ଗଣତାନ୍ତ୍ରିକ ପ୍ରକ୍ରିୟା - ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ବର୍ତ୍ତମାନ ସମୟରେ “ଶିକ୍ଷାଗତ ଅଧିକାର”, “ସୂଚନା ଅଧିକାର” ଓ “ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାର ଅଧିକାର” ଆଦି ପ୍ରକାଶ କରୁଥିବା ଶବ୍ଦ ଗୁଡିକ ବାରମ୍ବାର ବ୍ୟବହାର କରାଯାଉଥିବାର ଦେଖା ଯାଉଛି । ବହୁବାର ତୁମେ ମଧ୍ୟ ଅନୁଭବ କରିବ ଯେ, ତୁମର କେତେକ ଅଧିକାର ଅଛି । ସେହି ସମୟରେ ତୁମକୁ ମଧ୍ୟ କୁହାଯାଇପାରେ, ତୁମ ଶିକ୍ଷକ ହୋଇ ପାରନ୍ତି ଯେ, ତୁମର ମଧ୍ୟ ଅନ୍ୟଲୋକମାନଙ୍କ ପ୍ରତି, ସମାଜପ୍ରତି, ଦେଶ ବା ମନୁଷ୍ୟ ସମାଜପ୍ରତି କେତେକ କର୍ତ୍ତବ୍ୟ ରହିଛି । ତୁମେ କ’ଣ ଭାବୁଛ ପ୍ରତ୍ୟକ ବ୍ୟକ୍ତି ତାର ଅଧିକାର ଉପଭୋଗ କରୁଛି ଓ ତାର କର୍ତ୍ତବ୍ୟ ସମ୍ପାଦନ କରୁଛି ? ବୋଧହୁଏ ନୁହଁ । କିନ୍ତୁ ପ୍ରତ୍ୟକ ଏକମତ ହେବ ଯେ, କେତେକ ଅଧିକାର ରହିଛି, ଯାହାକି ପ୍ରତ୍ୟକ ନାଗରିକ ଉପଭୋଗ କରନ୍ତି । ନିର୍ଦ୍ଧିଷ୍ଟ ଭାବରେ, ଆମଦେଶଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କେତେକ ଅଧିକାର ଅଛି ଯାହାକି ପ୍ରତ୍ୟକ ନାଗରିକକୁ ପ୍ରଦାନ କରିବାକୁ ପ୍ରତିଶୃତି ଦିଆ ଯାଉଛି । ସେହିପରି କେତେକ କର୍ତ୍ତବ୍ୟ ଅଛି, ଯାହାକି ପ୍ରତ୍ୟକ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ସମ୍ପାଦନ କରିବାକୁ ବାଧ୍ୟ । ସେଥିପାଇଁ ଭାରତର ସମ୍ବିଧାନ ତାର ନାଗରିକ ମାନଙ୍କୁ କେତେକ ଅଧିକାର ପ୍ରଦାନ କରିବାର ପ୍ରତିଶୃତି ଦେଇଛି, ଯାହାକୁ ମୌଳିକ ଅଧିକାର କୁହାଯାଏ । ଅନ୍ୟପକ୍ଷରେ ଭାରତୀୟ ସମ୍ବିଧାନ କେତେକ ମୌଳିକ କର୍ତ୍ତବ୍ୟ ତାଲିକାଭୁକ୍ତ କରିଛି, ଯାହାକି ପ୍ରତ୍ୟକ ନାଗରିକ ସମ୍ପାଦନ କରିବା ଆଶାକରାଯାଏ । ଏହାକୁ ମୌଳିକ କର୍ତ୍ତବ୍ୟ କୁହାଯାଏ । ଏହି ଅଧ୍ୟାୟ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବାର ଲକ୍ଷ୍ୟ ରଖାଯାଇଛି । ଅଧିକାର ଓ କର୍ତ୍ତବ୍ୟର ଅର୍ଥ ଓ ଗୁରୁତ୍ଵ ଆମେ ବହୁ ସମୟରେ ‘ଅଧିକାର’ ବିଷୟରେ ଆଲୋଚନା କରୁ, କିନ୍ତୁ ତୁମେ ଜାଣକି “ଅଧିକାର” ର ଅର୍ଥ କ’ଣ ? “ଅଧିକାର” ହେଉଛି, ଲୋକମାନଙ୍କ ଭିତରେ ନିୟମର ଆଦାନ ପ୍ରଦାନ । ଏହା ଗୋଟିଏ ରାଷ୍ଟ୍ର, ବ୍ୟକ୍ତି କିମ୍ବା ଦଳର କାର୍ଯ୍ୟ ଉପରେ ପ୍ରଭାବ ବିସ୍ତାର କରେ । ଉଦାହରଣ ସ୍ୱରୂପ ଯଦି ଜଣଙ୍କର ଜୀବନ ଧାରଣର ଅଧିକାର ରହିଛି, ଏହାର ଅର୍ଥ ଅନ୍ୟକାହାର ତାକୁ ମାରିବାର ସ୍ଵାଧୀନତା ନାହିଁ । ‘ଅଧିକାର’ ର ଅର୍ଥ ହେଉଛି, ଜଣେ ବ୍ୟକ୍ତିର ଦାବୀ ଯାହାକି ତାର ବ୍ୟକ୍ତିଗତ ଉନ୍ନତି ପାଇଁ ଆବଶ୍ୟକ ଏବଂ ତାହା ରାଷ୍ଟ୍ର ବା ସମାଜ ଦ୍ଵାରା ସ୍ଵୀକୃତ । ଏଗୁଡିକ ସ୍ଵାଧୀନତାର ନ୍ୟାୟିକ, ସାମାଜିକ କିମ୍ବା ନୀତିଗତ ନିୟମ ଏବଂ ମୌଳିକ ସ୍ତରର ନିୟମ ଯାହାକି ଲୋକମାନଙ୍କୁ କେତେକ ନ୍ୟାୟିକ ବ୍ୟବସ୍ଥା, ସାମାଜିକପ୍ରଥା ଓ ନୀତିଗତ ସିଦ୍ଧାନ୍ତ ଅନୁସାରେ ପ୍ରଦାନ କରାଯାଇଛି । ଅଧିକାରକୁ ସଭ୍ୟତାର ମୌଳିକ ବୋଲି ବିଚାର କରାଯାଏ ଯେହେତୁ ଏହା ସମାଜ ଓ ସଂସ୍କୃତିର ସ୍ଥାୟୀସ୍ତମ୍ଭ ବୋଲି ବିବେଚନା କରାଯାଏ । କିନ୍ତୁ ଅଧିକାରର ପ୍ରକୃତ ଅର୍ଥ ସାର୍ଥକ ହୁଏ ଯଦି ପ୍ରତ୍ୟକ ବ୍ୟକ୍ତି ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି । କର୍ତ୍ତବ୍ୟ ହେଉଛି, ଯାହା ଜଣେ କରିବା ପାଇଁ ଆଶା ଓ ଆବଶ୍ୟକ କରେ । ଉଦାହରଣ ସ୍ୱରୂପ ପିତାମାତାଙ୍କର ସେମାନଙ୍କ ସନ୍ତାନର ଯତ୍ନ ନେବା କର୍ତ୍ତବ୍ୟ । ତୁମର ତୁମ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦେବା ଶିକ୍ଷକର କର୍ତ୍ତବ୍ୟ । ପ୍ରକୃତରେ ଅଧିକାର କର୍ତ୍ତବ୍ୟ ହେଉଛି ଦୁଇଟି ଛକ ଯାହା ଉପରେ ଜୀବନ ରଥ ସରଳ ଭାବରେ ଆଗକୁ ଗତିକରେ । ଜୀବନ ଆହୁରି ସରଳ ହୋଇ ପାରିବ ଯଦି ଅଧିକାର ଓ କର୍ତ୍ତବ୍ୟ ସାଙ୍ଗ ହୋଇ ଗତି କରିବେ ଓ ପ୍ରତ୍ୟକର ସହଯୋଗୀ ହେବେ । ଅଧିକାର ହେଉଛି, ଯାହା ଅନ୍ୟଜଣେ ଆମପାଇଁ କରୁ ବୋଲି ଆମେ ଇଚ୍ଛାକରୁ । ଅନ୍ୟପକ୍ଷରେ କର୍ତ୍ତବ୍ୟ ହେଉଛି ଯେଉଁ କାର୍ଯ୍ୟ ଆମେ ଅନ୍ୟପାଇଁ କରୁ । ତେଣୁ ଅଧିକାର ହେଉଛି ଅନ୍ୟର ଅଧିକାର ପ୍ରତି ସମ୍ମାନ ଦେଖାଇବା ପାଇଁ ଆମ ଭିତରେ ଏକ ପ୍ରତିଶୃତି । ଅଧିକାର ସହିତ ରହିଥିବା ପ୍ରତିଶୃତି ହେଉଛି କର୍ତ୍ତବ୍ୟ । ଯଦି ସର୍ବସାଧାରଣ ସୁବିଧା ଯଥା ପରିବହନ କିମ୍ବା ସ୍ୱାସ୍ଥ୍ୟସେବା ଉପଭୋଗ କରିବା ଆମର ଅଧିକାର ସେହିପରି ଏହାମଧ୍ୟ ଆମର କର୍ତ୍ତବ୍ୟ । ଅନ୍ୟମାନଙ୍କୁ ଏହି ସୁବିଧାର ସୁଯୋଗ ପ୍ରଦାନ କରିବା । ଯଦି ସ୍ଵାଧୀନତା ପାଇଆ ଆମର ଅଧିକାର, ତାର ଅପବ୍ୟବହାର ନକରିବା ଓ ତାଦ୍ଵାରା ଅନ୍ୟର କ୍ଷତି ନ ଘଟାଇବା ମଧ୍ୟ ଆମର କର୍ତ୍ତବ୍ୟ । ମୌଳିକ ଅଧିକାର ଆମେ ଯେପରି ଦେଖିଛୁ, ଅଧିକାର ହେଉଛି ଦାବୀ ସମୂହ ଯାହାକି ଜଣେ ବ୍ୟକ୍ତି ବଞ୍ଚିବା ଓ ଉନ୍ନତି କରିବା ପାଇଁ ନିହାତି ଦରକାର କରେ । ସେହି ଅର୍ଥରେ ଅଧିକାରର ଏକ ଲମ୍ବା ତାଲିକା ରହିଛି । ଏହି ସମସ୍ତ ଅଧିକାର ସମାଜ ଦ୍ଵାରା ସ୍ଵୀକୃତ, କିନ୍ତୁ କେତେକ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଧିକାର ରାଷ୍ଟ୍ରଦ୍ଵାରା ସ୍ଵୀକୃତ ଓ ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହି ଅଧିକାର ଗୁଡିକୁ ମୌଳିକ ଅଧିକାର କୁହାଯାଏ । ଏହି ଅଧିକାର ଗୁଡିକ ଦୁଇଟି କାରଣ ପାଇଁ ମୌଳିକ ବୋଲି କୁହାଯାଏ । ପ୍ରଥମତଃ ଏଗୁଡିକ ସମ୍ବିଧାନରେ ଲିପିବଦ୍ଧ ହୋଇଛି, ଯିଏକି ସେମାନଙ୍କୁ ଏହି ଅଧିକାରର ପ୍ରତିଶୃତି ଦେଉଛି । ଦ୍ଵିତୀୟତଃ ଏଗୁଡିକ ଆଇନସିଦ୍ଧ ଅର୍ଥାତ ନ୍ୟାୟାଳୟ ଦ୍ଵାରା ବାଧ୍ୟତାମୂଳକ ଅଟେ । “ନ୍ୟାୟ ପାଇବାର ଯୋଗ୍ୟ” ର ଅର୍ଥ ହେଉଛି, ଯଦି କୌଣସି ସ୍ଥଳରେ ଏହାର ବିଚ୍ୟୁତି ଘଟେ, ଜଣେ ବ୍ୟକ୍ତି ତାର ସୁରକ୍ଷା ପାଇଁ ନ୍ୟାୟାଳୟର ଆଶ୍ରୟ ନେଇପାରିବ । ଯଦି ସରକାର ଆଇନ ପ୍ରଣଯନ କରି ଏଥିରୁ କୌଣସି ଅଧିକାରକୁ ସଙ୍କୁଚିତ କରିଦିଅନ୍ତି, ଏହା ନ୍ୟାୟାଳୟ ଦ୍ଵାରା ଅଯୋଗ୍ୟ ଘୋଷଣା କରାଯାଏ । ଏହି ଅଧିକାର ସମ୍ବିଧାନର ୩ୟ ଭାଗରେ ପ୍ରଦାନ କରାଯାଇଛି ସମ୍ବିଧାନ ନାଗରିକକୁ ଛଅଟି ମୌଳିକ ଅଧିକାର ପ୍ରଦାନ କରିଅଛି । ଯଥା – (କ) ସମାନତାର ଅଧିକାର, (ଖ) ସ୍ଵାଧୀନତାର ଅଧିକାର (ଗ) ଶୋଷଣ ବିରୋଧୀ ଅଧିକାର (ଘ) ଧର୍ମଗତ ସ୍ଵାଧୀନତାର ଅଧିକାର (ଙ) ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (ଚ) ସାମ୍ବିଧାନିକ ପ୍ରତିକାର ଅଧିକାର । ଯଦିଓ ଏହି ଅଧିକାର ଗୁଡିକ ସମସ୍ତଙ୍କ ପାଇଁ ପ୍ରଜୁର୍ଯ୍ୟ, ସମ୍ବିଧାନ କେତେକ ସ୍ଵତନ୍ତ୍ରତା ଓ ସୀମିତତା ରକ୍ଷା କରିଛି । ସମାନତାର ଅଧିକାର ଆମ ସମାଜରେ ସମାନତାର ଅଧିକାର ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ଅଧିକାରର ଉଦ୍ଦେଶ୍ୟ ହେଉଛି, ଏପରି ନିୟମ ପ୍ରବର୍ତ୍ତନ କରିବା ଯେଉଁଠାରେ ସମସ୍ତ ନାଗରିକ ଆଇନ ଆଗରେ ସମାନ ହେବେ । ଆଇନ ଆଗରେ ସମସ୍ତେ ସମାନ, ଏହା ପ୍ରଦାନ କରିବା ପାଇଁ କିମ୍ବା ଭାରତର ପ୍ରତ୍ୟକ ନାଗରିକ ମାନଙ୍କୁ ଆଇନର ସୁରକ୍ଷା ଦେବାସହ, ଧର୍ମ, ବର୍ଣ୍ଣ, ଜାତି, ଲିଙ୍ଗ ଓ ଜନ୍ମସ୍ଥାନ ନିର୍ବିଶେଷରେ କୌଣସି ପାର୍ଥକ୍ୟ ନର୍କାହିବା ପାଇଁ ଧାରା ୧୪-୧୮ ମଧ୍ୟରେ ପାଞ୍ଚଟି ବ୍ୟବସ୍ଥା ରହିଛି ଆଇନ ଆଗରେ ସମାନତା : ସମ୍ବିଧାନ ପ୍ରତିଶୃତି ଦିଏ ଯେ, ସମସ୍ତ ନାଗରିକ ଆଇନ ଆଗରେ ସମାନ । ଏହାର ଅର୍ଥ ପ୍ରତ୍ୟକ ଦେଶର ଆଇନ ଆଗରେ ସମାନ ଭାବରେ ସୁରକ୍ଷିତ । କୌଣସି ବ୍ୟକ୍ତି ଆଇନରେ ଉର୍ଦ୍ଧ୍ଵରେ ନୁହେଁ । ଏହାର ଅର୍ଥ ଦୁଇଜଣଲୋକ ଯଦି ସମାନ ପ୍ରକାରର ଦୋଷକଲେ, ଉଭୟ କୌଣସି ବାଛବିଚାର ନଥାଇ ସମାନ ପ୍ରକାରର ଦଣ୍ଡ ପାଇବେ । ଧର୍ମ, ବର୍ଣ୍ଣ, ଜାତି, ଲିଙ୍ଗ ଓ ଜନ୍ମସ୍ଥାନ ଆଧାରରେ ପାର୍ଥକ୍ୟ : ରାଷ୍ଟ୍ର ଧର୍ମ, ବର୍ଣ୍ଣ, ଜାତି, ଲିଙ୍ଗ ଓ ଜନ୍ମସ୍ଥାନ ଆଧାରରେ ନାଗରିକମାନଙ୍କ ପାଇଁ କୌଣସି ପାର୍ଥକ୍ୟ ରଖି ପାରିବ ନାହିଁ । ସାମାଜିକ ସମତା ଆଣିବା ପାଇଁ ଏହା ଏକାନ୍ତ ଆବଶ୍ୟକ । ଭାରତର ପ୍ରତ୍ୟକ ନାଗରିକଙ୍କର ଦୋକାନ ରେଷ୍ଟୁରାଣ୍ଟ ଓ ସର୍ବସାଧାରଣ ମନୋରଞ୍ଜନ ସ୍ଥାନକୁ ସମାନ ପ୍ରବେଶାଧିକାର ରହିବ କିମ୍ବା କୂଅ, ପୋଖରୀ କିମ୍ବା ରାସ୍ତାକୁ କୌଣସି ପାର୍ଥକ୍ୟ ନରଖି ବ୍ୟବହାର କରି ପାରିବେ । ଯାହା ହେଉ ରାଷ୍ଟ୍ର ମହିଳା ଓ ଶିଶୁମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରି ପାରିବେ । ସାଧାରଣ ନିଯୁକ୍ତି କ୍ଷେତ୍ରରେ ସମସ୍ତ ନାଗରିକଙ୍କୁ ସମାନ ସୁଯୋଗ ପ୍ରଦାନ : ରାଷ୍ଟ୍ର ସାଧାରଣ ନିଯୁକ୍ତି କ୍ଷେତ୍ରରେ କୌଣସି ପ୍ରକାର ପାର୍ଥକ୍ୟ ରଖି ପାରିବେ ନାହିଁ । ପ୍ରତ୍ୟକ ନାଗରିକ ରାଷ୍ଟ୍ରରେ ଯେ କୌଣସି ପଦବୀ ପାଇଁ ଆବେଦନ କରିପାରିବେ ଓ ଚାକିରି ମଧ୍ୟ କରିପାରିବେ । ଦକ୍ଷତା ଓ ଯୋଗ୍ୟତା ନିଯୁକ୍ତି ପାଇଁ ପ୍ରଧାନ ଆଧାର ହେବ । ଯାହା ହେଲେ ମଧ୍ୟ ଏହି ଅଧିକାରରେ କେତେକେ ସ୍ଵତନ୍ତ୍ର ରହିଛି । ଅନୁସୂଚୀତ ଜାତି ଓ ଜନଜାତି ଓ ଅନ୍ୟ ପଛୁଆ ଜାତି (OBC) ର ନାଗରିକ ମାନଙ୍କ ପାଇଁ ସଂରକ୍ଷିତ ପଦବୀର ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ଅସ୍ପୃଶ୍ୟତା ଭେଦଭାବର ଉଚ୍ଛେଦ : କୌଣସି ପ୍ରକାରର ଅସ୍ପୃଶ୍ୟତା ବ୍ୟବହାର ପ୍ରଦର୍ଶନ ଆଇନ ଆଗରେ ଦଣ୍ଡନୀୟ ଅପରାଧ । ଭାରତରେ ଲକ୍ଷଲକ୍ଷ ନାଗରିକ ଯେଉଁମାନେ ସମାଜରେ ନ୍ୟୁନଭବାରେ ବିବେଚନା କରାଯାଉ ଥିଲା ଏବଂ ସେମାନଙ୍କର ଜନ୍ମ ଓ କାର୍ଯ୍ୟର ପ୍ରକୃତି ଦୃଷ୍ଟିରୁ ଦୂରରେ ରଖାଯାଉଥିଲା, ଏହି ବ୍ୟବସ୍ଥା ଦ୍ଵାରା ସମାନଙ୍କ ସମାଜିକ ଗୁରୁତ୍ଵ ବୃଦ୍ଧି କରିବା ଉଦ୍ୟମ କରାଯାଇଛି । କିନ୍ତୁ ପ୍ରକୃତରେ ବଡ ଦୁଃଖର ବିଷୟ ସାମ୍ବିଧାନିକ ବ୍ୟବସ୍ଥା ସତ୍ତ୍ୱେ ଏହି ସମାଜ କୁପ୍ରଥା ଏବେ ମଧ୍ୟ ଚାଲୁ ରହିଛି । ଯେତେବେଳେ ଜଣେ ସେବିକା ଗୋଟିଏ ରୋଗୀକୁ ପରିଷ୍କାର କରୁଛି, ଗୋଟିଏ ମାଆ ତାର ସନ୍ତାନକୁ ପରିଷ୍କାର କରୁଛି ଓ ଜଣେ ସ୍ତ୍ରୀଲୋକ ପାଇଖାନା ସଫାକରୁଛି, ତାଭିତରେ ତୁମେ କିଛି ପାର୍ଥକ୍ୟ ଲକ୍ଷ କରିପାରୁଛକି ? ତେବେ ଲୋକମାନେ କାହିଁକି ପାଇଖାନା ସଫାକରିବାକୁ ଅସମ୍ମାନ ଜନକ ବୋଲି ବିଚାର କରନ୍ତି ମର୍ଯ୍ୟାଦାଜନକ ପଦବୀ ଉଚ୍ଛେଦ : ଇଂରେଜ ଶାସନ ସମୟରେ ଇଂରେଜମାନଙ୍କର ସମର୍ଥକମାନଙ୍କୁ ଦିଆଯାଇଥିବା ସମସ୍ତ ବିଦେଶୀ ପଦବୀ ଯଥା ‘ସାର’ କିମ୍ବା “ରାଜ ବାହାଦୂର” ପ୍ରଭୃତି ଉଠାଇ ଦିଆଗଲା କାରଣ ଏଗୁଡିକ ମନୁଷ୍ୟର ପ୍ରକୃତିରେ ପାର୍ଥକ୍ୟ ସୃଷ୍ଟି କରୁଥିଲା । ଯାହାହେଉ ଭାରତର ରାଷ୍ଟ୍ରପତି ବେସାମରିକ ଓ ସାମରିକ ପୁରସ୍କାର ଗୁଡିକ ଯେଉଁମାନେ ବିଭିନ୍ନ ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛନ୍ତି, ସେମାନଙ୍କୁ ପ୍ରଦାନ କରୁଛନ୍ତି । ବେସାମରିକ ଉପାଧି ଗୁଡିକ ହେଉଛି, “ଭାରତରତ୍ନ”, “ପଦ୍ମ ବିଭୂଷଣ”, “ପଦ୍ମଭୂଷଣ”, “ପଦ୍ମଶ୍ରୀ” ପ୍ରଭୃତି ଓ “ବୀରଚକ୍ର” , “ପରମ ବିରଚକ୍ର”, “ଅଶୋକଚକ୍ର” ପ୍ରଭୃତି ସାମରିକ ଉପାଧି ପ୍ରଭୃତି ପ୍ରଦାନ କରାଯାଉଛି । ଶିକ୍ଷା ଓ ସାମରିକ ଉପାଧି ଗୁଡିକ କୌଣସି ନାମାର ପୂର୍ବରୁ ବ୍ୟବହାର କରାଯାଇ ପାରିବ ନାହିଁ । ସ୍ଵାଧୀନତାର ଅଧିକାର ତୁମେ ରାଜିହେବଯେ, ପ୍ରତ୍ୟକ ପ୍ରାଣୀପାଇଁ ସ୍ଵାଧୀନତା ହେଉଛି ଚିର ଅଭିଳଷିତ ଇଚ୍ଛା । ମନୁଷ୍ୟ ଜାତିର ନିଶ୍ଚିତ ଭାବରେ ସ୍ଵାଧୀନତା ଆବଶ୍ୟକ । ତୁମେ ମଧ୍ୟ ସ୍ଵାଧୀନତା ଲାଭ କରିବାକୁ ଇଚ୍ଛା କରେ । ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନତାର ଅଧିକାର ଅର୍ପଣ କରିଛି । ଏହି ଅଧିକାର ସମ୍ବିଧାନର ଧାରା ୧୯-୨୦ ଦ୍ଵାରା ସ୍ଥିରୀକୃତ ହୋଇଛି । ନିମ୍ନରେ ଚାରି ଶ୍ରେଣୀର ସ୍ଵାଧୀନତାର ଅଧିକାର ପ୍ରକାଶ କରାଯାଇଛି । ଛଅଟି ସ୍ଵାଧୀନତା : ସମ୍ବିଧାନର ୧୯ତମ ଧାରା ନିମ୍ନଲିଖିତ ଛଅଟି ସ୍ଵାଧୀନତା ଅର୍ପଣ କରିଛି । ସ୍ଵାଧୀନଭାବେ ମତବ୍ୟକ୍ତ କରିବାର ଅଧିକାର ଶାନ୍ତିପୂର୍ଣ୍ଣ ଓ ନିରସ୍ତ୍ର ଭାବରେ ସମବେତ ହେବାର ସ୍ଵାଧୀନତା ସଂଗଠନ କରିବାର ସ୍ଵାଧୀନତା ଭାରତର ଯେକୌଣସି ସ୍ଥାନ ଭ୍ରମଣ କରିବାର ସ୍ଵାଧୀନତା ଭାରତର ଯେକୌଣସି ସ୍ଥାନରେ ବସବାସ କରିବାର ସ୍ଵାଧୀନତା ଯେକୌଣସି ବୃତ୍ତି, ବ୍ୟବସାୟ, ବାଣିଜ୍ୟ ଅବଲମ୍ବନ କରିବାର ସ୍ଵାଧୀନତା ଏହି ସ୍ଵାଧୀନତା ଗୁଡିକ ଦେବାର ଉଦ୍ଦେଶ୍ୟ ହେଉଛି, ଗଣତନ୍ତ୍ରର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ପରିବେଶ ସୃଷ୍ଟି କରିବା । ସେଗୁଡିକ ଉପରେ କେତେକ ନିର୍ଦ୍ଧିଷ୍ଟ ଯୁକ୍ତିସମ୍ମତ ନିୟନ୍ତ୍ରଣ ଜାରି କରିବା ପାଇଁ ସମ୍ବିଧାନ ରାଷ୍ଟ୍ରକୁ କ୍ଷମତା ପ୍ରଦାନ କରିଛି । ଭାରତର ସାର୍ବଭୌମତ୍ଵ, ଅଖଣ୍ଡତା ଓ ସୁରକ୍ଷା, ବିଦେଶୀ ରାଷ୍ଟ୍ରଙ୍କ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ, ସାଧାରଣ ନିୟମ, ସୌନ୍ଧର୍ଯ୍ୟ ଓ ନୈତିକତା କିମ୍ବା ନ୍ୟାୟଳୟର ଅସମ୍ମାନ, ଅନ୍ୟର ସୁନାମପ୍ରତି କ୍ଷତି ଆଦି ସ୍ଵାର୍ଥର ସୁରକ୍ଷାପାଇଁ ସ୍ଵାଧୀନମତବ୍ୟକ୍ତର ଅଧିକାର ଉପରେ ନିୟନ୍ତ୍ରଣ ଜାରି କରାଯାଇପାରେ । ଭାରତର ସାର୍ବଭୌମତ୍ଵ, ଅଖଣ୍ଡତା ଓ ସର୍ବ ସାଧାରଣ ନିୟମର ସ୍ଵାର୍ଥପାଇଁ ବିନା ଅସ୍ତ୍ରରେ ସବବେତ ହେବାର ଅଧିକାରକୁ ମଧ୍ୟ ନିୟନ୍ତ୍ରିତ କରାଯାଇପାରେ । ଭାରତର ସାର୍ବଭୌମତ୍ଵ ଓ ଅଖଣ୍ଡତା, ସର୍ବସାଧାରଣ ନିୟମ କିମ୍ବା ମାନବିକତାର ସ୍ଵାର୍ଥ ପାଇଁ ସମାଜ ଓ ସଂଘ ଗଠନର ଅଧିକାରକୁ ମଧ୍ୟ ସୀମିତ କରାଯାଇପାରିବ । ଜନ ସାଧାରଣ କିମ୍ବା ତଫସିଲଭୁକ୍ତ ଜନଜାତିର ଜନସାଧାରଣଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ଭାରତୀୟ ରାଷ୍ଟ୍ର ମଧ୍ୟରେ ମୁକ୍ତଭାବରେ ବୁଲିବା କିମ୍ବା ଦେଶର ଯେକୌଣସି ଅଞ୍ଚଳରେ ବସବାସ କରିବା ଅଧିକାରକୁ ସୀମିତ କରିଦେଇ ପାରେ । ଯେକୌଣସି ବୃତ୍ତି, ବ୍ୟବସାୟ, ବାଣିଜ୍ୟ କରିବାର ଅଧିକାରକୁ ମଧ୍ୟ ଜନସାଧାରଣଙ୍କ ସ୍ଵାର୍ଥପାଇଁ ନିୟଜିତ କରାଯାଇପାରେ । କୌଣସି ବୃତ୍ତି, ବାଣିଜ୍ୟ ଓ ବ୍ୟବସାୟକୁ ଅବଲମ୍ବନ କରିବାକୁ ଆବଶ୍ୟକ ବୃତ୍ତିଗତ ଓ ବୈଷୟିକ ଯୋଗ୍ୟତା ସ୍ଥିର କରିବା ପାଇଁ ରାଷ୍ଟ୍ର ମଧ୍ୟ ଅନୁମତି ପ୍ରାପ୍ତ ହୋଇଛି । ଦୋଷପାଇଁ ଦଣ୍ଡ ପାଇବା ସମ୍ପର୍କରେ ସୁରକ୍ଷା ସମ୍ବିଧାନର ଧାରା ୨୦ ଦୋଷପାଇଁ ଦଣ୍ଡ ଭୋଗିବା ସମ୍ପର୍କରେ ସୁରକ୍ଷା ପ୍ରଦାନକରେ । ଦୋଷୀ ଦୋଷକଲା ବେଳେ ଯଦି ତାହାକୁ ଦୋଷ ବୋଲି ବିବେଚନା କରାଯାଉନଥାଏ, ତେବେ ଦୋଷୀକୁ ଦଣ୍ଡ ଦିଆଯାଇ ପାରିବ ନାହିଁ । ଦୋଷ କରିବା ସମୟରେ ପ୍ରଚଳିତ ଆଇନ ଅନୁସାରେ ଯେତିକି ଦଣ୍ଡ ପାଇବାର ବ୍ୟବସ୍ଥା ଥାଏ, ତାଠାରୁ ଅଧିକ ଦଣ୍ଡ କାହାକୁ ଦିଆଯାଇ ପାରିବ ନାହିଁ । ଆଉମଧ୍ୟ ଜଣକ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଏବଂ ଦଣ୍ଡ ଗୋଟିଏ ଦୋଷ ପାଇଁ ଥରେ ମାତ୍ର ଦିଆଯାଇ ପାରିବ ଏବଂ ତାକୁ ମଧ୍ୟ ତ ନିଜ ବିପକ୍ଷରେ ସାକ୍ଷୀ ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ । ଜୀବନ ଏବଂ ବ୍ୟକ୍ତିଗତ ସ୍ଵାଧୀନତାର ସୁରକ୍ଷା ସମ୍ବିଧାନର ଧାରା ୨୧ ଅନୁସାରେ କୌଣସି ବ୍ୟକ୍ତି ପ୍ରତିଷ୍ଠିତ ପଦ୍ଧତି ଅନୁସୃତ ନହୋଇ କେବେହେଲେ ତାର ଜୀବନ ଓ ବ୍ୟକ୍ତି ସ୍ଵାଧୀନତାରୁ ବଞ୍ଚିତ ହୋଇ ପାରିବ ନାହିଁ । ନିର୍ଦ୍ଧିଷ୍ଟ ମାମଲାରେ ବନ୍ଦୀହେବା ଓ ଅଟକ ରହିବା ବିପକ୍ଷରେ ସୁରକ୍ଷା ଧାରା ୨୨ ବ୍ୟବସ୍ଥା ଅନୁସାରେ ଜଣେ ବ୍ୟକ୍ତି ବନ୍ଦୀ ହେବା ସମୟରେ ତାକୁ ସୂଚନା ଦିଆଯିବା ଆବଶ୍ୟକ । ବନ୍ଦୀହେବାର କାରଣକୁ ଦୃଷ୍ଟିରେ ରଖି ଯେତେ ଶୀଘ୍ର ପାଇ ତାକୁ ନିଜ ସପକ୍ଷରେ ଯୁକ୍ତି ଉପସ୍ଥାନ ପାଇଁ ତାର ପସନ୍ଦ ଅନୁସାରେ ଜଣେ ଓକିଲ ସହ ଆଲୋଚନା କରିବାକୁ ଅନୁମତି ଦିଆଯିବା ଉଚିତ୍ । ମୋଟ ଉପରେ ପ୍ରତିଶେଧକ ମୂଳକ ଅଟକ ଆଇନ୍ ଦ୍ଵାରା ବନ୍ଦୀ ହୋଇଥିବା ବ୍ୟକ୍ତିକୁ ଛାଡି ଅନ୍ୟ ସମସ୍ତ ବନ୍ଦୀ ହୋଇଥିବା ବ୍ୟକ୍ତିକୁ ବନ୍ଦୀ ହେବାର ୨୪ ଘଣ୍ଟା ମଧ୍ୟରେ ନିକଟବର୍ତ୍ତୀ ବିଚାର ପତିଙ୍କ ସମ୍ମୁଖରେ ଉପସ୍ଥିତ କରାଇବାକୁ ପଡିବ । ପ୍ରତିଶେଧକ ମୂଳକ ଅଟକ ଆଇନ ଦ୍ଵାରା ବନ୍ଦୀ ହୋଇଥିବା ବ୍ୟକ୍ତିକୁ ଗୋଟିଏ ପରାମର୍ଶଦାତା ବୋର୍ଡ କୁ ବନ୍ଦୀହେବାର ୩ମାସ ମଧ୍ୟରେ ପଠାଇବାକୁ ପଡିବ । ଶୋଷଣ ବିରୋଧି ଅଧିକାର ତୁମେ କେବେ ଚିନ୍ତା କରିଛ କି, କେତେ ପ୍ରକାରରେ ଆମ ସମାଜରେ ଶୋଷଣ କରାଯାଇଥାଏ ? ତୁମେ ଦେଖିଥାଇପାର ଯେ, ଗୋଟିଏ ସାନପିଲା ଗୋଟିଏ ଚାଦୋକାନରେ କାମ କରୁଛି କିମ୍ବା ଗୋଟିଏ ଗରିବ ଅଶିକ୍ଷିତ ଲୋକ ଗୋଟିଏ ଧନୀଲୋକ ଘରେ କାମ କରିବାକୁ ବାଧ୍ୟ ହେଉଛି । ପ୍ରଥାନୁସାରେ ଭାରତୀୟ ସମାଜରେ ଅନେକ ସାମାଜିକ ସ୍ତର ରହିଛି ଓ ବିଭିନ୍ନ ପ୍ରକାର ଶୋଷଣକୁ ଏହା ଉତ୍ସାହିତ କରେ । ଯେଉଁଥିପାଇଁକି ସମ୍ବିଧାନରେ ଶୋଷଣ ବିରୋଦ୍ଧାରେ ବ୍ୟବସ୍ଥା କରାଯାଇଛି । ନାଗରିକମାନଙ୍କୁ ଶୋଷଣ ବିରୋଧି ଅଧିକାରର ପ୍ରତିଶୃତି ସମ୍ବିଧାନର ଧାରା ୨୩ ଓ ୨୪ରେ ଦିଆଯାଇଛି । ଏହି ଦୁଇଟି ବ୍ୟବସ୍ଥା ହେଉଛି – ମନୁଷ୍ୟ କ୍ରୟ ବିକ୍ରୟ ଓ ବାଧ୍ୟତା ମୂଳକ ଶ୍ରମର ନିଷେଧ : ମନୁଷ୍ୟମାନଙ୍କୁ କ୍ରୟ ବିକ୍ରୟ ବେଠିବେଗାରୀ ଏବଂ ଅନ୍ୟ ବାଧ୍ୟତା ମୂଳକ ଶ୍ରମକୁ ନିଷେଧ କରାଯାଇଛି ଓ ଏହି ବ୍ୟବସ୍ଥା ଯେକୌଣସି ଉଲଙ୍ଘନ ହେଉଛି ଗୋଟିଏ ଅପରାଧ ଓ ତାହା ଆଇନ ଅନୁସାରେ ଦଣ୍ଡନୀୟ । ପିଲାମାନଙ୍କୁ କାରଖାନା ପ୍ରଭୃତିରେ ବିଯୁକ୍ତି ନିଷେଧ : ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୧୪ ବର୍ଷରୁ କମ୍ କୌଣସି ପିଲା କାରଖାନା, ଖଣି କିମ୍ବା ଅନ୍ୟ କୌଣସି ବିପଦପୂର୍ଣ୍ଣ ଚାକିରୀରେ ନିଯୁକ୍ତି ପାଇବ ନାହିଁ । ଏହି ଅଧିକାର ଶିଶୁ ଶ୍ରମିକ ଭଳି ଗୋଟିଏ ଅତି ଭୟଙ୍କର ସମସ୍ୟାକୁ ଦୂରକରିବା ପାଇଁ ଲକ୍ଷ୍ୟ ରଖିଥାଏ । ଯେଉଁ ସମସ୍ୟାକି ଭାରତ ଦୀର୍ଘବର୍ଷ ଧରି ସମ୍ମୁଖୀନ ହୋଇ ଆସୁଛି । ପିଲାମାନେ ସମାଜ ପାଇଁ ବିଶେଷ ଉପଯୋଗୀ । ସେମାନଙ୍କର ପ୍ରାଥମିକ ଅଧିକାର ହେଉଛି ଏକ ଆନନ୍ଦ ଦାୟକ ବାଲ୍ୟାବସ୍ଥା ଉପଭୋଗ କରିବା ଓ ଶିକ୍ଷା ପାଇବା । ତୁମେ ଯାହା ଲକ୍ଷ୍ୟ କରୁଛ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା ସତ୍ତ୍ୱେ ବିଭିନ୍ନସ୍ଥଳରେ ଶିଶୁ ଶ୍ରମିକ ସମସ୍ୟା ଏବେ ମଧ୍ୟ ଲାଗି ରହିଛି । ଏହି କ୍ଷତିକାରକ ଚିନ୍ତାଧାରା ଜନମତ ସୃଷ୍ଟିକରି ଦୂର କରାଯାଇ ପାରିବ । ଧର୍ମୀୟ ସ୍ଵାଧୀନତା ଅଧିକାର ତୁମେ ଯାହାଜାଣିଛ, ସମ୍ବିଧାନର ମୁଖବନ୍ଧରେ ଘୋଷଣାର ଗୋଟିଏ ଲକ୍ଷ୍ୟ ହେଉଛି, “ସମସ୍ତ ନାଗରିକଙ୍କର ମୁକ୍ତ ଧର୍ମଭାବନା, ବିଶ୍ଵାସ, ପୂଜାକୁ ସୁରକ୍ଷିତ ରଖିବା” । ଯେହେତୁ ଭାରତ ଏକ ବହୁଧର୍ମୀୟ ରାଷ୍ଟ୍ର ଯେଉଁଠାରେ ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିୟାନ ଏବଂ ଆଉ ବହୁ ଧର୍ମ ସମ୍ପ୍ରଦାୟର ଲୋକ ଏକତ୍ର ବାସକରନ୍ତି । ସମ୍ବିଧାନ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଘୋଷଣା କରନ୍ତି । ଏହାର ଅର୍ଥ ଭାରତରେ କୌଣସି ଗୋଟିଏ ନିଜସ୍ଵ ଧର୍ମ ନାହିଁ । କିନ୍ତୁ ଏହା ସମସ୍ତ ନାଗରିକଙ୍କୁ ଯେକୌଣସି ଧର୍ମରେ ବିଶ୍ଵାସ ରଖିବା ପାଇଁ ଓ ନିଜଇଚ୍ଛା ଅନୁସାରେ ଯେ କୌଣସି ପ୍ରକାରରେ ପୂଜା କରିବା ପାଇଁ ସ୍ଵାଧୀନତା ପ୍ରଦାନ କରିଛି । କିନ୍ତୁ ଏହା ଅନ୍ୟର ଧର୍ମ ବିଶ୍ଵାସ ଓ ପୂଜା ପଦ୍ଧତିରେ ବାଧା ସୃଷ୍ଟିକରିବା ଉଚିତ୍ ନୁହେଁ । ଏହି ସ୍ଵାଧୀନତା ବିଦେଶୀମାନଙ୍କ ପାଇଁ ମଧ୍ୟ ଉପଲବ୍ଧ । ଧର୍ମୀୟ ସ୍ଵାଧୀନତା ସମ୍ପର୍କରେ ସମ୍ବିଧାନ ନିମ୍ନଲିଖିତ ଚାରୋଟି ବ୍ୟବସ୍ଥା ଧାରା ୨୫-୨୮ ମଧ୍ୟରେ କରିଅଛି । ସ୍ଵାଧୀନ ବିଚାରଧାରା ଏବଂ ସ୍ଵାଧୀନ ବୃତ୍ତି, ଧର୍ମର ଅଭ୍ୟାସ ଓ ପ୍ରଚାର : ସମସ୍ତ ନାଗରିକ ସମାନଭାବରେ ସ୍ଵାଧୀନ ବିଚାରଧାରା ଏବଂ ସ୍ଵାଧୀନ ଭାବରେ କୌଣସି ଧର୍ମର ବିଶ୍ଵାସ, ଅଭ୍ୟାସ ଓ ପ୍ରଚାର ପାଇଁ ଅଧିକାର ପ୍ରାପ୍ତ । ଏହାର ଅର୍ଥ ନୁହେଁ ଯେ, ଜଣେ ଅନ୍ୟ ଜଣେ ଲୋକକୁ ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟକରିପାରିବ । ଅବଶ୍ୟ କେତେକ ଅମାନବୀୟ, ବେଆଇନ, ଅନ୍ଧବିଶ୍ଵାସପୂର୍ଣ୍ଣ ଅଭ୍ୟାସକୁ ବାରଣ କରାଯାଇଛି । ଧର୍ମୀୟ ଯଥା ଦେବାଦେବୀବା କୌଣସି ଅତିଭୌତିକ ଶକ୍ତିକୁ ଅର୍ପଣ କରିବା ପାଇଁ ପଶୁ ବା ମନୁଷ୍ୟ ବଳି ପକାଇବା ପାଇଁ ଅନୁମତି ବାରଣ କରାଯାଇଛି । ସେହିପରି ଜଣେ ବିଧବା ତାର ମୃତ ସ୍ଵାମୀ ସହ (ସ୍ଵତଃ ପ୍ରକୃତ ଭାବରେ ବା ବାଧ୍ୟତାମୂଳକ ଭାବରେ) ଅଗ୍ନିରେ ଦାହ ହେବା ସତୀ ଦାହ ନାମରେ ମଧ୍ୟ ଆଇନ ଦ୍ଵାରା ଅନୁମତି ପ୍ରାପ୍ତ ନୁହେଁ । ବିଧବା ସ୍ତ୍ରୀ ଲୋକକୁ ପୁନଃବିବାହ ନ କରିବା ପାଇଁ ବାଧ୍ୟକରିବା ତାର ମସ୍ତକ ମୁଣ୍ଡନ କରିବା ବା ଧଳା ଲୁଗା ପିନ୍ଧିବା ପାଇଁ ବାଧ୍ୟକରିବା ଆଦି ଧର୍ମ ନାମରେ ପ୍ରଚଳିତ ଥିବା କେତେକେ ସାମାଜିକକୁ ପ୍ରଥା । ଏସବୁ ନିଷେଧ ସତ୍ତ୍ୱେ ଧର୍ମ ସମ୍ପର୍କିତ ଆର୍ଥିକ, ରାଜନୈତିକ ଓ ଧର୍ମ ନିରପେକ୍ଷ କାର୍ଯ୍ୟକୁ ନିୟନ୍ତ୍ରିତ କରିବା ପାଇଁ ରାଷ୍ଟ୍ରର ମଧ୍ୟ କ୍ଷମତା ରହିଛି । ରାଷ୍ଟ୍ର ମଧ୍ୟ ସାଧାରଣ ନିୟମ, ନୈତିକତା ଓ ସ୍ୱାସ୍ଥ୍ୟ ଆଦି ଆଧାରରେ ଏହି ଅଧିକାର ଉପରେ ନିଷେଧାଦେଶ ଜାରୀ କରିପାରିବ । ଧାର୍ମିକ ବିଷୟ ପରିଚାଳନାର ସ୍ଵାଧୀନତା : ସାଧାରଣ ନିୟମ ନୈତିକତା ଓ ସ୍ୱାସ୍ଥ୍ୟପ୍ରତି ସମ୍ମାନ ପ୍ରଦର୍ଶନ ସହିତ ପ୍ରତ୍ୟକ ଧର୍ମୀୟ ଦଳ ବା ତାର କୌଣସି ବିଭାଗଙ୍କର ଅଧିକାର ଗୁଡିକ ହେଉଛି ଧର୍ମ ଓ ଦାତବ୍ୟ ଉଦ୍ଦେଶ୍ୟରେ କୌଣସି ଅନୁଷ୍ଠାନ ପ୍ରତିଷ୍ଠା ପରିଚାଳନା କରିବା । ଧର୍ମ ବିଷୟରେ ନିଜର କାର୍ଯ୍ୟ ପରିଚାଳନା କରିବା ସ୍ଥାୟୀ ଓ ଅସ୍ଥାୟୀ ସମ୍ପତ୍ତି ଅଧିକାର ଏହି ସମ୍ପତ୍ତିକୁ ଆଇନ ଅନୁସାରେ ପରିଚାଳନା କରିବା । କୌଣସି ଗୋଟିଏ ଧର୍ମର ପ୍ରସାର ସମ୍ପର୍କରେ ଟିକସ ଦେବାର ସ୍ଵାଧୀନତା : ଯାହାର ଲାଭ ସ୍ଵତନ୍ତ୍ର ଭାବରେ କୌଣସି ଧର୍ମର ପ୍ରସାର ବା ପରିଚାଳନା ପାଇଁ ଖର୍ଚ୍ଚ ହୋଇଥିବ, ସେହି ଖର୍ଚ୍ଚ ଉପରେ କୌଣସି ଲୋକକୁ ଟିକସ ଦେବାପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । ଧର୍ମ ପ୍ରବଚନ କିମ୍ବା ନିର୍ଦ୍ଧିଷ୍ଟ ଶିକ୍ଷାନୁଷ୍ଠାନରେ ଧାର୍ମିକ ଉପାସନାରେ ଯୋଗ ଦେବାର ସ୍ଵାଧୀନତା : କୌଣସି ଶିକ୍ଷାନୁଷ୍ଠାନରେ କୌଣସି ଧାର୍ମିକ ଶିକ୍ଷା ରାଷ୍ଟ୍ରର ଅର୍ଥରେ ସମ୍ପୂର୍ଣ୍ଣ ପରିଚାଳିତ ହୋଇ ପାରିବ ନାହିଁ । କିନ୍ତୁ ଯେଉଁ ଶିକ୍ଷାନୁଷ୍ଠାନ ରାଷ୍ଟ୍ରଦ୍ଵାରା ପରିଚାଳିତ କିନ୍ତୁ କୌଣସି ଟ୍ରଷ୍ଟ ଅଧିନରେ ପ୍ରତିଷ୍ଠା କରାଯାଇଛି, ଯେ କି ଚାହୁଁଛି ଯେ, ଏହି ଧାର୍ମିକ ଶିକ୍ଷା ସେ ଅନୁଷ୍ଠାନରେ ଚାଲିବ, ସେହି ଶିକ୍ଷାନୁଷ୍ଠାନ ପାଇଁ ଏହା ଲାଗୁ କରାଯାଇ ପାରିବନାହିଁ । କିନ୍ତୁ ଏହି ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତିକୁ ସେଠାରେ ପ୍ରଦାନ କରାଯାଉଥିବା ଧାର୍ମିକ ଶିକ୍ଷା କିମ୍ବା ସେଠାରେ ପରିଚାଳିତ ହେଉଥିବା ଧାର୍ମିକ ଉପାସନାରେ ଯୋଗଦେବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଯଦି ସେ ବାଳକ ହୋଇଥାଏ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ତାର ଅଭିଭାବକଙ୍କର ଅନୁମତି ଆବଶ୍ୟକ । ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ଭାରତ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ର ଯାହାର ସଂସ୍କୃତି, ବର୍ଣ୍ଣମାଳା, ଭାଷା ଓ ଧର୍ମରେ ବହୁ ବିଭିନ୍ନତା ଦେଖାଯାଏ । ଆମେ ଯାହା ଜାଣୁ ଗଣତନ୍ତ୍ର ହେଉଛି ସଂଖ୍ୟା ଗରିଷ୍ଠର ଶାସନ । କିନ୍ତୁ ସଂଖ୍ୟା ଲଘୁମାନେ ମଧ୍ୟ ଏହାର ସଫଳ କାର୍ଯ୍ୟକରିଥା ପାଇଁ ସମଭାବରେ ଗୁରୁତ୍ୱପୂର୍ଣ୍ଣ । ତେଣୁ ସଂଖ୍ୟାଲଘୁ ମାନଙ୍କର ଭାଷା, ସଂସ୍କୃତି ଓ ଧର୍ମର ସୁରକ୍ଷା ଏକାନ୍ତ ଆବଶ୍ୟକ ଯାହାଫଳରେ ସଂଖ୍ୟାଲଘୁମାନେ ସଂଖ୍ୟା ଗରିଷ୍ଠ ଶାସନରେ ଅବହେଳିତ ବା ଦୁର୍ବଳ ବୋଲି ଭାବିବେ ନାହିଁ । ଯେହେତୁ ଲୋକମାନେ ନିଜର ସଂସ୍କୃତି ଓ ଭାଷାକୁ ନେଇ ଗର୍ବ କରନ୍ତି, ତେଣୁ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ନାମରେ ଏକ ସ୍ଵତନ୍ତ୍ର ଅଧିକାର ମୌଳିକ ଅଧିକାର ଅଧ୍ୟାୟରେ ଯୋଗ କରାଗଲା । ଧାରା ୨୯-୩୦ ରେ ଦୁଇଟି ମୁଖ୍ୟ ବ୍ୟବସ୍ଥା ଗ୍ରହଣ କରାଗଲା । ସଂଖ୍ୟାଲଘୁ ମାନଙ୍କର ସ୍ଵାର୍ଥର ସୁରକ୍ଷା : କୌଣସି ସଂଖ୍ୟାଲଘୁ ଗୋଷ୍ଠୀ ଯାହାର ଏକ ସ୍ଵତନ୍ତ୍ର ଭାଷା, ବର୍ଣ୍ଣମାଳା କିମ୍ବା ସଂସ୍କୃତି ରହିଛି । ତାଙ୍କର ଏହାକୁ ରକ୍ଷା କରିବାର ଅଧିକାର ରହିଛି ।ଧର୍ମ, ବର୍ଣ୍ଣ, ଜାତି, ଭାଷା ବା ସେଭଳି ଅନ୍ୟ କିଛି ଭିତରେ ଜଣେ ନାଗରିକକୁ ରାଷ୍ଟ୍ରଦ୍ଵାରା ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାକୁ କିମ୍ବା ରାଷ୍ଟ୍ର ପାଣ୍ଠିରୁ ସାହାଯ୍ୟ ଗ୍ରହଣ କରିବାକୁ ବଞ୍ଚିତ କରାଯାଇ ପାରିବନାହିଁ । ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା ପାଇଁ ସଂଖ୍ୟାଲଘୁଙ୍କ ଅଧିକାର : ଧର୍ମ ଓ ଭାଷା ଭିତ୍ତିରେ ସମସ୍ତ ସଂଖ୍ୟାଲଘୁ ମାନଙ୍କର ନିଜ ଇଚ୍ଛା ଅନୁସାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନାର ଅଧିକାର ରହିଛି । ସଂଖ୍ୟାଲଘୁ ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପରିଚାଳିତ ଗୋଟିଏ ଶିକ୍ଷାନୁଷ୍ଠାନର ସମ୍ପତ୍ତି ଆଇନ ତିଆରି କରି ବାଧ୍ୟତାମୂଳକ ଅଧିକାର କଲେ, ରାଷ୍ଟ୍ର ନିଶ୍ଚିତ ହେବା ଆବଶ୍ୟକ ଯେ, ସମ୍ପତ୍ତି ଅଧିକାର କରିବା ପାଇଁ ଏହି ଆଇନ ଦ୍ଵାରା ଯେଉଁ ମୂଲ୍ୟ ସ୍ଥିର ହୋଇଛି, ତାହା ସେହି ଅନୁଚ୍ଛେଦରେ ନିଶ୍ଚିତ କରାଯାଇଥିବା ଅଧିକାରକୁ ସଙ୍କୁଚିତ କରୁନାହିଁ । ରାଷ୍ଟ୍ର ଶିକ୍ଷାନୁଷ୍ଠାନ ଗୁଡିକୁ ସାହାଯ୍ୟ ପ୍ରଦାନ କଲାବେଳେ ଧର୍ମ ଓ ଭାଷା ଭିତ୍ତିକ ସଂଖ୍ୟାନ୍ୟୁନଙ୍କ ଦ୍ଵାରା ପରିଚାଳିତ ଶିକ୍ଷାନୁଷ୍ଠାନ ଉପେକ୍ଷା କରିବେ ନାହିଁ । ସାମ୍ବିଧାନିକ ପ୍ରତିକାର ଅଧିକାର ଯେତେବେଳେ ମୌଳିକ ଅଧିକାର ଗୁଡିକ ଆଇନସିଦ୍ଧ, ସେଗୁଡିକ ବାଧ୍ୟତାମୂଳକ । ସେଗୁଡିକ ଆଇନଦ୍ଵାରା କାର୍ଯ୍ୟକାରୀ କରାଯାଇ ପାରେ କାରଣ ପ୍ରତ୍ୟକ ନାଗରିକ ଏଥିପାଇଁ ନ୍ୟାୟାଳୟର ଆଶ୍ରୟ ନେଇପାରେ ଯଦି ତାହାର ଉଲଙ୍ଘନ ଘଟେ । କିନ୍ତୁ ପ୍ରକୃତରେ ଏହା ସେପରି ନୁହେଁ । ଆମର ନୀତିଦିନିଆ ଜୀବନରେ ମୌଳିକ ଅଧିକାର ସଙ୍କୁଚିତ କରିବା ବଡ ଚିନ୍ତାର ବିଷୟ । ସେଥିପାଇଁ ଆମ ସମ୍ବିଧାନ ଏହି ମୌଳିକ ଅଧିକାର ଗୁଡିକୁ ଆଇନ ପ୍ରଣୟନ ସଂସ୍ଥା ବା କାର୍ଯ୍ୟକାରୀ ସଂସ୍ଥା ପରିବର୍ତ୍ତନ କରିବାର ଅନୁମତି ପ୍ରଦାନ କରିନାହିଁ । ମୌଳିକ ଅଧିକାରର ସୁରକ୍ଷାପାଇଁ ଆଇନଗତ ପ୍ରତିକାର ପ୍ରଦାନ କରାଯାଇଛି । ଏହାକୁ ସମ୍ବିଧାନ ପ୍ରତିକାର ଅଧିକାର କୁହାଯାଏ ଯାହାକି ଧାରା ୩୨ରେ ରହିଛି । ଯେତେବେଳେ ଆମର କୌଣସି ଅଧିକାର ସଙ୍କୁଚିତ ହୁଏ ଆମେ ନ୍ୟାୟଳୟ ମାଧ୍ୟମରେ ନ୍ୟାୟ ପାଇବାକୁ ଚେଷ୍ଟାକରୁ । ଆମେ ସିଧାସଳଖ ଭାବରେ ଉଚ୍ଚତମ ନ୍ୟାୟାଳୟରେ ଆଶ୍ରୟ ନେଇପାରିବା ଯେ କି ନିର୍ଦ୍ଦେଶ, ଆଦେଶ ବା ରିଟ୍ ଦ୍ଵାରା ଏହି ମୌଳିକ ଅଧିକାରକୁ ପୁନଃ କାର୍ଯ୍ୟକାରୀ କରିପାରେ । ଶିକ୍ଷାଗତ ଅଧିକାର ୨୦୦୨ ମସିହାରେ ସମ୍ବିଧାନର ୮୬ତମ ସଂଶୋଧନରେ ମୌଳିକ ଅଧିକାର ଅଧ୍ୟାୟରେ ଧାରା ୨୧(କ) ଯୋଗକରି ଶିକ୍ଷାଗତ ଅଧିକାର କରାଗଲା । ଏହା ଦୀର୍ଘଦିନର ଦାବୀ । ତେଣୁ ୬-୧୪ ବର୍ଷ ବୟସର ପିଲାମାନେ (ସେମାନଙ୍କର ପରିବାର) ମଧ୍ୟ ବାଧ୍ୟତାମୂଳକ, ଅବୈତନିକ ଶିକ୍ଷା, ମୌଳିକ ଅଧିକାର ଭାବରେ ଦାବୀ କରିପାରିବେ । ଦେଶକୁ ନିରକ୍ଷର ବିହୀନ କରିବା ପାଇଁ ଏହା ଏକ ବଡ ପଦକ୍ଷେପ । କିନ୍ତୁ ଏହି ସଂଯୋଗ ଅର୍ଥହୀନା ଭାବରେ ପଡିରହିଲା ଯେହେତୁ ୨୦୦୯ ମସିହା ପରୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ । ୨୦୦୯ରେ ସାଂସଦ ଶିକ୍ଷାଗତ ଅଧିକାର ଧାରା ୨୦୦୯ ପାରିତ କଲା । ଏହି ଧାରାର ଲକ୍ଷ୍ୟ ହେଉଛି ପ୍ରତ୍ୟକ ପିଲା ଯାହାର ବୟସ ୬-୧୪ ବର୍ଷ ଏବଂ ବିଦ୍ୟାଳୟକୁ ଯାଉନାହିଁ ସେ ବିଦ୍ୟାଳୟକୁ ଯିବ ଓ ଉପଯୁକ୍ତ ଶିକ୍ଷାପାଇବ ; ଏହା ହେଉଛି ତାର ଅଧିକାର । ମୌଳିକ ଅଧିକାର ମଧ୍ୟ ମାନବୀୟ ଅଧିକାର ଅଟେ । ତୁମେ ପଢିଛ ଯେ, ମୌଳିକ ଅଧିକାର ପ୍ରକୃତରେ ପ୍ରତ୍ୟକ ନାଗରିକର କଲ୍ୟାଣ ପାଇଁ ଏକାନ୍ତ ଆବଶ୍ୟକ । ଆମେ ମଧ୍ୟ ଜାଣୁ ଲୋକମାନେ ସଦାସର୍ବଦା, ଅନ୍ୟାୟ, ଶୋଷଣ ଓ ଅସମାନତା ବିରୁଦ୍ଧରେ ଲଢେଇ କରି ଆସୁଛନ୍ତି । ଗୋଟିଏ ଉନ୍ନତତର ପରିବେଶ ଗଠନ, ଉଲ ବା ବାଷପୋଯୋଗୀ ଅବସ୍ଥା ଏବଂ ସମ୍ମାନର ସୁରକ୍ଷା ଏହାର ଉଦ୍ଦେଶ୍ୟ । ଏହି ଅଧିକାର ଗୁଡିକ ସମସ୍ତ ମାନବ ଜାତିପାଇଁ ଉପଲବ୍ଧ କରାଇବା ପାଇଁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଉଦ୍ୟମ ଚାଲି ଆସିଛି ଯାହାକି ଅଧିକାରକୁ ପରିଚିତ କରାଇଛି ଏବଂ ଏହା ମାନବିକ ଅଧିକାର ନାମରେ ଉତ୍ତମ ରୂପେ ପରିଚିତ । ଯୁକ୍ତରାଷ୍ଟ୍ର ଆମେରିକାର ସାଧାରଣ ସଭା ୧୯୪୮ ମସିହାରେ ମାନବିକ ଅଧିକାରକୁ ଗ୍ରହଣ କଲା ଏବଂ ମାନବିକ ଅଧିକାରକୁ ସାଧାରଣ ଘୋଷଣାରେ ଲିପିବଦ୍ଧ କଲା ଯାହାକି ତୁମେ ପରେ ପଢିବ । କେତେକ ମାନବୀୟ ଅଧିକାର ହେଉଛି; ଆଇନ ଦୃଷ୍ଟିରେ ସମସ୍ତେ ସମାନ, ବାଛବିଚାର ମୁକ୍ତ, ବଞ୍ଚିବାର ଅଧିକାରମ ସ୍ଵାଧୀନତା ଓ ବ୍ୟକ୍ତିଗତ ସୁରକ୍ଷା, ମୁକ୍ତଭବାରେ ବିଚରଣ କରିବାର ସ୍ଵାଧୀନତା, ଶିକ୍ଷାଗତ ଅଧିକାର, ବିବାହ ଓ ପରିବାର ଅଧିକାର, ଚିନ୍ତାଧାରା, ବିଚାର ଓ ଧରମଗତ ସ୍ଵାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଓ ସଂଗଠନ ଅଧିକାର ଏବଂ ସାମ୍ପ୍ରଦାୟିକ ସାଂସ୍କୃତିକ ଜୀବନ ସହ ଯୋଗଦାନ ଅଧିକାର । ଯଦି ତୁମେ ଉପରୋକ୍ତ ଅଧିକାର ଗୁଡିକ ସାବଧାନତା ସହ ପରୀକ୍ଷା କରିବ, ସେଗୁଡିକ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ତୁମେ ଜାଣିପାରିବ । ସେଥିପାଇଁ ଅନେକଗୁଡିକେ ମାନବିକ ଅଧିକାରକୁ ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅଧ୍ୟାୟରେ ସ୍ଥାନ ଦିଆଯାଇଛି । ଏଜୁନ ମାନବିକ ଅଧିକାର ଗୁଡିକ ମୌଳିକ ଅଧିକାରରେ ସ୍ଥାନ ପାଇ ପାରିବ ନାହିଁ, ସେଗୁଡିକ ରାଷ୍ଟ୍ରନୀତି ନିଏଦ୍ଦେଷାନାମା ଅଧ୍ୟାୟରେ ସ୍ଥାନ ପାଇଛି । ସର୍ବୋପରି ମାନବିକ ଅଧିକାରର ଗୁରୁତ୍ଵକୁ ଆଖିଆଗରେ ରଖି, ୧୯୯୩ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଜାତୀୟ ମାନବିକ ଅଧିକାର ପରିଷଦ ଗଠିତ ହେଲା । ଯାହାର ଉଦ୍ଦେଶ୍ୟ ହେଉଛି, ଭାରତର ନାଗରିକ ମାନଙ୍କୁ ସେହି ଅଧିକାର ଗୁଡିକ ଉପଭୋଗ କରିବାର ପ୍ରତିଶ୍ରୁତି ଦେବା । ମୌଳିକ କର୍ତ୍ତବ୍ୟ ମୌଳିକ କର୍ତ୍ତବ୍ୟ ପାଠକରି ସାରିଲାପରେ ତୁମେ ନିଶ୍ଚିତ ଭାବରେ ଲକ୍ଷ କରିଥିବ ଓ ଅନୁଭବ କରିଥିବ ଯେ, ପ୍ରତ୍ୟକ ଅଧିକାର ବଦଳରେ ସମାଜ ପ୍ରତ୍ୟକ ନାଗରିକ ତା ପାଇଁ କିଛି କାର୍ଯ୍ୟ କରିବା ଆଶାକରେ ଯାହାକୁ ସମଷ୍ଟିଗତ ଭାବରେ କର୍ତ୍ତବ୍ୟ ବୋଲି କୁହାଯାଏ । ସେହିପରି କେତେକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ଭାରତର ସମ୍ବିଧାନରେ ଲିପିବଦ୍ଧ କରାଯାଇଛି । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିବା ମୂଳ ସମ୍ବିଧାନରେ ନାଗରିକ ମାନଙ୍କର କର୍ତ୍ତବ୍ୟ ବିଷୟରେ କିଛି ଦେଖାଯାଇନାହିଁ । ଏହା ଆଶା କରାଯାଉଥିଲା ଯେ, ଭାରତର ନାଗରିକମାନେ ତାଙ୍କର କର୍ତ୍ତବ୍ୟ ସ୍ଵେଚ୍ଛାକୃତ ଭାବେ କରିବେ । କିନ୍ତୁ ଯାହା ଆଶା କରାଯାଉଥିଲା ତାହା ହେଲାନାହିଁ । ତେଣୁ ଦଶଟି ମୌଳିକ କର୍ତ୍ତବ୍ୟ ସମ୍ବିଧାନର ୪ର୍ଥ ଭାଗରେ ଧାରା ୫୧ (କ) ଅଧିନରେ ୧୯୭୬ ମସିହାର ୪୨ତମ ସମ୍ବିଧାନ ସଂଶୋଧନରେ ଯୋଗ କରାଗଲା । ଯାହାହେଉ, ମୌଳିକ ଅଧିକାର ଗୁଡିକ ଆଇନନୁମୋଦିତ ଏବଂ ମୌଳିକ କର୍ତ୍ତବ୍ୟ ଗୁଡିକ ଆଇନନୁମୋଦିତ ନୁହେଁ । ଏହାର ଅର୍ଥ ମୌଳିକ କର୍ତ୍ତବ୍ୟ ଭଙ୍ଗକରିବା ଅର୍ଥାତ୍ ନାଗରିକ ମାନଙ୍କଦ୍ଵାରା ସେହି କର୍ତ୍ତବ୍ୟ ସଂପାଦିତ ନହେଲେ, ତାହା ଦଣ୍ଡନୀୟ ନୁହେଁ । ନିମ୍ନୋକ୍ତ ୧୦ଟି କର୍ତ୍ତବ୍ୟ ଭାରତର ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଭାରତର ସମ୍ବିଧାନକୁ ମାନିବା ଓ ତାର ଉଦ୍ଦେଶ୍ୟ ଓ ଅନୁଷ୍ଠାନ ଜାତୀୟ ପତାକା ଓ ଜାତୀୟ ସଂଗୀତକୁ ସମ୍ମାନଦେବା । ଯେଉଁ ମହତ୍ ଚିନ୍ତାଧାରା ଆମର ଜାତୀୟ ସ୍ଵାଧୀନତା ଓ ଆନ୍ଦୋଳନକୁ ପ୍ରେରଣା ଦେଇଥିଲା, ତାକୁ ଅନୁସରଣ କରିବା । ଭାରତର ସାର୍ବଭୌମତ୍ଵ, ଏକଟାବୋଧ ଓ ଅଖଣ୍ଡତା ସୁରକ୍ଷିତ ରଖିବା । ରାଷ୍ଟ୍ରକୁ ସୁରକ୍ଷାଦେବା, ଏବଂ ଆବଶ୍ୟକତାବେଳେ ଜାତୀୟ ସେବାକରିବା ସୁସମ୍ପର୍କ ଓ ଭାରତର ସବୁଲୋକଙ୍କ ମଧ୍ୟରେ ସାଧାରଣ ଭ୍ରାତୃଭାବ ବୃଦ୍ଧିକରିବା ଏବଂ ମହିଳାମାନଙ୍କ ମର୍ଯ୍ୟାଦା ହାନି ହେବାଭଳି ଅଭ୍ୟାସ ତ୍ୟାଗ କରିବା । ଆମ ସଂସ୍କୃତିର ଉନ୍ନତି ଐତିହର ମୂଲ୍ୟ ଦେବାସହ ତାର ସୁରକ୍ଷା କରିବା । ପ୍ରାକୃତିକ ପରିବେଶ ଯଥା ଜଙ୍ଗଲ, ହ୍ରଦ, ନଦୀ ଓ ବନ୍ୟଜନ୍ତୁ ପ୍ରଭୃତିର ସୁରକ୍ଷା ଓ ଉନ୍ନତି । ବୈଜ୍ଞାନିକ ଦୃଷ୍ଟିକୋଣ, ମାନବବାଦ, ପରୀକ୍ଷା ନିରୀକ୍ଷା କରିବାର ଆଗ୍ରହ ଓ ପରିବର୍ତ୍ତନ ଆଦିର ଉନ୍ନତି । ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ଏବଂ ହିଂସା ନ କରିବା । ସମସ୍ତ ବ୍ୟକ୍ତିଗତ କ୍ଷେତ୍ର ଓ ସମଷ୍ଟିଗତ କାର୍ଯ୍ୟ କ୍ଷେତ୍ରରେ ସର୍ବୋତ୍ତମ ହେବାପାଇଁ ସେବା କରିବା । ଏହା ବ୍ୟତୀତ ଗୋଟିଏ ନୂତନ କର୍ତ୍ତବ୍ୟ ୨୦୦୯ରେ ହୋଇଥିବା ଶିକ୍ଷାଗତ ଅଧିକାର ଧାରାପରେ ଯୋଗ କରାଯାଇଛି । ପିତାମାତା କିମ୍ବା ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ୬ରୁ ୧୪ବର୍ଷ ମଧ୍ୟରେ ଶିକ୍ଷା ଦେବାର ସୁରକ୍ଷା ଯୋଗାଇ ଦେବେ । ମୌଳିକ କର୍ତ୍ତବ୍ୟର ପ୍ରକୃତି ଏହି କର୍ତ୍ତବ୍ୟ ଗୁଡିକ ହେଉଛି କାର୍ଯ୍ୟକରିବାର ନିୟମ । ଯେହେତୁ ସେ ଗୁଡିକ ଆଇନାନୁମୋଦିତ ନୁହେଁ, ଏହା ପଛରେ କୌଣସି ଆଇନଗତ ପ୍ରଭାବ ନାହିଁ । ତୁମେ ଯେପରି ଦେଖୁଛ, ଅଳ୍ପ କେତେକ କର୍ତ୍ତବ୍ୟ ମୂଲ୍ୟହୀନ । ଉଦାହରଣ ଜଣେ ସାଧାରଣ ନାଗରିକ “ପୂର୍ଣ୍ଣାଙ୍ଗ ସଂସ୍କୃତି” ଉନ୍ନତ ଐତିହ୍ୟ, ମାନବବାଦ, ବ୍ୟକ୍ତିଗତ ଓ ସମଷ୍ଟିଗତ କାର୍ଯ୍ୟର ସମସ୍ତ କ୍ଷେତ୍ରରେ ସର୍ବୋତ୍ତମତା” ପ୍ରଭୃତିର ଅର୍ଥ ବୁଝିବା ଅକ୍ଷମ ହୋଇପାରେ । ସେମାନେ ଏହି କର୍ତ୍ତବ୍ୟ ଗୁଡିକର ଗୁରୁତ୍ଵ ବୁଝିପାରିବେ, ଯେତେବେଳେ ଏହି ବ୍ୟବହୃତ ଶବ୍ଦ ଗୁଡିକୁ ସରଳ କରି ଦିଆଯିବ । ବିଭିନ୍ନ ସମୟରେ ଦାବୀ କରାଯାଉଛି ବର୍ତ୍ତମାନର ତାଲିକାକୁ ସଂଶୋଧନ କରିବା ସହ ଭାଷାକୁ ସରଳ ବାସ୍ତବବାଡି ଓ ଅର୍ଥପୂର୍ଣ୍ଣ କରିବାପାଇଁ ଏବଂ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ଆଉ କିଛି ବାସ୍ତବବାଦୀ କର୍ତ୍ତବ୍ୟ ସଂଯୋଗ କରିବା ପାଇଁ । ଯେତେଦୂର ପାରନ୍ତି ସେଗୁଡିକୁ ଆଇନାନୁମୋଦିତ କରାଯିବା ଉଚିତ୍ । ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