ବିଭାଗ – ୧ ପ୍ରଶ୍ନ ବିଶ୍ଵନାଥ ବାବା କିଏ ? ମହିମା ଧର୍ମର ପ୍ରତୀଷ୍ଟାତା କିଏ ? କେଉଁଠାରେ ମହିମା ସ୍ଵାମୀ ତାଙ୍କର ଆଶ୍ରମ ସ୍ଥାପନ କରିଥିଲେ ? କେଉଁ ଧର୍ମକୁ ଅଲେଖ ଧର୍ମ କୁହାଯାଏ । କିଏ ‘ବ୍ରହ୍ମ ନିରୂପଣ ଗୀତା’ ର ରଚୟିତା । ପୁରୀରେ ଧୂଳିଆ ବାବା କିଏ ? କିଏ ବିବେକାନନ୍ଦଙ୍କ ଆଧାତ୍ମିକ ଗୁରୁ ଥିଲେ ? ଓଡିଶାରେ ନ’ ଅଙ୍କ ଦୃଦ୍ଭିକ୍ଷ କେବେ ପଡିଥିଲା ? କେବେ ‘ଟାଟା ଆଇରନ ଏଣ୍ଡ ଷ୍ଟିଲ’ କମ୍ପାନୀ ପ୍ରତିଷ୍ଠା ହେଲା ? ‘ଟାଟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ‘ କିଏ ଓ କେଉଁଠାରେ ପ୍ରତିଷ୍ଠା କରିଥିଲେ ? ଉତ୍ତର ବିଶ୍ଵନାଥ ବାବା ମହିମା ଧର୍ମର ପ୍ରଚାରକ । ମହିମା ଧର୍ମର ପ୍ରତୀଷ୍ଟାତା ମହିମା ସ୍ଵାମୀ । ଢେଙ୍କାନାଳର ଜୋରନ୍ଦାଠାରେ ମହିମା ସ୍ଵାମୀ ତାଙ୍କର ଆଶ୍ରମ ସ୍ଥାପନ କରିଥିଲେ । ମହିମା ଧର୍ମକୁ ଅଲେଖ ଧର୍ମ କୁହାଯାଏ । ଭୀମଭୋଇ ‘ବ୍ରହ୍ମ ନିରୂପଣ ଗୀତା’ ର ରଚୟିତା । ପୁରୀରେ ଧୂଳିଆ ବାବା ମହିମା ସ୍ଵାମୀ । ରାମକୃଷ୍ଣ ପରମହଂସ ବିବେକାନନ୍ଦଙ୍କ ଆଧାତ୍ମିକ ଗୁରୁ ଥିଲେ । ଓଡିଶାରେ ନ’ ଅଙ୍କ ଦୃଦ୍ଭିକ୍ଷ ୧୮୬୬ ଖ୍ରୀ: ଅ: ରେ ପଡିଥିଲା । ୧୯୦୫ ମସିହାରେ ‘ଟାଟା ଆଇରନ ଏଣ୍ଡ ଷ୍ଟିଲ’ କମ୍ପାନୀ ପ୍ରତିଷ୍ଠା ହେଲା । ‘ଟାଟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ‘ଜାମସେଦଜୀ ଟାଟା ଜାମସେଦପୁରଠାରେ ପ୍ରତିଷ୍ଠା କରିଥିଲେ । ବିଭାଗ – ୨ ପ୍ରଶ୍ନ କେବେ ଓ କେଉଁଠାରେ ପ୍ରଥମ ଝୋଟକଳ ପ୍ରତିଷ୍ଠା କରାଗଲା ? ସ୍ଵଦେଶୀ ଆନ୍ଦୋଳନ କେବେଠାରୁ ଆରମ୍ଭ ହୋଇଥିଲା ? ପ୍ରଥମକରି ଭାରତରେ ପ୍ରତିଷ୍ଠିତ କାରଖାନାରୁ କେବେ ଲୁହା ଓ କେବେ ଇସ୍ପାତ ଉତ୍ପାଦନ ଆରମ୍ଭ ହେଲା ? କେବେ ଓ କେଉଁଠାରେ ‘ମହିଶୂର ଷ୍ଟେଟ୍ ଆଇରନ ୱାର୍କ୍ସ’ ପ୍ରତିଷ୍ଟା କରାଯାଇଥିଲା ? କେବେ ଓ କେଉଁଠାରେ ‘ଇଣ୍ଡିଆନ ଆଇରନ ଏଣ୍ଡ ଷ୍ଟୀଲ୍ କମ୍ପାନୀ’ ପ୍ରତିଷ୍ଠା କରାଯାଇଥିଲା ? ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳକୁ ଉତ୍ପାଦନରେ ଭାରତ ପୃଥିବୀରେ କେତେତମ ସ୍ଥାନ ଅଧିକାର କରିପାରିଥିଲା ? ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଅଧିବେଶନ କେଉଁଠି ବସିଥିଲା ? କାହାକୁ ଜାତୀୟ କଂଗ୍ରେସର ପ୍ରତିଷ୍ଟାତା କୁହାଯାଏ ? କିଏ କଂଗ୍ରେସର ପ୍ରଥମ ସଭାପତି ଥିଲେ ? କେବେ ବଙ୍ଗ ବିଭାଜନ ହେଲା ? ଉତ୍ତର ୧୮୫୫ ମସିହାରେ ବଙ୍ଗର ରିଶ୍ରା ଠାରେ ପ୍ରଥମ ଝୋଟକଳ ପ୍ରତିଷ୍ଠା କରାଗଲା । ସ୍ଵଦେଶୀ ଆନ୍ଦୋଳନ ବଙ୍ଗ ବିଭାଜନ ପରେ ପରେ ୧୯୦୫ ମସିହାରେ ଡିସେମ୍ବର ୬ ତାରିଖ ଦିନଠାରୁ ଆରମ୍ଭ ହୋଇଥିଲା । ପ୍ରଥମକରି ଭାରତରେ ପ୍ରତିଷ୍ଠିତ କାରଖାନାରୁ ୧୯୧୧ ମସିହାରେ ଲୁହା ଓ ୧୯୧୩ ମସିହାରେ ଇସ୍ପାତ ଉତ୍ପାଦନ ଆରମ୍ଭ ହେଲା । ୧୯୨୩ ମସିହାରେ ଇନ୍ଦ୍ରାବତୀଠାରେ ‘ମହିଶୂର ଷ୍ଟେଟ୍ ଆଇରନ ୱାର୍କ୍ସ’ ପ୍ରତିଷ୍ଟା କରାଯାଇଥିଲା । ୧୯୧୮ ମସିହାରେ ଆସାନସୋଲ ନିକଟବର୍ତ୍ତୀ ହରାପୁରଠାରେ ‘ଇଣ୍ଡିଆନ ଆଇରନ ଏଣ୍ଡ ଷ୍ଟୀଲ୍ କମ୍ପାନୀ’ ପ୍ରତିଷ୍ଠା କରାଯାଇଥିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳକୁ ଉତ୍ପାଦନରେ ଭାରତ ପୃଥିବୀରେ ଷଷ୍ଟ ସ୍ଥାନ ଅଧିକାର କରିପାରିଥିଲା । ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଅଧିବେଶନ ମୁମ୍ବାଇଠାରେ ବସିଥିଲା । ଆଲାନ ଅକ୍ଟାଭିୟାନ ହ୍ୟୁମଙ୍କୁ ଜାତୀୟ କଂଗ୍ରେସର ପ୍ରତିଷ୍ଟାତା କୁହାଯାଏ । ଉମେଶ ଚନ୍ଦ୍ର ବାନାର୍ଜୀ କଂଗ୍ରେସର ପ୍ରଥମ ସଭାପତି ଥିଲେ । ୧୯୦୫ ମସିହାରେ ବଙ୍ଗ ବିଭାଜନ ହେଲା । ବିଭାଗ – ୩ ପ୍ରଶ୍ନ କେବେ ବଙ୍ଗ ବିଭାଜନ ରଦ୍ଦ କରାଗଲା ? କିଏ ‘ବନ୍ଦେ ମାତରମ୍’ ର ରଚୟିତା ଥିଲେ ? ‘ଆନନ୍ଦ ମଠ’ କିଏ ରଚନା କରିଥିଲେ ? ମହାତ୍ମାଗାନ୍ଧୀ କେବେ ଜନ୍ମଗ୍ରହଣ କଲେ ? କେଉଁଠାରେ ମହାତ୍ମାଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ ? ମହାତ୍ମାଗାନ୍ଧୀ କେବେ ମୃତ୍ୟୁ ବରଣ କଲେ ? ମହାତ୍ମାଗାନ୍ଧୀ କିପରି ଓ କିଏ ମାରିଲା ? ମହାତ୍ମାଗାନ୍ଧୀଙ୍କ ମୂଳ ନାମ କଣ ଥିଲା ? ମହାତ୍ମାଗାନ୍ଧୀ କେଉଁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ? କିଏ ଗାନ୍ଧୀଙ୍କୁ ‘ମହାତ୍ମା’ ବୋଲି ସମ୍ବୋଧନ କରିଥିଲେ ? ଉତ୍ତର ୧୯୧୧ ମସିହାରେ ବଙ୍ଗ ବିଭାଜନ ରଦ୍ଦ କରାଗଲା । ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ‘ବନ୍ଦେ ମାତରମ୍’ ର ରଚୟିତା ଥିଲେ । ‘ଆନନ୍ଦ ମଠ’ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ରଚନା କରିଥିଲେ । ମହାତ୍ମାଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କଲେ । ଗୁଜୁରାଟର ପୋରବନ୍ଦର ନାମକ ସ୍ଥାନରେ ମହାତ୍ମାଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ । ମହାତ୍ମାଗାନ୍ଧୀ ୧୯୪୮ ମସିହା ଜାନୁୟାରୀ ମାସ ୩୦ ତାରିଖ ଦିନ ମୃତ୍ୟୁ ବରଣ କଲେ । ମହାତ୍ମାଗାନ୍ଧୀ ପାର୍ଥନାସଭାରେ ନାଥୁରାମ ଗଡସେ ନାମକ ଜଣେ ଧର୍ମାନ୍ଧ ହିନ୍ଦୁ ଯୁବକ ମାରିଲା । ମହାତ୍ମାଗାନ୍ଧୀଙ୍କ ମୂଳ ନାମ ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲା । ମହାତ୍ମାଗାନ୍ଧୀ ବୈଶ୍ୟ ପରିବାରରେ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ରବୀନ୍ଦ୍ରନାଥ ଠାକୁର (ଟାଗୋର) ଗାନ୍ଧୀଙ୍କୁ ‘ମହାତ୍ମା’ ବୋଲି ସମ୍ବୋଧନ କରିଥିଲେ । ବିଭାଗ - ୪ ପ୍ରଶ୍ନ ମହାତ୍ମାଗାନ୍ଧୀଙ୍କ ପିତାଙ୍କ ନାମ କ’ ଣ ? କିଏ ଖିଲାଫତ ଆଦୋଳନର ସ୍ରଷ୍ଟା ଥିଲେ ? କେବେ ଓ କାହା ନେତୃତ୍ଵରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ? ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ କେବେ ଓଡିଶା ଆଗମନ କରିଥିଲେ ? ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଆଧୁନିକ ଇତିହାସରେ କାହିଁକି ପ୍ରସିଦ୍ଧ ? କଂଗ୍ରେସର କେଉଁ ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ନିସ୍ପତି ନିଆଯାଇଥିଲା । ୧୯୨୯ ମସିହାରେ ଅନୁଷ୍ଠିତ କଂଗ୍ରେସର ଲାହୋର ଅଧିବେଶନରେ କିଏ ସଭାପତି ଥିଲେ ? କେବେ ଭାରତଛାଡ ଆନ୍ଦୋଳନ ଆରମ୍ଭ ହେଲା ? ଭାରତଛାଡ ଆନ୍ଦୋଳନ ବେଳେ ଓଡିଶାର କେଉଁ ସଂଗ୍ରାମୀ ଫାଶୀଦଣ୍ଡ ପାଇଲେ ? ସୁବାଷ ଚନ୍ଦ୍ର ବୋଷ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ? ଉତ୍ତର ମହାତ୍ମାଗାନ୍ଧୀଙ୍କ ପିତାଙ୍କ ନାମ କାବାଗାନ୍ଧି । ମହାତ୍ମାଗାନ୍ଧୀ ଖିଲାଫତ ଆଦୋଳନର ସ୍ରଷ୍ଟା ଥିଲେ । ୧୯୨୦ ଖ୍ରୀ: ଅ: ରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ ୧୯୨୧ ମସିହାରେ ଓଡିଶା ଆଗମନ କରିଥିଲେ । ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଆଧୁନିକ ଇତିହାସରେ ଉକ୍ତ ଦିନଟିକୁ ପୂର୍ଣ ସ୍ଵରାଜ ଦିବସ ରୂପେ କଂଗ୍ରେସ ପାଳନ କରିଥିଲା । କଂଗ୍ରେସର ଲାହୋର ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ନିସ୍ପତି ନିଆଯାଇଥିଲା । ୧୯୨୯ ମସିହାରେ ଅନୁଷ୍ଠିତ କଂଗ୍ରେସର ଲାହୋର ଅଧିବେଶନରେ ଜବାହାରଲାଲ ନେହେରୁ ସଭାପତି ଥିଲେ । ୧୯୪୨ ମସିହା ଅଗଷ୍ଟ ୮ ତାରିଖ ଦିନ ଭାରତଛାଡ ଆନ୍ଦୋଳନ ଆରମ୍ଭ ହେଲା । ଭାରତଛାଡ ଆନ୍ଦୋଳନ ବେଳେ ଓଡିଶାର ଲକ୍ଷ୍ମଣ ନାୟକ ସଂଗ୍ରାମୀ ଫାଶୀଦଣ୍ଡ ପାଇଲେ । ସୁବାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖ ଦିନ ଓଡିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ । ବିଭାଗ – ୫ ପ୍ରଶ୍ନ କିଏ ଫରୱାର୍ଡ ବ୍ଲକ ଗଠନ କରିଥିଲେ ? କେବେ ଫରୱାର୍ଡ ବ୍ଲକ ଗଥିତ ହୋଇଥିଲା ? କେବେ ଭାରତୀୟ ଜାତୀୟ ବାହିନୀ ଗଠିତ ହୋଇଥିଲା ? ଭାରତ କେବେ ସ୍ଵାଧୀନ ଲାଭ କଲା ? ସ୍ଵାଧୀନ ଭାରତର ପ୍ରଥମ ଭାଇସରାୟ କିଏ ଥିଲେ ? କିଏ ସ୍ଵାଧୀନ ଭାରତର ପ୍ରଥମ ଗୃହ ମନ୍ତ୍ରୀ ଥିଲେ ? ଲର୍ଡ ମାଉଣ୍ଟବ୍ୟାଟେନ୍ କିଏ ଥିଲେ ? କେବେ ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତକୁ ଆଗମନ କରିଥିଲେ ? କେବେ ଲର୍ଡ ମାଉଣ୍ଟବ୍ୟାଟେନ୍ ତାଙ୍କର ଭାରତ ବିଭାଜନ ଯୋଜନା ଘୋଷଣା କରିଥିଲେ ? ପଞ୍ଚଶୀଳ ନୀତି କିଏ ପ୍ରବର୍ତ୍ତନ କରିଥିଲେ ? ଉତ୍ତର ସୁବାଷ ଚନ୍ଦ୍ର ବୋଷ ଫରୱାର୍ଡ ବ୍ଲକ ଗଠନ କରିଥିଲେ । ୧୯୩୯ ମସିହାରେ ଫରୱାର୍ଡ ବ୍ଲକ ଗଥିତ ହୋଇଥିଲା । ୧୯୪୩ ମସିହା ଜୁଲାଇ ମାସ ୪ ତାରିଖରେ ଭାରତୀୟ ଜାତୀୟ ବାହିନୀ ଗଠିତ ହୋଇଥିଲା । ଭାରତ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ସ୍ଵାଧୀନ ଲାଭ କଲା । ସ୍ଵାଧୀନ ଭାରତର ପ୍ରଥମ ଭାଇସରାୟ ଲର୍ଡ ମାଉଣ୍ଟବ୍ୟାଟେନ୍ ଥିଲେ । ସର୍ଦାର ବଲ୍ଲବଭାଇ ପଟେଲ ସ୍ଵାଧୀନ ଭାରତର ପ୍ରଥମ ଗୃହ ମନ୍ତ୍ରୀ ଥିଲେ । ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତର ଶେଷ ଭାଇସରାୟ ଓ ସ୍ଵାଧୀନ ଭାରତର ପ୍ରଥମ ଭାଇସରାୟ ଯେ କି ଦେଶ ବିଭାଜନ ଯୋଜନା ପ୍ରସ୍ତୁତ କରିଥିଲେ । ୧୯୪୭ ମସିହା ମାର୍ଚ୍ଚ ମାସରେ ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତକୁ ଆଗମନ କରିଥିଲେ । ୧୯୪୭ ମସିହା ଜୁନ ମାସ ୩ ତାରିଖ ଦିନ ଲର୍ଡ ମାଉଣ୍ଟବ୍ୟାଟେନ୍ ତାଙ୍କର ଭାରତ ବିଭାଜନ ଯୋଜନା ଘୋଷଣା କରିଥିଲେ । ପଞ୍ଚଶୀଳ ନୀତି ପଣ୍ଡିତ ଜବାହାରଲାଲ ନେହେରୁ ପ୍ରବର୍ତ୍ତନ କରିଥିଲେ । ବିଭାଗ – ୬ ପ୍ରଶ୍ନ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସନ୍ଧିପତ୍ର କ’ ଣ ଭାବେ ପ୍ରସିଦ୍ଧ ? କେବେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସନ୍ଧିପତ୍ର ସ୍ଵାକ୍ଷରିତ ହୋଇଥିଲା ? ମହାତ୍ମାଗାନ୍ଧୀଙ୍କ ମାତାଙ୍କ ନାମ କ’ଣ ? ଭାରତର ଲୌହ ମାନବ କିଏ ? ଭାରତର ସମ୍ବିଧାନ କେବେ ଗଠନ କରାଯାଇଥିଲା ? ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ? ଭାରତୀୟ ସମ୍ବିଧାନର ପ୍ରଣେତା କିଏ ଥିଲେ ? ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆମ୍ବେଦକର କି ମନ୍ତ୍ରୀ ଥିଲେ ? ‘ଇଣ୍ଡିଆ ୱିନସ୍ ଫ୍ରିଡମ’ ପୁସ୍ତକ କିଏ ଲେଖିଥିଲେ ? କାହାକୁ ସୀମାନ୍ତ ଗାନ୍ଧୀ ବୋଲି କୁହାଯାଏ ? ଉତ୍ତର ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସନ୍ଧିପତ୍ର ପଞ୍ଚଶୀଳ ନୀତି ରୂପେ ପ୍ରସିଦ୍ଧ । ୧୯୫୪ ମସିହା ଏପ୍ରିଲ ୨୯ ତାରିଖ ଦିନ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସନ୍ଧିପତ୍ର ସ୍ଵାକ୍ଷରିତ ହୋଇଥିଲା । ମହାତ୍ମାଗାନ୍ଧୀଙ୍କ ମାତାଙ୍କ ନାମ ପୁତଲାବାଇ । ଭାରତର ଲୌହ ମାନବ ସର୍ଦାର ବଲ୍ଲବ ଭାଇ ପଟେଲ । ଭାରତର ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ଗଠନ କରାଯାଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଥିଲେ । ଭାରତୀୟ ସମ୍ବିଧାନର ପ୍ରଣେତା ବି. ଆର. ଆମ୍ବେଦକର ଥିଲେ । ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆମ୍ବେଦକର ଆଇନ ମନ୍ତ୍ରୀ ଥିଲେ । ‘ଇଣ୍ଡିଆ ୱିନସ୍ ଫ୍ରିଡମ’ ପୁସ୍ତକ ମୌଲାନା ଆବୁର କାଲାମ ଆଜାଦ୍ ଲେଖିଥିଲେ । ଖାଁ ଅବଦୁଲ୍ ଗଫୁର ଖାଁ ସୀମାନ୍ତ ଗାନ୍ଧୀ ବୋଲି କୁହାଯାଏ । ବିଭାଗ - ୭ ପ୍ରଶ୍ନ ଗାନ୍ଧୀ କାହାକୁ ବିବେକର ସଜା ବୋଲି ବର୍ଣନା କରିଥିଲେ ? କ’ ଣ ଭାବେ ଭାରତୀୟମାନେ ଦାଦାଭାଇ ନାଓରୋଜୀଙ୍କୁ ସମ୍ମାନିତ କରିଥିଲେ ? ଜବାହାରଲାଲ ନେହେରୁଙ୍କ ପିତାଙ୍କ ନାମ କ’ ଣ ଥିଲା ? କେବେ ଭାରତୀୟ ସଂସଦ ଆଇନ୍ ପ୍ରଣୟନ କରାଯାଇଥିଲା ? କେବେ ଓ କେଉଁ ଠାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଜନ୍ମଗ୍ରହଣ କରିଥିଲେ ? କିଏ ଓ କେତେ ବର୍ଷ ଲର୍ଡ ମାଉଣ୍ଟବ୍ୟାଟେନଙ୍କ ପରେ ଭାରତୀୟ ଗଭର୍ଣ୍ଣରର ଜେନରାଲ ରୂପେ ସମ୍ମାନ ଲାଭ କରିଥିଲେ? ପାକିସ୍ଥାନର ପ୍ରଥମ ଗଭର୍ଣ୍ଣର ଓ ଜେନରାଲ କିଏ ଥିଲେ ? ‘କାଉଦ –ଇ – ଆଜାମ’ ଭାବେ କିଏ ସୁପରିଚିତ ? ମହମ୍ମଦ ଅଲ୍ଲି ଜିନ୍ନା କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? କେବେ ଓ କେଉଁ ଠାରେ ବଲ୍ଲଭଭାଇ ପଟେଲ ଜନ୍ମଗ୍ରହଣ କରିଥିଲେ ? ଉତ୍ତର ଗାନ୍ଧୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ବିବେକର ସଜା ବୋଲି ବର୍ଣନା କରିଥିଲେ । ଭାରତର ମହାନ୍ ବୟୋଜ୍ୟେଷ୍ଟ ବ୍ୟକ୍ତି ଭାବରେ ଭାରତୀୟମାନେ ଦାଦାଭାଇ ନାଓରୋଜୀଙ୍କୁ ସମ୍ମାନିତ କରିଥିଲେ । ଜବାହାରଲାଲ ନେହେରୁଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଥିଲା । ୧୮୬୧ ମସିହାରେ ଭାରତୀୟ ସଂସଦ ଆଇନ୍ ପ୍ରଣୟନ କରାଯାଇଥିଲା । ୧୮୭୮ ମସିହାରେ ମାନ୍ଦ୍ରାଜଠାରେ ଝେଲମ୍ ଜିଲ୍ଲାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଜନ୍ମଗ୍ରହଣ କରିଥିଲେ । ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ୧୯୪୮ ମସିହା ଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ପଦବୀରେ ରହି ସମ୍ମାନ ଲାଭ କରିଥିଲେ । ପାକିସ୍ଥାନର ପ୍ରଥମ ଗଭର୍ଣ୍ଣର ଓ ଜେନରାଲ ମହମ୍ମଦ ଅଲ୍ଲି ଜିନ୍ନା ଥିଲେ । ‘କାଉଦ –ଇ – ଆଜାମ’ ଭାବେ ମହମ୍ମଦ ଅଲ୍ଲି ଜିନ୍ନା ସୁପରିଚିତ । ମହମ୍ମଦ ଅଲ୍ଲି ଜିନ୍ନା ୧୮୭୬ ମସିହାରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ । ୧୮୭୫ ମସିହାରେ ଗୁରୁରାଟରେ ବଲ୍ଲଭଭାଇ ପଟେଲ ଜନ୍ମଗ୍ରହଣ କରିଥିଲେ । ବିଭାଗ – ୮ ପ୍ରଶ୍ନ କିଏ ‘ସର୍ଦାର’ ଉପାଧି ପାଇଥିଲେ ? କାହାକୁ ‘ଲୌହମାନବ’ କୁହାଯାଉଛି ? ଅରବିନ୍ଦ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ? କେବେ ଅରବିନ୍ଦ ମୃତ୍ୟୁ ବାରଣ କରିଥିଲେ ? କେବେ ଭାରତ ଓ ପାକିସ୍ଥାନ ନାମକ ଦୁଇଟି ସ୍ଵତନ୍ତ୍ର ରାଷ୍ଟ୍ର ଗଠନ ହେଲା ? ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା କିଏ ଥିଲେ ? ୧୯୬୯ ମସିହାରେ ଭାରତର ରାଷ୍ଟ୍ରପତି କିଏ ଥିଲେ ? କେଉଁ ଦୁଇଟି ପତ୍ରିକା ବାଳ ଗଙ୍ଗାଧର ତିଳକ ପ୍ରକାଶ କରିଥିଲେ ? ମରାଠା ଓ କେଶରୀ ପତ୍ରିକା ଦ୍ୱୟ କେଉଁ ଭାଷାରେ ପ୍ରକାଶିତ ହୋଇଥିଲା ? ଗାନ୍ଧୀ କାହାକୁ ‘ବିବେକର ରକ୍ଷକ’ ବୋଲି କହିଥିଲେ ? ଉତ୍ତର ବଲ୍ଲଭଭାଇ ପଟେଲ ‘ସର୍ଦାର’ ଉପାଧି ପାଇଥିଲେ । ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ‘ଲୌହମାନବ’ କୁହାଯାଉଛି । ଅରବିନ୍ଦ ୧୮୭୨ ମସିହାରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ । ୧୯୫୦ ମସିହାରେ ଅରବିନ୍ଦ ମୃତ୍ୟୁ ବାରଣ କରିଥିଲେ । ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଭାରତ ଓ ପାକିସ୍ଥାନ ନାମକ ଦୁଇଟି ସ୍ଵତନ୍ତ୍ର ରାଷ୍ଟ୍ର ଗଠନ ହେଲା । ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା ଡଃ ବି. ଆର. ଆମ୍ବେଦକର । ୧୯୬୯ ମସିହାରେ ଭାରତର ରାଷ୍ଟ୍ରପତି ଭି. ଭି. ଗିରି ଥିଲେ । ‘ମରାଠା’ ଓ ‘କେଶରୀ’ ଦୁଇଟି ପତ୍ରିକା ବାଳ ଗଙ୍ଗାଧର ତିଳକ ପ୍ରକାଶ କରିଥିଲେ । ‘ମରାଠା’ ପତ୍ରିକା ଇଂରାଜୀ ଭାଷାରେ ଓ ‘କେଶରୀ’ ପତ୍ରିକା ମରାଠୀ ଭାଷାରେ ପ୍ରକାଶିତ ହୋଇଥିଲା । ଗାନ୍ଧୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କୁ ‘ବିବେକର ରକ୍ଷକ’ ବୋଲି କହିଥିଲେ । ବିଭାଗ – ୯ ପ୍ରଶ୍ନ ସର୍ଦାର ପଟେଲଙ୍କ ମହାନ ଦାନ କ’ ଣ ଥିଲା ? କିଏ ବମ୍ବେ କେସରୀ ନାମରେ ପରିଚିତ ? କିଏ କେଉଁ ଧର୍ମକୁ ‘ସବୁ ଧର୍ମର ଜନନୀ ’ ବୋଲି କହିଥିଲେ ? କିଏ ‘ଲୋକନାୟକ’ ଭାବେ ଇତିହାସ ପ୍ରସିଦ୍ଧ ? ‘ବାବା ସାହେବ’ ଭାବରେ କିଏ ଇତିହାସ ପ୍ରସିଦ୍ଧ ? କିଏ କହିଥିଲେ ’ସ୍ଵାଧୀନତା ମୋର ଜନ୍ମଗତ ଅଧିକାର’ ? ଲାଲ ଲଜପତ୍ ରାୟ କିଏ ? ୧୯୬୨ ମସିହା କାହିଁକି ପ୍ରସିଦ୍ଧ ? ହଳଦୀଘାଟ ଯୁଦ୍ଧ କେବେ ସଂଗଠିତ ହୋଇଥିଲା ? ‘ଭାରତ ଛାଡ’ କିଏ ଡାକରା ଦେଇଥିଲେ ? ଉତ୍ତର ସର୍ଦାର ପଟେଲଙ୍କ ମହାନ ଦାନ ଦେଶୀୟ ରାଜ୍ୟ ଗୁଡିକର ମିଶ୍ରଣ ଥିଲା । ଫିରୋଜ ଶାହ ମେହେତା ବମ୍ବେ କେସରୀ ନାମରେ ପରିଚିତ । ବିବେକାନନ୍ଦ ହିନ୍ଦୁ ଧର୍ମକୁ ‘ସବୁ ଧର୍ମର ଜନନୀ ’ ବୋଲି କହିଥିଲେ । ଜୟପ୍ରକାଶ ନାରାୟଣ ‘ଲୋକନାୟକ’ ଭାବେ ଇତିହାସ ପ୍ରସିଦ୍ଧ । ‘ବାବା ସାହେବ’ ଭାବରେ ବି. ଆର. ଆମ୍ବେଦକର ଇତିହାସ ପ୍ରସିଦ୍ଧ । ବାଳ ଗଙ୍ଗାଧର ତିଳକ କହିଥିଲେ ’ସ୍ଵାଧୀନତା ମୋର ଜନ୍ମଗତ ଅଧିକାର’ । ଲାଲ ଲଜପତ୍ ରାୟ ସ୍ଵାଧୀନତା ସଂଗ୍ରାମୀ । ୧୯୬୨ ମସିହା ଭାରତ – ଚୀନ ଯୁଦ୍ଧ ସଂଗଠିତ ହୋଇଥିଲା । ହଳଦୀଘାଟ ଯୁଦ୍ଧ ୧୮୭୬ ଖ୍ରୀ:ଅ: ରେ ସଂଗଠିତ ହୋଇଥିଲା । ‘ଭାରତ ଛାଡ’ ମହାତ୍ମାଗାନ୍ଧୀ ଡାକରା ଦେଇଥିଲେ । ବିଭାଗ – ୧୦ ପ୍ରଶ୍ନ ମହାଭାରତର ରଚୟିତା କିଏ ? ଭାରତର ସବୁଠାରୁ ବଡ ମରୁଭୁମି କିଏ ? ଭାରତର ସବୁଠାରୁ ବଡ ଚିଡିଆଖାନା କେଉଁଠି ? ଭାରତର ସବୁଠାରୁ ବଡ ନଦୀ କିଏ ? ଶିଖମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ ଣ ? ଭାରତର ଜାତୀୟ ପଶୁ ନାମ କ’ ଣ ? ଭାରତର ଜାତୀୟ ଫୁଲ କ’ ଣ ? ଭାରତର ଜାତୀୟ ପକ୍ଷୀ କିଏ ? ଖ୍ରୀଷ୍ଟିୟାନ ମାନଙ୍କ ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ ଣ ଅଟେ ଓ ସେମାନଙ୍କର ଉପାସନା ସ୍ଥଳର ନାମ କ’ ଣ ? ଜାତୀୟ ପତାକାରେ ଥିବା ‘ଚକ୍ର’ ରେ କେତୋଟି ‘ଅଖ’ ଥାଏ ? ଉତ୍ତର ମହାଭାରତର ରଚୟିତା ବ୍ୟାସଦେବ । ଭାରତର ସବୁଠାରୁ ବଡ ମରୁଭୁମି ଥର । ଭାରତର ସବୁଠାରୁ ବଡ ଚିଡିଆଖାନା କଲିକତା ଆଲିପୁର ଚିଡିଆଖାନା । ଭାରତର ସବୁଠାରୁ ବଡ ନଦୀ ଗଙ୍ଗା । ଶିଖମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ ଗ୍ରନ୍ଥ ସାହିବ । ଭାରତର ଜାତୀୟ ପଶୁ ନାମ ବାଘ । ଭାରତର ଜାତୀୟ ଫୁଲ ପଦ୍ମ । ଭାରତର ଜାତୀୟ ପକ୍ଷୀ ମୟୂର । ଖ୍ରୀଷ୍ଟିୟାନ ମାନଙ୍କ ପ୍ରଧାନ ଧର୍ମଗ୍ରନ୍ଥର ନାମ ବାଇବେଲ ଅଟେ ଓ ସେମାନଙ୍କର ଉପାସନା ସ୍ଥଳର ନାମ ଚର୍ଚ୍ଚ । ଜାତୀୟ ପତାକାରେ ଥିବା ‘ଚକ୍ର’ ରେ ୨୪ ଟି ‘ଅଖ’ ଥାଏ । ବିଭାଗ – ୧୧ ପ୍ରଶ୍ନ ଭାରତର ପ୍ରଥମ ସାଧାରଣ ନିର୍ବାଚନ କେବେ ହୋଇଥିଲା ? ଭାରତର ବ୍ୟାଙ୍କ ଗୁଡିକର ଜାତୀୟକରଣ କେବେ ହୋଇଥିଲା ? କେବେ ହରିୟାନା ରାଜ୍ୟ ଗଠନ ହେଲା ? ଜବାହାରଲାଲ ନେହେରୁ କେବେ ମୃତ୍ୟୁବରଣ କରିଥିଲେ ? ନାଦିରଶାହା କେବେ ଭାରତ ଆକ୍ରମଣ କରିଥିଲେ ? ଭାରତକୁ କେବେ ଜଳପଥ ଆବିଷ୍କୃତ ହେଲା ? ଭାରତ କେଉଁଠି ତାର ଆଣବିକ ବିସ୍ଫୋରଣ ପରୀକ୍ଷା ୧୯୭୪ ମସିହା ମେ ମାସ ୧୮ ତାରିଖ ଦିନ ସମ୍ପାଦନ କରିଥିଲା? କାହିଁକି ୧୬୦୦ ଖ୍ରୀ:ଷ୍ଟାଦ୍ଦ ପ୍ରସିଦ୍ଧ ? କେବେ ଭାରତ ବ୍ରିଟିଶ ପାର୍ଲାମେଣ୍ଟ ଦ୍ଵାରା ଶାସିତ ହେଲା ? କେବେ ଭାରତ ସରକାର ଆଇନ୍ ପ୍ରଣିତ ହେଲା ? ଉତ୍ତର ଭାରତର ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା । ଭାରତର ବ୍ୟାଙ୍କ ଗୁଡିକର ଜାତୀୟକରଣ ୧୯୭୦ ମସିହାରେ ହୋଇଥିଲା । ୧୯୬୬ ମସିହାରେ ହରିୟାନା ରାଜ୍ୟ ଗଠନ ହେଲା । ଜବାହାରଲାଲ ନେହେରୁ ୧୯୬୪ ମସିହା ମେ ମାସ ୨୭ ତାରିଖ ଦିନ ମୃତ୍ୟୁବରଣ କରିଥିଲେ । ନାଦିରଶାହା ୧୭୩୯ ମସିହା ଭାରତ ଆକ୍ରମଣ କରିଥିଲେ । ଭାରତକୁ ୧୪୯୮ ମସିହାରେ ଜଳପଥ ଆବିଷ୍କୃତ ହେଲା । ଭାରତ ରାଜସ୍ଥାନର ପୋଖରାନଠାରେ ଆଣବିକ ବିସ୍ଫୋରଣ ପରୀକ୍ଷା ୧୯୭୪ ମସିହା ମେ ମାସ ୧୮ ତାରିଖ ଦିନ ସମ୍ପାଦନ କରିଥିଲା । ୧୬୦୦ ଖ୍ରୀ:ଷ୍ଟାଦ୍ଦରେ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା ଲାଭ କଲା । ୧୮୮୫ ଖ୍ରୀଷ୍ଟାଦ୍ଦଠାରୁ ଭାରତ ବ୍ରିଟିଶ ପାର୍ଲାମେଣ୍ଟ ଦ୍ଵାରା ଶାସିତ ହେଲା । ୧୯୩୫ ମସିହାରେ ଭାରତ ସରକାର ଆଇନ୍ ପ୍ରଣିତ ହେଲା । ବିଭାଗ – ୧୨ ପ୍ରଶ୍ନ ୧୯୭୨ ମସିହା ଜୁଲାଇ ୩ ତାରିଖ କାହିଁକି ପ୍ରସିଦ୍ଧ ? ଦାଣ୍ଡି ସ୍ଥାନଟି କେଉଁଠି ଅବସ୍ଥିତ ? ରାମ ଚରିତ ମାନସ କିଏ ରଚନା କରିଥିଲେ ? ‘ବିଗିନିଂ ଅଫ ଦି ଏଣ୍ଡ’ ପୁସ୍ତକର ରଚୟିତା କିଏ ? କେବେ ଷଢେଇକଳା ଓ ଖରସୁଆଁ ଓଡିଶା ସହିତ ମିଶ୍ରଣ ହୋଇଥିଲା ? ଭାରତୀୟ ସ୍ଵାଧୀନତା ସଂଘ କିଏ ଗଠନ କରିଥିଲେ ? କେବେ ଓ କେଉଁଠି ଦ୍ଵିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ? ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ? ୧୫୨୬ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ? ୧୫୪୦ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ? ଉତ୍ତର ୧୯୭୨ ମସିହା ଜୁଲାଇ ୩ ତାରିଖ ଭାରତ ଓ ପାକିସ୍ଥାନ ମଧ୍ୟରେ ସିମଲା ଚୁକ୍ତି ସମ୍ପାଦିତ ହୋଇଥିଲା । ଦାଣ୍ଡି ସ୍ଥାନଟି ଗୁଗୁରାଟର ଅହମଦାବାଦଠାରୁ ପ୍ରାୟ ୨୦୦ କି.ମି. ଦୂରରେ ସମୁଦ୍ରଉପକୂଳରେ ଅବସ୍ଥିତ । ରାମ ଚରିତ ମାନସ ତୁଲସୀ ଦାସ ରଚନା କରିଥିଲେ । ‘ବିଗିନିଂ ଅଫ ଦି ଏଣ୍ଡ’ ପୁସ୍ତକର ରଚୟିତା ଡଃ ହରେକୃଷ୍ଣ ମହତାବ । ୧୯୪୮ ମସିହା ଜାନୁୟାରୀ ମାସ ୧ ତାରିଖ ଦିନ ଷଢେଇକଳା ଓ ଖରସୁଆଁ ଓଡିଶା ସହିତ ମିଶ୍ରଣ ହୋଇଥିଲା । ଭାରତୀୟ ସ୍ଵାଧୀନତା ସଂଘ ମହାନ ବିପ୍ଳବୀ ରାସବିହାରୀ ବୋଷ ଗଠନ କରିଥିଲେ । ୧୯୩୧ ମସିହାରେ ଲଣ୍ଡନ ଠାରେ ଦ୍ଵିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା । ୧୯୩୨ ମସିହା ନଭେମ୍ବର ମାସରେ ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା । ୧୫୨୬ ମସିହାରେ ପ୍ରଥମ ପାନିପଥ ଯୁଦ୍ଧ ସଂଗଠିତ ହୋଇଥିଲା । ୧୫୪୦ ମସିହାରେ ଚୌସା ଯୁଦ୍ଧ ହୋଇଥିଲା । ଆଧାର – ଇତିହାସ ପୃଷ୍ଠା