ବିଦ୍ୟାଳୟର ଅଞ୍ଚଳ ପରିସର କିମ୍ବା ପାର୍ଶ୍ଵବର୍ତ୍ତୀ ସୀମା ସ୍ଥାନୀୟ କର୍ତ୍ତୁପକ୍ଷ କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ଯେଉଁ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ବା ସୀମାରେ ବିଦ୍ୟାଳୟଟିଏ ନିର୍ମାଣ କରାଯିବ ତାହା ନିମ୍ନମତେ ହେବ : ପ୍ରଥମଠାରୁ ପଞ୍ଚମ ଶ୍ରେଣୀର ଶିଶୁମାନଙ୍କର ପାଇଁ ପାଖଆଖରୁ ଚାଲି ଚାଲି ଯାଇପାରିଲା ଭଳି ସର୍ବାଧିକ ଏକ କିଲୋମିଟର ଦୂରତାରେ ବିଦ୍ୟାଳୟ ସ୍ଥାପନ କରାଯିବ । ଷଷ୍ଠଠାରୁ ଅଷ୍ଟମ ଶ୍ରେଣୀର ଶିଶୁମାନଙ୍କ ପାଇଁ ପାଖଆଖରୁ ଚାଲି ଚାଲି ଯାଇପାରିଲା ଭଳି ସର୍ବାଧିକ 3 କିମି ଦୂରତାରେ ବିଦ୍ୟାଳୟ ସ୍ଥାପନ । ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ପୁରୁଣା ବିଦ୍ୟାଳୟଗୁଡିକ ଉର୍ଣ୍ଣିତ କରି ସେଗୁଡିକର ଷଷ୍ଠଠାରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଖୋଲି ପାରିବେ । ସେହିପରି ଯେଉଁ ବିଦ୍ୟାଳୟ ଗୁଡିକରେ ଷଷ୍ଠ ଠାରୁ ଉପରକୁ ଶ୍ରେଣୀ ରହିଛି , ସେଠାରେ ଆବଶ୍ୟକ ହେଲେ ରାଜ୍ୟ ସରକାର ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଉଦ୍ୟମ କରିବେ । ଶିଶୁମାନେ ଘରୁ ସ୍କୁଲ ଯିବା ବାଟରେ ଯଦି ମାଟି ଧସୁଥିବା ଅଞ୍ଚଳ, ବନ୍ୟାଞ୍ଚଳ , ରାସ୍ତା ନ ଥିବା ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ଅଞ୍ଚଳ ପଡୁଥାଏ ତେବେ ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୁପକ୍ଷ ବିଦ୍ୟାଳୟ ସ୍ଥାପନ ସମୟରେ ଏହି ସବୁ ବିପଦକୁ ଏଡାଇବା ପାଇଁ ଉପଧାରା । ଅଧୀନରେ ନିର୍ଦ୍ଧାରିତ ସୀମାକୁ କମାଇ ସ୍ଥାନ ନିରୂପଣ କରିବେ । ଚିହ୍ନଟ ହୋଥିବା ଛୋଟ ଛୋଟ ପଡା ଗାଁର ଶିଶୁମାନଙ୍କର ପାଇଁ ଉପଧାରା । 1ରେ ନିର୍ଦ୍ଧାରିତ ସୀମାପରିସର ବା ପାଖଆଖରେ ବିଦ୍ୟାଳୟ ନ ଥିବା ସ୍ଥଳେ ଉକ୍ତ ଉପଧାରା । 1 ରେ ନିର୍ଦ୍ଧାରିତ ସୀମା ପରିସରକୁ କୋହଳ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାର/ ସ୍ଥାନୀୟ କର୍ତ୍ତୁପକ୍ଷ ଆବଶ୍ୟକ ବ୍ୟବସ୍ଥା କରିବେ । ଘନଜନବସତି ବିଶିଷ୍ଟ ଅଞ୍ଚଳରେ ଥିବା 6 ରୁ 14 ବର୍ଷର ଶିଶୁମାନଙ୍କ ସଂଖ୍ୟାକୁ ବିଚାରକୁ ନେଇ ରାଜ୍ୟ ସରକାର ସ୍ଥାନୀୟ କର୍ତ୍ତୁପକ୍ଷ ପାଖାପାଖି ଏକାଧିକ ସ୍କୁଲ ସ୍ଥାପନ କରିବାର ନିଷ୍ପତି ନେଇପାରିବେ । ଯେଉଁ ପାଖପଡିସା ବିଦ୍ୟାଳୟଗୁଡିକର ଶିଶୁମାନେ ନାମ ଲେଖାଇବା ସେଗୁଡିକୁ ସ୍ଥାନୀୟ କର୍ତ୍ତୁପକ୍ଷ ଚିହ୍ନଟ କରିବେ ଏବଂ ପ୍ରତ୍ୟେକ ଗ୍ରାମ ବସ୍ତିର ଜନସାଧାରଣ ଅବଗତି ନିମନ୍ତେ ତାଙ୍କ କ୍ଷମତା ପରିସର ଅନ୍ତଭୁର୍କ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ନୋଟିସ ନୋଟିସ ବୋର୍ଡରେ ଏ ସଂକ୍ରାନ୍ତରେ ସୂଚନା ଦେବେ । ସ୍କୁଲ ଯାଇ ପାରୁନଥିବା ଭିନ୍ନକ୍ଷମ ଶିଶୁମାନେ ଯେପରି ବିଦ୍ୟାଳୟ ପହଞ୍ଚି ପ୍ରାଥମିକ ଶିକ୍ଷା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୁପକ୍ଷ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟମରେ ଉପଯୁକ୍ତ ଏବଂ ନିରାପଦ ବ୍ୟବସ୍ଥା ପାଇଁ ଉଦ୍ୟମ କରାବେ । ସାମାଜିକ, ସାଂସ୍କୃତିକ ବା ଆଇନଗତ କାରଣରୁ ଶିଶୁମାନଙ୍କର ବିଦ୍ୟାଳୟ ପ୍ରବେଶ ଯେପରି ବାଧ୍ୟାପ୍ରାପ୍ତ ନହୁଏ ସେ ଦିଗରେ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୁପକ୍ଷ ସ୍ଥିର ନିଶ୍ଚିତ ହେବେ । ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୁପକ୍ଷଙ୍କର ଦାୟିତ୍ଵ ଅଧିନିୟମ ଧାରା -2 ର ଖଣ୍ଡ (n) ର ଉପଖଣ୍ଡ (I) ଅନୁଯାୟୀ ସରକାର ସ୍ଥାନୀୟ କର୍ତ୍ତୁପକ୍ଷ ଙ୍କ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ପଢୁଥିବା ଶିଶୁ , ଧାରା -12 ର ଉପଧାରା (I) ଖଣ୍ଡ (b) ଆଧାରରେ ଧାରା-2 ର ଖଣ୍ଡ (n) ଉପଖଣ୍ଡ (ii) ଏବଂ (iv) ରେ ସୂଚିତ ବିଦ୍ୟାଳୟରେ ପଢୁଥିବା ଶିଶୁମାନେ 3 ର ଉପଖଣ୍ଡ (2) ଅନୁସାରେ ମାଗଣା ଶିକ୍ଷା ଲାଭପାଇଁ ହକଦାର । ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଦ୍ୟାଳୟ ସ୍ଥାପନ ଓ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୁପକ୍ଷ ସ୍ଥିରୀକୃତ ତାରିଖଠାରୁ ଏକ ବର୍ଷ ଅବିଧି ମଧ୍ୟରେ ସ୍କୁଲର ରୂପରେଖ ପ୍ରସ୍ତୁତି କରିବା ସହ ଦୂରଦୁରାନ୍ତ ଅଞ୍ଚଳ, ଭିନ୍ନକ୍ଷମ ଅନଗ୍ରସର ସଂପ୍ରଦାଯ, ପ୍ରବାସୀ ଦୁର୍ବଳ ଶ୍ରେଣୀ ଏବଂ ଧାରା 4 ଅନ୍ତଭୁର୍କ୍ତ ସମସ୍ତ ଶିଶୁମାନଙ୍କୁ ଚିହ୍ନଟ କରିବେ ଏବଂ ଏହି କାର୍ଯ୍ୟ ପ୍ରତି ବର୍ଷ ଚାଲିବ । କୌଣସି ଶିଶୁ ଯେପରି ଜାତି, ଶ୍ରେଣୀ , ଧର୍ମ, କିମ୍ବା ଲୀଙ୍ଗ ଗତ କିମ୍ବା ଅନ୍ୟ କୌଣସି ପ୍ରକାରର ଦୁର୍ବ୍ୟବହାର ଶରବ୍ୟ ନ ହୁଅନ୍ତି , ସେଥିପ୍ରତି ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୁପକ୍ଷ ସୁନିଶ୍ଚିତ ଦୃଷ୍ଟି ଦେବେ । ଅଷ୍ଟମ ଧାରାର ଖଣ୍ଡ(C ) ଏବଂ ନବମ ଧାରାର ଖଣ୍ଡ (C ) ଅନୁଯାୟୀ ଶ୍ରେଣୀ ଭିତରେ, ମଧ୍ୟାହ୍ନ ଭୋଜନ ପ୍ରଦାନ ସମୟରେ, ଖେଳ ପଡିଆରେ, ପାନୀଯ ଜଳ ବ୍ୟବହାର