ଉପକ୍ରମ ଆଜିମଧ୍ୟ ଅନେକ ଭାବୁଛନ୍ତି , ଝିଅଙ୍କ ଅପେକ୍ଷା ପୁଅକୁ ପାଠ ପଢାଇବା ବେସୀ ଦରକାର । କାରଣ ପୁଅଟି ବାପା ମାଆଙ୍କୁ ସାହାଯ୍ୟ କରିବ ଓ ଝିଅଟି ବାହା ହୋଇ ଅନ୍ୟ ପରିବାରକୁ ସାହାଯ୍ୟ କରିବ । ଏବେ ମଧ୍ୟ କେତେକ ଲୋକ ଭାବୁଛନ୍ତି “ ଝିଅ ଜନମ ଚୁଲି ମୁଣ୍ଡକୁ “ । ଆଜି ଝିଅ ହୋଇଛି , କାଲି ବୋହୂ ହେବ , ମା ହେବ , ଘର ଭିତରେ ରୋଷାଇବାସ କରି ସ୍ଵାମୀ ଓ ପିଲାଙ୍କ ସେବାରେ ଜୀବନ କାଟିବ , ପାଠ ପଢିଲେ ଅଧିକ କି ଭାଭ । ଏଭଳି ମାନସିକତା ଦୂର କରିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବା , ପୁଅ ଝିଅ ମଧ୍ୟରେ ତାରତମ୍ୟକୁ କମାଇଆ ଓ ବାଳିକା ଶିକ୍ଷା ଉପରେ ଗୁରୁତ୍ଵ ହେବାପାଇଁ ପଡିବ । ଶିକ୍ଷକ ବା ପାଠଗୁରୁ ଭାବରେ ଆମକୁ ଅଧିକରୁ ଅଧିକ ଝିଅ ପିଲାଙ୍କୁ ପାଠ ପଢିବାର ସୁଯୋଗ ସୃଷ୍ଟି କରାଇବା ଆବଶ୍ୟକ । ଝିଅ ପାଠ ପଢିଲେ ଅନ୍ୟ ଉପରେ ବୋଝ ହେବେ ନାହିଁ , ବରଂ ଅନ୍ୟମାନଙ୍କ ପାଇଁ ସାହାଯ୍ୟକାରୀ ହୋଇପାରିବେ । ନିମ୍ନରେ ଝିଅମାନଙ୍କ ପାଇଁ ଶିକ୍ଷା ସଂପୂର୍ଣ୍ଣରେ କେତେକ ସୂଚନା ପ୍ରଦାନ କରାଗଲା । ଝିଅପିଲାମାନେ କାହିଁକି ପାଠ ପଢିବେ ? ଶିକ୍ଷାଲାବୟହ କରିବା ପ୍ରତ୍ୟେକଙ୍କର ଜନ୍ମଗତ ଅଧିକାର । ଶିକ୍ଷା ଜ୍ଞାନ ବିକାଶ କରେ , ଅଧିକରୁ ଅଧିକ ଜାଣିବା ପାଇଁ ସୁଯୋଗ ଦିଏ , ଅନେକ ନୂଆ କଥା ଜାଣିବା ପାଇଁ ପଥ ଉନ୍ମୁକ୍ତ କରେ । ପରିବାରରେ , ଜାତିରେ ଓ ସମାଜରେ ଶିକ୍ଷିତ ବ୍ୟକ୍ତି ଏକ ସକ୍ରିୟ ଭୂମିକା ଗ୍ରହଣ କରିଥାଏ । ତେଣୁ ଝିଅମାନଙ୍କୁ ପାଠ ପଢିବାର ସୁଯୋଗ ନ ଦେବା ଅର୍ଥ ସେମାନଙ୍କୁ ଏକ ମୌଲିକ ଅଧିକାରରୁ ବଞ୍ଚିତ କରିବା । ଏହା ଦ୍ଵାରା କେବଳ ଝିଅପିଲା କିମ୍ବା ମହିଳାମାନଙ୍କର କ୍ଷତି ଘଟେ ନାହିଁ ଏହା ସାରା ସମାଜର କ୍ଷତି ହୁଏ । ଆପଣମାନେ ଗୋଟିଏ ଶିକ୍ଷିତ ଗରିବ ପରିବାରକୁ ଅନୁଧ୍ୟାନ କରନ୍ତୁ । ଦେଖିବେ ମା ‘ ଯଦି ଶିକ୍ଷିତା ସେମାନଙ୍କ ପିଲା ଜନ୍ମ ଉତ୍ତମ ସ୍ୱାସ୍ଥ୍ୟ ଉପରେ ସଚେତନ । ତେଣୁ ଆମକୁ ବାଳିକା ଶିକ୍ଷା ଉପରେ ଗୁରୁତ୍ଵ ଦେବା ପାଇଁ ପଡିବ । “ ମା ହେଲେ ପାଠୋଇ , ପରିବାର ଓ ଦେଶ ଜୀବ ଆଗେଇ “ ଏକ ନିର୍ଭୁଲ ଉକ୍ତି । ସେଥିପାଇଁ ସମାଜ କର୍ମୀ ବା ପାଠଗୁରୁଙ୍କ କେତେକ ଦାୟିତ୍ଵ ନିମ୍ନରେ ପ୍ରଦାନ କରାଗଲା । ସମାଜ କର୍ମୀ ବା ପାଠଗୁରୁ ଭାବରେ ଆପଣ କ’ଣ କରିପାରିବେ ? (କ) ପରିସ୍ଥିତି ଅନୁଧ୍ୟାନ କରନ୍ତୁ :- ଗ୍ରାମର ସମସ୍ତ ୬-୧୪ ବର୍ଷ ବାଳକ/ ବାଳିକା ବିଦ୍ୟାଳୟରେ ଶିକ୍ଷାଲାଭ କରୁଛନ୍ତି କି ? ଗ୍ରାମରେ ଥିବା ବିଦ୍ୟାଳୟରେ ଶ୍ରେଣୀରେ ଅଧିକ ସଂଖ୍ୟାରେ ଛାତ୍ର ନା ଛାତ୍ରୀ ଅଛନ୍ତି ? ବିଦ୍ୟାଳୟରେ ଛାତ୍ରମାନେ ଛାତ୍ରୀମାନଙ୍କ ଅପେକ୍ଷା ଅଧିକ ନିୟମିତ ସ୍କୁଲକୁ ଆସନ୍ତି କି ? ଯେଉଁମାନେ ଅଧାରୁ ପାଠପଢା ଛାଡି ଦେଉଛନ୍ତି ସେମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ କି ? ଛାତ୍ରମାନଙ୍କ ଭଳି ଛାତ୍ରୀମାନେ ଭଲ ପଢୁ ନାହାନ୍ତି କି ? ଆପଣଙ୍କ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି କି ? ଆପଣଙ୍କ ବିଦ୍ୟାଳୟ ପାଖରେ ଏଭଳି କିଛି ଅସୁବିଧା ଅଛି କି ଯେଉଁଥିପାଇଁ ଝିଅମାନେ ପଢିବାକୁ ଆସୁନାହାନ୍ତି । ବିଦ୍ୟାଳୟରେ ପାଇଁ ବାଳିକାମାନଙ୍କ ପାଇଁ ସ୍ଵତନ୍ତ୍ର ପାଇଖାନା ଅଛି କି ନାହିଁ । (ଖ) ଅସୁବିଧା ସବୁ ବୁଝନ୍ତୁ ଚିନ୍ତାକରି ଦେଖନ୍ତୁ – କାହିଁକି ଝିଅମାନେ ପୁଅମାନଙ୍କ ପରି ଅଧିକ ସଂଖ୍ୟାରେ ବିଦ୍ୟାଳୟକୁ ଆସୁପାରୁ ନାହାନ୍ତି । ଝିଅମାନଙ୍କର ପାଠପଢା କାହିଁକି ବାଧା ପାଉଛି ସେ ସମ୍ପର୍କ ଅଭିଭାବକ , ଗାଁ ର ମୁଖିଆ ଲୋକ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ସେଥିରୁ କାରଣ ବୁଝନ୍ତୁ । (ଗ) ସମସ୍ୟା ସମାଧାନର ଉପାୟ ସ୍ଥିର କରନ୍ତୁ : ଏପରି ଆଲୋଚନା ମାଧ୍ୟମରେ ଯେଉଁ ସମସ୍ୟା ସବୁ ଝିଅମାନଙ୍କ ପାଠପଢାରେ ବାଧା ସୃଷ୍ଟି କରୁଛି , ତାହାର ନିରାକରଣ ଉପାୟ ସ୍ଥିର କରନ୍ତୁ ଏବଂ ବିଦ୍ୟାଳୟ ତଥା ଗ୍ରାମ ପାଇଁ ଗୋଟିଏ ଯୋଜନା ପ୍ରସ୍ତୁତ କରନ୍ତୁ । ଏହି ସବୁ ସମସ୍ୟା ସମାଧାନ ନିମନ୍ତେ ସବୁପକ୍ଷଙ୍କ ସାହାଯ୍ୟ ଗହନ କରନ୍ତୁ । (ଘ) କେଉଁମାନେ ସାହାଯ୍ୟ କରିପାରିବେ ସେମାନଙ୍କୁ ବାଛନ୍ତୁ । ବିଦ୍ୟାଳୟର ଶିକ୍ଷକ ପ୍ରଧାନ ଶିକ୍ଷକ ଅଙ୍ଗନବାଡି କର୍ମୀ , ଗ୍ରାମ ଶିକ୍ଷା କମିଟିର ସଭ୍ୟସଭ୍ୟା । ସରକାରଙ୍କ ବିଭିନ୍ନ ସଂସ୍ଥାରେ କାମ କରୁଥିବା ଗୋଷ୍ଠୀ- କର୍ମୀ ଏବଂ ସ୍ଵେଚ୍ଛାସେବୀ ସଂଗଠନ ସଦସ୍ୟ । ସମାଜର ଅନ୍ୟାନ୍ୟ ପ୍ରଭାବଶାଳି ବ୍ୟକ୍ତି । ଉକ୍ତ ଗୋଷ୍ଠୀର ସଭ୍ୟ ଓ ସଭ୍ୟାମାନେ ଆପଣଙ୍କ ଗ୍ରାମରେ ଥିବା ବିଦ୍ୟାଳୟର ବିକାଶ ଓ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ଦିଗରେ ସାହାଯ୍ୟ କରିବେ । ତେଣୁ ସେମାନଙ୍କୁ ବିଦ୍ୟାଳୟରେ ପ୍ରତ୍ୟେକ କାମରେ ସାମିଲ କରାଇବା ଆବଶ୍ୟକ । ଏଥି ସହିତ ବାଳିକା ମାନଙ୍କର ଶିକ୍ଷାର ଗୁରୁତ୍ଵକୁ ଅନୁଭବ କରି ସେମାନଙ୍କ ସମସ୍ୟାକୁ ଧ୍ୟାନ ଦେଇ ଲୋକମାନଙ୍କର ସହଯୋଗ ରେ “ ବାଳିକା ଶିକ୍ଷାର “ ପ୍ରସାର କରାଇ ପାରିବେ । ଆଧାର :ପୋର୍ଟାଲ ଟିମ