ସାରାବିଶ୍ଵରେ ୧୦ କୋଟି ଶିଶୁ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଜଣେ ସାବାଳକର ଯେଉଁ ଅଧିକାର ଅଛି, ଜଣେ ଶିଶୁର ମଧ୍ୟ ସେଇ ଅଧିକାର ଅଛି । ଶିଶୁର ଅଧିକାରଗୁଡିକ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରାଯାଇଛି । ଲାଳନପାଳନ ଅଧିକାର ଜୀବନ ଧାରଣର ଅଧିକାର ଉନ୍ନତମାନର ସ୍ୱାସ୍ଥ୍ୟସେବା ଅଧିକାର ଉପଯୁକ୍ତ ପୃଷ୍ଠିସାଧନର ଅଧିକାର । ଜାତୀୟତା ଓ ବ୍ୟକ୍ତି ସ୍ଵତନ୍ତ୍ରତାର ଅଧିକାର । ବିକାଶର ଅଧିକାର ଶିକ୍ଷାର ଅଧିକାର । ବାଲ୍ୟବସ୍ଥାରେ ଉପଯୁକ୍ତ ସହାୟତା ଓ ଯତ୍ନ ଅଧିକାର। ସାମାଜିକ ସୁରକ୍ଷା ଅଧିକାର । ଅବକାଶ ଓ ଆମୋଦପ୍ରମୋଦଳର ଅଧିକାର । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ଅଧିକାର । ସୁରକ୍ଷାର ଅଧିକାର ଶୋଷଣ ଓ ଅମାନୁଷିକ ନିର୍ଯ୍ୟାତନା ରକ୍ଷା ପାଇବାର ଅଧିକାର। ଅଂଶଗ୍ରହଣର ଅଧିକାର ସ୍ଵାଧୀନ ମତ ପ୍ରଦାନ କରିବାର ଅଧିକାର ମତାମତ ପରିପ୍ରକାଶ ନିମିତ୍ତ ସମ୍ମାନରେ ଅଧିକାର ଆବଶ୍ୟକ ଓ ଉପଯୁକ୍ତ ସୂଚନା ପାଇବାର ଅଧିକାର କର୍ତ୍ତବ୍ୟବୋଧ ଓ ଧର୍ମ ସମ୍ବନ୍ଧରେ ନିଜସ୍ୱ ଚିନ୍ତାଧାରା ନିମିତ୍ତ ଅଧିକାର ? ପ୍ରତ୍ୟେକ ଶିଶୁ ଯେଭଳି ଏହି ଅଧିକାର ଗୁଡିକ ପାଇପାରିବେ ସେଥିପାଇଁ ପ୍ରତ୍ୟେକ ସଚେତନ ନାଗରିକ ପ୍ରଚେଷ୍ଟା କରିବା ଆବଶ୍ୟକ ଅଟେ । ଆଧାର : ପୋର୍ଟାଲ୍ ଟିମ