କବି ପରିଚୟ ପଞ୍ଚଦଶ ଶତାବ୍ଦୀର ମାଟିର ମହାକବି ସାରଳା ଦାସ / ଆଧୁନିକ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ (କନକପୁର) ଗ୍ରାମରେ ତାଙ୍କର ଜନ୍ମ, ସାଧନା ଓ ସିଦ୍ଧି । ସାରଳା ଠାକୁରାଣୀଙ୍କ କୃପାରୁ ତାଙ୍କର କବିତ୍ଵ ସୃଷ୍ଟି I ସିଦ୍ଧେଶ୍ଵର ପରିଡ଼ାରୁ ସେ ହେଲେ ସାରଳା ଦାସ । ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ସେ ଓଡ଼ିଆ ଭାଷାରେ ରଚନା କଲେ ମହାଭାରତ, ଚଣ୍ଡୀ ପୁରାଣ, ରାମାୟଣ ଆଦି ଗ୍ରନ୍ଥ। ଉକ୍ତ ଉକ୍ତ କାବ୍ୟାଂଶଟି ମହାଭାରତର “ସ୍ଵର୍ଗାରୋହଣ ପର୍ବ”ରୁ ଆନୀତ । ଉକ୍ତ କବିତାରେ ଯୁଥିଷ୍ଠିରଙ୍କର ଉଦାର ମାନସିକ ବ୍ୟକ୍ତିତ୍ଵ ପରାର୍ଥପରାୟଣତା, ଧର୍ମଭାବ ଓ ବ୍ୟକ୍ତି ସ୍ଵାର୍ଥ ପରିବର୍ତ୍ତେ ଅନ୍ୟର ମଙ୍ଗଳ କାମନା ଅଭିବ୍ୟକ୍ତ । ଏହା ଦାଣ୍ଡିବୃତ୍ତରେ ରଚିତ । କବିତା ୟେଥୁ ଅନନ୍ତରେ ବିଲଙ୍କା ଦେଶ ରାଜା ଅଗସ୍ତିଂକ ପଦ୍ମପାଦେ କଲା ଦିବ୍ୟ ପୂଜା । ବସନ କୁଣ୍ଡଳ ଚନ୍ଦନ ପୁଷ୍ୟମାଳା ଦେଇ ଶତ ସହସ୍ର ଦଣ୍ଡ ପ୍ରଳମ୍ବ ହୋଇ ଶୋଇ | ଶୁଣିମା ମୁନି ହେ ଯୁଝେଷ୍ଟି ଦେବଂକ ର ସ୍ଵର୍ଗାରୋହଣ କଥା କିସ ପ୍ରତିଉତ୍ତର ଦିଲେ ଇନ୍ଦ୍ର ଯେ ଦେବତା । ଶୁଣା ହୋ, ମହାରାଜା ବଦୟନ୍ତି ଅଗସ୍ତି ଯୁଝେଷ୍ଟି ‘କି କୋଳ କରି ଧଇଲେ ସୁରପତି । ବାବୁରେ ପିତା ଆଗ୍ୟ ।” ବିଲେ ତୁ ଯିବୁରେ ଆକାଶ ପୁଷୋତ୍ତ୍ୟକ ବିମାନେ ବସି ବେଗେ ଯିବା ଆସ । ତ୍ରିଦଶ ଦେବତା ୟେ ଯେ ବସିଛନ୍ତି ସୂର୍ବେ ତୋତେ ବାଟ ଚାହିଅଛନ୍ତି ଚାଲାଯିବା ବେଗୋ | ଯୁଝେଷ୍ଟି ବୋଇଲେ ମୁଁ ନାଶ କଲି ସୋଦର ଯେକା ହୋଇ କେମନ୍ତେ ଯିବଇ” ଅମର । ଇନ୍ଦ୍ର ବୋଇଲେ ବାବୁ ତୋହୋର ସୋଦର ଚାରିଭ୍ରାଥେ ଦେବ ସଭାୟୋ ବସିଛନ୍ତି ସକୁଟୁମ୍ବେ ଶ୍ରୀକୃଷ୍ଣ ସହିତେ । ପୁଷ୍ୟେକ ବିବାନେ ବିଜେ କରିବା ବିଳମ୍ବ ନ କର ତୁହି ତୋହୋର ଯିବାକୁ ଯେ ଅଛନ୍ତି ବାଟ ଚାହିଁ । ଇନ୍ଦ୍ର ଦେବତା ବଚନେ ଯୁଝେଷ୍ଠି ଉଠିଲେ ଧାତିକାରେ ଶୁକ୍ଲାମ୍ବର ଶ୍ୱାନକୁ ଧଇଲେ କୋଳରେ । ଇନ୍ଦ୍ର ଦେବତା ବୋଇଲେ ଯେ ଦେଖୁ ଦେଖୁଂ ଶ୍ଵାନ ଯେତେକ ବସ୍ରେ ଛୁଇଂ ତେତେ ବସ୍ତେ ସ୍ରାହାନ । ଯାତ୍ରା ଯୋଗେ ବୋଇଲେ ଅଯାତ୍ରା ହୋଅଇ ପାଦରଜ ପଡନ୍ତେଣ, ଅବେଳକେ ଆଷ୍ୟ ତୁଟଇ । ଯୁଝେଷ୍ଟି ଦେବଂକ ମନ ବିଡ଼ିବା ନିମନ୍ତେ ଜାଣିମାନ ଧର୍ମ ଅଛଇ ଯେହାଂକର କେତେ । ଇନ୍ଦ୍ର ଜାଣଇ ସେ ଶ୍ଵାନ ଅଟଇ ଧର୍ମ ସେ ଦେବତା ଧର୍ମର କଷଣ ନିମନ୍ତେ ୟେସନେକ କଥା । ଯୁଝେଷ୍ଟି ଦେବଂକ ମନ ବିଡ଼ିବା ନିମନ୍ତକୁ ଅନେକ ଭ୍ରଚ୍ଛନାମାନ ଇନ୍ଦ୍ର ବୋଇଲେ ଶ୍ୱାନକୁ । ୟେହି ସେ ଦେବ ବିବାନ ଦେଖ ହୋ ଯୁଝେଷ୍ଠି ଶ୍ଵାନ ପାମର ଯିବ କେସନେକେ ଯିବ ଉଠି । ଯୁଝେଷ୍ଠି ବୋଇଲେ ଦେବ ଶୁଣିମା ମଘବାନ ବଡ଼ାଇ ମହତ୍ତ୍ଵ ଯେ ଅଟଇ ଦେବଶ୍ୱାନ । ଅନେକ ସୋଦର ଥିଲେ ମୋହୋର ସେ ସାହା ଶେଷ କାଳେ କେହି ନୋହିଲେ ମୋର ବାହା । ୟେ, ଶ୍ଵାନଗୋଟି ମୋର ରକ୍ଷା କଲା ଧର୍ମ ମୋହରେ ସଦୟା ଥିଲେ ବିବାନେ ଯେହାକଇ° ନେମ । ବିବାନେ ନ ବସାଇବା ହୋ ଯେବେ ଦେବ ତାତ ମୋତେ କିମ୍ପା ସ୍ଵର୍ଗ ହୋଇବ ପରାପତ । ଯେତେବୋଲି ଶ୍ଵାନକୁ ଧଇଲେ ବେନିଭୁଜେ ଦେବ ବିବାନ ଉପରେ ଯୁଝେଷ୍ଠି ଦେବ ବିଜେ । ଇନ୍ଦ୍ରଦେବତା ଯୁଝେଷିଂକି କଲେ ଅନେକ ପ୍ରଶଂସା ସଦା ସଦୟୋ ତୋହୋର ବାବୁ ୟେସନେକ ମନୀଷା । ସତ୍ୟ ପଣେ ସଂସାର ତୁ ଜିଣିଲୁ ସମସ୍ତ ପାଷାଣେ ନ ଲାଗଇ ଯେହେ ଜଳ°କର ଘାତ । ସତ୍ୟ ପଣେ ସଂସାର ତୁ ଜିଣିଲୁ ସମସ୍ତ ପାଷାଣେ ନ ଲାଗଇ ଯେହେ ଜଳ°କର ଘାତ । ଅଭେଦ ସେହ୍ଲାରେ ଯେହ୍ନେ ଭେଦଇ ଶର ଅନେକ ହତ୍ୟା ଦୋଷ ହୋଇଲା ଦୂରାନ୍ତର । ଶ୍ରୀକୃଷ୍ଣ ଯେ ଭୂପତିତ ହୋଇଲେ ମେଦିନୀ ସ୍ଵକାୟୋ ସ୍ଵର୍ଗକୁ ଯାଇ ନୁଆରିଲେ ଦେହ ଘେନି । ଇନ୍ଦ୍ର ଦେବତା ବୋଇଲେ ଶୁଣା ହୋ ଯୁଝେଷ୍ଠି । ଚିହ୍ନିକି ନୁଆରିଲେ ଯେହି ଶ୍ଵାନ ଗୋଟି । ଯୁଝେଷ୍ଠି ବୋଇଲେ ଯେ, ମୋହୋର ଚର୍ମ ଚଛୁ ଅନ୍ତର୍ଯ୍ୟାମୀ ନୋହଇ କେହ୍ନେ ଗ୍ୟାନ ଇଛୁ । ଇନ୍ଦ୍ର ବୋଇଲେ ଯୁଝେଷ୍ଠି ଯାହା କଇ° ସୁମରିଲେ ତୋହୋର ମାତ ନିରାକାର ପୁରୁଷ ୟେ ସେ ଧର୍ମ ଦଇବତ । ଶୂନ୍ୟ ମାର୍ଗେ ଶବଦ ଶୁଭଇ ଯାହାର ଚିହ୍ନ ବର୍ଣ୍ଣ ନ ଦିଶଇ ଯେ ପ୍ରତକ୍ଷେ ନିରାକାର । ଶୁଦ୍ଧ ସଷ୍ଟିକ ପ୍ରାୟେ ଯାହାର ରୂପ ଗୋଟି ଯେ ସେ ଧର୍ମ ଦେବତା ଶୁଣ ଗୋ’ ଯୁଝେଷ୍ଠି । ସଞ୍ଚପି କରି ଯହୁଂ କହିଲେ ଦେବରାୟେ ଶ୍ୱାନରୂପ ତେଜି ସେ ହୋଇଲେ ଅନ୍ତର୍ଧ୍ୟାୟେ । ଶୂନ୍ୟେ ଥାଇ ଶବଦେକ ବିକାଶିଲେ ବାଣୀ ବିବାନ ଆରୋହି ତୁମ୍ଭେ ଚଳ ଏହିକ୍ଷଣି । ଶୁନ୍ୟେ ଥାଇ ଶବଦ ଦିଅନ୍ତି ଦେବ ଧର୍ମ ସତ୍ୟବାଦୀ ଯୁଝେଷ୍ଠି ତୁ ପୁରୁଷ°କ ଉତ୍ତମ । ତୁ ହେମବନ୍ତ ପର୍ବତେ ହୋଇକୁ ଆସି ଯହୁ° ୟେକା ତୁ ଦିଗମ୍ବର ହୋଇଲୁ ବାବୁରେ ତୋତେ କେହି ନାହିଂ ସାଖା। ଆମ୍ଭେ ଶ୍ୱାନ ରୂପ ଧଇଲୁ ତୋର ଆଗେ ବିବାନେ ନିଜେ କରି ବେଗେ ଯାଅ ଅମର ସ୍ଵର୍ଗେ । ସୂଚନା : ମହାଭାରତ ମହାକାବ୍ୟର ଅଷ୍ଟାଦଶ ପର୍ବ ମଧ୍ୟରୁ ‘ସ୍ଵର୍ଗାରୋହଣ ପର୍ବ ଅନନ୍ୟ ତଥା ଭାବ ଗମ୍ଭୀର । ଧର୍ମ ଯୁଦ୍ଧରେ ଭାଇ, ଆମ୍ବୀୟ, ଗୁରୁ, ଗୁରୁଜନ ଓ ଅସଂଖ୍ୟା ସୈନ୍ୟ ନିଧନ ଜନିତ ପାପବୋଧରେ ପ୍ରିୟମାଣ ଯୁଧିଷ୍ଠିର ଜୟୀ ହୋଇ ମଧ୍ୟ ଆତ୍ମଗ୍ନିରେ ଜର୍ଜରିତ ହେଲେ । ଅନୁତପ୍ତ ପ୍ରାଣରେ ପ୍ରାଣପ୍ରିୟ ଭ୍ରାତା ଓ ପତ୍ନୀଙ୍କ ସହ ପାର୍ଥିବ ମୋହ ପରିତ୍ୟାଗ କରି ମହାଯାତ୍ରାର ଆୟୋଜନ କଲେ ଓ ହସ୍ତିନାରୁ ବାହାରି ହିମାଳୟ ଦେଇ ସ୍ଵର୍ଗାରୋହଣ କଲେ । ପରିଶେଷରେ ଶୁକ୍ଲାମ୍ବର ଶ୍ଵାନ ସହ ସେହି ଏକମାତ୍ର ଧର୍ମବଳରୁ ସ୍ଵର୍ଗକୁ ଯିବାରେ ସମର୍ଥ ହେଲେ । ଧର୍ମର ପ୍ରମୂର୍ତ୍ତି ପ୍ରତୀକ ଏହି ପୁରାଣ ପୁରୁଷ ଯୁଧିଷ୍ଠିର ପୁଣ୍ୟଶ୍ଳୋକ ରୂପେ ନିତ୍ୟ ଉଚ୍ଚାରିତ । କବିତା ଶବ୍ଦର ଅର୍ଥ ଶବ୍ଦ ଅର୍ଥ ଯେଥୁଅନନ୍ତରେ ବିଲଙ୍କା ଏଥୁଅନ୍ତେ, ଏହାପରେ ବିଲଙ୍କା ଏକ ଦେଶର ପୌରାଣିକ ନାମ । ଏଠାରେ ମହୀରାବଣ ଓ ତାଙ୍କ ପରେ ବିଲଙ୍କା ରାବଣ ବା ସହସ୍ରାସୁର ରାବଣ ରାଜତ୍ବ କରୁଥଲେ । ତ୍ରେତୟା ଯୁଗରେ ରାମଚନ୍ଦ୍ର ସେମାନଙ୍କୁ ମାରିଥୁଲେ । ଦ୍ଵାପର ଯୁଗରେ ଏଠାରେ ଜଣେ ଧାର୍ମିକ ରାଜା ଅଲେ । ସେ ମହର୍ଷି ଅଗସ୍ତିଙ୍କୁ ଯୁଧୁଷ୍ଠିରଙ୍କ ସ୍ଵର୍ଗାରୋହଣ ବିଷୟରେ ପଚାରିଛନ୍ତି । ଅଗସ୍ତି ପୁରାଣ ପ୍ରସିଦ୍ଧ । ଋଷି, ଯିଏ ଆର୍ଯ୍ୟାବର୍ତ୍ତର ଦକ୍ଷିଣକୁ ପ୍ରଥମେ ଯାତ୍ରା କରି ମାଲବାର ଉପକୂଳରେ ଆଶ୍ରମ ସ୍ଵାପନ କରିବା ସହିତ ପ୍ରଥମ ଥର ପାଇଁ ବୈଦିକ ଧର୍ମ ବିସ୍ତାର କରିଥୁଲେ । ସେ ବଶିଷ୍ଣଙ୍କ ବଡ଼ ଭାଇ । ଦକ୍ଷିଣ ଦିଗରେ ଉତ୍କଳ ଅଗସ୍ତି ନକ୍ଷତ୍ର ରୂପେ ବିଦ୍ୟମାନ । କୁଣ୍ଡଳ କର୍ଣ୍ଣ ଅଳଙ୍କାର ସହସ୍ର ଏକହଜାର ଦଣ୍ଡ ପ୍ରଳମ୍ବ ଲମ୍ବମାନ ଶୁଣିମା ଶୁଣନ୍ତୁ ଯୁଝେଷ୍ଠି ଯୁଧିଷ୍ଠିର ବଦୟନ୍ତି (ବଦନ୍ତି) କହନ୍ତି ସୁରପତି ଇନ୍ଦ୍ର ପିତା ଏଠାରେ ବିଧାତା ବା ବ୍ରହ୍ମାଙ୍କୁ ସୂଚାଉଛି ପୁଷ୍ୟେକ ପୁଷ୍ପକ, ଦେବରାଜ ଇନ୍ଦ୍ରଙ୍କ ଯାନ ତ୍ରିଦଶ ଦେବତା, ଏଠାରେ ଏହାର ଅର୍ଥ ସ୍ଵର୍ଗ ଦେବତାୟେ ଦେବତାମାନେ ନାଶକଲି ହରାଇଲି ସୋଦର ଏକ ଗର୍ଭଜାତ ଭ୍ରାତା ଅମର ଦେବତା, ଏଠାରେ ସ୍ଵର୍ଗ ରୂପେ ବ୍ୟବହୃତ ଭ୍ରାଥ ଭାଇ ସଭାୟେ ସଭାରେ ବିବାନେ ବିମାନରେ ଧାତିକାରେ ଅତିଶୀଘ୍ର ଶୁକ୍ଲାମ୍ବର ଧଳା ଲୁଗା, ଏଠାରେ ଯୁଧିଷ୍ଠିରଙ୍କ ସହିତ ଯାଉଥିବା ଧଳା ବର୍ଣ୍ଣ ବିଶିଷ୍ଟ କୁକୁର ଦେଖୁ ଦେଖଂ ଦେଖିବା ମାତ୍ରେ ବସ୍ର ବସ୍ତ୍ର ସ୍ରାହାନ ସ୍ରାହାନ, ସ୍ରାନ ବୋଇଲେ ବୋବାଇଲେ, ଭୂକିଲେ ଅଯାତ୍ରା ଅମଙ୍ଗଳ ସୂଚକ ଯାତ୍ରା ପାଦରଜ ପାଦଧୂଳି ପଡନ୍ତେଣ ପଡିବା ଦ୍ଵାରା ଅବେଳକେ ଅବେଳରେ ଆଷ୍ୟ ଆୟୁଷ ଧର୍ମର କଷଣ ଧର୍ମଙ୍କୁ କଷଣ ଦେବା ପାଇଁ ୟେସନେକ ଏଭଳି ଭ୍ରଚ୍ଛନା ଉର୍ତ୍ସନା, ଗାଳି ୟେହି ଏହି ପାମର ପାପୀ କେସନେକେ କିପରି ମଘବାନ ଇନ୍ଦ୍ର ଦେବଶ୍ଵାନ ଦେବତୀ ରୂପୀ କୁକୁର ମୋର ରକ୍ଷା କଲା ଧର୍ମ ଯାତ୍ରା କାଳରେ ମୋତେ ସାହାଯ୍ୟ ହେଲା ସଦୟା ସଦୟ, ଅନୁଗ୍ରହ ୟେହାକଇଁ ଏହାକୁ ନେମ ନେବ ଦେବତାତ ଦେବଶ୍ରେଷ୍ଠ, ଏଠାରେ ଇନ୍ଦ୍ର ତାତ ପିତା ପରାପତ ପ୍ରାପତ, ଲାଭ ମନୀଷା ତୀକ୍ଷଣ ବୁଦ୍ଧି, ପ୍ରଜ୍ଞା, ଗଭୀର ପାଣ୍ଡିତ୍ୟ ସେହ୍ନା ସାଞ୍ଜୁ, କବଚ ଦୂରାନ୍ତର ଦୂର ହେବା ଭୂପତିତ ଭୂଇଁରେ ପଡିବା ସ୍ଵକାୟେ ନିଜ ଦେହରେ ନୂଆରିଲେ ନ ପାରିଲେ, ଜାଣିନ ପାରିଲେ, କହିଲେ ଚଛୁ ଚକ୍ଷୁ କେହ୍ନେ କିପରି ଯାହାକଇଂ ଯାହାକୁ ସୂମରିଲେ ସ୍ମରଣ କଲେ ନିରାକାର ଅରୂପ, ଆକାରଶୂନ୍ୟତା ଦଇବତ ଦେବତା ପ୍ରତକ୍ଷେ ପ୍ରତ୍ୟକ୍ଷରେ, ନିଜ ଆଖି ଆଗରେ, ସମ୍ମୁଖରେ ସଷ୍ଟିକ ସ୍ଫଟିକ ସଞ୍ଚପି ସ୍ଥିର କରି ଯହୁଂ ଯେତେବେଳେ ଦେବରାୟେ ଦେବଶ୍ରେଷ୍ଠ, ଇନ୍ଦ୍ର ଅନ୍ତର୍ଧ୍ୟାୟେ ଅନ୍ତର୍ଦ୍ଧାନ, ଅଦୃଶ୍ୟ ଦେବଧର୍ମ ଧର୍ମ ଦେବତା ହେମବନ୍ତ ହିମାଳୟ ୟହୁଂ ଏଠାରେ ୟେକା ଏକା ଦିଗମ୍ବର ସନ୍ନ୍ୟାସୀ, ଅନ୍ୟର୍ଥ-ଶିବ ସାଖା ସାଥି, ଆଶ୍ରୟ ଆଧାର - "ମାଧ୍ୟାମିକ ଶିକ୍ଷା ପରିଷଦ"