୪ ନମ୍ବର ସମ୍ଭାଳିତ ନମୁନା ପ୍ରଶ୍ନୋତ୍ତର ପ୍ରକୃତି ଅନୁସାରେ ସମ୍ବଳର ବିଭାଗୀକାରଣ କର ଓ ପ୍ରତ୍ଯେକ ଶ୍ରେଣୀ ସମ୍ବନ୍ଧରେ ଆଲୋଚନା କର । ପ୍ରକୃତି ଅନୁସାରେ ସମ୍ବଳକୁ ୩ ଭାଗରେ ବିଭକ୍ତ କରାଯାଇଅଛି ।ସେଗୁଡିକ ହେଲା-ପ୍ରାକୃତିକ ସମ୍ବଳ,ସଂସ୍କୃତିକ ସମ୍ବଳ ଓ ମାନବ ସମ୍ବଳ । ପ୍ରକୃତିକ ସମ୍ବଳ: ପ୍ରକୃତିରେ ଥିବା ଯେଉଁ ପଦାର୍ଥ ବା ଶକ୍ତି ଦ୍ଵାରା ମନୁଷ୍ୟ ପ୍ରତ୍ଯକ୍ଷ ବା ପରୋକ୍ଷ ଭାବରେ ଉପକୃତ ହୋଇଥାଏ ସେଗୁଡିକ ପ୍ରକୃତିକ ସମ୍ବଳ କୁହାଯାଏ । ଉଦାହରଣ : ଭୂମି,ମୃତ୍ତିକା,ଅରଣ୍ୟ,ବନ୍ୟଜନ୍ତୁ ଇତ୍ୟାଦି। ସଂସ୍କୃତିକ ସମ୍ବଳ: ସଭ୍ୟତା ର ବିକାଶ କ୍ରମରେ ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ ,କୌଶଳ ମାଧ୍ୟମରେ ପ୍ରକୃତିକ ସମ୍ବଳକୁ ରୂପାନ୍ତରିତ କରି କିମ୍ବା ସେହିପରି ଭାବରେ ବିଭନ୍ନ ଉପାୟରେ ବ୍ୟବହାର ଉପୋଯୋଗୀ କରିପାରିଛି । ଏହି ପରିବର୍ତ୍ତିତ ରୂପାନ୍ତରଣ କୁ ସଂସ୍କୃତିକ ସମ୍ବଳ କୁହାଯାଏ । ଉଦାହରଣ –ମନୁଷ୍ୟକୃତ,ସଂସ୍କୃତିକ ଓ ଅର୍ଥନୀତି ଅନୁଷ୍ଠାନ,ଶିଳ୍ପ,ସ୍ୱାସ୍ଥ୍ୟ,ଶିକ୍ଷା ,ଗମନାଗମନ,ବାଣିଜ୍ୟ,ଅର୍ଥ ଲଗାଣ,ଅର୍ଥ ସମ୍ବଳନ ଇତ୍ୟଦି । ମାନବ ସମ୍ବଳ :ମନୁଷ୍ୟ କୁ ଶ୍ଵାନତାନ୍ତର ଭାବେ ଏକ ବିଶିଷ୍ଠ ସମ୍ବଳ ଭାବେ ବିବେଚନା କରାଯାଏ ।ମନୁଷ୍ୟ ଓ ତାର ପରିବେଶ ଓ ସଂସ୍କୃତିକ ସଂଗଠନର ମିଳିତ ପ୍ରକ୍ରିୟାରେ ସମ୍ବଳ ସୃଷ୍ଟି ହୋଇଥାଏ । ଉଦାହରଣ – ସଂରଚନା ,ସଂସ୍ଥାନ,ଗୁଣାବଳୀ ଇତ୍ୟାଦି ଭରଣ ଅନୁସାରେ ସମ୍ବଳର ବିଭାଗୀକରଣ କର।ଏହାର ନାମ ଲେଖି ନବୀନକାରଣ ଅଯୋଗ୍ୟ ସମ୍ବଳ ସମ୍ପର୍କରେ ଆଲୋଚନା କର। ଭରଣ ଅନୁସାରେ ସମ୍ବଳ ୨ ପ୍ରକାରର । ସେଗୁଡିକ ହେଲା- (କ) ନବୀନକରଣ ଯୋଗ୍ୟ ସମ୍ବଳ ଓ (ଖ) ନବୀକରଣ ଅଯୋଗ୍ୟ ସମ୍ବଳ । ଯେଉଁ ସମ୍ବଳ ମନୁଷ୍ୟ ଅନବରତ ବ୍ୟବହାର ଦ୍ଵାରା ବା ଅନ୍ୟାନ୍ୟ କାରଣ ଯୋଗୁଁ ନଷ୍ଟ ହୋଇଗଲେ ବା ହ୍ରାସ ପାଇଗଲେ ଆଉ ସେଗୁଡିକ ର ପୁନଃଭରଣ ସମ୍ଭବ ହୋଇନଥାଏ ,ସେଗୁଡିକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହନ୍ତି । ଉଦାହରଣ :କୋଇଲା,ପେଟ୍ରୋଲିୟମ ଇତ୍ୟାଦି। ଅଦରକାରୀ ଧ୍ହତବ ପଦାର୍ଥଗୁଡିକୁ ବିଭିନ୍ନ ଯାନ୍ତ୍ରିକ ପଦ୍ଧତିରେ ପୁନଃ ଚକ୍ରିୟ ପ୍ରକ୍ରିୟା ଦ୍ଵାରା ଆଉ ଠାରେ ବ୍ୟବହାର ଯୋଗ୍ୟ କରାଯାଇଥାଏ ।ଏହାକୁ ପୁନରୁଦ୍ଧାର ଜିଜ୍ଞା ସମ୍ବଳ କୁହାଯାଏ । ଉଦାହରଣ:ଭୂମି,ମୃତିକା,ଲୁହା,ଆଲୁମିନିୟମ ଇତ୍ୟାଦି। ଯେଉଁ ନବୀକରଣ ଅଯୋଗ୍ୟ ସମ୍ବଳଗୁଡିକୁ ପୁନରୁଦ୍ଧାର କରାଯାଇପାରେ ନାହିଁ,ସେଗୁଡିକୁ ପୁନରୁଦ୍ଧାର ଅଯୋଗ୍ୟ ସମ୍ବଳ କୁହାଯାଏ । ଉଦାହରଣ:କୋଇଲା,ପେଟ୍ରୋଲିୟମ ଇତ୍ୟାଦି । ପ୍ରକୃତିକ ସାମଲଗୁଡିକ ର ବ୍ୟବହାର କରିବାରେ ମିତବ୍ୟୟିତା ଅବଲମ୍ବନ କରିବା କାହିଁକି ? ପ୍ରକୃତିକ ସମ୍ବଳ ସବୁ ସମୟରେ ସବୁ ସ୍ଥାନରେ ସମାନ ପରିମାଣରେ ମିଳେ ନାହିଁ। ଏହାର ଗଚ୍ଛିତ ପରିମାଣ ମଧ୍ୟ ସୀମିତ । ଅଧିକରୁ ଅଧିକ ବ୍ୟବହାର ଫଳରେ ଏହି ଅସରନ୍ତି ଭଣ୍ଡାର ଧୀରେ ଧୀରେ ଶେଷ ହୋଇ ଆସିଲାଣି।ଅନେକ ପ୍ରାଣୀ ଓ ଉଦ୍ଭିଦ୍ଦ ଲୋପ ପାଇଲେଣି।ସୁଦ୍ଧା ବାଯୁମଣ୍ଡଳ ଓ ପାନୀଯ ଜଳ ପ୍ରଦୂଷଣ ହୋଇଗଲାଣି । ସବୁଜ ଜଙ୍ଗଲ ଧ୍ଵଂସ ପାଇ ମରୁଭୂମିର କରାଳ ରୂପ ପ୍ରକାଶ ପାଇଲାଣି । ଗାଡି,ମୋଟର ଓ କଳକାରଖାନା ରୁ ନିର୍ଗତ ଦୂଷିତ ଧୂଆଁ ଓ ବର୍ଜ୍ୟ ପଦାର୍ଥ କ୍ରମଶଃ ଜଳ,ବାୟୁ ,ଭୂମି ଇତ୍ୟାଦି କୁ ଦୂଷିତ କରିସାରିଲେଣି । ଅଂଶୁଘାତ ,ବାତ୍ୟା,ବନ୍ୟା,ମରୁଡି ଇତ୍ୟାଦି ପ୍ରକୃତିକ ବିପର୍ଯ୍ୟୟ ବାରମ୍ବାର ସଂଗଠିତ ହେଉଅଛି । ୩ ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର ଭାରତୀୟ ଅର୍ଥ ବ୍ୟବସ୍ଥା ର ବାଇଶିସ୍ଥ୍ୟ ଲେଖ । ସ୍ଵାଧୀନତା ପରଠାରୁ ଭରତ ମିସରା ଅର୍ଥ ବ୍ୟବସ୍ଥାରେ ପରିଚାଳିତ ।ଏଠାରେ ଉଭୟ ପୁଞ୍ଜିବାଦୀ ଓ ସମାଜବାଡି ଅର୍ଥ ବ୍ୟବସ୍ଥାର ମିଶ୍ରଣ ଦେଖିବାକୁ ମିଳିଥାଏ । ଏଠାରେ କୃଷି ଓ ଘରୋଇ ଉଦ୍ୟମରେ ପ୍ରତିଷ୍ଠିତ କଳକାରଖାନା ବ୍ୟକ୍ତି ବିଶେଷଙ୍କ ମାଲିକାନନା ରେ ଥାଏ ଏବଂ ଏଗୁଡିକ ଲାଭ ଆଶା ରାଖୀ କାର୍ଯ୍ୟ କରିଥାନ୍ତି । ସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ଏବଂ ପରିଚାଳିତ ବିଭିନ୍ନ ଦ୍ରବ୍ଯ ସେବା ଉତ୍ପାଦନକାରୀ ସଂସ୍ଥା ଯଥା- ରେଳ ବିଭାଗ,ଡାକ ବିଭାଗ ପ୍ରବୃତି ଜନକଲ୍ୟାଣ ପାଇଁ କାର୍ଯ୍ୟ କରନ୍ତି । ଭାରତର ଏହି ଦୁଇଟି କ୍ଷେତ୍ର ମଧ୍ୟରେ ସୁସମ୍ପର୍କ ଥାଏ । ଭାରତ କେବେ ବିଶ୍ଵ ବାଣିଜ୍ୟ ସଂଗଠନ ର ସଦସ୍ୟ ତା ଲାଭ କଲା? ଆମ ଦେଶ ବିଶ୍ଵ ବାଣିଜ୍ୟ ସଂଗଠନ ର କାର୍ଯ୍ୟକଳାପ ବା ଜଗତୀକରଣ ନିତିରୁ ଉପକୃତ ହୋଇପାରିବ ର ଦୁଇଟି କାରଣ ଲେଖ । ୨୦୦୧ ମସିହାରେ ଭାରତ ବିଶ୍ଵ ସଂଗଠନ ର ସଦସ୍ୟ ଲାଭ କଲା । ବିଶ୍ଵ ବାଣିଜ୍ୟ ସଂଗଠନ ର କାର୍ଯ୍ୟ ଶୈଳୀ ଏବଂ ବିଶ୍ଵ ବାଣିଜ୍ୟ କାରବାରରେ ବିକଶିତ ଦେଶମାନଙ୍କର ଭୂମିକା ଅଧିକ ଏବଂ ସେମାନେ ଏହାର ନୀତି ନିୟମରୁ ବହୁମାତ୍ରା ରେ ପ୍ରଭାବିତ କରିଥାନ୍ତି ।ବିଶ୍ଵବାଣିଜ୍ୟ କାରବାରରେ ଭାରତର ଅଂଶ ଏକ ପ୍ରତିସତ ରୁ କମ । ଆମ ଦେଶରେ ଦେଶୀୟ ଶିଳ୍ପ ସଂସ୍ଥାଗୁଡିକର ଉତ୍ପାଦନ ପରିମାଣ,କାର୍ଯ୍ୟ ଦକ୍ଷତା ଓ ଗୁଣବତ୍ତା ଇତ୍ୟାଦି ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କଠାରୁ ଅନେକାଂଶରେ କମ ରହୁଥିବାରୁ ବିଶ୍ଵବଜାରରେ ଆମ ସଂସ୍ଥା ଗୁଡିକ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସହ ପ୍ରତିଯୋଗୀତା କରିବାକୁ ସକ୍ଷମ ହୋଇପାରିନାହାନ୍ତି। ଭାରତରେ କେବେ ଠାରୁ ନୂତନ ଶିଳ୍ପନୀତି କାର୍ଯ୍ୟକାରୀ ହେଉଛି? ଏହାର ଫଳାଫଳ ସମ୍ପର୍କରେ ସୂଚନା ପ୍ରଦାନ କର । ୧୯୪୮ ମସିହା ପରଠାରୁ ଭାରତରେ ଶିଳ୍ପାୟନ ର ଦ୍ରୁତ ବିକାଶ ପାଇଁ ନୂତନ ଶିଳ୍ପନୀତି ନିର୍ଦ୍ଧାରଣ ହୋଇ କାର୍ଯ୍ୟକାରୀ କରାଯାଉଛି । ସରକାରୀ କ୍ଷେତ୍ରକୁ ସଂରକ୍ଷଣ ରଖିବା ସହ ଘରୋଇ ଉଦ୍ୟୋଗୋପତି ଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ସୁବିଧା ଯଥା-ଟିକସରେ ରିହାତି,ସୁବିଧାରେ ବ୍ୟାଙ୍କ ରୁଣ ପ୍ରଦାନ ,ବିଦେଶରୁ କଞ୍ଚାମାଲ ଆମଦାନୀ ଆଦି ସୁବିଦ୍ଧ ପ୍ରଦାନ କରାଯାଉଛି । ୧୯୫୦-୫୧ ରେ ଭାରତ ସବୁଜ ବିପ୍ଳବର ସ୍ଵାଦ ଚାଖିସାରିଛି । ଫଳରେ ଖାଦ୍ୟଶସ୍ୟ ଉତ୍ପାଦନ ରେ ଆମ ଦେଶ ଆତ୍ମା ନିର୍ଭରଶୀଳ ହୋଇଛି ।ଶିଳ୍ପକ୍ଷେତ୍ର ରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି କରି ସୁଦୃଢ ଭିତ୍ତିଭୂମି ସ୍ଥାପନ କରିପାରିଛି । ଭାରତରେ କୃଷିର ଉନ୍ନତି ପାଇଁ ଗୃହିତ ସରକାରୀ ପଦକ୍ଷେପ ଗୁଡିକୁ ଉଲ୍ଲେଖ କର । ସ୍ଵାଧୀନତା ପ୍ରାପ୍ତି ପରେ ଭରତ ସରକାର କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଭୂସଂସ୍କାର ଆଇନ ଯଥା-ଜମିଦାରୀ ଉଚ୍ଛେଦ,ଭୂମିହିନ କୃଷି ଶ୍ରମିକମାନଙ୍କୁ ସରକାରୀ ଜମି ପ୍ରଦାନ ,ଯୋତୋର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଆଦି କାର୍ଯ୍ୟ କରାଯାଇଛନ୍ତି । ଅଧିକରୁ ଅଧିକ ଚାଷଜମି କୁ ଜଳସେଚନ ସୁବିଧା ପ୍ରଦାନ ନିମନ୍ତେ ବିଭିନ୍ନ ପ୍ରକାର ବୃହତ,ମାଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଇଛନ୍ତି । ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ପାଇଁ ଜାତୀୟତାସ୍ତରରେ ତାଲିମ ବ୍ୟବସ୍ଥା କରାଯାଇଛି । ଏହା ସହ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଚାଷ ଉନ୍ନତି ପାଇଁ ସ୍ବଚ୍ଛ ଓ ଦୀର୍ଘ ମିଆଦି ରୁଣ ପ୍ରଦାନ କରୁଛନ୍ତି । ୨ ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର ପାର୍ଥକ୍ୟ ଦର୍ଶାଅ । (କ) ପାଇକାରୀ ଦର ସୂଚକ ଓ ଖାଉଟି ଦର ସବୁଜ ପାଇକାରୀ ଦର ସୂଚକ : ପାଇକାରୀ ଦର ସୂଚକରେ ଦେଶର ଉତ୍ପାଦିତ ସମସ୍ତ ମୁଖ୍ୟ ଦ୍ରବ୍ଯଗୁଡିକ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଆମ ଦେଶରେ ପାଖାପାଖି ୪୬୦ ଟି ଦ୍ରବ୍ଯ କୁ ପାଇକାରୀ ଦର ସୂଚକ କରିବା ପାଇଁ ବ୍ୟବହାର କରାଯାଉଛି । (ଖ) ଖାଉଟି ଦର ସୂଚକ: ଖାଉଟିମାନେ ବ୍ୟବହାର କରୁଥିବା ବିଭିନ୍ନ ଦ୍ରବ୍ୟଗୁଡିକ ଖାଉଟି ଦର ସୂଚକ ର ଅନ୍ତର୍ଭୁକ୍ତ । ଏହା ସାଧାରଣତଃ ବିଭିନ୍ନ ଶ୍ରମିକ ଗୋଷ୍ଠୀ ବ୍ୟବହାର କରୁଥିବା ଦ୍ରବ୍ୟ ନେଇ ନିରୂପିତ ହୋଇଥାଏ । ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )