ୍କୃତ ହୋଇଥିଲା । ଉଦୟଗିରି ପାହାଡକୁ କୁମାରୀ ପର୍ବତ କୁହାଯାଇଥିଲା । ଖାରବେଳ ୧୩ ବର୍ଷ ରାଜତ୍ଵ କରିଥିବାର ପ୍ରମାଣ ହାତୀଗୁମ୍ଫାରେ ରହିଛି । ଖାରବେଳ ଖଣ୍ଡଗିରି ଓ ଉଦୟଗିରିରେ ୧୧୭ ଟି ଗୁମ୍ଫା ନିର୍ମାଣ କରିଥିଲେ । କୁମାର ପର୍ବତ ଖଣ୍ଡଗିରି ପାହାଡକୁ କୁହାଯାଉଥିଲା । ପ୍ରାଚୀନ କଳିଙ୍ଗର ଐତିହାସିକ ରାଜା ଖାରବେଳ ଥିଲେ । ଦେବୀବଂଶର ସମ୍ରାଟ ମାନେ ମହାମେଘବାହନ ଉପାଧିରେ ଭୂଷିତ ଥିଲେ । ବିଭାଗ - ୬ ପ୍ରଶ୍ନ କନିଷ୍ଟ କେଉଁ ଧର୍ମର ପୃଷ୍ଟପୋଷକ ଥିଲେ ? ମହମ୍ମଦ ଘେରି ଗୁଜୁରାଟର କେଉଁ ବଂଶର କେଉଁ ରାଜାଙ୍କ ଦ୍ଵାରା ପରାସ୍ତ ହୋଇଥିଲେ ? ମହମ୍ମଦ ଘେରିଙ୍କ ଭାରତ ଆକ୍ରମଣ ସମୟରେ ଆଜମିରର ଶାସନ କିଏ ଥିଲେ ? କେଉଁ ତିନୋଟି ଭାଷା ମିଶ୍ରଣରେ ଉର୍ଦୁ ଭାଷା ସୃଷ୍ଟି ? ‘ସାବ-ଇ-ବାରାତ’ କ’ ଣ ? ‘ଜବାନ-ଇ-ହିନ୍ଦବି’ କ’ ଣ ? ଶିଖ ଧର୍ମର ପ୍ରତିଷ୍ଟାତା କିଏ ଥିଲେ ? ନାନାକଙ୍କ ପରମ ଶିଷ୍ୟ କିଏ ଥିଲେ ? ‘ଶିଖ’ ଶବ୍ଦର ଅର୍ଥ କଣ ? ଶିଖ ମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ଣ ? ଉତ୍ତର କନିଷ୍ଟ ବୌଦ୍ଧଧର୍ମର ପୃଷ୍ଟପୋଷକ ଥିଲେ । ମହମ୍ମଦ ଘେରି ଗୁଜୁରାଟର ଗୁଜୁରାଟର ବାଘେଲ ବଂଶର ରାଜା ଭୀମ ରାଜାଙ୍କ ଦ୍ଵାରା ପରାସ୍ତ ହୋଇଥିଲେ । ମହମ୍ମଦ ଘେରିଙ୍କ ଭାରତ ଆକ୍ରମଣ ସମୟରେ ଆଜମିରର ଶାସନ ପୃଥୀରାଜ ଚୌହାନ ଥିଲେ । ହିନ୍ଦୀ, ପାରସିକ ଓ ଆରବୀ ତିନୋଟି ଭାଷା ମିଶ୍ରଣରେ ଉର୍ଦୁ ଭାଷା ସୃଷ୍ଟି । ‘ସାବ-ଇ-ବାରାତ’ ହିନ୍ଦୁ ମାନଙ୍କର ଶିବରାତ୍ରି ଭଳି ପାଳନ ହେଉଥିବା ମୁସଲମାନମାନଙ୍କର ଏକ ଉତ୍ସବ । ‘ଜବାନ-ଇ-ହିନ୍ଦବି’ ଉର୍ଦୁଭାଷା ପ୍ରଥମେ ‘ଜବାନ-ଇ-ହିନ୍ଦବି’ ନାମରେ ଖ୍ୟାତ ଥିଲା । ଶିଖ ଧର୍ମର ପ୍ରତିଷ୍ଟାତା ନାନକ ଥିଲେ . । ନାନାକଙ୍କ ପରମ ଶିଷ୍ୟ ମର୍ଦ୍ଦନା ଥିଲେ । ‘ଶିଖ’ ଶବ୍ଦର ଅର୍ଥ ଶିଷ୍ୟ । ଶିଖ ମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ ଗ୍ରନ୍ଥସାହେବ ବା ଆଦିଗ୍ରନ୍ଥ । ବିଭାଗ - ୭ ପ୍ରଶ୍ନ ଚୈତନ୍ୟ କେଉଁ ଧର୍ମର ପ୍ରଚାରକ ଥିଲେ ? ଚୈତନ୍ୟ କେଉଁ ଠାରେ ଜନ୍ମ ଗ୍ରହଣ କରିଥିଲେ ? ଓଡିଶାର କେଉଁ ରାଜା ଚୈତନ୍ୟଙ୍କ ପୃଷ୍ଟପୋଷକତା କରିଥିଲେ ? କେଉଁ ଭକ୍ତକବି ଅତିବଡୀ ଉପାଧି ପାଇଥିଲେ ? କିଏ ଜଗନ୍ନାଥ ଦାସଙ୍କୁ ଅତିବଡୀ ଉପାଧି ପ୍ରଦାନ କରିଥିଲେ ? ଶ୍ରୀଚୈତନ୍ୟ କେବେ ଓ କେଉଁଠାରେ ମୃତ୍ୟୁବରଣ କରିଥିଲେ ? ରାମାନୁଜ କିଏ ଥିଲେ ? ରାମାନଦ କିଏ ? ଶିଖଧର୍ମର ମୁଖ୍ୟ କେନ୍ଦ୍ର କେଉଁଠି ? କିଏ ଓ କେଉଁଠି ସ୍ଵର୍ଣ୍ଣମନ୍ଦିର ନିର୍ମାଣ କରିଥିଲେ ? ଉତ୍ତର ଚୈତନ୍ୟ ବୈଷ୍ଣବ ଧର୍ମ ପ୍ରଚାରକ ଥିଲେ । ଚୈତନ୍ୟ ନବଦ୍ଵୀପ ବା ନଦିଆଠାରେ ଜନ୍ମ ଗ୍ରହଣ କରିଥିଲେ । ଓଡିଶାର ପ୍ରତାପରୁଦ୍ର ଦେବ ରାଜା ଚୈତନ୍ୟଙ୍କ ପୃଷ୍ଟପୋଷକତା କରିଥିଲେ । ଭକ୍ତକବି ଜଗନ୍ନାଥ ଦାସ ଭକ୍ତକବି ଅତିବଡୀ ଉପାଧି ପାଇଥିଲେ । ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ ଅତିବଡୀ ଉପାଧି ପ୍ରଦାନ କରିଥିଲେ । ଶ୍ରୀଚୈତନ୍ୟ ୧୫୩୩ ଖ୍ରୀ.ଅ: ରେ ପୁରୀଠାରେ ମୃତ୍ୟୁବରଣ କରିଥିଲେ । ରାମାନୁଜ ଭକ୍ତି ଧର୍ମର ଜଣେ ବରିଷ୍ଟ ପ୍ରବକ୍ତା । ରାମାନଦ ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଓ ରାମାନୁଜଙ୍କ ପ୍ରଧାନ ଶିଷ୍ୟ । ଶିଖଧର୍ମର ମୁଖ୍ୟ କେନ୍ଦ୍ର ଅମୃତସରର ସ୍ଵର୍ଣ୍ଣମନ୍ଦିର । ଚତୁର୍ଥ ଶିଖ ଗୁରୁ ରାମଦାସ ଅମୃତସର ସହରରେ ପ୍ରସିଦ୍ଧ ସ୍ଵର୍ଣ୍ଣମନ୍ଦିର ନିର୍ମାଣ କରିଥିଲେ । ବିଭାଗ – ୮ ପ୍ରଶ୍ନ ଓଡିଆ ଭାଗବତ କାହାଦ୍ଵାରା ରଚିତ ? ପଞ୍ଚସଖା ନାମରେ କଥିତ ୫ଜଣ ସୁପ୍ରସିଦ୍ଧ କବିଙ୍କର ନାମ ଲେଖ ? କିଏ ଭାରତର ମୋଗଲ ବଂଶ ପ୍ରତିଷ୍ଟା କରିଥିଲେ ? ବାବର ପ୍ରତିଷ୍ଟା କରିଥିବା ସାମ୍ରାଜ୍ୟକୁ କ’ଣ କୁହାଯାଏ ? ମୋଗଲ ବଂଶ ଭାରତରେ କେତେ ବର୍ଷ ଶାସନ କରିଥିଲେ ? ବାବରଙ୍କ ପୁରାନାମ କ’ଣ ଥିଲା ? ବାବରଙ୍କ ଆକ୍ରମଣ ସମୟରେ ଦିଲ୍ଲୀରେ କେଉଁ ବଂଶର ଶାସନ ଚାଲିଥିଲା ? ପ୍ରଥମ ପାନିପଥ ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ସଂଘଟିତ ହୋଇଥିଲା ? ଦିଲ୍ଲୀଠାରୁ ପାନିପଥର ଦୂରତା କେତେ ଥିଲା ? କାହାକୁ ‘ଉଦ୍ୟାନ ରାଜପୁତ୍ର’ ର ଆଖ୍ୟା ଦିଆଯାଉଥିଲା ? ଉତ୍ତର ଓଡିଆ ଭାଗବତ ଜଗନ୍ନାଥ ଦାସଙ୍କ ଦ୍ଵାରା ରଚିତ । ପଞ୍ଚସଖା ନାମରେ କଥିତ ୫ଜଣ ସୁପ୍ରସିଦ୍ଧ କବିଙ୍କର ନାମ ହେଲା ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ,ଯଶୋବନ୍ତ ଦାସ,ଓ ଅନନ୍ତ ଦାସ । ବାବର ଭାରତର ମୋଗଲ ବଂଶ ପ୍ରତିଷ୍ଟା କରିଥିଲେ । ବାବର ପ୍ରତିଷ୍ଟା କରିଥିବା ସାମ୍ରାଜ୍ୟକୁ ମୋଗଲ ସାମ୍ରାଜ୍ୟ କୁହାଯାଏ । ମୋଗଲ ବଂଶ ଭାରତରେ ୨୦୦ବର୍ଷ ଧରି ଶାସନ କରିଥିଲେ । ବାବରଙ୍କ ପୁରାନାମ ଜହିରୁଦ୍ଦିନ ମହମ୍ମଦ ବାବର ଥିଲା । ବାବରଙ୍କ ଆକ୍ରମଣ ସମୟରେ ଦିଲ୍ଲୀରେ ଲୋଦୀ ବଂଶର ଶାସନ ଚାଲିଥିଲା । ପ୍ରଥମ ପାନିପଥ ଯୁଦ୍ଧ ୧୫୨୬ ଖ୍ରୀ. ଅ: ଏପ୍ରିଲ ୨୧ ତାରିଖ ଦିନ ଇବ୍ରାହିମ ଲୋଦୀ ଓ ବାବରଙ୍କ ମଧ୍ୟରେ ସଂଘଟିତ ହୋଇଥିଲା । ଦିଲ୍ଲୀଠାରୁ ପାନିପଥର ଦୂରତା ୭୦ କିଲୋମିଟର ଥିଲା । ବାବରଙ୍କୁ ‘ଉଦ୍ୟାନ ରାଜପୁତ୍ର’ ର ଆଖ୍ୟା ଦିଆଯାଉଥିଲା । ବିଭାଗ - ୯ ପ୍ରଶ୍ନ ହୁମାୟୁନ କିଏ ? ବାବରଙ୍କ ରଚିତ ଆତ୍ମଚରିତ ପୁସ୍ତକ କେଉଁ ଭାଷାରେ ଲିଖିତ ହୋଇଥିଲା ? ବାବରଙ୍କ ସାମରିକ ଅଭିଯାନର ଶେଷପର୍ଯ୍ୟାୟ କ’ଣ ? ଘର୍ଘରା କେଉଁଠି ? କେବେ ଓ କାହା କାହା ମଧ୍ୟରେ ଘର୍ଘରା ଯୁଦ୍ଧ ସଂଗଠିତ ହୋଇଥିଲା ? ହୁମାୟୁନଙ୍କ ପୁତ୍ରସନ୍ତାନର ନାମ କ’ ଣ ଥିଲା ? ଭାରତରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଟାତା କିଏ ? ମୋଗଲ ଇତିହାସରେ କାହାର ରାଜତ୍ଵ ଦୁର୍ଭାଗ୍ୟ ବିଜଡିତ ଅଧ୍ୟାୟ ଥିଲା ? ଆକବର କେବେ ସିଂହାସନ ଆରୋହଣ କରିଥିଲେ ? ‘ବାବରନାମା’ କ’ଣ ? ଉତ୍ତର ହୁମାୟୁନ ବାବରଙ୍କ ଜ୍ୟେଷ୍ଟ ପୁତ୍ର । ବାବରଙ୍କ ରଚିତ ଆତ୍ମଚରିତ ପୁସ୍ତକ ତୁର୍କ ଭାଷାରେ ଲିଖିତ ହୋଇଥିଲା । ବାବରଙ୍କ ସାମରିକ ଅଭିଯାନର ଶେଷପର୍ଯ୍ୟାୟ ଘର୍ଘରା ଯୁଦ୍ଧ । ଘର୍ଘରା ପାଟନା ନିକଟବର୍ତ୍ତୀ ଗୋଗ୍ରା ନଦୀ କୂଳରେ । ୧୫୨୯ ଖ୍ରୀ:ଅ: ରେ, ନୁସରତ ଶାହା ଓ ମାହାମୁଦ ଲୋଦୀଙ୍କ ସହିତ ବାବରଙ୍କର ଗୋଗ୍ରା ନଦୀ କୂଳରେ ଏକ ଯୁଦ୍ଧ ସଂଗଠିତ ହୋଇଥିଲା । ହୁମାୟୁନଙ୍କ ପୁତ୍ରସନ୍ତାନର ନାମ ଆକବର ଥିଲା । ଭାରତରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଟାତା ବାବର । ମୋଗଲ ଇତିହାସରେ ହୁମାୟୁନଙ୍କ ରାଜତ୍ଵ ଦୁର୍ଭାଗ୍ୟ ବିଜଡିତ ଅଧ୍ୟାୟ ଥିଲା । ଆକବର ୧୫୫୬ ଖ୍ରୀ:ଅ: ରେ ସିଂହାସନ ଆରୋହଣ କରିଥିଲେ । ‘ବାବରନାମା’ ବାବରଙ୍କ ଦ୍ଵାରା ରଚିତ ଆତ୍ମଚରିତ । ବିଭାଗ – ୧୦ ପ୍ରଶ୍ନ ନୁରଜାହାନ କିଏ ? ଜାହାଙ୍ଗୀର କିଏ ? କାହାଙ୍କ ରାଜତ୍ଵ କାଳରୁ ମୋଗଲ ଇତିହାସରେ ‘ସୁବର୍ଣ୍ଣଯୁଗ’ ବୋଲି କୁହାଯାଇଥାଏ ? ଶାହାଜାହାନ ଜାହାଙ୍ଗୀରଙ୍କର କେତେତମ ପୁତ୍ର ଥିଲେ ? ଲାଲ ଖାଁ କିଏ ? ଶାହାଜାହାନଙ୍କ ଯୁଗର ସର୍ବଶ୍ରେଷ୍ଟ କୀର୍ତ୍ତି କ’ ଣ ? ତାଜମହଲ କେଉଁଠି ଅବସ୍ଥିତ ? ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ? ତାଜମହଲ ଗଠନ ଶୈଳୀ କେଉଁ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ? ତାଜମହଲ କାହିଁକି ଓ କାହାଦ୍ଵାରା ନିର୍ମିତ ହୋଇଥିଲା ? ଉତ୍ତର ନୁରଜାହାନ ଜାହାଙ୍ଗୀରଙ୍କ ପତ୍ନୀ । ଜାହାଙ୍ଗୀର ଆକବରଙ୍କ ପ୍ରଥମ ରାଣୀ ବିହାରିମଲ୍ଲଙ୍କ କନ୍ୟାଗର୍ଭରୁ ଜନ୍ମିତପୁତ୍ର । ଶାହାଜାହାନଙ୍କ ରାଜତ୍ଵ କାଳକୁ ମୋଗଲ ଇତିହାସରେ ‘ସୁବର୍ଣ୍ଣଯୁଗ’ ବୋଲି କୁହାଯାଇଥାଏ । ଶାହାଜାହାନ ଜାହାଙ୍ଗୀରଙ୍କର ଜାହାଙ୍ଗୀରଙ୍କର ତୃତୀୟ ପୁତ୍ର ଥିଲେ । ଲାଲ ଖାଁ ବିଶ୍ଵବିଖ୍ୟାତ ସଙ୍ଗୀତଜ୍ଞ ତାନସେନଙ୍କ ଜାମାତା । ଶାହାଜାହାନଙ୍କ ଯୁଗର ସର୍ବଶ୍ରେଷ୍ଟ କୀର୍ତ୍ତି ତାଜମହଲ । ତାଜମହଲ ଆଗ୍ରାଠାରେ ଅବସ୍ଥିତ । ତାଜମହଲ ଯମୁନା ନଦୀ କୂଳରେ ଅବସ୍ଥିତ । ତାଜମହଲ ଗଠନ ଶୈଳୀ ବିଶିଷ୍ଟ ଶିଳ୍ପୀ ଉସ୍ତାଦ ମହମ୍ମଦ ଲାହୋରୀଙ୍କ ପ୍ରସ୍ତୁତ ହୋଇଥିଲା । ତାଜମହଲ ଶାହାଜାହାନ ନିଜର ପ୍ରିୟତମା ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିଙ୍କୁ ଜୀବନ୍ତ ରଖିବା ପାଇଁ ଆଗ୍ରାର ଯମୁନା ନଦୀ କୂଳରେ ଏହି ବିଶ୍ଵ ମନୋରମ ଓ ଅଦ୍ଵିତୀୟ କୃତି ସମାଧି ନିର୍ମାଣ କରିଥିଲେ । ଆଧାର - ଇତିହାସ ପୃଷ୍ଠା