ଆମେ ଭାଷା ଶିଖୁ କିପରି ? ସାଧାରଣତଃ ଦେଖାଯାଇଛି ଯେ, ପିଲାମାନେ ଭାଷାର ବ୍ୟବହାର ନିଜ ଅନୁଭୂତିରୁ ଶିଖନ୍ତି । ପିଲାଙ୍କ ପାଇଁ ବାସ୍ତବ ଅନୁଭବ ବିନା ଶବ୍ଦର ଅର୍ଥ ନାହିଁ । ଅନୁଭୂତି ବିନା ଶବ୍ଦ ଉଚ୍ଚାରଣ ପିଲାଙ୍କ ପାଇଁ ଦୁର୍ବୋଧ ଓ ଅର୍ଥହୀନ । ଅନ୍ୟ ଭାଷାରେ ଭାଷା ଶିକ୍ଷା ଏକ ଅନୁକୂଳ ପରିବେଶ ଓ ପ୍ରସଙ୍ଗ ଆବଶ୍ୟକ । ତେଣୁ ଶିକ୍ଷକ /ଶିକ୍ଷୟତ୍ରୀ ହିଷବାରେ ଭାଷା ଶିକ୍ଷାଦାନ କଲାବେଳେ ଆମେମାନେ ପିଲାମାନଙ୍କର ଶିକ୍ଷା ଗ୍ରହଣର ଗତିକୁ କ୍ଷିପ୍ର ଓ ସାବଲିଳ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି , ଯାହାଦ୍ଵାରା ପିଲାମାନେ ନିରନ୍ତର ଭାବେ ଅନୁଭୂତି ଓ ବସ୍ତୁକୁ ପାଥେୟ କରି ଭାବ ଆଦାନ ପ୍ରଦାନ କରିପାରିବେ । ଏହି ପଡ଼ିଏସ ସମ୍ଭବପର ହୋଇପାରିବ , ଯଦି ଆମେ ନିମ୍ନଲିଖିତ କେତୋଟି ବିଷୟକୁ ଦ୍ରୁଷ୍ଟିରେ ରଖିବା । ପିଲାଙ୍କୁ ବିଭିନ୍ନ ଆଦରକାରୀ ଯଥା : କାଗଜ ପତ୍ର , କାଠି , ପର ଭଙ୍ଗାଚୁଡି , ସଢେଇ ଇତ୍ୟାଦି ସଂଗ୍ରହ କରିବା ଲାଗି କହିବା । ପିଲାମାନେ ଏହି ସାମଗ୍ରୀ ବିଷୟରେ କହିବା ସଙ୍ଗେ ସଙ୍ଗେ କାଳକ୍ରମେ ପଢିବା ଓ ଲେଖିବା ଦକ୍ଷତା ବୃଦ୍ଧି କରିବାରେ ପ୍ରୟୋଗ କରିବା । ବିଦ୍ୟାଳୟରେ ଓ ବାହାରେ ଘଟୁଥିବା ଘଟଣା ଓ ଅନୁଭୂତି ସମ୍ପର୍କରେ କହିବା , ପଢିବା ଓ ଲେଖିବା ପାଇଁ ପିଲାମାନଙ୍କୁ ପ୍ରେରଣା ଦେବା । ଦରକାର ବେଳେ ପିଲାମାନଙ୍କୁ ଶ୍ରେଣୀ ଗୃହରୁ ବାହାରକୁ ନେଇ ଆଖପାଖର ପରିବେଶ ସହିତ ପରିଚିତ କରାଇବା ଏବଂ ଏହା ସହିତ ସେମାନଙ୍କୁ ଦେଖିଥିବା ଦୃଶ୍ୟ ଯଥା ଭାଙ୍ଗି ଯାଇଥିବା ବନ୍ଧ , ଚଢେଇ ବସା , ଯାତ୍ରା , ହାଟ ଇତ୍ୟାଦି ବିଷୟରେ କହିବାକୁ କହିବା । ପ୍ରତ୍ୟେକ ଦିନ ବିଦ୍ୟାଳୟ ଆରମ୍ଭରେ ସବୁ ଶ୍ରେଣୀରେ ପିଲାଙ୍କୁ ଅଧଘଣ୍ଟା ସକାଶେ ପ୍ରାର୍ଥନା ସଭାରେ ଏକାଠି କରିବା , ସେଠାରେ ଗୀତ ବୋଲିବା , ଗପ କହିବା , କଣ୍ଢେଇନାଚ କରିବା, ପ୍ରାର୍ଥନା ବୋଲାଇବା ପ୍ରଭୁତି କାର୍ଯ୍ୟ କରାଇବା । ଶ୍ରେଣୀ ମଧ୍ୟରେ ପିଲାମାନେ ପରସ୍ପର ସହିତ ପରିଚିତ ହୁଅନ୍ତି , ନିଜ ନିଜ ଭୀତରେ କଥାବାର୍ତ୍ତା କରନ୍ତୁ ଓ ପରସ୍ପର ନାଁ ଇତ୍ୟାଦି ପଚାରନ୍ତୁ । ଏହାପରେ ଗୋଟିଏ ଗୋଟିଏ ଖେଳ ଖେଳିବା ଯଥା “ ପିଲାଙ୍କୁ ଏକ ବୃତ୍ତ କରି ଠିଆ ହେବା ପାଇଁ କହିବା , ଏହାପରେ ପ୍ରତି ପିଲାର ନାଁ ଧରି ଡାକିବା ଓ ନା ଶୁଣିଲେ ସେହି ପରି ଡେଇଁ କରି ବୃତ୍ତ ଭିତରକୁ ପଶିବା ଲାଗି ତାକୁ କହିବା । ବୃତ୍ତ ଭୀତରେ ପୁଣି ବୃତ୍ତଟିଏ କରି ଏପରି ଡକାଯାଇଥିବା ପିଲାଏ ଠିଆ ହେବେ , ଯେମିତି ବାହାର ବୃତ୍ତର ପ୍ରତି ପିଲା ପାଇଁ ଭୀତର ବୃତ୍ତରେ ଜେନ କରି ପିଲା ରହିବ । ବାହାର ଓ ଭୀତର ବୃତ୍ତରେ ଥିବା ଏହି ଯୋଡା ଯୋଡା ପିଲାଙ୍କ ଭୀତରେ ପୁଅ ଝିଅ ଯେପରି ସମାନ ଭାବରେ ରହନ୍ତି ଶେଠୀପ୍ରତି ଦ୍ରୁଷ୍ଟି ଦେବା । “ ଏ ଖେଳ କିଛି ଦିନ ଚାଲିପରେ । ଏହାଦ୍ଵାରା ପିଲାମାନେ ପରସ୍ପରର ନାଁ ଇତ୍ୟାଦି ଜାଣିପାରିବେ । ପ୍ରତ୍ୟେକ ପିଲାର ନାଁ ଏକ କାର୍ଡବୋର୍ଡରେ ଲେଖି ତା ବେକରେ ଝୁଲାଇ ଦେବା । ଏପରି କରିବା ଦ୍ଵାରା ସେମାନଙ୍କ ନାଁ କିପରି ଦେଖାଯାଉଛି କ୍ରମଶଃ ସେମାନେ ଜାଣିପାରିବେ । ସେମାନେ ଅକ୍ଷରଜ୍ଞାନ ବଢିଲେ ସେମାନେ ନିଜ ନାଁ ପଢିପାରିବେ । ବର୍ତ୍ତମାନ ଆମେମାନେ କାର୍ଯ୍ୟ କରିବା ଲାଗି ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ । ଆସନ୍ତୁ କ୍ଷେତ୍ର ଭିତ୍ତିରେ ପଦ୍ଧତି ବିଷୟରେ ବିଶଦ ଆଲୋଚନା କରିବା । ନିମ୍ନରେ ମାତୃଭାଷା ଦକ୍ଷତା ସୂଚୀ ଦିଆଯାଉଛି । ଏହି ଦକ୍ଷତା ଗୁଡିକୁ ମଧ୍ୟ ପାଠ୍ୟ ପୁସ୍ତକରେ ଉଲ୍ଲେଖ କରାଯାଇଛି । କାର୍ଯ୍ୟ ଆରମ୍ଭ କରିବା ସମୟରେ ଏହି ଦକ୍ଷତାଗୁଡିକୁ ଆଉ ଠାରେ ପଢିନେଇ ମନେରଖନ୍ତୁ । ମାତୃଭାଷା ୧ ଶୁଣିବା ୧.୧.୧ ୧.୧.୨ ୧.୧.୩ ସରଲ , ଜଣାଶୁଣା ଓ ଜଣପ୍ରିୟ , କବିତା ଓ ଗଳ୍ପକୁ ଶୁଣି ବୁଝିବା ଜଣାସୁନା ପରିସ୍ଥିତିରେ କଥୋପକଥନକୁ ବୁଝିବେ ଜଣାଶୁଣା ପରିସ୍ଥିତିରେ ମୌଖିକ ଅନୁରୋଧ ଏବଂ ସରଲ ଆଦେଶକୁ ବୁଝିବେ । ୨ କହିବା ୨.୧.୧ ୨.୧.୨ ୨.୧.୩ ୧.୧.୪ ଶୁଦ୍ଧଭାବେ ସରଳ ବାକ୍ୟର ପୁନରାବୃତ୍ତି କରିବେ । ସରଳ ଛନ୍ଦ , କବିତା ଏବଂ ଗୀତକୁ ଅଙ୍ଗୀଭଙ୍ଗୀ ପ୍ରଦର୍ଶନପୂର୍ବକ ହଁ /ନାହିଁ ଉତ୍ତର ଆସୁଥିବା ସରଳ ପ୍ରଶ୍ନର ଉତ୍ତର ଦେବେ । ସରଳ ପ୍ରଶ୍ନ ପଚାରିବେ ୩ ପଢିବା ୩.୧.୧ ୩.୧.୨ ୩.୧.୩ ଶବ୍ଦରେ ଥିବା କିମ୍ବା ସ୍ଵତନ୍ତ୍ରଭାବେ ଥିବା ସାଧାରଣ ଅକ୍ଷରଗୁଡିକୁ ଚିହ୍ନିବେ କଳାପଟା, ଫ୍ଲାସକାର୍ଡ ଇତ୍ୟାଦିରେ ଥିବା ବଡ ବଡ ଅକ୍ଷର ଓ ହସ୍ତାକ୍ଷରକୁ ପଢିବେ । ସରଳ ଜଣାଶୁଣା ଶବ୍ଦ ପାଟି କରି ପଧିବେ ( ଏହି ଶବ୍ଦ ତିନିରୁ ଅଧିକ ଅକ୍ଷର ବିଶିଷ୍ଟ ହେବ ନାହିଁ ) ୪ ଲେଖିବା ୪.୧.୧ ୪.୧.୨ ୪.୧.୩ ସ୍ଵରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ , ମାତ୍ରା ଏବଂ ଯୁକ୍ତାକ୍ଷରରୁ ନକଲ କରି ଲେଖିବେ ସ୍ଵରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ , ମାତ୍ରା ଏବଂ ଯୁକ୍ତାକ୍ଷର ଆଦି ଲେଖିବେ ଜଣାଶୁଣା ସରଳ ଶବ୍ଦ ଏବଂ ସରଳ ବାକ୍ୟ ଲେଖିବେ ୫ ଧାରଣର ବୋଧଗମ୍ୟତା (ଶୁଣିବା , ଲେଖିବା ମାଧ୍ୟମରେ ) ୫.୧.୧ ୫.୧.୨ ପାଠ୍ୟପୁସ୍ତକରେ ଦିଆଯାଇଥିବା ସରଳ ତଥ୍ୟକୁ ମନେ ପକାଇବେ । ଶୁଣିବା ପରେ ‘ କିଏ , କେତେବେଳେ ‘ଏବଂ ‘କେଉଁଠାରେ ‘ ଆଦି ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେବେ । ୬ ବ୍ୟବହାରିକ ବ୍ୟାକରଣ ୬.୧.୧ ଗୋଟିଏ ଶବ୍ଦର ସେସ ଅକ୍ଷର ଅନୁସାରେ ଆଉ କେତେଗୁଡିଏ ଶବ୍ଦ କହିବେ ଓ ଲେଖିବେ ୭ ସ୍ଵ- ଶିକ୍ଷଣ ୭.୧.୧ ସରଳ ସଚିତ୍ର ଅଭିଧାନରେ ବ୍ୟବହାର କରିପାରିବେ । ୮ ଭାଷାର ୮.୧.୧ ସରଳ ଭଦ୍ର ଅଭିବ୍ୟକ୍ତି ସମ୍ପର୍ଣ୍ଣ ନୀତି ନିୟମ ଅନୁଶ୍ରୁତ ବାକ୍ୟ ବୁଝିବେ ଓ ବ୍ୟବହାର କରିବେ ୯ ଶବ୍ଦାବଳୀ ନିୟନ୍ତ୍ରଣ ୯.୧.୧ ମୋଟାମୋଟି ପଠନ ବୋଧଗାମ୍ୟତା ପାଇଁ1୧୫୦୦ ଶବ୍ଦ ସହିତ ପରିଚିତ ହେବେ । ଆଧାର :ପୋର୍ଟାଲ ଟିମ