ଓ ଶୌଚାଳୟ ସୁବିଧା ଉପଲ୍ଲବ୍ଧ ସମୟରେ ଏବଂ ଶ୍ରେଣୀଗୃହ ବା ଶୌଚାଳୟ ସଫାକରିବା ସମୟରେ ଜଣେ ଅନଗ୍ରସର ସଂପ୍ରଦାୟ ଏବଂ ଦୁର୍ବଳ ଶ୍ରେଣୀର ଶିଶୁ ଯେପରି ଅନ୍ୟମାନଙ୍କରଠାରୁ ଅଲଗା ନ ହୁଏ ବା ଭେଦାଭେଦର ଶିକାର ନହୁଏ । ସେଥିପ୍ରତି ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତ୍ତୁପକ୍ଷ ନିଶ୍ଚିତ ଦୃଷ୍ଟି ଦେବେ । ସ୍ଥାନୀୟ କର୍ତ୍ତୁପକ୍ଷ ଦ୍ଵାରା 14 ବର୍ଷ ପର୍ଯ୍ୟନ୍ତ ବୟସ୍କ ଶିଶୁମାନଙ୍କ ବିବରଣୀ ପରିରକ୍ଷଣ ସ୍ଥାନୀୟ କର୍ତ୍ତୁପକ୍ଷ ତାଙ୍କ ପରିସରରେ ଘର ଘର ବୁଲି ଜନ୍ମଠାରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ସଂକ୍ରାନ୍ତରେ ଏକ ବିବରଣୀ ପ୍ରସ୍ତୁତ କରିବା । ଉପ- ନିୟମ (1) ଅନୁଯାୟୀ ପ୍ରସ୍ତୁତି ଏହି ବିବରଣୀ ପ୍ରତିବର୍ଷ ଅଦ୍ୟାବଧୀକରଣ କରାଯିବ । ଉପନିୟମ (1) ଅନୁଯାୟୀ ସର୍ବସାଧାରଣ ପାଇଁ ଏହି ବିବରଣୀ ପ୍ରସ୍ତୁତି ସ୍ଵଚ୍ଛତାର ସହିତ କରାଯିବ ଏବଂ 9 ମ ଧାରା ଖଣ୍ଡ (e) ନିମନ୍ତେ ବ୍ୟବହୃତ ହେବ । ଉପ-ନିୟମ (1) ଅନୁଯାୟୀ ପ୍ରତିଟି ଶିଶୁପାଇଁ ପ୍ରସ୍ତୁତ ବିବରଣୀରେ ନିମ୍ନଲିଖିତ ତଥ୍ୟ ଅନ୍ତଭୁର୍କ୍ତ ହେବ ଯଥା : ନାମ, ଲୀଙ୍ଗ, ଜନ୍ମ ତାରିଖ (ଯେଉଁଠାରେ ଜନ୍ମ ପ୍ରମାଣପତ୍ର ସଂଖ୍ୟା ଉପଲବଧ)ଜନ୍ମସ୍ଥାନ । ପିତାମାତା /ଅଭିଭାବକଙ୍କ ନାମ, ଠିକଣା ଏବଂ ବୃତ୍ତି । 6 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନେ ଯୋଗଦେଇଥିବା ପ୍ରାକ – ପ୍ରାଥମିକ ବିଦ୍ୟାଳୟ କିମ୍ବା ଅଙ୍ଗନବାଡି କେନ୍ଦ୍ର । ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ଶିଶୁଟି ନାମ ଲେଖାଇଛି । ଶିଶିର ବର୍ତ୍ତମାନ ଠିକଣା । ଯେଉଁ ଶ୍ରେଣୀରେ ଶିଶୁଟି ପଢୁଛି (6 ରୁ 14 ବର୍ଷ ବୟସ୍କ ଶିଶୁ) ଏବଂ ସ୍ଥାନୀୟ କର୍ତ୍ତୁପକ୍ଷ କାର୍ଯ୍ୟ ପରିସର ଅଧୀନରେ ଯଦି ସେ ଅଧ୍ୟାରୁ ପଢା ଛାଡିଥାଏ ତେବେ ତାହାର କାରଣ । ଶିଶୁଟି ଦୁର୍ବଳ ଶ୍ରେଣୀଭୁକ୍ତ କି ? ଶିଶୁଟି ଅସୁବିଧା ଭୋଗୁଥିବା ଗୋଷ୍ଠୀର କି । ସ୍ଥାନାନ୍ତରିତ ଏବଂ ବିକ୍ଷିପ୍ତ ଜନସଂଖ୍ୟା, (ii) ବୟସାନୁକୁଳ ନାମଲେଖା ଏବଂ (iii) ଅକ୍ଷମତା କାରଣରୁ ଶିଶୁଟି ସ୍ଵତନ୍ତ୍ର ସୁବିଧା, ଆବାସ ସୁବିଧା ଆବଶ୍ୟକ କରୁଥିଲେ । ସ୍ଥାନୀୟ କର୍ତ୍ତୁପକ୍ଷ ବିଦ୍ୟାଳୟରେ ନାମଲେଖାଇଥିବା ଶିଶୁମାନଙ୍କର ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟରେ ପ୍ରଦର୍ଶିତ । ଆଧାର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର