କଣ ଠିକ୍ – କଣ ଭୁଲ ଉଦ୍ଦେଶ୍ୟ – ଦୈନନ୍ଦିନ ଜୀବନରେ ଘଟୁଥିବା କାର୍ଯ୍ୟ ପ୍ରତି ସଚେତନ ହେବ । ଉପକରଣ – ଠିକ୍ ଓ ଭୁଲର ଛବି କାର୍ଡ ରାସ୍ତାର କେଉଁପଟେ ଚାଲିବ । ଶ୍ରେଣୀକୁ ଖେଳ ପଡ଼ିଆକୁ ଯିବା ସମୟରେ ଧାଡି ବାନ୍ଧି ଯିବ । ବଜାରରେ ଥୁଆ ହୋଇଥିବା କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ । ଶ୍ରେଣୀ ଗୃହରେ କିପରି ବସିବା ଉଚିତ । ବ୍ୟବହାର ପ୍ରଣାଳୀ – ଛବି ଗୁଡ଼ିକୁ ଦେଖି କେଉଁଟି ଭୁଲ୍ ଚିହ୍ନଟ କରିବା । କିଏ କେଉଁ କାମ କରେ ଉଦ୍ଦେଶ୍ୟ – ସମାଜରେ ଥିବା ଭିନ୍ନ ଭିନ୍ନ ପେଷାଦାର ବ୍ୟକ୍ତିଙ୍କର କାର୍ଯ୍ୟ ସମ୍ବନ୍ଧରେ ଧାରଣା । ଉପକରଣ – ଛବି କାର୍ଡ଼ (୧) ଶିକ୍ଷକ (୨) ଡାକ୍ତର (୩) କୃଷକ (୪) ସୈନିକ (୫) ପୋଲିସ (୬) ଡାକ ପିଅନ (୭) ଦର୍ଜୀ ବ୍ୟବହାର ପ୍ରଣାଳୀ – କାର୍ଡ ଗୁଡିକ ଦେଖି କିଏ କେଉଁ କାମ କରେ ତାହା ବର୍ଣ୍ଣନା କରି ପିଲାଙ୍କୁ କହିବେ । ଆମ ଦେଶର ଉତ୍ସବ ଉଦ୍ଦେଶ୍ୟ – ପିଲାର ଆମ ଦେଶର ଜାତୀୟ ଉତ୍ସବ ବିଷୟରେ ଧାରଣା ହେବ । ଉପକରଣ – ଛବି କାର୍ଡ଼ ଜାତୀୟ ଦିବସ ବ୍ୟବହାର ପ୍ରଣାଳୀ – ଛବି କାର୍ଡ଼ ଗୁଡିକ ଦେଖାଇ ପିଲାକୁ ଜାତୀୟ ଦିବସ ଏବଂ ଶିଶୁ ଦିବସ ବିଷୟରେ ବର୍ଣ୍ଣନା କରି କହିବେ । କନାର କଣ୍ଢେଇ ଉପକରଣ – କାନର କଣ୍ଢେଇ ବ୍ୟବହାର ପ୍ରଣାଳୀ – ଏହି kit ରେ ୪ଟି କଣ୍ଢେଇ ବାପା, ମା, ପୁଅ, ଝିଅ ଦିଆ ହୋଇଛି । ଏହି ଗୁଡିକ ପିଲାମାନଙ୍କ ପାଇଁ ବିଭିନ୍ନ ଗପ, ଗୀତ, ଖେଳରେ ବ୍ୟବହାର କରିବେ । ଏହାଦ୍ୱାରା ପିଲାମାନଙ୍କର ଆବେଗିକ, ବୌଦ୍ଧିକ, ସୃଜନାତ୍ମକ, ଭାଷା ଓ ସାମାଜିକ ବିକାଶ କରାଯାଇପାରିବ। ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶିକ୍ଷାସୌଧ