ବିଭାଗ – ୧ ପ୍ରଶ୍ନ ଖାଇବା ସୋଡାର ରାସାୟନିକ ନାମ କ’ଣ ? କେଉଁ କ୍ରୋମୋଜୋମ କେବଳ ପୁରୁଷମାନଙ୍କ ଠାରେ ଦେଖାଯାଏ ? କେଉଁ ଯନ୍ତ୍ର ଭୋଲଟେଜ ବଢାଇ ଓ କମାଇପାରେ ? ଭାରତର କେଉଁ ବୈଜ୍ଞାନିକ ପ୍ରଥମେ ନୋବେଲ ପୁରସ୍କାର ପାଇଥିଲେ ଓ କେବେ ? ସୂର୍ଯ୍ୟ କିରଣରୁ କେଉଁ ଭିଟାମିନ୍ ମିଳେ? ନାଇଲନ୍ କିଏ ଉଦ୍ଭାବନ କରିଥିଲେ? କେଉଁ ପ୍ରାଣୀ ମରେ ନାହିଁ ? ଶବ୍ଦର ତୀବ୍ରତା କେଉଁ ଏକକରେ ମପାଯାଏ ? ଆଲୋକ ଭାଶ୍ଲେଷଣ ପ୍ରକ୍ରିୟା ଦ୍ଵାରା ବୃକ୍ଷଲତା ପ୍ରତିଦିନ ବାୟୁମଣ୍ଡଳରୁ କେତେ ଅଙ୍ଗାରକାମ୍ଲ ଗ୍ୟାସ ନିଅନ୍ତି ? ମାଙ୍କଡସାର କେତୋଟି ଆଖି ଥାଏ ? ଉତ୍ତର ଖାଇବା ସୋଡାର ରାସାୟନିକ ନାମ ହେଲା ସୋଡିୟମ ବାଇକାର୍ବୋନେଟ (NaHCO2) Y କ୍ରୋମୋଜୋମ୍ କେବଳ ପୁରୁଷମାନଙ୍କ ଶରୀରରେ ଦେଖାଯାଏ । ଟ୍ରାନ୍ସଫର୍ମର ଭୋଲଟେଜ ବଢାଇଥାଏ ବା କମାଇଥାଏ । ଭୋଲଟେଜ ଷ୍ଟାବିଲାଇଜରରେ ଏହା ହେଉଛି ମୁଖ୍ୟ ଯନ୍ତ୍ର । ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ । ସୂର୍ଯ୍ୟ କିରଣରୁ ଭିଟାମିନ୍ ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ମିଳିଥାଏ । ୧୯୩୭ ମସିହାରେ ଆମେରିକୀୟ ବୈଜ୍ଞାନିକ ୱାଲେସ କେରୋଥସ ନାଇଲନ୍ ଉଦ୍ଭାବନ କରିଥିଲେ । ଏମିବାର ଜୈବିକ ମୃତ୍ୟୁ ନାହିଁ । କାରଣ ଏହି ଏକକୋଷୀ ଜୀବର କୋଷ ବିଭାଜନ ଫଳରେ ନୂତନ ଏମିବା ସୃଷ୍ଟି ହୋଇଥାନ୍ତି। ଶଦ୍ଦର ତୀବ୍ରତା ବା ଫ୍ରିକ୍ୱେନ୍ସି ଡେସିବେଲ ଏକକରେ ମପାଯାଏ । ଉଦ୍ଭିଦ ଜଗତ ପ୍ରତିଦିନ ଆଲୋକ ଭାଶ୍ଳେଷଣ ବା ଫଟୋସିନ୍ଥେସିସ ପ୍ରକ୍ରିୟାରେ ହାରାହାରି ୧୬,୦୦୦ କୋଟି ଟନ ଅଙ୍ଗାରକାମ୍ଲ ଗ୍ୟାସ ବାୟୁମଣ୍ଡଳରୁ ଗ୍ରହଣ କରିଥାନ୍ତି । ମାଙ୍କଡ଼ସାର ୮ଟି ଆଖି ଥାଏ । ବିଭାଗ – ୨ ପ୍ରଶ୍ନ ଚେର୍ଣ୍ଣୋବିଲ୍ ପରମାଣୁ ଦୁର୍ଘଟଣା କେବେ ସଂଘଟିତ ହୋଇଥିଲା ? ଆଲୁମିନିୟମର ପରମାଣୁ କ୍ରମାଙ୍କ କେତେ ? ସେଫ୍ଟିପିନ୍ ର ଉଦ୍ଭାବନ କିଏ ? ଆଟମିକ୍ ରେଡ଼ିଏସନ ବା ପରମାଣୁ ବିକିରଣ ବିଷୟରେ ବିଶ୍ଵକୁ ପ୍ରଥମ ତଥ୍ୟ କିଏ ପ୍ରଦାନ କରିଥିଲେ ? ବିଶ୍ଵର ପ୍ରଥମ ଟେଷ୍ଟ ଟ୍ୟୁବ୍ ସନ୍ତାନ ଏବେ ବଡ ହୋଇସାରିଛି । ଏହାର ନାମ କ’ଣ ଓ ଏହାର ଜନ୍ମ ତାରିଖ କେବେ ? ସେଲୋନୋଲୋଜି କ’ଣ ? କେଉଁ ସ୍ତନ୍ୟପାୟୀ ପ୍ରାଣୀ ଅଣ୍ଡା ଦେଇଥାଏ ? ବାଉଁଶ ଗଛ ସପୁଷ୍ପକ ନା ଅପୁଷ୍ପକ ? ମ୍ୟାଲେରିଆ ରୋଗର ବାହକ କିଏ ? ଆମ ହୃତ୍ପିଣ୍ଡରେ କେତୋଟି କୋଠରୀ ଅଛି ? ଉତ୍ତର ୧୯୮୬ ମସିହାରେ ଏପ୍ରିଲ୍ ମାସରେ ଚେର୍ଣ୍ଣୋବିଲ ପରମାଣୁ ଦୁର୍ଘଟଣା ସଂଘଟିତ ହୋଇଥିଲା । ଆଲୁମିନିୟମ ପରମାଣୁ କ୍ରମାଙ୍କ ୧୩ । ୧୯୪୯ ମସିହାରେ ଆମେରିକାର ୱାଲଟର ହଣ୍ଟ ସେଫ୍ଟିପିନ୍ ଉଦ୍ଭାବନ କରିଥିଲେ । ପରମାଣୁ ବିକିରଣ ସମ୍ପର୍କରେ ବିଶ୍ଵକୁ ପ୍ରଥମ ତଥ୍ୟ ହେନେରି ବେକେରଳ ପ୍ରଦାନ କରିଥିଲେ । ୧୯୭୮ ମସିହା ଜୁଲାଇ ମାସ ୨୫ ତାରିଖରେ ବିଶ୍ଵର ପ୍ରଥମ ଟେଷ୍ଟଟ୍ୟୁବ୍ ସନ୍ତାନ ଲାଗି ଲୁସି ଜୟ ବ୍ରାଉନ୍ ଜନ୍ମଗ୍ରହଣ କରିଥିଲା । ଚନ୍ଦ୍ରର ଉତ୍ପତ୍ତ, ଗୁଣ ଓ ଚଳନ ଆଦି ସମ୍ପର୍କରେ ବୈଜ୍ଞାନିକ ଗବେଷଣା ଆଦିକୁ ସେଲେନୋଲୋଜି କୁହାଯାଏ । ପ୍ଲାଟିପସ ସନ୍ତ୍ୟପାୟୀ ହେଲେ ବି ଥଣ୍ଡା ଦେଇଥାଏ । ବାଉଁଶ ସପୁଷ୍ପକ ଉଦ୍ଭିଦ । ମାଈ ଏନୋଫିଲିସ୍ ମଶା ମ୍ୟାଲେରିଆ ରୋଗର ବାହକ । ଆମ ହୃତ୍ପିଣ୍ଡରେ ୪ଟି କୋଠରି ଅଛି । ବିଭାଗ – ୩ ପ୍ରଶ୍ନ ମଣିଷ ରକ୍ତରେ କେଉଁ କଣିକା ସବୁଠୁ ବେଶୀ ପରିମାଣରେ ଥାଏ ? ସାପ ଶୀତଳ ରକ୍ତଯୁକ୍ତ ପ୍ରାଣୀ କି ? ପାଣି କେତେ ଉତ୍ତାପରେ ବାଷ୍ପରେ ପରିଣତ ହୋଇଥାଏ ? ଫାଉଣ୍ଟେନ୍ ପେନ୍ ର ଉଦ୍ଭାବକ କିଏ ? ମହାକାଶକୁ ଯାଇଥିବା ପ୍ରଥମ ଜୀବନ୍ତ ପ୍ରାଣୀ କିଏ ? ମଣିଷ ଶରୀରେ କେତେଯୋଡା କ୍ରୋମୋଜୋମ ରହିଥାଏ । କେଉଁ ଗ୍ୟାସ ଚୂନପାଣିରୁ ଧଳା କରିଦିଏ ? କେଉଁ ଗ୍ୟାସ ନିଜେ ଜଳେ ନାହିଁ ଅଥଚ ଜଳିବାରେ ସାହାଯ୍ୟ କରେ ? ପରମାଣୁ କେଉଁ ଚାର୍ଜ ବିଶିଷ୍ଟ ? ଚର୍ମ କର୍କଟ ରୋଗ ପାଇଁ ସୂର୍ଯ୍ୟଙ୍କର କେଉଁ ରଶ୍ମି ଦାୟୀ ? ଉତ୍ତର ସାଧାରଣତଃ ମଣିଷ ରକ୍ତରେ ଲୋହିତ ରକ୍ତକଣିକା (ଆର୍.ବି.ସି.) ସବୁଠୁଁ ବେଶୀ ପରିମାଣରେ ଥାଏ । (ହିମୋଗ୍ଲୋବିନ୍ ହେଉଛି ଲୋହିତ ରକ୍ତ କଣିକାର ଗଠନକାରୀ କଣିକା ) ହଁ, ସାପ ଏବଂ ଅନ୍ୟାନ୍ୟ ସରୀସୃପ ଶୀତଳ ରକ୍ତଯୁକ୍ତ ପ୍ରାଣୀ । ପାଣି ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡରେ ବାଷ୍ପରେ ପରିଣତ ହୋଇଥାଏ, ଏହାକୁ ପାଣିର ବଏଲିଂ ପଏଣ୍ଟ କୁହାଯାଏ । ୧୮୮୪ ମସିହାରେ ଆମେରିକାର ଲୁଇସ୍ ଇ. ୱାଟର ମ୍ୟାନ ଫାଉଣ୍ଟେନ ପେନ୍ (ଝରକଲମ) ଉଦ୍ଭାବନ କରିଥିଲେ । ଋଷିଆରେ ଲାଇକା କୁକୁର ହେଉଛି ମହାକାଶକୁ ଯାଇଥିବା ପ୍ରଥମ ଜୀବନ୍ତ ପ୍ରାଣୀ। ମଣିଷ ଶରୀରରେ ୨୩ ଯୋଡା ବା ୪୬ କ୍ରୋମୋଜୋମ୍ ରହିଥାନ୍ତି । ଆଙ୍ଗାରକାମ୍ଳ ଗ୍ୟାସ ଚୂନ ପାଣିକୁ ଧଳା କରି ଦିଏ । ଅମ୍ଳଜାନ ଗ୍ୟାସ ନିଜେ ଜଳେ ନାହିଁ ଅଥଚ ଜଳିବାରେ ସାହାଯ୍ୟ କରେ । ପରମାଣୁ ନିରପେକ୍ଷ ଚାର୍ଜ ବିଶିଷ୍ଟ । ଚର୍ମ କର୍କଟ ରୋଗ ପାଇଁ ଅଲଟ୍ରୋଭାଓଲେଟ୍ ବା ଅତି ବାଇଗଣୀ ରଶ୍ମି ଦାୟୀ । ବିଭାଗ – ୪ ପ୍ରଶ୍ନ ମହାକାଶକୁ ଯାଇଥିବା ପ୍ରଥମ ସାମ୍ବାଦିକ କିଏ ? ଜୀବକୋଷର କେଉଁ ଅଂଶରେ କ୍ରୋମୋଜୋମ୍ ରହିଥାଏ ? ଆପୋଲୋ ୧୧ ମହାକାଶ ଯାନକୁ କେଉଁ ମହାକାଶ ଘାଟିରୁ ଛଡାଯାଇଥିଲା ? କ୍ଲୋରୋଫିଲ୍ ଛଡା ଗଛପତ୍ରରେ ଅନ୍ୟ କେଉଁ କେଉଁ ରଙ୍ଗ କଣିକା ରହିଥାନ୍ତି ? ଛତୁ ସପୁଷ୍ପକ ବା ଅପୁଷ୍ପକ ଉଦ୍ଭିଦ ? ଭୂମିକମ୍ପର ତୀବ୍ରତା କେଉଁ ଯନ୍ତ୍ରରେ ମାପିହୁଏ ? ‘ଫୁକିଆ ତାରା’ ଗ୍ରହ ନା ନକ୍ଷେତ୍ର ? ‘ଜିନ’ର ଉଦ୍ଭାବନ କିଏ? ଅଣ୍ଡାରେ ଭିଟାମିନ୍ ସି ଥାଏ କି ? ପୃଥିବୀରେ ସବୁଠୁ ଟାଣ ଜିନିଷ କ’ଣ ? ଉତ୍ତର ତୋୟୋହିରୋ ଆକିୟାମା ହେଉଛନ୍ତି ମହାକାଶକୁ ଯାଇଥିବା ପ୍ରଥମ ସାମ୍ବାଦିକ । ଜୀବକୋଷର ନ୍ୟଷ୍ଟିରେ କ୍ରୋମୋଜୋମ୍ ବା ଗୁଣସୂତ୍ର ରହିଥାଏ । ଆପୋଲୋ-୧୧ ଯାନକୁ ଆମେରିକାର କେପ୍ କେନେଡି ମହାକାଶ ଘାଟିରୁ ଛଡାଯାଇଥିଲା । କ୍ଳୋରୋଫିଲ୍ ଛଡା ଉଦ୍ଭିଦଗୁଡିକରେ ଜାନ୍ଥୋଫିଲ, କ୍ୟାରୋଟିନ୍, ଆନ୍ଥ୍ରୋସିଆନିନ୍ ଆଦି ରଙ୍ଗ କଣିକା ରହିଥାନ୍ତି । ଛତୁ ଅପୁଷ୍ପକ ଉଦ୍ଭିଦ । ସିସ୍ମୋଗ୍ରାଫ୍ ଯନ୍ତ୍ରରେ ଭୂମିକମ୍ପର ତୀବ୍ରତା ମାପିହୁଏ । ଗ୍ରହ । ଶୁକ୍ର ଗ୍ରହକୁ ଫୁକିଆ ତାରା ମଧ୍ୟ କୁହାଯାଏ । ଗ୍ରେଗର ଜନ ମେଣ୍ଡେଲ୍ ଜିନ୍ ବିଷୟରେ ଧାରଣା ଦେଇଥିଲେ ମଧ୍ୟ ୱିଲିୟମ୍ ଜାହାନସନ ଓ କ୍ରିକ୍ ଏହାର ଗଠନ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ । ଅଣ୍ଡାରେ ଭିଟାମିନ୍ ସି ନଥାଏ । ହୀରା ହେଉଛି ପୃଥିବୀ ପୃଷ୍ଠରେ ମିଳୁଥିବା ସବୁଠୁ ଟାଣ ଜିନିଷ । ବିଭାଗ – ୫ ପ୍ରଶ୍ନ ଅଙ୍ଗାରକାମ୍ଳ ଗ୍ୟାସର କେଉଁ କେଉଁ ପରମାଣୁ ରହିଥାନ୍ତି ? ସୌର ଜଗତର ସବୁଠୁଁ ସାନଗ୍ରହଗ୍ରହ କିଏ ? ଜଳ ଅଭାବକୁ ଜଳାତଙ୍କ ରୋଗ ହୁଏ କି ? ଥର୍ମୋମିଟରର ଉଦ୍ଭାବକ କିଏ ? କେଉଁ ଗୁଡିକ ଗୋଟିଏ ଗୁଚ୍ଛ ଫଳ । କଉମାଛ କଣ୍ଟକତ୍ଵକ ପ୍ରାଣୀ କି ? ଜେନ ଡିଆଁଳି ଭାରତରେ ସର୍ବାଧିକ ୭ ଫୁଟ ଉଚ୍ଚ ଡେଇଁପାରନ୍ତି । ସିଏ ଚନ୍ଦରେ ସର୍ବାଧିକ କେତେକ ଉଚ୍ଚ ଡେଇଁ ପାରିବେ ? ଚଢେଇ ଉଡିଲାବେଳେ ଦିଗ ବଦଳାଇବା ପାଇଁ ତାର କେଉଁ ଅଙ୍ଗ ବ୍ୟବହାର କରେ ? ବିଦ୍ୟୁତ୍ ଘଣ୍ଟିରେ କି ପ୍ରକାର ଚୁମ୍ବକ ଥାଏ ? ଚେର୍ଣ୍ଣୋବିଲ ପରମାଣୁ ଶକ୍ତିକେନ୍ଦ୍ର କେଉଁଠି ଅବସ୍ଥିତ ? ଉତ୍ତର ଅଙ୍ଗାରକାମ୍ଳ ଗ୍ୟାସରେ ଗୋଟିଏ ଅଣୁରେ ୨ଟି ଅମ୍ଳଜାନ ଓ ଗୋଟିଏ ଅଙ୍ଗାରକ ପରମାଣୁ ରହିଥାନ୍ତି । ସୌର ଜଗତର ସବୁଠୁ ସାନଗ୍ରହ ପ୍ଲୁଟୋ । ( ବୁଧର ଅନୁମାନିକ ବ୍ୟାସ, ୪,୮୧୦ କି.ମି. ହୋଇଥିବାବେଳେ ପ୍ଲୁଟୋର ଆନୁମାନିକ ବ୍ୟାସ ୩,୦୪୦ କି.ମି. ) ନା, ଜଳ ଅଭାବରୁ ବ୍ୟକ୍ତି ଡିହାଇଡ୍ରେସନ ବାଆ ଜଳଶୁଷ୍କତା ଭୋଗିଥାଏ । ପାଗଳ କୁକୁର ବା ବିଲୁଆ କାମୁଡିଲେ ଜଳାତଙ୍କ ରୋଗ ହୋଇଥାଏ । ଇଟାଲିର ପ୍ରସିଦ୍ଧ ବୈଜ୍ଞାନିକ ଗାଲିଲିଓ ୧୫୯୩ ମସିହାରେ ତାପମାତ୍ରା ମାପିବା ପାଇଁ ଥର୍ମୋମିଟର ଉଦ୍ଭାବନ କରିଥିଲେ । ତେବେ ଜ୍ଵର ମାପିବା ପାଇଁ ଉର୍ଦ୍ଦିଷ୍ଟ ଥର୍ମୋମିଟରର ଉଦ୍ଭାବକ ଫାରେନ୍ହିଟ୍ । ମାତ, ପଣସ, ଚିନିଚମ୍ପା ଫଳ, ସପୁରୀ ଆଦି ଗୁଚ୍ଛ ଫଳର ଉଦାହରଣ । କଉମାଛ କଣ୍ଟକତ୍ଵକ ପ୍ରାଣୀ ନୁହେଁ । ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ପୃଥିବୀର ମାଧ୍ୟାକର୍ଷଣ ବଳର ପ୍ରାୟ ୬ ଭାଗରୁ ଭାଗେ । ତେଣୁ ପୃଥିବୀପୃଷ୍ଠରେ ୭ ଫୁଟ ଡେଇଁ ପାରୁଥିବା ବ୍ୟକ୍ତିଟି ଚନ୍ଦ୍ରପୃଷ୍ଠରେ ୭*୬=୪୨ ଫୁଟ ଡେଇଁପାରିବ । ଚଢେଇ ଉଡିଲାବେଳେ ତା’ର ଲାଞ୍ଜକୁ ଦିଗ ବଦଳାଇବା ଯନ୍ତ୍ରଭାବେ ବ୍ୟବହାର କରେ । ବିଦ୍ୟୁତ୍ ଘଣ୍ଟିରେ ଅସ୍ଥାୟୀଚୁମ୍ବକ ବା ବୈଦ୍ୟୁତିକ ଚୁମ୍ବକ ରହିଥାଏ ଯାହାକି କେବଳ ବିଦ୍ୟୁତ୍ ଶକ୍ତି ପାଇଲେ ଚୁମ୍ବକର ଧର୍ମ ପ୍ରଦର୍ଶନ କରିଥାଏ । ଚେର୍ଣ୍ଣୋବିଲ ପରମାଣୁ ଶକ୍ତିକେନ୍ଦ୍ର ସୋଭିଏତ୍ ୟୁନିଅନର ୟୁକ୍ରେନ୍ ପ୍ରଜାତନ୍ତ୍ରରେ ଅବସ୍ଥିତ । ବିଭାଗ – ୬ ପ୍ରଶ୍ନ ଗୋଟିଏ ପତଳା ଏବଂ ଗୋଟିଏ ମୋଟା କାଚଗ୍ଲାସ ମଧ୍ୟକୁ ଉତ୍ତପ୍ତ ଚା’ ଢାଳିଲେ କେଉଁ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ ? ଝିଟିପିଟି ପାଦତଳିପାରେ କିଛି ବିଶେଷ ପ୍ରକାରର କପ୍ ଭଳି ଜିନିଷ ଥାଏ, ଯାହାଦ୍ଵାରା କି ଝିଟିପିଟି କାନ୍ଥରେ ବା ଛାତରେ ଓଲଟି ଚାଲିଲେ ବି ଖସିପଡ଼େ ନାହିଁ । ସେ କପ୍ ଆକୃତିର ଅଙ୍ଗକୁ କ’ଣ କୁହାଯାଏ ? ଆମ ମୁଣ୍ଡରେ କେତୋଟି ସାଇନସ୍ ଥାଏ ? ସାଧାରଣତଃ କାଚରେ ସିଲିକାର ପରିମାଣ କେତେ (%) ରହିଥାଏ ? ବିଶ୍ଵର ସର୍ବପ୍ରଥମ ସଫଳ ମଣିଷ ହୃତ୍ପିଣ୍ଡ ପ୍ରତିରୋପଣ ଅପରେସନ କେବେ ଓ କେଉଁଠି କରଯାଇଥିଲା । ଯବକାଚ ପ୍ରଥମେ କିଏ ପ୍ରସ୍ତୁତ କରିଥିଲେ ? ସୂର୍ଯ୍ୟକିରଣରୁ ଶକ୍ତି ନେଇ ଆମ ଚର୍ମରେ ଥିବା କେଉଁ ଉପାଦାନ ଭିଟାମିନ୍ ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ପ୍ରସ୍ତୁତ କରିଥାଏ ? କ’ଣ ପାଇଁ କେତେକ ବ୍ୟକ୍ତିଙ୍କୁ ତାରଜାଲି, ଗ୍ରାଫ କାଗଜ ଆଦି ସ୍ପଷ୍ଟ ଦେଖାଯାଏ ନାହିଁ ବା ବଙ୍କା ଦିଶେ ? ଭାତକୁ ପତଳା କରି ଚକଟି ଦେବା ପରେ ତା’ ଉପରେ ଟୋପାଏ ଦି’ ଟୋପା ଆୟୋଡିନ୍ ପକାଇଲେ ଭାତର ରଙ୍ଗରେ କି ପରିବର୍ତ୍ତନ ହେବ ? ଚୂନପାଣି ଉପରେ ଯବକ୍ଷାରଜାନ ଗ୍ୟାସ ପ୍ରବାହିତ କଲେ ଚୂନପାଣିର କିଛି ଭୌତିକ ପରିବର୍ତ୍ତନ ହୁଏ କି ? ଉତ୍ତର ଗୋଟିଏ ପତଳା ଏବଂ ଗୋଟିଏ ମୋଟ ଗ୍ଲାସ ମଧ୍ୟକୁ ଗରମ ଚା’ ଢାଳିଲେ ମୋଟ କାଚ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ । (କାରଣ କାଚ ହେଉଛି ଉତ୍ତାପର ଖୁବ୍ କମ୍ ପରିବାହୀ । ଯେତେବେଳେ ପତଳା କାଚ ମଧ୍ୟକୁ ଉତ୍ତପ୍ତ ଚା’ ଢାଳି ଦିଆଯାଏ, ସେତେବେଳେ ତାପଶକ୍ତି ପତଳା କାଚଦେଇ ବାହାରକୁ ଶୀଘ୍ର ବାହାରି ଯାଇଥାଏ । ମାତ୍ର ମୋଟା କାଚ ମଧ୍ୟ ଦେଇ ଉତ୍ତାପ ଖୁବ୍ କମ୍ ଗତି କରିପାରୁଥିବାରୁ ଗ୍ଲାସର ଭିତରପଟ ଓ ବାହାରପଟ ତାପମାତ୍ରାରେ ତାରତମ୍ୟ ସୃଷ୍ଟି ହୁଏ ଓ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ ହୋଇଥାଏ । ଝିଟିପିଟି ପାଦତଳିପାରେ କିଛି ବିଶେଷ ପ୍ରକାରର କପ୍ ଭଳି ଜିନିଷ ଥାଏ, ଯାହାକୁ କି ଆଢେସିଭ୍ ପ୍ୟାଡ ବା ଆଢେସିଭ୍ ଲାମେଲା ବୋଲି କୁହାଯାଏ । ଏହା ଯୋଗୁଁ ଝିଟିପିଟି ଓଲଟା ଚାଲିଲେ ମଧ୍ୟ ପଡିଯାଏ ନାହିଁ । ଆମ ମୁଣ୍ଡରେ ୪ ଯୋଡ଼ା ସାଇନସ୍ ରହିଛନ୍ତି । ସାଧାରଣତଃ କାଚରେ ୭୨.୩୦% ସିଲିକାର ରହିଥାଏ । ବିଶ୍ଵର ସର୍ବପ୍ରଥମ ସଫଳ ମଣିଷ ହୃତ୍ପିଣ୍ଡ ପ୍ରତିରୋପଣ ଅପରେସନ ୧୯୭୬ ମସିହା ଡିସେମ୍ବର ୩ ତାରିଖ ଦିନ ଦକ୍ଷିଣ ଆଫ୍ରିକା ରାଜଧାନୀ କେପ୍ଟାଉନ୍ ଗ୍ରୁଉସ୍କୁଭ ହସ୍ପିଟାଲରେ କରଯାଇଥିଲା । ଯବକାଚ ସର୍ବ ପ୍ରଥମେ ହାନ୍ସ ଲିପରସେ ପ୍ରସ୍ତୁତ କରିଥିଲେ । ଆମ ଚର୍ମରେ ଥିବା ଏର୍ଗୋଷ୍ଟେରଲ ନାମକଉପାଦାନ ସୂର୍ଯ୍ୟକିରଣରୁ ଶକ୍ତି ନେଇ ଭିଟାମିନ୍ ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ପ୍ରସ୍ତୁତ କରିଥାଏ । ବକ୍ର ଦୃଷ୍ଟିଦୋଷ ଯୋଗୁଁ ତାରଜାଲି ବା ଗ୍ରାଫ କାଗଜ ସ୍ପଷ୍ଟ ଦେଖାଯାଏ ନାହିଁ ବା ବଙ୍କା ଦିଶେ । ଭାତକୁ ପତଳା କରି ଚକଟି ଦେବା ପରେ ତା’ ଉପରେ ଟୋପାଏ ଦି’ ଟୋପା ଆୟୋଡିନ୍ ପକାଇଲେ ତାର ରଙ୍ଗ ଘନନୀଳ ହୋଇଯିବ । ଚୂନପାଣି ଉପରେ ଯବକ୍ଷାରଜାନ ଗ୍ୟାସ ପ୍ରବାହିତ କଲେ ଚୂନପାଣିର କୌଣସି ପରିବର୍ତ୍ତନ ହୋଇ ନଥାଏ । ବିଭାଗ – ୭ ପ୍ରଶ୍ନ ଗେଣ୍ଡା ମେରୁଦଣ୍ଡୀ ପ୍ରାଣୀ କି ? ‘ନିକସ୍ ଅଲମ୍ପିକା’ ବା ‘ଅଲିମ୍ପସର ବରଫ’ ପ୍ରକୃତରେ କ’ଣ ? ପ୍ରଥମ ମନୁଷ୍ୟ ନିର୍ମିତ ଉପଗ୍ରହ କେବେ ମହାକାଶକୁ ଛଡାଗଲା ? ଆମ ଶରୀରର କେଉଁ ଗ୍ରନ୍ଥି କୋଲେଷ୍ଟରଲ ପ୍ରସ୍ତୁତ କରେ ? ଟାଇଟନ୍ କେଉଁ ଗ୍ରହର ଉପଗ୍ରହ ? ବ୍ଲାକ୍ ହୋଲ ଓ ଭକ୍ୟୁମ୍ ମଧ୍ୟରେ ସବୁଠାରୁ ବଡ ସାମଞ୍ଜସ୍ୟ, ସବୁଠୁ ବଡ ପାର୍ଥକ୍ୟ କ’ଣ ? ଜଣେ ସୁସ୍ଥ ମଣିଷର ନାଡିର ଗତି ମିନିଟ୍ କୁ କେତେ ଥର ? ଅଣ୍ଡାରେ ଥିବା କେଉଁ ଉପାଦାନ ଯୋଗୁଁ ଏହା ସିଝିଲେ ଟାଣ ହୋଇଯାଏ ? ପାଟିରୁ ଝରୁଥିବା ଲାଳ ଅମ୍ଳୀୟ ନା କ୍ଷାରୀୟ? ବିଶ୍ଵ ପରିବେଶ ସମ୍ମିଳନୀ ସୁରକ୍ଷା ଉପରେ ଷ୍ଟକ୍ ହୋମ୍ ଠାରେ ଅନୁଷ୍ଠିତ ଐତିହାସିକ ସମ୍ମିଳନୀ କେଉଁ ବର୍ଷ ହୋଇଥିଲ? ଉତ୍ତର ଗେଣ୍ଡା ଏକ ଅମେରୁଦଣ୍ଡୀ ପ୍ରାଣୀ । ‘ନିକସ୍ ଅଲମ୍ପିକା’ ବା ‘ଅଲିମ୍ପସର ବରଫ’ ପ୍ରକୃତରେ ମଙ୍ଗଳ ଗ୍ରହରେ ଥିବା ଏକ ପର୍ବତର ନାମ । ଏହି ପର୍ବତର ଉଚ୍ଚତା ହିମାଳୟର ଉଚ୍ଚତାର ପ୍ରାୟ ୩ଗୁଣ (ପାଖାପାଖି ୧୫ ମାଇଲ) । ମନୁଷ୍ୟ ନିର୍ମିତ ପ୍ରଥମ ଉପଗ୍ରହ ୧୯୫୭ ମସିହା ଅକ୍ଟୋବର ୪ ତାରିଖରେ ମହାକାଶକୁ ଛଡାଯାଇଥିଲା । ଆମ ଶରୀରର ଥିବା ଯକୃତ ବା ଲିଭର କୋଲେଷ୍ଟରଲ ପ୍ରସ୍ତୁତ କରିଥାଏ । ଟାଇଟନ୍ ଶନିଗ୍ରହର ଉପଗ୍ରହ । ବ୍ଲାକ୍ ହୋଲ ଓ ଭକ୍ୟୁମ୍ ମଧ୍ୟରେ ସବୁଠୁଁ ବଡ ସାମଞ୍ଜସ୍ୟ ହେଲା ଯେ, ଉଭୟେ ଚାରିପଟେ ଥିବା ବସ୍ତୁକୁ ଶୋଷି ନିଅନ୍ତି । ମାତ୍ର ଭକ୍ୟୁମ୍ ବା ଶୂନ୍ୟତା ଭିତରେ ଆଲୋକ ଅନ୍ୟାନ୍ୟ ସବୁ ମାଧ୍ୟମ ଅପେକ୍ଷା ଭଲଭାବେ ଗତି କରୁଥିବାବେଳେ ବ୍ଲାକହୋଲ୍ ହେଉଛି ପ୍ରକୃତରେ ଏକ ମୃତ ଗ୍ରହ । ଜଣେ ସୁସ୍ଥ ମଣିଷର ନାଡିର ଗତି ମିନିଟ୍ କୁ ପ୍ରାୟ ୭୨ ଥର । ଅଣ୍ଡାରେ ପ୍ରୋଟିନ୍ ଥିବାରୁ ଏହା ସିଝିଲେ ଟାଣ ହୋଇଥାଏ । ପାଟିରୁ ଝରୁଥିବା ଲାଳ ଅଳ୍ପ ଅମ୍ଳୀୟ । ବିଶ୍ଵ ପରିବେଶ ସମ୍ମିଳନୀ ସୁରକ୍ଷା ଉପରେ ଷ୍ଟକ୍ ହୋମ୍ ଠାରେ ଅନୁଷ୍ଠିତ ଐତିହାସିକ ସମ୍ମିଳନୀ ୧୯୭୨ମସିହାରେ ଆୟୋଜିତ ହୋଇଥିଲା । ବିଭାଗ – ୮ ପ୍ରଶ୍ନ ଆମ ବାୟୁମଣ୍ଡଳର ବୟସ କେତେ ? ପ୍ରୋଟିନ୍ କଣିକା କେଉଁ ଚାର୍ଜ ବିଶିଷ୍ଟ ? ଗୋଟିଏ ୟୂରାନିୟମ୍(୨୩୫) ଅଣୁର ନାଭିକକୁ ଭାଙ୍ଗିଲେ କେତେ ଶକ୍ତି ବାହାରେ ? ୟୁରାନ୍ସ ଗ୍ରହ କେବେ ଆବିଷ୍କୃତ ହୋଇଥିଲା ? ସାଧାରଣ ଖାଇବା ଲୁଣର ରାସାୟନିକ ନାମ କ’ଣ ? ପ୍ଲେଗ୍ ରୋଗର ବାହକ କିଏ ? ଚନ୍ଦ୍ରରେ ପହଞ୍ଚିଥିବା ପ୍ରଥମ ମାନବ କିଏ ? ପଛ ଗାଡିରୁ ଦେଖିବା ପାଇଁ ମିଟର ଗାଡିରେ କେଉଁ ପ୍ରକାର ଆଇନା ବ୍ୟବହାର କରାଯାଏ ? ବୃହସ୍ପତି ଗ୍ରହ କେତେ ଦିନରେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାଏ ? ସାଇକେଲ ଟାୟାର କିଏ ବାହାର କରିଥିଲେ ? ଉତ୍ତର ଆମ ବାୟୁମଣ୍ଡଳର ବୟସ ପାଖାପାଖି ୪୫୦୦ ବର୍ଷ । ପ୍ରୋଟିନ୍ କଣିକା ଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ । ଗୋଟିଏ ୟୂରାନିୟମ୍(୨୩୫) ଅଣୁର ନାଭିକକୁ ଭାଙ୍ଗିଲେ ପ୍ରାୟ ୯୦ କୋଟି ଇଲେକ୍ଟ୍ରନ ଭୋଲଟ ଶକ୍ତି ବାହାରେ । ୧୭୮୧ ମସିହା ମାର୍ଚ୍ଚ ୧୩ ତାରିଖରେ ୟୁରାନ୍ସ ଗ୍ରହ କେବେ ଆବିଷ୍କୃତ ହୋଇଥିଲା । ସାଧାରଣ ଖାଇବା ଲୁଣର ରାସାୟନିକ ନାମ ହେଲା ସୋଡିୟମ କ୍ଲୋରାଇଡ୍ । ମୂଷା ପ୍ଲେଗ୍ ରୋଗର ପ୍ରଧାନ ବାହକ । ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ମଣିଷ ହେଲେ ଆମେରିକାର ନେଲ୍ ଆର୍ମଷ୍ଟ୍ରଙ୍ଗ । ପଛ ଗାଡିରୁ ଦେଖିବା ପାଇଁ ମିଟର ଗାଡିରେ ଉତ୍ତଳ ଦର୍ପଣ (ଆଇନା) ବ୍ୟବହାର କରାଯାଏ । ବୃହସ୍ପତି ଗ୍ରହ ୧୧ ବର୍ଷ ୯ ମାସରେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାଏ । ଜନ ବୟେଡ଼ ଡନ୍ଲପ ସାଇକେଲ ଟାୟାର ପ୍ରସ୍ତୁତ କରିଥିଲେ । ବିଭାଗ – ୯ ପ୍ରଶ୍ନ ସାଁବାଳୁଆ ପୋକରୁ ପ୍ରଜାପତି ହେବା ପ୍ରକ୍ରିୟାକୁ କ’ଣ କୁହାଯାଏ ? ସୁଗନ୍ଧ ବାରିବାରେ ମଣିଷ ଶରୀରର କେଉଁ କୋଷଗୁଡ଼ିକ ମୁଖ୍ୟ ଭୂମିକା ନେଇଥାନ୍ତି ? ପୃଥିବୀଠାରୁ ସୂର୍ଯ୍ୟଙ୍କ ହାରାହାରି ଦୂରତ୍ଵ କେତେ ? ଶନି ଗ୍ରହର କେତୋଟି ଚନ୍ଦ୍ର ଅଛି ? ପିନାଟାବୋ ଆଗ୍ନେୟଗିରି କେଉଁଠି ଅବସ୍ଥିତ ? ଏଥେନୋଲୋଜି କ’ଣ ? ପନିପରିବା ଆଦିରେ ଭିଟାମିନ୍ ‘ଏ’ କେଉଁ ଯୌଗିକଭାବେ ରହିଥାଏ ? ଜଣେ ସୁସ୍ଥସବଳ ମଣିଷ ଦେହରେ କେତେ ପାଣି ଥାଏ ? ଭାରତୀୟ ଦାର୍ଶନିକା/ବୈଜ୍ଞାନିକ ଆର୍ଯ୍ୟଭଟ୍ଟ ପୃଥିବୀ ଘୂରୁଛି ବୋଲି ପ୍ରମାଣ କରିଥିଲେ। ସେ କେଉଁ ଶତାଦ୍ଦୀର ଥିଲେ ? ଭଶ୍ଲେଷଣ ପ୍ରକ୍ରିୟାରେ ଉଦ୍ଭିଦ କେଉଁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରିଥାଏ ? ଉତ୍ତର ସାଁବାଳୁଆରୁ ପ୍ରଜାପତି ହେବା ପ୍ରକ୍ରିୟାକୁ ମେଟାମର୍ଫୋସିସ୍ (କାୟାକଳ୍ପ) କୁହାଯାଏ । ସୁଗନ୍ଧ ବାରିବାରେ ମଣିଷର ନାକ ଭିତରେ ଥିବା ଅଲ୍ ଫାକ୍ଟୋରୀ କୋଷଗୁଡ଼ିକ ମୁଖ୍ୟ ଭୂମିକା ନେଇଥାନ୍ତି । ପୃଥିବୀଠାରୁ ସୂର୍ଯ୍ୟଙ୍କ ଆନୁମାନିକ ଦୂରତା ହେଉଛି ପ୍ରାୟ ୧୫କୋଟି କି.ମି. । ଶନି ଗ୍ରହର ଉପଗ୍ରହଗୁଡ଼ିକର ସଂଖ୍ୟା ଏପର୍ଯ୍ୟନ୍ତ ବି ନିର୍ଦ୍ଦିଷ୍ଟ ଭାବେ ଜଣାପଡିନି। ତେବେ ଭଏଜର ଯାନ ଦ୍ଵାରା କରାଯାଇଥିବା ଅତ୍ୟାଧୁନିକ ଗବେଷଣା ଅନୁସାରେ ଏହାର ଚନ୍ଦ୍ର ସଂଖ୍ୟା ୨୦ରୁ ଅଧିକ ବୋଲି ବୈଜ୍ଞାନିକମାନଙ୍କ ମତ। ପିନାଟାବୋ ଆଗ୍ନେୟଗିରି ଫିଲିପାଇନ୍ସରେ ଅବସ୍ଥିତ । ମାତ୍ର କେତେବର୍ଷ ତଳେ ଏହି ଆଗ୍ନେୟଗିରି ଅଗ୍ନୀଉଦ୍ଗୀରାଣ ହୋଇଛି। ମଣିଷ ଜାତିର ବିଜ୍ଞାନକୁ ଏଥେନୋଲୋଜି କୁହାଯାଏ । ବିବର୍ତ୍ତନ ପ୍ରକ୍ରିୟାରେ ବିଭିନ୍ନ ଜାତିର ମନୁଷ୍ୟ, ସେମାନଙ୍କ ଶାରୀରିକ ଗଠନ, ବ୍ୟବହାର ଓ କୃଷି ସଂକ୍ରାନ୍ତ ଅଧ୍ୟୟନ ଏହାର ଅନ୍ତର୍ଗତ । ପନିପରିବା ଆଦିରେ ଭିଟାମିନ୍ ‘ଏ’ ‘ବିଟା କ୍ୟାରୋଟିନ’ ନାମକ ଯୌଗିକ ରୂପରେ ରହିଥାଏ । ଜଣେ ସାଧାରଣ ସୁସ୍ଥସବଳ ମଣିଷ ଦେହରେ ଶତକଡା ୭୦ ଭାଗରୁ ଅଧିକ ପାଣି ରହିଥାଏ । ଭାରତୀୟ ଦାର୍ଶନିକା/ବୈଜ୍ଞାନିକ (ଜ୍ୟୋତିର୍ବିଦ) ଆର୍ଯ୍ୟଭଟ୍ଟ ଖ୍ରୀଷ୍ଟାବ୍ଦ ୫ମ ଶତାଦ୍ଦୀର ବ୍ୟକ୍ତି ଥିଲେ । ଭଶ୍ଲେଷଣ ପ୍ରକ୍ରିୟାରେ ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଭୂମିରୁ ଜଳ ନେଇ ଶର୍କରାଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ । ବିଭାଗ – ୧୦ ପ୍ରଶ୍ନ ବାୟୁମଣ୍ଡଳରେ ଥିବା/ମିଶୁଥିବା ବିଭିନ୍ନ ପ୍ରଦୂଷକ ମାନଙ୍କର ଗାଢତା/ ଘନତା କୁ କେଉଁ ଏକକ/ହିସାବରେ ମାପ କରାଯାଏ ? ସୂର୍ଯ୍ୟ କିରଣରେ ଥିବା ଦୃଶ୍ୟମାନ ରଙ୍ଗମାନଙ୍କ ମଧ୍ୟରୁ କାହାର ତରଙ୍ଗ ? ବ୍ଲିଚିଂ ପାଉଡ଼ରର ରାସାୟନିକ ସଙ୍କେତ କ’ଣ? ହୀରାକୁ ଉତ୍ତପ୍ତ କଲେ କ’ଣ ହୁଏ ? ଗାମା ରଶ୍ମୀ କେଉଁ ଚାର୍ଜ ବିଶିଷ୍ଟ ? ଭୂମିଠାରୁ ବାୟୁମଣ୍ଡଳର କେତେ ପର୍ଯ୍ୟନ୍ତ ଉଚ୍ଚତାକୁ ଟ୍ରୋପୋସ୍ପିଆର କୁହାଯାଏ ? ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା କେବେ ମହାକାଶକୁ ଯାତ୍ରା କରିଥିଲେ ? ସୂର୍ଯ୍ୟଙ୍କ ଚାରିପଟେ ଗ୍ରହମାନେ ଘଣ୍ଟାକଣ୍ଟାର ଦିଗରେ ନା ବିପରୀତ ଦିଗରେ ଘୂରୁଛନ୍ତି ? ମୂଷା କେଉଁ ରୋଗର ବାହକ ରୂପେ ପରିଚିତ ? ରାଣୀକ୍ଷେତ ରୋଗରେ ସାଧାରଣତଃ କିଏ (କେଉଁ ପ୍ରାଣୀ) ଆକ୍ରାନ୍ତ ହୋଇଥାଏ ? ଉତ୍ତର ବାୟୁମଣ୍ଡଳରେ ଥିବା ବା ମିଳୁଥିବା ବିଭିନ୍ନ ପ୍ରଦୂଷକ ମାନଙ୍କର ଗାଢତା/ ଘନତ୍ଵକୁ ପିପିଏମ୍ ଏକକ ହିସାବରେ ଗଣନା କରାଯାଏ । ପିପିଏମ୍ ବ୍ୟୁତ୍ପତ୍ତି ହେଲା ପାଟସପର ମିଲିୟମନ ବା ଏକ ନିୟୁତରେ ଅଂଶ । ସୂର୍ଯ୍ୟ କିରଣରେ ଥିବା ଦୃଶ୍ୟମାନ ରଙ୍ଗମାନଙ୍କ ମଧ୍ୟରୁ ଲାଲ ରଙ୍ଗର ତରଙ୍ଗ ଦୂରତ୍ଵ ବା ୱେଭ୍ଲେଙ୍ଗଥ ସର୍ବାଧିକ । ବ୍ଲିଚିଂ ପାଉଡ଼ରର ରାସାୟନିକ ସଙ୍କେତ ହେଲା Ca(Oce)Ce. । ହୀରାକୁ ଉତ୍ତପ୍ତ କଲେ ଏହା ଗ୍ରାଫାଇଟରେ ପରିଣତ ହୁଏ । ଗାମା ରଶ୍ମୀ ଚାର୍ଜ ରହିତ । ଭୂମିଠାରୁ ବାୟୁମଣ୍ଡଳର ୧୮ କି.ମି. ପର୍ଯ୍ୟନ୍ତ ଦୂରତ୍ଵକୁ (ଉଚ୍ଚତା) ଟ୍ରୋପୋସ୍ପିଆର କୁହାଯାଏ । ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା ୧୯୮୪ ମସିହା ଏପ୍ରିଲ ୩ତାରିଖରେ ମହାକାଶକୁ ଯାତ୍ରା କରିଥିଲେ । ସୂର୍ଯ୍ୟଙ୍କ ଚାରିପଟେ ଗ୍ରହମାନେ ବିପରୀତ ଦିଗରେ ବା ବାମାବର୍ତ୍ତ ହୋଇ ଘୂରୁଛନ୍ତି । ମୂଷା ସାଧାରଣତଃ ପ୍ଲେଗ ରୋଗର ବାହକ ଭାବେ ପରିଚିତ । ରାଣୀକ୍ଷେତ ରୋଗ ମୁଖ୍ୟତଃ କୁକୁଡାମାନଙ୍କର ରୋଗ । ଆଧାର – ବିଜ୍ଞାନ ପ୍ରଭା