ଉପକ୍ରମ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଛାତ୍ରଛାତ୍ରୀ ଦେଖାଯାନ୍ତି । ଏପରିକି କେତେକ ଛାତ୍ରଛାତ୍ରୀ ବିଦ୍ୟାଳୟକୁ କୌଣସି ଚାପର ବଶବର୍ତ୍ତୀ ହୋଇ ଆସିଥାନ୍ତି । ସେମାନଙ୍କ ମଧ୍ୟରେ କେତେକ ଶ୍ରେଣୀ ଗୃହର ପରିସ୍ଥିତିକୁ ଲକ୍ଷ୍ୟ ନ ରଖି ଅନ୍ୟମନସ୍କ ହୋଇଥାନ୍ତି । ଶିକ୍ଷଣକାର୍ଯ୍ୟରେ ସେମାନଙ୍କର ମଧ୍ୟ ଆଗ୍ରହ ନଥାଏ । ସେଭଳି ପିଲାମାନଙ୍କର କେତୋଟି ଦିଗକୁ ଆଲୋଚନା କରିବା । ଲକ୍ଷଣ ଶ୍ରେଣୀ ଗୃହରେ ପାଠପଢା ସମୟରେ ମନଯୋଗ ନ କରିବା । ପିଲାଙ୍କୁ ଦିଆଯାଇଥିବା କାର୍ଯ୍ୟ ଠିକ ସମୟରେ ନ କରିବା । କୌଣସି ଶ୍ରେଣୀଗୃହ ଆଲୋଚନା , କର୍ମଶାଳା ଓ ପ୍ରତିଯୋଗୀତା ଭାଗ ନେବା ପାଇଁ ଆଗ୍ରହୀ ନ ହେବା । ଯେକୌଣସି ସାମାନ୍ୟ ଘଟନାରେ ନିଜର ଅପରିପକ୍ଵତା ପ୍ରକାଶ କରିବା ଓ ଏକାଗ୍ରତା ନଷ୍ଟ ହେବା । ଦୂର ଦୃଷ୍ଟିର ସଂପୂର୍ଣ୍ଣ ଅଭାବ ରହିବା । ସାମାଜିକ ରୀତି , ନିୟମରୁ ସର୍ବଦା ଅଲଗା ରହିବାକୁ ଚାହେଁ ବା ଯେକୌଣସି କାର୍ଯ୍ୟରେ ବେଖାତିର ମନୋଭାବ ପୋଷଣ କରିବା । ସାଙ୍ଗସାଥିଙ୍କ ସହ ମିଳାମିଶା ପାଇଁ ଇଚ୍ଛା ନ କରିବା । ଟି.ଭି ଓ ରେଡିଓର ଆଦରକାରୀ ପ୍ରସାରଣକୁ ଦେଖି କିମ୍ବା ଶୁଣି ସମୟନଷ୍ଟ କରିବା । ପ୍ରତିକାର ନିମନ୍ତେ ଆମ କି ପଦକ୍ଷେପ ନେଇପାରିବା ଛାତ୍ର/ଛାତ୍ରୀକୁ ସ୍ୱଳ୍ପମିଆଦି କାର୍ଯ୍ୟ ଦେବା ପୂର୍ବ ନିର୍ଦ୍ଧାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣରେ ସହାୟକ ହେଉଥିବ । ଯଦି ଛାତ୍ର / ଛାତ୍ରୀର ଶିକ୍ଷଣ କାର୍ଯ୍ୟ ଓ ଶ୍ରେଣୀ ପରିଚାଳନା , ଶାନ୍ତି ,ଶୃଙ୍ଖଳାରେ କିଛି ମତାମତ ଥାଏ , ତେବେ ତାହାକୁ ପଚାରି ଭଲ ବା ଉଚିତ ମତାମତକୁ ସ୍ଵାଗତ କରିବା । କୌଣସି ଭଲ ଆଚରଣଗତ ପରିବର୍ତ୍ତନ ପାଇଁ ପୁରସ୍କାର ହେବା । ଛାତ୍ର / ଛାତ୍ରୀକୁ ଅବସର ସମୟରେ ଶିକ୍ଷାପ୍ରଦ ସହ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରିବା । ଶିକ୍ଷଣ ପ୍ରକ୍ରିୟାରେ ପିଲାକୁ ପରିବେଶ ସହ ସଂପୂର୍ଣ୍ଣ ଭାବରେ ସଂଶ୍ଳିଷ୍ଟ କରିବା । ବିଭିନ୍ନ ପଦାର୍ଥ ମାଧ୍ୟମରେ ଶିକ୍ଷାଦାନ ଫଳ ପ୍ରଦ ଓ ଦୀର୍ଘସ୍ଥାୟୀ ହୋଇଥାଏ । ସେଥିପାଇଁ ଉପଯୁକ୍ତ ମାଧ୍ୟମ ବ୍ୟବହାର କରି ଶିକ୍ଷାଦାନ କରିବା ଉଚିତ । ଯେ କୌଣସି ଆପତ୍ତିଜନକ ଆଚରଣ ପ୍ରଦର୍ଶନ କଲେ ସଙ୍ଗେ ସଙ୍ଗେ ପିଲାର ଅଭିଭାବକଙ୍କୁ ଜଣାଇବା । ଆଧାର : ପୋର୍ଟାଲ ଟିମ