କବି ପରିଚୟ ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଶୂଦ୍ରମୁଂନି ସାରଳା ଦାସ ଆଦିକବି ରୂପେ ପରିଚିତ । ସଂସ୍କୃତ ଭାଷାରେ ବ୍ୟାସଦେବ ମହାଭାରତ ଲେଖିବାଭଳି ଓଡ଼ିଆ ଭାଷାରେ ସାରଳା ଦାସ ମହାଭାରତ ଲେଖୁଥିବାରୁ ତାଙ୍କୁ କେହି କେହି ଉତ୍କଳ-ବ୍ୟାସ ରୂପେ ସମ୍ବୋଧନ କରିଥାନ୍ତି । ଅଧିକନ୍ତୁ ତାଙ୍କ ଲେଖାରେ ଓଡ଼ିଶାର ମାଟି ପାଣି, ପବନ, ପ୍ରକୃତି ଓ ମଣିଷ ଜୀବନର ବାସ୍ତବ ଗାଥା କଳାତ୍ମକ ଭାବେ ପରିବେଷିତ ହୋଇଥିବାରୁ ତାଙ୍କୁ 'ମାଟିର ମହାକବି’ ମଧ୍ୟ କୁହାଯାଏ । ସେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ରଦେବଙ୍କ ସମକାଳ ଅର୍ଥାତ୍ ପଞ୍ଚଦଶ ଶତାବ୍ଦୀରେ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ଠାରେ ଜନ୍ମଗ୍ରହଣ କରିଥିଲେ । ସାରଳା ଠାକୁରାଣୀଙ୍କୁ ସେବା କରି ସେ କାବ୍ୟ ରଚନା ପାଇଁ ଶକ୍ତି ପାଇଥିବାରୁ ନିଜକୁ ସାରଳା ଦାସ ରୂପେ ପରିଚୟ କରାଇଅଛନ୍ତି । ବାସ୍ତବରେ ତାଙ୍କ ନାମ ସିଦ୍ଧେଶ୍ଵର ପରିଡ଼ା ଥିବା କୁହାଯାଏ । ସେ ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ ଭଳି ପୁରାଣ ରଚନା କରି ଯାଇଛନ୍ତି । ବିରୋଧୀ ପାଣ୍ଡବଙ୍କ ପାଞ୍ଚ ଶିଶୁପୁତ୍ରଙ୍କ ନିଧନରେ ମହାମାନୀ ଦୁର୍ଯ୍ୟୋଧନଙ୍କ ମନର ବ୍ୟାକୁଳତା, ପିତୃସୁଲଭ ହୃଦୟର ପରିଚୟ ଓ ବିଳାପ, ବଂଶରକ୍ଷା ନିମନ୍ତେ ଆକୁଳତା, ନିଷ୍ପାପ ଶିଶୁମାନଙ୍କ ମୃତ୍ୟୁ ପାଇଁ ଗୁରୁପୁତ୍ର ଅଶ୍ଵତ୍ଥାମାଙ୍କୁ ତିରସ୍କାର ପ୍ରଭୃତି ଦୁର୍ଯ୍ୟୋଧନଙ୍କ ଚାରିତ୍ରିକ ମହାନତା ପ୍ରତିପାଦିତ । ଏହି ପଠ୍ୟାଂଶଟି ‘କାଇଁଶିକା ପର୍ବ' ରୁ ଗୃହୀତ । ପଦ୍ୟ ଦୃଦକ୍ଷ ବୋଇଲା ସ୍ଵାମୀ ଶୁଣିମା ଦଣ୍ଡଧାରୀ ଅଶସ୍ତମା ପାଣ୍ଡବଂକ ମୁଣ୍ଡଛେଦି ଆଣଇ ଭାର କରି । ନୟନ ଫେଡ଼ି ରାଜା ଚାହି°ଲା ମାନଗୋବିନ୍ଦ ପାଣ୍ଡବନ୍ତ ପ୍ରାୟେ ବୁଝି ମନେଣ ସାନନ୍ଦ । ସାଧୁ ସାଧୁ ଅଶସ୍ତମା ବୋଲି ମାନଗୋବିନ୍ଦ ପ୍ରଶଂସି ତୋତେ ସେନାପତି ନ କରି ଅଗାଦ ସମୋଦ୍ରେ ଗଲି ଭାସି । ହରାଇ କରି ପଛେ ଶିଖିଲି ମୁଂ ବୁଦ୍ଧି ପାଦେଣା ଟାଳିଲି ମୁଂ ଯେଡ଼େକ ସଂପ୍ରଧି । ବାଳୁତ କାଳହୁଂ ଯାହାକୁ ପାଇଲଇଂ ସାଖି ଚିହ୍ନି ନୁଆରିଲି ମୁଂ ତାକୁ ହୋଇଲି ନିରିମାଖି । ଅନେକ ଉତସଲ୍ୟ ଦେଖିଣ ଧୃତିରାଷ୍ଟି ଛାମୁରେ ନେଇ ପକାଇଲା ପାଞ୍ଚ°କରି ମୁଣ୍ଡଗୋଟି। ବୋଲଇ ଅଶସ୍ତମା ଶୁଣା ହୋ ଦ୍ରିଯୋଧନ ପିତାର ଶତ୍ରୁ ୟେଟି ଧୃଷ୍ଟ ଯେ ଦ୍ୟୁମନ । ଦେଖିଣ ସାନନ୍ଦ ହୋଇଲେ ଦ୍ରିଯୋଧନ ରାୟେ ବୋଲଇ ବେଗେ ଦଣ୍ଡଛତ୍ର ଧର ତୁ ରାଜାୟେ । ଦେଖିଣ ବୋଇଲା ଚିହ୍ନି ଯେ କୁମାର ଦୃଦକ୍ଷ ପାଣ୍ଡବେ ନୋହନ୍ତି ଯେ ଦ୍ରୋପତୀ ପାଞ୍ଚବତ୍ସ । ରଜନୀ ପ୍ରଭାତରେ ଦେଖିଲା ଧୃତିରାଷ୍ଟି ପାଞ୍ଚାଳୀ କୁମର°କର ଶିର ପାଞ୍ଚଗୋଟି । ମୃଚ୍ଛାଗତ ହୋଇଲା ଦେଖି ମାନଗୋବିନ୍ଦ ହା ହା ଦଇବ ବୋଲି କପୋଳେ କରଧିନ୍ଦ । ଆହୋ ଅଶସ୍ତମା ଆଦିହୁଂ ଅଟୁ ନଷ୍ଟ ତୋହୋର ପ୍ରକୃତି ଜାଣି ମୁଂ ନ ବାନ୍ଧିଲି ମୁକୁଟ । ସମର ଶେଷକାଳେ ମୋତେ ଯେ କଲୁ ଯେହା ବାଳୁତ ବଧ ଦୋଷେ କଲୁ ରେ ପାମର ଦୋରେହା । ଅଭିମନ୍ୟୁ ମଲା ଘଟଉତ୍କଚ ନାଶଗଲା ଲକ୍ଷ୍ମଣକୁମାରହି° ପଡ଼ିଲା ବଂଶହିଂ ସରିଲା । ଯେହାନ୍ତ ରଖିଲି ମୁଂ ବଂଶରକ୍ଷାର ନିମନ୍ତେ ଗତ ଆଗତ ବୁଡ଼ିଲା ଯେ ତୋନୋହାର କୃତ୍ୟେ । ଭୋ ଦଇବ ସନ୍ତାନ କଳପତରୁ ଯେ ବୋଲ ବୋଲି ଅଶସ୍ତମା ପ୍ରସନ୍ତେ ଗତ ଆଗତ ଦୁଇ କୁଳ ବୁଡ଼ାଇଲି । ତୋହୋର ମୁଖ ପୁଣ ମୁଂ ନ ଚାହିଂରେ ଦୋରେହା ବଂଶ ନିଅଂଶ କଲୁରେ ମୋହୋର ମୁଖ ତୁ ନ ଚାହାଁ। ପଞ୍ଚୁଭୂତ ଆମ୍ବା କିମେଖ ଅଛି। ହୋ ନିର୍ଲଜ ଯେ ପଞ୍ଚୁ ପୁଅଂକ ଅବସ୍ଥା ଦେଖି କିମ୍ପେ ନୁହଇ ଦହିଜ । ପାଞ୍ଚ°କରି ମୁଣ୍ଡ ଦିଆ ମୋହେରି କୋଳାଗ୍ରତେ କୋଳ କରି ଧରି ମୁଂ ହୋଇ ବି କିନା ମୁକତେ । ଦ୍ରିଯୋଧନ ବାକ୍ୟ ଶୁଣି ଦୃଦକ୍ଷ ସତ୍ଵର ରାଜା କୋଳେ ଦିଲା ନେଇ ପଞ୍ଚବଚ୍ଛ ଶିର । ପାଞ୍ଚ°କରି ମୁଣ୍ଡ କୋଳେ ଦେଖିଣ ଧୃତିରାଷ୍ଟି ପ୍ରାଣ ବିସର୍ଜ୍ଜିଲା ମୃଧୁନା ଗଲା ଫାଟି । ସୂଚନା - ଦୃଦକ୍ଷ – ଗାନ୍ଧାରୀ ଶହେ ପୁଅ ଜନ୍ମ କଲାପରେ ଏକଦା ଯମୁନା ନଦୀ କୂଳରେ ଦୁର୍ବାସାଙ୍କୁ ଭେଟିଲେ । ଗାନ୍ଧାର ବଂଶକୁ କାରଣ ହେବାପାଇଁ ଗୋଟିଏ ପୁଅ ଓ ଝିଅ ପ୍ରାର୍ଥନା କଲେ ଋଷିଙ୍କୁ । ଫଳତଃ 'ଦୃଦକ୍ଷ ଦୃଶିଲା' ଉତପତ୍ତି ହୋଇଲେକ ବେନି' । ଯେମନ୍ତ ଧୃତିରାଷ୍ଟର ୟେକ ଉତ୍ତର ଶତେପୁତ୍ର ।' (ଆଦିପର୍ବ – ପୃ– ୨୪୬, ସଂପାଦନା-ଆର୍ଭବଲ୍ଲଭ ମହାନ୍ତି) ସାରଳା ଦାସଙ୍କ ମହାଭାରତରେ ଧୃତିରାଷ୍ଟ୍ରଙ୍କର ଏକଶହ ଏକ ପୁତ୍ର ଓ ଗୋଟିଏ କନ୍ୟା । ଏ ସମସ୍ତଙ୍କ ନାଁ ‘ଦୁ' ବର୍ଣ୍ଣ ଆରମ୍ଭ ନିୟମରେ କରାଯାଇଛି। ଶବ୍ଦାର୍ଥ ଶବ୍ଦ ଅର୍ଥ ମାନଗୋବିନ୍ଦ ଦୁର୍ଯ୍ୟୋଧନ ଦଣ୍ଡଧାରୀ ରାଜା (ଦୁର୍ଯ୍ୟୋଧନ) ଅଶସ୍ତମା ଗୁରୁଦ୍ରୋଣଙ୍କ ପୁତ୍ର (ଅଶ୍ଵତଥାମା) ପାଣ୍ଡବନ୍ତ ପାଣ୍ଡବ ମାନଙ୍କ ସାନନ୍ଦ ଆନ୍ଦର ସହିତ ଭାରକରି ବହନକରି ଫେଡି ଖୋଲି ପ୍ରଶଂସି ପ୍ରଶଂସାକରି ସମୋଦ୍ରେ ସମୁଦ୍ରରେ ଅଗାଦ ଅଗାଧ ୟେଡେକ ଏତେବଡ ସଂପ୍ରଧି ସମୃଦ୍ଧି, ସମ୍ପତ୍ତି ଚିହ୍ନି ନୁଆରିଲି ଚିହ୍ନି ନ ପାରିଲି ନିରିମାଖି ଅସହାୟ ଉତସଲ୍ୟ ଉଲ୍ଲାସ ଧୃତିରାଷ୍ଟି ଧୃତରାଷ୍ଟ୍ରଙ୍କ ପୁତ୍ର( ଦୁର୍ଯ୍ୟୋଧନ) ଛାମୁରେ ସମ୍ମୁଖରେ ଦ୍ରିଯୋଧନ ଦୁର୍ଯ୍ୟୋଧନ ୟେଟି ଏହି ଧୃଷ୍ଟ ଯେ ଦ୍ୟୁଧନ ଧୃଷ୍ଟଦ୍ୟୁମ୍ନ (ଦ୍ରୁପଦଙ୍କ ପୁତ୍ର) ରାୟେ ରାଜା ଦଣ୍ଡ ଛତ୍ର ଶାସନ ଭାର ଦ୍ରୋପତୀ ଦ୍ରୌପଦୀ ପାଞ୍ଚ ବତ୍ସ ପାଞ୍ଚପୁତ୍ର ପାଞ୍ଚାଳୀ ପାଞ୍ଚାଳ ରାଜକନ୍ୟା (ଦ୍ରୌପଦୀ) କରଧିନ୍ଦି କରଦ୍ଵୟ ଆଦିହୁଂ ପ୍ରଥମରୁ ପାମର ପାପୀ ଦୋରେହା ଦ୍ରୋହୀ ଅଭିମନ୍ୟୁ ଅର୍ଜ୍ଜୁନଙ୍କ ପୁତ୍ର ଘଟଉତ୍କଚ ଘଟୋତ୍କଚ(ଭୀମଙ୍କ ପୁତ୍ର) ଲକ୍ଷ୍ମଣକୁମାର ଦୁର୍ଯ୍ୟୋଧନଙ୍କ ପୁତ୍ର ୟେହାନ୍ତ ଏମାନଙ୍କୁ କଳପତରୁ କଳ୍ପବୃକ୍ଷ ନିଅଂଶ ଉତ୍ତାଧିକାରୀ ଶୂନ୍ୟ ପଞ୍ଚଭୂତ ପୃଥିବୀ, ଆକାଶ, ବାୟୁ, ଜଳ, ଅଗ୍ନି ଦହିଜ ପୋଡିଯିବା ମୃଧୁନା ମୂର୍ଦ୍ଧନା (ମୁଣ୍ଡ) ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା