ବାର୍ତ୍ତାଳାପ ଚାର୍ଟ ଉଦ୍ଦେଶ୍ୟ – କଥୋପକଥନ ଶୈଳୀର ବୃଦ୍ଧି । ଉପକରଣ – ବାର୍ତ୍ତାଳାପ କ୍ୟାଲେଣ୍ଡର୍ ବ୍ୟବହାର ପ୍ରଣାଳୀ – ଛବି ଓ ନମୁନା ପ୍ରଶ୍ନ ମାଧ୍ୟମରେ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବେ ଓ ପ୍ରତ୍ୟେକ ପିଲାଙ୍କୁ ବ୍ୟକ୍ତିଗତ ଭାବରେ ଛବିରେ ଥିବା ଘଟଣା ବର୍ଣ୍ଣନା କରିବାକୁ କହିବେ । କାର୍ଯ୍ୟ କଳାପ ଛବି ଉଦ୍ଦେଶ୍ୟ – ଶବ୍ଦ ଭଣ୍ଡାରର ଅଭିବୃଦ୍ଧି ଘଟିବ । ଉପକରଣ – ତିରିଶଟି କାର୍ଯ୍ୟକଳାପ କାର୍ଡ଼ । ବ୍ୟବହାର ପ୍ରଣାଳୀ – ପିଲାମାନଙ୍କୁ ପ୍ରତ୍ୟେକଟି କାର୍ଡ଼ ଦେଖାଇବେ ଓ କାର୍ଯ୍ୟଟିକୁ କରି ଦେଖାଇବେ ଓ ତାପରେ କାର୍ଡର କାର୍ଯ୍ୟକଳାପକୁ ପିଲାଙ୍କୁ କରିବାକୁ ନିର୍ଦ୍ଦେଶ ଦେବେ । ଛବି କାର୍ଡ ଉଦ୍ଦେଶ୍ୟ - ଛବି ପଠନ ଓ ଶବ୍ଦ ଭଣ୍ଡାରର ଅଭିବୃଦ୍ଧି ଘଟିବ । ଉପକରଣ – ଛବି କାର୍ଡ଼ ଚିକିତ୍ସା ସମ୍ବନ୍ଧୀୟ ସୁଷମ ଖାଦ୍ୟ ଖେଳ ପଡିଆ ବ୍ୟବହାର ପ୍ରଣାଳୀ – ପିଲାମାନଙ୍କୁ ଛବି ଗୁଡିକ ଦେଖାଇ ନିର୍ଦ୍ଦିଷ୍ଟ ପରିବେଶ ସମ୍ପର୍କରେ ଆଲୋଚନା କରିବେ ଓ ପିଲାମାନଙ୍କୁ ପରିବେଶର ଶବ୍ଦ ଭଣ୍ଡାର ସହିତ ପରିଚିତ କରାଇବେ । ଧ୍ୱନି ସଂପର୍କରେ ଧାରଣା ଉଦ୍ଦେଶ୍ୟ – ବିଭିନ୍ନ ଧ୍ୱନି ସହିତ ପରିଚିତ ହେବା । ଉପକରଣ – ହ୍ଵିସିଲ୍, ଡମ୍ବରୁ, ଘୁଙ୍ଗୁର । ବ୍ୟବହାର ପ୍ରଣାଳୀ – ଏହି ଉପକରଣ ମାଧ୍ୟମରେ ପିଲାମାନଙ୍କର ବିଭିନ୍ନ ଧ୍ୱନି ସଂପର୍କରେ ଧାରଣା ହେବ । ପ୍ରାକ୍ ଲିଖନ କାର୍ଯ୍ୟ କଳାପ – ଛବି କାର୍ଡ ଉଦ୍ଦେଶ୍ୟ – ପ୍ରାକ୍ ଲିଖନ ଅଭ୍ୟାସ । ଉପକରଣ – ଥର୍ମୋକଲ ଅକ୍ଷର ବ୍ୟବହାର ପ୍ରଣାଳୀ – ପିଲାମାନେ ଅକ୍ଷରର ଆକାର ଅନୁଯାୟୀ ଉପଯୁକ୍ତ ହସ୍ତ ଓ ଅଙ୍ଗୁଳି ଚାଳନା କରିପାରିବେ ତଦ୍ଦ୍ଵାରା ପିଲାମାନେ ବିଭିନ୍ନ ଅକ୍ଷରର ରୂପ ସହିତ ପରିଚିତ ହେବେ । ଗଳ୍ପ ବର୍ଣ୍ଣନା ଉଦ୍ଦେଶ୍ୟ – କଥନ ଶୈଳୀ, ଶବ୍ଦ ଭଣ୍ଡାର ଓ ଧାରାବାହିକ ଚିନ୍ତାଧାରାର ଅଭିବୃଦ୍ଧି । ଉପକରଣ – ଫ୍ଳାନେଲ୍ ବୋର୍ଡ଼ ଛଅଟି ସେଟ୍ ଗପ କାର୍ଡ଼ କନା କଣ୍ଢେଇ ବ୍ୟବହାର ପ୍ରଣାଳୀ – ଛବି ଗୁଡ଼ିକୁ ଫ୍ଳାନେଲ୍ ବୋର୍ଡରେ ଲଗାଇ ପିଲାମାନଙ୍କୁ ଗପଟିକୁ କହିବେ । ଏହାଦ୍ୱାରା ପିଲାମାନେ ଅଧିକ ଆଗ୍ରହୀ ହୋଇ ଶୁଣିବେ ଓ ଆଗ୍ରହର ସହିତ କହି ପାରିବେ । ତାପରେ ପିଲାମାନଙ୍କୁ ବ୍ୟକ୍ତିଗତ ଭାବରେ ଡାକି ଗପଟିକୁ କହିବାକୁ ଓ କ୍ରମ ଅନୁଯାୟୀ ସଜାଇ ଫ୍ଳାନେଲ୍ ବୋର୍ଡରେ ରଖିବାକୁ ନିର୍ଦ୍ଦେଶ ଦେବେ । ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶିକ୍ଷାସୌଧ